ହୋମ / କୃଷି / ଜଳସେଚନ / ଆଖୁ ଚାଷରେ ଜଳ ପରିଚାଳନା
ସେଆର କରନ୍ତୁ

ଆଖୁ ଚାଷରେ ଜଳ ପରିଚାଳନା

ଆଖୁ ଚାଷରେ ଜଳ ପରିଚାଳନା ସମ୍ବନ୍ଧରେ ସୂଚନା ।

ଆଖୁ ଫସଲରେ ଜଳସେଚନ

ଆଖୁ ଫସଲ ବର୍ଷସାରା ଜମିରେ ରହୁଥିବାରୁ ଲଗାଯିବାଠାରୁ ବର୍ଷାଦିନ ପର୍ଯ୍ୟନ୍ତ ଜଳସେଚନ ଓ ବର୍ଷାଦିନେ ଜଳ ନିଷ୍କାସନ ଠିକ୍ ଭାବରେ ହେବା ଉଚିତ୍ । ଜଳସେଚନ ଦ୍ଵାରା ଗଛ ମାଟିରୁ ଦ୍ରବୀଭୂତ ଖାଦ୍ୟ ସାର ଗ୍ରହଣ କରେ ଓ ଖରାଦିନେ ଶୁଷ୍କ ଓ ଉତ୍ତପ୍ତ ଜଳବାୟୁରୁ ଆଖୁଗଛକୁ ସୁରକ୍ଷା ପ୍ରଦାନ କରିଥାଏ । ପରୀକ୍ଷଣରୁ ଜଣାଯାଇଛି, ପ୍ରାୟ ଏକ ଟନ୍ ଆଖୁ ଅମଳ ପାଇଁ ୧୩୫ ଟନ୍ ଜଳ ଆବଶ୍ୟକ ହୋଇଥାଏ ।

ଆଖୁ ଫସଲରେ ଜଳସେଚନର ଆବଶ୍ୟକତା ଗଛର ବୟସ, ମାଟିର କିସମ, ରାସାୟନିକ ସାରର ପରିମାଣ, ଜଳୀୟ ଅଂଶ ଏବଂ ଉତ୍ତାପ ଆଦି ଉପରେ ନିର୍ଭର କରେ । ଗଜା ଅବସ୍ଥାରେ (ଲଗାଇବାର ୩ ଦିନ ପର୍ଯ୍ୟନ୍ତ) ଜଳର ଅଭାବ ରହିଲେ ବିହନରୁ ଗଜା ହୁଏନାହିଁ ଏବଂ ଗଛସଂଖ୍ୟା କମିଯାଏ । ବିହନ ଜମିରେ ଲଗାଇସାରି ଜଳସେଚନ କଲେ ଗଜାସଂଖ୍ୟା ବୃଦ୍ଧିପାଏ । ପିଲହେବା ଅବସ୍ଥା (ଜଗାଇବାର ଦିନଠାରୁ ୧୩୦ ଦିନ ପର୍ଯ୍ୟନ୍ତ) ଓ ଗଛର ବୃଦ୍ଧି ଅବସ୍ଥା (୧୩୦ ଦିନରୁ ୨୭୦ ଦିନ ପର୍ଯ୍ୟନ୍ତ) ଜଳର ଆବଶ୍ୟକତା ସର୍ବାଧୂକ । ଜୁନ୍ ମାସ ମଧ୍ୟଭାଗରୁ ବର୍ଷାଋତୁ ଆରମ୍ଭ ହେଉଥିବାରୁ ସେ ପର୍ଯ୍ୟନ୍ତ ଆଖୁ ଫସଲର ସଙ୍କଟ ଅବସ୍ଥା । ଏହି ସମୟରେ ବାୟୁମଣ୍ଡଳରେ ଶୁଷ୍କ ଓ ଉତ୍ତପ୍ତ ଜଳବାୟୁ ରହୁଥିବାରୁ ଓ ମାଟିରେ ଜଳୀୟ ଅଂଶ କମ୍ ରହୁଥିବାରୁ ଆଖୁ ଫସଲକୁ ବଞ୍ଚାଇବା ଓ ବୃଦ୍ଧି ପାଇଁ ୭-୧୨ ଦିନ ଅନ୍ତରରେ ଜଳସେଚନ କରିବା ନିହାତି ଦରକାର । ବର୍ଷାଦିନେ ବେଶୀ ଦିନ ପାଇଁ ବର୍ଷା ଛାଡ଼ିଗଲେ ଜଳସେଚନ ଦରକାର ହୋଇଥାଏ । ପାକଳ ଅବସ୍ଥାରେ (୨୭୦ ଦିନରୁ ୩୬୫ ଦିନ) ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଏକ ମାସ ଅନ୍ତ ରରେ ହାଲକା ଜଳସେଚନ ଦରକାର ହୋଇଥାଏ । ଏହି ଅବସ୍ଥାରେ ଜଳର ଅଭାବ ହେଲେ ଶର୍କରା ଅଂଶ କମିଯାଏ । ଆଖୁକାଣ୍ଡ ଗୁଡ଼ିକ ଟାଣ ହୋଇଯାଏ ଓ ପେଡ଼ିବା ପାଇଁ ବହୁତ କଷ୍ଟ ହୋଇଥାଏ । ସେହି ପରି ଅଧିକ ଜଳସେଚନ କଲେ ଶର୍କରା ଅଂଶ କମିବା ସହ ଆଖୁରସ ପାଣିଆ ହୋଇ ଗୁଡ଼ ବା ଚିନି ଉତ୍ପାଦନ କମିଥାଏ ଓ ଆଖୁ ପାକଳ ହେବାପାଇଁ ଅଧିକ ଦିନ ଲାଗି ଥାଏ ।

