ହୋମ / କୃଷି / ଜଳସେଚନ / ତୃଣକ ଓ ତୃଣକ ଦମନ(ରାସାୟନିକ ତୃଣକ ନିୟନ୍ତ୍ରଣ ଉପକାର)
ସେଆର କରନ୍ତୁ

ତୃଣକ ଓ ତୃଣକ ଦମନ(ରାସାୟନିକ ତୃଣକ ନିୟନ୍ତ୍ରଣ ଉପକାର)

ରାସାୟନିକ ତୃଣକ ନିୟନ୍ତ୍ରଣ ଉପକାର ର ସୂଚନା

କୃଷି  କ୍ଷେତ୍ରରେ   ତୃଣକମାରୀ  ପ୍ରୟୋଗ   ମୁଖ୍ୟ   ଲକ୍ଷ   ହେଉଛି  ମନୁଷ୍ୟର  ଶ୍ରମ  ଲାଘବ  କରିବା  ଏବଂ   ତୃଣକ ନିୟନ୍ତ୍ରଣ  ପାଇଁ  ଯେଉଁ  ଶ୍ରମ  ଆବଶ୍ୟକ  ହେଉଥିଲା  ତାକୁ   ବିନିଯୋଗ   କରି   ଉତ୍ପାଦନ  ବୃଦ୍ଧି  କରିବା   । ରାସାୟନିକ  ତୃଣକ  ନିୟନ୍ତ୍ରଣର  ଲକ୍ଷ  ନୁହେଁ   ଉତ୍ତମ  ଫସଲ  ଉତ୍ପାଦନ   ପ୍ରଣାଳୀ, ଯାନ୍ତ୍ରିକ  ତୃଣକ   ନିୟନ୍ତ୍ରଣ  ଓ  ଜୈବ   ତୃଣକ  ନିୟନ୍ତ୍ରଣ  ପଦ୍ଧତିକୁ  ତ୍ୟାଗ   କରିବା  ଦ୍ଵାରା  ଅଧିକ  ଉପକାର  ମିଳେ  । ଯଥେଷ୍ଟ  ପରିମାଣରେ   ଏବଂ  ଶସ୍ତାରେ   ମୁଲିଆ  ମିଳୁଥିବା   ଅଞ୍ଚଳରେ   ମଧ୍ୟ   ତୃଣକମାରୀ  ବ୍ୟବହାର   ନିମ୍ନଲିଖିତ   କାରଣଗୁଡିକ  ଯୋଗୁଁ  ଲାଭଜନକ   ଅଟେ   ।

  1. ଫସଲ  ଧାଡିର   ତୃଣକମାରୀ   ପ୍ରୟୋଗ   କରି  ତୃଣକ  ନିୟନ୍ତ୍ରଣ  କରିହୁଏ  । ଯେଉଁଠି  ଯାନ୍ତ୍ରିକ  ପଦ୍ଧତି  ଅବଲମ୍ବନ   କରାଯାଇପାରେ   ନାହିଁ   ।
  2. ତୃଣକ   ଉଠିବା  ପୂର୍ବରୁ   ତୃଣକମାରୀ  ପ୍ରୟୋଗ  କରି  ଫସଲର  ପ୍ରଥମାବସ୍ଥାରୁ  ତୃଣକକୁ   ନିୟନ୍ତ୍ରଣ   କରିହୁଏ   । ଏହା  ବିଶେଷ  ଲାଭଜନକ   କାରଣ  ଫସଲର   ପ୍ରଥମାବସ୍ଥାରେ   ତୃଣକ  ପ୍ରତିଯୋଗୀତା  ଅଧିକ  ହୋଇଥାଏ   ।
  3. ଚା ’ ଓ  କଫି  ଆଦି  ବହୁବର୍ଷୀ  ଫସଲରେ  ଯାନ୍ତ୍ରିକ   ପଦ୍ଧତି  ଅବଲମ୍ବନ  କରିବା  ଦ୍ଵାରା  ଚେର  ଛିଣ୍ଡି   ଯିବାର   ସମ୍ଭାବନା   ରହେ  । ଏଣୁ  ତୃଣକମାରୀ  ଦ୍ଵାରା   ତୃଣକ  ନିୟନ୍ତ୍ରଣ  ସୁବିଧାଜନକ   ହୁଏ    ।
  4. ତୃଣକମାରୀ  ପ୍ରୟୋଗ  ପ୍ରାରମ୍ଭିକ  କର୍ଷଣ  ଆବଶ୍ୟକତାକୁ  କମ୍  କରେ  ।
  5. ତୃଣକମାରୀ  କେତେକ   ବହୁବର୍ଷୀ   ତୃଣକକୁ  ସଫଳତାର   ସହିତ  ନିୟନ୍ତ୍ରଣ   କରେ  ଯାହାକୁ  ଅନ୍ୟ  ପଦ୍ଧତି  ଦ୍ଵାରା   ଦକ୍ଷତାର  ସହିତ  ନିୟନ୍ତ୍ରଣ  କରିହୁଏ   ନାହିଁ   ଏବଂ –
  6. ତୃଣକମାରୀ  ଦ୍ଵାରା   ଅଳ୍ପ  ସମୟ  ଭିତରେ  ବହୁତ  ଜାଗାରୁ   ତୃଣକ  ନିୟନ୍ତ୍ରଣ   କରାଯାଇପାରିବ   ।

ତୃଣକମାରୀ  ଶ୍ରେଣୀ  ବିଭାଗ

ବଜାରରେ   ମିଳୁଥିବା  ତୃଣକମାରୀ  ଗୁଡିକୁ  ପ୍ରୟୋଗ   ପ୍ରଣାଳୀ , କାର୍ଯ୍ୟ   କରିବା  ପ୍ରଣାଳୀ, ରାସାୟନିକ ସାଦୃଶ  ଓ  ଆକାରଗତ  ସାମଞ୍ଜସ୍ୟ  ଆଦି  ଭିତ୍ତିରେ  ବର୍ଗୀକରଣ   କରାଯାଇଅଛି   ।

  1. ମୃତ୍ତିକା – ସକ୍ରିୟ  ଓ  ପତ୍ର – ସକ୍ରିୟ  ତୃଣକମାରୀ
  2. ମୃତ୍ତିକା – ସକ୍ରିୟ  ତୃଣକମାରୀକୁ  ମୁଖ୍ୟତଃ  ମୃତ୍ତିକାରେ  ପ୍ରୟୋଗ   କରାଯାଏ  । ଏହା   ଅଙ୍କୁରଣ   ପରେ  ତୃଣକକୁ  ମାରିଦିଏ   କିମ୍ବା  କନ୍ଦାକାଣ୍ଡ, କନ୍ଦା, ଖର୍ବଧାବାଳର  ଅଙ୍କୁରଣକୁ   ପ୍ରତିରୋଧ   କରେ   । ମୃତ୍ତିକା – ସକ୍ରିୟ  ତୃଣକମାରୀ   ମୁଖ୍ୟତଃ  ଫସଲ  ଲଗାଇବା  ବେଳେ  ପ୍ରୟୋଗ   କରାଯାଏ   । ସକ୍ରିୟତା  ଥିବା  ପର୍ଯ୍ୟନ୍ତ  ଫସଲର  ପ୍ରଥମାବସ୍ଥାରେ  ଏ ପ୍ରକାର  ତୃଣକମାରୀ  ଫସଲ – ତୃଣକ  ପ୍ରତିଯୋଗିତାକୁ  ଦୂର  କରେ   । ତୃଣକ  ପ୍ରକାର  ଓ  ପରିମାଣ  ଅନୁସାରେ  ସକ୍ରିୟତା  ୭ – ୮ ସପ୍ତାହ  ରହେ   । ସୀମାଜିନ୍  ଆଲାକ୍ଲୋର   ଆଦି  ମୃତ୍ତିକା – ସକ୍ରିୟ  ତୃଣକମାରୀର  କେତେକ  ସାଧାରଣ  ମୃତ୍ତିକା – ସକ୍ରିୟ  ତୃଣକମାରୀର   ଆଦର   ଚାଷୀମାନଙ୍କ  ନିକଟରେ   ଅଧିକ   । କାରଣ  ଏହା  ଏପରିକି   ଅଙ୍କୁରଣ  ପୂର୍ବରୁ   ତୃଣକକୁ   ନିୟନ୍ତ୍ରଣକରେ  ଏଣୁ  ଫସଲର  ପ୍ରଥମାବସ୍ଥାରେ  ତୃଣକ  ପ୍ରତିଯୋଗିତାକୁ  ଦୂର  କରେ   । ପ୍ରୟୋଗ   ପରେ  ଅଧିକ  ସମୟ  ପର୍ଯ୍ୟନ୍ତ   ତୃଣକକୁ  ନିୟନ୍ତ୍ରଣ   କରି   ରଖେ  ଓ  ଏ ପ୍ରକାର  ତୃଣକମାରୀର   ନିର୍ବାଚି  ଧର୍ମ   ଅନେକ   ସମୟରେ  ଅଧିକ  ଅଟେ   ।

