ହୋମ / କୃଷି / ଜଳସେଚନ / ଓଡିଶାର ମୃତ୍ତିକା ଓ ଏହାର ସୁବିନିଯୋଗ (ଭୌଗୋଳିକ ଅବସ୍ଥିତି ଓ ଜଳବାୟୁ)
ସେଆର କରନ୍ତୁ

ଓଡିଶାର ମୃତ୍ତିକା ଓ ଏହାର ସୁବିନିଯୋଗ (ଭୌଗୋଳିକ ଅବସ୍ଥିତି ଓ ଜଳବାୟୁ)

ଓଡିଶାର ବିଭିନ୍ନ ଜିଲ୍ଲାରେ ଭୂମି ଓ ଜଳବାୟୁ ସମ୍ବନ୍ଧିତ ତଥ୍ୟ ।

ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅବସ୍ଥିତି ଓ ବିସ୍ତୁତି

ଓଡିଶା ରାଜ୍ୟ  ୪୭ ରୁ ୩୩ ଉତ୍ତର ଅକ୍ଷାଂଶ ଓ ୨୧ ରୁ ୩୦ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ   ।  ଏହାର ଉତ୍ତର ପୂର୍ବରେ ପଶ୍ଚିମ ହିଁ,  ଉତ୍ତର ରେ ବିହାର , ଦକ୍ଷିଣ ପୂର୍ବରେ ଆନ୍ଦ୍ରପ୍ରଦେଶ , ପଶ୍ଚିମରେ ଛତିଶଗଡ ଏବଂ ପୂର୍ବରେ ବଙ୍ଗୋପସାଗର ଅବସ୍ଥିତ   ।  ରାଜ୍ୟର କ୍ଷେତ୍ରଫଳ ୧୫.୫୭ ନିୟୁତ ହେକ୍ଟର ଯାହାକି ଦେଶର ସମୁଦାଯ କ୍ଷେତ୍ରଫଳର ୪.୭ ଶତାଂଶ   ।  ପ୍ରାୟ ୩.୭୮ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟକୁ ୩୦ ଟି ପ୍ରଶାସନିକ ଜିଲ୍ଲାରେ ବିଭକ୍ତ କରାଯାଇଛି   ।

ଓଡିଶାର ଜିଲ୍ଲାମାନଙ୍କର କ୍ଷେତ୍ରଫଳ ଓ ମୁଖ୍ୟ କାର୍ଯ୍ୟାଳୟ -

ଜିଲ୍ଲାର ନାମ

କ୍ଷେତ୍ରଫଳ

ମୁଖ୍ୟ କାର୍ଯ୍ୟାଳୟ

ବାଲେଶ୍ଵର

୩୭୧

ବାଲେଶ୍ଵର

ଭଦ୍ରକ

୨୭୯

ଭଦ୍ରକ

ବଲାଙ୍ଗୀରି

୬୫୫

ବଲାଙ୍ଗୀରି

ସୋନପୁର

୨୨୯

ସୋନପୁର

କଟକ

୩୯୨

କଟକ

ଜଗତସିଂହପୁର

୧୭୪

ଜଗତସିଂହପୁର

ଯାଜପୁର

୨୮୯

ଯାଜପୁର

କେନ୍ଦ୍ରାପଡା

୨୫୭

କେନ୍ଦ୍ରାପଡା

ଢେଙ୍କାନାଳ

୪୬୦

ଢେଙ୍କାନାଳ

ଅନୁଗୁଳ

୬୩୫

ଅନୁଗୁଳ

ଗଞ୍ଜାମ

୮୭୦

ଛତ୍ରପୁର

ଗଜପତି

୩୮୧

ପାରଳାଖେମୁଣ୍ଡି

କଳାହାଣ୍ଡି

୮୨୦

ଭବାନୀପାଟଣା

ନୂଆପଡା

୩୪୧

ଖଡିଆଳ

କେନ୍ଦୁଝର

୮୩୦

କେନ୍ଦୁଝର

କୋରାପୁଟ

୮୩୮

କୋରାପୁଟ

ମାଲକାନାଗିରି

୬୨୧

ମାଲକାନାଗିରି

ନବରଙ୍ଗପୁର

୫୧୯

ନବରଙ୍ଗପୁର

ରାୟଗଡ

୭୫୯

ରାୟଗଡ

ମୟୂରଭଞ୍ଜ

୧୦୪୨

ବାରିପଦା

କନ୍ଧମାଳ

୭୬୦

ଫୁଲବାଣୀ

ବୌଦ

୩୪୪

ବୌଦ

ପୁରୀ

୩୦୬

ପୁରୀ

ଖୋର୍ଦ୍ଧା

୨୮୯

ଖୋର୍ଦ୍ଧା

ନୟାଗଡ

୩୯୬

ନୟାଗଡ

ସମ୍ବଲପୁର

୬୭୧

ସମ୍ବଲପୁର

ବରଗଡ

୫୮୩

ବରଗଡ

ଦେବଗଡ

୨୭୮

ଦେବଗଡ

ଝାରସୁଗୁଡା

୨୨୦

ଝାରସୁଗୁଡା

ସୁନ୍ଦରଗଡ

୯୭୧

ସୁନ୍ଦରଗଡ

ଭୂପ୍ରକୃତି,  ଉଚ୍ଚାବର, ଓ ନିକାଶ

ଭୂମି, ସଜା, ସିଳା, ଇତିହାସ, ଭୂମିର ଉଚ୍ଚାବର ଏବଂ କ୍ଷୟ ଆଦିକୁ ନେଇ ରାଜ୍ୟକୁ ମୁଖ୍ୟତଃ ୪ ଗୋଟି ପ୍ରାକୃତିକ ଅଞ୍ଚଳରେ ବିଭକ୍ତ କରାଯାଇଛି   ।  ଯଥା -

