ହୋମ / କୃଷି / ଜଳସେଚନ / କୃଷି ପଦ୍ଧତିରେ ମୃତ୍ତିକା ଓ ଜଳ ସଂରକ୍ଷଣ
ସେଆର କରନ୍ତୁ

କୃଷି ପଦ୍ଧତିରେ ମୃତ୍ତିକା ଓ ଜଳ ସଂରକ୍ଷଣ

ଜଳ ଏବଂ ମୃତ୍ତିକା କୃଷି ପାଇଁ ଅନିବାର୍ଯ୍ୟ ଉପାଦାନ । କୃଷି ପଦ୍ଧତିରେ ମୃତ୍ତିକା ଓ ଜଳ ସଂରକ୍ଷଣ କରିହେବ ।

ଜଳ ଏବଂ ମୃତ୍ତିକା ସଂରକ୍ଷଣ

ଜଳ ଏବଂ ମୃତ୍ତିକା କୃଷି ପାଇଁ ଅନିବାର୍ଯ୍ୟ ଉପାଦାନ । କୃଷିର ଉତ୍ପାଦନ ହାର ଏହି ଦୁଇଟି ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରିଥାଏ । ତେଣୁ ଆମ ଦେଶ ତଥା ଆମ ରାଜ୍ୟରେ ଦୃତ ଜନସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ଭବିଷ୍ୟତରେ ଖାଦ୍ୟ ଅଭାବକୁ ଦୂର କରିବା ପାଇଁ ମାଟିର ଉର୍ବରତା ବୃଦ୍ଧିତଥା ମୃତ୍ତିକା ଏବଂ ଜଳର ସଦୁପଯୋଗ ନିତାନ୍ତ ଆବଶ୍ୟକ । ଆମ ରାଜ୍ୟରେ ବିଭିନ୍ନ ସ୍ଥାନ ଓ ବିଭିନ୍ନ ସମୟ ଅନୁସାରେ ବର୍ଷାର ପରିମାଣ ଅଲଗା ହୋଇଥାଏ । ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରତିବର୍ଷ ବନ୍ୟାଯୋଗୁଁ ବହୁତ କ୍ଷୟକ୍ଷତିହୋଇଥାଏ । ସେହିପରି ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡିକରେ ମରୁଡି ଦେଖାଯାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ରାଜ୍ୟର ଜଳବାୟୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉପରେ ନିର୍ଭର କରିଥାଏ । ଯେତେ ବର୍ଷାହୁଏ ତାହାର ଶତକଡା ୭୫ଭାଗ ଜୁନରୁ ସେପ୍ଟେମ୍ବର ମଧ୍ୟରେ ହୁଏ । ୧୦-୧୧ ପ୍ରତିଶତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହୁଏ ଏବଂ ୩-୪ ପ୍ରତିଶତ ଜାନୁୟାରୀରୁ ଫ୍ରେବୃୟାରୀ ମଧ୍ୟରେ ହୁଏ । ମାତ୍ର ୪ମାସ ମଧ୍ୟରେ ଆମକୁ ବର୍ଷର ଅଧିକାଂଶ ବୃଷ୍ଟି ଜଳ ଉପଲବଧି ହୁଏ । ଏହି ବର୍ଷାଜଳ ସହିତ ଉର୍ବର ମୃତ୍ତିକା ମଧ୍ୟ ଧୋଇ ହୋଇଯାଏ । ତେଣୁ ଆମେ ଯଦି ଏହି ଧାବମାନ ବର୍ଷାଜଳର ଗତିକୁ କମ କରିପାରିବା, ତେବେ ମୃତ୍ତିକା ସଂରକ୍ଷଣ ସହିତ ଜଳ ସଂରକ୍ଷଣ ହୋଇପାରିବ ।