    ପତ୍ର – ସକ୍ରିୟ   ତୃଣକମାରୀ  ଅଙ୍କୁରଣପରେ  ତୃଣକ   ଉପରେ   ପ୍ରୟୋଗ  କରାଯାଏ   ପତ୍ରଦ୍ଵାରା  ଏହା  ପରିଶୋଷିତ   ହୋଇ  ତୃଣକର   ଅନ୍ୟାନ୍ୟ  ଅଂଶକୁ   ଅନେକ  ସମୟରେ  ପରିବାହିତ  ହୁଏ  । ୨,୪,୫ ଟି  ପାରାକ୍ଵାଟ  ଓ  ଡାଇକ୍ଵାଟ  ଏହିପ୍ରକାର  ତୃଣକମାରୀ  ଅଟନ୍ତି   । ୨,୪ ଡି ଓ  ଆଟ୍ରାଜିନ  ଆଦି  କେତେକ   ତୃଣକମାରୀ   ଉଭୟ  ମୃତ୍ତିକା – ସକ୍ରିୟ  ଓ  ପତ୍ର – ସକ୍ରିୟ  ଅଟନ୍ତି   ।

  3. ନିର୍ବାଚୀ  ଓ  ନିର୍ବିଶେଷ  ତୃଣକମାରୀ
  4. ମିଶାମିଶି  ହୋଇ  ରହିଥିବା   ବିଭିନ୍ନ  ପ୍ରକାର  ଉଦ୍ଭିଦ  ଉପରେ  ପ୍ରୟୋଗ   କଲେ   ଯେଉଁ   ତୃଣକମାରୀ  ଅନ୍ୟ  ଜାତି  ଉଦ୍ଭିଦର   ବିଶେଷ  କ୍ଷତି   ନକରି  କେତେ   ଜାତି  ଉଦ୍ଭିଦକୁ   ମାରିଦିଏ   ତାହାକୁ  ନିର୍ବାଚୀ  ତୃଣମାରୀ   କୁହାଯାଏ   । ୨,୪ ଡି, ଆଟ୍ରାଜିନ, ବୁଟାକ୍ଲୋର, ପେଣ୍ଡିମିଥାଲିକ  ଆଦି  ଏହି ପ୍ରକାର  ତୃଣକମାରୀ  ଅଟନ୍ତି   । ଅପରପକ୍ଷରେ   ନିର୍ବିଶେଷ  ତୃଣକମାରୀ   ଜାତିଭେଦରେ  ସବୁ  ପ୍ରକାର  ତୃଣକକୁ  ମାରିଦିଏ   । ପାରାକ୍ଵାଟ  ଏହିପରି  ଏକ  ତୃଣକମାରୀ   । ଫସଲ  କ୍ଷେତରୁ   ଅନାବନା  ଗଛ  ନିୟନ୍ତ୍ରଣ  କରିବା  ପାଇଁ   ନିର୍ବାଚୀ   ତୃଣକମାରୀ  ଓ  ପଡିଆ, ରାସ୍ତାକଡ, କଳକାରଖାନା  ଆଦିର   ଅନାବନା  ଗଛ   ନିୟନ୍ତ୍ରଣ   ପାଇଁ  ନିର୍ବିଶେଷ  ତୃଣକମାରୀ  ବ୍ୟବହାର  କରାଯାଏ   ।

  5. ସ୍ପର୍ଶ ଓ  ପରିବାହିତ  ତୃଣକମାରୀ
  6. ସ୍ପର୍ଶ   ତୃଣକମାରି  ପରିବାହିତ   ନହୋଇ   ମୁଖ୍ୟତଃ   ଟିସୁ ସଂସ୍ପର୍ଶରେ   ଆସି  ତୃଣକକୁ   ମାରିଦିଏ   । ପତ୍ର   ଉପରେ  ପ୍ରୟୋଗ  କରାଯାଇଥିବା  ସ୍ପର୍ଶ   ତୃଣକମାରୀ   ସାଧାରଣତଃ   ଚେରକୁ   ମାରିପାରେ   ନାହିଁ   । ଯଦିଓ   କାଣ୍ଡ  ଅଭାବରୁ   ଏକବର୍ଷୀ   ତୃଣକର   ଚେର   ମରିଯାଇପାରେ   । ସ୍ପର୍ଶ   ତୃଣକମାରୀ  ପ୍ରୟୋଗ   କରିବାର  ଅଳ୍ପଦିନ   ପରେ  ପ୍ରତିଷ୍ଠିତ   ତୃଣକର  ଚେର , କଳକାଣ୍ଡ   ଆଦି   ବଢିବାକୁ  ଲାଗେ   । ପାରାକ୍ଵାଟ, ଡାକାଇଟ, ପ୍ରୋପାନିଲି, ପେଟ୍ରୋଲିଅମ ତୈଳ  ଆଦି  ସ୍ପର୍ଶ   ତୃଣକର  ଉଦାହରଣ   ।

    ଅପର  ପକ୍ଷରେ   ପରିବାହିତ   ତୃଣକମାରୀ  ପ୍ରୟୋଗ   କରାଯାଇଥିବା  ସ୍ଥାନରୁ   ଉଦ୍ଭିଦ   ଶରୀର   ଭିତରେ  ଅନ୍ୟାନ୍ୟ   ଅଙ୍ଗକୁ   ପରିବାହିତ  ହୋଇଥାଏ   ଏଣୁ   ତୃଣକର   କୌଣସି   କ୍ଷୁଦ୍ର  ଅଂଶରେ  ପ୍ରୟୋଗ   କରାଯାଇଥିଲେ  ବି  ସମ୍ପୂର୍ଣ୍ଣ   ତୃଣକକୁ  ମାରିଦିଏ   । ବହୁବର୍ଷୀ   ତୃଣକକୁ   ନିୟନ୍ତ୍ରଣ   କରିବା  ପାଇଁ   ପରିବାହିତ  ତୃଣକମାରୀ   ବିଶେଷ   ଗୁରୁତ୍ୱପୂର୍ଣ୍ଣ   । ଏକବର୍ଷୀ  ତୃଣକକୁ   ନିୟନ୍ତ୍ରଣ   କରିବା  ପାଇଁ  ମଧ୍ୟ   ପରିବାହିତ   ତୃଣକମାରୀଙ୍କୁ  ଅଳ୍ପ  ଜଳ  ଆବଶ୍ୟକ   କରୁଥିବା  ସିଞ୍ଚକ ରେ   ପ୍ରୟୋଗ   କରାଯାଇପାରିବ  କାରଣ  ପତ୍ରର   କିଛି  ଅଂଶ   ଉପରେ   ତୃଣକମାରୀ  ପଡିବା   ଆବଶ୍ୟକ   । କିନ୍ତୁ  ସ୍ପର୍ଶ  ତୃଣକମାରୀ   ପ୍ରୟୋଗ   କଲେ  ଔଷଧ   ପକାଇ   ତୃଣକକୁ  ସମ୍ପୂର୍ଣ୍ଣ  ସିକ୍ତ   କରିବା   ଆବଶ୍ୟକ   ।

