ହୋମ / କୃଷି / ଜଳସେଚନ / ତୃଣକ ଓ ତୃଣକ ଦମନ(ତୃଣକର ଶ୍ରେଣୀ ବିଭାଗ )
ସେଆର କରନ୍ତୁ

ତୃଣକ ଓ ତୃଣକ ଦମନ(ତୃଣକର ଶ୍ରେଣୀ ବିଭାଗ )

ତୃଣକର ଶ୍ରେଣୀ ବିଭାଗ ର ସୂଚନା

ପୃଥିବୀରେ ୩୦,୦୦୦ ରୁ ଅଧିକ ଜାତିର ତୃଣକ ରହିଛି । ସେଥିମଧ୍ୟରୁ ପ୍ରାୟ ୧୮,୦୦୦ ଜାତିର ତୃଣକ ସାଂଘାତିକ କ୍ଷତି କରନ୍ତି । ବାହ୍ୟଗଠନ, ବିକାଶ ଏବଂ ଶରୀର କ୍ରିୟା ଦୃଷ୍ଟିରୁ ଅନେକ ଜାତି ତୃଣକର କେତେକ ସାମଞ୍ଜସ୍ୟ ରହିଛି । ଏହି ସବୁ ସାମଞ୍ଜସ୍ୟକୁ ବିଚାରକୁ ନେଇ ନିୟନ୍ତ୍ରଣ ସୁବିଧା ଦୃଷ୍ଟିରୁ ବିଭିନ୍ନ ଉପାୟରେ ତୃଣକର ଶ୍ରେଣୀ ବିଭାଗ କରାଯାଇଛି ।

ଜୀବନ କାଳ ଦୃଷ୍ଟିରୁ ଶ୍ରେଣୀ ବିଭାଗ

ଜୀବନ କାଳ ଦୃଷ୍ଟିରୁ ତୃଣକକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି । ଯଥା (କ) ଏକ ବାର୍ଷିକୀ (ଖ) ଦି ବର୍ଷୀ ଓ (ଗ) ବହୁ ବର୍ଷୀ ।

ଏକ ବର୍ଷୀ ତୃଣକ

ଏହି ଶ୍ରେଣୀର ତୃଣକ ଜନ୍ମି, ବଢି, ଫୁଲ ଓ ଫଳ ଧରି ଗୋଟିଏ ବର୍ଷ ବା ଗୋଟିଏ ଋତୁ ଭିତରେ ମରିଯାନ୍ତି । ବଢିବା ଅନୁସାରେ ଏକ ବାର୍ଷିକୀ ତୃଣକକୁ ବର୍ଷାକାଳୀନ ବା ଖରିଫ ତୃଣକ ଏବଂ ଶୀତକାଳୀନ ବା ରବି ତୃଣକ ଏହିପରି ଦୁଇ ଭାଗରେ ବିଭକ୍ତ କରାଯାଇଛି । ଏହି ଦୁଇ ଉପଶ୍ରେଣୀ ଭୁକ୍ତ ତୃଣକର କେତେକ ଉଦାହରଣ ଟେବୁଲ ୧ ଓ ୨ ରେ ଦିଆଯାଇଛି ।

