ହୋମ / କୃଷି / ଜଳସେଚନ / ବିଭିନ୍ନ ଫସଲରେ ରାସାୟନିକ ତୃଣକ ନିୟନ୍ତ୍ରଣ
ସେଆର କରନ୍ତୁ

ବିଭିନ୍ନ ଫସଲରେ ରାସାୟନିକ ତୃଣକ ନିୟନ୍ତ୍ରଣ

ବିଭିନ୍ନ ଫସଲରେ ରାସାୟନିକ ତୃଣକ ନିୟନ୍ତ୍ରଣ ର ସୂଚନା

ଧାନ

  1. ଢିପଜମି  ଧାନ
  2. ହେକ୍ଟର   ପ୍ରତି  ୧.୦ କି.ଗ୍ରା. ଥାଇ  ବେନକାର୍ବ  ଅଥବା   ବୁଟା  କ୍ଲୋର   ଅଥବା   ପେଣ୍ଡିମିଥାଲିନ  ଅଥବା  ୦.୪ କି.ଗ୍ରା. ଆନିଲୋଫସକୁ   ୧୦୦୦ ଲିଟର  ପାଣି   ସହିତ  ମିଶାଇବାର  ଦିନକ  ପରେ  ଓଦା  ମାଟିରେ   ଛିଞ୍ଚିବା   ଆବଶ୍ୟକ   ।

  3. ମଝିଆଳ   ଜମି  ବୁଣା  ଧାନ
  4. ହେକ୍ଟର   ପ୍ରତି  ୧.୫ କି.ଗ୍ରା.  ବୁଟାକ୍ଲୋର  ଅଥବା  ଥାଇଓ   ବେନକାର୍ବ   ଅଥବା  ୧.୦ କି.ଗ୍ରା.  ପେଣ୍ଡିମିଥାଲିନ   ଅଥବା  ୦.୫ କିଗ୍ରା  ଆନିଲୋଫସ  ୧୦୦୦  ଲିଟର   ପାଣି  ସହିତ   ମିଶାଇ   ବୁଣିବାର  ଦିନକ  ପରେ  ଓଦା  ମାଟି   ଉପରେ  ଛିଞ୍ଚିବା   ଆବଶ୍ୟକ    ।

  5. ରୁଆ  ଧାନ
  6. ହେକ୍ଟର   ପ୍ରତି  ୦.୪ କି.ଗ୍ରା. ଆନିଲୋଫସ   ଅଥବା   ୧.୦ କି.ଗ୍ରା. ପେଣ୍ଡିମିଠାଲିନ   ଅଥବା  ୧.୫ କି.ଗ୍ରା.  ଥାଇଓ   ବେନକାର୍ବ   ଅଥବା  ୨.୦  କି.ଗ୍ରା.  ବୁଟାକ୍ଲୋର   ରୋଇବାର   ୩ – ୪ ଦିନ   ପରେ   ପରିପୃକ୍ତ  ମୃତ୍ତିକାରେ  ଛିଞ୍ଚିବା  ଆବଶ୍ୟକ   । ଉପରୋକ୍ତ  ତୃଣକମାରୀକୁ  ପରିମାଣ  ସମାନ  ରଖି   ହେକ୍ଟର   ପିଛା  ୫୦ କି.ଗ୍ରା. ବାଲି  ସହିତ   ମିଶାଇ   ରୋଇବାର   ୩ – ୪ ଦିନ   ପରେ   ମଧ୍ୟ  ପ୍ରୟୋଗ  କରାଯାଇପାରିବ   । ଦାନାଦାର  ବୁଟାକ୍ଲୋର   ପେଣ୍ଡିମିଠାଲିନ  ଓ  ଥାଇଓବେନକାର୍ବ   ମଧ୍ୟ  ପରିମାଣ   ପ୍ରୟୋଗ   ସମୟ   ସମାନ  ରଖି   ଧାନ   କ୍ଷେତରୁ   ତୃଣକ  ନିୟନ୍ତ୍ରଣ  କରାଯାଇପାରିବ   ।

