ହୋମ / କୃଷି / ଜଳସେଚନ / ତୃଣକମାରୀ ଅବଶୋଷଣ ଓ ପରିବହନ
ସେଆର କରନ୍ତୁ

ତୃଣକମାରୀ ଅବଶୋଷଣ ଓ ପରିବହନ

ତୃଣକମାରୀ ଅବଶୋଷଣ ଓ ପରିବହନ ର ସୂଚନା

ତୃଣକମାରୀକୁ  ମୃତ୍ତିକା   ବା  ପତ୍ର   ଉପରେ  ପ୍ରୟୋଗ   କରାଯାଏ   । କାର୍ଯ୍ୟକ୍ଷମ  ହେବା  ପାଇଁ  ତୃଣକମାରୀ   ତୃଣକ  ଦ୍ଵାରା  ଅବଶୋଷିତ  ହୋଇ  କର୍ମସ୍ଥଳୀକୁ  ଯଥେଷ୍ଟ   ପରିମାଣରେ  ପରିବାହିତ  (ସ୍ପର୍ଶ  ତୃଣକମାରୀ  ବ୍ୟତୀତ) ହେବା  ଆବଶ୍ୟକ   ।

ଅବଶୋଷଣ

ତୃଣକମାରୀ  ତୃଣକ  ପୃଷ୍ଠରୁ   ଅଧିଚର୍ମୀୟ  କୋଷର   କୋଷଜୀବକ  ମଧ୍ୟରେ  ପ୍ରବେଶ  କରିବାକୁ   ଅବଶୋଷଣ  କୁହାଯାଏ   ।  ମୃତ୍ତିକାରେ  ପ୍ରୟୋଗ   କରାଯାଇଥିବା   ତୃଣକମାରୀ  ସାଧାରଣତଃ  ଛେରା  ଦ୍ଵାରା  ଅବଶୋଷିତ  ହୁଏ   । ତୃଣକମାରୀ  ମଧ୍ୟ   ସ୍ଫୀତ   ହୋଇଥିବା  ବୀଜ, ଅଙ୍କୁରିତ  ଚାରାର   ବୀଜ  ପତ୍ର   ଉପବୀଜପତ୍ର  ଓ  ଅଧୋବୀଜପତ୍ର  ଦ୍ଵାରା   ଅବଶୋଷିତ  ହୁଏ   । କେତେକ   ତୃଣକମାରୀ  ଅଙ୍କୁରିତ   ଚାରାର  ଭୂମିମ୍ନ   କାଣ୍ଡଦ୍ଵାରା   ମୁଖ୍ୟତଃ   ଅବଶୋଷିତ  ହୁଏ   ।  ଭୁପୃଷ୍ଠର  ନିମ୍ନରେ   କାଣ୍ଡ   ଥିବା   ସ୍ତରରେ   କ୍ଲୋରୋପ୍ରୋଫାମ ଏବଂ  ଚେରଥିବା   ସ୍ତରରେ   ସୀମାଜିନ   ପ୍ରୟୋଗ   କଲେ   ଅବଶୋଷଣ  ଅଧିକ  ହୋଇଥାଏ   ।  ବହୁବର୍ଷୀ   ତୃଣକର  କନ୍ଦା, କନ୍ଦାକାଣ୍ଡ, ଏବଂ   ଖର୍ବଧାବକ  ଦ୍ଵାରା   ମଧ୍ୟ  ତୃଣକମାରୀ   ଅବଶୋଷିତ   ହୁଏ   ।

ପତ୍ର  ଉପରେ  ପ୍ରୟୋଗ   କରାଯାଉଥିବା   ତୃଣକମାରୀ  କିଉଟିକିଲ୍, ପତ୍ରଲୋମ ଓ  ଷ୍ଟୋମାଟା  ଦେଇ  କୋଷ  ମଧ୍ୟରେ  ପ୍ରବେଶ  କରେ   । ପତ୍ରପରି   ତୃଣକର  କାଣ୍ଡ  ମଧ୍ୟ  ଅନେକ  ସମୟରେ  ଦକ୍ଷତାର  ସହିତ   ତୃଣକମାରୀ   ଅବଶୋଷିତ   କରେ   । କିନ୍ତୁ   ଗଛ   ପାକଲା  ହୋଇଗଲେ   ବଳକା   ଦେଇ   ତୃଣକମାରୀ  ସହଜରେ   ଗତି   କରିପାରେ  ନାହିଁ   ।

