ହୋମ / କୃଷି / ଜଳସେଚନ / ଫସଲ ଉତ୍ପାଦନ (ଓଡ଼ିଶାର ଜଳ ସମ୍ପଦ ଏବଂ ଜଳର ଗୁଣ, ଆବଶ୍ୟକତା, ପରିମାଣ ଓ ଦକ୍ଷତା)
ସେଆର କରନ୍ତୁ

ଫସଲ ଉତ୍ପାଦନ (ଓଡ଼ିଶାର ଜଳ ସମ୍ପଦ ଏବଂ ଜଳର ଗୁଣ, ଆବଶ୍ୟକତା, ପରିମାଣ ଓ ଦକ୍ଷତା)

ଓଡ଼ିଶାର ଜଳ ସମ୍ପଦ ଏବଂ ଜଳର ଗୁଣ, ଆବଶ୍ୟକତା, ପରିମାଣ ଓ ଦକ୍ଷତା ସମ୍ବନ୍ଧରେ ସୂଚନା ।

ଓଡିଶାର ଜଳ ସମ୍ପଦ

ଓଡିଶାର  କ୍ଷେତ୍ରଫଳ  ୧୫.୫୦ ନିୟୁତ  ହେକ୍ଟର  ଓ  ବାର୍ଷିକ  ହାରାହାରି   ବୃଷ୍ଟିପାତ  ୧.୪୯୮  ମିଟର । ଅତଏବ   ମୋଟ   ବୃଷ୍ଟି   ଜଳର   ପରିମାଣ  ୨୩.୨୦୮  ନିୟୁତ  ହେକ୍ଟର  ମିଟର   ବା  ୨୩୨୦୮୦  ନିୟୁତ   ଘନମିଟର   ଅଟେ   । ମୋଟ  ବୃଷ୍ଟି  ଜଳର   ଶତକଡା  ୩୩.୭  ଭାଗ  ବାଷ୍ପୀକରଣ, ୧୦.୩ ଭାଗ ଅନ୍ତସ୍ରବଣ  ଓ  ୩୧.୮  ଭାଗ  (୭୪,୦୦୦  ନିୟୁତ  ଘନମିଟର ) ଅପବାହ  ଦ୍ଵାରା   ନଷ୍ଟ  ହୁଏ  । ଅବଶିଷ୍ଟ  ୨୪.୩ ଭାଗ (୫୬,୪୬୮ ନିୟୁତ   ଘାନା  ମିଟର) ଭୂପୃଷ୍ଠ  ଉପରେ   ଜଳସେଚନ   ପାଇଁ  ମିଳେ ।

ଜଳସେଚନର ଗୁଣ

ଦୀର୍ଘକାଳୀନ  ଜଳସେଚନ   ବ୍ୟବସ୍ଥା   ପାଇଁ   ଜଳସେଚନର   ଗୁରୁତ୍ଵପୂର୍ଣ୍ଣ   ଅଟେ  । କାରଣ   ଜଳର   ଗୁଣ ମୃତ୍ତିକାର  ରାସାୟନିକ  ଓ  ଭୌତିକ   ଧର୍ମକୁ  ଏବଂ  ଫସଲର   ଉତ୍ପାଦନତାକୁ   ପ୍ରଭାବିତ  କରେ । ଜଳସେଚନ  ପାଇଁ   ଉପଯୁକ୍ତତା   ନିରୂପଣ  କରିବା  ପାଇଁ   ଜଳସେଚନର  କେତେକ  ଭୌତିକ  ଓ  ରାସାୟନିକ   ଧର୍ମ  ଜାଣିବା   ଆବଶ୍ୟକ ।

ଜଳରେ   ଦ୍ରବଣୀୟ  ଉପାଦାନଗୁଡିକୁ  ମୁଖ୍ୟ  ଓ  ଗୌଣ   ଏପରି  ଦୁଇଭାଗରେ  ବିଭକ୍ତ  କରାଯାଇଛି   । ମୁଖ୍ୟ  ଉପାଦାନଗୁଡିକ  ହେଲା  କାଲସିଅମ୍, ମାଗ୍ନେସିଅମ୍, ସୋଡିଅମ୍ ଏବଂ  ପଟାସିଅମ୍ ଆଦି  ଧନାୟକ  ଏବଂ  କ୍ଲୋରାଇଡ, ସଲଫେଟ୍, ବାଇକାର୍ବୋନେଟ ଏବଂ   କାର୍ବୋନେଟ  ଆଦି  ଋଣାତ୍ମକ   । ଗୌଣ   ଉପାଦାନଗୁଡିକ  ମଧ୍ୟରୁ   ବୋରନ୍, ସିଲିକା, ଫ୍ଲୋରାଇଡ, ନାଇଟ୍ରେଟ, ଲିଥିୟନ, ସଲଫାଇଡ, ଫସଫେଟ୍, ଲୌହ, ଆଲୁମିନିୟମ, ଆମୋନିଆ, ଉଦଜାନ ଓ  ଜୈବ  ପଦାର୍ଥ  ପ୍ରଧାନ   ।