ମୃତ୍ତିକା ଅନୁଯାୟୀ ଜଳ ପରିଚାଳନା

ସାଧାରଣତଃ ବାଲିଆ ମାଟିରେ ଜଳଧାରଣ କ୍ଷମତା କମ୍ ଥିବାରୁ ମଟାଳ ବା ଦୋରସା ମାଟି ଅପେକ୍ଷା ଅଧିକ ଜଳସେଚନର ଆବଶ୍ୟକତା ପଡ଼ିଥାଏ । ଆଖୁ ଫସଲରେ ଲଗାଇବା ଦିନଠାରୁ ବର୍ଷାଦିନ ପର୍ଯ୍ୟନ୍ତ ୮ ରୁ ୯ ଥର ଓ ବର୍ଷାଦିନ ପରେ ୨ ଥର ଜଳସେଚନ ଦରକାର ହୋଇଥାଏ କିନ୍ତୁ ବାଲିଆ ମାଟି ଓ ଶୁଷ୍କ ଜଳବାୟୁରେ ୧୨ ରୁ ୧୫ଟି ଜଳସେଚନର ଦରକାର ପଡ଼ିଥାଏ । ଅମଳର ୨୦ ଦିନ ପୂର୍ବରୁ ଜଳସେଚନ ବନ୍ଦ କରିବା ଉଚିତ୍, ଫଳରେ ଆଖୁ ରସର ଗୁଣାତ୍ମକମାନ ବଢ଼ିଥାଏ ଓ ଅଧିକ ଚିନି ବା ଗୁଡ଼ ଉତ୍ପାଦନ ହୁଏ ।

ଜଳସେଚନ ପ୍ରଣାଳୀ

ଆମ ରାଜ୍ୟରେ ମୁଖ୍ୟତଃ ପୂବନ ଓ ସିଆର ପ୍ରଣାଳୀରେ ଆଖୁ ଫସଲରେ ଜଳସେଚନ କରାଯାଏ । ପ୍ରାବନ ପ୍ରଣାଳୀରେ ଆଖୁ ଫସଲକୁ ସମତୁଲ ମାଟିରେ । ପୋତି ଲଗାଇ ଜଳକୁ ଜମିରେ ମୁକ୍ତଭାବେ ଚାରିଦିଗକୁ ଛାଡ଼ିଦିଆଯାଏ । ଏହି ପ୍ରଣାଳୀରେ ପ୍ରାୟ ୪୦ ଭାଗ ଜଳ ନଷ୍ଟ ହୋଇଥାଏ । ସିଆର ପ୍ରଣାଳୀରେ ଆଖୁ ଲାଗିଲେ ଜଳକୁ ସିଆର ମଧ୍ୟରେ ଛାଡ଼ିଦିଆଯାଏ ଯେପରି ଆଖୁ ଚେର ପାଖ ମାଟି ସଂପୂର୍ଣ୍ଣ ଓଦା ହେବ । ଜମିର ଗଡ଼ାଣି, ମାଟିର ଜଳଧାରଣ ଶକ୍ତି ଓ ମିଳୁଥିବା ଜଳର ପରିମାଣକୁ ନେଇ ୩-୪ ମିଟର ଲମ୍ବର ସିଆର କରାଯାଇପାରେ । ଜମି ଅଧିକ ଗଡ଼ାଣି ଥିଲେ ପାହାଚ ପାହାଚ କରି ଛୋଟ ସିଆର କରାଯାଏ । ସିଆର ପ୍ରଣାଳୀରେ ୨୫- ୩୦ ଭାଗ ଜଳ କମ୍ ଖର୍ଚ୍ଚ ହୁଏ । ମିଳୁଥିବା ଜଳର ପରିମାଣ କମ୍ ଥିଲେ ଗୋଟିଏ ସିଆର ଛାଡ଼ି ଅନ୍ୟ ସିଆରରେ ମଧ୍ୟ ଜଳସେଚନ କରିହେବ ।

ଆଧୁନିକ ପ୍ରଣାଳୀରେ ବୁନ୍ଦା ଜଳସେଚନ ଦ୍ୱାରା ଖୁବ୍ କମ୍ ଜଳରେ ଆଖୁଚାଷ କରିହେବ । ଉକ୍ତ ପ୍ରଣାଳୀରେ ସରୁ ପାଇପ୍ ଦ୍ଵାରା ଗଛମୂଳରେ ବୁନ୍ଦା ଜଳସେଚନ କରାଯାଇଥାଏ । ଏହି ପ୍ରଣାଳୀରେ ଜଳ ସହିତ ରାସାୟନିକ ସାର ମିଶାଇ ମଧ୍ୟ ଦିଆଯାଇପାରେ । ଯଦିଓ ଆରମ୍ଭରୁ ଅଧିକ ଖର୍ଚ୍ଚ ହୋଇଥାଏ, ଏହି ପ୍ରଣାଳୀରେ ଅଧିକ ଅମଳ ଓ ଶର୍କରା ଅଂଶ ମିଳୁଥିବାରୁ ଓ ପ୍ରାୟ ୫୦-୬୦ ଭାଗ ଜଳ କମ୍ ଲାଗୁଥିବାରୁ ବୁନ୍ଦା ଜଳସେଚନ ଧିରେ ଧିରେ ଲୋକପ୍ରିୟ ହେବାରେ ଲାଗିଛି ।