କେତେକ ବର୍ଷାକାଳୀନ ତୃଣକ

ପ୍ରଚଳିତ ନାମ

ବନସ୍ପତି ବିଜ୍ଞାନ ନାମ

ବଂଶ

କନଶିର

Commelina bengalensis

Commelinacae

ଚାକୁଣ୍ଡା

Cassia Occidentalis

Fabaceae

ପୋକଶୁଙ୍ଗା

Agaratum Conizoides

Astpraceae

ବାଡିଅଁଳା

Phyllanthus niruri

Enphorbiaceae

ଶୋଲ

Aeschenompne aspera

Fabaceae

ଲାଜକୁଳି

Mimosa pudica

Fabaceae

ପୁରୁଣି

Trianthema spp

Aizoaceae

ବଣଖଡା

Amaranthus viridis

Amarathabaceae

ସୁଆଁ

Echinochloa crusgalli

Poaceae

କେତେକ ଶୀତକାଳୀନ ତୃଣକ

ପ୍ରଚଳିତ ନାମ

ବନସ୍ପତି ବିଜ୍ଞାନ ନାମ

ବଂଶ

ଭେଜିବାଇଗଣ

Solanum xanthocarpum

Solanaceae

ଅଗରା

Argemone mexicana

Papaveraceae

ଅଗରଜଟା

Xanthium strumarium

Acteraceae

ଅଣଓସାରିଆ

Gynadropsis pentaphylla

Capparidaceae

ବଥୁଆ

Chenopodium alhum

Chenopodiaceae

କୋଳଥିଆ

Tephrosia candida

Fabaceae

 

Tephrosia purpurea

Fabaceae

ଗଇଶ

Leucas asppra

Labiateae

ପୁରୁଣି

Portulaca olpraceae

Portulceae

ହାତୀ ସୁଣ୍ଢିଆ

Heliotropium indicum

Boraginaceae

ବଣ ଖଡା ବର୍ଷସାରା ବଢିପାରେ । କିନ୍ତୁ ମୁଖ୍ୟତଃ ଏହା ଏକ ବର୍ଷାକାଳୀନ ତୃଣକ । ଏକବର୍ଷୀ ତୃଣକ ସାଧାରଣତଃ ବୀଜ ଦ୍ଵାରା ବଂଶ ବିସ୍ତାର କରେ ଏବଂ ଜମି ପତ୍ତନରୁ କାଟିଦେଲେ ଆଉ ବଢି ପାରେନାହିଁ ।

ଦ୍ଵିବର୍ଷୀ ତୃଣକ

ଏହି ଶ୍ରେଣୀର ତୃଣକ ସେମାନଙ୍କର ଜୀବନ ଚକ୍ର ଦୁଇ ବର୍ଷରେ ପୂରଣ କରନ୍ତି । ପ୍ରଥମ ବର୍ଷ ଡାଳପତ୍ର ଧରି ବଢନ୍ତି ଏବଂ ଦ୍ଵିତୀୟ ବର୍ଷ ଫୁଲ ଫଳ ଧରନ୍ତି । ଏ ଶ୍ରେଣୀ ତୃଣକର ବିକ୍ଷେପଣ ସାଧାରଣତଃ ଫଓଲ ସହିତ ମିଶି ହୋଇନଥାଏ । ଦ୍ଵିବର୍ଷୀ ତୃଣକର କେତେକ ସାଧାରଣ ଉଦାହରଣ ହେଲା - ଜଙ୍ଗଲୀ ଗାଜର, କାଶଜୀ ।

ବହୁବର୍ଷୀ ତୃଣକ

ଏ ଶ୍ରେଣୀର ତୃଣକ ତିନି ବା ଅଧିକ ବର୍ଷ ବଞ୍ଚନ୍ତି । ସାଧାରଣତଃ ବହୁବର୍ଷୀ ତୃଣକ ଦ୍ଵିତୀୟ ବର୍ଷ ଫୁଲ ଫଳ ଧରନ୍ତି ଏବଂ ତା’ ପରଠାରୁ ପ୍ରତିବର୍ଷ ନିୟମିତ ଫୁଲ ଫଳ ଧରନ୍ତି । ନାଗ ଅଇରୀ , ନାଗ ଫେଣୀ , କିଆକଳମ, ଗୁରୁଡିଆ ବେରୁହାଁ, ବେଣା, ଦୁବ ଆଦି ଏହି ଶ୍ରେଣୀର ତୃଣକ ।

ବୀଜପତ୍ରର ଲକ୍ଷଣ ଦୃଷ୍ଟିରୁ ଶ୍ରେଣୀ ବିଭାଗ

ବିଜପତ୍ରର ଲକ୍ଷଣ ଦୃଷ୍ଟିରୁ ତୃଣକକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଅଛି ।

