ହୋମ / କୃଷି / ଗ୍ରାମୀଣ କୃଷି ପାଣିପାଗ / ସମ୍ବଲପୁର ଜିଲ୍ଲାର ପାଣିପାଗ
ସେଆର କରନ୍ତୁ

ସମ୍ବଲପୁର ଜିଲ୍ଲାର ପାଣିପାଗ

ସମ୍ବଲପୁର ଜିଲ୍ଲାର ପାଣିପାଗ ସମ୍ବନ୍ଧୀୟ ସୂଚନା ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଅନୁଯାୟୀ ଅଗ୍ରୀମ ସୂଚନା

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ବୁଧବାର ଠାରୁ ରବିବାର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନାହିଁ । ଆସନ୍ତା ୫ ଦିନ  ମଧ୍ୟରେ  ସର୍ବୋଚ୍ଛ ତାପାମାତ୍ରା ୨୫ – ୨୮ ଡିଗ୍ରୀ ସେଣ୍ଟ୍ରିଗ୍ରେଡ ଓ ସର୍ବନିମ୍ନ ତାପମାତ୍ରା ୧୧ – ୧୩ ଡିଗ୍ରୀ ସେଣ୍ଟ୍ରିଗ୍ରେଡ  ରହିବାର ସମ୍ଭାବନା ରହିଅଛି । ଆସନ୍ତା ବୁଧବାର, ଗୁରୁବାର ଓ ରବିବାର ଆକାଶ ପରିଚ୍ଛନ୍ନ ରହିବ ଏବଂ ଶୁକ୍ରବାର ଓ ଶନିବାର ଆକାଶ ମେଘାଛନ୍ନ ରହିବା ସଙ୍ଗେ ପବନର ହାରାହାରି ବେଗ ୩ ରୁ ୭ କିମି ପ୍ରତି ଘଣ୍ଟାରେ ରହିବାର ସମ୍ଭାବନା  ଅଛି । ସର୍ବାଧିକ ଆପେକ୍ଷିକ ଆର୍ଦ୍ରତା ୫୬% ରୁ ୬୭% ଓ ସର୍ବନିମ୍ନ ଆପେକ୍ଷିକ ଆର୍ଦ୍ରତା ୨୯% ରୁ ୪୧% ରହିବାର ସମ୍ଭାବନା ରହିଅଛି  ।

ତାରିଖ

ବୃଷ୍ଟିପାତ (ମି.ମି.)

ସର୍ବାଧିକ ତାପମାତ୍ରା (ଡି.ସେ.)

ସର୍ବନିମ୍ନ ତାପମାତ୍ରା (ଡି.ସେ.)

ସର୍ବମୋଟ ମେଘାଚ୍ଛନ୍ନ ତା(ଅକ୍ଟା)

ସର୍ବାଧିକ ଆପେକ୍ଷିକ ଆର୍ଦ୍ରତା(%)

ସର୍ବନିମ୍ନ ଆପେକ୍ଷିକ ଆର୍ଦ୍ରତା(%)

ପବନର (କି.ମି. /ଘ.)

ପବନର ଦିଗ

୫/୧୨/୨୦୧୮

୨୮

୧୨

୫୬

୨୯

୪୨

୬/୧୨/୨୦୧୮

୨୮

୧୩

୫୯

୩୫

୪୩

୭/୧୨/୨୦୧୮

୨୮

୧୨

୬୭

୩୯

୩୮

୮/୧୨/୨୦୧୮

୨୫

୧୨

୬୭

୪୧

୮୬

୯/୧୨/୨୦୧୮

୨୭

୧୧

୬୦

୩୨

୧୧୦

ଅଧିକ ଜାଣିବା ପାଇଁ, ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ଵର, ଟେଲିଫୋନ # ୦୬୭୪ – ୨୫୯୬୧୧୬ରେ ଯୋଗାଯୋଗ କରନ୍ତୁ ।