ଶୁଷ୍କାଞ୍ଚଳରେ  ଜଳପରିଚାଳନା

ନିଶ୍ଚିତ ଜଳସେଚନ ସୁବିଧା ନଥିବା ଜମିରେ ଆଖୁଚାଷ କରୁଥିଲେ ସମ୍ଭାବ୍ୟ ଜଳାଭାବ ଜନିତ ପରିସ୍ଥିତିକୁ ସାମନା କରିବାକୁ ଆଗୁଆ ପ୍ରସ୍ତୁତ ରହିବା ଆବଶ୍ୟକ। ଶୁଷ୍ପାଞ୍ଚଳରେ ଆଖୁଗଛର ଉଚ୍ଚତା, ପିଲଦେବା କ୍ଷମତା, ପତ୍ରସଂଖ୍ୟା କମିବା ସହ କାଣ୍ଡ ଗଡିକ ସରଆ ହୋଇଥାଏ, କାଣ୍ଡର ମଝି ଅଂଶ ଶୋଲପରି ହୋଇଯାଏ ଓ ଅମଳ କମିଯାଏ । ଆଖୁ ଫସଲରେ କିସମ ଅନୁଯାୟୀ ଜଳାଭାବ ସହଣୀ ଶକ୍ତି ଅଲଗା ଥାଏ । ଯେଉଁ କିସମର ଚେର ଅଧ୍ବକ ଭିତରକୁ ଯାଏ ଓ ପତ୍ରର ଉଷ୍ଣତା କମ୍ ରହେ ସେହି କିସମର ସହଣୀ ଶକ୍ତି ଅଧିକ ଥାଏ । ଯଥା : କୋ ୬୯ ୦୭, କୋଟି ୮୨୦୧, କୋ ୮୦୧୩, କୋଏ ୮୪୦୨, କୋ ୮୬୦୧୧, କୋ ୮୫୦୦୭, କୋସି ୯୦୦୬୩, କୋସି ୮୫୦୬୧, କୋ ୮୭୦ ୨୫, କୋ ୮୭୨୬୮ ଓ କୋଓଆର ୦୩ ୧୫୧ ( ସବିତା) । ଜଳ କଷ୍ଟ ଅଞ୍ଚଳରେ ଆଖୁ ଆଗୁଆ ଲଗାଇ ସାରିଦେବା ଦରକାର, ଯେପରିକି ଏପ୍ରିଲ-ଜୁନ୍ ବେଳକୁ ଗଛର ମରୁଡ଼ି ସହଣୀ ଶକ୍ତି ବୃଦ୍ଧି ପାଇଥିବ । ଆଖୁ ଲଗାଇଲା ବେଳେ ଆଖୁ ବିହନକୁ ୨୦ ପ୍ରତିଶତ ଚୂନ ପାଣିରେ (୧ ଲିଟର ପାଣିରେ ୨୦୦ ଗ୍ରାମ୍ ଚୂନ) ପ୍ରାୟ ୧ ଘଣ୍ଟା ବୁଡ଼ାଇ ରଖି ଜମିରେ ଲଗାଇଲେ ଗଛର ମରୁଡ଼ି ସହିଣୀ ଶକ୍ତି ବୃଦ୍ଧି ପାଏ ଓ ଚେର ଭଲ ବଢ଼ିଥାଏ । ଆଖୁ ଲଗାଇଲା ବେଳେ ପାଖ ଜମିରୁ ଶୁଖିଲା ପତ୍ରକୁ ହେକ୍ଟର ପ୍ରତି ୩ ଟନ୍ ହିସାବରେ

ସିଆର ମଝିରେ ଘୋଡ଼ାଇ ରଖୁଲେ ମାଟିରୁ ଜଳର ବାଷ୍ପୀଭବନ କମିଥାଏ, ଅନାବନା ଘାସ କମିବା ସହ ମାଟିର ଉତ୍ତାପ ଠିକ୍ ରହେ, ଫଳରେ ଗଜା ଠିକ୍ ହୁଏ । ମରୁଡ଼ି ସମୟରେ ଏକ ଲିଟର ପାଣିରେ ୨୫ ଗ୍ରାମ୍ ୟୁରିଆ ଓ ୨୫ ଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ସାର ମିଶାଇ ୩୦ ଦିନ ଅନ୍ତରରେ ୬୦, ୯୦ ଓ ୧୨୦ ଦିନରେ ସକାଳେ ବା ସନ୍ଧ୍ୟାବେଳେ ସିଞ୍ଚନ କଲେ ବହୁତ ଉପକାର ମିଳିଥାଏ ।

