ହୋମ / କୃଷି / ଜଳସେଚନ / ରାସାୟନିକ ତୃଣକ ନିୟନ୍ତ୍ରଣ
ସେଆର କରନ୍ତୁ

ରାସାୟନିକ ତୃଣକ ନିୟନ୍ତ୍ରଣ

ରାସାୟନିକ ତୃଣକ ନିୟନ୍ତ୍ରଣ ର ସୂଚନା

ବିଭିନ୍ନ  ରାସାୟନିକ  ପଦାର୍ଥ   ବିନିଯୋଗ   କରି  ଏବେ  ତୃଣକ  ନିୟନ୍ତ୍ରଣ   କରାଯାଉଅଛି   । ଏହି  ରାସାୟନିକ   ପଦାର୍ଥଗୁଡିକୁ  ତୃଣକମାରୀ   କୁହାଯାଏ   ।

୧୮୯୬ ମସିହାରେ  ପ୍ରଥମେ  ଫ୍ରାନ୍ସରେ   ଜଣାପଡିଲାଣି  ବୋର୍ଡୋ  ମିଶ୍ରଣ, ଯାହାକି   ଏକ   କବକମାରୀ, ଫସଲ  କ୍ଷେତରୁ  କେତେକ  ତୃଣକ   ନିୟନ୍ତ୍ରଣ   କରିବାକୁ  ସକ୍ଷମ  । ପରେ  ପରେ   ଜଣାପଡିଲା  ବୋର୍ଡୋ  ମିଶ୍ରଣରେ   ଥିବା  ତୁତିଆ  ତୃଣକ  ନିୟନ୍ତ୍ରଣ   କରିବା  ପାଇଁ   ଦାୟୀ  । ୧୮୯୬ ରୁ  ୧୯୧୦  ମସିହା  ରାସାୟନିକ  ତୃଣକ  ନିୟନ୍ତ୍ରଣ  ପାଇଁ  ଗୁରୁତ୍ୱପୂର୍ଣ୍ଣ   । ଏହି ସମୟ  ମଧ୍ୟରେ  ସଲଫ୍ୟୁରିକ   ଅମ୍ଳ  ଓ  ଅନେକ  ଅଜୈବିକ   ଲବଣ  ତୃଣକ  ନିୟନ୍ତ୍ରଣ   ପାଇଁ   ଆବିଷ୍କୃତ   ହେଲା   ୧୯୪୫  ମସିହାରେ  ଫସଲ  କ୍ଷେତରୁ  ବରଣାତ୍ମକ   ତୃଣକ  ନିୟନ୍ତ୍ରଣ   କରିବାରେ   ବୈପ୍ଲବିକ  ପରିବର୍ତ୍ତନ   ଅଣାଗଲା  ଦ୍ଵିତୀୟ   ବିଶ୍ଵଯୁଦ୍ଧ   ପରେ  ଉଭୟ   ଯୁକ୍ତରାଷ୍ଟ୍ର  ଆମେରିକା ଓ  ଇଂଲଣ୍ଡରେ  ଏକ  ସମୟରେ, ୨,୪ – ଡି  ଓ  ଏସ. ସି.ପି.ଏ  ଆବିଷ୍କାର   ଘୋଷଣା   କରାଗଲା   । ଦୁଇଟିଯାକ  ତୃଣକମାରୀ  ଶସ୍ୟ   ଜାତୀୟଫସଲରୁ   ବିସ୍ତୀର୍ଣ୍ଣପତ୍ରୀ   ତୃଣକକୁ   ଅତି   ଦକ୍ଷତାର  ସହିତ  ନିୟନ୍ତ୍ରଣ   କରି   ପାରିଲେ   । ଏହା  ପରେ  ପରେ  ଅନେକ ଗୁଡିଏ  ତୃଣକମାରୀ   ଆବିଷ୍କୃତ   ହେଲାଣି   । ଏବେ  ପୃଥିବୀରେ  ୩୦୦ରୁ  ଅଧିକ  ପ୍ରକାରର  ତୃଣକମାରୀ   ଉତ୍ପାଦନ  କରାଯାଉଛି   ଯଦିଓ  ସେ  ମଧ୍ୟରୁ  ଅଳ୍ପ  କେତେକ  ମୁଖ୍ୟତଃ  ବ୍ୟବହାର   କରାଯାଉଛି   ।

