ହୋମ / କୃଷି / ଜଳସେଚନ / ଫସଲ ଉତ୍ପାଦନ (ଜଳସେଚନ ଓ ଜଳନିଷ୍କାସନ)
ସେଆର କରନ୍ତୁ

ଫସଲ ଉତ୍ପାଦନ (ଜଳସେଚନ ଓ ଜଳନିଷ୍କାସନ)

ଉଦ୍ଭିଦର ବୃଦ୍ଧି ଓ ବିକାଶ ପାଇଁ ଜଳ ଅପରିହାର୍ଯ୍ୟ ।

ଉଦ୍ଭିଦ ପାଇଁ ଜଳର ଆବଶ୍ୟକତା

ଜଳ  ଏକ  ଅମୂଲ୍ୟ ସମ୍ପଦ। ଉଦ୍ଭିଦର  ବୃଦ୍ଧି  ଓ  ବିକାଶ   ପାଇଁ   ଜଳ  ଅପରିହାର୍ଯ୍ୟ । ଉଦ୍ଭିଦ  ପାଇଁ  ଜଳର  ଭୂମିକା  ନିମ୍ନମତେ  ବର୍ଣ୍ଣନା   କରାଯାଇପାରେ  -

  1. ଉଦ୍ଭିଦର  ବର୍ଦ୍ଧିଷ୍ଣୁ  ଅଙ୍ଗର  ଶତକଡା  85ରୁ  90 ଭାଗ  ଜଳ । ଏଣୁ  ଜଳ  ଉଦ୍ଭିଦ   ଗଠନର   ଏକ   ବିଶିଷ୍ଟ   ଉପାଦାନ ।
  2. ଜଳ ଉଦ୍ଭିଦର ଅଙ୍ଗାର  ଆତ୍ମିକରଣ ପାଇଁ  ଦରକାରୀ  ଅମ୍ଳଜାନ  ଯୋଗାଇଥାଏ ।
  3. ଜଳ ଏକ ସାର୍ବଜନୀନ   ଦ୍ରାବକ । ଏହା  ମାଟିରେ  ଥିବା ସବୁ ଉପାଦାନକୁ  ଦ୍ରବୀଭୂତ  କରେ ।
  4. ଦ୍ରବୀଭୂତ  ଉପାଦାନ  ମାଧ୍ୟମରେ   ଚେର ବାଟେ  ଗଛକୁ  ପ୍ରବେଶ  କରେ  ଏବଂ   ବିଭିନ୍ନ   ତନ୍ତୁ   ମଧ୍ୟରେ   ଗତି  କରେ । ମୃତ୍ତିକାରେ  ଜଳ   ଅଭାବ  ହେଲେ   ଉପାଦାନ   ଗଛକୁ   ପ୍ରବେଶ   କରିପାରିବ  ନାହିଁ ।
  5. ଜଳ  ଉଦ୍ଭିଦ   ମଧ୍ୟରେ  ଦ୍ରବଣ  ଓ  ଆନୟନ  ଘଟାଇ  ବିଭିନ୍ନ  ଯୌଗିକ   ପଦାର୍ଥର   ରାସାଯନିକ  ପ୍ରକ୍ରିୟା  ବୃଦ୍ଧି   କରାଏ ।
  6. ଉଦ୍ଭିଦର   କୋଷକୁ  ସ୍ଫୀତ  ରଖିବା  ପାଇଁ   ଜଳ  ଅପରିହାର୍ଯ୍ୟ । ସ୍ଫୀତ  ନ ରହିଲେ  ଉଦ୍ଭିଦ  କ୍ରିୟାଶୀଳ  ହୋଇପାରିବ  ନାହିଁ   ।
  7. ଜଳ  ଉଦ୍ଭିଦ  ଓ  ପରିବେଶ   ମଧ୍ୟରେ  ତାପମାନ   ନିୟନ୍ତ୍ରଣ   କରେ । ବାଯୁମଣ୍ଡଳରେ  ତାପମାନ   ବଢିଲେ   ଉସ୍ଵେଦନ  ବୃଦ୍ଧିପାଏ । ଉସ୍ଵେଦନ  ହେତୁ   ଅଧିକ  ଜଳ  ବାଷ୍ପିଭୂତ  ହୁଏ  ଏବଂ   ଉଦ୍ଭିଦ   ଅଙ୍ଗ   ପ୍ରତ୍ୟଙ୍ଗ ର  ତାପକ୍ରମ   ବୃଦ୍ଧିପାଏ   ନାହିଁ ।
  8. ଆଦି  ଜୀବନର  ଅସ୍ତିତ୍ଵ  ପାଇଁ   ମଧ୍ୟ  ଜଳ  ଆବଶ୍ୟକ । ଜଳ ଭାଗ  ଶତକଡା  ୧୦କୁ  କମିଗଲେ  ଖୁବ୍  କମ୍  ଜୀବନ  ବଞ୍ଚି   ରହିପାରନ୍ତି  ।