ବନ୍ୟା ପ୍ଲାବିତ ଖାଲୁଆ ଜମିରେ ଜଳ ପରିଚାଳନା

ଆମ ରାଜ୍ୟରେ ଅଧିକାଂଶ ଖାଲୁଆ ଓ ମଧ୍ୟମ କିସମ ଧାନ ଜମିରେ ଆଖୁଚାଷ କରାଯାଏ । ବନ୍ୟା ପ୍ଲାବିତ ବା ଖାଲୁଆ ଜମିରେ ଆଖୁଚାଷ କରିଥିଲେ ଜଳ ନିଷ୍କାସନର ବ୍ୟବସ୍ଥା ନିହାତି ଆବଶ୍ୟକ । ଆଖୁ ଫସଲ ଠିଆପାଣି ସହ୍ୟ କରିପାରେ ନାହିଁ । ଜମିରେ ପାଣି ବେଶୀଦିନ ଜମି ରହିଲେ ଚେରର ଶ୍ଵାସକ୍ରିୟା ଠିକ୍ ହୁଏନାହିଁ ଫଳରେ ଚେର ବେଶୀ ବଢ଼େନାହିଁ, ଗଛ ଅଳ୍ପ ପବନରେ ଶୋ ଇଯାଏ, ମାଟିରୁ ସର ଅଂଶ ଧୋଇଯାଏ, ଅଧୂଶ ଆଖୁଗଛ ରୋଗ ଓ ପୋକ ଆକ୍ରମଣରୁ ମରିଯାଏ, ଆଖୁଗଣ୍ଡିରୁ ନୂଆ ଶାଖା ଓ ଚେର ବାହାରି ଅମଳ ଓ ଆଖୁର ମାନ କମିଯାଏ । ବନ୍ୟା ସହଣୀ କିସମ ମଧ୍ୟରୁ ବୋ-୯୧, କୋ-୬୯ ୦୭, କୋଟି ୮୨୦୧,

କୋ ୭୨୧୯, କୋ ୮୭୦୪୪, କୋ ୬୨୧୭୫, କୋଟି ୮୮୩ ୨୨ ଓ କୋ ୮୭ ୨୬୮ ଅନ୍ୟତମେ । ଖାଲୁଆ ବନ୍ୟା ପ୍ଲାବିତ ଜମିରେ ଆଖୁ ବିହନ ଆଗୁଆ ଲଗାଇଲେ ବର୍ଷା ଦିନ ବେଳକୁ ଗଛର ଉଚ୍ଚତା ବଢ଼ି ଯାଇଥାଏ ଓ ଏହାର ବନ୍ୟା ସହଣୀ ଶକ୍ତି ଅଧିକ ହୋଇଥାଏ । ଲଗାଇବାର ୧୦୦-୧୨୦ ଦିନ ମଧ୍ୟରେ ଆଖୁ ସିଆରରେ ଉଚ୍ଚା ହୁଡ଼ା ଟେକି ଦେଲେ ଜମିରେ ରହିଥିବା ପାଣି ଆଖୁ ଫସଲର ବିଶେଷ କ୍ଷତି କରିପାରେ ନାହିଁ ।

ଆଖୁ ଅମଳ

ଆଖୁ ଫସଲର ଅମଳ ସମୟକୁ ନେଇ ବିଭିନ୍ନ ଆଖୁ କିସମକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ । ଯଥା : ସଅଳ କିସମ (୧୦ ମାସ), ମଧ୍ୟମ କିସମ (୧୨ ମାସ) ଓ ବିଳମ୍ବ କିସମ (୧୪ ମାସ କିମ୍ବା ତଦୁର୍ଭ) । ବିହନ ପାଇଁ ବ୍ୟବହାର କରିବାକୁ ଥିଲେ ଆଖୁକୁ ୮ ମାସରେ ଅମଳ କରିବା ଦରକାର । ମୂଳି ଫସଲ ଅନ୍ୟ ଆଖୁ ଫସଲଠାରୁ ଏକ ମାସ ଆଗରୁ ପାକଳ ହୋଇଥାଏ । ଜମିର ବତର, ଜଳବାୟୁ ଓ ଯବକ୍ଷା ରଜାନ ସାର ପ୍ରୟୋଗ ଅନୁସାରେ ଅମଳ ସମୟରେ ପରିବର୍ତ୍ତନ ହୋଇଥାଏ । ଆମ ରାଜ୍ୟରେ ପ୍ରାୟତଃ ସିଅଳ ଓ ମଧ୍ୟମ କିସମ ଆଖୁ ଚାଷ କରାଯାଏ, ତେଣୁ ଜାନୁୟାରୀ-ଫେବୃୟାରୀ ମାସରେ ଲାଗୁଥିବା ସଅଳ କିସମ ନଭେମ୍ବର ଡିସେମ୍ବର ମାସରେ ଓ ମଧ୍ୟମ କିସମ ପରବର୍ତ୍ତୀ ଜାନୁୟାରୀ-ଫେବୃୟାରୀ ମାସରେ ଅମଳ କରାଯାଇଥାଏ । କେତେକ କିସମରେ ଅମଳ ସମୟ ଆସିଗଲେ ଗଛରେ ଫୁଲ ଆସିଥାଏ । ଫୁଲ ଆସିଗଲେ ଗଛର ବୃଦ୍ଧି କମିଯାଏ ଓ ଶର୍କରା ଅଂଶ କମି କମି ଯାଏ । ତେଣୁ ବିଳମ୍ବରେ ଫୁଲ ଆସୁଥିବା କିସମ ବାଛିବା ଉଚିତ୍ ଓ ଫୁଲ ଆସିବା ପରେ ଆଖୁ ଅମଳ କରିଦେବା ଭଲ । ଆଖୁ ଅମଳ ଆସିବା ପରେ ଆଖୁ ଅମଳ କରିଦେବା ଭଲ । ଆଖୁ ଅମଳ ପାଇଁ ହାତ ବିକ୍ ମିଟର ସାହାଯ୍ୟରେ ପରୀକ୍ଷା କରି ବ୍ରିକ୍ସ ମୂଲ୍ୟାଙ୍କ ୧୮ ରୁ ଅଧିକ ହେଲେ ଆଖୁ କାଟିବା ଉଚିତ୍ । ସାଧାରଣତଃ ଆଖୁ ଗଛର ମୂଳ ଅଂଶରେ ଶର୍କରା ପରିମାଣ ସର୍ବାଧିକ, ମଝି ଅଂଶରେ ମଧ୍ୟମ ଓ ଉପର ଅଂଶରେ ସର୍ବନିମ୍ନ ରହିଥାଏ ତେଣୁ ସବୁବେଳେ ହାରାହାରି ବ୍ରିକ୍ସ ମିଟର ମୂଲ୍ୟାଙ୍କକୁ ଦେଖି ଆଖୁ ଅମଳ କରିବା ଉଚିତ୍ ।

