ହୋମ / କୃଷି / ଜଳସେଚନ / ଜଳ ନିଷ୍କାସନ
ସେଆର କରନ୍ତୁ

ଜଳ ନିଷ୍କାସନ

ଜଳ ନିଷ୍କାସନ ର ସୂଚନା

ମାଟି  ଉପରୁ  ବା  ଭିତରୁ  ଅଧିକା  ଜଳକୁ   କୌଣସି  କୃତ୍ରିମ   ଉପାୟରେ   ବାହାର  କରିନେବା  ପ୍ରଣାଳୀକୁ  ଜଳ ନିଷ୍କାସନ  କୁହାଯାଏ    ।  ଜଳ  ମୃତ୍ତିକାର  ଉପରିଭାଗରୁ   ତଳକୁ  ବହିଯାଇ   ଭୂମିମ୍ନ  ଜଳସ୍ତର   ସହିତ  ମିଶେ   ।  ଭୂମିମ୍ନ  ଜଳପତନ  ଗଭୀର  ହୋଇଥିଲେ  ଫସଲ  ଏହି   ଜଳକୁ   ବ୍ୟବହାର   ବହିଯାଉଥିବା   ପାଣି   ମଧ୍ୟ  ନିଷ୍କାସିତ   ପାଣି   । ଏଣୁ   ନିଷ୍କାସିତ  ଜଳ, ନିଷ୍କାସନ   ସଂଜ୍ଞା  ସ୍ଥାନ  ଓ  ଉଦ୍ଦେଶ୍ୟ   ଅନୁସାରେ   ଭିନ୍ନ   ହୋଇଥାଏ   । କୃଷିକ୍ଷେତ୍ରରେ   ଫସଲର  ବୃଦ୍ଧି  ଓ  ବିକାଶ  ପାଇଁ   ଆବଶ୍ୟକ   ପରିମାଣରୁ  ଅଧିକା  ଜଳକୁ   କୃତିମ   ଉପାୟରେ   ବାହାର   କରିନେବା   ପ୍ରଣାଳୀକୁ   ଜଳ  ନିଷ୍କାସନ   କୁହାଯାଏ   ।

ଜଳାନୁବେଧନତା   ସୃଷ୍ଟିର   କାରଣ

ମୃତ୍ତିକାର  ଜଳଧାରଣ  କ୍ଷମତାଠାରୁ   ଅଧିକ   ଜଳ  ରହିଲେ   ମୃତ୍ତିକା  ସନ୍ତସନ୍ତିଆ   ରହେ   ।  ପାଣି   ଅଧିକ  ହେଲେ  କିଆରୀରେ  ପାଣି   ଠିଆହୋଇ   ରହେ   । ଏପରି  ଅବସ୍ଥାକୁ   ଜଳାନୁବେଧନତା  କୁହାଯାଏ   । ଜଳାନୁବେଧନତା   ପ୍ରାକୃତିକ   ବା  କୃତ୍ରିମ   କାରଣରୁ  ସୃଷ୍ଟି   ହୋଇଥାଏ   ।

ଅବସ୍ଥା  ଦୃଷ୍ଟିରୁ  ଏହା  ମୁଖ୍ୟ   ବା  ଗୌଣ   କାରଣ  ରୂପେ   ଦେଖା  ଦେଇଥାଏ   । ଉଭୟ  କାରଣର  ସଂଯୋଗରେ  ଜଳାନୁବେଧନତା  ସୃଷ୍ଟି   ହୋଇଥାଏ   । ସ୍ଥାନର   ଭୌଗଳିକ  ଓ  ପ୍ରାକୃତିକ  ଅବସ୍ଥିତି , ଢାଲୁ , ମୃତ୍ତିକାର  ଜଳ  ପ୍ରବାହ  ଗୁଣ, ସେଚ  ଜମିର  ଆକାର , ବୃଷ୍ଟିପାତ  ହାର  ଓ  ପରିମାଣ  ପ୍ରାକୃତିକ   କାରଣ   ଅନ୍ତର୍ଗତ   । ଜଳଭଣ୍ଡାର  ଓ   କେନାଲରୁ  ଝରିଆସୁଥିବା   ଜଳ, ଫସଲର  ଆବଶ୍ୟକତାଠାରୁ   ଅଧିକ   ଜଳସେଚନ, ନିଷ୍କାସନଲାଗି  ନାଳର   ଅଭାବ   କୃତ୍ରିମ   କାରଣ  ଅନ୍ତର୍ଗତ  । ଉପରୋକ୍ତ  କାରଣ  ଯୋଗୁଁ   ଭୂମିମ୍ନ  ଜଳସ୍ତର  ଉପରକୁ   ଉଠି  ଆସେ  ଏବଂ  ଜଳାନୁବେଧନତା  ସୃଷ୍ଟି  ହୁଏ  ।