କୃଷି ଉପଦେଶ

  • ମାଟିର ସ୍ଵାସ୍ଥ୍ୟ ରକ୍ଷାପାଇଁ ଜାଣିବା କଥା :
  • ମାଟି ପରୀକ୍ଷା ଫଳାଫଳକୁ ଆଧାର କରି ଖାଦ୍ୟସାର ପ୍ରୟୋଗ କରିବା ।
  • ସୁଷମ ଖାଦ୍ୟସାର ପ୍ରୟୋଗ ଓ ଅଣୁସାରର ଅଭାବ ପୂରଣ ପାଇଁ ବିଶେଷ ଯତ୍ନବାନ ହେବା ।
  • ଜମିରେ ପ୍ରଚୁର ମାତ୍ରାରେ ଶଢା ଗୋବର ଖତ କମ୍ପାଷ୍ଟ ପ୍ରୟୋଗ କରିବା ।
  • ଶସ୍ୟ ଜାତୀୟ ଫସଲ ଅମଳ ପରେ ଡାଲି / ଶିମ୍ବ ଜାତୀୟ ଫସଲ ଚାଷ କରିବା ।
  • ଜୀବାଣୁ ସାର ଓ ସବୁଜ ସାରର ବହୁଳ ବ୍ୟବହାର।  ।
  • ମାଟିର ଉପକାରୀ ଜୀବ ଏବଂ ଅଣୁଜୀବ ମାନଙ୍କର ସୁରକ୍ଷା ପାଇଁ ବିଷାକ୍ତ ଏବଂ ପ୍ରଦୂଷଣଯୁକ୍ତ ପଦାର୍ଥର ବ୍ୟବହାର ନିଷେଧ କରିବା ।
  • ମାଟି ମା ର ସ୍ଵାସ୍ଥ୍ୟ ରକ୍ଷାପାଇଁ ନମୁନା ମାଟି ସଂଗ୍ରହ କରି ନିକଟସ୍ଥ କୃଷିବିଜ୍ଞାନ କେନ୍ଦ୍ର କିମ୍ବା କୃଷି ବିଭାଗର ପରୀକ୍ଷାଗାରରେ ନେଇ  ଅନୁମୋଦନ ପତ୍ର ବା ସ୍ଵାସ୍ଥ୍ୟ କାର୍ଡ ଦ୍ୱାରା ଖତ ଓ ସାର ପରିଚାଳନା କରନ୍ତୁ ।

ପିଆଜ ଚାଷ

  • ଉନ୍ନତ କିସମର ପିଆଜ ଚାଷ ପାଇଁ ଯେମିତି ଗଉରଣ ସେଶାଲ, ଫରସୁଙ୍ଗୀ, ନାସିକ ୫୩, ନାସିକ ରେଡ, ପଟନା ରେଡ ଇତ୍ୟାଦି ବ୍ୟବହାର କରିପାରିବେ।
  • ପିଆଜ ଚାଷ ପାଇଁ ଏକର ପିଛା ୪ କେ.ଜି. ପିଆଜ କୁ ତାଳି ଘେରରେ ଧାଡିରେ ପକାନ୍ତୁ। ପିଆଜ ମଞ୍ଜି କୁ ୧ କେ.ଜି. ପାଇଁ ୨ ଗ୍ରାମ କାପ୍ତାନ ପକାଇ ବିଶୋଧନ କରନ୍ତୁ। ।
  • ଲଗେଇବାର ୧୫ ଦିନ ପରେ ପିଆଜ ତଳିଘେରରେ ତୃଣ ନାଶକ Quizalofop ethy15% EC 50 ଗ୍ରାମ/ ହେକ୍ଟୋର ପିଛା ବ୍ୟବହାର କରିପାରିବେ ।
  • ଯଦି ପିଆଜ ଗଛରେ ନୀଳ ଲୋହିତବର୍ଷର ଦାଗ ଦେଖାଦେଲେ ତାର ନିବାରଣ ପାଇଁ Hexaconaozole (୦.୧%) ସିଞ୍ଚନ କରନ୍ତୁ ।
  • ଯଦି ପିଆଜ ଗଛର ପତ୍ରର ଅଗଭାଗ ଜଳି ଗଲା ଭଳି ବ ଶୁଖୁଲା ଭଳି ଦେଖାଯାଏ ତେବେ ପୋଟାସିୟମ ସଲଫେଟ @ ୧% ସପ୍ତାହକୁ ଦୁଇ ଥର ବ୍ୟବଧାନରେ ପ୍ରୟୋଗ କରନ୍ତୁ ।
  • ଚାଷ ଜମିରେ ନିୟମିତ ପାଣି ମଡାନ୍ତୁ ।