    କେତେକ  ତୃଣକମାରୀ  ଉଭୟ  ସ୍ପର୍ଶ  ଓ  ପରିବାହିତ   ଧର୍ମ  ପ୍ରଦର୍ଶନ  କରନ୍ତି   । ଉଦାହରଣ  ସ୍ୱରୂପ   ଆଟ୍ରାଜିନ  ମୃତ୍ତିକାରେ  ପ୍ରୟୋଗ   କଲେ  ପରିବାହିତ  ଧର୍ମ  ଓ  ତୃଣକ  ଉପରେ  ପ୍ରୟୋଗ   କଲେ   ସ୍ପର୍ଶ  ଧର୍ମ  ପ୍ରକାଶ  କରେ   ।

  7. ମୃତ୍ତିକା  ନିର୍ବୀଜକ ଓ  ଧୂମକ
  8. ମୃତ୍ତିକା  ନିର୍ବୀଜକ  ତୃଣକମାରୀ   କୌଣସି  ଉଦ୍ଭିଦକୁ  ବଢିବାକୁ   ଦିଏ  ନାହିଁ   ।  ମୃତ୍ତିକା  ନିର୍ବୀଜକ  କ୍ଷଣସ୍ଥାୟୀ   ବା  ଅପେକ୍ଷାକୃତ   ସ୍ଥାୟୀ   ହୋଇପାରେ   । ଅସ୍ଥାୟୀ   ନିର୍ବୀଜକ  ମୃତ୍ତିକାକୁ  ୧୬ ସପ୍ତାହ  ପର୍ଯ୍ୟନ୍ତ  ନିର୍ବୀଜ  ରଖିପାରେ  ଅଥଚ  ସ୍ଥାୟୀ   ନିର୍ବୀଜକ   ସମୟ   ସମୟରେ  ଦୁଇ  ବା  ତହିଁରୁ   ଅଧିକ  ବର୍ଷ  ପର୍ଯ୍ୟନ୍ତ  କାର୍ଯ୍ୟକ୍ଷମ  ରୁହେ   । ଅସ୍ଥାୟୀ   ମୃତ୍ତିକା  ନିର୍ବୀଜକ  ସାଧାରଣତଃ  ଉଦବାୟୀ  । ଏହା  ମୃତ୍ତିକାରେ  ଥିବା   ଉଦ୍ଭିଦର  ସବୁ  ସଜୀବ  ଅଂଶକୁ   ମାରିଦେଇ   ବାଷ୍ପ   ଆକାରରେ  ନଷ୍ଟ   ହୋଇଯାଏ   । ଏ ପ୍ରକାର   ନିର୍ବୀଜକୁ   ଧୂମକ   କୁହାଯାଏ   ।

  9. ସ୍ୱଳ୍ପ ଓ ସ୍ଥୂଳ ତୃଣକମାରୀ
  10. ସ୍ୱଳ୍ପ  ତୃଣକମାରୀ  ଏକ  ଜାତିର  କିମ୍ବା   ଖୁବ୍  କମ  ଜାତିର   ତୃଣକକୁ   ସଫଳତାର   ସହିତ  ନିୟନ୍ତ୍ରଣ   କରେ   । ଏ  ପ୍ରକାର   ତୃଣକମାରୀ   କେତେକ  ମାରାତ୍ମକ   ତୃଣକ   ପାଇଁ   ବିଶେଷ   ଉପଯୋଗୀ   । ମେଟୋଜୁରନ  ଏହିପରି   ଗୋଟିଏ   ତୃଣକମାରୀ   । ଜଙ୍ଗଲୀ  ଅତକୁ   ଏହା  ସଫଳତାର   ସହିତ  ନିୟନ୍ତ୍ରଣ   କରିପାରେ   । ଅପରପକ୍ଷରେ  ସ୍ଥୂଳ  ତୃଣକମାରୀ   ବିଭିନ୍ନ  ପ୍ରକାର   ତୃଣକକୁ   ନିୟନ୍ତ୍ରଣ  କରିପାରେ   । ଏବେ  ବ୍ୟବହୃତ   ହେଉଥିବା  ଅଧିକାଂଶ  ତୃଣକମାରୀ   ଏହି  ଶ୍ରେଣୀର   ।

  11. ଅବଶିଷ୍ଟ ଓ ଅଣ – ଅବଶିଷ୍ଟ  ତୃଣକମାରୀ
  12. ଅବଶିଷ୍ଟ  ତୃଣକମାରୀର  ବିଶାକ୍ତତା   ପ୍ରୟୋଗ   ପରେ  ଅନେକ   ଦିନ  ପର୍ଯ୍ୟନ୍ତ  ରହେ   । କେତେକ  ସ୍ଥଳରେ ଏହା  ୩ – ୪  ସପ୍ତାହ  ଓ  ଆଉ କେତେକ  ସ୍ଥଳରେ  ମାସ  ରହେ   । ଅଣ – ଅବଶିଷ୍ଟ  ତୃଣକମାରୀ  ମୃତ୍ତିକାରେ  ପ୍ରୟୋଗପରେ   ଅଳ୍ପ  ଦିନରେ   କ୍ରିୟାହୀନ  ହୋଇପଡେ  । ୨,୪ – ଡି  ଏକ  ଅବଶିଷ୍ଟ   ତୃଣକମାରୀ  । ପାରାକ୍ଵାଟ ଓ ଡାଇକ୍ଵାଟ  ଅଣ – ଅବଶିଷ୍ଟ   ତୃଣକମାରୀ  ଅଟନ୍ତି  । ଅଣ – ଅବଶିଷ୍ଟ   ତୃଣକମାରୀ   ତୃଣକକୁ  ଶୀଘ୍ର  ମାରିଦିଏ  କିନ୍ତୁ  ଅଧିକ  ଦିନ  ପର୍ଯ୍ୟନ୍ତ  ତୃଣକ  ନିୟନ୍ତ୍ରଣ  କରିପାରେ  ନାହିଁ   ।

  13. ଅଜୈବ ଓ  ଜୈବ  ତୃଣକମାରୀ
  14. ତୁତିଆ, ହିରାକସ, ସୋଡିୟମ ଆର୍ସେନାଇଟ, ସଲଫୁରିକ ଅମ୍ଳ , କପର  ନାଇଟ୍ରେଟ, ଆମୋନିୟମ, ସଲଫେଟ  ସୋଡିୟମ  ନାଇଟ୍ରେଟ, ସୋଡିୟମ  କ୍ଳୋରାଇଡ  ଆଦି  ଅଜୈବ  ତୃଣକମାରୀ   ଉଦାହରଣ   । ଏବେ  ଅଗୁଡିକ  ତୃଣକମାରୀ  ରୂପେ  ବ୍ୟବହୃତ   ହେଉନାହିଁ   ।

    ଡାଲାପନ, ଆଲାକ୍ଲୋର, ବୁଟାକ୍ଲୋର, ମେଟୋଲାକ୍ଲୋର, ପ୍ରୋନାମାଇଡ, ପ୍ରୋପାନୀଳ, ପାରାକ୍ଵାଟ  ଆଦି   ଜୈବ  ତୃଣକମାରୀ  ଅନ୍ତର୍ଗତ   । ଜୈବ   ତୃଣକମାରୀକୁ  ଯବକ୍ଷାରଜାନ  ଯୁକ୍ତ  ଓ  ଯବକ୍ଷାରଜାନ   ସହିତ   ଏପରି   ଦୁଇଭାଗରେ   ବିଭକ୍ତ   କରାଯାଇଅଛି   ।