ରାସାୟନିକ  ତୃଣକ  ନିୟନ୍ତ୍ରଣ  ଉପକାର

କୃଷି  କ୍ଷେତ୍ରରେ   ତୃଣକମାରୀ  ପ୍ରୟୋଗ   ମୁଖ୍ୟ   ଲକ୍ଷ   ହେଉଛି  ମନୁଷ୍ୟର  ଶ୍ରମ  ଲାଘବ  କରିବା  ଏବଂ   ତୃଣକ ନିୟନ୍ତ୍ରଣ  ପାଇଁ  ଯେଉଁ  ଶ୍ରମ  ଆବଶ୍ୟକ  ହେଉଥିଲା  ତାକୁ   ବିନିଯୋଗ   କରି   ଉତ୍ପାଦନ  ବୃଦ୍ଧି  କରିବା   । ରାସାୟନିକ  ତୃଣକ  ନିୟନ୍ତ୍ରଣର  ଲକ୍ଷ  ନୁହେଁ   ଉତ୍ତମ  ଫସଲ  ଉତ୍ପାଦନ   ପ୍ରଣାଳୀ, ଯାନ୍ତ୍ରିକ  ତୃଣକ   ନିୟନ୍ତ୍ରଣ  ଓ  ଜୈବ   ତୃଣକ  ନିୟନ୍ତ୍ରଣ  ପଦ୍ଧତିକୁ  ତ୍ୟାଗ   କରିବା  ଦ୍ଵାରା  ଅଧିକ  ଉପକାର  ମିଳେ  । ଯଥେଷ୍ଟ  ପରିମାଣରେ   ଏବଂ  ଶସ୍ତାରେ   ମୁଲିଆ  ମିଳୁଥିବା   ଅଞ୍ଚଳରେ   ମଧ୍ୟ   ତୃଣକମାରୀ  ବ୍ୟବହାର   ନିମ୍ନଲିଖିତ   କାରଣଗୁଡିକ  ଯୋଗୁଁ  ଲାଭଜନକ   ଅଟେ   ।

  1. ଫସଲ  ଧାଡିର   ତୃଣକମାରୀ   ପ୍ରୟୋଗ   କରି  ତୃଣକ  ନିୟନ୍ତ୍ରଣ  କରିହୁଏ  । ଯେଉଁଠି  ଯାନ୍ତ୍ରିକ  ପଦ୍ଧତି  ଅବଲମ୍ବନ   କରାଯାଇପାରେ   ନାହିଁ   ।
  2. ତୃଣକ   ଉଠିବା  ପୂର୍ବରୁ   ତୃଣକମାରୀ  ପ୍ରୟୋଗ  କରି  ଫସଲର  ପ୍ରଥମାବସ୍ଥାରୁ  ତୃଣକକୁ   ନିୟନ୍ତ୍ରଣ   କରିହୁଏ   । ଏହା  ବିଶେଷ  ଲାଭଜନକ   କାରଣ  ଫସଲର   ପ୍ରଥମାବସ୍ଥାରେ   ତୃଣକ  ପ୍ରତିଯୋଗୀତା  ଅଧିକ  ହୋଇଥାଏ   ।
  3. ଚା ’ ଓ  କଫି  ଆଦି  ବହୁବର୍ଷୀ  ଫସଲରେ  ଯାନ୍ତ୍ରିକ   ପଦ୍ଧତି  ଅବଲମ୍ବନ  କରିବା  ଦ୍ଵାରା  ଚେର  ଛିଣ୍ଡି   ଯିବାର   ସମ୍ଭାବନା   ରହେ  । ଏଣୁ  ତୃଣକମାରୀ  ଦ୍ଵାରା   ତୃଣକ  ନିୟନ୍ତ୍ରଣ  ସୁବିଧାଜନକ   ହୁଏ    ।
  4. ତୃଣକମାରୀ  ପ୍ରୟୋଗ  ପ୍ରାରମ୍ଭିକ  କର୍ଷଣ  ଆବଶ୍ୟକତାକୁ  କମ୍  କରେ  ।
  5. ତୃଣକମାରୀ  କେତେକ   ବହୁବର୍ଷୀ   ତୃଣକକୁ  ସଫଳତାର   ସହିତ  ନିୟନ୍ତ୍ରଣ   କରେ  ଯାହାକୁ  ଅନ୍ୟ  ପଦ୍ଧତି  ଦ୍ଵାରା   ଦକ୍ଷତାର  ସହିତ  ନିୟନ୍ତ୍ରଣ  କରିହୁଏ   ନାହିଁ   ଏବଂ –
  6. ତୃଣକମାରୀ  ଦ୍ଵାରା   ଅଳ୍ପ  ସମୟ  ଭିତରେ  ବହୁତ  ଜାଗାରୁ   ତୃଣକ  ନିୟନ୍ତ୍ରଣ   କରାଯାଇପାରିବ   ।