ଜଳରେ  (କ) ଦ୍ରବୀଭୂତ  ଲବଣ  ପରିମାଣ  (ଖ)  ଅନ୍ୟ  ଧନୟନ  ମାନଙ୍କ  ସହ  ସୋଡିଅମ୍ ଅନୁପାତ   ବା  ସୋଡିଅମ୍  ଅଧିଚୋଷଣନୁପାତ  (ଗ)  ବୋରନ୍ ପରିମାଣ  (ଘ)  କେତେକ   ସ୍ଥଳରେ  କାଲସିଅମ୍ ଓ  ମାଗ୍ନେସିଅମ୍  ତୁଳନାରେ   ବାଇକାର୍ବୋନେଟ  ପରିମାଣ  ନିର୍ଦ୍ଧାରଣ  କରି  ଜଳସେଚନର  ଗୁଣ  ସ୍ଥିର  କରାଯାଏ  ।

ଜଳରେ  ଦ୍ରବୀଭୂତ  ଲବଣ  ପରିମାଣ   ସାଧାରଣତଃ   ଜଳରେ   ବିଦ୍ୟୁତ   ପରିବାହିତା   ଦ୍ଵାରା  ନିର୍ଣ୍ଣୟ  କରାଯାଇଥାଏ   । ଜଳର  ବିଦ୍ୟୁତ   ପରିବାହିତା   ସେ.ମି.  ପ୍ରତି  ୭୫୦ ମାଇକ୍ରୋ   ମୋସ୍ ରୁ   କମ୍  ହୋଇଥିଲେ   ଜଳସେଚନ   ଲାଗି   ଉପଯୁକ୍ତ   ବୋଲି   ଧରାଯାଇଥାଏ   । କିନ୍ତୁ  ଲବଣ  ଅସହିଷ୍ଣୁ  ଫସଲମାନଙ୍କ  ପାଇଁ  ବିଦ୍ୟୁତ   ପରିବାହିତା  ସେ.ମି.  ପ୍ରତି  ୨୫୦ – ୭୫୦ ମାଇକ୍ରୋମସ୍  ଭିତରେ   ରହିବା   ଦରକାର   ।

ସେଚଜଳରେ   କାଲସିଅମ୍ ଓ  ମାଗ୍ନେସିଅମ୍  ତୁଳନାରେ   ସୋଡିଅମ୍  ଅନୁପାତ  ବେଶି  ହେଲେ   ଲବଣତା  ସଙ୍କଟ   ବେଶି   ହୋଇଥାଏ   । ସୋଡିଅମ୍  ପରିମାଣ  ବେଶି  ହେଲେ  ମୃତ୍ତିକାର  ଭୌତିକ  ଅବସ୍ଥାରେ   ଅବନତି  ଘଟେ   ।  ମୃତ୍ତିକାର  ଦାନା   ଭାଙ୍ଗିଯାଏ, ଜଳ  ସହଜରେ   ମୃତ୍ତିକା  ଭିତରକୁ   ଭେଦିପାରେ  ନାହିଁ   । ଜମି  ଶୁଖିଗଲେ   ଉପରେ  ଟାଣ  ଆବରଣ   ସୃଷ୍ଟି  ହୁଏ  ଏବଂ   ବେଶି   ଶୁଖିଗଲେ   ବଡ  ବଡ   ଫାଟ  ହୋଇଯାଏ   ।

ବୋରନ୍ ପରିମାଣ  ଜଳସେଚନର  ଏକ  ନିୟୁତ   ଭାଗ  ପ୍ରତି  ୨ ଭାଗ ରୁ  ଅଧିକ  ହେଲେ  ଅଧିକାଂଶ   ବିଲ   ଫସଲ  ପାଇଁ   କ୍ଷତିକାରକ  ହୁଏ   । ବୋରନ୍  ମୃତ୍ତିକାରେ   ଭୌତିକ  ଓ  ରାସାୟନିକ  ଗୁଣକୁ  ପ୍ରଭାବିତ   କରେ  ନାହିଁ   । କିନ୍ତୁ  ବୋରନ୍  ସାନ୍ଦ୍ରତା   ଅଧିକ   ହେଲେ   ଫସଲର  ବିପାକୀୟ  କ୍ରିୟା  ପ୍ରତିକୂଳ   ପ୍ରଭାବ   ପଡେ   । ଏକ  ନିୟୁତ   ଭାଗ  ଜଳ  ପ୍ରତି   ବୋରନ୍  ପରିମାଣ  ୪ ଭାଗ  କୁ  ବୃଦ୍ଧି  ପାଇଲେ   ବିଟ୍ ଓ  ପିଆଜ  ଆଦି  କେବଳ   ବୋରନ୍  ସହିଷ୍ଣୁ  ଫସଲ  ଚାଷ  କରାଯାଇପାରେ   ।

ସେଚଜାଲରେ  ବାଇକାର୍ବୋନେଟ   ପରିମାଣ  ବୃଦ୍ଧି  ପାଇଲେ   କାଲସିଅମ୍ ଓ  ମାଗ୍ନେସିଅମ୍  ଅଦ୍ରବଣୀୟ  କାର୍ବୋନେଟ  ରୂପେ  ଅବକ୍ଷିପ୍ତ   ହୁଅନ୍ତି   । ଜଳରେ   ଏହି  ଦୁଇ  ଉପାଦାନର  ପରିମାଣ  ହ୍ରାସ   ପାଇଲେ   ସୋଡିଅମ୍  ଅଧିଶୋଷଣାନୁପାତ  ଅଧିକ  ହୁଏ  ଏବଂ  ସୋଡିଅମ୍  ବିପଦ  ବୃଦ୍ଧି  ପାଏ   ।