ତୃଣକମାରୀ  ପ୍ରୟୋଗ   ପ୍ରଣାଳୀ

ପ୍ରୟୋଗ   ପ୍ରଣାଳୀ  ମୁଖ୍ୟତଃ  ତୃଣକମାରୀର   କାର୍ଯ୍ୟକରିବା   ରୀତି  ଓ  ନିର୍ବାଚୀ  ଧର୍ମଭିତ୍ତିରେ   ଭିନ୍ନ  ଭିନ୍ନ  ହୁଏ । ପରିବେଶ, ସୁବିଧା ଓ  ଅର୍ଥ  ଆବଶ୍ୟକତା  ମଧ୍ୟ  ପ୍ରୟୋଗ   ପ୍ରଣାଳୀକୁ  ପ୍ରଭାବିତ   କରେ   । ଉଚିତ୍  ପଦ୍ଧତିରେ   ପ୍ରୟୋଗ   ନକଲେ   ତୃଣକ  ନିୟନ୍ତ୍ରଣ  ଭଲଭାବେ   ହୋଇପାରେ   ନାହିଁ   କିମ୍ବା  ଫସଲର   ବିଶେଷ  କ୍ଷତି   ଘଟେ  ।

ମୃତ୍ତିକା  ପ୍ରୟୋଗ  ପୃଷ୍ଠ  ପ୍ରୟୋଗ

ମୃତ୍ତିକା – ସକ୍ରିୟ  ତୃଣକମାରୀକୁ  ସାଧାରଣତଃ   ମୃତ୍ତିକା  ପୃଷ୍ଠରେ   ପ୍ରୟୋଗ   କରି  ସେହିପରି   ଛାଡି   ଦିଆଯାଏ  କିମ୍ବା   ଭୌତିକ   ପ୍ରକ୍ରିୟା   ଦ୍ଵାରା  ମାଟି  ସହିତ   ମିଶାଇ  ଦିଆଯାଏ   । ମାଟି  ସହିତ ନ ମିଶାଇ   ଯେତେବେଳେ  ଛାଡି  ଦିଆଯାଏ  ଅଙ୍କୁରିତ   ତୃଣକକୁ   ମାରିବା   ପାଇଁ  ଭୁପୃଷ୍ଠରୁ  ୩.୫ ରୁ ୪.୫ ସେ.ମି. ଗଭୀରତା   ପର୍ଯ୍ୟନ୍ତ  ବୃଷ୍ଟି  ବା  ସେଚ  ଜଳ  ଦ୍ଵାରା  ତୃଣକ  ଯିବା  ଆବଶ୍ୟକ   । କେତେକ   ତୃଣକମାରୀ   ଉଦ୍ ବାୟୀ   ଉଦ୍ ବାୟୀକରଣକୁ   କମ  କରିବା  ପାଇଁ   ସେ  ପ୍ରକାର   ତୃଣକମାରୀକୁ   ମାଟି  ସହିତ   ମିଶାଇ   ଦେବା  ଆବଶ୍ୟକ   । ତା ଛଡା  ମାଟି  ସହିତ   ମିଶାଇ   ଦେଲେ   କେତେକ  ତୃଣକମାରୀର  କାର୍ଯ୍ୟ  ଦକ୍ଷତା   ବୃଦ୍ଧିପାଏ   ।

ଅବପୃଷ୍ଠ  ପ୍ରୟୋଗ

ଏହି  ପଦ୍ଧତିରେ   ଭୁପୃଷ୍ଠର  ୭-୧୦  ସେ.ମି. ତଳେ   ସାନ୍ଦ୍ରିତ  ପଟଟୀ  ରେ  ତୃଣକ  ମାରୀ   ପ୍ରୟୋଗ   କରାଯାଏ   ।  ଏହି  ପଦ୍ଧତି   ଦ୍ଵାରା   କେତେକ  ବହୁବର୍ଷୀ  ତୃଣକକୁ   ସଫଳତାର  ସହିତ  ନିୟନ୍ତ୍ରଣ   କରିହୁଏ   । କାର୍ବୋମେଟ  ଦ୍ଵାରା  ଏହି  ପଦ୍ଧତିରେ   ମୁଥାକୁ  ଦକ୍ଷତାର   ସହିତ   ନିୟନ୍ତ୍ରଣ   କରିହେବ   ।

ପଟଟୀ  ପ୍ରୟୋଗ

ଜମିର   ସବୁଆଡେ  ପ୍ରୟୋଗ   ନକରି  ଫସଲ  ଧାଡିର   ସୀମିତ   ଅଞ୍ଚଳରେ  ତୃଣକମାରୀ   ପ୍ରୟୋଗ   କରିବାକୁ  ପଟଟୀ   ପ୍ରୟୋଗ  କୁହାଯାଏ   । ଏହି   ପ୍ରଣାଳୀରେ  ଖର୍ଚ୍ଚ   କମ୍  ଲାଗେ   । ପଟଟୀ  ପ୍ରଣାଳୀରେ   ତୃଣକମାରୀ   ପ୍ରୟୋଗକଲେ   ଦୁଇ   ଧାଡି  ମଧ୍ୟବର୍ତ୍ତୀ   ସ୍ଥାନରୁ   ପରେ  କୋଡା  ଖୁସା   କରି  ତୃଣକ   ନିୟନ୍ତ୍ରଣ  କରାଯାଏ   ।

ଧୂମକ  ପ୍ରୟୋଗ   ପ୍ରଣାଳୀ

ପ୍ରକୃତ  ଭିତ୍ତିରେ  ଧୂମକକୁ   ଭୁପୃଷ୍ଠ  ବା  ଅଭ୍ୟନ୍ତରରେ   ବିଭିନ୍ନ  ଉପାୟରେ   ପ୍ରୟୋଗ   କରାଯାଏ   ।

ପତ୍ର  ପ୍ରୟୋଗ  ଅନ୍ଧାରୀ  ପ୍ରୟୋଗ

ଏହି  ପ୍ରଣାଳୀରେ  ଫସଲର  ସ୍ଥିତି   ବା  ଅସ୍ଥିତି   ଭେଦରେ   କ୍ଷେତରେ   ସବୁଆଡେ   ସମାନ  ଭାବରେ   ଔଷଧ  ପ୍ରୟୋଗ  କରାଯାଏ   । କେବଳ  ଅତିମାତ୍ରାରେ   ନିର୍ବାଣ   ତୃଣକମାରୀକୁ   ଏହି  ପ୍ରଣାଳୀରେ   ପ୍ରୟୋଗ   କରାଯାଏ   । ଗହମ  କ୍ଷେତରେ  ୨,୪ ଡି  ପ୍ରୟୋଗ  ଓ  ଲୁସର୍ଣ୍ଣ  କ୍ଷେତରେ  ୨,୪ ଡିବି   ପ୍ରୟୋଗ   କରାଯାଏ   ।

ପ୍ରତ୍ୟକ  ସିଞ୍ଚନ

ଏହି  ପ୍ରଣାଳୀରେ   ଯେତେ  ସମ୍ଭବ  ଫସଲ  ପଛକୁ   ଛାଡି   ତୃଣକ  ଉପରେ  ଔଷଧ  ପ୍ରୟୋଗ  ସହିତ   ନିୟନ୍ତ୍ରିତ  ହୁଏ   । ପ୍ରତ୍ୟକ୍ଷ  ସିଞ୍ଚନ  ପାଇଁ   ଫସଲଠାରୁ   ତୃଣକ  ଅଧିକ  ଉଚ୍ଚ  ହୋଇଥିବା  ଆବଶ୍ୟକ   । ସାଧାରଣତଃ  ଆଂଶିକ  ନିର୍ବାଚୀ   ତୃଣକମାରୀ  ପାଇଁ   ଏହି  ପ୍ରଣାଳୀ   ଅନୁସୃତ   ହୁଏ   ।

ସଂରକ୍ଷିତ   ସିଞ୍ଚନ

ଅଧିକ  ବ୍ୟବଧାନରେ   ଲଗାଯାଇଥିବା  ପନିପରିବା  ଓ  ଫୁଲ  ଗଛକୁ  ପଲିଥିନ  ବା  ଧାତୁ  ନିର୍ମିତ  ଚାଦରରେ   ଘୋଡାଇ  ଅନିର୍ବାଚୀ   ତୃଣକମାରୀ   ଏହି  ପ୍ରଣାଳୀରେ   ପ୍ରୟୋଗ  କରାଯାଏ   ।