ତୃଣକମାରୀ  ଶ୍ରେଣୀ  ବିଭାଗ

ବଜାରରେ   ମିଳୁଥିବା  ତୃଣକମାରୀ  ଗୁଡିକୁ  ପ୍ରୟୋଗ   ପ୍ରଣାଳୀ , କାର୍ଯ୍ୟ   କରିବା  ପ୍ରଣାଳୀ, ରାସାୟନିକ ସାଦୃଶ  ଓ  ଆକାରଗତ  ସାମଞ୍ଜସ୍ୟ  ଆଦି  ଭିତ୍ତିରେ  ବର୍ଗୀକରଣ   କରାଯାଇଅଛି   ।

ମୃତ୍ତିକା – ସକ୍ରିୟ  ଓ  ପତ୍ର – ସକ୍ରିୟ  ତୃଣକମାରୀ

ମୃତ୍ତିକା – ସକ୍ରିୟ  ତୃଣକମାରୀକୁ  ମୁଖ୍ୟତଃ  ମୃତ୍ତିକାରେ  ପ୍ରୟୋଗ   କରାଯାଏ  । ଏହା   ଅଙ୍କୁରଣ   ପରେ  ତୃଣକକୁ  ମାରିଦିଏ   କିମ୍ବା  କନ୍ଦାକାଣ୍ଡ, କନ୍ଦା, ଖର୍ବଧାବାଳର  ଅଙ୍କୁରଣକୁ   ପ୍ରତିରୋଧ   କରେ   । ମୃତ୍ତିକା – ସକ୍ରିୟ  ତୃଣକମାରୀ   ମୁଖ୍ୟତଃ  ଫସଲ  ଲଗାଇବା  ବେଳେ  ପ୍ରୟୋଗ   କରାଯାଏ   । ସକ୍ରିୟତା  ଥିବା  ପର୍ଯ୍ୟନ୍ତ  ଫସଲର  ପ୍ରଥମାବସ୍ଥାରେ  ଏ ପ୍ରକାର  ତୃଣକମାରୀ  ଫସଲ – ତୃଣକ  ପ୍ରତିଯୋଗିତାକୁ  ଦୂର  କରେ   । ତୃଣକ  ପ୍ରକାର  ଓ  ପରିମାଣ  ଅନୁସାରେ  ସକ୍ରିୟତା  ୭ – ୮ ସପ୍ତାହ  ରହେ   । ସୀମାଜିନ୍  ଆଲାକ୍ଲୋର   ଆଦି  ମୃତ୍ତିକା – ସକ୍ରିୟ  ତୃଣକମାରୀର  କେତେକ  ସାଧାରଣ  ମୃତ୍ତିକା – ସକ୍ରିୟ  ତୃଣକମାରୀର   ଆଦର   ଚାଷୀମାନଙ୍କ  ନିକଟରେ   ଅଧିକ   । କାରଣ  ଏହା  ଏପରିକି   ଅଙ୍କୁରଣ  ପୂର୍ବରୁ   ତୃଣକକୁ   ନିୟନ୍ତ୍ରଣକରେ  ଏଣୁ  ଫସଲର  ପ୍ରଥମାବସ୍ଥାରେ  ତୃଣକ  ପ୍ରତିଯୋଗିତାକୁ  ଦୂର  କରେ   । ପ୍ରୟୋଗ   ପରେ  ଅଧିକ  ସମୟ  ପର୍ଯ୍ୟନ୍ତ   ତୃଣକକୁ  ନିୟନ୍ତ୍ରଣ   କରି   ରଖେ  ଓ  ଏ ପ୍ରକାର  ତୃଣକମାରୀର   ନିର୍ବାଚି  ଧର୍ମ   ଅନେକ   ସମୟରେ  ଅଧିକ  ଅଟେ   ।

ପତ୍ର – ସକ୍ରିୟ   ତୃଣକମାରୀ  ଅଙ୍କୁରଣପରେ  ତୃଣକ   ଉପରେ   ପ୍ରୟୋଗ  କରାଯାଏ   ପତ୍ରଦ୍ଵାରା  ଏହା  ପରିଶୋଷିତ   ହୋଇ  ତୃଣକର   ଅନ୍ୟାନ୍ୟ  ଅଂଶକୁ   ଅନେକ  ସମୟରେ  ପରିବାହିତ  ହୁଏ  । ୨,୪,୫ ଟି  ପାରାକ୍ଵାଟ  ଓ  ଡାଇକ୍ଵାଟ  ଏହିପ୍ରକାର  ତୃଣକମାରୀ  ଅଟନ୍ତି   । ୨,୪ ଡି ଓ  ଆଟ୍ରାଜିନ  ଆଦି  କେତେକ   ତୃଣକମାରୀ   ଉଭୟ  ମୃତ୍ତିକା – ସକ୍ରିୟ  ଓ  ପତ୍ର – ସକ୍ରିୟ  ଅଟନ୍ତି   ।

