ହୋମ / କୃଷି / ଜଳସେଚନ / ଉତ୍କଟ ଜଳ ସମସ୍ୟାରୁ ଫସଲକୁ ବଞ୍ଚାଇବେ କିପରି ?
ସେଆର କରନ୍ତୁ

ଉତ୍କଟ ଜଳ ସମସ୍ୟାରୁ ଫସଲକୁ ବଞ୍ଚାଇବେ କିପରି ?

ଉତ୍କଟ ଜଳ ସମସ୍ୟାରୁ ଫସଲକୁ ବଞ୍ଚାଇବେ କିପରି ? ସେ ସମ୍ଵନ୍ଧିତ ତଥ୍ୟ ।

ଗ୍ରୀଷ୍ମଋତୁ ଆଗମନ ପ୍ରାୟ I ତେବେ ଆଗକୁ ଆସୁଥିବା ଉତ୍କଟ ଜଳ ସମସ୍ୟାରୁ ଜୀବଜଗତକୁ ବଞ୍ଚାଇବା ପାଇଁ ଖରାଦିନିଆ ବର୍ଷାଜଳକୁ ବିଭିନ୍ନ ଉପାୟରେ ସଂରକ୍ଷଣ, ବୃକ୍ଷ ଚାରିପଟେ ମଳା, ଅଚଳ ଥିବା ନଳକୂପ ଓ ସେଚ ପଏଣ୍ଟକୁ ତୁରନ୍ତ ମରାମତି, କେନାଲ ଜଳର ସଦୁପଯୋଗ, ଫସଲ ବଞ୍ଚାଇବା ପାଇଁ ପମ୍ପର ବ୍ୟବହାର, ସିଞ୍ଚନ, ଡ୍ରିପ୍ ଓ ପିଚ୍ ର ଜଳସେଚନ ବ୍ୟବସ୍ଥା, ନୂତନ ଜଳ ଅମଳ ପ୍ରକଳ୍ପ ସୃଷ୍ଟି ଓ ପୁରାତନ ପ୍ରକଳ୍ପର ରକ୍ଷଣାବେକ୍ଷଣ, ବନ ଜଙ୍ଗଲରେ ଥିବା ଗଡିଆ, ପୋଖରୀର ପୁନରୁଦ୍ଧାର, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା  ଇତ୍ୟାଦିକୁ ଆପଣାଇବାର ଆବଶ୍ୟକତା ରହିଛି । ଏହାର ବିଭିନ୍ନ ବୈଜ୍ଞାନିକ ଦିଗ ଉପସ୍ଥାପନା କରାଯାଇଛି ।

ଜୀବଜଗତ ବଞ୍ଚିରହିବା ପାଇଁ ଜଳ ନିତାନ୍ତ ଆବଶ୍ୟକ । ଏହାଛଡ଼ା ଜଳାଭାବ ଓ ଦୂଷିତ ଜଳଯୋଗୁଁ ଆମ ରାଜ୍ୟରେ ଅନେକ ମନୁଷ୍ୟ, ପଶୁପକ୍ଷୀ ପ୍ରତିବର୍ଷ ବିଶେଷ କରି ମାର୍ଚ୍ଚ, ଏପ୍ରିଲ ଓ ମୋ ମାସରେ ପ୍ରାଣ ହରାଇଥାନ୍ତି । ସେହିପରି ପର୍ଯ୍ୟାପ୍ତ ପରିମାଣର ଫସଲ ନଷ୍ଟ ହୋଇଥାଏ । ଖରାଦିନେ ଦେଖାଦେଉଥିବା ଉତ୍କଟ ଜଳ ସମସ୍ୟାରୁ ଜୀବଜଗତକୁ ବଞ୍ଚାଇବା ପାଇଁ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ସମ୍ପର୍କରେ ସୁଚନା ଦିଆଯାଇଛି ।