ପରିବହନ

ମୃତ୍ତିକାରେ  ପ୍ରୟୋଗ  କରାଯାଇଥିବା   ତୃଣକମାରୀ   ଚେର  ଓ  କାଣ୍ଡ  ଦ୍ଵାରା  ଅବଶୋଷିତ  ହୋଇ  ଜାଇଲେମରେ  ପ୍ରବେଶ  କରେ  ଏବଂ  ଉତ୍ ସ୍ଵେଦନ  ସ୍ରୋତ  ସହିତ  ତୃଣକର  ଉପରି  ଭାଗକୁ  ପରିବାହିତ   ହୁଏ  ।

ପତ୍ରରେ   ପ୍ରୟୋଗ  କରାଯାଇଥିବା   ପରିବାହିତ   ତୃଣକମାରୀ   ପତ୍ରରେ   ପ୍ରସ୍ତୁତ  ଖାଦ୍ୟ   ସହିତ  ଫ୍ଲୋଏମ  ଦେଇ  ଆଗ୍ରା  ମୁକୁଳ, କକ୍ଷ  ମୁକୁଳ, ଚେର, ଫଳ  ଆଦି   ତୃଣକର  ବଢୁଥିବା  ଅଂଶକୁ   ପରିବାହିତ  ହୁଏ   । କେତେକ  ତୃଣକମାରୀ   ଚେରଦ୍ଵାରା   ଅବଶୋଷିତ   ହେଲେ   ଜାଇଲେମ   ଦେଇ   ପରିବାହିତ  ହୁଅନ୍ତି   ଏବଂ   ପତ୍ର  ଦ୍ଵାରା   ଅବଶୋଷିତ   ହେଲେ  ଫ୍ଲୋଏମ  ଦେଇ  ପରିବାହିତ   ହୁଅନ୍ତି   । ଡାଲାପନ   ଏହିପରି  ଏକ  ତୃଣକମାରୀ   ।

ଫ୍ଲୋଏମ  ଉଦ୍ଭିଦ   ଅଙ୍ଗର  ଜୀବନ୍ତ  ତନ୍ତୁ  । ତୃଣକମାରୀ  ପ୍ରୟୋଗ   ପାତ୍ର   । ଅଧିକ  ହେଲେ   ଫ୍ଲୋଏମ  ନଷ୍ଟ  ହୋଇଯାଏ  ଓ  ତୃଣକମାରୀ   ବିଭିନ୍ନ   ଅଙ୍ଗକୁ   ପରିବାହିତ  ହେବାର   ବାଧା  ଘଟେ   । ତେଣୁ  ପତ୍ର – ପ୍ରୟୋଗ   ତୃଣକମାରୀ  ମାତ୍ରା   ଗଛ  ସହିପାରିବା  ସ୍ତରରେ   ରହିବା  ଆବଶ୍ୟକ   ।

ଦାରୁ  ବା  ଜାଇଲେମ  ଉଦ୍ଭିଦର  ଜୀବନ- ଶୂନ୍ୟ  ତନ୍ତୁ   । ତେଣୁ  ଗର  ପଦାର୍ଥରେ  ନଷ୍ଟ  ହେବାର ଆଶଙ୍କା   ନଥାଏ   । ଦ୍ଵିତୀୟ ତଃ   ମାଟିରେ  ପ୍ରୟୋଗ   ମାତ୍ରା   ଅଧିକ  ହେଲେ  ତୃଣକମାରୀର   ରାସାୟନିକ   ଗଠନରେ  ପରିବର୍ତ୍ତନ   ଘଟେ   । ଚେର  ନଷ୍ଟ   ହୋଇଗଲେ   ସୁଦ୍ଧା  ‘ ପ୍ରସ୍ଵେଦନ ସ୍ରୋତ ’ ରେ  ବାଧା  ଘଟୁ  ନଥିବାରୁ  ତୃଣକମାରୀ   ଉର୍ଦ୍ଧ୍ଵକୁ   ପରିବାହିତ   ହୁଏ   ।