ପ୍ରାକୃତିକ

କ୍ଷେତ୍ରଫଳ

କ୍ଷେତ୍ରଫଳ

ଉପରସ୍ଥ ମାଳଭୂମି

୩୫୬୧୬.୦୩

୨୨.୮

କେନ୍ଦ୍ରୀୟ ଉଚ୍ଚ  ଭୂଭାଗ

୩୫୮୯୬.୦୩

୨୩.୨

ପୂର୍ବଘାଟ  ପର୍ବତମାଳା

୫୫୯୬୫.୯୬

୩୬.୦

ପୂର୍ବ ଉପକୂଳବର୍ତ୍ତୀ

ସମତଳ ଅଞ୍ଚଳ

୨୭୯୮୨.୯୮

୧୮.୦

ସମୁଦାୟ

୧୫୫୪୬୧.୦୦

୧୦୦.୦

ଭୂତତ୍ତ୍ଵିକ, ଭୌତିକ ଅବସ୍ଥା, ଜଳବାୟୁ, ଗଠନ ଓ ମୃତ୍ତିକାକୁ ନେଇ ଉକ୍ତ ମୁଖ୍ୟ ପ୍ରାକୃତିକ  ଅଞ୍ଚଳ ଗୁଡିକୁ ଅନେକ ଗୁଡିଏ ପ୍ରାକୃତିକ ଉପାଞ୍ଚଳରେ ବିଭକ୍ତ କରାଯାଇଛି  ।  ବାରମ୍ବାର ଭୂପୃଷ୍ଠ କ୍ଷୟ, ପଟୁ ପତ୍ତନ ଓ ଆଗ୍ନେୟ ପ୍ରକ୍ରିୟାର ସମାବେଶରେ ବର୍ତ୍ତମାନର ଭୂମି ରୂପ ସୃଷ୍ଟି ହୋଇଛି   ।  ଆରକିଆନ ସମୟଠାରୁ ଆରମ୍ଭ କରି ପେଷ୍ଟୋସିନ ଓ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଭୂତତ୍ତ୍ଵିକ ପ୍ରକ୍ରିୟା ହିଁ ଇତିହାସର ଉଚ୍ଚାବତ ପରିସ୍ଥିତି ପାଇଁ ଦାୟୀ   ।  ରାଜ୍ୟ ମଧ୍ୟ ଦେଇ ପଶ୍ଚିମରୁ ପୂର୍ବରୁ ବହି ଯାଇଥିବା ମହାନଦୀ ଏହାକୁ ୨ ଭାଗରେ ବିଭକ୍ତ କରୁଛି  । ପ୍ରତ୍ୟେକ ଭାଗର ବୈଶିଷ୍ଟ୍ୟ ଅଛି   ।

ଉତ୍ତରସ୍ଥ ମାଳଭୂମି :

ଉତ୍ତରସ୍ଥ ମାଳଭୂମି ଛୋଟନାଗପୁର ମାଳଭୂମିର ଏକ ବର୍ଦ୍ଧିତ ଅଂଶ   ।  ଉକ୍ତ ମାଳଭୂମି ଉଚ୍ଚତା ବିଶିଷ୍ଟ ଉଚ୍ଚ ଭୂମିକୁ ନେଇ ଗଠିତ ଏବଂ ଏହା ନିଚ ଗୋଲାକାର ପାହାଡ ଓ ପୁରୁଣା ଉପତ୍ୟକା ଦ୍ଵାରା ପରିବେଷ୍ଟିତ   ।  ଏଥିରେ ମୟୂରଭଞ୍ଜ , କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲା ଅବସ୍ଥିତ ଏବଂ ଏହା ସମଗ୍ର ରାଜ୍ୟ କ୍ଷେତ୍ରଫଳର ଶତକଡା   ୨୨.୮   ଭାଗ  ଅଟେ  । ଏହାର ଉତ୍ତର ଭାଗ ଖାଲଢିପ ବିଶିଷ୍ଟ   ।  ସାଧାରଣତଃ ଉତ୍ତରରୁ ଦକ୍ଷିଣକୁ ଗଡାଣିଆ ଏବଂ ଛୋଟ ଛୋଟ ପର୍ବତ ଶ୍ରେଣୀ ଦ୍ଵାରା ଭାଗ ହୋଇଛି   ।  ବ୍ରାହ୍ମଣୀ ଓ ବୈତରଣୀ ନଦୀ ଦ୍ଵନ୍ଦ  ଉକ୍ତ ମାଳଭୂମିର ଉପର ଭାଗକୁ ପୂର୍ବ, ମଧ୍ୟ ଓ ପଶ୍ଚିମ ଏହିପରି ୩ ଗୋଟି ଭାଗରେ ବିଭକ୍ତ କରୁଛି   । ପୂର୍ବ ଓ ମଧ୍ୟ ଭାଗ ଘଞ୍ଚ ହିଁ ପାହାଡିଆ ଅଞ୍ଚଳ ଓ ଗମ୍ଭୁଜକୃତି   ।  ଏହାର ଜଳ ନିଷ୍କାସନ କେନ୍ଦ୍ରରୁ ବହ୍ଵଭାଗକୁ ପରିବ୍ୟାପ୍ତ   । ପଶ୍ଚିମ ଭାଗରୁ ଉପର ଚଟକା, ତିକ୍ଷ୍ନ  ଧାର ବିଶିଷ୍ଟ ଓ ଉତ୍ତର ଡ଼ିଆଇଜିକୁ ଖାଲଢିପ ବିଶିଷ୍ଟ ଗଡାଣିଆ   ।  ଦକ୍ଷିଣ ଦିଗକୁ ଗଡଜାତ ପାହାଡ ସମୂହ ଯଥା ବଣେଇ,  ବାମୁଣ୍ଡା , ଆଠମଲ୍ଲିକ ଇତ୍ୟାଦି ବ୍ରାହ୍ମଣୀ ଓ ମହାନଦୀର ଉପର ଅଞ୍ଚଳର ବିଭାଜକ ଭାବେ କାର୍ଯ୍ୟ କରୁଛି   ।  ଏଥିରେ ଅନେକ ଛୋଟ ଛୋଟ ପାହାଡମାନ ରହିଛି   ।  ଏହି ଅଞ୍ଚଳରେ ଶ୍ରେଣୀ ବିଭାଗ ହୋଇନଥିବା ଅନେକ ସ୍ପଟିକ ଯଥା ଗ୍ରାନାଇଟ ନିସ ଓ ଲୌହଶ୍ରେଣୀୟ ଶିଳାମାନରହିଛି   ।

କେନ୍ଦ୍ରୀୟ ଉଚ୍ଚ ଭୂଭାଗ   :