ଖରାଦିନିଆ ବର୍ଷାଜଳ ସଂରକ୍ଷଣ

ଆମ ରାଜ୍ୟରେ ଗ୍ରୀଷ୍ମଋତୁରେ ୧୦୦ ରୁ ୧୫୦ ମିଲିମିଟର ବର୍ଷା ହୋଇଥାଏ । ଯାହାକି ଇସ୍ରାଏଲର ବାର୍ଷିକ ବୃଷ୍ଟିପାତ ସଙ୍ଗେ ସମାନ । ଏତିକି ପରିମାଣର ବର୍ଷାଜଳକୁ ସଦୁପଯୋଗ କରି ଇସ୍ରାଏଲ ଆଜି ସୁଜଳ ସୁଫଳା ଶସ୍ୟ ଶ୍ୟାମଳା ହୋଇପାରିଛି । ସେ ଦେଶର ଲୋକ ମାନେ ଖାଦ୍ୟଶସ୍ୟ ରେ ସ୍ଵାବଲମ୍ବୀ ହୋଇପାରିଛନ୍ତି । ସମୟ ଆସିଛି, ଆସନ୍ତୁ ଆମେ ଖରାଦିନିଆ ବର୍ଷାଜଳ ସଂରକ୍ଷଣ କରି ଚାଷ କ୍ଷେତ୍ର ଚେର ଓ ପାନୀୟ ଜଳର ଅଭାବ ମେଣ୍ଟାଇବା।

  • ପ୍ରତ୍ୟେକ ଜମିର ହୁଡ଼ାକୁ ମରାମତ କରି ବର୍ଷାଜଳକୁ ଜମିରେ ବାନ୍ଧି ରଖନ୍ତୁ ।
  • ବାଡ଼ି ବଗିଚାର ଚତୁଃପାର୍ଶ୍ଵରେ ହୁଡ଼ା ଦେଇ ବର୍ଷାଜଳକୁ ସଂରକ୍ଷଣ କରନ୍ତୁ ।
  • ଗାଁ ପାଣି ଗାଁ'ରେ ଓ ଗାଁ ମାଟି ଗାଁ'ରେ ବାନ୍ଧି ରଖନ୍ତୁ ।
  • ଫଳ ବଗିଚାର ପ୍ରତ୍ୟେକ ଗଛ, ରାସ୍ତା ପାର୍ଶ୍ଵରେ ଚାରା ଚାରିପଟେ ମନ୍ଦା କରି ଗଛମୂଳେ ବର୍ଷାଜଳ ସଂରକ୍ଷଣ କରନ୍ତୁ । ବାଷ୍ପୀକରଣକୁ କମାଇବା ପାଇଁ ମନ୍ଦା ଭିତରେ ଶୁଖିଲା ଡ଼ାଳପତ୍ର ପକାଇ ତାହାକୁ ଘୋଡ଼ାଇ ରଖନ୍ତୁ ।
  • ଘର ଛାତ ଉପରେ ବର୍ଷାଜଳକୁ ସଂରକ୍ଷଣ କରି ଘରକୁ ଲାଗିଥିବା ପାକଶାଳା ବଗିଚାରେ ଜଳସେଚନ କରନ୍ତୁ ।
  • ବର୍ଷାଜଳ ଅଧିକ ପରିମାଣରେ ମାଟି ଭିତରେ ପ୍ରବେଶ କରିବା ପାଇଁ ଜମିକୁ ଖରାଟିଆ ଚାଷ କରନ୍ତୁ ।
  • ପାହାଡ଼ିଆ ଓ ଗଡ଼ାଣିଆ ଜମିରେ ୨ ଠ ରୁ ୨୫ ଫୁଟ ବ୍ୟବଧାନରେ ବନ୍ଧ ଦେଇ ପଟି ପ୍ରସ୍ତୁତ କରି ଚାଷ କରନ୍ତୁ ।
  • ଫସଲ ପର୍ଯ୍ୟାୟ ଅବଲମ୍ବନ କରି ବର୍ଷାଜଳର ସଦୁପଯୋଗ କରନ୍ତୁ ।
  • ଆବଶ୍ୟକ ସୁଲେ ନୂତନ ଜଳ ଅମଳ ପ୍ରକଳ୍ପ ସୃଷ୍ଟି ଓ ପୁରାତନ ଜଳ ଅମଳ ପ୍ରକଳ୍ପର ବନ୍ଧକୁ ସୁଦୃଢ଼ କରିବା ସହ ବର୍ଷାଜଳ ସଂଗ୍ରହ କରି ଫସଲରେ ବ୍ୟବହାର କରନ୍ତୁ।

