ହୋମ / କୃଷି / ଜଳସେଚନ / ଜଳସେଚନରେ ପାଣିପଞ୍ଚାୟତର ଭୂମିକା
ସେଆର କରନ୍ତୁ

ଜଳସେଚନରେ ପାଣିପଞ୍ଚାୟତର ଭୂମିକା

ଜଳ ହେଉଛି ଜାତୀୟ ସମ୍ପତ୍ତି । ଏହାର ସଂରକ୍ଷଣ ଏବଂ ବ୍ୟବହାର ଉପରେ ସମସ୍ତେ ସଚେତନ ହେବା ଉଚିତ । କୃଷି କ୍ଷେତ୍ରରେ ଜଳର ସୁଷମ ବଣ୍ଟନର ଆବଶ୍ୟକତା ରହିଛି ।

ମୁଖ୍ୟାଂଶ

  • ନିଜ ଅଞ୍ଚଳରେ ଜଳସେଚନ ସମସ୍ୟା ସମାଧାନ କରିବା ପାଇଁ ପାଣି ପଞ୍ଚାୟତ ସ୍ତରରେ ମାସିକ ବୈଠକ ।
  • ଖରିଫ ଏବଂ ରବି ଋତୁରେ ଦୁଇଥର ସାଧାରଣ ପରିଷଦ ବୈଠକ ।
  • ବାର୍ଷିକ ଖସଡ଼ା ପ୍ରସ୍ତୁତି କେନାଲ ରକ୍ଷଣା ବେକ୍ଷଣ ଯୋଜନା ।
  • ଜଳ ବଣ୍ଟନ ସରଣୀ ପ୍ରସ୍ତୁତି ।

ଜଳ ହେଉଛି ଜାତୀୟ ସମ୍ପତ୍ତି । ଏହାର ସଂରକ୍ଷଣ ଏବଂ ବ୍ୟବହାର ଉପରେ ସମସ୍ତେ ସଚେତନ ହେବା ଉଚିତ । କୃଷି କ୍ଷେତ୍ରରେ ଜଳର ସୁଷମ ବଣ୍ଟନର ଆବଶ୍ୟକତା ରହିଛି । ସେଚ ଜଳର ସୁଷମ ବଣ୍ଟନ ଓ ସେଚ କ୍ଷମତାର ବିନିଯୋଗ ନିମନ୍ତେ ଚାଷୀମାନଙ୍କର ପୂର୍ଣ୍ଣମାତ୍ରାରେ ଅଂଶଗ୍ରହଣ କରିବା ଏକାନ୍ତ ଆବଶ୍ୟକତା ରହିଛି ।

ଜଳସେଚନର ଲକ୍ଷ୍ୟ ହେଉଛି କିପରି ଅଧିକରୁ ଅଧିକ ଜମିରେ ଜଳ ଯୋଗାଇ ଦିଆଯାଇପାରିବ, ଉତ୍ପାଦନ ବୃଦ୍ଧି ଘଟିବ । ଚାଷୀଙ୍କୁ ଜଳ ସଂପଦ ଏବଂ ଜଳସେଚନର ମାଲିକାନାସ୍ଵତ୍ଵ, ନିୟନ୍ତ୍ରିତ ଉପାୟରେ ଜଳ ପରିଚାଳନା, କେନାଲର ରକ୍ଷଣା ବେକ୍ଷଣ ପ୍ରଭୃତିକୁ ଦୃଷ୍ଟିରେ ରଖି ଆମ ରାଜ୍ୟରେ ପାଣି ପଞ୍ଚାୟତ ଗଠନ କରାଯାଇଛି । ଏହାଦ୍ଵାରା ସେଚାଞ୍ଚଳରେ ଜଳର ସୁଷମ ବଣ୍ଟନ ହେବା ସହ କେନାଲର ତଳମୁଣ୍ଡରେ ଥିବା  ଚାଷଜମିକୁ ସୁରୁଖୁରୁରେ ପାଣି  ଯିବା ସହ ଶସ୍ୟଶ୍ୟାମଳା ହୋଇପାରିବ  ।

ପାଣି ପଞ୍ଚାୟତ ଗଠନ ପାଇଁ ନିୟମ

୧୯୯୫ରେ ସରକାର ପାଣି ପଞ୍ଚାୟତ ଗଠନ ପାଇଁ ନିୟମ କଲେ । ସେହିବର୍ଷ ବିଶ୍ଵବ୍ୟାଙ୍କ ସହାୟତାରେ ୧୯୬୦ ସମିତି ପଞ୍ଜୀକରଣ ହୋଇଥିଲା । ପରେ ୨୦୦୨ ମସିହାରେ ପାଣିପଞ୍ଚାୟତ ଆକ୍ଟ ଏବଂ ୨୦୦୩ ମସିହାରେ ପାଣିପଞ୍ଚାୟତ ନିୟମାବଳୀ ପ୍ରସ୍ତୁତି ହୋଇଛି । ପାଣି ପଞ୍ଚାୟତ ସଭ୍ୟମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାଛଡ଼ା ପାଣି ପଞ୍ଚାୟତ ସଂଶୋଧନ ଅଧିନିୟମ ୨୦୦୮ ଅନୁଯାୟୀ ରାଜ୍ୟରେ ପାଣି ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥା ଚାଲୁଅଛି ଯେଉଁଥିରେ ମହିଳା  ମତ୍ସ୍ୟ ଚାଷୀଙ୍କୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି ।