କେନ୍ଦ୍ରୀୟ ଉଚ୍ଚ ଭୂଭାଗ ରାଜ୍ୟର ମଧ୍ୟ ଓ ପଶ୍ଚିମ ଭାଗରେ,  ଉପରିସ୍ଥ ମାଳଭୂମି ଏବଂ ପୂର୍ବଘାଟ ପର୍ବତମାଳା ମଧ୍ୟରେ ଅବସ୍ଥିତ   ।  ଏହା ବ୍ରାହ୍ମଣୀ, ମହାନଦୀ ଓ ବୈତରଣୀ ଜଳ ବିଭାଜିକା ଅଞ୍ଚଳକୁ ନେଇ ଗଠିତ ଏବଂ ସମୁଦ୍ର ପତ୍ତନ ଠାରୁ ହାରାହାରି ୯୦୦ ମିଟର ଉଚ୍ଚରେ ଅବସ୍ଥିତ ଏବଂ ଏହା ଉପରିସ୍ଥ  ମାଳଭୂମିର କ୍ଷେତ୍ରଫଳ ସହ ପ୍ରାୟ ସମାନ  ।  ଏହି ଅଞ୍ଚଳରେ ଅନେକ ଛୋଟ ଛୋଟ ଭଗ୍ନ ପର୍ବତ,  ମାଳଭୂମି, ତିକ୍ଷ୍ନ ଶିଳାଧାର ଓ ପୁରୁଣା ଉପତ୍ୟକାମାନ ଦେଖିବାକୁ ମିଳେ   ।  ପଶ୍ଚିମରୁ ପୂର୍ବକୁ ପ୍ରସସ୍ଥ ପ୍ଲାବନ ଭୂମି ମଧ୍ୟ ଦେଇ ବହୁଥିବା ମହାନଦୀ ଏହି ଅଞ୍ଚଳକୁ ଦୁଇ ଭାଗର ବିଭକ୍ତ କରୁଛି ।  ଏହି ଅଞ୍ଚଳରେ ଗଣ୍ଡୱାନାର ଶିଳାଖଣ୍ଡ ଭାଗୀ  ବିଶିଷ୍ଠ ଉପତ୍ୟକା ଏବଂ ଏକ ଅଣଓସାରିଆ ଲମ୍ବା ଅଞ୍ଚଳ ଦେଖିବାକୁ ମିଳେ   ।  କଳାହାଣ୍ଡି ମାଳଭୂମି ଦୁଇଗୋଟି ସ୍ଵତନ୍ତ୍ର ପ୍ରାକୃତିକ ଭାଗରେ ବିଭକ୍ତ । ପ୍ରଥମଟି, ଉତ୍ତର ପୂର୍ବରୁ ଦକ୍ଷିଣ ପଶ୍ଚିମକୁ ଲମ୍ବିଥିବା ପାହାଡିଆ ଅଞ୍ଚଳ ଏବଂ ଏହାର ଉପର ମୁଣ୍ଡ ସମୁଦ୍ର ପତ୍ତନଠାରୁ ୧୨୨୦ ମିଟର ଉପରେ ଅଛି   ।  ଦ୍ୱିତୀୟଟି ତେଲ ଓ ଉଠେଇ ନଦୀର ନିମ୍ନ ସମତଳ ଆବବାହିକା ଯାହା ସମୁଦ୍ର ପତ୍ତନଠାରୁ ୨୭୫ ମିଟର ଉପରେ ଅବସ୍ଥିତ ଓ ଛୋଟ ଛୋଟ ପାହାଡ ଦ୍ଵାରା ଭାଗ ଭାଗ ହୋଇଛି  ।  ଏଠାରେ ନିସ ସହିତ ଖୋଣ୍ଡାଲାଇଟ  ଓ ଚାରନୋକାଇଟ ମୁଖ୍ୟ ଆଦି ଶିଳା ଦେଖିବାକୁ ମିଳେ  । ଖୋଣ୍ଡାଲାଇଟ ପାହାଡର ଉପରିଭାଗ ମାଙ୍କଡା ପଥର ଶିଳାଦ୍ଵାରା ଘୋଡାଇ ହୋଇ ରହିଛି   ।

ପୂର୍ବଘାଟ ପର୍ବତମାଳା :

ପୂର୍ବଘାଟ ପର୍ବତ ମାଳା ରାଜ୍ୟ ଆୟତନର ଶତକଡା ୩୬ ଭାଗ   ।  ଏହା କେନ୍ଦ୍ରୀୟ ଉଚ୍ଚ ଭୂଭାଗର ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ   ।  ଏହା ଛେଦିତ , ତୀଖ, ଭଷ୍ମ ଏବଂ ଦୀର୍ଘ ପର୍ବତମାଳାକୁ ନେଇ ଗଠିତ ଏବଂ ପର୍ବତମାଳା ମଧ୍ୟରେ ପାର୍ବତ୍ୟ ଉପତ୍ୟକା ଓ ଗଭୀର ଗିରିନାଳ ଦେଖିବାକୁ ମିଳେ   ।  ଉପତ୍ୟାକକୁ ସ୍ଥାନୀୟ ଭାଷାରେ ଝୋଲାଜମି କୁହାଯାଏ   । ପୂର୍ବଘାଟ ପୂର୍ବତମାଳାର ପୂର୍ବଭାଗ ଭଗ୍ନଶିଳାଯୁକ୍ତ ଓ ପୂର୍ବ ଆଡକୁ ଢଳି ରହିଛି   ।  କିନ୍ତୁ ପଶ୍ଚିମମାଳାର ଶିକ୍ଷାର ଚଟକା  ଓ କେତେକ ଛୋଟ ଛୋଟ ପାହାଡ ମୂଳ ପର୍ବତମାଳାର ଶିକ୍ଷାର ଚଟକା ଓ କେତେକ ଛୋଟ ଛୋଟ ପାହାଡ ମୂଳ ପର୍ବତମାଳାଠାରୁ ବିଚ୍ଛିନ୍ନ  ।  ଉକ୍ତ ପାର୍ବତ୍ୟାଞ୍ଚଳ ମୁଖ୍ୟତ ପୂର୍ବ କର୍ମ୍ବ୍ରୋୟାନ ସମୟରେ ନିସଶିଳା  ଗଠିତ  ।  ଏଥିରେ ଆକ୍ଵାଯାନ ସମୟରେ ରୂପାନ୍ତରିତ ଖୋଣ୍ଡାଲାଇଟ, ଚାରନୋକାଇଟ , ଗ୍ରାନାଇଟ ନିସ ଇତ୍ୟାଦି ଏବଂ ପରବର୍ତ୍ତୀ ସମୟ ଗଣ୍ଡୱାନା , ମାଙ୍କଡା ପଥର ଓ ଅଧୁନିଟନ ଆଭୁଲିୟଣ ଆଦି ଶିଳା ଅନ୍ତର୍ଭୁକ୍ତ   । ଉପକୂଳ ସମତଳ ଭୂମି ନିକଟବର୍ତ୍ତୀ ପୂର୍ବ ଓ ଦକ୍ଷିଣରେ ଅବସ୍ଥିତ ପର୍ବତମାଳାରୁ ପ୍ରାକୃତିକ ଜଳ ବିଭାଜିକାମାନ ସୃଷ୍ଟି ହୋଇଛନ୍ତି   । ଉକ୍ତ ଜଳବିଭାଜିକାରୁ ସୃଷ୍ଟ ଅନେକଗୁଡିଏ ଝରଣା ମହାନଦୀରେ ମିସିଛନ୍ତି   ।