ମକା

ହେକ୍ଟର  ପିଛା  ୧ କି.ଗ୍ରା.  ଆଟ୍ରାଜିନକୁ  ୧୦୦୦ ଲିଟର  ପାଣି  ଶୀତ  ମିଶାଇ   ବୁଣିବାର   ଦିନକ  ପରେ   ଜମିରେ  ପ୍ରୟୋଗ  କରିବା  ଆବଶ୍ୟକ   ।

ମକା ଓ  ବରଗୁଡିର  ମିଶ୍ରିତ  ଫସଲ   ପାଇଁ  ହେକ୍ଟର  ପିଛା  ୧କି.ଗ୍ରା.  ପେଣ୍ଡିମିଠାଲିନ  ୧୦୦୦ ଲିଟର  ପାଣି  ସହିତ   ମିଶାଇ  ବୁଣିବାର  ଦିନକ  ପରେ   ଜମି   ଉପରେ  ଛିଞ୍ଚିବା  ଆବଶ୍ୟକ   ।

ଗହମ

ହେକ୍ଟର  ପିଛା ୧ କି.ଗ୍ରା.  ଆଇସୋପ୍ରୋଫୁରନ  ୧୦୦୦  ଲିଟର  ପାଣି  ସହିତ  ମିଶାଇ  ବୁଣିବାର  ଦିନକ  ପରେ   ଜମିରେ  ଛିଞ୍ଚିବା  ଆବଶ୍ୟକ   । ହେକ୍ଟର   ପ୍ରତି  ୦.୭୫ କି.ଗ୍ରା.  ଫେର୍ ନେକ୍ ଜୋନ୍  ୧୦୦୦ ଲିଟର  ପାଣି  ସହିତ  ମିଶାଇ   ବୁଣିବାର  ୧୫ – ୨୦ ଦିନ   ପରେ  ଛିଞ୍ଚି   ଗହମ  କିଆରି  ମଧ୍ୟ   ତୃଣକ   ନିୟନ୍ତ୍ରଣ   କରିହେବ   ।

ନଳିତା

ହେକ୍ଟର  ପିଛା  ୧ କି.ଗ୍ରା.  ଫ୍ଲୁକ୍ଲୋରାଲିନ  ୧୦୦୦ ଲିଟର  ପାଣି   ସହିତ  ମିଶାଇ   ବୁଣିବାର  ଦିନକ  ପୂର୍ବରୁ   ଓଦା  ମାଟିରେ   ଛିଞ୍ଚି  ମାଟି  ସହିତ  ଭଲଭାବେ   ମିଶାଇ  ଦେବା  ଆବଶ୍ୟକ   । ହେକ୍ଟର  ପିଛା  ୦.୭୫ କି.ଗ୍ରା. ଥାଇଓବେନକାର୍ବ  ୧୦୦୦ ଲିଟର  ପାଣି  ସହିତ   ବୁଣିବାର   ଦିନକ  ପରେ  ମାଟି   ଉପରେ  ଛିଞ୍ଚି   ନଳିତା  କିଆରୀକୁ  ତୃଣକ   ମଧ୍ୟ  ନିୟନ୍ତ୍ରଣ   କରାଯାଇପାରେ   ।

ଆଖୁ

ହେକ୍ଟର  ପ୍ରତି  ୨ କି.ଗ୍ରା. ଆଟ୍ରାଜିନ ୧୦୦୦ ଲିଟର  ପାଣି  ସହିତ  ମିଶାଇ  ଲଗାଇବାର  ୨ – ୩ ଦିନ  ପରେ   ମାଟି  ଉପରେ  ଛିଞ୍ଚିବା  ଉଚିତ  । ହେକ୍ଟର  ପ୍ରତି  ୨ କି.ଗ୍ରା. ୨,୪ ଡି  ସୋଡିୟମ  ଲବଣକୁ  ୧୦୦୦ ଲିଟର  ପାଣି  ସହିତ  ମିଶାଇ    ଆଖୁ   ଲଗାଇବାର  ୧୦ ଦିନ  ପରେ  ଛିଞ୍ଚି  ବୀସ୍ତିର୍ଣ୍ଣପତ୍ରୀ   ତୃଣକକୁ   ନିୟନ୍ତ୍ରଣ   କରାଯାଇପାରିବ   ।

