ହୋମ / କୃଷି / ଜଳସେଚନ / ବର୍ଷାଧର ଚାଷ କୌଶଳ
ସେଆର କରନ୍ତୁ

ବର୍ଷାଧର ଚାଷ କୌଶଳ

ସାଧାରଣତଃ ଚାଷୀ ମାନେ ବର୍ଷାଧର ଉପରେ ନିର୍ଭର କରନ୍ତି । ବର୍ଷାଧର ସଂରକ୍ଷଣ କରି କିପରି ଚାଷ କରିବେ ସେ ସମ୍ବନ୍ଧିତ ତଥ୍ୟ ।

ଉପକ୍ରମ

ବର୍ଷାଧର ଉପରେ ନିର୍ଭର କରି କରାଯାଇଥିବା ଚାଷକୁ ସାଧାରଣତଃ ବର୍ଷଧାର ଚାଷ କୁହାଯାଏ । ଆମ ରାଜ୍ୟରେ ବର୍ଷାଧାର ଉପରେ ନିର୍ଭର କରି ୭୦ ପ୍ରତିଶତ ଚାଷ ଜମିରେ ଫସଲ ଚାଷ ହୋଇଥାଏ ।

ବୃଷ୍ଟି  ଅଞ୍ଚଳର ଚାଷ ସମସ୍ୟା

  • ବୃଷ୍ଟିପାତ ବଣ୍ଟନରେ ଅନିଶ୍ଚିତତା
  • ଆଗୁଆ କିମ୍ବା ବିଳମ୍ବରେ ବର୍ଷା ଆରମ୍ଭ ଓ ସମାପ୍ତି
  • ଦୀର୍ଘଦିନ ଧରି ଶୁଖିଲା ପାଗ
  • ମୃତ୍ତିକା କ୍ଷୟ
  • ପୋଷକ କ୍ଷୟ
  • ମୃତ୍ତିକାର ଜଳାଧାରଣ କ୍ଷମତା ହ୍ରାସ
  • ରୋଗ – ପୋକ ସମସ୍ୟା
  • ଚାଷୀଙ୍କ ଦୁର୍ବଳ ସାମାଜିକ – ଆର୍ଥିକ ସ୍ଥିତି
  • ଫସଲ ଅମଳ ହାରାରେ ଅନିଶ୍ଚିତତା

ବୃଷ୍ଟିପୁଷ୍ଟି ଅଞ୍ଚଳରେ ଅଧିକ ପରିମାଣରେ ଜଳସେଚନ ବ୍ୟବସ୍ଥା କରାଯାଇ ପାରିବ ନାହିଁ । ଚାଷୀଙ୍କର ଜମିର ପରିମାଣ କମ୍ ଓ ଯୋତ ଟୁକୁରା ଟୁକୁରା ହୋଇ ରହିଥାଏ । ନୂତନ ଚାଷ କୌଶଳ ଅନୁସରଣ କରିବାର କ୍ଷମତା ଏମାନଙ୍କର ସୀମିତ ; ଫଳରେ ଚାଷୀମାନେ ପାରମ୍ପରିକ ଚାଷ ପଦ୍ଧତି ଅନୁସରଣ କରନ୍ତି । ଏହିପରି ବହୁବିଧି ସମସ୍ୟା ରହିଥିଲେ ମଧ୍ୟ ମରୁଡ଼ିର ମୁକାବିଲା ଏବଂ ବୃଷ୍ଟିପୃଷ୍ଟ ଚାଷର ବିକାଶ ପାଇଁ ବୈଷୟିକ କୌଶଳ ବାହାରିଲାଣି । ଏହି କୌଶଳ ଚାଷୀମାନେ ଅନୁସରଣ କରିପାରିଲେ ଧୂସର ଜମିରେ ମଧ୍ୟ ସବୁଜିମା ଭରିଯିବା ।