ଜଳ ଏବଂ ମୃତ୍ତିକା ସଂରକ୍ଷଣର ବିଭିନ୍ନ ପଦ୍ଧତି ଅଛି । ମୁଖ୍ୟତଃ ଏହାକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଉଛି କୃଷି ପଦ୍ଧତି ଏବଂ ଦ୍ଵିତୀୟଟି ହେଉଛି ଯାନ୍ତ୍ରିକ ପଦ୍ଧତି । କୃଷି ପଦ୍ଧତିରେ ଜଳ ଏବଂ ମୃତ୍ତିକାର ସଂରକ୍ଷଣ ଯେତେବେଳେ ଜମି କମ ଢାଲୁଥିବ, ସେହିଠାରେ ଏହି ପ୍ରଣାଳୀ ଅବଲମ୍ବନ କରାଯାଏ ।

ସମ ପତ୍ତନ ଚାଷ

ଏହି ପ୍ରଣାଳୀରେ ସମପତ୍ତନ ରେଖାରେ ଚାଷ/କୃଷି କାର୍ଯ୍ୟ କରାଯାଉଥିବାରୁ ଏହାକୁ ସମପତ୍ତନ ଚାଷ କୁହାଯାଏ । ଜମି ୨-୭ ଶତାଂଶ ଢାଲୁଥିଲେ, ସାଧାରଣତଃ ଏହି ପ୍ରଣାଳୀ ଅବଲମ୍ବନ କରାଯାଏ । ଏହି ସମପତ୍ତନ ରେଖାରେ ଜମିଚାଷ, ସିଆର ତିଆରୀ, ଧାଡିବୁଣା ଫସଲ କରାଯାଇଥାଏ । ସମପତ୍ତନ ଚାଷରେ ଜଳ ପ୍ରବାହର ଗତି ଧୀର ହୋଇଯିବା ଫଳରେ ଚାଷ ଜମିରେ ଜଳ ସବୁ ସଂରକ୍ଷିତ ହୋଇ ରୁହେ । ଏହା ଅଧିକ ଫସଲ ଉତ୍ପାଦନରେ ସାହାଯ୍ୟ କରେ । ଏହି ପ୍ରଣାଳୀରେ ପ୍ରାୟତଃ ଶତକଡା ୨୦ ଭାଗ ଉତ୍ପାଦନ ଅଧିକ ହୋଇଥାଏ ।

ପଟ୍ଟିଚାଷ

ସାଧାରଣତଃ ୧-୩ ଶତାଂଶ ଢାଲୁଥିବା ଜମିରେ ପଟ୍ଟିଚାଷ କରାଯାଇଥାଏ । ଏହି ପ୍ରଣାଳୀରେ ଦୁଇଟି ଭିନ୍ନ ଭିନ୍ନ ପ୍ରକାରର ଫସଲର ପଟ୍ଟି ଅଦଳବଦଳ ଭାବରେ ଚାଷ କରାଯାଏ । ଗୋଟିଏ ପ୍ରକାର ଫସଲ ମୃତ୍ତିକା କ୍ଷୟ ନିରୋଧୀ ହୋଇଥିବାବେଳେ ଅନ୍ୟ ଫସଲଟି ମୃତ୍ତିକା କ୍ଷୟରେ ସହାୟକ ହୋଇଥାଏ । ଏହି ଫସଲ ପଟିଗୁଡିକ ସାଧାରଣତଃ ଢାଲୁ ଦିଗକୁ ଲମ୍ବ ଭାବରେ କରାଯାଇଥାଏ । ଏହା ଧାବମାନ ଜଳର ଗତି ନିରୋଧକ ଭାବରେ କାର୍ଯ୍ୟ କରେ । ଯାହା ଫଳରେ ମୃତ୍ତିକା ମଧ୍ୟକୁ ଅଧିକ ପରିମାଣରେ ଜଳ ପ୍ରବେଶ କରେ ଏବଂ ମୃତ୍ତିକା ସଂରକ୍ଷଣ ହୋଇଥାଏ । ପଟ୍ଟିଗୁଡ଼ିକର ପ୍ରସ୍ଥ ସାଧାରଣତଃ ଜମିର ଢାଲୁ, ମାଟିର ପ୍ରକାର ଭେଦ, ବର୍ଷାର ପରିମାଣ ଏବଂ ଫସଲର ପ୍ରକାର ଭେଦ ଉପରେ ନିର୍ଭର କରିଥାଏ ।