ଉଦ୍ଭିଦର  ଜାତି , କିସମ, ଶାଖା  ମେଲିବା  ଢଙ, ପୃଷ୍ଠଭାଗ  ପ୍ରକୃତି , ବୃଦ୍ଧି  ଅବସ୍ଥା, ବୃଷ୍ଟିପାତ, ପବନ, ଆଲୋକ, ବାୟୁମଣ୍ଡଳର  ଆର୍ଦ୍ରତା   ଓ  ତାପମାତ୍ରା, ମୃତ୍ତିକାର  ଜଳୀୟ  ଅଂଶ, ତାପକ୍ରମ, ଜୈବ  ଅଂଶ,  ଅମ୍ଳତା,  କର୍ଦ୍ଦମ  ପ୍ରକାର, ତୃଣକମାରୀ  ସାନ୍ଦ୍ରତା, ଅମ୍ଳତା  ଓ  ବିନ୍ୟାସ  ଆଦି   ତୃଣକର   ଅବଶୋଷଣ  ଓ  ପରିବହନକୁ   ପ୍ରଭାବିତ  କରନ୍ତି   ।

ତୃଣକମାରୀର   କାର୍ଯ୍ୟକାରୀତା   ରୀତି

ଅଧିକାଂଶ   ତୃଣକମାରୀ  ଉଦ୍ଭିଦର  ଭାଶ୍ଲେଷଣ   ପ୍ରକ୍ରିୟାକୁ   ନଷ୍ଟକରି   ତୃଣକ   ନିୟନ୍ତ୍ରଣ   କରନ୍ତି   ।  ଟ୍ରୟାଜିନ ବାଇପିରିଡିଲମ  ଇଉରିଏଜ ଏହି   ଧରଣର   ତୃଣକମାରୀ   । କେତେକ   ତୃଣକମାରୀ  ଉଦ୍ଭିଦର   ଶ୍ଵାସକ୍ରିୟାରେ   ବାଧା  ସୃଷ୍ଟିକରି,  କେତେକ  ସମବିଭାଜନରେ  ବ୍ୟାଘାତ  ଘଟାଇ   ଏବଂ  ଆଉ   କେତେକ   ପ୍ରୋଟିନ  ଲିପିଡ଼  ଓ  କାରୋଟିନଏଡ  ସଂଶ୍ଳେଷଣକୁ   ପ୍ରତିରୋଧ   କରି   ତୃଣକ  ନିୟନ୍ତ୍ରଣ  କରନ୍ତି   ।