୨୦୧୬-୧୭ ବଜେଟରେ ମୁଖ୍ୟମନ୍ତ୍ରୀ ପାଣିପଞ୍ଚାୟତ ପାଇଁ ବଜେଟରେ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଜଳସେଚନ ପାଇଁ ୧୦୦୦ କୋଟି ଏବଂ କୃଷି ଓ ଜଳ ସମ୍ପଦ ପାଇଁ ୫୦୦ କୋଟ ରଖାଯାଇଛି । ତେବେ ରାଜ୍ୟରେ ମଧ୍ୟମ ଏବଂ ବୃହତ ଜଳସେଚନ ଅଧୀନରେ  ୨୦୧୬ ସୁଦ୍ଧା ରାଜ୍ୟରେ ୨୪୪୫୮ଟି ପାଣି ପଞ୍ଚାୟତ ଗଠନ କରାଯାଇଛି । ବୃହତ ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଚକ କମିଟି, ପାଣି ପଞ୍ଚାୟତ, ଡିଷ୍ଟ୍ରିବ୍ୟୁଟାରି କମିଟି ଓ ପ୍ରକଳ୍ପ କମିଟି ପ୍ରଭୃତି ଗଠନ କରାଯାଇଛି । ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଓ ଉଠା। ଜଳସେଚନ ଅଧୀନରେ ପାଣି ପଞ୍ଚାୟତ ଗଠନ କରାଯାଇଥାଏ । କୃଷି ଉତ୍ପାଦନ ବୃଦ୍ଧି ଓ ଜଳର ସୁଷମ ବଣ୍ଟନ ହେଉଛି ଏହି ସଂଗଠନର ମୂଳ ଲକ୍ଷ୍ୟ । ଏହା ବ୍ୟତୀତ ପାଣି ପଞ୍ଚାୟତଗୁଡ଼ିକ କେନାଲର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ମଧ୍ୟ ଗ୍ରହଣ କରିଥାନ୍ତି । ଏଥିପାଇଁ ହେକ୍ଟର ପିଛା ୧୦୦ ଟଙ୍କା ସରକାରୀ ଅନୁଦାନ ବ୍ୟବସ୍ଥା ରହିଛି ।

ପାଣିପଞ୍ଚାୟତର ଭୂମିକା

ଚାଷୀମାନଙ୍କ ଦ୍ଵାରା କେନାଲରେ ପାଣି ଯୋଗାଣ ଏବଂ ପରେ ସଠିକଭାବେ ଯୋଗାଣକୁ ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ମରାମତି କାର୍ଯ୍ୟ ନିମନ୍ତେ ପାଣି ପଞ୍ଚାୟତଗୁଡ଼ିକ ଚିଠା ପ୍ରସ୍ତୁତି କରିବେ । କେନାଲ ଗୁଡ଼ିକର ପରିଚାଳନାଗତ ତ୍ରୁଟି ଓ ଉପୁଜୁଥିବା ସମସ୍ୟାର ସମାଧାନ ମଧ୍ୟ ପାଣି ପଞ୍ଚାୟତ ଦ୍ଵାରା କରାଯାଇଥାଏ ।

ସୁଷମ ଜଳ ବଣ୍ଟନ ଦ୍ଵାରା ସଂପୃକ୍ତ ଅଞ୍ଚଳରେ ଚାଷୀମାନେ ୨/୩ ଟି ଫସଲ ସହଜରେ ଅମଳ କରିଥାନ୍ତି । ପାଣି ପଞ୍ଚାୟତ ଦ୍ଵାରା କୃଷକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥାଏ । କୃଷକମାନେ ଏକାଠି ବସିବା, ଜଳସେଚିତ ହେଉଥିବା ଜମିଗୁଡ଼ିକୁ ସମସ୍ତେ ଦେଖିବା, ସବୁ କେନାଲ, ଶାଖା, ପ୍ରଶାଖା କେନାଲ , କରନାଳୀ ଇତ୍ୟାଦିକୁ ନିଜର ସମ୍ପତ୍ତି ଭାବିବା, ନିଜେ ସଶକ୍ତର୍ଗୀକରଣ ହେବା ପ୍ରଭୃତି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।

ଆଧାର – କୃଷିବ୍ୟୁରୋ

3.04651162791
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top