ନିର୍ଦ୍ଧିଷ୍ଟ   ସ୍ଥାନରେ   ପ୍ରୟୋଗ

ତୃଣକ   ନଥିବା  ଫାଙ୍କା  ସ୍ଥାନକୁ   ବାଦଦେଇ   ତୃଣକ  ଥିବା  ନିର୍ଦ୍ଧିଷ୍ଟ  ଛୋଟ  ଛୋଟ   ସ୍ଥାନରେ   ଏହି   ପ୍ରଣାଳୀରେ  ଔଷଧ   ପ୍ରୟୋଗ  କରାଯାଏ   । ଫସଲ  କ୍ଷେତରେ   ଅଳ୍ପ  ଅଳ୍ପ   ସ୍ଥାନରେ   ଥିବା  ବହୁବର୍ଷୀ  ମାରାତ୍ମକ   ତୃଣକକୁ   ନିୟନ୍ତ୍ରଣ  କରିବା  ପାଇଁ   ଏହି  ପ୍ରଣାଳୀ   ବିଶେଷ  ସହାୟକ   ।

ତୃଣକମାରୀ  ପ୍ରୟୋଗ  ସମୟ

ଫସଲର  ବିଭିନ୍ନ  ଅବସ୍ଥାରେ   ତୃଣକମାରୀ   ପ୍ରୟୋଗ  କରାଯାଇଥାଏ  । ଯଥା :

  1. ବୁଣା ବା  ରୁଆ  ପୂର୍ବ  ପ୍ରୟୋଗ
  2. ବୁଣା  ବା  ରୁଆ  ପୂର୍ବରୁ   ତୃଣକମାରୀ  ପ୍ରୟୋଗ   କରି  ଜମିରେ   ଉଠିଥିବା   ଅନାବନା  ଗଛକୁ   ନିୟନ୍ତ୍ରଣ  କରିହୁଏ   । ଜମି  ନ ଚଷି  ବା  ଅଳ୍ପ  ଚଷି  ଫସଲ  ବୁଣାଯାଏ  । ଜମି  ପ୍ରସ୍ତୁତ   ପରେ   ତୃଣକ  ବିହୀନ   କ୍ଷେତରେ   ତୃଣକମାରୀ  ପ୍ରୟୋଗ  କରି  ମୃତ୍ତିକା  ସହିତ  ମିଶାଇ  ଦେଲେ  ଏହା  ଫସଲ  ବୁଣାପରେ   ତୃଣକକୁ   ଉଠିବାକୁ   ଦିଏ  ନାହିଁ   ।

  3. ଗଜା  ପୂର୍ବ   ପ୍ରୟୋଗ
  4. ବୁଣା  ବା  ରୁଆ  ପରେ  ତୃଣକର  ଅଙ୍କୁରଣ   ପୂର୍ବରୁ  ତୃଣକମାରୀ  ପ୍ରୟୋଗ   କରି  ତୃଣକ  ନିୟନ୍ତ୍ରଣ  କରିହୁଏ   । ଏହା   ଅଙ୍କୁରିତ   ତୃଣକ  ଗଜାକୁ   ନଷ୍ଟ   କରିଦିଏ   । ଏହି  ପ୍ରଣାଳୀର   ସଫଳତା   ପାଇଁ  ଗୁଣ୍ଡ   ଚାଷ  ହେବା  ଆବଶ୍ୟକ  ଏବଂ  ତୃଣକମାରୀକୁ  ୨ – ୩ ସେ.ମି.  ଗଭୀରତାକୁ  ନେଇଯିବା   ପାଇଁ   ମୃତ୍ତିକାରେ  ଯଥେଷ୍ଟ   ଜଳୀୟ   ଅଂଶ  ରହିବା  ଆବଶ୍ୟକ   ।

  5. ଗଜା  ପର  ପ୍ରୟୋଗ
  6. ଫସଲ  ଓ  ତୃଣକ   ଉଭୟ  ପ୍ରକାର  ଗଛ   ଥିବାବେଳେ   ଔଷଧ  ପକାଇ   ତୃଣକକୁ   ନିୟନ୍ତ୍ରଣ   କରିହୁଏ   । ସମୟ  ସମୟରେ   ଫସଲ  ଗଛ   ଉଠିବା  ପୂର୍ବରୁ   ତୃଣକ  ଉଠିଯାଏ  । ସେପରି  ସ୍ଥଳେ   ଔଷଧ   ପକାଇ   ତୃଣକକୁ  ମଧ୍ୟ  ନିୟନ୍ତ୍ରଣ   କରାଯାଇପାରେ   । ସାଧାରଣତଃ  ଅଣ – ଅବଶିଷ୍ଟ  ତୃଣକକୁ  ଏଥିପାଇଁ   ବ୍ୟବହାର   କରାଯାଏ   ।

    ତୃଣକମାରୀ   ଅବଶୋଷଣ  ଓ  ପରିବହନ

    ତୃଣକମାରୀକୁ  ମୃତ୍ତିକା   ବା  ପତ୍ର   ଉପରେ  ପ୍ରୟୋଗ   କରାଯାଏ   । କାର୍ଯ୍ୟକ୍ଷମ  ହେବା  ପାଇଁ  ତୃଣକମାରୀ   ତୃଣକ  ଦ୍ଵାରା  ଅବଶୋଷିତ  ହୋଇ  କର୍ମସ୍ଥଳୀକୁ  ଯଥେଷ୍ଟ   ପରିମାଣରେ  ପରିବାହିତ  (ସ୍ପର୍ଶ  ତୃଣକମାରୀ  ବ୍ୟତୀତ) ହେବା  ଆବଶ୍ୟକ   ।

  7. ଅବଶୋଷଣ
  8. ତୃଣକମାରୀ  ତୃଣକ  ପୃଷ୍ଠରୁ   ଅଧିଚର୍ମୀୟ  କୋଷର   କୋଷଜୀବକ  ମଧ୍ୟରେ  ପ୍ରବେଶ  କରିବାକୁ   ଅବଶୋଷଣ  କୁହାଯାଏ   ।  ମୃତ୍ତିକାରେ  ପ୍ରୟୋଗ   କରାଯାଇଥିବା   ତୃଣକମାରୀ  ସାଧାରଣତଃ  ଛେରା  ଦ୍ଵାରା  ଅବଶୋଷିତ  ହୁଏ   । ତୃଣକମାରୀ  ମଧ୍ୟ   ସ୍ଫୀତ   ହୋଇଥିବା  ବୀଜ, ଅଙ୍କୁରିତ  ଚାରାର   ବୀଜ  ପତ୍ର   ଉପବୀଜପତ୍ର  ଓ  ଅଧୋବୀଜପତ୍ର  ଦ୍ଵାରା   ଅବଶୋଷିତ  ହୁଏ   । କେତେକ   ତୃଣକମାରୀ  ଅଙ୍କୁରିତ   ଚାରାର  ଭୂମିମ୍ନ   କାଣ୍ଡଦ୍ଵାରା   ମୁଖ୍ୟତଃ   ଅବଶୋଷିତ  ହୁଏ   ।  ଭୁପୃଷ୍ଠର  ନିମ୍ନରେ   କାଣ୍ଡ   ଥିବା   ସ୍ତରରେ   କ୍ଲୋରୋପ୍ରୋଫାମ ଏବଂ  ଚେରଥିବା   ସ୍ତରରେ   ସୀମାଜିନ   ପ୍ରୟୋଗ   କଲେ   ଅବଶୋଷଣ  ଅଧିକ  ହୋଇଥାଏ   ।  ବହୁବର୍ଷୀ   ତୃଣକର  କନ୍ଦା, କନ୍ଦାକାଣ୍ଡ, ଏବଂ   ଖର୍ବଧାବକ  ଦ୍ଵାରା   ମଧ୍ୟ  ତୃଣକମାରୀ   ଅବଶୋଷିତ   ହୁଏ   ।