ତୃଣକମାରୀ   ନିର୍ବାଚୀ  ଧର୍ମ

ତୃଣକମାରୀର   ଏକ ବିଶିଷ୍ଟ  ଧର୍ମ  ହେଲା   ମିଶାମିଶି  ହୋଇ  ରହିଥିବା  ବିଭିନ୍ନ   ପ୍ରକାର   ଉଦ୍ଭିଦ   ଉପରେ  ପ୍ରୟୋଗ   କଲେ   ଅନ୍ୟ  ଉଦ୍ଭିଦର   କିଛି   କ୍ଷତି  ନଘଟାଇ  ବା  ଅଳ୍ପ  କ୍ଷତି   ଘଟାଇ   ଏମାନେ   ଲକ୍ଷ  ଉଦ୍ଭିଦକୁ   ମାରନ୍ତି   । ତୃଣକମାରୀର   ଏହି  ଧର୍ମକୁ   ନିର୍ବାଚୀ  ଧର୍ମ   କୁହାଯାଏ   । ଏହା  ତୃଣକମାରୀ   ସବୁଠାରୁ   ବଡ  ଧର୍ମ  ଯେଉଁଥିପାଇଁ   ରାସାୟନିକ  ତୃଣକ  ନିୟନ୍ତ୍ରଣ   ପଦ୍ଧତି   ସଫଳ   ହୋଇପାରିଛି   । ନିର୍ବାଚୀ  ଧର୍ମର  ମୂଳତତ୍ତ୍ଵ   ହେଲା   ଲକ୍ଷ   ଉଦ୍ଭିଦର  କ୍ରିୟାସ୍ଥଳରେ   ଅନ୍ୟ  ଉଦ୍ଭିଦଠାରୁ  ଅଧିକ  ବିଷାକ୍ତ   ପଦାର୍ଥ  ସକ୍ରିୟ   ଅବସ୍ଥାରେ  ପହଞ୍ଚେ   । ଏହା  (କ) ଅବଶୋଷଣରେ  ପାର୍ଥକ୍ୟ  (ଖ) ପରିବହନରେ  ପାର୍ଥକ୍ୟ ଓ  (ଗ) ତୃଣକମାରୀକୁ  ନିଷ୍କ୍ରିୟ  କରିବାରେ  ପାର୍ଥକ୍ୟ   ଯୋଗୁ   ସମ୍ଭବ  ହୁଏ   । ଏହା  ଛଡା   କେତେକ   ତୃଣକର  ଆଦି  ଜୀବନ  ନିର୍ଦ୍ଧିଷ୍ଟ  ତୃଣକମାରୀକୁ   ପ୍ରତିରୋଧ  ମଧ୍ୟ  କରେ   ।

ଅବଶୋଷଣର  ତାରତମ୍ୟ

ଉଦ୍ଭିଦର  ବାହ୍ୟ  ଗଠନ  ଓ  ବଢିବା  ପ୍ରକାର , ଅଧିଚୋଷକ ଓ  ବିଷୟ  ବ୍ୟବହାର  ଏବଂ   ଦାନାଦାର  ଔଷଧ  ପ୍ରୟୋଗ  ଅବଶୋଷଣରେ  ତାରତମ୍ୟ   ଘଟାଏ     ।

ପତ୍ର  ଅଣ – ଓସାରିଆ ଓ  ଠିଆ  ହୋଇଥିଲେ, ପତ୍ରପୃଷ୍ଠ  ତରଙ୍ଗାୟିତ , ମହମାକ୍ତ ଓ  ଲୋମଶ ହୋଇଥିଲେ   ତୃଣକମାରିର  ଜଳୀୟ  ଦ୍ରବଣ  ବେଶି  ପରିମାଣରେ  ଧରି  ରଖିପାରେ  ନାହିଁ   । ଉଦ୍ଭିଦ  ବର୍ଦ୍ଧିଷ୍ଣୁ  ଅଙ୍ଗ  ଆଚ୍ଛାଦିତ  ହୋଇ  ରହିଲେ  ତୃଣକମାରୀ  ତା  ଉପରେ  ପଡିପାରେ  ନାହିଁ   । ପତ୍ରର  ଏହିସବୁ  ଲକ୍ଷଣ   ଉଦ୍ଭିଦକୁ   କେବଳ  ସ୍ପର୍ଶ   ତୃଣକମାରୀଠାରୁ  ରକ୍ଷା   କରେ   ।