ପୂର୍ବ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ

ପୂର୍ବ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ବୈତାରଣୀ,  ବ୍ରାହ୍ମଣୀ, ସୁବର୍ଣ୍ଣରେଖା   ଓ ରୁଷିକୁଲ୍ୟାନଦୀର ନିମ୍ନ ଅବବାହିକା ଏବଂ ମହାନଦୀର ତ୍ରିକୋଣଭୂମି ଦ୍ଵାରା ସୃଷ୍ଟି ହୋଇଛି  ।  ପାଞ୍ଚ (୫) ମିଟରରୁ ଅଧିକ ସମୋଚରେଖା ଏହି ଅଞ୍ଚଳକୁ ପେନିନସୁଲାର ଉଚ୍ଚ ଭୂମିଠାରୁ ଅଲଗା କରୁଛି ଏବଂ ଏହି ଅଞ୍ଚଳର ପ୍ରସ୍ଥରେ ଅନେକ ତାରତମ୍ୟ ଦେଖିବାକୁ ମିଳେ   ।  ଉକ୍ତ ସମତଳ ଭୂମିରେ ସଳଖ ଉପକୂଳ ଅଛି ଯେଉଁତିରେ ବାଲିଗରଦା ଓ ବାଲିରେ ପୂର୍ଣ୍ଣ ଉତ୍କୃଷ୍ଟ ବେଳାଭୂମି ଅଛି   ।  ନଦୀର ମୁହାଁ ମାନଙ୍କରେ ବାଲୁକା ରାସୀ ଜମା ହୋଇ ବାଲିବନ୍ଧ ସୃଷ୍ଟି କରିଛି  । ସାମୁଦ୍ରିକ ସ୍ରୋତ ଓ ପବନ ଦ୍ଵାରା ବାହିତ ମୁଗୁନି ପଥର ବାଲି ସମୁଦ୍ର କୂଳେ କୂଳେ ୧୬ ରୁ ୨୭ ମିଟର ଉଚ୍ଚ ଓ ୧ ରୁ ୪ କିମି ଦୈର୍ଘ୍ୟରେ ଜମା ହୋଇ ଉପକୂଳୀୟ ଉତଥାନ ଓ ବେଳାଭୂମିର ସୂଚନା ଦେଉଛି  । ଉପକୁଳ ବାଲି ସ୍ତୂପକୁ ଲାଗି ହ୍ରଦମାନ ସୃଷ୍ଟି ହୋଇଛି  ।  ଚିଲିକା,  ରାଜ୍ୟର ସବୁଠାରୁ ବଡ ହ୍ରଦ  ।  ଦୟା ଓ ଭାର୍ଗବୀ ନଦୀ ଦ୍ଵାରା ପଟୁ ପଡି ଏହାର ଉତ୍ତରପୂର୍ବ ଭାଗ ଅଗଭୀର   । ଏହାର ଦକ୍ଷିଣ ପଶ୍ଚିମ ଭାଗ ଗଭୀର ଓ ଏହା ପୂର୍ବଘାଟ ପର୍ବତମାଳା ସହ ମିଶିଛି   ।

ଉପକୂଳ ଜିଲ୍ଲାମାନଙ୍କରେ କେତେକ ସ୍ଥାନରେ ଲୁଣିପାଣି ଜମି ରହି ସନ୍ତସନ୍ତିଆ ପାଟ ସୃଷ୍ଟି କରିଛି   ।  ଏହି ଅଞ୍ଚଳରେ ତିନି ପ୍ରକାରର ଉପକୂଳ ଦେଖିବାକୁ ମିଳେ   । ପ୍ରଥମଟି ଋଷିକୁଲ୍ୟା, ତ୍ରିକୋଣଭୂମିର ଘାଟ ଅଞ୍ଚଳକୁ ବ୍ୟାପ୍ତ ପଥରିଆ, ଉପକୂଳ ଦ୍ଵିତୀୟ ଟରସିଆରୀ ସମୟରେ ଗଠିତ ବାଲୁକା ଉପକୂଳ ଏବଂ ତୃତୀୟଟି ମହାନଦୀ ମୁହାଁରେ ଜଳବାହିତ ପଟୁ ତ୍ରିକୋଣଭୂମି ଉପକୂଳ   ।

ଏହି ଅଞ୍ଚଳର ମାଟି ବର୍ତ୍ତମାନ ଓ ପୁରାତନ  ।  ପଟୁରେ ଗଠିତ  ।  ପ୍ଲେଷ୍ଟୋସେନ ସମୟର ପଟୁମାଟି ଉପକୂଳର ବହୁ ସ୍ଥାନରେ ଦେଖିବାକୁ ମିଳେ  ।  ନଦୀମୁହାଁ, ବନ୍ୟାବାହିତ ପଟୁମାଟିରେ ନଦୀର ନିମ୍ନ ଅବବାହିକାରେ ଜୁଆର ମାଡୁଥିବା ସ୍ଥାନରେ ଲୁଣା ହିଁ ସୃଷ୍ଟି ହୋଇଛି  । ପଟୁ ଓ ବାଲୁକା ସ୍ତୂପ ଦ୍ଵାରା ଗଠିତ କେତେକ ଛୋଟ ଦ୍ଵୀପ ଦ୍ଵାରା ଚିଲିକା ଦ୍ରହ ବଙ୍ଗୋସାଗରଠାରୁ ପୃଥକ ହୋଇଛି  ।