ଚିନାବାଦାମ

ହେକ୍ଟର  ପ୍ରତି ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ  ୧୦୦୦ ଲିଟର  ପାଣି   ସହିତ  ମିଶାଇ ଲଗାଇବାର   ଦିନକ  ପୂର୍ବରୁ  ଓଦା   ମାଟି   ଉପରେ   ଛିଞ୍ଚି   ମାଟି  ସହିତ   ଭଲଭାବେ   ମିଶାଇ   ଦେବା  ଆବଶ୍ୟକ  ।

ଅଥବା

ହେକ୍ଟର  ପ୍ରତି  ୧ କି.ଗ୍ରା  ପେଣ୍ଡିମିଥାଲିନ  ଅଥବା  ୦.୭୫ କି.ଗ୍ରା.  ଅକ୍ସିଫ୍ଲୁରୋଫେନ  ୧୦୦୦ ଲିଟର  ପାଣି  ସହିତ   ମିଶାଇ   ଲଗାଇବାର  ଦିନକ  ପରେ   ମାଟି  ଉପରେ  ଛିଞ୍ଚିବା  ଆବଶ୍ୟକ   ।

ରାଶି

ହେକ୍ଟର   ପିଛା  ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ  ୧୦୦୦ ଲିଟର  ପାଣି  ସହିତ   ମିଶାଇ  ବୁଣିବାର  ଦିନକ  ପୂର୍ବରୁ   ଓଦା  ମାଟି  ଉପରେ  ଛିଞ୍ଚି   ମାଟି  ସହିତ  ଔଷଧକୁ  ଭଲ  ଭାବେ  ମିଶାଇଦେବା  ଆବଶ୍ୟକ   ।

ଅଥବା

ହେକ୍ଟର  ପ୍ରତି  ୧ କି.ଗ୍ରା.  ଆଲାକ୍ଲୋର  ୧୦୦୦ ଲିଟର   ପାଣି  ସହିତ  ମିଶାଇ  ବୁଣିବାର  ଦିନକ  ପରେ   ମାଟି  ଉପରେ  ଛିଞ୍ଚିବା  ଆବଶ୍ୟକ    ।

ସୋରିଷ

ହେକ୍ଟର  ପିଛା  ୦.୫ କି.ଗ୍ରା.  ଆଇସୋପ୍ରୋଫୁରିନ  ୧୦୦୦ ଲିଟର  ପାଣି  ସହିତ  ମିଶାଇ   ବୁଣିବାର  ଦିନକ  ପରେ   ମାଟି   ଉପରେ   ଛିଞ୍ଚିବା  ଆବଶ୍ୟକ   ।

ମୁଗ/ବିରି

ହେକ୍ଟର  ପ୍ରତି  ୦.୭୫ କି.ଗା.  ପେଣ୍ଡିମିଥାଲିନ  ଅଥବା  ବୁଟାକ୍ଲୋର   ଅଥବା  ଥାଇଓବେଙ୍କାର୍ବ   ୧୦୦୦ ଲିଟର  ପାଣି  ସହିତ   ମିଶାଇ   ବୁଣିବାର  ଦିନକ  ପରେ   ମାଟି   ଉପରେ   ଛିଞ୍ଚିବା  ଆବଶ୍ୟକ   । ହେକ୍ଟର  ପ୍ରତି  ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ  ୧୦୦୦ ଲିଟର  ପାଣି  ସହିତ   ମିଶାଇ   ବୁଣିବାର   ଦିନକ  ପୂର୍ବରୁ  ଓଦା   ମାଟି   ଉପରେ   ଛିଞ୍ଚି  ମାଟି  ସହିତ  ଭଲଭାବେ  ମିଶାଇ   ଦେଇ  ମଧ୍ୟ  ତୃଣକ  ନିୟନ୍ତ୍ରଣ  କରିହେବ   ।

ହରଡ

ହେକ୍ଟର  ପ୍ରତି  ୧ କି.ଗ୍ରା.  ଥାଇଓବେନକାର୍ବ  ୧୦୦୦ ଲିଟର  ପାଣି  ସହିତ   ମିଶାଇ   ବୁଣିବାର  ଦିନକ  ପରେ  ମାଟି  ଉପରେ  ଛିଞ୍ଚିବା   ଉଚିତ   ।