ଫସଲ  ଗଛ  ତୃଣକଠାରୁ  ଅଧିକ  ଉଚ୍ଚ  ଓ ତୃଣକ  ଫସଲଠାରୁ  ଅଧିକ  ଉଚ୍ଚ  ହୋଇଥିଲେ  କେବଳ  ତୃଣକ  ଉପରେ   ଔଷଧ  ପକାଇ  ନିୟନ୍ତ୍ରଣ   କରିହେବ   । କେତେକ   ସ୍ଥଳରେ   ଫସଲ  ଗଛ   ଉଠିବାର  ଯଥେଷ୍ଟ   ପୂର୍ବରୁ  ତୃଣକ  ଉଠିଯାଏ   । ସ୍ପର୍ଶ   ବିଷ  ପ୍ରୟୋଗ  କରି  ଏହାକୁ   ନିୟନ୍ତ୍ରଣ  କରିହୁଏ   । ଉପର ୧.୫ ସେ.ମି. ମୃତ୍ତିକାରେ  ଥିବା  ତୃଣକ  ବୀଜ   ସାଧାରଣତଃ   ଅଙ୍କୁରିତ   ହୁଏ   । ଅଧିକାଂଶ   ଫସଲ  ବୀଜ  ୫-୭.୫ ସେ.ମି. ଗଭୀରତାରେ  ଥାଏ   । ଏଣୁ  ଉପର  ମାଟିରେ   ଔଷଧ  ପକାଇ   ଫସଲର  କ୍ଷତି  ନଘଟାଇ   ତୃଣକ  ନିୟନ୍ତ୍ରଣ   କରିହୁଏ   ।

ସକ୍ରିୟତା – ଅଙ୍ଗାର  କେତେକ  ତୃଣକମାରୀର   ଏକ  ବଳିଷ୍ଠ   ଅଧିଚୋଷକ   । ବୀଜ ଓ  ଚାରା  ଚାରିପଟେ  ଏହାକୁ  ପ୍ରୟୋଗ  କଲେ  ତୃଣକମାରୀ   ବିଷର   ଆବିଷ୍କାର   ହେଲାଣି   । ଏହାକୁ  ମୃତ୍ତିକାରେ   ପ୍ରୟୋଗ   କଲେ   କିମ୍ବା  ବିହନ  ସହିତ   ମିଶାଇ   ବୁଣିଲେ   ତୃଣକମାରୀ  ଫସଲର   କ୍ଷତି   କରିପାରେ   ନାହିଁ   ।

ଫସଲ  ଥିବା  କ୍ଷେତରେ  ନୂଆ  ହୋଇ  ଉଠୁଥିବା   ତୃଣକକୁ   ନିୟନ୍ତ୍ରଣ   କରିବା  ପାଇଁ  ଦାନାଦାର  ଔଷଧ  ବିଶେଷ  ସହାୟକ   ହୁଏ   । ଫସଲ  ପତ୍ର   ଉପରେ  ନରହି   ଦାନାଦାର  ଔଷଧ   ତଳକୁ  ଖସିପଡେ  ଏବଂ  ଆର୍ଦ୍ର  ମୃତ୍ତିକା  ସଂସ୍ପର୍ଶରେ   ଆସି  ଅଙ୍କୁରିତ   ତୃଣକକୁ   ନିୟନ୍ତ୍ରଣ  କରେ   ।

ପରିବହନରେ  ତାରତମ୍ୟ

ସବୁ  ତୃଣକମାରୀ   ଉଦ୍ଭିଦ   ଶରୀରରେ  ସମହାରରେ   ପରିବାହିତ   ହୁଅନ୍ତି  ନାହିଁ  । ଅଧିକ  ହାରରେ  ପରିବାହିତ   ହେଲେ   ତୃଣକମାରୀ  ଅଧିକ  କ୍ଷତି   ଘଟାଏ   । ଉଦାହରଣ  ସ୍ୱରୂପ ୨,୪ ଡି  ଆଖୁରେ   ବିଳମ୍ବରେ  ଏବଂ  ଶିମ୍ବରେ  ଶୀଘ୍ର   ଶୀଘ୍ର  ପରିବାହିତ   ହୁଏ  । ଫଳରେ  ୨,୪ ଡି  ଆଖୁ  ଗଛର  ବିଶେଷ  କ୍ଷତି   କରେ  ନାହିଁ  କିନ୍ତୁ  ଶିମ୍ବଗଛ   ପାଇଁ  କ୍ଷତିକାରକ   ହୁଏ   ।