ଜଳରେ  ମାଗ୍ନେସିଅମ୍  ଓ  କାଲସିଅମ୍ ର  ଅନୁପାତ   ମଧ୍ୟ   ସେଚପାଇଁ   ଜଳର  ଉପଯୁକ୍ତତା   ନିରୂପଣ   କରେ   ।

ବାଷ୍ପ – ପ୍ରସ୍ଵେଦନ   ବା  ବ୍ୟବହାରିକ  ଜଳ

କୌଣସି   ପଦାର୍ଥ ତରଳ  ଅବସ୍ଥାରୁ  ବାଷ୍ପୀୟ   ଅବସ୍ଥାକୁ   ରୂପାନ୍ତରିତ  ହେବାକୁ   ବାଷ୍ପୀଭବନ   କୁହାଯାଏ   । ବାଷ୍ପୀଭବନ   ଏକ  ବିସରଣ   ପ୍ରକ୍ରିୟା   ଏଥିଲାଗି   ଶକ୍ତି   ଆବଶ୍ୟକ   ହୋଇଥାଏ   । ଏହି  ଶକ୍ତି   ସାଧାରଣତଃ   ସୌର  ତାପ  ଭୂପୃଷ୍ଠରେ  ବହୁଥିବା   ପବନ  ଏବଂ   ଭୂନିମ୍ନସ୍ଥ   ତାପରୁ   ମିଳିଥାଏ   ।

ଉଦ୍ଭିଦ  ଦେହରୁ   ଜଳ  ବାୟୁମଣ୍ଡଳକୁ  ବାଷ୍ପ  ଆକାରରେ   ଚାଲିଯିବାକୁ   ପ୍ରସ୍ଵେଦନ   ବା  ଉତ୍ ସ୍ଵେଦନ   କୁହାଯାଏ   । ପ୍ରସ୍ଵେଦନ  ଏକ ବାଷ୍ପୀଭବନ  ପ୍ରକ୍ରିୟା   ହେଲେ  ହେଁ  ଏହା   ଉଦ୍ଭିଦର   ଆକାର, ପ୍ରକାର  ଓ  ଅବସ୍ଥା , ଚେରର  ବିସ୍ତାର  ଓ  ଜଳଶୋଷଣ  ଦକ୍ଷତା , ପତ୍ରର   ଗଠନ ଓ  ବିନ୍ୟାସ, ପତ୍ରର   ଛିଦ୍ର  ସଂଖ୍ୟା ,ସେଗୁଡିକର  ଆକାର, ଉନ୍ମୋଚନ  ଓ  ସଂକୋଚନ   କଥା  ବାଷ୍ପୀଭବନକୁ  ପ୍ରଭାବିତ   କରୁଥିବା   ଭୌତିକ   କାରକଗୁଡିକ   ଦ୍ଵାରା   ପରଭାବିତ   ହୋଇଥାଏ   । ପ୍ରସ୍ଵେଦନ   ମୁଖ୍ୟତଃ   ପତ୍ରରୁ   ହେଉଥିଲେ   ହେଁ   ଉଦ୍ଭିଦର   ଅନ୍ୟାନ୍ୟ   ଅଙ୍ଗରୁ   ମଧ୍ୟ  କିଛି   ପରିମାଣ   ଜଳ  ପ୍ରସ୍ଵେଦନ   ଦ୍ଵାରା  ନଷ୍ଟ   ହୋଇଥାଏ   । ସ୍ତୋମଗୁଡିକ   ଦିବସରେ  ଖୋଲା   ରହୁଥିବାରୁ   ପ୍ରସ୍ଵେଦନ   ପରିମାଣର  ଶତକଡା  ୯୦ – ୯୫ ଭାଗ  ଦିବସରେ  ଏବଂ  ୫ – ୧୦  ଭାଗ  ରାତ୍ରିରେ   ହୋଇଥାଏ   ।

ଫସଲ   କିଆରୀରୁ   ଜଳ  ଉଭୟ  ବାଷ୍ପୀଭବନ  ଓ  ପ୍ରସ୍ଵେଦନ  ଦ୍ଵାରା  ନଷ୍ଟ  ହୋଇଥାଏ   । ଏହି  ଅବସ୍ଥାରେ  ବାଷ୍ପୀଭବନ   ଯୋଗୁଁ   ନଷ୍ଟ  ହେଉଥିବା  ଜଳ   ପରିମାଣ   ପ୍ରସ୍ଵେଦନ   ଯୋଗୁଁ  ନଷ୍ଟ  ହେଉଥିବା  ଜଳ  ପରିମାଣଠାରୁ   ପୃଥକ  କରିବା   ଦୁଃସାଧ୍ୟ   ହେଉଥିବାରୁ  ଉଭୟ   ପ୍ରକ୍ରିୟା  ଦ୍ଵାରା   ନଷ୍ଟ  ହେଉଥିବା  ଜଳ  ପରିମାଣକୁ  ବାଷ୍ପପ୍ରସ୍ଵେଦନ   କୁହାଯାଏ   ।