  1. ଏକବୀଜପତ୍ରୀ ତୃଣକ
  2. ଏହି ଶ୍ରେଣୀର ତୃଣକକୁ ସଂକୀର୍ଣ୍ଣ ପତ୍ରୀ ବା ଘାସ ଜାତୀୟ ତୃଣକ ମଧ୍ୟ କୁହାଯାଏ । ଦୁବଘାସ ସୁଆଁ, କୋଦୁଅ, ମାଣ୍ଡିଆ ଘାସ, ବିଲୁଆ ଲାଞ୍ଜ ଆଦି ଏହି ଶ୍ରେଣୀର ତୃଣକ ।

  3. ଦ୍ଵିବୀଜ ପତ୍ରୀ ତୃଣକ
  4. ଏହି ଶ୍ରେଣୀର ତୃଣକକୁ ବିସ୍ତୀର୍ଣ୍ଣ ପତ୍ରୀ ତୃଣକ ମଧ୍ୟ କୁହାଯାଏ । ପୋକ ଶୁଙ୍ଗୀ, କନସିରି, ବାଡି ଅଁଳା, ବକ୍ର ମୂଳୀ, ଅଗରା, କାଣିଲେଉଟିଆ, ଭେଜି ବାଇଗଣ, ଗଇଶ, ଅଣଓସାରିଆ ଆଦି ଏହି ଶ୍ରେଣୀର ତୃଣକ ।

    ମୁଥା, ବେରୁଆଁ ଆଦି ସଂକୀର୍ଣ୍ଣ ପତ୍ରୀ ହେଲେ ବି ଘାସ ଜାତୀୟ ନୁହନ୍ତି । ଏଗୁଡ଼ିକୁ ମୁଥା ଜାତୀୟ ତୃଣକ କୁହାଯାଏ ।

ସଞ୍ଜୁକ୍ତତା ଦୃଷ୍ଟିରୁ ଶ୍ରେଣୀ ବିଭାଗ

ସଞ୍ଜୁକ୍ତତା ଦୃଷ୍ଟିରୁ ତୃଣକକୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି ।

  1. ଋତୁକାଳୀନ ତୃଣକ
  2. ଏହି ଶ୍ରେଣୀର ତୃଣକ ଫସଲ ଭେଦରେ ବର୍ଷର ଏକ ନିର୍ଦ୍ଧିଷ୍ଟ ଋତୁରେ ବଢନ୍ତି ଯଥା : ଗ୍ରୀଷ୍ମ ତୃଣକ ଓ ଶୀତଋତୁ ତୃଣକ । ଯେଉଁ ଋତୁରେ ଅଙ୍ଗୀୟ ବୃଦ୍ଧି ମୁଖ୍ୟତଃ ହୋଇଥାଏ ସେହି ଋତୁକୁ ବହୁବର୍ଷୀ ତୃଣକର ବଢିବା ଋତୁ ବୋଲି କୁହାଯାଏ ।

  3. ପରଜୀବୀ ତୃଣକ
  4. ଏହି ଶ୍ରେଣୀର ତୃଣକ ପୋଷାକ ଗଛରୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ଖାଦ୍ୟ ଗ୍ରହଣ କରି ବଞ୍ଚନ୍ତି । ସ୍ଵର୍ଣ୍ଣଲତା , ମଲାଙ୍ଗ, ଶୁଣ୍ଢା ବା ରୋବାଙ୍କି ଏବଂ ଆଗିଆ ବା ଷ୍ଟ୍ରାଇଗା ପରଜୀବୀ ତୃଣକର କେତେକ ସାଧାରଣ ଉଦାହରଣ ।