ଜଳସେଚନ ପ୍ରକଳ୍ପର ସୁପରିଚାଳନା

ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକୁ ସୁପରିଚାଳନା କରି ପ୍ରାୟ ୩ ଲକ୍ଷ ହେକ୍ଟର ଚାଷଜମିକୁ ଜୀବନ ରକ୍ଷାକାରୀ ଜଳସେଚନ ହିସାବରେ ଯୋଗାଇ ଦିଆଯାଇପାରିବ । ଏଥିପାଇଁ ଜଳ ସମ୍ପଦ ବିଭାଗ ବିହିତ ପଦକ୍ଷେପ ନେବା ଆବଶ୍ୟକ ।

ଉଠା ଜଳସେଚନ ପଏଣ୍ଟର ମରାମତି

ଆମ ରାଜ୍ୟରେ ଥିବା ଉଠା ଜଳସେଚନ ପଏଣ୍ଟ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ପଏଣ୍ଟ ଅଚଳ ଅବସ୍ଥାରେ ପଡ଼ିରହିଛି । ଯୁଦ୍ଧକାଳୀନ ଭିତ୍ତିରେ ଏହି ଅଚଳ ପଏଣ୍ଟ ଗୁଡ଼ିକର ମରାମତି କରାଯାଇ ଚଳାଇବାର ବ୍ୟବସ୍ଥା କରାଗଲେ ପ୍ରାୟ ୧ ଲକ୍ଷ ହେକ୍ଟର ଜମିର ଫସଲକୁ ସୁରକ୍ଷିତ ରଖିହେବ ।

କୂପ ଓ ନଳକୂପ ମରାମତି

ପୋତି ହୋଇରହିଥିବା କୂପ ଓ ଅଚଳ ହୋଇପଡ଼ିଥିବା ନଳକୂପଗୁଡ଼ିକୁ ତୁରନ୍ତ ମରାମତି କରିଦେଲେ ଆଗକୁ ଆସୁଥିବା ଉତ୍କଟ ପାନୀୟ ଜଳ ସମସ୍ୟାର କେତେକାଂଶ ସମାଧାନ ହୋଇପାରିବ ।

ପମ୍ପର ବ୍ୟବହାର

ଅଚଳ ଥିବା ପାଣି ପମ୍ପ ଗୁଡ଼ିକୁ ତୁରନ୍ତ ମରାମତି କରି ଦିଅନ୍ତୁ । ଏତଦବ୍ୟତୀତ ଡ଼ିଲେଜଲ ପମ୍ପ, ଇଲେକ୍ଟ୍ରି ପମ୍ପ, କୃଷକ ବନ୍ଧୁ ପମ୍ପ, ପେଡ଼ାଲ ଚାଳିତ ପମ୍ପ ଇତ୍ୟାଦି ରିହାତି ମୂଲ୍ୟରେ କୃଷକଙ୍କୁ କୃଷି ଯାନ୍ତ୍ରିକ ସଂସ୍ଥା  ଜରିଆରେ ଯୋଗାଇ ଦିଆଯାଉଛି।

ଚାଷୀ ଭାଇମାନେ ଏହାର ସୁଯୋଗ ନେଇ ନଦୀ, ଗାଡ଼ିଆ, ପୋଖରୀ ଆଦିରୁ ପାଣି ଉଠାଇ ଫସଲକୁ ଜଳସେଚିତ କରନ୍ତୁ । ଆବଶ୍ୟକ ସୁଲେ ପିଇବା ପାଣି ଛାତ ଉପରୁ ଟାଙ୍କିକୁ ଉଠାଇ ବ୍ୟବହାର କରନ୍ତୁ ।