ଫସଲ  କିଆରୀରେ  ବାଷ୍ପୀଭବନ  ଓ  ପ୍ରସ୍ଵେଦନ  ସାପେକ୍ଷ  ପରିମାଣ  ସାଧାରଣତଃ  ଫସଲର  ଡାଳପତ୍ରଦ୍ଵାରା  ମୃତ୍ତିକାର  ଆଚ୍ଛାଦନ  ଉପରେ   ନିର୍ଭର  କରେ   । ଫସଲ  ବୁଣା  ହେଲାବେଳେ   ମୃତ୍ତିକାରୁ  ଜଳ   କେବଳ   ବାଷ୍ପୀଭବନ  ଦ୍ଵାରା  ନଷ୍ଟ  ହୁଏ   ।ଗଛ  ବଢିବା   ସଙ୍ଗେ  ସଙ୍ଗେ  ପ୍ରସ୍ଵେଦନ  ପରିମାଣ  ବୃଦ୍ଧିପାଏ   ଏବଂ  ଡାଳପତ୍ର  ଦ୍ଵାରା   ମୃତ୍ତିକା  ଆବୃତ  ହେବା  ଯୋଗୁଁ  ସୌରତାପ  ସିଧାସଳଖ   ମୃତ୍ତିକା  ଉପରେ   ପଡିପାରେ   ନାହିଁ   । ଫଳରେ   ବାଷ୍ପୀଭବନ  ପରିମାଣ  ହ୍ରାସପାଏ   । ମୃତ୍ତିକା   ଫସଲ  ଦ୍ଵାରା   ସମ୍ପୂର୍ଣ୍ଣ   ଭାବେ  ଆବୃତ  ହୋଇଗଲେ   ମୃତ୍ତିକାରୁ  ଜଳ  ମୁଖ୍ୟତଃ  ପ୍ରସ୍ଵେଦନ  ପ୍ରକ୍ରିୟା   ଦ୍ଵାରା   ନଷ୍ଟ   ହୁଏ   । ଫସଲ   ପାଚିଲା   ବେଳକୁ  ପତ୍ରଗୁଡିକ  ଝଡି  ପଡେ  ଓ   ମୃତ୍ତିକାର  ଅନେକ  ଅଂଶ  ଅନାବୃତ   ରହେ   । ସୌରତାପ  ସିଧାସଳଖ   ମୃତ୍ତିକା   ଉପରେ   ପଡିବାରୁ   ବାଷ୍ପୀଭବନ  ପରିମାଣ  ବୃଦ୍ଧିପାଏ, କିନ୍ତୁ  ସେତେବେଳକୁ   ଫସଲ   ଜଳ  ଦରକାର   କରୁନଥିବାରୁ  ପ୍ରସ୍ଵେଦନ  ପରିମାଣ  ହ୍ରାସପାଏ   ।

ବାଷ୍ପୀଭବନ  ଓ  ପ୍ରସ୍ଵେଦନ   ପ୍ରକ୍ରିୟାକୁ   ପ୍ରଭାବିତ  କରୁଥିବା   କାରକଗୁଡିକ  ବାଷ୍ପ   ପ୍ରସ୍ଵେଦନ ପ୍ରକ୍ରିୟାକୁ   ପ୍ରଭାବିତ  କରେ   ।

ବାଷ୍ପ – ପ୍ରସ୍ଵେଦନ   ସହିତ   ଉଦ୍ଭିଦ   ନିଜର  ଶରୀର   ଗଠନ  ଓ  ବିପାନୀୟ  ସକ୍ରିୟତା   ପାଇଁ  କିଛି  ପରିମାଣ  ଜଳ  ବ୍ୟବହାର   କରିଥାଏ   । ଏହି   ପରିମାଣ  ସହିତ  ବାଷ୍ପ – ପ୍ରସ୍ଵେଦନ   ପରିମାଣକୁ  ମିଶାଇ   ସମୁଦାୟ   ପରିମାଣକୁ   ବ୍ୟବହାରିକ   ଜଳ  କୁହାଯାଏ   ।  ଉଦ୍ଭିଦର  ଶରୀର   ଗଠନ ଓ  ବିପାକୀୟ  ସକ୍ରିୟତା   ଲାଗି  ଜଳ   ପରିମାଣ   ବାଷ୍ପ – ପ୍ରସ୍ଵେଦନ   ତୁଳନାରେ  ନଗଣ୍ୟ  ହେଉଥିବାରୁ  ବାଷ୍ପ ପ୍ରସ୍ଵେଦନ   ଲାଗି   ଖର୍ଚ୍ଚ   ଜଳ  ପରିମାଣକୁ  ସାଧାରଣତଃ   ବ୍ୟବହାରିକ  ଜଳ  ପରିମାଣ   ଫସଲର   ବର୍ଦ୍ଧନାବସ୍ଥା   ଉପରେ   ନିର୍ଭର  କରି   ଭିନ୍ନ  ହୋଇଥାଏ   । ପ୍ରଥମାବସ୍ଥାରୁ  ଡାଳପତ୍ର  ଘଞ୍ଚ  ହେବା  ପର୍ଯ୍ୟନ୍ତ   ବାଷ୍ପ – ପ୍ରସ୍ଵେଦନ  ହାର  ବଢେ , ଡାଳ  ପତ୍ର  ସର୍ବାଧିକ  ଘଞ୍ଚ  ହୋଇ  ଜମିକୁ  ଆଚ୍ଛାଦିତ  କରିଥିବା  ବେଳେ  ଜମିରେ   ଜଳର   ଅଭାବ  ନ ଥିଲେ  ବାଷ୍ପ – ପ୍ରସ୍ଵେଦନ  ଦ୍ଵାରା  ସର୍ବାଧିକ  ହୁଏ, ଏବଂ  ଫସଲର  ପରିପକ୍ଵ   ଅବସ୍ଥା  ଆସିଲେ   ବାଷ୍ପ – ପ୍ରସ୍ଵେଦନ ହାର  କମେ   । ବ୍ୟବହାରିକ   ଜଳ   ପରିମାଣ  କୌଣସି  ଫସଲ  ପାଇଁ   ଏକର  ବା  ହେକ୍ଟର   ପ୍ରତି   ଇଞ୍ଚ   ବା  ସେ.ମି. ରେ  ପ୍ରକାଶ  କରାଯାଏ   । ଜଳ  ସଂପଦର   ବିକାଶ  ଓ  ବିନିଯୋଗ   ଲାଗି   ଫସଲର  ବ୍ୟବହାରିକ   ଜଳ  ପରିମାଣ  ବିଷୟରେ   ଜ୍ଞାନ  ଏକାନ୍ତ  ଆବଶ୍ୟକ   ।

