ହୋମ / କୃଷି / ଜଳସେଚନ / ଜଳାନୁବେଧନତା ନିରାକରଣ ଉପାୟ
ସେଆର କରନ୍ତୁ

ଜଳାନୁବେଧନତା ନିରାକରଣ ଉପାୟ

ଜଳାନୁବେଧନତା ନିରାକରଣ ଉପାୟ ର ସୂଚନା

ଉପକ୍ରମ

ଜଳଭଣ୍ଡାରରୁ   ଜଳ  କେନାଲ  ବାଟ  ଦେଇ  ଜମିରେ  ପହଞ୍ଚିବା   ସମୟ  ଭିତରେ   ଶତକଡା   ପ୍ରାୟ  ୪୦ ଭାଗ   ଏଣେତେଣେ   ବୋହିଯାଇ   ନଷ୍ଟ  ହୋଇଥାଏ   । ଏହି  ଜଳ  ଭୂ – ନିମ୍ନ   ଜଳସ୍ତର   ସହିତ   ମିଶି   ଜଳାନୁବେଧନତା  ସୃଷ୍ଟି   କରେ   । ଏପରି   ନଷ୍ଟ   ହେଉଥିବା   ଜଳ   ପରିମାଣ  ହ୍ରାସ   କରିବା  ପାଇଁ   କେନାଲ  ଓ  ନାଳର   ପାର୍ଶ୍ଵ ଓ  ତଳକୁ   ବିଭିନ୍ନ   ପ୍ରକାର  ଆସ୍ତରଣ   ଦ୍ଵାରା   ଅଭେଦ୍ୟ କରିବା  ଆବଶ୍ୟକ   । କେନାଳର   ଦୁଇପଟ   ଓ  ତଳକୁ   ଇଟା   ସିମେଣ୍ଟ   ବାଲିରେ   ପ୍ଲାଷ୍ଟର   କରି   କିମ୍ବା   ଦୁଇ  ପଟେ  ଘାସ  ଲଗାଇବା   ପ୍ଲାଷ୍ଟିକ   ଚ୍ଛାଦନ  ଦେଇ   ବିଭିନ୍ନ  ଦଗକୁ   ବହିଯାଉଥିବା   ଜଳ   ପରିମାଣ  ହ୍ରାସ   କରାଯାଇପାରେ   । ଦୁଇ  କଡରେ   କାଦୁଅ  ଲେସି  ଦେଲେ   ମଧ୍ୟ   ଦୁଇପଟକୁ  ବହିଯାଉଥିବା   ଜଳ   ପରିମାଣ  ହ୍ରାସ  ପାଇଥାଏ   ।

ମୃତ୍ତିକାର  ଉଦ୍ ବୃତ୍ତ   ଜଳକୁ   ନାଳ  ଖୋଳି  ନିଷ୍କାସନ   କରାଯାଇପାରିବ   ।  ନାଳର  ବିସ୍ତାର, ଗଭୀରତା  ଏବଂ   ଦୁଇନାଳ   ମଧ୍ୟରେ   ବ୍ୟବଧାନ   ମୃତ୍ତିକାର  ଜଳପରିବାହୀ , ବୃଷ୍ଟିପାତ  ଓ  ନିଷ୍କାସନ   ଯୋଗ୍ୟ   ଜଳ  ପରିମାଣ  ଉପରେ   ନିର୍ଭର   କରିଥାଏ   । ବାଲିଆ    ଜମିରେ   ଦୁଇନାଳ  ମଧ୍ୟରେ  ଦୂରତା   ମଟାଳ   ଜମି   ତୁଳନାରେ  ଅଧିକ   ହୋଇଥାଏ, କିନ୍ତୁ   ନାଳର   ଗଭୀରତା   ମଟାଳ   ମାଟି   ତୁଳନାରେ  କମ୍  ହୋଇଥାଏ   ।  ଦୁଇନାଳ   ମଧ୍ୟରେ  ଦୂରତା  ବାଲିଆ  ଜମିରେ  ୨୫୦ – ୩୦୦  ମିଟର  ଓ  କାଦୁଅ   ଜମିରେ  ୧୦୦ – ୧୨୦  ମିଟର   ହୋଇଥାଏ   । ନାଳର  ଗଭୀରତା  ବାଲିଆ   ମାଟିରେ   ୧.୫ – ୨  ମିଟର   ଓ  କାଦୁଅ   ମାଟିରେ   ୨.୫ – ୩  ମିଟର  ହୋଇଥାଏ   ।ନାଳ  ଦୁଇ  ପ୍ରକାର  ଯଥା  (୧) ଖୋଲା   ନାଳ   ଏବଂ  (୨) ମୁଦା   ନାଳ   ।