ନିଷ୍କ୍ରିୟତା  କରିବାର  ତାରତମ୍ୟ

କର୍ମସ୍ଥଳୀରେ  ତୃଣକମାରୀ  ପହଞ୍ଚିବା   ପୂର୍ବରୁ   ବିଷାକ୍ତ  ପଦାର୍ଥକୁ   ନିଷ୍କ୍ରିୟ   କରିବାରେ  ଉଦ୍ଭିଦ  ମଧ୍ୟରେ  ତାରତମ୍ୟ   ଦେଖାଯାଏ   ।  ସହିଷ୍ଣୁଜାତିର   ଉଦ୍ଭିଦ   ତୃଣକମାରୀର   ଅଣୁ  ବା   ଆୟନକୁ  ଶୀଘ୍ର   ନିଷ୍କ୍ରିୟ  କରିଦିଏ   । ସମ୍ବେଦନଶୀଳ  ଜାତିର  ଉଦ୍ଭିଦ   ସେପରି   କରିପାରେ  ନାହିଁ   । ବିଷାକ୍ତ  ପଦାର୍ଥର   ନିଷ୍କ୍ରିୟତା  ବିପଚନ, ବିପରୀତ  ବିପଚନ ଓ  ସଞ୍ଜୁଗ୍ମନ  ଯୋଗୁ   ହୋଇଥାଏ   ।

ତୃଣକମାରୀ   ତିଆରି

କୌଣସି  ସକ୍ରିୟ  ଉପାଦାନକୁ  ତରଳ   ବା  ଶୁଷ୍କ  ଅବମିଶ୍ରଣ, ଅବଦ୍ରବକ, ସ୍ଥାୟୀକରଣ ଓ  ଅନ୍ୟାନ୍ୟ  ସ୍ପ୍ରେ  ସହାୟକ   ସହିତ  ମିଶାଇ   ବ୍ୟବସାୟୀକ   ତୃଣକମାରୀ  ପ୍ରସ୍ତୁତ   କରାଯାଏ   । ଏବେ  ବଜାରରେ  ମୁଖ୍ୟତଃ  ଦୁଇ  ଶ୍ରେଣୀର  ତୃଣକମାରୀ  ମିଳେ  ଯଥା : ସିଞ୍ଚନ  ଯୋଗ୍ୟ  ଓ   ଦାନାଦାର   ତୃଣକମାରୀ   । ସିଞ୍ଚନଯୋଗ୍ୟ   ତୃଣକମାରୀ   ତିନି  ପ୍ରକାରର  ଯଥା : (କ)  ଦ୍ରବଣୀୟ  ତୃଣକମାରୀ , (ଖ) ଅବଦ୍ରବୀ  ତୃଣକମାରୀ  ଓ  (ଗ)  ନୀଳବର୍ଣ୍ଣ  ଚୂର୍ଣ୍ଣ ପାଣି  ସହିତ  ଏ  ତିନି  ପ୍ରକାର  ତୃଣକମାରୀ   ଦ୍ରବଣ, ଅବଦ୍ରବ ଓ  ପ୍ରଲମୂଳ  ଯଥାକ୍ରମେ   ସୃଷ୍ଟି କରନ୍ତି   ।