ଉଚ୍ଚତା, ଗଡାଣି, ଆଞ୍ଚଳିକ,  ବନ୍ଧୁରତା ଆଦିକୁ ବିଚାରକୁ ନେଇ ଓଡିଶା ରାଜ୍ୟକୁ ଛଅଗୋଟି ମୁଖ୍ୟ ଭୂଭାଗ ଅଞ୍ଚଳରେ ବିଭକ୍ତ କରାଯାଇଛି  ଯଥା  ପୂର୍ବଘାଟ, ଦଣ୍ଡକାରଣ୍ୟ, ମହାନଦୀ ଉପରେ ଅବବାହିକା,  ଗଡାଜାତ ପାହାଡିଆ ଅଞ୍ଚଳ, ଉତ୍କଳ ସମତଳ ଓ ମହାନଦୀ ତ୍ରିକୋଣଭୂମି ଅଞ୍ଚଳ   ।

ଭୂତତ୍ଵ

ରାଜ୍ୟର ଭୂତାତ୍ତ୍ଵିକ ଗଠନ ବିବିଧତାପୂର୍ଣ୍ଣ   ।  ଏହା ଆରକିଆନ ସମୟଠାରୁ ଆରମ୍ଭ କରି  ପେଷ୍ଟୋସିନ ସମୟର ଶିଳା ଦ୍ଵାରା ଗଠିତ ମୁଗୁନି ପଥର , ରୂପାନ୍ତରିତ ସ୍ତରିକୃତ ଓ ଅନ୍ୟାନ୍ୟ ଲୌହ, ଜାତୀୟ ଶିଳାମାନ  ସମ୍ବଲପୁର , ବଲାଙ୍ଗୀରି , ବୌଦ୍ଧ , କନ୍ଧମାଳ, ଢେଙ୍କାନାଳ ପ୍ରଭୁତି ଜିଲ୍ଲାରେ ପରିଲିଖିତ ହୁଏ   ।  ପ୍ରାକ କାମ୍ବ୍ରେଆନ ସମୟର ଶିଳାଶ୍ରେଣୀ ସାଧାରଣତଃ ପୂର୍ବଘାଟ ପର୍ବତମାଳା ଅଞ୍ଚଳରେ ଦେଖାଯାଏ   ।  ଗଣ୍ଡୱାନା ସମୟରେ ସେଲ, ପର୍ବତମାଳା ଅଞ୍ଚଳରେ ଦେଖାଯାଏ   ।  ଗଣ୍ଡୱାନା ସମୟର ସେଲ ବାଲିପଥର ଓ ଗ୍ରୀଟ ଶିଳାମାନ ସମ୍ବଳପୁର ଓ ଢେଙ୍କାନାଳ  ଜିଲ୍ଲାର ନଦୀ କୂଳବର୍ତ୍ତୀ ବେସୀନରେ ଗଚ୍ଛିତ ଅଛି   ।  ମିଓସେନ ସମୟର ଚୂନପଥର , ବାଲି ପଥର ଓ ସ୍ଳେଟ ଆଦି ଉପରସ୍ଥ ପାହାଡିଆ ଅଞ୍ଚଳରେ ଦେଖାଯାଏ   ।   ଖଣ୍ଡାଲାଇଟ ପାହାଡ ଉପରେ ବହୁ ପରିମାଣର ପେଷ୍ଟୋସେନ ସମୟର ମାଙ୍କଡା ପଥରଘୋଡାଇ ହୋଇ ରହିଛି   ।  ଉପକୂଳ ଅଞ୍ଚଳର ବିଭକ୍ତ ସ୍ଥାନରେ ପ୍ଲେଷ୍ଟୋସିନ ଆଲୁଭିୟମ ଅଛି   ।  ବାଲେଶ୍ଵର କଟକ ଓ ପୁରୀ ଜିଲ୍ଲାର ଉପକୂଳ ଅଞ୍ଚଳରେ ମହାନଦୀ ଓ ବ୍ରାହ୍ମଣର ଏବଂ ଅନ୍ୟାନ୍ୟ ନଦୀର ନିମ୍ନ ଅବବାହିକାରେ ପଟୁ ଜମା ହୋଇଅଛି   ।

ଭୂମି ଉଚ୍ଚାବଚ୍ଚ

ରାଜ୍ୟର ପୂର୍ବଘାଟ ପର୍ବତମାଳା ଦକ୍ଷିଣ ପଶ୍ଚିମ  ଦିଗରୁ ଆରମ୍ଭ ହୋଇ ଉତ୍ତରପୂର୍ବ ଦିଗରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାହାଡ ପର୍ଯ୍ୟନ୍ତ ବିସ୍ତୁତ ହୋଇ ବିହାର ରାଜ୍ୟରେ ପ୍ରବେଶ କରିଛି   ।  ଏହାର ସାଧାରଣ ଉଚ୍ଚତା ୩୦୦ ରୁ ୬୦୦ ମିଟର, ପୂର୍ବଭାଗ ଅଳ୍ପ ଗଡାଣିଆ ପେଡିମେଣ୍ଟ   ।  ଏଥିରେ ସମତଳ ଓ ଉପତ୍ୟକାମାନ ରହିଛି   ।  ପର୍ବତମାଳାର ପଶ୍ଚିମରେ ଗଡାଣିଆ ପାହାଡ ପାଦଦେଶ , ଖାଲଢିପମୟ ପେଡିମେଣ୍ଟ, ଉଚ୍ଚ ମଧ୍ୟମ ଓ ଖାଲ ଜମିମାନ ରହିଛି   ।  ପାହାଡିଆ ଅଞ୍ଚଳରେ ଗଡାଣି ସବୁଠାରୁ ଅଧିକ   ।  ପଶ୍ଚିମଭାଗ ମଧ୍ୟମ ଏବଂ ପୂର୍ବଭାଗ ସ୍ୱଳ୍ପ ଗଡାଣିଆ ଅଟେ   ।