ଟମାଟର ଚାଷ

  • ଉନ୍ନତ କିସମର ଟମାଟର ଚାଷ ପାଇଁ ଯେପରି ବିଟି – ୨, ବିଟି-୧୦, ବିଟି-୧୨ ଇତ୍ୟାଦି ବ୍ୟବହାର କରିପାରିବେ।
  • ଟମାଟରରେ ସୂତ୍ର କୃମିରୁ ରକ୍ଷା କରିବାପାଇଁ ନିମ କେକ ବ୍ୟବହାର କରିପାରିବେ ।
  • ଟମାଟର ତଳି ପକେଇବା ପୂର୍ବରୁ ବିହନକୁ ପ୍ରଥମେ କାର୍ବେନଡାଜିମ @ ୧ ଗ୍ରାମ/କେ.ଜି. ହିସାବରେ ବିଶୋଧନ କରନ୍ତୁ ।

ଶାଗ

  • ଶିତ ଦିନିଆ ଶାଗ ଯେମିତି ଧନିଆ, ପାଳଙ୍ଗ, ମେଥ, ନାଲି କୋଶଳା ଇତ୍ୟାଦି ଲଗାଇ ପାରିବେ।
  • ଧନିଆ ପାଇଁ ଏକର ପ୍ରତି ୪-୬ କେ. ଜି. ବିହନକୁ ଧାଡିକୁ ଧାଡି ୩୦ ସେମି ବ୍ୟବଧାନରେ ବୁଣନ୍ତୁ।
  • କୋଶଳା ଶାଗ ପାଇଁ ଏକର ପ୍ରତି ୧ କେ.ଜି. ବିହନ କୁ ଧାଡି କୁ ଧାଡି ୪୫ ସେ.ମି. ଏବଂ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନେରେ ବୁଣନ୍ତୁ । ମଞ୍ଜି ଛୋଟ ଥିବା ଯୋଗୁଁ ତାକୁ ରଗଡା ବାଲିରେ ମିଶାଇ ବୁଣନ୍ତୁ । ଏହାକୁ ୩୦ଦିନ ପରେ କାଟିକି ଶାଗ ଭାବେ ବ୍ୟବହାର କରିପାରିବେ ।
  • ମେଥି ଶାଗ ପାଇଁ ଏକର ପିଛା ୧୦ କେ.ଜି. ବିହନ କୁ ଧାଡି କୁ ଧାଡି ୩୦ ସେ.ମି. ଏବଂ ଗଛ କୁ ଗଛ ୧୦ ସେ.ମି. ବ୍ୟବଧାନରେ ବୁଣନ୍ତୁ। ଏହା ମାସେ ପରେ ଶାଗ ପାଇଁ ପ୍ରସ୍ତୁତ ହେଇଯିବା।
  • ଧନିଆ ଶାଗ ପାଇଁ ଏକର ପିଛା ୪-୫ କେ.ଜି. ବିହନ କୁ ଧାଡି କୁ ଧାଡି ୩୦ ସେ.ମି. ଏବଂ ଗଛ କୁ ଗଛ ୧୦ ସେ.ମି. । ବ୍ୟବଧାନରେ ବୁଣନ୍ତୁ। ଏହା ୭୫ ଦିନ ପରେ ଭଲ ଭାବେ ପ୍ରସ୍ତୁତ ହୋଇଯାଏ।

ଆଧାର - "ଓୟୁଏଟି"

2.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top