ମୃତ୍ତିକା  ସମ୍ପୂର୍ଣ୍ଣଭାବେ  ଫସଲ   ଦ୍ଵାରା   ଆଚ୍ଛାଦିତ  ଥିଲେ  ଓ  ମୃତ୍ତିକାରେ  ପ୍ରଚୁର   ପରିମାଣରେ   ଜଳ   ଥିଲେ   ଫସଲ  ବାଷ୍ପ – ପ୍ରସ୍ଵେଦନ   ଦ୍ଵାରା   ବ୍ୟବହାର   କରୁଥିବା  ଜଳ   ପରିମାଣକୁ   ସର୍ବୋଚ୍ଚ   ବାଷ୍ପ – ପ୍ରସ୍ଵେଦନ  କୁହାଯାଏ   ।

ଦରକାରୀ   ଜଳ  ପରିମାଣ

ବାଷ୍ପ – ପ୍ରସ୍ଵେଦନ   ବା  ବ୍ୟବହାରିକ   ଜଳ  ବ୍ୟତୀତ ଫସଲର   ଜୀବନକାଳ   ଭିତରେ  ଆଉ  କିଛି   ଜଳ   ଖର୍ଚ୍ଚ  ହୋଇଥାଏ   । ଫସଲ  କିଆରୀରୁ  କିଛି  ଜଳ  ମୃତ୍ତିକାର  ନିମ୍ନସ୍ତରକୁ  ଚାଲିଯାଏ   ।  ଜଳସେଚନବେଳେ   ଜଳ  ନାଳ   ଭିତରେ  ବୋହି   ଯାଉଥିବାବେଳେ   କିଛି   ପରିମାଣ  ଜଳ  ବାଷ୍ପୀୟଭୁତ  ହୋଇଯାଏ ଓ  ଆଉ  କିଛି  ବିଭିନ୍ନ   ଦିଗକୁ   ବହିଯାଏ   । ଏପରି  ନଷ୍ଟ  ହେଉଥିବା  ଜଳକୁ  ଅପରିହାର୍ଯ୍ୟ  ବ୍ୟୟ   ବୋଲି   କୁହାଯାଏ   । ଏହି  ପରିମାଣ  ଜଳ  ବାଷ୍ପ – ପ୍ରସ୍ଵେଦନ   ଲାଗି  ଆବଶ୍ୟକ  ହେଉ  ନଥିଲେ  ବି  ସେଚନବେଳେ   କିଆରୀକୁ   ଯୋଗାଇ   ଦେବାକୁ   ପଡିଥାଏ   । ଉଦାହରଣସ୍ୱରୂପ   ଧାନ  ବେଉଷଣ  କରିବା  ଓ  କାଦୁଅ  କରି  ରୋଇବା  ପାଇଁ   ଅଧିକ  ଜଳ  ଦରକାର  ହୋଇଥାଏ   । କିଆରୀରେ   ଧାନ   ବଢିବା   ବେଳେ  ଅନେକ  ସମୟରେ   ଘାସ  ନିୟନ୍ତ୍ରଣ  କରିବା  ପାଇଁ   ଜମିରେ   ଠିଆପାଣି   ରଖିବାକୁ   ପଡେ  ଓ  ଜଳ  ଫସଲର  ବ୍ୟବହାରରେ   ଲାଗୁ  ନଥିଲେ  ବି  ଫସଲ  ଉତ୍ପାଦନ  ଲାଗି   ଦରକାରୀ   ଜଳ  ଅନ୍ତର୍ଭୁକ୍ତ    ।

ବରସିମ  ଓ  ଲୁସର୍ଣ୍ଣ  ଭଳି   କେତେକ  ମଞ୍ଜିରୁ  ଗଜା  ବାହାରିବା  ଲାଗି  ଫସଲ  ବୁଣିବାବେଳେ  ବେଶି  ଜଳ  ରଖିବା   ଦରକାର  ପଡିଥାଏ   । ଅନେକ  ସମୟରେ  ଚିନାବାଦାମ   ଖୋଜିବା  ଲାଗି   ଜଳସେଚନ   ଆବଶ୍ୟକ  ହୋଇଥାଏ   । ଏ  ଜଳ  ଫସଲର   ବ୍ୟବହାରିକ   ଜଳ  ନହେଲେ  ସୁଦ୍ଧା   ଫସଲ  ଚାଷ   ଲାଗି   ଦରକାର  ପଡିଥାଏ   ।