ଅମଳ କଲାବେଳେ ଆଖୁଗଛକୁ ଧାରୁଆ କଟୁରୀ ସାହାଯ୍ୟରେ ମାଟିକୁ ଲଗାଇ ବା ମାଟିର ସାମାନ୍ୟ ତଳୁ କାଟିବା ଦରକାର । ଏହାଦ୍ଵାରା ଆଖୁ ଅମଳ ହେକ୍ଟର ପ୍ରତି ୨ ରୁ ୩ ଟନ୍ ଅଧିକ ହୋଇଥାଏ ଓ ଏହାର ମୂଳି ଫସଲରୁ ଅଧିକ ଗଜା ବାହାରିଥାଏ। ଆଖୁର ମୂଳ ଅଂଶରେ ଶର୍କରା ପରିମାଣ ଅଧିକ ଥିବାରୁ ଆଖୁରସର ମାନ ବଢ଼ିବା ସହ ଚିନି ବା ଗୁଡ଼ ଅଧିକ ମିଳିଥାଏ । ଆଖୁ ଅମଳ ପରେ ଗଛରୁ ଶୁଖିଲା ପତ୍ର ବାହାର କରି ଅଗିଲା ପତ୍ରକୁ ହାଣି ଦିଆଯାଏ । ଗଛରୁ ଚେର ଓ ମାଟି ଚା ସଫା କରି ପରିଷ୍କାର ଆଖୁକୁ ବିଡ଼ା ବାନ୍ଧି ୨୪ ଘଣ୍ଟା ମଧ୍ୟରେ ଗୁଡ଼ପାଇଁ ପେଡ଼ିବା ବା ଆଖୁକଳକୁ ପଠାଇ ଦେବା ଦରକାର । ଆଖୁ ଅମଳ ପରେ ପେଡ଼ିବାରେ ଡେରି ହେଲେ ଆଖୁର ଓଜନ କମିବା ସହ ଶର୍କରା ଅଂଶ ମଧ୍ୟ କମିଯାଏ । ପରୀକ୍ଷଣରୁ ଜଣାଯାଇଛି, ଅମଳ ପରେ ପେଡ଼ିବାରେ ୨୪ ଘଣ୍ଡା, ୪୮ ଘଣ୍ଟା, ଓ ୭୨ ଘଣ୍ଟା ଡେରି ହେଲେ ଆଖୁ ଓଜନ ଯଥାକ୍ରମେ ଶତକଡ଼ା ୩, ୫ ଓ ୯ ଭାଗ କମିଯିବା ସହିତ ଶର୍କରା ଅଂଶ ମଧ୍ୟ କମିଯାଏ । ଯଦି ଆଖୁ ଅମଳ ପରେ ପଡ଼ିବାରେ ବା ଚିନିକଳକୁ ପଠାଇବାରେ କୌଣସି କାରଣରୁ ଡେରି ହୁଏ ତେବେ କଟା ଆଖୁକୁ ଛାଇରେ ଗଦା କରି ତା’ ଉପରେ ଶୁଖିଲା ପତ୍ର ଘୋଡ଼ାଇ ଅଳ୍ପ ପାଣି ସିଞ୍ଚନ କରିବା ଉଚିତ୍ । ଆଖୁ ଫସଲରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଚାଷ କଲେ ହେକ୍ଟର ପ୍ରତି ହାରାହାରି ୧୦୦ ଟନ୍ ପର୍ଯ୍ୟନ୍ତ ଆଖୁ ଅମଳ ହୋଇପାରିବ ଓ ଅଧିକ ଲାଭ ମିଳିପାରିବ ।