ଖୋଲାନାଳ

ଖୋଲାନାଳ   ଖୋଳିବା  ସହଜ   ଖୋଳିବା  ଲାଗି  ଅଳ୍ପ  ଖର୍ଚ୍ଚ  ଲାଗେ  ଏବଂ  ବହୁତ  ଜଳ  ଅଳ୍ପ  ସମୟରେ  ସହଜରେ   ନିଷ୍କାସିତ   ହୋଇପାରେ   । ଖୋଲା  ନାଳ  ଦ୍ଵାରା   ଜମିରୁ   ଜଳ  ସହଜରେ  ନିଷ୍କାସିତ  ହୋଇଥାଏ   । ଅଧିକ  ବୃଷ୍ଟିଯୁକ୍ତ  ଅଞ୍ଚଳରେ  ସାଧାରଣତଃ  ଖୋଲା  ନାଳ  ଦ୍ଵାରା   ନିଷ୍କାସନ  କରାଯାଇଥାଏ   । ଏହିପ୍ରକାର  ନାଳଦ୍ଵାରା   ଭୂମିମନା  ଜଳପତ୍ତନ   ସହଜରେ  ଓ  ଅଳ୍ପ  ସମୟ  ଭିତରେ  ନିର୍ଦ୍ଧିଷ୍ଟ   ପତନକୁ   ନିଆଯାଇପାରେ   ।

ଖୋଲାନାଳ   ହେତୁ   ଅନେକ   ଜମି  ନଷ୍ଟ  ହୁଏ   । ନାଳରେ   ଜଳ  ଓ  ଅନାବନା   ଘାସ  ବାଢୁଥିବାରୁ  ଶୀଘ୍ର   ପାଣି   ଖଲାସ   ହୁଏ  ନାହିଁ  ।  ଏହି  ନାଳଗୁଡିକ  ବାରମ୍ବାର  ସଫା  ଓ  ମରାମତି  କରିବାକୁ   ପଡେ   । ନାଳ  ଡେଇଁ ହଲ, ଟ୍ରାକ୍ଟର  ଓ  ଅନ୍ୟାନ୍ୟ   ଯନ୍ତ୍ରପାତି   ନେବା   ଆଣିବା   କରିବା  ପାଇଁ  ବାଧା   ସୃଷ୍ଟି   ହେଉଥିବାରୁ   ସ୍ଥାନେ  ସ୍ଥାନେ   ପୋଲ  ବା  ଚାର   କରିବାକୁ   ପଡିଥାଏ   । ଏଣୁ  ଖୋଲା  ନାଳର   ରକ୍ଷଣାବେକ୍ଷଣ  ଖର୍ଚ୍ଚ   ଅଧିକ   । ଏସବୁ  ଅସୁବିଧାସତ୍ତ୍ୱେ   ଜମିରୁ  ଶୀଘ୍ର  ପାଣି  ଖଲାସ୍  କରିବା  ପାଇଁ   ଖୋଲା  ନାଳ  ଉପଯୁକ୍ତ   ।