ଅଥବା

ହେକ୍ଟର   ପିଛା  ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ  ୧୦୦୦ ଲିଟର  ପାଣି  ସହିତ  ମିଶାଇ   ବୁଣିବା  ପୂର୍ବଦିନ   ଓଦା  ମାଟି  ଉପରେ  ଛିଞ୍ଚି   ମାଟି  ସହିତ   ଭଲ  ଭାବେ   ମିଶାଇ  ଦେବା  ଆବଶ୍ୟକ   ।

ପରଜୀବୀ  ତୃଣକ  ନିୟନ୍ତ୍ରଣ

ଓରୋବାଙ୍କି

ଓରୋବାଙ୍କି   ଗଛ   ଉପରେ  ଶତକଡା  ୧୦ ଭାଗ  ଦ୍ରବଣ   ପ୍ରୟୋଗ  କରି  ଏହାକୁ  ନିୟନ୍ତ୍ରଣ  କରାଯାଇପାରିବ  ଅଥବା  ହେକ୍ଟର   ପ୍ରତି  ୫ କି.ଗ୍ରା. ଡାଲାପଣ  ଲଗାଇବା  ପୂର୍ବରୁ  ମାଟି  ଉପରେ   ଛିଞ୍ଚି  ମାଟି  ସହିତ  ଭଲଭାବେ   ମିଶାଇ  ଦେବା  ଆବଶ୍ୟକ   ।  ଫସଲ  ପର୍ଯ୍ୟାୟ, ନିୟନ୍ତ୍ରିତ   ଜଳସେଚନ  ଏବଂ ସୂର୍ଯ୍ୟମୁଖୀ, ରାଶି, କପା, ସୋୟାବିନ, ମାଣ୍ଡିଆ, ଆଦି  ଯନ୍ତ୍ରା  ଫସଲକୁ  ଚାଷକରି   ଓରୋବାଙ୍କିକୁ   ନିୟନ୍ତ୍ରଣ   କରାଯାଇପାରିବ   ।

ସ୍ଵର୍ଣ୍ଣଲତା

ହେକ୍ଟର  ପ୍ରତି  ୪ କି.ଗ୍ରା.  କ୍ଲୋରୋପ୍ରୋଫାମ  ଅଳସୀ  ବୁଣିବାର  ୬ ଦିନ  ପରେ  ୧୦୦୦ ଲିଟର  ପାଣି  ସହିତ  ମିଶାଇ   ଓଦା   ମାଟି   ଉପରେ   ଛିଞ୍ଚିବା  ଆବଶ୍ୟକ   କିମ୍ବା  ଅଳସୀ  ବୁଣିବାର  ଦିନକ  ପରେ   ବାଲି   ସହିତ   ମିଶାଇ  ମାଟି   ଉପରେ   ପ୍ରୟୋଗ   କରିବା   ଆବଶ୍ୟକ   । ହେକ୍ଟର   ପ୍ରତି  ୧.୫ କି.ଗ୍ରା. ପ୍ରୋନାମାଇଡ   ସ୍ଵର୍ଣ୍ଣଲତା  ଉଠିବାର  ୧୫ ଦିନ   ପରେ  ପ୍ରୟୋଗ   କରି ଏହାକୁ   ନିୟନ୍ତ୍ରଣ   କରାଯାଇପାରିବ   । ସ୍ଵର୍ଣ୍ଣଲତା   ମଞ୍ଜି ମିଶି  ନଥିବା   ବିହନ   ବ୍ୟବହାର, ଫସଲ  ପର୍ଯ୍ୟାୟ  ଓ  ସ୍ଵର୍ଣ୍ଣଲତା  ଓ  ସ୍ଵର୍ଣ୍ଣଲତା   ଆକ୍ରାନ୍ତ  ଗଛକୁ   ମଞ୍ଜି   ଧରିବା   ପୂର୍ବରୁ   ନଷ୍ଟ   କରିଦେବା   ଉଚିତ  ।