ମୂଳିଆଖୁ ଫସଲ

ଆଖୁ ଫସଲ ଅମଳ ପରେ ମାଟି ଭିତରେ ଥିବା ଏହାର ମୁଳରୁ ଗଜା ବାହାରି ଜମିରେ ପୁନର୍ବାର ଆଖୁ ଫସଲ ଠିଆ ହୋଇଥାଏ । ଏହାକୁ ମୂଳିଆଖୁ ଫସଲ କୁହାଯାଏ । ଉପଯୁକ୍ତ ଯନ୍ ନେ ଲେ ବର୍ଷ ପରେ ବର୍ଷ ମୂଳି ଫସଲ ଅମଳ କରାଯାଇପାରେ । ମୂଳି ଫସଲ ଦ୍ଵାରା ବିହନ ଖର୍ଚ୍ଚ ପ୍ରାଥମିକ ଜମି ପ୍ରସ୍ତୁତି ଓ  ଲଗାଇବା ଖର୍ଚ୍ଚକୁ ବଞ୍ଚାଇହୁଏ ଏବଂ ଏହା ପ୍ରଥମ ଲଗା ଫସଲ ଅପେକ୍ଷା ସଅଳ ଅମଳ ହୁଏ । ସାଧାରଣତଃ ଆମ ରାଜ୍ୟରେ ଗୋଟିଏ ମୂଳି ଫସଲ ନିଆଯାଇଥାଏ । କିନ୍ତୁ ଉପଯୁକ୍ତ ଯତ୍ନ ନେଲେ ୨– ୩ ଟି ମୂଳି ଫସଲ ଚାଷ କରାଯାଇପାରିବ ।

ଆଖୁ ଫସଲ ନଭେମ୍ବର ଠାରୁ ଫେବୃୟାରୀ ମାସ ମଧ୍ୟରେ ଅମଳ କରାହେଲେ ତା’ ପରବର୍ତ୍ତୀ ମୂଳି ଫସଲର ଗଜା ଠିକ୍ ହୁଏ । ଅମଳ ଠିକ୍ ମିଳେ କିନ୍ତୁ ଫେବୃୟାରୀ ମାସ ପରେ ଆଖୁ ଅମଳ କଲେ ତାର ମୂଳି ଅପେକ୍ଷାକୃତ କମ୍ ଅମଳ ଦିଏ କାରଣ ମାର୍ଚ୍ଚ ମାସପରେ ବାୟୁମଣ୍ଡଳର ଉତ୍ତାପ ବଢ଼ିବା ସହ ଆଖୁ ମୂଳିରୁ ଗଜା ବାହାରିବାରେ ବ୍ୟାଘାତ ଘଟେ । । ଆଖୁ ଫସଲକୁ ଜମି ପତ୍ତନ ଠାରୁ ଏକ ଇଞ୍ଚ ତଳକୁ, ଯେପରିକି ମାଟି ଉପରକୁ ଖୁଣ୍ଟା ଦେଖାଯିବ ନାହିଁ ସେହି ପରି କାଟିଲେ ମୂଳିଆଖୁ ଭଲ ଗଜା ହୁଏ, ଗଛ ସଂଖ୍ୟା ଠିକ୍ ରହେ ଓ ଅମଳ ଠିକ୍ ମିଳେ । ମାଟି ଉପରେ ଥିବା ଖୁଣ୍ଡାରୁ ବାହାରିଥିବା ଗଛରେ ଯଥେଷ୍ଟ ଚେର ବାହାରେ ନାହିଁ ଓ ଆଖୁ ଗଛ ଏକ ମାସ ମଧ୍ୟରେ ଖାଦ୍ୟାଭାବରୁ ଦୁର୍ବଳ ହୋଇଥାଏ ଓ ବେଳେବେଳେ ପତ୍ର ହଳଦିଆ ପଡ଼ି ଗଛ ମରିଯାଏ ଫଳରେ ଜମିରେ ଅନେକ ଶୂନ୍ୟସ୍ଥାନ ଦେଖାଯାଏ ।

ମୂଳି ଫସଲରୁ ଅଧିକ ଅମଳ ପାଇବା ପାଇଁ ଆଖୁକଟା ହେବା ପରେ ଜମିରେ ମାଟି ଉପରକୁ ଥିବା ଖୁଣ୍ଟା ଗୁଡ଼ିକୁ ଧାରୁଆ କାଠି ବା ଫାଉଡ଼ା ସାହାଯ୍ୟର କାଟି ଦେବା ଦରକାର । କାରଣ ମାଟି ଉପରେ ଥିବା ଖୁରେ ଶର୍କରା ଅଂଶ ଅଧିକ ଥାଏ ଓ ଆଖୁ ଗୁଡ଼ିକ ନିଷ୍କ୍ରିୟ ଅବସ୍ଥାରେ ଥାଆନ୍ତି, ଆଖୁ ମୂଳିର ଚେର ଗୁଡ଼ିକ ପୁରୁଣା ଓ ଦୁର୍ବଳ ହୋଇଯାଇଥାନ୍ତି । ଆଖୁ କିଆରୀରେ ଥିବା ଶୁଖିଲା ପତ୍ରକୁ ବାହାରକୁ ବାହାର କରି କିମ୍ବା ସେଥିରେ ନିଆଁ ଲଗାଇ ତୁରନ୍ତ ଜଳସେଚନ କରିବା ଦରକାର । ଆଗରୁ ଖୁଣ୍ଟା ଗୁଡ଼ିକୁ କାଟି ନଥିଲେ ଜମି ପାଗି ଲା ପରେ ଖୁଣ୍ଟା ଗୁଡ଼ିକୁ କାଟି ଆଖୁ ଧାଡ଼ିର ହୁଡ଼ାକୁ ଉଭୟପଟୁ ଲଙ୍ଗଳ ଦ୍ୱାରା ହଳ କରି ଭାଙ୍ଗିଦେବା ଦରକାର । ଏହାଦ୍ୱାରା ପୁରୁଣା ଚେର ସବୁ ନଷ୍ଟ ହୋଇ ନୂଆ ଚେର ବାହାରି ମୂଳି ଆଖୁକୁ ବଢ଼ିବାରେ ସାହାଯ୍ୟ କରେ ।