ସିଞ୍ଚନ ପ୍ରଣାଳୀ ଜଳ ସେଚନ

ପନିପରିବା, ଶାଗ, ଫୁଲ ଚାଷ ଇତ୍ୟାଦିରେ ସିଞ୍ଚନ ପ୍ରଣାଳୀ ଜଳସେଚନ ବ୍ୟବସ୍ଥା କଲେ, କମ ପାଣିର ଆବଶ୍ଯକତା ପଡ଼ିଥାଏ । ତେଣୁ ଯେଉଁ ଚାଷ ଜମି ପାଖରେ ଜଳର ପରିମାଣ କମ୍ ଥାଏ। ସେଠାରେ ସିଞ୍ଚନ ପ୍ରଣାଳୀ ଅବଲମ୍ବନ କରନ୍ତୁ ।

ବୁନ୍ଦା ଜଳସେଚନ ର ବ୍ୟବହାର

ଯେଉଁ ଚାଷଜମି ପାଖରେ ଜଳର ଉତ୍ସ ବହୁତ କମ୍। ଥାଏ, ସେଠାରେ ସିଞ୍ଚନ ପ୍ରଣାଳୀ ଭଳି ବୁନ୍ଦା ଜଳସେଚନ ଅବଲମ୍ବନ କରାଯାଏ । ଏହି ପ୍ରଥା ପ୍ରଥମେ ଇସ୍ରାଏଲ୍ ଦେଶରେ ଆରମ୍ଭ ହୋଇ କ୍ରମେ କ୍ରମେ ପୃଥିବୀର ପ୍ରାୟ ସବୁ ଦେଶରେ ଆଦୃତ ହୋଇପାରିଛି । କାରଣ ଏହି ଜଳସେଚନ ପ୍ରଣାଳୀରେ ଧୀରେ ଧୀରେ ଅର୍ଥାତ୍ ବୁନ୍ଦା ବୁନ୍ଦା ହୋଇ ଜଳ ଗଛର ଜୋଟର ପାଖର ଦରକାର ସମୟରେ ଓ ନିର୍ଦ୍ଦିଷ୍ଟ ପରିମାଣ ଚେର ପହଞ୍ଚିପାରେ । ପ୍ରତ୍ୟେକ ଗଛ  ଅତି ସହଜରେ ଓ କମ୍ ସମୟ ମଧ୍ୟରେ ଚେର ସାହାଯ୍ୟରେ ଜଳଗ୍ରହଣ କରି ଅମଳ ବୃଦ୍ଧି କରିଥାଏ । ବିଶେଷକରି ଶୁଷ୍କାଞ୍ଚଳରେ ଫଳ ଚାଷ ପାଇଁ ବୁନ୍ଦା ଜଳସେଚନର ଆବଶ୍ୟକତା ରହିଛି । ପୁନଶ୍ଚ ଜଳରେ ଆବଶ୍ୟକ ମୁତାବକ ସାର ମିଶାଇ ଦେବା ଫଳରେ ଗଛ ସହଜରେ ସାର ପାଇ! ବଢ଼େ । ଫଳରେ ଅଛି। ଜଳ ଭଳି ଅଛି ସାର ମଧ୍ୟ ଆବଶ୍ୟକ ହୁଏ । ଏହାର ବିଶେଷତ୍ଵ ହେଲେ, ଜଳ ବାଷ୍ପୀକରଣ ଓ ମାଟି ଝରି ନଷ୍ଟ ହୋଇ ନଥାଏ । ଶୁଷ୍କାଞ୍ଚଳ, ଲୁଣିଆ ସ୍ଥାନ ଓ ନିମ୍ନମାନର ଜଳ ଥିବା । ସ୍ଥାନରେ ମଧ୍ୟ ଅତି ଦକ୍ଷତାର ସହ କାର୍ଯ୍ୟ କରିପାରେ ।