ଶୁଷ୍କାଞ୍ଚଳ ଚାଷ ପରିଚାଳନା

ଫସଲ ଯୋଜନା

ମୌସୁମୀ ବର୍ଷା ଆରମ୍ଭ ଓ ଶେଷ ବ୍ୟବଧାନକୁ ବର୍ଷାକାଳୀନ ଫସଲ ବୃଦ୍ଧି ସମୟ କୁହାଯାଏ । ଏହାପରେ ମାଟିରେ ସଂଚିତ ଜଳର ପରିମାଣ ଅନୁସାରେ ରବି ଋତୁର ଫସଲ ବୃଦ୍ଧି ସମୟ ସ୍ଥିର କରାଯାଏ । ଫସଲ ବୃଦ୍ଧି ରିତୁକୁ ବିଚାରକୁ ନେଇ ବର୍ଷକାଳୀନ ଫସଲ ଆଗୁଆ ବୁଣି ଆଗତୁରା ଅମଳ କରିବା ପରେ ମାଟିର ବତରକୁ ବିନିଯୋଗ କରି ଦ୍ଵିତୀୟ ଫସଲଟିଏ ନିଆଯାଇପାରିବା । ଏପରି ଫସଲ ଯୋଜନାଟିଏ ସ୍ଥିର କଲାବେଳେ ଯେଉଁ କେତେକ ଦିଗ ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ସେଗୁଡିକ ହେଲା :

  • ଉପଯୁକ୍ତ ଫସଲ ନିର୍ବାଚନ
  • ଫସଲ ପରିବର୍ତ୍ତନ
  • ସହଳ କିସମ ବ୍ୟବହାର
  • ମିଶ୍ରିତ ଓ ଅନ୍ତଃଫସଲ ଚାଷ
  • ସମନ୍ୱିତ ପୋଷକ ଯୋଗାଣ
  • ସମନ୍ୱିତ ପୋକରୋଗ ପରିଚାଳନା
  • ସଠିକ ସମୟରେ ବିହନ ବୁଣା
  • ଧାଡିବୁଣା ଓ ପୁଞ୍ଜି
  • ପଟିଚାଷ
  • ଆବଶ୍ୟକ ଗଛ ସଂଖ୍ୟା ଓ ବ୍ୟବଧାନ
  • ମୃତ୍ତିକା ସଂଶୋଧନ
  • ଘାସ ଓ ଅନାବନା ଗଛ ନିୟନ୍ତ୍ରଣ
  • ଆପଦ କାଳୀନ ବ୍ୟବସ୍ଥା

ସ୍ଵସ୍ଥାନ ଜଳ ସଂରକ୍ଷଣ

ବର୍ଷାଜଳ ଯେଉଁ ସ୍ଥାନରେ ପଡେ ସେହି ସ୍ଥାନରେ ଏହାକୁ ସଂରକ୍ଷଣ କରିବାକୁ ସ୍ଵସ୍ଥାନ ଜଳ ସଂରକ୍ଷଣ କୁହାଯାଏ । ବର୍ଷାର ତୀବ୍ରତା ତୁଳନାରେ ମାଟି ମଧ୍ୟକୁ ପ୍ରବେଶ କରୁଥିବା ଜଳର ଗତି କମ ହେଲେ ମାଟି ଉପରେ ଜଳ ବୋହିଯାଏ । ଏ ପ୍ରକାର ଜଳକ୍ଷୟକୁ ବନ୍ଦ କରି ଏହାକୁ ଫସଲ ଉତ୍ପାଦନ ପାଇଁ ମାଟି ମଧ୍ୟରେ ସଂଚିତ କରି ରଖିବା ପାଇଁ କେତେକ କୌଶଳ ଅନୁସରଣ କରାଯାଏ । ସେଗୁଡିକ ହେଲା –