ମୂଳି ଫସଲରେ ଯଥେଷ୍ଟ ଗଜା ନ ବାହାରି ଜମି ଖାଲି ପଡ଼ିବା ମୁଖ୍ୟ ସମସ୍ୟା ଏହାଦ୍ଵାରା ମୂଳି ଫସଲରେ ଅମଳ ଯଥେଷ୍ଟ କମିଯାଏ । ତେଣୁ ଆଖୁ ଧାଡ଼ିରେ ଖାଲି ଥିବା ସ୍ଥାନକୁ ପୂରଣ କରିବା ଆବଶ୍ୟକ । ଦୁଇ ଆଖୁ ଥିବା ଆଖୁ ଖଣ୍ଡକୁ ତଳି ଘରାରେ ଗଜାକରି କିମ୍ବା ଏକ ଆଖୁ ବିଶିଷ୍ଟ ଆଖୁ ଖଣ୍ଡକୁ ପଲିଥିନ୍ ମୁଣାରେ ଗଜାକରି ଏକ ମାସ ମଧ୍ୟରେ ଜମିରେ ଦେଢ଼ଫୁଟରୁ ଅଧିକ ଦୂରଗର ଖାଲି ସ୍ଥାନ ଲେ ଆଖୁ ଚାରାରେ ଖୁଞ୍ଚା ଦିଆଯାଏ । ଆଖୁ ଚାରା ଉଭାରି ନପାରିଲେ ପୁରୁଣା ଫସଲର ଆଖୁ ଖୁଣ୍ଡାରୁ ବାହାରିଥିବା ଗଜା ଆଖୁକୁ ଦୁଇଭାଗ କରି ମଧ୍ୟ ଖାଲି ସ୍ଥାନରେ ଲଗାଯାଇପାରେ । ଖୁଞ୍ଚାଦେବା ସମୟରେ ଜମିକୁ ଜଳସେଚନ କରିବା ନିହାତି ଦରକାର ।

ପ୍ରଥମ ଫସଲ ଅପେକ୍ଷା ମୂଳି ଫସଲରେ ଯବକ୍ଷାରଜାନ ସାରି ଅଧିକ ପ୍ରୟୋଗ କରାଯାଏ । ଆଖୁ ହୁଡ଼ାକୁ ଭାଙ୍ଗିବା ପରେ ହେକ୍ଟର ପ୍ରତି ସଢ଼ା ଗୋବର ଖତ ୫ ଟନ୍ ସହ ଆଖୁ କଳ ମଇଳା ୫ ଟନ୍ ଜମିରେ ପ୍ରୟୋଗ କରିବା ଦରକାର । ମୂଳି ଫସଲରେ ହେକ୍ଟର ପ୍ରତି ସମୁଦାୟ ୩୦୦ କିଲୋଗ୍ରାମ୍ ଯବକ୍ଷାରଜାନ ସହିତ ୧୦୦ କିଲୋଗ୍ରାମ୍ ଫସଫରସ ଓ ୬୦ କିଲୋଗ୍ରାମ୍ ପଟାସ ସାର ଦିଆଯାଏ । ଗୋବର ଖତ ସହ ସମ୍ପୂର୍ଣ୍ଣ ୧୦୦ କିଲୋଗ୍ରାମ୍ ଫସଫରସ, ୩୦ କିଲୋଗ୍ରାମ୍ ପଟାସ୍ ଓ ୧୦୦ କିଲୋଗ୍ରାମ୍ ଯବକ୍ଷାରଜାନ ସାରକୁ ପ୍ରୟୋଗ କରାଯାଏ । ତା’ ପରେ ଗୁଳି କଟାଯିବାର ୪୫ ଦିନ ମଧ୍ୟରେ ଆଉ ୧୦୦ କିଲୋଗ୍ରାମ୍ ଯବକ୍ଷାରଜାନ ସାର ଦେଇ ୯୦ ଦିନ ମଧ୍ୟରେ ବାକି ୧୦୦ କିଲୋଗ୍ରାମ୍ ଯବକ୍ଷାରଜାନ ସାର ସହ ବାକି ୩୦ କିଲୋଗ୍ରାମ୍ ପଟାସ୍ ସାର ମିଶାଇ ପ୍ରୟୋଗ କରାଯାଏ । ସାର ପ୍ରୟୋଗ ପରେ ପ୍ରତିଥର ଜଳସେଚନ ନିଶ୍ଚୟ କରିବା ଉଚିତ । ମୂଳି ଫସଲରେ ସବୁଜ ସାର ଭାବେ ଧନିଚା, ବରଗୁଡ଼ି, ଛଣ ଆଦି ଦୁଇ ହୁଡ଼ା ମଧ୍ୟରେ ଚାଷ କରି ଦେଢ଼ମାସ ମଧ୍ୟରେ ମାଟିରେ ମିଶାଇ ଦେଲେ ମାଟିର ଉର୍ବରତା ବଢ଼େ ଓ ମୂଳି ଫସଲରୁ ଅଧିକ ଅମଳ ଓ ଲାଭ ମିଳେ ।

