ହୋମ / କୃଷି / ଜଳସେଚନ / ଜଳଛାୟା ପ୍ରାରମ୍ଭିକ ପରିଚାଳନା
ସେଆର କରନ୍ତୁ

ଜଳଛାୟା ପ୍ରାରମ୍ଭିକ ପରିଚାଳନା

ଅଧିକ ଅମଳ ପାଇଁ ଜଳଛାୟା ପ୍ରାରମ୍ଭିକ ପରିଚାଳନା କିପରି କରିବେ ସେ ସମ୍ବନ୍ଧିତ ତଥ୍ୟ ।

ମୃତ୍ତିକାରେ  ଉପଯୁକ୍ତ ଜଳଛାୟା ପରିଚାଳନା

ମାଟି ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ  ।  ଭବିଷ୍ୟତର ଆବଶ୍ୟକତାକୁ ଆଖିଆଗରେ ରଖି ଅଧିକ ଅମଳ ପାଇଁ ଏହାର ପରିଚାଳନା ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା  ।  ଭାରତ ଭଳି ଏକ କୃଷିପ୍ରଧାନ ଦେଶର ମୃତ୍ତିକାର ଉପଯୁକ୍ତ ପରିଚାଳନା ଜରୁରୀ ଆବଶ୍ୟକତା   ।

ଅତୀତରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ସ୍ଵାବଲମ୍ବୀ ହେବା ପାଇଁ ଆମର ଯଥେଷ୍ଟ ଅବଦାନ ରହିଛି   ।  କିନ୍ତୁ ଅଧିକ ଖାଦ୍ୟ ଉତ୍ପାଦନ ସହିତ ଆମ ପରିବେଶର ମାନ ସନ୍ତୁଳନ ରଖିବା କଷ୍ଟକର ହେଉଛି   ।  ତେଣୁ ମାଟି ଓ ଜଳ ଭଳି ଜାତୀୟ ସମ୍ପଦକୁ ଏପରି ଭାବେ ପରିଚାଳନା କରିବା ଉଚିତ, ଯାହାଦ୍ଵାରା କୃଷି ଉତ୍ପାଦନ ବୃଦ୍ଧି ସହିତ ଆମର ଭବିଷ୍ୟତ ବଂଶଧରଙ୍କ ପାଇଁ ଏକ ଉତ୍ତମ ପରିବେଶ ଓ ପରମ୍ପରା ସୃଷ୍ଟି ହେବ   ।

ଭାରତୀୟ କୃଷିର ଉନ୍ନତି କଳ୍ପେ ୧୯୨୮ ମସିହାର ସ୍ଥାପିତ ରୟାଲ କମିଶନ  ଉତ୍ତମ ଭୂମି ବିନିଯୋଗ ଯୋଜନା ପାଇଁ ମୃତ୍ତିକା ସମ୍ପଦ ମୂଲ୍ୟାଙ୍କନର ଗୁରୁତ୍ଵକୁ ଉପଲ୍ଲବଧି କରିଥିଲେ  ।  ଭାରତୀୟ ମୃତ୍ତିକା ସର୍ବେକ୍ଷଣ ବିଭାଗ ୧୯୫୬ ମସିହା ଠାରୁ ପ୍ରଥମେ କେତେକ ନିର୍ଦ୍ଧିଷ୍ଟ ପ୍ରକଳ୍ପ ପାଇଁ ବିକ୍ଷିପ୍ତ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ କରିଥିଲେ   ।  କିନ୍ତୁ ଓଡିଶାରେ ମୃତ୍ତିକା ସର୍ବେକ୍ଷଣ କାମ କମ ହୋଇଥିବାରୁ ଏହି ସମ୍ବନ୍ଧୀୟ ତଥ୍ୟମାନ ଅଳ୍ପ ପରିମାଣରେ ରହିଛି   ।