ମୁଦାନାଳ

ଏ  ପ୍ରକାର  ନାଳ  ଜମି  ତଳେ   ତିଆରି   କରାଯାଇଥାଏ   । ଏହାକୁ  ମାଟି   ତଳ  ନାଳ   ମଧ୍ୟ  କୁହାଯାଏ   । ମୁଦାନାଳ  ଯୋଗୁଁ  ଖୋଲା  ନାଳ  ଭଳି   ଜମି  ନଷ୍ଟ  ହୁଏ   ନାହିଁ   । ନାଳ  ଉପରେ   ମଧ୍ୟ  ଚାଷ   କରାଯାଏ   । ଏପରି  ନାଳ  ଖୋଳି  ବସାଇବାକୁ   ପ୍ରଥମେ   ବହୁତ  ଖର୍ଚ୍ଚ  ଲାଗେ   କିନ୍ତୁ   ପରେ  ଖର୍ଚ୍ଚ   ଖୁବ୍  କମ୍  ହୋଇଥାଏ   । ମୁଦାନାଳରେ  ଅସୁବିଧା   ସୃଷ୍ଟି   ହେଲେ   ଅସୁବିଧାର  ସ୍ଥାନ   ସହଜରେ   ଚିହ୍ନଟ   କରାଯାଇପାରେ   ନାହିଁ   । ଏଥିଲାଗି   ବେଳେବେଳେ   ସମୁଦାୟ ନାଳଟିକୁ   ଖୋଳିବାକୁ   ପଡିଥାଏ   । ଏହା   ମାଟିତଳ   ନାଳର   ମୁଖ୍ୟ  ଅସୁବିଧା   । ମୁଦାନାଳ  ବିଭିନ୍ନ  ପ୍ରକାରର   ସେ  ମଧ୍ୟରୁ  ନାଳ  ବା  ଟାଇଲ   ନାଳ  ପ୍ରଧାନ   । ନଳା  ପ୍ଲାଷ୍ଟିକ, ସିମେଣ୍ଟ, କଂକ୍ରିଟ  ବା  ପଲିଥିନ  ପାଇପ୍ ରେ  ତିଆରି  ହୋଇଥାଏ   । ୧୦ ସେ.ମି. ରୁ  ୩୦ ସେ.ମି.  ଗୋଳେଇ   ଓ  ଲମ୍ବ  ୩୦ – ୪୦ ସେ.ମି.  । ଲମ୍ବ  ନଳାଗୁଡିକ  ପରସ୍ପର   ସହିତ   ଲମ୍ବ  ଭାବରେ   ମୁହଁକୁ  ମୁହଁ  ଯୋଡାଯାଏ   । ଯୋଡେଇ  ମୁହଁରେ   ନଳା   ଭିତରକୁ   ଜଳ   ପ୍ରବେଶ   କରେ    । ପ୍ଲାଷ୍ଟିକ  ଓ  ପଲିଥିନ   ନଳାରେ   ସ୍ଥାନେ  ସ୍ଥାନେ  ଛିଦ୍ର   କରାଯାଇଥାଏ   । ଏହି  ଛିଦ୍ର  ମଧ୍ୟ  ଦେଇ  ଜଳ  ପ୍ରବେଶ  କରେ   ।

ନାଳରୁ  ଜଳ  ନିଷ୍କାସନ   ଲାଗି   ନଳା  ଓ  ନାଳଗୁଡିକର   ଯତ୍ନ   ନେବା  ଆବଶ୍ୟକ   । ନିଷ୍କାସନ   ପଥ   ଠିକ୍ ଭାବରେ  ସଫା   କରାଯାଉ   ନଥିଲେ  ନଳା  ବନ୍ଦ   ହୋଇଯାଏ   ନାଳ   ଭିତରକୁ   ଗୋଳିଆ  ପାଣି  ଛାଣି   ହୋଇ  ଆସିବାକୁ   ସ୍ଥାନେ  ସ୍ଥାନେ   ସଫେଇ   ବାଟ   ରଖାଯିବା  ଉଚିତ   । ସଫେଇ  ବାଟ  ନିୟମିତ   ଭାବେ   ସଫା   ହେବା  ଦରକାର   ନିୟମିତ   ଭାବେ  ନାଳରୁ  ଘାସ  ସଫା  କରିବା  ଉଚିତ୍  । ମୂଷା  ଓ ଗଧ  ନାଳୀ  ଭିତରେ   ପଶି   ନାଳ  ଖୋଳି  ପକାନ୍ତି  ଓ  ନଳା  ଭୁସୁଡି  ପଡେ   । ଏଣୁ   ନଳା  ମୁହଁରେ   ତାର  ଜାଲି  ଦେବା  ଦରକାର   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.15555555556
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top