ଅଗିଆ

ହେକ୍ଟର  ପ୍ରତି  ୦.୫ – ୦.୭୫ କି.ଗ୍ରା.  ୨,୪ ଡି  ଆମାଇନ  ଲବଣକୁ  ଅଗିଆ   ଉପରେ  ୧-୩ ଥର  ଛିଞ୍ଚି   ଏହାକୁ   ନିୟନ୍ତ୍ରଣ   କରିହେବ   । ସୂର୍ଯ୍ୟମୁଖୀ, ଜଡା,  ବରଗୁଡି,  ଚିନାବାଦାମ  ଆଦି   ଯନ୍ତା  ଫସଲ   ଚାଷ  କରିବା  ଉଚିତ  ଓ  ତୃଣକକୁ  ନିର୍ମୂଳ  କରିବା  ଉଚିତ   ।

କେତେକ  ତୃଣକମାରୀର   ରାସାୟନିକ  ଓ ବ୍ୟବସାୟିକ  ନାମ

ରାସାୟନିକ  ନାମ

ବ୍ୟବସାୟିକ   ନାମ

ସକ୍ରିୟ  ଉପାଦାନର  ଅଂଶ

ଅକ୍ସିଫ୍ଲୋରଫେନ

ଗୋଲ

୨୪% ଇ.ସି.

ଅକସାଡାୟାଜନ

ରୋନଷ୍ଟାର

୫୦%ଇ.ସି.

ଆଇସୋପ୍ରୋଟ୍ୟୁରନ

ଆରିଲନ

୭୫% ଡବ୍ ଲ୍ୟୁ. ପି

ଆଲାକ୍ଲୋର

ଲାସେ

୫୦%ଇ.ସି.

ଆନିଲୋଫସ

ଆରୋଜିନ

୩୦%ଇ.ସି.

ଆଟ୍ରାଜିନ

ଆଟ୍ରାଟାଫ

୫୦% ଡବ୍ ଲ୍ୟୁ. ପି

କ୍ଲୋଡ଼ଓପ୍ରୋଫାମ

ଫରଲୋ

 

ଟୁ – ଫୋର – ଡି(ଆମାଇନ  ଲବଣ)

ବ୍ୟୁଟୋକଜନ

 

ଟୁ – ଫୋର – ଡି

ଫରନୋକଜମ

୮୦% ଡବ୍ ଲ୍ୟୁ. ପି

ଟୁ – ଫୋର – ଡି(ସୋଡିୟମ ଲବଣ)

ଉଇଡକସ

୮୦% ଡବ୍ ଲ୍ୟୁ. ପି

ଥାଇ  ଓଜେନ କାର୍ବ

ସାଟର୍ଣ୍ଣ

୫୦%ଇ.ସି.

ଟୁ – ଫୋର – ଡି(ଇଥାଇଲ ଇଷ୍ଟର)

ଉଇଡନ

୩୨%ଇ.ସି.

ଡାଲାପନ

ଡାଓପନ

୮୦% ଡବ୍ ଲ୍ୟୁ. ପି

ଡାଇୟୁରନ

କାରମେକସ

୮୦% ଡବ୍ ଲ୍ୟୁ. ସି.

ପେଣ୍ଡିମିଥାଲିନ

ଷ୍ଟମ୍ପ

୩୦%ଇ.ସି.

ଫ୍ଲୁକ୍ଲୋରାଲିନ

ବାସାଲନ

୪୫%ଇ.ସି.

ପ୍ରୋନାମାଇଡ

କର୍ବ

୫୦% ଡବ୍ ଲ୍ୟୁ. ପି

ବୁଟାକ୍ଲୋର

ଡେଲକ୍ଲୋର

୫୦%ଇ.ସି.

ମେଥାବେଞ୍ଜଥାୟା  ଜୁରନ

ଟ୍ରିବୁନିଲ

୭୦% ଡବ୍ ଲ୍ୟୁ. ପି

ମେଟୋଲାକ୍ଲୋର

ଡୁଆଲ

୫୦%ଇ.ସି.

ମେଟ୍ରିବୁଜିନ

ସୋନକର

୭୦% ଡବ୍ ଲ୍ୟୁ. ପି

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.89655172414
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top