ଜଳ ନିକାଶ

ରାଜ୍ୟର ସମସ୍ତ ଜିଲ୍ଲାର ପ୍ରାକୃତିକ ଜଳନିକାଶ ପ୍ରାୟ ସମାନ   ।  କେବଳ କୋରାପୁଟ ଜିଲ୍ଲାର ଜଳନିକାଶ ପଶ୍ଚିମରୁ ଦକ୍ଷିଣ ଦିଗକୁ ହୋଇଛି   ।  ଓଡିଶା ରାଜ୍ୟକୁ ସତରତି ଭୌଗୋଳିକ ଜଳଚକ୍ରରେ ବିଭକ୍ତ କରାଯାଇଛି   ।  ତିନିଗୋଟି ମୁଖ୍ୟ ନଦୀ ଯଥା ମହାନଦୀ ,ବ୍ରାହ୍ମଣୀ ଓ ବୈତରଣୀ  ଏବଂ ଏମାନଙ୍କ ଶାଖା ଓ ଉପନଦୀ ମାନଙ୍କ ଦ୍ଵାରା ବର୍ଷାଜଳ ବଙ୍ଗୋପସାରଗକୁ ନିଷ୍କାସିତ ହୋଇଥାଏ   ।

ଜଳବାୟୁ

ରାଜ୍ୟରେ ବୃଷ୍ଟିପାଟର ଅନିୟମିତତା ଏକ ସମୟରେ ବନ୍ୟା ଓ ମରୁଡିର ସମ୍ଭାବନାକୁ ଅଧିକ ତ୍ୱରାନିତ୍ଵ  କରିଥାଏ   ।  ବାର୍ଷିକ ବୃଷ୍ଟିପାଟର ପରିମାଣ ଓ ସମୁଦାଯ ବର୍ଷାଦିନ ସଂଖ୍ୟା ସମୟାନୁକ୍ରମେ କମୁଛି   ।  ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ  ବାୟୁ ବଙ୍ଗୋପସାଗର ଉପରେ ପ୍ରବାହିତ ହୋଇ ରାଜ୍ୟରେ ବର୍ଷା କରାଏ   ।  ୧୯୦୧ ରୁ ୧୯୮୫ ମସିହାରେ ରାଜ୍ୟରେ ହାରାହାରି ବୃଷ୍ଟିପାତ ପରିମାଣ ୧୩୯୪ ମି. ମି  ।  ପରିସଂଖ୍ୟାନରୁ ଜଣାଯାଇଛି ଯେ ପ୍ରଥମ ୫୦ ବର୍ଷ ମଧ୍ୟରେ ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ବଢିଥିବା ବେଳେ ୧୯୬୦ ମସିହା ପରେ ବର୍ଷା ପରିମାଣ ଯଥେଷ୍ଟ କମିଛି

ରାଜ୍ୟରେ ବର୍ଷାର ବଣ୍ଟନ ହ୍ରାସ ଘଟୁଛି   ।  କିନ୍ତୁ ମୟୂରଭଞ୍ଜ, ଫୁଲବାଣୀ ଓ କେନ୍ଦୁଝର ଜିଲ୍ଲାରେ ଏହି ହ୍ରାସ ବୃଦ୍ଧି ସବୁଠୁ କମ    ।  ବାଲେଶ୍ଵର, କଟକ,  ଗଞ୍ଜାମ ଓ କୋରାପୁଟ ଜିଲ୍ଲାର କେତେକ ଭାଗରେ ହ୍ରାସ ବୃଦ୍ଧି ମଧ୍ୟମ ଏବଂ ସୁନ୍ଦରଗଡ,  ସମ୍ବଲପୁର,  ବଲାଙ୍ଗୀରି, କଳାହାଣ୍ଡି ଏବଂ କୋରାଫୁଟ ଉମରକୋଟ ଓ ବୈପାରିଗୁଡାରେ ଏହି ହ୍ରାସ ବୃଦ୍ଧି ସବୁଠାରୁ ଅଧିକ   । କୋରାପୁଟ ଏବଂ ସମ୍ବଲପୁର  ।

ମାସ

ଉତ୍ତାପ ସର୍ବାଧିକ

ସର୍ବନିମ୍ନ

ଆପେକ୍ଷିକ ଆର୍ଦ୍ରତା

ସମୁଦାୟ ବୃଷ୍ଟିପାତ

ଜାନୁୟାରୀ

୨୮.୯

୧୫.୭

୬୪

୧୦.୪

ଫେବୃୟାରି

୩୧.୫

୧୮.୨

୬୦

୨୮.୫

ମାର୍ଚ୍ଚ

୩୫.୯

୨୨.୨

୫୭

୧୯.୫

ଅପ୍ରେଲ

୩୮.୯

୨୫.୩

୬୦

୨୭.୦

ମଇ

୩୮.୯

୨୬.୯

୬୪

୭୧.୦

ଜୁନ

୩୫.୮

୨୬.୫

୭୩

୨୧୪.୬

ଜୁଲାଇ

୩୧.୬

୨୫.୬

୮୨

୩୫୫.୧

ଅଗଷ୍ଟ

୩୧.୬

୨୫.୬

୮୨

୩୬୪.୫

ସେପ୍ଟେମ୍ବର

୩୨.୨

୨୫.୫

୮୨

୨୫୨.୧

ଅକ୍ଟୋବର

୩୨.୦

୨୩.୭

୭୫

୧୬୭.୬

ନଭେମ୍ବର

୩୦.୧

୧୮.୮

୬୭

୪୧.୪

ଡିସେମ୍ବର

୨୮.୪

୧୫.୫

୬୪

୪.୭

ଜିଲ୍ଲାରେ ହାରାହାରି ସର୍ବନିମ୍ନ ଉତ୍ତାପ ୧୨ ସେଲସିଅସ ଥାଏ ଓ ଏହା କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଋତୁରେ ସର୍ବାଧିକ ୪୨ ସେଲସିୟସ ହୁଏ   ।