    ପତ୍ର  ଉପରେ  ପ୍ରୟୋଗ   କରାଯାଉଥିବା   ତୃଣକମାରୀ  କିଉଟିକିଲ୍, ପତ୍ରଲୋମ ଓ  ଷ୍ଟୋମାଟା  ଦେଇ  କୋଷ  ମଧ୍ୟରେ  ପ୍ରବେଶ  କରେ   । ପତ୍ରପରି   ତୃଣକର  କାଣ୍ଡ  ମଧ୍ୟ  ଅନେକ  ସମୟରେ  ଦକ୍ଷତାର  ସହିତ   ତୃଣକମାରୀ   ଅବଶୋଷିତ   କରେ   । କିନ୍ତୁ   ଗଛ   ପାକଲା  ହୋଇଗଲେ   ବଳକା   ଦେଇ   ତୃଣକମାରୀ  ସହଜରେ   ଗତି   କରିପାରେ  ନାହିଁ   ।

  9. ପରିବହନ
  10. ମୃତ୍ତିକାରେ  ପ୍ରୟୋଗ  କରାଯାଇଥିବା   ତୃଣକମାରୀ   ଚେର  ଓ  କାଣ୍ଡ  ଦ୍ଵାରା  ଅବଶୋଷିତ  ହୋଇ  ଜାଇଲେମରେ  ପ୍ରବେଶ  କରେ  ଏବଂ  ଉତ୍ ସ୍ଵେଦନ  ସ୍ରୋତ  ସହିତ  ତୃଣକର  ଉପରି  ଭାଗକୁ  ପରିବାହିତ   ହୁଏ  ।

    ପତ୍ରରେ   ପ୍ରୟୋଗ  କରାଯାଇଥିବା   ପରିବାହିତ   ତୃଣକମାରୀ   ପତ୍ରରେ   ପ୍ରସ୍ତୁତ  ଖାଦ୍ୟ   ସହିତ  ଫ୍ଲୋଏମ  ଦେଇ  ଆଗ୍ରା  ମୁକୁଳ, କକ୍ଷ  ମୁକୁଳ, ଚେର, ଫଳ  ଆଦି   ତୃଣକର  ବଢୁଥିବା  ଅଂଶକୁ   ପରିବାହିତ  ହୁଏ   । କେତେକ  ତୃଣକମାରୀ   ଚେରଦ୍ଵାରା   ଅବଶୋଷିତ   ହେଲେ   ଜାଇଲେମ   ଦେଇ   ପରିବାହିତ  ହୁଅନ୍ତି   ଏବଂ   ପତ୍ର  ଦ୍ଵାରା   ଅବଶୋଷିତ   ହେଲେ  ଫ୍ଲୋଏମ  ଦେଇ  ପରିବାହିତ   ହୁଅନ୍ତି   । ଡାଲାପନ   ଏହିପରି  ଏକ  ତୃଣକମାରୀ   ।

    ଫ୍ଲୋଏମ  ଉଦ୍ଭିଦ   ଅଙ୍ଗର  ଜୀବନ୍ତ  ତନ୍ତୁ  । ତୃଣକମାରୀ  ପ୍ରୟୋଗ   ପାତ୍ର   । ଅଧିକ  ହେଲେ   ଫ୍ଲୋଏମ  ନଷ୍ଟ  ହୋଇଯାଏ  ଓ  ତୃଣକମାରୀ   ବିଭିନ୍ନ   ଅଙ୍ଗକୁ   ପରିବାହିତ  ହେବାର   ବାଧା  ଘଟେ   । ତେଣୁ  ପତ୍ର – ପ୍ରୟୋଗ   ତୃଣକମାରୀ  ମାତ୍ରା   ଗଛ  ସହିପାରିବା  ସ୍ତରରେ   ରହିବା  ଆବଶ୍ୟକ   ।

    ଦାରୁ  ବା  ଜାଇଲେମ  ଉଦ୍ଭିଦର  ଜୀବନ- ଶୂନ୍ୟ  ତନ୍ତୁ   । ତେଣୁ  ଗର  ପଦାର୍ଥରେ  ନଷ୍ଟ  ହେବାର ଆଶଙ୍କା   ନଥାଏ   । ଦ୍ଵିତୀୟ ତଃ   ମାଟିରେ  ପ୍ରୟୋଗ   ମାତ୍ରା   ଅଧିକ  ହେଲେ  ତୃଣକମାରୀର   ରାସାୟନିକ   ଗଠନରେ  ପରିବର୍ତ୍ତନ   ଘଟେ   । ଚେର  ନଷ୍ଟ   ହୋଇଗଲେ   ସୁଦ୍ଧା  ‘ ପ୍ରସ୍ଵେଦନ ସ୍ରୋତ ’ ରେ  ବାଧା  ଘଟୁ  ନଥିବାରୁ  ତୃଣକମାରୀ   ଉର୍ଦ୍ଧ୍ଵକୁ   ପରିବାହିତ   ହୁଏ   ।

    ଉଦ୍ଭିଦର  ଜାତି , କିସମ, ଶାଖା  ମେଲିବା  ଢଙ, ପୃଷ୍ଠଭାଗ  ପ୍ରକୃତି , ବୃଦ୍ଧି  ଅବସ୍ଥା, ବୃଷ୍ଟିପାତ, ପବନ, ଆଲୋକ, ବାୟୁମଣ୍ଡଳର  ଆର୍ଦ୍ରତା   ଓ  ତାପମାତ୍ରା, ମୃତ୍ତିକାର  ଜଳୀୟ  ଅଂଶ, ତାପକ୍ରମ, ଜୈବ  ଅଂଶ,  ଅମ୍ଳତା,  କର୍ଦ୍ଦମ  ପ୍ରକାର, ତୃଣକମାରୀ  ସାନ୍ଦ୍ରତା, ଅମ୍ଳତା  ଓ  ବିନ୍ୟାସ  ଆଦି   ତୃଣକର   ଅବଶୋଷଣ  ଓ  ପରିବହନକୁ   ପ୍ରଭାବିତ  କରନ୍ତି   ।

ତୃଣକମାରୀର   କାର୍ଯ୍ୟକାରୀତା   ରୀତି

ଅଧିକାଂଶ   ତୃଣକମାରୀ  ଉଦ୍ଭିଦର  ଭାଶ୍ଲେଷଣ   ପ୍ରକ୍ରିୟାକୁ   ନଷ୍ଟକରି   ତୃଣକ   ନିୟନ୍ତ୍ରଣ   କରନ୍ତି   ।  ଟ୍ରୟାଜିନ ବାଇପିରିଡିଲମ  ଇଉରିଏଜ ଏହି   ଧରଣର   ତୃଣକମାରୀ   । କେତେକ   ତୃଣକମାରୀ  ଉଦ୍ଭିଦର   ଶ୍ଵାସକ୍ରିୟାରେ   ବାଧା  ସୃଷ୍ଟିକରି,  କେତେକ  ସମବିଭାଜନରେ  ବ୍ୟାଘାତ  ଘଟାଇ   ଏବଂ  ଆଉ   କେତେକ   ପ୍ରୋଟିନ  ଲିପିଡ଼  ଓ  କାରୋଟିନଏଡ  ସଂଶ୍ଳେଷଣକୁ   ପ୍ରତିରୋଧ   କରି   ତୃଣକ  ନିୟନ୍ତ୍ରଣ  କରନ୍ତି   ।