ପିଚ୍ର ଜଳସେଚନର ଗୁରୁତ୍ଵ

ଏହି ପ୍ରଣାଳୀ ଜଳସେଚନ ପାଇଁ ମାଠିଆ, ପଲିଥିନ୍ ଜରି, କ୍ଷୀର ପ୍ୟାକେଟର ଜରି, କୁଟା, ମୋଟା ସୂତା ବା ଝୋଟ ଇତ୍ୟାଦି ଆବଶ୍ୟକ ପଡ଼ିଥାଏ । ମାଟିଆ କିମ୍ବା ଜରି ପ୍ୟାକେଟର ତଳେ ଗୋଟିଏ ଛୋଟ କଣା କରି ଦିଆଯାଏ । ତା' ଭିତରେ ସୂତା, ଝୋଟର ସଳିତାକୁ ଗଣ୍ଠି ପକାଇ ସେହି କଣାବାଟେ ତଳକୁ ଝୁଲାଇ ଦିଆଯାଏ । ତା'ପରେ ସେଥିରେ ପାଣି ପୂରାଇ ଗଛମୂଳେ ଟାଙ୍ଗି ଦିଆଯାଏ । ଫଳରେ ଗଛ ବୁନ୍ଦା ବୁନ୍ଦା ଜଳ ପାଇଥାଏ ।

ବଣଜଙ୍ଗଲରେ ଜଳାଶୟର ପୁନଃରୁଦ୍ଧାର

ଖରାଦିନେ ବଣଜଙ୍ଗଲର ପଶୁପକ୍ଷୀ ଜଳବିନା ପ୍ରାଣ ହରାଇଥାନ୍ତି । ତେଣୁ ବଣ ଜଙ୍ଗଲରେ ପୋତି ହୋଇପଡ଼ିଥିବା ଜଳାଶୟର ପୁନଃରୁଦ୍ଧାର ସଙ୍ଗେ ସଙ୍ଗେ ନୂତନ ଜଳାଶୟ ଖନନ କରି ବର୍ଷାଜଳ ଓ ଝରଣା ଜଳକୁ ସଂରକ୍ଷଣ କଲେ ପଶୁପକ୍ଷୀ ମୃତ୍ୟୁକବଳରୁ ରକ୍ଷା ପାଇପାରିବେ ।

ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା

କୋଠାଘର ଛାତ ଉପରେ ପଲିଥିନ୍ ଆସ୍ତରଣ କରି ପ୍ରଥମ ଅସରା ଓ ବର୍ଷା ପରେ ବର୍ଷାଜଳକୁ ସଂଗ୍ରହ କରି ବିଶୁଦ୍ଧ ପାନୀୟ ଜଳ ସଂଗ୍ରହ କରି ପିଇବା ପାଇଁ ଜଳକ୍ଲିଷ୍ଟ ଅଞ୍ଚଳରେ ବ୍ୟବହାର କରାଯାଇପାରିବ । ଅଧିକ ବର୍ଷା ହେଲେ ଛାତ ଉପର ପାଣିକୁ ଘର କମ୍ପାଉଣ୍ଡ ମଧ୍ୟରେ  ଗୋଟିଏ କମ୍ପ୍ୟୁବିକ୍ ଫୁଟର ଗାତ ଖୋଳି ତଳେ ପଲିଥିନ ଦେଇ ବର୍ଷାଜଳକୁ ସଂରକ୍ଷଣ କରି ଏହାକୁ ବିଶୁଦ୍ଧ କରି ପାନୀୟ ଜଳ ଭାବେ ଶସ୍ୟା ଶ୍ୟାମଳା, ଓଡ଼ିଶା ନଦୀମାତୃକାର ରାଜ୍ୟ ହେଲେ ବି ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହୋଇଛି । ଏଣୁ ଏଭଳି ପରିସ୍ଥିତିରେ ଉପରୋକ୍ତ ପଦ୍ଧତି ଅବଲମ୍ବନ କରି ନିଜ ନିଜର ଫସଲକୁ ସୁରକ୍ଷିତ ରଖିବା ଏକାନ୍ତ ଅପରିହାର୍ଯ୍ୟ ।

ଲେଖା ଏବଂ  ପ୍ରାପ୍ତ - ପ୍ରଫେସର ସଞ୍ଜୟକୁମାର ସାମନ୍ତରାୟ, ଓୟୁଏଟି, ଭୁବନେଶ୍ଵର

3.12195121951
Gadadhar sahoo Oct 29, 2018 02:51 PM

ଜଳ ଅଭାବରୁ ଫସଲକୁ ରକ୍ଷାକରିବା ଉପାୟ ବିଷୟରେ ଜାଣିଲି I ଏବେ ମୁଁ ଜଳ ସଂରକ୍ଷଣ କରି ଭଲ ଫସଲ ଅମଳ କରିପାରିବି I

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top