ବାର୍ଷିକ ବୃଷ୍ଟିପାତର ବଣ୍ଟନ ଅନ୍ତର୍ନିହିତ ବାଷ୍ପିଭୁତ ସ୍ଵେଦନ ପ୍ରକୃତ ବାଷ୍ପିଭୂତସ୍ଵେଦନ, ସ୍ଵାଭାବିକ ଫସଲ ପର୍ଯ୍ୟାୟରେ ଫସଲ ବୃଦ୍ଧି ସମୟର ଭେଦଭାବ ଏବଂ ଏ ସବୁର ସମ୍ପର୍କକୁ ନେଇ ଓଡିଶାକୁ ମୁଖ୍ୟତହ ୬ ଗୋଟି ଉପକୃଷି ପରିବେଶ ଅଞ୍ଚଳରେ ବିଭକ୍ତ କରାଯାଇଛି   ।  ଏହା ଚିତ୍ର ୨.୪ ରେ ଦର୍ଶାଯାଇଛି   ।

ପ୍ରାକୃତିକ ଉଦ୍ଭିଦ

ସ୍ଥାବର ଶାକଳି ନଷ୍ଟ ହେଲେ ବର୍ଷା ବାଧା ପ୍ରାପ୍ତ ହୁଏ   । ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଶାକଳିର ଅଭାବରେ ମାଟି ଉନ୍ମୋକ୍ତ ରହି ସୂର୍ଯ୍ୟତାପ ଦ୍ଵାରା ଶୁଷ୍କ ହୁଏ   ।  ଏହାଦ୍ଵାରା ବାୟୁ ପ୍ରବାହର ପରିବର୍ତ୍ତନ ଘଟେ ଏବଂ ବାଦଲ ପୂର୍ଣ୍ଣ ବାୟୁ ବହୁ ଦୂରକୁ ଉଡିଯାଏ   ।  ବାୟୁମଣ୍ଡଳରେ ଧୂଳିକଣାର ମାତ୍ରା ବଢେ,  ବର୍ଷାର ପରିବର୍ତ୍ତନ ଘଟେ   ।  କେତେ ଦଶନ୍ଧିରୁ ଏହା ଅନୁମେୟ ଯେ ଜଙ୍ଗଲ ନଷ୍ଟ ହେବା ଦ୍ଵାରା ବାୟୁ ପ୍ରବାହର ଅନିୟମିତତା ଘଟି ବର୍ଷାର ପରିମାଣ କମାଉଛି   ।

୧୯୭୨-୭୬ ମସିହା ବେଳକୁ ଓଡିଶାରେ ସମୁଦାୟମ  ଜଙ୍ଗଲ  ପରୁଇମାନ  ୪୮, ୩୮୩,୮୯ ବର୍ଗ   ଥିଲା    ।  ଏହା ୧୯୮୦-୮୨ ମସିହା ବେଳକୁ ୩୯,୪୨୫ ବର୍ଗ  କିମିରେ ପହଞ୍ଚିଲା   ।  ଏହି ସମୟ ମଧ୍ୟରେ ସମୁଦାଯ ୮୯୫୮ ବର୍ଗ କିମି ଜଙ୍ଗଲ ନଷ୍ଟ ହୋଇଛି   ।  ଯାହାକି ରାଜ୍ୟର ସମୁଦାଯ କ୍ଷେତ୍ରଫଳରେ ଶତକଡା ୫.୭୫ ଭାଗ   ।  ରାଜ୍ୟରେ ନିମୋକ୍ତ ଚାରି ପ୍ରକାର ଜଙ୍ଗଲ ଦେଖାଯାଏ   ।

  1. ଉନ୍ମୋକ୍ତ ଜଙ୍ଗଲ
  2. ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲ
  3. ଶୁଷ୍କ/ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲ
  4. ହେନ୍ତାଳ ଜଙ୍ଗଲ (ଉପକୁଳବର୍ତ୍ତୀ ଜିଲା ଯଥା : କେନ୍ଦ୍ରାପଡା , ଜଗତସିଂହପୁର ,  ବାଲେଶ୍ଵର , ଭଦ୍ରକ , ପୁରୀ ଏବଂ ଗଞ୍ଜାମ  )

ଭୂମି ଉପଯୋଗ ଏବଂ କୃଷି

ସାଂପ୍ରତିକ ଭୂମି ବିନିଯୋଗ

ଲୋକ ସଂଖ୍ୟା ବୃଦ୍ଧି ହେତୁ ରାଜ୍ୟରେ ଥିବା ସ୍ୱଳ୍ପଜମି ଉପରେ ଚାପ ପଡୁଛି  ।  ରାଜ୍ୟର ୭୨ ଶତାଂଶ ଲୋକଙ୍କ ପାଖରେ ମୁଣ୍ଡ ପିଛା ମାତ୍ର ୦.୧୨ ହେକ୍ଟର ଜମି ରହିଛି  ।  ଏହି ଲୋକମାନେ ମୁଖ୍ୟତଃ ଗାଁରେ ବାସ କରନ୍ତି ଏବଂ କୃଷି ଏମାନଙ୍କର ମୁଖ୍ୟ ପେସା   ।  ରାଜ୍ୟର ବର୍ତ୍ତମାନ ଭୂମି ବିନିଯୋଗ ଏକ ସଂକ୍ଷିପ୍ତ ତାଲିକା ସାରଣୀ   ୨.୫.୧ ଏବଂ ଚିତ୍ର ୨.୫ ରେ ପ୍ରଦତ୍ତ ହେଲା  ।

ଓଡିଶାରେ ଭୂମି ବିନିଯୋଗ

ଭୂମି

(ସମୁଦାୟ କ୍ଷେତ୍ରଫଳରେ ଶତକଡା)