ମୂଳି ଫସଲର ଅନ୍ୟାନ୍ୟ ଯତ୍ନ ପ୍ରଥମ ଲଗା ଫସଲ ସହ ସମାନ ଅଟେ । କେବଳ ମୂଳି ଫସଲରୁ ରସ ବାହାର କରି ଚିନି ବା ଗୁଡ଼ି ତିଆରି କଲେ ଚିନି ବା ଗୁଡ଼ ପରିମାଣ କମିଯାଇପାରେ । ତେଣୁ ସୁବିଧା ଥିଲେ ମୂଳି ଆଖୁ ଓ ଲଗା ଆଖୁ ସମାନ ପରିମାଣର ମିଶାଇ ପେଡ଼ି ଗୁଡ଼ ବା ଚିନି ପ୍ରସ୍ତୁତ କଲେ ଅଧିକ ଲାଭ ମିଳେ । ମୂଳି ଫସଲର ଉପଯୁକ୍ତ ଯତ୍ନ ନେଲେ ହେକ୍ଟର ପ୍ରତି ୮୦ ଟନ୍ ପର୍ଯ୍ୟନ୍ତ ଅମଳ ମିଳେ ।

ଆଖୁ ଫସଲର ଲାଭକ୍ଷତି ହିସାବ (ଏକ ହେକ୍ଟର ପ୍ରତି ଟଙ୍କାରେ)

ଲଗା ଫସଲ

ମୂଳି ଫସଲ

ଜମି ପ୍ରସ୍ତୁତି (ହଳ ଓ ଟ୍ରାକ୍ଟର ଭଡ଼ା)

୪୦୦୦

୨୦୦୦

ବିହନ ଖର୍ଚ୍ଚ

୧୫,୦୦୦

-         

ବିହନ ବିଶୋଧନ

୫୦୦

-

ଜୈବିକ ଖତ (୧୦ ଟନ୍)

୫୦୦୦

୫୦୦୦

ରାସାୟନିକ ସାର (୨୫୦:୧୦୦:୬୦ /  ୩୦୦:୧୦୦:୬୦ କି.ଗ୍ରା. ଏନ୍.ପି.କେ)

୭୦୦୦

୭୫୦୦

ମାଟି ବିଶୋଧନ ( ଫୋରେଟ୍ ୨୦ କି.ଗ୍ରା.)

୧୦୦୦

୧୦୦୦

ରୋଗପୋକ ନିୟନ୍ତ୍ରଣ

୨୦୦୦

୨୦୦୦

ରାସାୟନିକ ଘାସମରା ଔଷଧ

୧୫୦୦

୧୫୦୦

ଜଳସେଚନ ଖର୍ଚ୍ଚ

୫୦୦୦

୫୦୦୦

୧୦

ମୂଲିଆ ଖର୍ଚ୍ଚ ୬୦୦/ ୫୦୦ ଜଣ (ଦିନକୁ ୯୦ ଟଙ୍କା ହିସାବରେ)

କ) ବିହନ କାଟିବା, ଲଗାଇବା ଓ ଶୂନ୍ୟସ୍ଥାନ ପୂରଣ କରିବା (୧୫୦ ଜଣ/୫୦ ଜଣ)

ଖ) କୋଡ଼ାଖୁସା, ହୁଡ଼ାଟେକା (୧୮୦ ଜଣ)

ଗ) ଭେଳାବନ୍ଧା (୫୦ ଜଣ)

ଘ) ଜଳସେଚନ (୫୦ ଜଣ)

ଙ) ରୋଗପୋକ ନିୟନ୍ତ୍ରଣ (୨୦ ଜଣ)

(ଚ) ଅମଳ ଓ ପରିବହନ ( ୧୫୦ ଜଣ)

୫୪୦୦୦

୪୫ ୦୦୦

. ସମୁଦାୟ ଖର୍ଚ୍ଚ    ମୋଟ ଆଦାୟ

( ହେକ୍ଟର ପ୍ରତି ଲଗା ଫସଲ ୧୦୦ ଟନ୍, ମୂଳି ଫସଲ ୮୦ ଟନ୍ ଓ ଟନ୍ ପ୍ରତି ୧୫୦୦ ଟଙ୍କା  ହିସାବରେ )

୯୫ooo

 

୧୫ ୦୦୦୦

୬୯୦୦୦

 

୧୨୦୦୦୦

ମୋଟ ଲାଭ

୫୫୦୦୦

୫୧୦୦୦

ଆଧାର -"ଓୟୁଏଟି"

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top