ତୃଣକମାରୀ   ନିର୍ବାଚୀ  ଧର୍ମ

ତୃଣକମାରୀର   ଏକ ବିଶିଷ୍ଟ  ଧର୍ମ  ହେଲା   ମିଶାମିଶି  ହୋଇ  ରହିଥିବା  ବିଭିନ୍ନ   ପ୍ରକାର   ଉଦ୍ଭିଦ   ଉପରେ  ପ୍ରୟୋଗ   କଲେ   ଅନ୍ୟ  ଉଦ୍ଭିଦର   କିଛି   କ୍ଷତି  ନଘଟାଇ  ବା  ଅଳ୍ପ  କ୍ଷତି   ଘଟାଇ   ଏମାନେ   ଲକ୍ଷ  ଉଦ୍ଭିଦକୁ   ମାରନ୍ତି   । ତୃଣକମାରୀର   ଏହି  ଧର୍ମକୁ   ନିର୍ବାଚୀ  ଧର୍ମ   କୁହାଯାଏ   । ଏହା  ତୃଣକମାରୀ   ସବୁଠାରୁ   ବଡ  ଧର୍ମ  ଯେଉଁଥିପାଇଁ   ରାସାୟନିକ  ତୃଣକ  ନିୟନ୍ତ୍ରଣ   ପଦ୍ଧତି   ସଫଳ   ହୋଇପାରିଛି   । ନିର୍ବାଚୀ  ଧର୍ମର  ମୂଳତତ୍ତ୍ଵ   ହେଲା   ଲକ୍ଷ   ଉଦ୍ଭିଦର  କ୍ରିୟାସ୍ଥଳରେ   ଅନ୍ୟ  ଉଦ୍ଭିଦଠାରୁ  ଅଧିକ  ବିଷାକ୍ତ   ପଦାର୍ଥ  ସକ୍ରିୟ   ଅବସ୍ଥାରେ  ପହଞ୍ଚେ   । ଏହା  (କ) ଅବଶୋଷଣରେ  ପାର୍ଥକ୍ୟ  (ଖ) ପରିବହନରେ  ପାର୍ଥକ୍ୟ ଓ  (ଗ) ତୃଣକମାରୀକୁ  ନିଷ୍କ୍ରିୟ  କରିବାରେ  ପାର୍ଥକ୍ୟ   ଯୋଗୁ   ସମ୍ଭବ  ହୁଏ   । ଏହା  ଛଡା   କେତେକ   ତୃଣକର  ଆଦି  ଜୀବନ  ନିର୍ଦ୍ଧିଷ୍ଟ  ତୃଣକମାରୀକୁ   ପ୍ରତିରୋଧ  ମଧ୍ୟ  କରେ   ।

  1. ଅବଶୋଷଣର  ତାରତମ୍ୟ
  2. ଉଦ୍ଭିଦର  ବାହ୍ୟ  ଗଠନ  ଓ  ବଢିବା  ପ୍ରକାର , ଅଧିଚୋଷକ ଓ  ବିଷୟ  ବ୍ୟବହାର  ଏବଂ   ଦାନାଦାର  ଔଷଧ  ପ୍ରୟୋଗ  ଅବଶୋଷଣରେ  ତାରତମ୍ୟ   ଘଟାଏ     ।

    ପତ୍ର  ଅଣ – ଓସାରିଆ ଓ  ଠିଆ  ହୋଇଥିଲେ, ପତ୍ରପୃଷ୍ଠ  ତରଙ୍ଗାୟିତ , ମହମାକ୍ତ ଓ  ଲୋମଶ ହୋଇଥିଲେ   ତୃଣକମାରିର  ଜଳୀୟ  ଦ୍ରବଣ  ବେଶି  ପରିମାଣରେ  ଧରି  ରଖିପାରେ  ନାହିଁ   । ଉଦ୍ଭିଦ  ବର୍ଦ୍ଧିଷ୍ଣୁ  ଅଙ୍ଗ  ଆଚ୍ଛାଦିତ  ହୋଇ  ରହିଲେ  ତୃଣକମାରୀ  ତା  ଉପରେ  ପଡିପାରେ  ନାହିଁ   । ପତ୍ରର  ଏହିସବୁ  ଲକ୍ଷଣ   ଉଦ୍ଭିଦକୁ   କେବଳ  ସ୍ପର୍ଶ   ତୃଣକମାରୀଠାରୁ  ରକ୍ଷା   କରେ   ।

    ଫସଲ  ଗଛ  ତୃଣକଠାରୁ  ଅଧିକ  ଉଚ୍ଚ  ଓ ତୃଣକ  ଫସଲଠାରୁ  ଅଧିକ  ଉଚ୍ଚ  ହୋଇଥିଲେ  କେବଳ  ତୃଣକ  ଉପରେ   ଔଷଧ  ପକାଇ  ନିୟନ୍ତ୍ରଣ   କରିହେବ   । କେତେକ   ସ୍ଥଳରେ   ଫସଲ  ଗଛ   ଉଠିବାର  ଯଥେଷ୍ଟ   ପୂର୍ବରୁ  ତୃଣକ  ଉଠିଯାଏ   । ସ୍ପର୍ଶ   ବିଷ  ପ୍ରୟୋଗ  କରି  ଏହାକୁ   ନିୟନ୍ତ୍ରଣ  କରିହୁଏ   । ଉପର ୧.୫ ସେ.ମି. ମୃତ୍ତିକାରେ  ଥିବା  ତୃଣକ  ବୀଜ   ସାଧାରଣତଃ   ଅଙ୍କୁରିତ   ହୁଏ   । ଅଧିକାଂଶ   ଫସଲ  ବୀଜ  ୫-୭.୫ ସେ.ମି. ଗଭୀରତାରେ  ଥାଏ   । ଏଣୁ  ଉପର  ମାଟିରେ   ଔଷଧ  ପକାଇ   ଫସଲର  କ୍ଷତି  ନଘଟାଇ   ତୃଣକ  ନିୟନ୍ତ୍ରଣ   କରିହୁଏ   ।

    ସକ୍ରିୟତା – ଅଙ୍ଗାର  କେତେକ  ତୃଣକମାରୀର   ଏକ  ବଳିଷ୍ଠ   ଅଧିଚୋଷକ   । ବୀଜ ଓ  ଚାରା  ଚାରିପଟେ  ଏହାକୁ  ପ୍ରୟୋଗ  କଲେ  ତୃଣକମାରୀ   ବିଷର   ଆବିଷ୍କାର   ହେଲାଣି   । ଏହାକୁ  ମୃତ୍ତିକାରେ   ପ୍ରୟୋଗ   କଲେ   କିମ୍ବା  ବିହନ  ସହିତ   ମିଶାଇ   ବୁଣିଲେ   ତୃଣକମାରୀ  ଫସଲର   କ୍ଷତି   କରିପାରେ   ନାହିଁ   ।

    ଫସଲ  ଥିବା  କ୍ଷେତରେ  ନୂଆ  ହୋଇ  ଉଠୁଥିବା   ତୃଣକକୁ   ନିୟନ୍ତ୍ରଣ   କରିବା  ପାଇଁ  ଦାନାଦାର  ଔଷଧ  ବିଶେଷ  ସହାୟକ   ହୁଏ   । ଫସଲ  ପତ୍ର   ଉପରେ  ନରହି   ଦାନାଦାର  ଔଷଧ   ତଳକୁ  ଖସିପଡେ  ଏବଂ  ଆର୍ଦ୍ର  ମୃତ୍ତିକା  ସଂସ୍ପର୍ଶରେ   ଆସି  ଅଙ୍କୁରିତ   ତୃଣକକୁ   ନିୟନ୍ତ୍ରଣ  କରେ   ।

  3. ପରିବହନରେ  ତାରତମ୍ୟ
  4. ସବୁ  ତୃଣକମାରୀ   ଉଦ୍ଭିଦ   ଶରୀରରେ  ସମହାରରେ   ପରିବାହିତ   ହୁଅନ୍ତି  ନାହିଁ  । ଅଧିକ  ହାରରେ  ପରିବାହିତ   ହେଲେ   ତୃଣକମାରୀ  ଅଧିକ  କ୍ଷତି   ଘଟାଏ   । ଉଦାହରଣ  ସ୍ୱରୂପ ୨,୪ ଡି  ଆଖୁରେ   ବିଳମ୍ବରେ  ଏବଂ  ଶିମ୍ବରେ  ଶୀଘ୍ର   ଶୀଘ୍ର  ପରିବାହିତ   ହୁଏ  । ଫଳରେ  ୨,୪ ଡି  ଆଖୁ  ଗଛର  ବିଶେଷ  କ୍ଷତି   କରେ  ନାହିଁ  କିନ୍ତୁ  ଶିମ୍ବଗଛ   ପାଇଁ  କ୍ଷତିକାରକ   ହୁଏ   ।

