ହୋମ / କୃଷି / ଜଳସେଚନ / ଡାଳୁଆ ଧାନର ଜଳ ପରିଚାଳନା
ସେଆର କରନ୍ତୁ

ଡାଳୁଆ ଧାନର ଜଳ ପରିଚାଳନା

ଡାଳୁଆ ଧାନ ଚାଷରେ କିପରି ଜଳ ପରିଚାଳନା କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଉପକ୍ରମ

ଡାଳୁଅ ଧାନ ଫସଲ ଅଧିକ ଜଳ ଦରକାର କରେ । ଜଳସେଚିତ ଅଞ୍ଚଳ  ଧାନଚାଷରେ କେନାଲ ଉପରେ ମୁଣ୍ଡରେ ଥିବା ଚାଷୀମାନେ  ମନଇଚ୍ଛା ଅତ୍ୟଧିକ ଜଳସେଚନ କରିବା ଫଳରେ କେନାଲରେ ତଳମୁଣ୍ଡରେ ଥିବା ଜମିରେ ଜଳର ଅଭାବ ଦେଖାଯାଇଥାଏ । ଫଳରେ ବିନା କାରଣରେ ଜଳର ଅପଚୟ ହେବା ସହିତ ଜଳ ବଣ୍ଟନରେ ଅସୁବିଧା ହୁଏ । ଜମିକୁ ଠିକ୍ ରୂପେ ସମତୁଲ କଲେ କମ୍ ପାଣି ଆବଶ୍ୟକ ହୁଏ ।

ଡାଳୁଆ ଧାନରେ ତଳିଘେରା ପ୍ରସ୍ତୁତି

ଜାନୁୟାରୀ ମାସ ଶେଷ ସୁଦ୍ଧା ତଳି ରୁଆ ସାରିବା ପାଇଁ ଡିସେମ୍ବର ୧୦-୨୫ ମଧ୍ୟରେ ତଳି ଘେରା ପ୍ରସ୍ତୁତ କରାଯାଏ । ତଳିଗୁଡିକୁ ସଅଳ ରୋଇଲେ କାଣ୍ଡବିନ୍ଧା ପୋକ ଉପଦ୍ରବରୁ ରକ୍ଷା ମିଳିଥାଏ । ସହଳ ଗୁଆ ଯାଇଥିବା ଧାନ ସଅଳ ଅମଳ ହେବା ସହ ଆଗାମୀ ଖରିଫ୍ ଫସଲର ଜମି ପ୍ରସ୍ତୁତି ପାଇଁ ପ୍ରଚୁର ସମୟ ମିଳିଥାଏ ।

  • ତଳିଘେରାରେ ଧାନ ବୁଣିବା ପୂର୍ବରୁ ବିହନ ବିଶୋଧନ କରାଯିବା ନିହାତି ଆବଶ୍ୟକ । ବିହନ ବିଶୋଧନ ଦ୍ଵାରା ତଳି ଘେରାରେ ଦେଖାଯାଉଥିବା ମହିଶା, ପତ୍ରପୋଡା, ପତ୍ରଦାଗ, ପତ୍ରଛଦା ରୋଗ ଦଉରୁ ମୁକ୍ତି ମିଳିଥାଏ । ବଜାରରେ ଉପଲବ୍ଧ ଥିବା ଔଷଧ ‘ଭିଟା ବାକ୍ ପାୱାର' (କାର୍ବୋଜିନ୍ +ଥିରାମ) ଦ୍ଵାରା ଧାନ ବିହନକୁ କେଜି ପ୍ରତି ୨ ଗ୍ରାମ୍ ଔଷଧ ଭାବରେ ବିହନ ବିଶୋଧନ କରିବା ଉପଯୁକ୍ତ ।
  • ଏକହେକ୍ଟର ପ୍ରତି୫୦-୭୦ କିଗ୍ରାଧାନ ବିହନ ଆବଶ୍ୟକ ପଡେ । ଧାନ ବୁଣିବା ପୂର୍ବରୁ ଜମିକୁ ଭଲ ଭାବେ କାଦୁଆ କରାଯିବା ଆବଶ୍ୟକ । ବୁଣିବା ସମୟରେ ମାଟିରେ ଉପଯୁକ୍ତ ପରିମାଣର ଜଳୀୟ ଅଂଶ ରହିବା ଦରକାର । ଧାନ ବୁଣିବା ପୂର୍ବରୁ ଧାନକୁ ଗୋଟିଏ ଦିନ ପାଇଁ ପାଣିରେ ଭିଜାଇ ରଖାଯିବା ଏବଂ ତାପରେ ବିହନକୁ ଭଲ ଭାବରେ ଛାଣି ଗଜା ହେବା ପାଇଁ ଏକ ଅନ୍ଧର ଜାଗାରେ ରଖାଯିବ । ଗଜା ହୋଇଥିବା ଧାନ ଉତ୍ତମ ଭାବେ କାଦୁଆ ହୋଇଥିବା ଜମି ଉପରେ ବୁଣାଯିବା ଦରାକର । ପକ୍ଷୀ ଉପଦ୍ରବରୁ ରକ୍ଷା ପାଇଁ ଗୋବରଖତର ଏକ ସୃଷ୍ଣ ଆବରଣ ବିହନ ବୁଣିବା ପରେ ଜମି ଉପରେ ଦିଆଯିବା ଜରୁରି । ଯେତେବେଳ ଜମି ଶୁଖୁପିବ ଏବଂ ତଳିଗୁଡିକ ହଳଦିଆ ଦେଖାଯିବ ସେତେବେଳେ ଜଳସେଚନ କରିବା ନିହାତି ଜରୁରି ।
  • ୪୦ ବର୍ଗମିଟର ପ୍ରତି ୨ଝୁଡି ଗୋବର ଖତ ସହିତ ୧୦-୧୫-୨୦ ଗ୍ରାମ୍ ଯବକ୍ଷାରଯାନ, ଫସଫରସ୍ ଓ ପଟାସ୍ ପ୍ରତି ଏକ ବର୍ଗମିଟର ଜମିରେ ପ୍ରୟୋଗ କରିବା ଆବଶ୍ୟକ । ଖାତ ଓ ସାର ଭଲ ଭାବରେ ମିଶାଇ ମୁଳ ସାର ହିସାବରେ ଦିଆଯିବା ଆବଶ୍ୟକ । ତଳି ଘେରାରେ ଧାନ ତଳି ୨୫ରୁ ୩୦ ଦିନ ହୋଇଗଲା ପରେ ଏହା ରୁଆ ହେବ ପାଇଁ ଉପଯୁକ୍ତ । ତଳିଘେରାରେ ଉପଯୁକ୍ତ ଯତ୍ନ ନିଆଗଲେ ରୁଆ ଯାଇଥିବା ଧାନରୁ ଅଧିକ ଅମଳ  ଆଶା କରାଯାଇପାରେ ।