ପଟ୍ଟିଚାଷରେ ପଟ୍ଟିର ପ୍ରସ୍ଥ

ଢାଲୁ ଶତକଡା

ମୃତ୍ତିକା କ୍ଷୟ ସହାୟକ ଫସଲ ପଟ୍ଟିର ପ୍ରସ୍ଥ

ମୃତ୍ତିକା କ୍ଷୟ ନିରୋଧି ଫସଲ ପଟିର ପ୍ରସ୍ଥ

୫୦

୧୦

୩୦

୧୫

 

ମିଶ୍ରିତ ଚାଷ

ଏହି ପ୍ରଣାଳୀରେ ଦୁଇ କିମ୍ବା ଅଧିକ ଫସଲ ଗୋଟିଏ ଜମିରେ କରାଯାଇଥାଏ   ।   ଏହି ପ୍ରଣାଳୀରେ ଗଭୀର ଚେର ଫସଲ ସହିତ ଅଗଭୀର ଚେର ଫସଲ  , ଅଧିକ ଉଚ୍ଚ ବଢୁଥିବା ଫସଲ ସହିତ କମ ଉଚ୍ଚ ବଢୁଥିବା ଫସଲ, ଡାଲିଜାତୀୟ ଫସଲ ସହିତ ଶସ୍ୟ   ଜାତୀୟ ଫସଲ , ଶୀଘ୍ର ଅମଳ ହେଉଥିବା ଫସଲ ସହିତ ବିଳମ୍ବରେ ଅମଳ ହେଉଥିବା ଫସଲ ଚାଷ କରାଯାଇଥାଏ  । ତେଣୁ ଏହି ପ୍ରଣାଳୀରେ ଜଳ  ପାଇଁ ଉଭୟ ଫସଲ ମଧ୍ୟରେ ପ୍ରତିଯୋଗୀତା ହୁଏ ନାହିଁ  । ମୃତ୍ତିକା ଭଲ ଭାବରେ ଆବୃତ୍ତ ହୋଇ ରହିଥିଲା  । ତେଣୁ ବୃଷ୍ଟିପାଟ ଯୋଗୁଁ ହେଉଥିବା ମୃତ୍ତିକା କ୍ଷୟ ନିୟନ୍ତ୍ରଣ ହୋଇଥାଏ   ।

ହୁଡା ଓ ସିଆଲ ଚାଷ

୧-୨ ଶତାଂଶ ଢାଲୁଥିବା ଜମିରେ ଢାଲୁର ଦିଗକୁ ଲମ୍ବ ଭାବରେ ସିଆର କରାଯାଏ  । ହୁଡା ଗୁଡିକ ବନ୍ଧ କରି କାର୍ଯ୍ୟ କରିବା ସହିତ ଜଳର ଗତିକୁ କମ କରାଏ  । ଯାହାଦ୍ଵାରା ଜଳ ଭୂମି ମଧ୍ୟରେ ପ୍ରବେଶ କରିତହାଏ  । ଏହି ମୃତ୍ତିକା ଓ ଜଳ ସଂରକ୍ଷଣ କାର୍ଯ୍ୟ କରୁଥିବା ବେଳେ ଅଧିକ ବୃଷ୍ଟିପାତ ଅଞ୍ଚଳରେ ଜଳ ନିଷ୍କାସନର କାର୍ଯ୍ୟ ମଧ୍ୟ କରିଥାଏ  ।