ଜଳସେଚନ  କ’ଣ

ଫସଲ  ତାର  ବୃଦ୍ଧି  ଓ  ବିକାଶ  ପାଇଁ  ଜୀବନ  କାଳ  ମଧ୍ୟରେ  ବହୁତ  ପରିମାଣ  ଜଳ  ଆବଶ୍ୟକ  କରିଥାଏ । ଆବଶ୍ୟକ   ଜଳର   ଅଧିକାଂଶ  ବୃଷ୍ଟିପାତରୁ  ମିଳିଥାଏ । ଫସଲର  ଦରକାରୀ   ଜଳ  ଚାହିଦା   ମେଣ୍ଟାଇବା   ପାଇଁ   ବର୍ଷା   ଭିନ୍ନ  ଅନ୍ୟାନ୍ୟ   ସୂତ୍ରରୁ  କୃତ୍ରିମ  ଉପାୟରେ   ଜଳ  ଯୋଗାଇବା   ପ୍ରଣାଳୀକୁ   ଜଳସେଚନ   କୁହାଯାଏ ।

ଜଳସେଚନ  ଏକ  ପୁରାତନ  ବ୍ୟବସ୍ଥା   ହେଲେ  ବି  ବିଜ୍ଞାନଭିତ୍ତିକ   ଜଳସେଚନ   ଆଧୁନିକ  ଯୁଗର   ଏକ  ନୂତନ   ପଦକ୍ଷେପ । କ୍ରମବର୍ଦ୍ଧିଷ୍ଣୁ  ଜଣସଂଖ୍ୟାକୁ   ଖାଦ୍ୟ   ଯୋଗାଇବା   ପାଇଁ   ଏବେ  ସାରା  ବିଶ୍ଵରେ   ଜଳସେଚନର  ଦ୍ରୁତ  ପ୍ରସାର   ଘଟିଛି ।

ପୃଥିବୀର  ସର୍ବତ୍ର  ବୃଷ୍ଟିପାତ   ସମାନ  ନୁହେଁ । ବୃଷ୍ଟିପାତର  ତାରତମ୍ୟ  ହେତୁ  ସ୍ୱଳ୍ପ   ବୃଷ୍ଟିପାତ   ଅଞ୍ଚଳରେ   ଫସଲ  ଉତ୍ପାଦନ  ପାଇଁ   ଜଳସେଚନର  ଆବଶ୍ୟକତା  ରହିଛି । ଫସଲ  ଉତ୍ପାଦନ  ପାଇଁ  ଶୀତ   ଦିନିଆ   ବର୍ଷା  ପାଉଥିବା   ଶୁଷ୍କାଞ୍ଚଳରେ  ଅତିକମ୍ ରେ  ୨୫୦ – ୩୫୦ କି.ମି. ଏବଂ   ଖରାଦିନିଆ   ବର୍ଷା  ପାଉଥିବା   ଶୁଷ୍କାଞ୍ଚଳରେ  ଅତିକମ୍ ରେ   ୫୦୦ ମି.ମି.  ବର୍ଷା  ବର୍ଷକୁ  ହେବା   ଆବଶ୍ୟକ   ବୋଲି  ହିସାବ   କରାଯାଇଛି । ବାର୍ଷିକ  ହାରାହାରି   ବୃଷ୍ଟିପାତ  ଦୃଷ୍ଟିରୁ   ପୃଥିବୀକୁ   ନିମ୍ନଲିଖିତ   ବୃଷ୍ଟିପାତ   ଅଞ୍ଚଳରେ  ବିଭକ୍ତ  କରାଯାଇଛି।