ଶୁଷ୍କ   ଜଳବାୟୁ  ଅଞ୍ଚଳରେ  ଜଳାନୁବେଧନତା  ସମସ୍ୟା  କମ୍   ଆର୍ଦ୍ର   ଜଳବାୟୁରେ   ଅତ୍ୟଧିକ  ବର୍ଷାଯୋଗୁ  ଜଳାନୁବେଧନତା  ସୃଷ୍ଟି   ହୁଏ   । ନଦୀ   ଉପକୂଳସ୍ଥ  ସମତଳ  ଭୂମିମାନଙ୍କରେ  ପଟୁ  ଓ  କର୍ଦ୍ଦମାକ୍ତ  ମୃତ୍ତିକାର  ଜଳଧାରଣ   ଶକ୍ତି   ଅଧିକ ଓ  ଜଳ   ପରିବାହିତା   କମ୍  ହୋଇଥିବାରୁ  ବୃଷ୍ଟିଜଳ   ଶୀଘ୍ର   ନିଷ୍କାସିତ   ହୋଇପାରେ   ନାହିଁ   । ଏଣୁ   ଜଳାନୁବେଧନତା   ସୃଷ୍ଟି  ହୁଏ   । କେତେକ   ସ୍ଥାନରେ  ଉପକୂଳ   ଅଞ୍ଚଳ   ସମତଳ  ଭୂମିର   ମୃତ୍ତିକା  ବାଲିଆ  ହୋଇଥିଲେ   ସୁଦ୍ଧା   ସମୁଦ୍ର  କୂଳିଆ  ହୋଇଥିବାରୁ   ଭୂମିମ୍ନ  ଜଳସ୍ତର   ଉପରକୁ   ଉଠି  ଜଳାନୁବେଧନତା   ସୃଷ୍ଟି  ହୁଏ  । ଦାକ୍ଷିଣାତ୍ୟ   ମାଳଭୂମିରେ  କୃଷ୍ଣ   ମୃତ୍ତିକାର  ଜଳପରିବାହିତା  କମ ଓ  ଜଳଧାରଣ  ଶକ୍ତି   ଅଧିକ  ହୋଇଥିବାରୁ  ଅଳ୍ପ   ବୃଷ୍ଟି  ସତ୍ତ୍ୱେ   ଜଳାନୁବେଧନତା  ସୃଷ୍ଟି   ହୋଇଥାଏ   ।  କେତେକ   ଅଞ୍ଚଳରେ  ଉଷ୍ମପ୍ରସବଣ  ଓ  ଉତ୍ସକୂପ  ହେତୁ   ଜଳାନୁବେଧନତା   ମଧ୍ୟ  ସୃଷ୍ଟି  ହୋଇଥାଏ   । ଜଳସେଚିତ  ଅଞ୍ଚଳରେ  ଜଳ  ସୁଲଭତା  ହେତୁ  ଓ  ଭବିଷ୍ୟତରେ   ଜଳ   ନମିଳିବା   ଭୟରୁ   ରକ୍ଷା   ପାଇବା  ପାଇଁ   ଅଧିକ   ଜଳସେଚନ   କରାଯାଇଥାଏ   । ଏଣୁ  ଜଳାନୁବେଧନତା  ସୃଷ୍ଟି   ହୁଏ   । ଓଡିଶାର   ହୀରାକୁଦ   ସେଚଅଞ୍ଚଳର  ଜମି  ଉଭୟ   ପାର୍ଶ୍ଵରୁ   ମଧ୍ୟ   ଭାଗକୁ   କ୍ରମେ   ଢାଲୁ  ହୋଇଥିବାରୁ  ଓ  କେନାଲଗୁଡିକ   ଜମିର  ଉପର  ମୁଣ୍ଡରେ  ପ୍ରବାହିତ  ହେଉଥିବାରୁ  କେନାଲରୁ  ଜଳ ଝରି ଆସି  ବାହାର   ଜମିରେ  ଜଳାନୁବେଧନତା  ସୃଷ୍ଟି  ହୋଇଛି   । ଓଡିଶାର  ଉପତ୍ୟକା   ଅଞ୍ଚଳ  ଅତ୍ୟନ୍ତ  ସମତଳ   ହୋଇଥିବାରୁ   ଜଳାନୁବେଧନତା  ଏଠାରେ   ଏକ  ସାଦାରଣ  ସମସ୍ୟା   ।

ଜଳାନୁବେଧନତାର  ପ୍ରଭାବ

ଜଳାନୁବେଧନତା   ମୃତ୍ତିକାର  ଭୌତିକ, ରାସାୟନିକ  ଓ  ଜୈବିକ  ଗୁଣ  ଉପରେ   ପ୍ରତିକୂଳ   ପ୍ରଭାବ   ପକାଏ   । ଫଳରେ  ଫସଲ ଭଲ  ବଢିପାରେ   ନାହିଁ   ଏବଂ   ଆଦାୟ   କମ୍  ମିଳେ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.26666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top