ଉଷର   ଜମିରେ  ଲବଣାଂଶ   ପରିମାଣ  ଧୋଇନେବା  ପାଇଁ   ଦରକାରୀ  ଜଳ  ଅପେକ୍ଷା  ବେଶି   ଜଳସେଚନ  କରିବାକୁ  ପଡିଥାଏ   ।

ଏଣୁ  ଫସଲ  ବୁଣିବା  ଦିନଠାରୁ   ଅମଳ   କରିବା  ପର୍ଯ୍ୟନ୍ତ   ବ୍ୟବହାରିକ  ଜଳ, କେତେକ  ଆନୁଷଙ୍ଗିକ   କାମ  ଲାଗି  ଦରକାରୀ  ଜଳ  ଓ  କେତେକ  ଅପରିହାର୍ଯ୍ୟ   ବ୍ୟୟ  ଫସଲର  ଦରକାରୀ   ଜଳ   ପରିମାଣ  ଅନ୍ତର୍ଭୁକ୍ତ   ।

ମୋଟ  ଦରକାରୀ  ଜଳ  ପରିମାଣ  ଫସଲର  ଜାତି, ଚାଷଋତୁ  ଓ ମୃତ୍ତିକାର   ପ୍ରକୃତି  ଉପରେ  ନିର୍ଭର  କରେ  କରି  ଭିନ୍ନ   ହୋଇଥାଏ   । ଉଦାହରଣସ୍ୱରୂପ  ଧାନର  ଦରକାରୀ  ଜଳ  ପରିମାଣ  ମକା  ବା  ମାଣ୍ଡିଆର  ଦରକାରୀ  ଜଳ   ପରିମାଣଠାରୁ  ଅଧିକ ରବି ଓ  ଡାଳୁଅ   ଋତୁରେ   ତାପକ୍ରମ   ଅଧିକ   ରହୁଥିବାରୁ   ସୂର୍ଯ୍ୟାଲୋକ   ଅଧିକ   । ରବି ଓ  ଡାଳୁଅ  ଋତୁରେ  ତ୍ରାପକ୍ରମ  ଅଧିକ  ରହୁଥିବାରୁ  ସୂର୍ଯ୍ୟାଲୋକ   ଅଧିକ  ପଡୁଥିବାରୁ  ଓ  ବାୟୁମଣ୍ଡଳର   ଆପେକ୍ଷିକ  ଆର୍ଦ୍ରତା  କମ୍  ରହୁଥିବାରୁ   ବାଷ୍ପୀଭବନ  ଅଧିକ  ହୁଏ  ଓ  ଫସଲ  ଖରିଫ  ଋତୁ   ତୁଳନାରେ   ଅଧିକ  ଜଳ  ଆବଶ୍ୟକ  କରେ   । ବାଲିଆ   ଜମିରୁ   ବେଶିଜଳ   ବୋହିଯାଇ   ନଷ୍ଟ   ହୁଏ ଏବଂ  ବାଲିଆ  ଜମି   ଶୀଘ୍ର   ଶୁଖି   ଯାଉଥିବାରୁ   ଅଧିକ   ଥର   ଜଳସେଚନ   କରିବାକୁ   ପଡେ   ।  ଏଣୁ   ଫସଲର   ଦରକାରୀ  ଜଳ  ପରିମାଣ  ବାଲିଆ  ଜମିରେ   ମଟାଳ  ଜମିଠାରୁ   ଅଧିକ   । କେତେକ  ଫସଲର  ଦରକାରୀ  ଜଳ  ପରିମାଣ  ସାରଣୀ – ପ୍ରଦତ୍ତ   ହୋଇଅଛି   ।

କେତେକ  ଫସଲର   ମୋଟ  ଦରକାରୀ  ଜଳ  ପରିମାଣ  (ମି.ମି.)

ଫସଲ

କେତେ  ଦିନିଆ  ଫସଲ (ଦିନ)

ଦରକାରୀ  ଜଳ  ପରିମାଣ ମି.ମି.

ଧାନ (ଖ)

(ଡା)

(ଖ)

୧୧୦ – ୧୨୦

୧୨୫ – ୧୩୫

୧୫୫ – ୧୬୦

୮୪୦

୧୧୧୦

୧୨୭୫

ଗହମ

୧୧୦

୩୩୦

ସଂକର ମକା

୧୧୦

୫୦୮

ମାଣ୍ଡିଆ (ରୁଆ)

୧୨୦

୫୩୩

ମାଣ୍ଡିଆ  (ବୁଣା)

୧୫୦

୬୩୫

ମୁଗ

୭୫

୧୫୦

ବିରି

୯୦

୧୩୫

କୋଳଥ

୯୦

୧୩୫

ବୁଟ

୧୦୦

୧୫୨

ମଟର

୧୦୪

୨୦୩

ହରଡ

୧୩୦

୨୦୩

ଚିନାବାଦାମ (ଖ)

(ଗ)