ଚାଷ ଜମି

୩୮

ଜଙ୍ଗଲ

୩୬

ବର୍ତ୍ତମାନପତିତ

ଅନ୍ୟ ପତିତ

ଚାଷ ଉପଯୋଗୀ ଅନାବାଦୀ

ମିଶ୍ରିତ ବୃକ୍ଷ

ଚାରଣ ଭୂମି

ଟାଙ୍ଗରା ଭୂମି

ଚାଷ ହେଉନଥିବା ଜମି

ଓଡିଶା ସରକାରଙ୍କ ଆର୍ଥିକ ସର୍ବେକ୍ଷଣ  ୧୯୮୮- ୮୯ ରୁ  ଉଦ୍ଧୃତ   ।

ରାଜ୍ୟର ଫସଲ ଖସଡା ମୁଖ୍ୟତଃ ମୃତ୍ତିକା, ଜଳବାୟୁ, ଜଳସମ୍ପଦ ଏବଂ ସାମାଜିକ ବ୍ୟବସ୍ଥା ଉପରେ ନିର୍ଭର କରେ   ।  ଧାନ ରାଜ୍ୟର ମୁଖ୍ୟ ଫସଲ   ।  ଏହା ୪୧.୯୧ ଲକ୍ଷ ହେକ୍ଟର ଜମିରେ ଚାଷ ହୁଏ ଯାହାକି ସମୁଦାୟ ଖାଦ୍ୟ ଶସ୍ୟ ଜମିର ୬୧ ଶତାଂଶ  ।  ଅନ୍ୟ ଶସ୍ୟ ଫସଲ ମଧ୍ୟରେ ମଣ୍ଡିଆ , ଗହମ , ମକା ଏବଂ କ୍ଷୁଦ୍ର ଶସ୍ୟ ଆଦି ମୁଖ୍ୟ ।  ଗହମ ଚାଷ ଜମିର ପରିମାଣ ୧୯୭୦ -୭୧ ମସିହାରେ ୨୧ ହଜାର ହେକ୍ଟରରୁ ୧୯୯୦-୯୧ ମସିହାରେ ୮୯ ହଜାର ହେକ୍ଟରରେ ପହଞ୍ଚିଛି   । ଏହି ଦୁଇ ଦଶନ୍ଧି ମଧ୍ୟରେ ଗହମ ଚାଷ ପ୍ରତି ଅଧିକ ଚାଷୀ ଆକୃଷ୍ଟ ହୋଇଛନ୍ତି   ।  ଠିକ ଏହି ସମୟ ମଧ୍ୟରେ ଧାନ ଜମିର ପରିମାଣ ୪୬.୪୬ ଲକ୍ଷ ହେକ୍ଟର ୪୧ ଲକ୍ଷ ହେକ୍ଟର କମିଛି   ।  ରାଜ୍ୟର ମୁଖ୍ୟ ଫସଲ ବଣ୍ଟନ ସାରଣୀ ୨.୫.୨ ଏବଂ ଚିତ୍ର ୨-୬ ରେ ପ୍ରଦତ୍ତ ହେଲା   ।

ରାଜ୍ୟର ବିଭିନ୍ନ ଫସଲର କ୍ଷେତ୍ର ବଣ୍ଟନ

ଧାନ

୫୦.୨

ଶସ୍ୟ

୫୭.୯

ଡାଲି

୨୫.୬

ଖାଦ୍ୟଶସ୍ୟ

୮୩.୫

ତୈଳବୀଜ

୧୩.୫

ତନ୍ତୁବୀଜ

୧.୧

ଅନ୍ୟାନ୍ୟ

୧.୯

ସାରଣୀ ଓଡିଶାର କୃଷି ଜଳବାୟୁ ଭିତ୍ତିକ ଉପକ୍ଷେତ୍ର

କୃଷି ଉପଯୋଗୀ ଉପାଞ୍ଚଳ

କ୍ଷେତ୍ରଫଳ (ହଜାର ହେ )

ମୁଖ୍ୟ ମୃତ୍ତିକା

ଉତ୍ପାଦିକା କ୍ଷମତା

ମୁଖ୍ୟ ଅସୁବିଧା

୧୧.୦

୩୨୮.୫

(୨.୧୧%)

ଲୋମି ସ୍କେଲତାଳ ଲିଥିକ ଉସଷ୍ଟୋରଥେଣ୍ଟ, ଫାଇନ ଟିପିକ, ଉଷ୍ଟୋକ୍ରେପଟ, ପାଇନ ଟିପିକ,  ରୋଡୁଷ୍ଟାଲଫ

ସାଧାରଣ ନିକାସ

ମୃତ୍ତିକା କ୍ଷୟ , ଅଗଭୀର ଅନୁର୍ବର

୧୨.୧

୧୦୪୫୦.୧୨

(୬୭.୧୧%)

ଫାଇପ ଲୋମି ଟିପିକ ଉଷ୍ଟୋରଥେଣ୍ଟ

ଫାଇପ ଲୋମି ଟିପିକ  ଉଷ୍ଟୋକ୍ରେପଟ

ସାଧାରଣ ନିକାସ

ମୃତ୍ତିକାକ୍ଷୟ , ଅମ୍ଳମାଟି

୧୨.୨

୨୪୧୨.୯୭

(୧୫.୫୪%)

ଫାଇପ ଲୋମି ଟିପିକ  ଉଷ୍ଟୋକ୍ରେପଟ

ଫାଇନ ଟିପିକ ହାପ୍ଲ ଷ୍ଟାଲଫ

ଫାଇନ ରୋଡିକ ପେଲ୍ଡଷ୍ଟାଲଫ

ସାଧାରଣ ନିକାସ

ମୃତ୍ତିକା କ୍ଷୟ, ନିକୃଷ୍ଟ ନିକାସ  ଅନୁର୍ବର

୧୨.୩

୨୦୫.୬୦

(୪.୫୩%)

କୋରସଲୋମି ଟିପିକ ଉଷ୍ଟୋରଥେଣ୍ଟ

ଲୋମି ସ୍କେଲିଟାଲ ଲିଥିକହାପୁଷ୍ଟାଲଫ

ସାଧାରଣ ନିକାସ

ସ୍ଥୂଳବୟନ

୧୮.୪

୧୨୮୫.୫୫

(୮.୨୭%)

ଫାଇନଲୋମି ଟିପିକ ଉଷ୍ଟିପ୍ରୁଭେଣ୍ଟ

ଫାଇନ ଟ୍ରୋପାକ୍ଵଣ୍ଟ

ଅତି ଉର୍ବର

ନିକୃଷ୍ଟ ନିକାସ ଲୁଣାମାଟି

୧୮.୫

୩୮୯.୩୮

(୨.୪୯%)

ଫାଇନ ଭରଟିକ / ଟ୍ରଫିକ ଫ୍ଲୁଭାକ୍ଵେଣ୍ଟ

ଫାଳିନଲୋମି ଟିପିକ

ଉଷ୍ଟି ପ୍ରଭେଣ୍ଟ , ଟିପିକ ଉଷ୍ଟିସାମେଣ୍ଟ

ଅତି ଉର୍ବର

ନିକୃଷ୍ଟ ନିକାସ ଲୁଣାମାଟି

ଆଧାର - ଭାରତୀୟ ମୃତ୍ତିକା ସିରିଜ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top