ଟେବୁଲ - ୧

ହାରାହାରି  ବାର୍ଷିକ  ବୃଷ୍ଟିପାତ  ଅଞ୍ଚଳ  ଓ  ଭୂଭାଗର  ଶତକଡା  ଭାଗ ।

ବାର୍ଷିକ  ବୃଷ୍ଟିପାତ (ସେ.ମି.)

ବୃଷ୍ଟିପାତ  ଅଞ୍ଚଳ

ଭୂଭାଗର  ଶତାଂଶ

୨୫ରୁ କମ୍

ଶୁଷ୍କ

୨୫

୨୫ – ୫୦

ଅର୍ଦ୍ଧାଶୁଷ୍କ

୩୦

୫୦ – ୧୦୦

ଉପଆର୍ଦ୍ର

୨୦

୧୦୦ – ୧୫୦

ଆର୍ଦ୍ର

୧୧

୧୫୦ – ୨୦୦

ସିକ୍ତ

୨୦୦ ରୁ  ଅଧିକ

ଅତି  ସିକ୍ତ

ବୃଷ୍ଟିପାତର  ସମୟ,  ବଣ୍ଟନ ଓ କୃଷିପଦ୍ଧତି   ଉପରେ  ଜଳସେଚନ  ଆବଶ୍ୟକତା  ନିର୍ଭର  କରିଥାଏ । ପୃଥିବୀର  କେତେକ  ଅଞ୍ଚଳରେ  ବର୍ଷା   ମୁଖ୍ୟତଃ  ଗ୍ରୀଷ୍ମ  ଋତୁରେ  ଏବଂ  ଆଉ  କେତେକ   ଅଞ୍ଚଳରେ  ଶୀତ   ଋତୁରେ   ହୋଇଥାଏ  । ଏଣୁ  ବର୍ଷା  ନ ହେଉଥିବା  ଋତୁରେ   ଫସଲ  ଉତ୍ପାଦନ   ପାଇଁ  ଜଳସେଚନ  ଉପରେ   ନିର୍ଭର   କରିବାକୁ  ପଡିଥାଏ । ଓଡିଶାରେ  ବର୍ଷକୁ   ପ୍ରାୟ  ୧୫୦୦ ମି.ମି. ବର୍ଷା  ହୁଏ   ।ତହିଁ  ମଧ୍ୟରୁ   ଶତକଡା  ୮୦ ଭାଗ  ଆଷାଢ – ଶ୍ରାବଣ ଭାଦ୍ରବ – ଆଶ୍ଵିନ   ଏହି  ଚାରିମାସ   ମଧ୍ୟରେ  ହୁଏ । ଏଣୁ  ଶୀତ ଓ  ଗ୍ରୀଷ୍ମ  ଋତୁରେ   ଫସଲ  ଉତ୍ପାଦନ  ପାଇଁ   ଜଳସେଚନର   ଆଶ୍ରୟ   ନେବାକୁ  ପଡେ ।

ବୃଷ୍ଟିପାତରେ  ଅନିୟମିତ  ବଣ୍ଟନ  ହେତୁ   ବୃଷ୍ଟିବହୁଳ  ଅଞ୍ଚଳ  ତଥା  ବର୍ଷା   ଋତୁରେ  ମଧ୍ୟ  ଜଳାଭାବ  ସମୟରେ  ଫସଲ  ଉତ୍ପାଦନ  ପାଇଁ   ଜଳସେଚନ  ଉପରେ   ନିର୍ଭର  କରିବାକୁ  ପଡେ ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

3.05882352941
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top