ଜମିର ଉପଯୁକ୍ତ ବିନିଯୋଗ ପାଇଁ ମୃତ୍ତିକା ବିସ୍ତୁତି , ଅବସ୍ଥିତି ଗୁଣବର୍ତ୍ତା ଓ ଉତ୍ପାଦିକା ଶକ୍ତି ଆଦି ବିଷୟରେ ଜାଣିବା ନିହାତି ଆବଶ୍ୟକ   ।  ଏ ପର୍ଯ୍ୟନ୍ତ  ଆମେ ଆମର ସୀମିତ ମୃତ୍ତିକା ସମ୍ପଦ ପ୍ରତି କମ  ନଜର ଦେଇଛୁ   ।  ସବୁ ରାଜ୍ୟର ମାଟିର କ୍ଷମତା ଓ ସମସ୍ୟା ବିଷୟରେ ଜାଣିବା ପାଇଁ ମୃତ୍ତିକା ସମ୍ପଦର ମାନଚିତ୍ର ୧.୨୫୦,୦୦୦ ଅନୁପାତରେ କରିବା ପାଇଁ ଜାତୀୟ କର୍ମଶାଳାରେ ପ୍ରସ୍ତାବ ଗୃହିତ ହୋଇଛି   ।  ଏଥିପାଇଁ ଜାତୀୟ ମୃତ୍ତିକା ସର୍ବେକ୍ଷଣ ଓ ଭୂମି ବିନିଯୋଗ ପ୍ରତିଷ୍ଠାନ, ରାଜ୍ୟ କୃଷି ବିଭାଗ ସହାୟତାରେ ମୃତ୍ତିକା ସମ୍ପଦର ମାନଚିତ୍ର ପ୍ରସ୍ତୁତି ଭଳି ଏକ ବଡ କାର୍ଯ୍ୟ ହାତକୁ ନେଇଛନ୍ତି   ।  ଏହା ଫଳରେ ମୃତ୍ତିକା ସମ୍ବନ୍ଧରେ ସବିଶେଷ ବିବରଣୀ  ଜମିର ଦୀର୍ଘସ୍ଥାୟୀ ସୁପରିଚାଳନା ପାଇଁ ବ୍ୟବହାର ହୋଇପାରିବ    ।  ନିମ୍ନଲିଖିତ ୮ ଗୋଟି ଉଦ୍ଦେଶ୍ୟକୁ ନେଇ ଉକ୍ତ ପ୍ରକଳ୍ପଟି ପ୍ରସ୍ତୁତ କରାଯାଇଛି   ।

ଉଦ୍ଦେଶ୍ୟ

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା   : -

  1. ମୃତ୍ତିକା ପରିବାରକୁ ଏକକ ହିସାବରେ ନେଇ ମୃତ୍ତିକା ସମ୍ପଦର ୧.୨୫୦,୦୦୦ ଅନୁପାତରେ ମାନଚିତ୍ର ପ୍ରସ୍ତୁତ କରିବା   ।
  2. ବିଭିନ୍ନ ଭୂମି ବ୍ୟବହାରକାରୀ ସଂସ୍ଥାମାନଙ୍କର ଉପଯୋଗୀ ହେଲାଭଳି ଗୁଣାତ୍ମକ ମାନଚିତ୍ର ପ୍ରସ୍ତୁତ କରିବା   ।
  3. ବିଭିନ୍ନ ମାଟିର ପ୍ରକୃତି ଓ ବିସ୍ତୁତି ନିର୍ଣ୍ଣୟ କରିବା   ।
  4. ମୃତ୍ତିକା ଚିହ୍ନଟ ପାଇଁ ସେମାନଙ୍କ ଗୁଣବର୍ତ୍ତା ବିଷୟରେ  ଜାଣିବା   ।
  5. ଏକ ନିଦ୍ଧିଷ୍ଟ ମୃତ୍ତିକାର ଫସଲ ଉପଯୋଗୀତା ମଡେଲ ପ୍ରସ୍ତୁତି କରି ସେ ଅଞ୍ଚଳରେ ଚାଷ ହୋଇପାରୁଥିବା ବିକଳ୍ପ ଫସଲର ଉତ୍ପାଦିକା ଶକ୍ତି ନିର୍ଣ୍ଣୟ କରିବା   ।
  6. ପ୍ରତିଷ୍ଠିତ ମୃତ୍ତିକା ଅଞ୍ଚଳରେ କୃଷି ସମ୍ବନ୍ଧୀୟ ଗବେଷଣା କରି ତତଲବ୍ଧ ଜ୍ଞାନ କୌଶଳ ସମଶ୍ରେଣୀୟ ମୃତ୍ତିକା ଅଞ୍ଚଳରେ ପ୍ରୟୋଗ କରିବା   ।
  7. ଭବିଷ୍ୟତରେ ବ୍ୟବହାର ପାଇଁ ମୃତ୍ତିକା ସମ୍ବନ୍ଧୀୟ ତଥ୍ୟାବଳୀକୁ ସଂରକ୍ଷିତ କରି ରଖିବା ଏବଂ ଦରକାର ମୁତାବକ ବ୍ୟାଖ୍ୟାନ କରିବା   ।
  8. ମୃତ୍ତିକା ସ୍ୱାସ୍ଥ୍ୟ ବିଶେଷତ୍ଵ ଅବକ୍ଷୟ ମୃତ୍ତିକା ସ୍ୱାସ୍ଥ୍ୟକୁ ଅନୁଧ୍ୟାନ କରି ବିହିତ ଉପଛାଡ଼ ବ୍ୟବସ୍ଥା କରିବା   ।

ଆଧାର- ଭାରତୀୟ ମୃତ୍ତିକା ସିରିଜ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top