  5. ନିଷ୍କ୍ରିୟତା  କରିବାର  ତାରତମ୍ୟ
  6. କର୍ମସ୍ଥଳୀରେ  ତୃଣକମାରୀ  ପହଞ୍ଚିବା   ପୂର୍ବରୁ   ବିଷାକ୍ତ  ପଦାର୍ଥକୁ   ନିଷ୍କ୍ରିୟ   କରିବାରେ  ଉଦ୍ଭିଦ  ମଧ୍ୟରେ  ତାରତମ୍ୟ   ଦେଖାଯାଏ   ।  ସହିଷ୍ଣୁଜାତିର   ଉଦ୍ଭିଦ   ତୃଣକମାରୀର   ଅଣୁ  ବା   ଆୟନକୁ  ଶୀଘ୍ର   ନିଷ୍କ୍ରିୟ  କରିଦିଏ   । ସମ୍ବେଦନଶୀଳ  ଜାତିର  ଉଦ୍ଭିଦ   ସେପରି   କରିପାରେ  ନାହିଁ   । ବିଷାକ୍ତ  ପଦାର୍ଥର   ନିଷ୍କ୍ରିୟତା  ବିପଚନ, ବିପରୀତ  ବିପଚନ ଓ  ସଞ୍ଜୁଗ୍ମନ  ଯୋଗୁ   ହୋଇଥାଏ   ।

ତୃଣକମାରୀ   ତିଆରି

କୌଣସି  ସକ୍ରିୟ  ଉପାଦାନକୁ  ତରଳ   ବା  ଶୁଷ୍କ  ଅବମିଶ୍ରଣ, ଅବଦ୍ରବକ, ସ୍ଥାୟୀକରଣ ଓ  ଅନ୍ୟାନ୍ୟ  ସ୍ପ୍ରେ  ସହାୟକ   ସହିତ  ମିଶାଇ   ବ୍ୟବସାୟୀକ   ତୃଣକମାରୀ  ପ୍ରସ୍ତୁତ   କରାଯାଏ   । ଏବେ  ବଜାରରେ  ମୁଖ୍ୟତଃ  ଦୁଇ  ଶ୍ରେଣୀର  ତୃଣକମାରୀ  ମିଳେ  ଯଥା : ସିଞ୍ଚନ  ଯୋଗ୍ୟ  ଓ   ଦାନାଦାର   ତୃଣକମାରୀ   । ସିଞ୍ଚନଯୋଗ୍ୟ   ତୃଣକମାରୀ   ତିନି  ପ୍ରକାରର  ଯଥା : (କ)  ଦ୍ରବଣୀୟ  ତୃଣକମାରୀ , (ଖ) ଅବଦ୍ରବୀ  ତୃଣକମାରୀ  ଓ  (ଗ)  ନୀଳବର୍ଣ୍ଣ  ଚୂର୍ଣ୍ଣ ପାଣି  ସହିତ  ଏ  ତିନି  ପ୍ରକାର  ତୃଣକମାରୀ   ଦ୍ରବଣ, ଅବଦ୍ରବ ଓ  ପ୍ରଲମୂଳ  ଯଥାକ୍ରମେ   ସୃଷ୍ଟି କରନ୍ତି   ।

ବିଷାକ୍ତ   ପଦାର୍ଥକୁ   କୌଣସି  ଶୁଷ୍କ, ନିଷ୍କ୍ରିୟ  ପଦାର୍ଥ  ସହିତ  ମିଶାଇ   ଦାନାଦାର  ତୃଣକମାରୀ   ତିଆରି  କରାଯାଏ  । ତୃଣକ  ନିୟନ୍ତ୍ରଣ  କରିବାରେ  ଦାନାଦାର  ଔଷଧ  ସିଞ୍ଚନଯୋଗ୍ୟ  ତୃଣକମାରୀପରି  କାର୍ଯ୍ୟକ୍ଷମ   । ଏତଦବ୍ୟତୀତ  ଦାନାଦାର  ଔଷଧରୁ  କେତେକ  ଉପକାର  ମିଳେ  । (କ) ସବୁଠାରୁ  ବଡ  ଉପକାର  ହେଲା  ଦାନାଦାର  ଔଷଧକୁ  ପ୍ରୟୋଗ  କରିବା  ସୁବିଧାଜନକ   । ବିଶେଷକରି  ଧାନକ୍ଷେତ, ପାହାଡିଆ  ଜାଗା ଓ  ଜଳାଶୟ  ପରି   ବିଷମ   ସ୍ଥାନରେ  କରିହୁଏ   । ପାଣି  ବୋହିବା , ପାଣି  ସହିତ  ଔଷଧ  ମିଶାଇବା, ବାରମ୍ବାର  ନଜଲ   ଖୋଳିବାର   ଆବଶ୍ୟକତା  ପଡେ  ନାହିଁ    । ଦାନାଦାର  ଔଷଧ  ଚର୍ମ  ଉପରେ  ଖରାପ   ପ୍ରଭାବ  ପକାଏ   ନାହିଁ   । କିମ୍ବା   ବ୍ୟବହୃତ   ପାତ୍ରର  କ୍ଷତିକରେ  ନାହିଁ   । (ଖ)  ଦାନାଦାର  ତୃଣକମାରୀ   ଲକ୍ଷ   ଉଦ୍ଭିଦ  ବ୍ୟତୀତ  ପାଇଁ  ନିରାପଦ   । ପବନରେ   ଉଡି  ଏହା  ଅନ୍ୟ  ଉଦ୍ଭିଦର   କ୍ଷତି   କରେ  ନାହିଁ   । ଏହାଛଡା  ଫସଲ   କ୍ଷେତରେ   ଦାନାଦାର  ଔଷଧର  ନିର୍ବାଚୀ   ଧର୍ମ  ଅଧିକ  ଅଟେ   । (ଗ) ଉଦ୍ ବାୟୀ  ତୃଣକମାରୀ  ଦାନାଦାର  ଆକାରରେ  ଅଧିକ  ଦିନ   କାର୍ଯ୍ୟକ୍ଷମ   ରହେ   ।

ସକ୍ରିୟ  ଉପାଦାନ

ତୃଣକମାରୀର  ଯେଉଁ  ରାସାୟନିକ   ପଦାର୍ଥ  ତୃଣକ  ନିୟନ୍ତ୍ରଣ  କରିବା  ପାଇଁ   ପ୍ରତ୍ୟକ୍ଷ   ଭାବରେ  ଦାୟୀ   ତାହାକୁ  ସକ୍ରିୟ   ଉପାଦାନ   କୁହାଯାଏ  । ତୃଣକମାରୀର  ସକ୍ରିୟ   ଉପାଦାନ   ଶତକଡା  ଭାଗ  ଓଜନ  ବା  ଘନଫଳରେ   ପ୍ରକାଶ  କରାଯାଏ   ।

କେତେକ   ତୃଣକମାରୀ  ଜୈବ  ଅମ୍ଳ  ଅଟନ୍ତି   । ଜମିରେ  ପ୍ରୟୋଗ   କରିବା  ସୁବିଧା  ଦୃଷ୍ଟିରୁ  ଏବଂ  ନିର୍ବାଚୀ  ଧର୍ମ  ଅଧିକ  ହେବାପାଇଁ  ଏଥିରୁ  କେତେକ   ତୃଣକମାରୀକୁ  ଲବଣ   ବା  ଇଷ୍ଟର   ଆକାରରେ  ବ୍ୟବହାର  କରାଯାଏ   ।ଏପରି   ଏକ  ତୃଣକମାରୀରୁ  ଯେତିକି  ଅମ୍ଳ  ମିଳିପାରିବ  ତାହାକୁ  ଅମ୍ଳ  ସମକ୍ଷକ  କୁହାଯାଏ   । ବଜାରରେ  ମିଳୁଥିବା   ତୃଣକମାରୀର   ଧାରକ  ଉପରେ   ସକ୍ରିୟ  ଉପାଦାନ  ବା  ଅମ୍ଳ  ସମକ୍ଷକ  ସୂଚିତ  କରାଯାଇ  ପରିଚୟ  ପତ୍ରିକା  ମରାଯାଇଥାଏ  ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.97058823529
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top