ଗଭୀର ଚାଷ

ଏହି ପ୍ରଣାଳୀରେ ଫସଲ ଚାଷର ବହୁ ପୂର୍ବରୁ ଗଭୀର ଚାଷ କରାଯାଏ  । ଯାହାଫଳରେ ଚାଷ ଜମିର ଉପମାଟିରେ ଥିବା କଠିନ ସ୍ତର ଭାଙ୍ଗିଯାଏ ଏବଂ ବର୍ଷାଜଳ ସହଜରେ ମାଟି ମଧ୍ୟରେ ପ୍ରବେଶ କରିପାରେ  । ତେଣୁ ସଂରକ୍ଷିତ ବୃଷ୍ଟିଜଳ ବାଷ୍ପିଭୂତ ହୋଇ ନଷ୍ଟ ହୋଇନ ଥାଏ  । ଏହା ବ୍ୟତୀତ ଖାଦ୍ୟସାର ଫସଲର ଚେର ପାଖକୁ ଯାଉଥିବାରୁ ଅଧିକ ଉତ୍ପାଦନରେ ମଧ୍ୟ ସହାୟକ ହୋଇଥାଏ   ।

ଆବରଣ ଫସଲ ଚାଷ

ଏହି ପ୍ରଣାଳୀରେ ଜମି ଉପରେ ଏକ ଘଞ୍ଚ ଏବଂ ଗହଳ ଥିବା ଫସଲର ଆବରଣ କରାଯାଇଥାଏ  । ଏହାଦ୍ଵାରା ବର୍ଷାଜଳର ବେଗ କମିଯିବାରୁ ମୃତ୍ତିକା କ୍ଷୟ ରୋକିବାରେ ଏହା ସହାୟକ ହୁଏ । ମୃତ୍ତିକାରୁ ଜଳର ବାଷ୍ପିଭବନ କମ ହେବା ସହିତ ବୃଷ୍ଟି ଜଳ ମୃତ୍ତିକା ମଧ୍ୟରେ ପ୍ରବେଶ କରି ସଂରକ୍ଷିତ ହୋଇଥାଏ  ।

ମୃତ୍ତିକା ଆଚ୍ଛାଦନ

ଜମି ମଧ୍ୟରେ ଜମିକୁ ଆଚ୍ଛାଦନ କରିବାକୁ ମୃତ୍ତିକା ଆଚ୍ଛାଦନ କୁହାଯାଏ   । ମୃତ୍ତିକା ଆଚ୍ଛାଦନ ବିଭିନ୍ନ ପ୍ରକାରର ଦେଖାଯାଏ । ଯଥା -

  1. ମୂଳି ଆଚ୍ଛାଦନ
  2. ପୃଷ୍ଠ ଆଚ୍ଛାଦନ
  3. ଲମ୍ବ ଆଚ୍ଛାଦନ

ମୂଳି ଆଚ୍ଛାଦନ ରେ ଫସଲର ଅମଳପରେ ତାହାର ମୂଳକୁ ଜମିରେ ଛାଡିଦିଆଯାଇଥାଏ  । ଏହାଦ୍ଵାରା ବର୍ଷାର ବେଗ ମାଟି ଉପରେ କମ ହୋଇଥାଏ , ଯାହା ମୃତ୍ତିକା କ୍ଷୟକୁ ରୋକୀଥାଏ  । ବର୍ଷାଜଳର ବେଗ ମଧ୍ୟ କମିଯାଏ  । ଏହା ମଧ୍ୟ ଜମିର ଜଳଧାରଣ କ୍ଷମତାକୁ ବଢାଇଥାନ୍ତି  । ଜଳ ସହଜରେ ବାଷ୍ପିଭୂତ ହୁଏ ନାହିଁ   । ଏହା ବ୍ୟତୀତ ମୂଳି ସବୁ ସମୟ କ୍ରମେ ମାଟିରେ ମିଶି ଜୈବସାରରେ ପରିଣତ ହୋଇଥାଏ   । ଏହି ଜଳ ମୃତ୍ତିକାରେ ମଧ୍ୟରେ ବେଶୀଦିନ ରହୁଥିବାରୁ ଏହା ଗଛ ପାଇଁ ଉପଯୋଗୀ ହୋଇଥାଏ  । ସାଧାରତଃ ଫଳ ଚାଷ ଯଥା – ଆମ୍ବ, ନଡିଆ, କାଜୁ,  କମଳା ଇତ୍ୟାଦି ପାଇଁ ଏହି ପ୍ରଣାଳୀ ଉପଯୋଗୀ   ।

ଆଧାର – ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ

3.04761904762
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top