  • ଖରାଟିଆ ଗଭୀର ଚାଷ
  • ସମ ପତନ ଚାଷ
  • ସମ ପତନ ଖାଇ
  • ଛାଦନ
  • ସିଆର ଓ ହୁଡା ପ୍ରଣାଳୀରେ ଫସଲ ଚାଷ
  • ସମପତନ ହୁଡା ନିର୍ମାଣ
  • ସୋପାନ ଚାଷ
  • ମିନି ଜଳଗ୍ରହ (ଭି –ନାଳୀ,ଅର୍ଦ୍ଧଚନ୍ଦ୍ର ନାଳୀ)
  • ପଟାଳି ନିର୍ମାଣ
  • ହିଡ ନଥିବା ଜମିରେ ହିଡ ନିର୍ମାଣ
  • ସବୁଜ ବାଡ

ଏହି ସବୁ କୌଶଳ ଅନୁସରଣ କରିବା ପୂର୍ବରୁ ବର୍ଷା ପରିମାଣ , ମୃତ୍ତିକାର ବୟନ , ଜମିର ଅବସ୍ଥିତି , ଚାଷ କରାଯାଉଥିବା ଫସଲ ଏବଂ ଚାଷ ପ୍ରଣାଳୀକୁ ବିଚାରକୁ ନେବା ଆବଶ୍ୟକ ।

ବର୍ଷାଜଳ ଅମଳ ଓ ବିନିଯୋଗ

ଭୂପୃଷ୍ଠ ପରିବାହୀ ଜଳକୁ ସଂଗ୍ରହ କରି ସାଇତି ରଖି ପାରିଲେ ବର୍ଷାଦିନିଆ ଫସଲର ସଂକଟ କାଳିରେ ଏହାକୁ ଜୀବନ ରକ୍ଷାକାରୀ ଜଳସେଚନ ରୂପେ ବ୍ୟବହାର କରଯାଇପାରିବା କିମ୍ବା ରବି ଫସଲ ପାଇଁ ବ୍ୟବହାର କରାଯାଇପାରିବ । ଯେଉ କୌଶଳ ମାଧ୍ୟମରେ ଏପରି କୌଶଳ ମାଧ୍ୟମରେ ଏପରି ବର୍ଷାଜଳ ଅମଳ କରାଯାଇପାରିବ ସେଗୁଡିକ ହେଲା –

  • ଆଡିବନ୍ଧ ନିର୍ମାଣ
  • ଜଳ ଅମଳ ପ୍ରକଳ୍ପ
  • କୂଅ , ପୋଖରୀ ଖନନ
  • ଘସୁଆ ନାଳୀ ଓ ଫାର୍ମ ପୋଖରୀ
  • ଭୂତଳ ଜଳ ଅମଳ

ଜଳ ଅମଳ ପ୍ରକଳ୍ପ ନିର୍ମାଣ କାଳର ଭୂତଳ ପତନର ଉନ୍ନତି ଘଟେ; ଯାହାକି ଫସଲ ଚାଷ ପାଇଁ ଅନୁକୂଳ ।

ବୈକଳ୍ପିକ ଭୂ – ବିନିଯୋଗ

ପାହାଡିଆ ଓ ସମତଳ ଅଞ୍ଚଳରେ ହିଡ ନଥିବା ଢିପ ଜମିରେ କ୍ଷେତ୍ର ଫସଲ ପରିବର୍ତ୍ତେ ବିକଳ୍ପ ଚାଷ କଲେ ଜଳ ଓ ମାଟି ସଂରକ୍ଷଣ ସହିତ ଫସଲ ଅମଳରେ ସ୍ଥିରତା ଆସିଥାଏ । ଏହିପରି ଚାଷ ପ୍ରଣାଳୀ ଗୁଡିକ ହେଲା :

  • କୃଷି ଜଙ୍ଗଲ
  • ଘାସ ଚାଷ
  • ଶୁଷ୍କାଞ୍ଚଳ ଫସଲଚାଷ
  • ଔଷଧୀୟ ବୃକ୍ଷରୋପଣ
  • ବାସ୍ନାଘାଷା ଚାଷ