୧୧୦

୧୩୦

୪୮୧

୮୩୦

ରାଶି

୯୦

୨୨୮

ସୋରିଷ

୧୦୦

୩୦୫

ଜଡା

୧୨୦

୫୦୮

ଫେସି

୮୮

୩୦୫

ନଳିତା

୧୩୦

୫୦୮

ଆଳୁ

୯୫

୫୦୮

ବିଲାତି ବାଇଗଣ

୧୦୦

୫୦୮

ଭେଣ୍ଡି

୯୦

୫୦୮

କନ୍ଦମୂଳ

୧୩୫

୭୬୨

ପିଆଜ

୧୦୫

୩୦୫

ଲଙ୍କା  ମରିଚ

୯୦

୪୫୬

ଆଖୁ

୩୦୦

୧୮୭୫

ଧୂଆଁପତ୍ର

୧୧୦

୪୫୭

ଜଳସେଚନ ଆବଶ୍ୟକତା

ମୋଟ  ଦରକାରୀ  ଜଳ  ପରିମାଣ  ବୃଷ୍ଟିପାତରୁ  ମିଳି ନ  ପାରିଲେ   ନିଅଣ୍ଟ   ପରିମାଣ  ସେଚନ  ଦ୍ଵାରା  ପୂରଣ  କରାଯାଏ   । ବୃଷ୍ଟିପାତରୁ  ମିଳି ନ ପାରିଲେ  ନିଅଣ୍ଟ   ପରିମାଣ  ସେଚନ  ଦ୍ଵାରା   ପୂରଣ  କରାଯାଏ   । ବୃଷ୍ଟିପାତରୁ  ମିଳୁଥିବା  ଜଳ  ପରିମାଣକୁ  ନିଟ୍   ଜଳସେଚନ  ଆବଶ୍ୟକତା   କୁହାଯାଏ   ।

ଜଳସେଚନ  ଦ୍ଵାରା  କିଆରୀରେ  ମଡାଯାଉଥିବା   ମୋଟ   ଜଳ  ପରିମାଣକୁ  ମୋଟ  ଜଳସେଚନ  ଆବଶ୍ୟକତା   କୁହାଯାଏ   । ଏହା  ନିଟ୍  ଜଳସେଚନ   ଆବଶ୍ୟକତା   କୁହାଯାଏ   । ଏହା  ନିଟ୍  ଜଳସେଚନ   ଆବଶ୍ୟକତା  ଜଳ  ପ୍ରୟୋଗ   ସମୟର  ନଷ୍ଟ  ଓ  ଅନ୍ୟାନ୍ୟ  ନଷ୍ଟ  ସମଷ୍ଟି  ସହିତ  ସମାନ   । ନିମ୍ନୋକ୍ତ  ସୂତ୍ର  ବ୍ୟବହାର  କରି  କୌଣସି  ଜମି  ପାଇଁ   ମୋଟ  ଜଳସେଚନ  ଆବଶ୍ୟକତା  ନିର୍ଣ୍ଣୟ   କରାଯାଇପାରିବ   ।

(ମୋଟ ଜଳସେଚନ )/(ଆବଶ୍ୟକତା ) X (ନିଟ୍ ଜଳସେଚନ ଆବଶ୍ୟକତା )/(ଜମିକୁ ଜଳପ୍ରୟୋଗ ଦକ୍ଷତା )

ଉଦାହରଣସ୍ୱରୂପ   ଯଦି  ନିଟ୍  ଜଳସେଚନ  ଆବଶ୍ୟକତା  ୮ ସେ.ମି.  ହୁଏ  ଏବଂ  ଜଳ  ପ୍ରୟୋଗ  ଦକ୍ଷତା  ୭୫  ପ୍ରତିଶତ  ହୁଏ, ତେବେ  ମୋଟ  ଜଳସେଚନ   ଆବଶ୍ୟକତା

(୦.୮)/(୦.୭୫) = ୧.୦୬ ସେ. ମି.  ଅଟେ   ।

ଜଳସେଚନ ପରିମାଣ

ଜଳସେଚନ  ପରିମାଣ  ଓ  ସଂଖ୍ୟା  ଫସଲର   ଜାତି, ଏହାର  ବୃଦ୍ଧି  ଓ  ବିକାଶ , ଚାଷ  ଋତୁ ଓ  ମୃତ୍ତିକାର  ଗୁଣ  ଉପରେ   ନିର୍ଭର  କରେ   । ସାଧାରଣତଃ   ଧାନ  ଜାତୀୟ   ଫସଲ   ଡାଲିଜାତୀୟ   ଫସଲଠାରୁ   ଅଧିକ  ଜଳ  ଆବଶ୍ୟକ  କରୁଥିବାରୁ   ଅଧିକ   ଜଳସେଚନ  ଆବଶ୍ୟକ   କରେ   । ଧାନ ଓ  ମାଣ୍ଡିଆ  ଏକ  ବର୍ଗୀୟ  ଫସଲ  ହେଲେ  ହେଁ  ମାଣ୍ଡିଆ  ଅଧିକ  ଖରା  ସହିପାରେ  ଓ  କିଆରୀରେ   ଠିଆପାଣି   ଆବଶ୍ୟକ   କରେ  ନାହିଁ   । ତେଣୁ  ମାଣ୍ଡିଆ  ଧାନ  ଅପେକ୍ଷା  କମ୍ ଜଳ  ଓ  ଜଳସେଚନ   ଆବଶ୍ୟକ   କରେ   । ପିଆଜ  ଓ  ରସୁଣ  ଫସଲର   ଚେର   ମାଟିର  ଉପର  ୧୦ ସେ.ମି.  ଭିତରେ   ରହୁଥିବାରୁ   ମାଟିର   ଏହି  ଅଂଶକୁ   ସର୍ବଦା   ଓଦା  ରଖିବାକୁ  ପଡେ   । ଏଣୁ  ବାରମ୍ବାର   ଜଳସେଚନ  କରିବାକୁ  ପଡିଥାଏ   କିନ୍ତୁ  ପ୍ରତିଥର  କମ୍  ଜଳସେଚନ   କରାଯାଏ   ।