ବିଷାକ୍ତ   ପଦାର୍ଥକୁ   କୌଣସି  ଶୁଷ୍କ, ନିଷ୍କ୍ରିୟ  ପଦାର୍ଥ  ସହିତ  ମିଶାଇ   ଦାନାଦାର  ତୃଣକମାରୀ   ତିଆରି  କରାଯାଏ  । ତୃଣକ  ନିୟନ୍ତ୍ରଣ  କରିବାରେ  ଦାନାଦାର  ଔଷଧ  ସିଞ୍ଚନଯୋଗ୍ୟ  ତୃଣକମାରୀପରି  କାର୍ଯ୍ୟକ୍ଷମ   । ଏତଦବ୍ୟତୀତ  ଦାନାଦାର  ଔଷଧରୁ  କେତେକ  ଉପକାର  ମିଳେ  । (କ) ସବୁଠାରୁ  ବଡ  ଉପକାର  ହେଲା  ଦାନାଦାର  ଔଷଧକୁ  ପ୍ରୟୋଗ  କରିବା  ସୁବିଧାଜନକ   । ବିଶେଷକରି  ଧାନକ୍ଷେତ, ପାହାଡିଆ  ଜାଗା ଓ  ଜଳାଶୟ  ପରି   ବିଷମ   ସ୍ଥାନରେ  କରିହୁଏ   । ପାଣି  ବୋହିବା , ପାଣି  ସହିତ  ଔଷଧ  ମିଶାଇବା, ବାରମ୍ବାର  ନଜଲ   ଖୋଳିବାର   ଆବଶ୍ୟକତା  ପଡେ  ନାହିଁ    । ଦାନାଦାର  ଔଷଧ  ଚର୍ମ  ଉପରେ  ଖରାପ   ପ୍ରଭାବ  ପକାଏ   ନାହିଁ   । କିମ୍ବା   ବ୍ୟବହୃତ   ପାତ୍ରର  କ୍ଷତିକରେ  ନାହିଁ   । (ଖ)  ଦାନାଦାର  ତୃଣକମାରୀ   ଲକ୍ଷ   ଉଦ୍ଭିଦ  ବ୍ୟତୀତ  ପାଇଁ  ନିରାପଦ   । ପବନରେ   ଉଡି  ଏହା  ଅନ୍ୟ  ଉଦ୍ଭିଦର   କ୍ଷତି   କରେ  ନାହିଁ   । ଏହାଛଡା  ଫସଲ   କ୍ଷେତରେ   ଦାନାଦାର  ଔଷଧର  ନିର୍ବାଚୀ   ଧର୍ମ  ଅଧିକ  ଅଟେ   । (ଗ) ଉଦ୍ ବାୟୀ  ତୃଣକମାରୀ  ଦାନାଦାର  ଆକାରରେ  ଅଧିକ  ଦିନ   କାର୍ଯ୍ୟକ୍ଷମ   ରହେ   ।

ସକ୍ରିୟ  ଉପାଦାନ

ତୃଣକମାରୀର  ଯେଉଁ  ରାସାୟନିକ   ପଦାର୍ଥ  ତୃଣକ  ନିୟନ୍ତ୍ରଣ  କରିବା  ପାଇଁ   ପ୍ରତ୍ୟକ୍ଷ   ଭାବରେ  ଦାୟୀ   ତାହାକୁ  ସକ୍ରିୟ   ଉପାଦାନ   କୁହାଯାଏ  । ତୃଣକମାରୀର  ସକ୍ରିୟ   ଉପାଦାନ   ଶତକଡା  ଭାଗ  ଓଜନ  ବା  ଘନଫଳରେ   ପ୍ରକାଶ  କରାଯାଏ   ।

କେତେକ   ତୃଣକମାରୀ  ଜୈବ  ଅମ୍ଳ  ଅଟନ୍ତି   । ଜମିରେ  ପ୍ରୟୋଗ   କରିବା  ସୁବିଧା  ଦୃଷ୍ଟିରୁ  ଏବଂ  ନିର୍ବାଚୀ  ଧର୍ମ  ଅଧିକ  ହେବାପାଇଁ  ଏଥିରୁ  କେତେକ   ତୃଣକମାରୀକୁ  ଲବଣ   ବା  ଇଷ୍ଟର   ଆକାରରେ  ବ୍ୟବହାର  କରାଯାଏ   ।ଏପରି   ଏକ  ତୃଣକମାରୀରୁ  ଯେତିକି  ଅମ୍ଳ  ମିଳିପାରିବ  ତାହାକୁ  ଅମ୍ଳ  ସମକ୍ଷକ  କୁହାଯାଏ   । ବଜାରରେ  ମିଳୁଥିବା   ତୃଣକମାରୀର   ଧାରକ  ଉପରେ   ସକ୍ରିୟ  ଉପାଦାନ  ବା  ଅମ୍ଳ  ସମକ୍ଷକ  ସୂଚିତ  କରାଯାଇ  ପରିଚୟ  ପତ୍ରିକା  ମରାଯାଇଥାଏ  ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.13793103448
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top