ଏହି ପ୍ରକାର ବିକଳ୍ପ ଚାଷ ପ୍ରଣାଳୀ ଅନୁସରଣ କଲାବେଳେ ଜଳବାଯୁ , ମୃତ୍ତିକା ଓ ବର୍ଷର ପରିମାଣକୁ ବିଚାରକୁ ନେବା ଆବଶ୍ୟକ ।

ସମନ୍ଵିତ ଜଳ ବିଭାଜିକା ପରିଚାଳନା

ଜଳବିଭାଜିକା ଅଞ୍ଚଳରେ ବର୍ଷା ଜଳକୁ ସଂରକ୍ଷଣ କରିବା ସହିତ ମୃତ୍ତିକା କ୍ଷୟକୁ ମଧ୍ୟ ନିରୋଧ କଟଜୟ ଏଲକା ଚାଷ ଉପଯୋଗୀ ଅଞ୍ଚଳ ସୃଷ୍ଟି କରାଯାଏ । ଜମିର ସାମର୍ଥ୍ୟକୁ ଚାହିଁ ଏହାର ସୁବିନିଯୋଗ କରାଯାଏ । ସାଧାରଣତଃ ଜଳ ବିଭାଜିକା ଅଞ୍ଚଳରେ ଯେଉଁ ସବୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଏ । ସେଗୁଡିକ ହେଲା –

  • ମୃତ୍ତିକା ଓ ଜଳ ସଂରକ୍ଷଣ
  • ପ୍ରାକୃତିକ ସମ୍ବଳର ବିବେଚିକ ବ୍ୟବହାର
  • ସଠିକ୍ କୃଷି ପଦ୍ଧତି

ଜଳ ବିଭାଜିକା ମଧ୍ୟରେ ଜମିର ଉପଚାର କରିବା ସହିତ ଉନ୍ନତ ଚାଷ କୌଶଳ ଅନୁସରଣ କରାଯାଏ । ବୃକ୍ଷରୋପଣ , କୃଷି ଜଙ୍ଗଲ , ଫଳଚାଷ ଓ ଫସଲ ଚାଷ ସହୀୟତ ଆନୁଷଙ୍ଗିକ କୃଷି ହିସାବରେ ଗୋପାଳନ , ବତକ ଚାଷ , କୁକୁଡା ଚାଷ , ଛେଳି – ମେଣ୍ଢା ଚାଷ , କୁଟୀର ଶିଳ୍ପ ଇତ୍ୟାଦି କରାଯାଇ ଏହି ଅଞ୍ଚଳରେ ସମନ୍ୱିତ ବିକାଶ କରାଯାଏ ।

ପ୍ରତିପୋଷଣକ୍ଷମ ବୃଷ୍ଟିପୁଷ୍ଟ ଚାଷ ପାଇଁ ଚାଷୀମାନେ କେତେକ ନିର୍ଦ୍ଧିଷ୍ଟ କୌଶଳ ଉପରେ ନିର୍ଭର କରିବା ଆବଶ୍ୟକ ।

ବର୍ଷାଜଳ ସଂରକ୍ଷଣ କରି ଚାଷ

ପ୍ରତିଷେଧକ ବ୍ୟବସ୍ଥା -

  • ଉପଯୁକ୍ତ ଫସଲ ନିର୍ବାଚନ
  • ଉତ୍ତମ ଜମି ପ୍ରସ୍ତୁତି
  • ପଟିଚାଷ
  • ଫସଲ ପର୍ଯାୟ ନିୟତ୍ରେଣ କୌଶଳ
  • ବନ୍ଧ
  • ସୋପାନ ଚାଷ
  • ସମପତନ ଖାଇ
  • ଧଡ ନିୟନ୍ତ୍ରଣ
  • ସବୁଜ ବାଡ
  • ପଟାଳି ନିୟନ୍ତ୍ରଣ