ଫସଲ   ଆରମ୍ଭ   ଅବସ୍ଥାରେ  ଗଛଗୁଡିକ  ଛୋଟ   ହୋଇଥିବାରୁ  କମ୍  ଜଳ  ଦରକାର   କରନ୍ତି   । ଗଛ   ବଡ  ହେଲେ   ଆବଶ୍ୟକ  ପରିମାଣ   ସବୁଠାରୁ  ବେଶି   ହୋଇଥାଏ   ।

ବାଲିଆ  ମାଟିରେ   ଛିଦ୍ରର  ଆକାର   ବଡ ଓ  ମଟାଳ  ମାଟିରେ   ଛିଦ୍ରର   ଆକାର  ସାନ   । ସମାନ   ଘନଫଳ  ବିଶିଷ୍ଟ   ବାଲିଆ   ମାଟିର  ଛିଦ୍ରସଂଖ୍ୟା   ମଟାଳ  ମାଟିର   ଛିଦ୍ର  ସଂଖ୍ୟାଠାରୁ   କମ୍    । ଏଣୁ  ବାଲିଆ  ମାଇର  ଜଳଧାରଣ  କ୍ଷମତା  ମଟାଳ   ମାତିଠାରୁ   କମ୍  । ବାଲିଆ  ମାଟିରେ  ତଳକୁ  ବହିଯାଇ  ବେଶି  ଜଳ  ନଷ୍ଟ  ହୋଇଥାଏ   । ଏଣୁ  ବାଲିଆ  ମାଟିରେ   ମଟାଳ  ମାଟି   ତୁଳନାରେ   ବେଶି  ଥର,   କିନ୍ତୁ   ପ୍ରତିଥର   କମ୍ କମ୍  ଜଳସେଚନ   କରିବାକୁ  ପଡେ   ।

ଜଳସେଚନ ଦକ୍ଷତା

କେନାଲ  ମୁହଁରୁ   ଜଳ  ନାଳୀ  ଭିତର  ଦେଇ   ପ୍ରବାହିତ   ହୋଇଟ  କିଆରୀରେ   ପହଞ୍ଚିବା   ପୂର୍ବରୁ  ବାଟରେ   ମାଟି  ତଳକୁ   ଓ  ଅନ୍ୟାନ୍ୟ   ଦିଗକୁ   ବହିଯିବା  ଦ୍ଵାରା  ଓ  ବାଷ୍ପୀଭବନ   ଦ୍ଵାରା   କିଛି   ପରିମାଣ  ଜଳ  ନଷ୍ଟ  ହୋଇଯାଏ । ତେଣୁ  କିଆରୀରେ   ଦରକାର   ହେଉଥିବା  ଜଳ  ପରିମାଣ  ଯୋଗାଇବା   ପାଇଁ   କେନାଲ   ମୁହଁରୁ   ଅଧିକ  ଜଳ  ଛାଡିବାକୁ  ପଡିଥାଏ   । କେନାଲ  ମୁହଁରୁ   ଛଡା   ଯାଇଥିବା  ପାଣିର  ଯେତେ  ଶତାଂଶ  ଫସଲ  ବ୍ୟବହାର   ପାଇଁ   କିଆରୀକୁ   ମିଳେ   ତାହାକୁ   ଜଳସେହନ   ଦକ୍ଷତା   ଭାବେ   ପ୍ରକାଶ  କରାଯାଏ    ।

ଜଳସେଚନ  ଦକ୍ଷତା  = (ଫସଲ ବ୍ୟବହାର ପାଇଁ ଜଳସେଚନ ଦ୍ଵାରା ମିଳୁଥିବା ଜଳ ପରିମାଣ )/(କେନାଲ ମୁହଁରୁ ଛଡା ଯାଉଥିବା ଜଳ ପରିମାଣ )

ଜଳସେଚନ  ଦକ୍ଷତା  ମୃତ୍ତିକାର  ପ୍ରକୃତି , କେନାଲଠାରୁ   କିଆରୀର  ଦୂରତା   ଓ   ଏହାର   ପ୍ରକାର  ଉପରେ  ନିର୍ଭର  କରେ   । ବାଲିଆ  ମାଟିରେ   ମଟାଳ  ମାଟି  ତୁଳନାରେ   ବେଶି  ଜଳ  ବହିଯାଉଥିବାରୁ  ବାଲିଆ  ମାଟିରେ   ଜଳସେଚନ  ଦକ୍ଷତା   ମଟାଳ  ମାଟି  ଠାରୁ  କମ୍   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top