  5. ଫସଲ – ସଂଯୁକ୍ତ ତୃଣକ
  6. ଫସଲ – ସଂଯୁକ୍ତ ତୃଣକ ମଧ୍ୟ ନିର୍ଦ୍ଧିଷ୍ଟ ଫସଲ କ୍ଷେତରେ ବଢନ୍ତି କିନ୍ତୁ ପରଜୀବୀ ତୃଣକ ପରି ଫସଲରୁ ଖାଦ୍ୟ ଗ୍ରହଣ କରନ୍ତି ନାହିଁ । କେତେକ ନିର୍ଦ୍ଧିଷ୍ଟ କାରଣ ଯୋଗୁଁ ଏ ପ୍ରକାର ତୃଣକ ଫସଲ ସହିତ ସଂଯୁକ୍ତ ହୋଇ ରହନ୍ତି । ଫସଲ ନିହିତ ବାହ୍ୟ ଗଠନରେ ସାମଞ୍ଜସ୍ୟ ଯୋଗୁ ଧାନ କ୍ଷେତରେ ବାଳୁଙ୍ଗା ଏବଂ କ୍ଷୁଦ୍ରଶସ୍ୟ ଜାତୀୟ ଫସଲରେ ଜଙ୍ଗଲୀ ଓଟ ବଞ୍ଚି ରହେ । ଛାଇ, ଥଣ୍ଡା ଓ ଆର୍ଦ୍ର ପରିବେଶରେ କାଶନୀ ଭଲ ବଢେ । ବରସିମ୍ ଓ ଲୁସର୍ଣ୍ଣ କ୍ଷେତରେ ଏପ୍ରକାର ପରିବେଶ ଯଥେଷ୍ଟ ଭାବରେ ମିଳୁଥିବାରୁ କାଶନୀ ସର୍ବଦା ବରସିମ ଓ ଲୁସର୍ଣ୍ଣ ସହିତ ସଂଯୁକ୍ତ ହି ରହେ ।

    ଏହି ମୁଖ୍ୟ ଶ୍ରେଣୀ ବିଭାଗ ଛଡା ତୃଣକକୁ କାଣ୍ଡର ପ୍ରକୃତି ଭିତ୍ତିରେ କାଠୁଆ, ଅର୍ଦ୍ଧ – କାଠୁଆ ଓ ଶାକୀୟ, ଆବାସ ଭିତ୍ତିରେ କୃଷିକ୍ଷେତ୍ର ତୃଣକ , ଚାରଣ ଭୂମି ତୃଣକ, ପଡିଆ ଜମି ତୃଣକ, ଜଙ୍ଗଲ ତୃଣକ, ଜଳାଶୟ ତୃଣକ ଇତ୍ୟାଦି ;ମୃତ୍ତିକା ଆବଶ୍ୟକତା ଭିତ୍ତିରେ ଅମ୍ଳ ମୃତ୍ତିକା ତୃଣକ, କ୍ଷାରୀ ମୃତ୍ତିକା ତୃଣକ ଓ ନିରପେକ୍ଷ ମୃତ୍ତିକା ତୃଣକ ଏବଂ ଉତ୍ପତ୍ତିସ୍ଥଳ ଭିତ୍ତିରେ (ଇଉରୋପୀୟ ତୃଣକ, ଆମେରିକୀୟ ତୃଣକ ଇତ୍ୟାଦି) ମଧ୍ୟ ବର୍ଗୀକୃତ କରାଯାଇଅଛି । ଆହୁରି ମଧ୍ୟ ତୃଣକକୁ ଐଚ୍ଛିକ ସାଧାରଣତଃ ଜଙ୍ଗଲ ପରିବେଶରେ ଦେଖାଯାଏ ବା ଅବିକଳ୍ପି କର୍ଷିଲା ଜମିରେ ଦେଖାଯାଏ ଏବଂ ମାରାତ୍ମକ ଅଦରକାରୀ କ୍ଲେଶଦାୟକ ଓ ନିୟନ୍ତ୍ରଣ କରିବା ଦୁଃସାଧ୍ୟ ବା ଆପତ୍ତିଜନକ (ମାରାତ୍ମକ, ଯାହାର ମଞ୍ଜିକୁ ଫସଲ ମଞ୍ଜିରୁ ପୃଥକ କରିବା କଠିନ) ଏପରି ଭାବରେ ଶ୍ରେଣୀଭୁକ୍ତ କରାଯାଇଥାଏ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
3.06896551724
Anonymous May 05, 2018 10:59 AM

ଜଙ୍ଗଲ ର ଶ୍ରେଣୀ ବିଭାଗ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top