ଜଳ ପରିଚାଳନା

ଧାନ ଫସଲ ପାଇଁ କିସମ ଅନୁସାରେ ୮୦ ସେମିଠାରୁ ୧୪୦ ସେମି ଜଳ ଦରକାର ପଡିଥାଏ । ହିସାବ କରି ଦେଖାଯାଇଛି ଯେ, ଧାନ ଫସଲରେ ପ୍ରତି ୧ ଦିନ ଅବଧି ପାଇଁ ପ୍ରାୟ ୧ସେମି ଜଳ ଆବଶ୍ୟକ ହୋଇଥାଏ । ଧାନ ଫସଲରେ ପିଲ ଦେବା ଅବସ୍ଥା, ଗଣ୍ଠି ଛାଡିବା ଅବସ୍ଥା, କେଣ୍ଡା ବଢିବା ଅବସ୍ଥା, ଫୁଲ ଉଡାଇବା ଅବସ୍ଥା ଓ କ୍ଷୀର ଢୋକିବା ଅବସ୍ଥା ହେଉଛି ସଙ୍କଟ କାଳ । ଏହି ସମୟରେ ଜଳାଭାବ ଘଟିଲେ ଫସଲ ଅମଳ ବିଶେଷ ଭାବେ ବାଧାପ୍ରାପ୍ତ  ହୁଏ ।  ତେଣୁ ଫସଲର ସଙ୍କଟ କାଳରେ ନିଶ୍ଚିତ ଭାବେ ଜଳସେଚନ କରନ୍ତୁ ।

ଆଧାର-

  1. କୃଷି ବିଭାଗ
  2. ତାପସ ରଞ୍ଜନ ସାହୁ, ରିସର୍ଜ ସ୍କଲାର, କ୍ଷେତ୍ରବିଜ୍ଞାନ ବିଭାଗ
3.15217391304
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
Sagarika Bardhan May 29, 2017 04:48 PM

ଜଳସେଚିତ ଅଞ୍ଚଳ ଧାନଚାଷରେ କେନାଲ ଉପରେ ମୁଣ୍ଡରେ ଥିବା ଚାଷୀମାନେ ମନଇଚ୍ଛା ଅତ୍ୟଧିକ ଜଳସେଚନ କରିବା ଫଳରେ କେନାଲରେ ତଳମୁଣ୍ଡରେ ଥିବା ଜମିରେ ଜଳର ଅଭାବ ଦେଖାଯାଏ । ଏହି ତଥ୍ୟଟି କୃଷି ମାନଙ୍କୁ ସହଯୋଗ କରିବ । କିପରି ଓ କେତିକି ପରିମାଣରେ ଜଳର ଉପଯୋଗ କରି ଡାଲୁଆ ଧାନ ଚାଷ କରିବେ ।

Debabrata Behera Mar 10, 2016 01:24 PM

ଚାଷୀ ଭାଇ ଭଉଣୀଙ୍କ ପାଇଁ ଭଲ ଖବର ଏହି ସୂଚନା ତାଙ୍କ ପାଖରେ ପହଞ୍ଚି ପାରିଲେ ସେମାନେ ନିଶ୍ଚିତ ଭାବେ ଏହାର ଉପକାର ପାଇପାରିବେ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top