ବର୍ଷାଜଳ ପରିଚାଳନା

  • ସ୍ଵସ୍ଥାନ ଜଳ ପରିବଚାଲନା
  • ଗଭୀର ଖରାଟିଆ ଚାଷ
  • ଜମିକୁ ଖଦଡା କରିବା
  • ଜୈବ କୌଶଳ ଭୂପୃଷ୍ଠ ପରିବାହୀ ଜଳ ନିୟନ୍ତ୍ରଣ
  • ଫାର୍ମ ପୋଖରୀ
  • କ୍ଷୁଦ୍ର ଜଳ ସେଚନ
  • ପରିଶ୍ରବଣ ପୋଖରୀ
  • ଅବରୋଧି ବନ୍ଧ

ମୃତ୍ତିକାର ଉର୍ବରତା ପରିଚାଳନା

  • ସାର ଆବଶ୍ୟକ କରିଥିବା ଫସଲ ଚାଷ
  • ସମନ୍ୱିତ ଖାଦ୍ୟସାର ପରିଚାଳନା

ଫସଲ ପରିଚାଳନା

  • ଫସଲ ଖସଡା
  • ଫସଲ ଏବଂ କିସମ ନିର୍ବାଚନ
  • ବୁଣା ସମୟ
  • ସଠିକ ଗଛ ସଂଖ୍ୟା
  • ଘାସ ପରିଚାଳନା
  • ରୋଗପୋକ ପରିଚାଳନା

ବିକଳ୍ପ ଭୂ – ବିନିଯୋଗ

ଜମିର ସାମର୍ଥ୍ୟକୁ ଚାହିଁ ବୃକ୍ଷରୋପଣ , ଫଳଚାଷ , ବାଉଁଶ ଚାଷ , ଘାସ ଚାଷ , ଔଷଧୀୟ ବୃକ୍ଷ ଚାଷ ଇତ୍ୟାଦି କରାଯାଏ । ସାମୂହିକ ଭାବରେ ଗାଁ ଲୋକମାନେ ପ୍ରତିପୋଷଣ କ୍ଷମ ବୃଷ୍ଟି ପୃଷ୍ଟ ଚାଷ କୌଶଳ ଅନୁସରଣ କରିବା ଉଚିତ ।

ଆଧାର - ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକର୍ମ ଓ ଭାରତ ସରକାରଙ୍କ ସାହାଯ୍ୟପ୍ରାପ୍ତ, କୃଷି ସାଂପ୍ରସାରଣ ପରିଚଳନା ପ୍ରତିଷ୍ଠାନ, ଭୂବନେଶ୍ଵର

2.92307692308
Gadadhar sahoo Oct 29, 2018 02:36 PM

ଏବେ କମ ପାଣିରେ ଚାଷ ପାଇଁ କିପ୍ରକାର ବିହନ ଚୟନ କରିବାକୁ ହୁଏ ତାହା ମୁଁ ଏହି ପୋର୍ଟାଲରୁ ଜାଣିପାରିଲି I ମୁଁ ବର୍ତମାନ ଏହି ନିୟମ କାନୁନକୁ ଉପଯୋଗ କରି ଚାସଖେତ୍ରରେ ଲାଭବାନ ହୋଇପାରିବି I

ଆଫ୍ରୀନ ଜାଫର Mar 01, 2016 11:19 AM

ଏହି ବହୁତ ଭଲ ସୂଚନା ଯେଉଁ ଚାଷୀ ଜଳ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହି ପ୍ରଣାଳୀ ଦ୍ଵାରା ବର୍ଷା ଜଳ ସଂରକ୍ଷଣ କରି ଚାଷରେ ବିନିଯୋଗ କରି ଶସ୍ୟ ଉତ୍ପାଦନ କରିପାରିବେ

Sagarika Bardhan Feb 26, 2016 11:12 AM

ଚାଷୀ ମାନେ ବହୁତ ସମସ୍ୟାର ସମୁଖୀନ ହେଉଛନ୍ତି । ଏହା ଦ୍ଵାରା ବର୍ଷାଜଳ ସଂରକ୍ଷଣ କରି ଚାଷରେ ଉନ୍ନତି କରିପାରିବେ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top