ନିର୍ବାଚୀ  ଓ  ନିର୍ବିଶେଷ  ତୃଣକମାରୀ

ମିଶାମିଶି  ହୋଇ  ରହିଥିବା   ବିଭିନ୍ନ  ପ୍ରକାର  ଉଦ୍ଭିଦ  ଉପରେ  ପ୍ରୟୋଗ   କଲେ   ଯେଉଁ   ତୃଣକମାରୀ  ଅନ୍ୟ  ଜାତି  ଉଦ୍ଭିଦର   ବିଶେଷ  କ୍ଷତି   ନକରି  କେତେ   ଜାତି  ଉଦ୍ଭିଦକୁ   ମାରିଦିଏ   ତାହାକୁ  ନିର୍ବାଚୀ  ତୃଣମାରୀ   କୁହାଯାଏ   । ୨,୪ ଡି, ଆଟ୍ରାଜିନ, ବୁଟାକ୍ଲୋର, ପେଣ୍ଡିମିଥାଲିକ  ଆଦି  ଏହି ପ୍ରକାର  ତୃଣକମାରୀ  ଅଟନ୍ତି   । ଅପରପକ୍ଷରେ   ନିର୍ବିଶେଷ  ତୃଣକମାରୀ   ଜାତିଭେଦରେ  ସବୁ  ପ୍ରକାର  ତୃଣକକୁ  ମାରିଦିଏ   । ପାରାକ୍ଵାଟ  ଏହିପରି  ଏକ  ତୃଣକମାରୀ   । ଫସଲ  କ୍ଷେତରୁ   ଅନାବନା  ଗଛ  ନିୟନ୍ତ୍ରଣ  କରିବା  ପାଇଁ   ନିର୍ବାଚୀ   ତୃଣକମାରୀ  ଓ  ପଡିଆ, ରାସ୍ତାକଡ, କଳକାରଖାନା  ଆଦିର   ଅନାବନା  ଗଛ   ନିୟନ୍ତ୍ରଣ   ପାଇଁ  ନିର୍ବିଶେଷ  ତୃଣକମାରୀ  ବ୍ୟବହାର  କରାଯାଏ   ।

ସ୍ପର୍ଶ ଓ  ପରିବାହିତ  ତୃଣକମାରୀ

ସ୍ପର୍ଶ   ତୃଣକମାରି  ପରିବାହିତ   ନହୋଇ   ମୁଖ୍ୟତଃ   ଟିସୁ ସଂସ୍ପର୍ଶରେ   ଆସି  ତୃଣକକୁ   ମାରିଦିଏ   । ପତ୍ର   ଉପରେ  ପ୍ରୟୋଗ  କରାଯାଇଥିବା  ସ୍ପର୍ଶ   ତୃଣକମାରୀ   ସାଧାରଣତଃ   ଚେରକୁ   ମାରିପାରେ   ନାହିଁ   । ଯଦିଓ   କାଣ୍ଡ  ଅଭାବରୁ   ଏକବର୍ଷୀ   ତୃଣକର   ଚେର   ମରିଯାଇପାରେ   । ସ୍ପର୍ଶ   ତୃଣକମାରୀ  ପ୍ରୟୋଗ   କରିବାର  ଅଳ୍ପଦିନ   ପରେ  ପ୍ରତିଷ୍ଠିତ   ତୃଣକର  ଚେର , କଳକାଣ୍ଡ   ଆଦି   ବଢିବାକୁ  ଲାଗେ   । ପାରାକ୍ଵାଟ, ଡାକାଇଟ, ପ୍ରୋପାନିଲି, ପେଟ୍ରୋଲିଅମ ତୈଳ  ଆଦି  ସ୍ପର୍ଶ   ତୃଣକର  ଉଦାହରଣ   ।

ଅପର  ପକ୍ଷରେ   ପରିବାହିତ   ତୃଣକମାରୀ  ପ୍ରୟୋଗ   କରାଯାଇଥିବା  ସ୍ଥାନରୁ   ଉଦ୍ଭିଦ   ଶରୀର   ଭିତରେ  ଅନ୍ୟାନ୍ୟ   ଅଙ୍ଗକୁ   ପରିବାହିତ  ହୋଇଥାଏ   ଏଣୁ   ତୃଣକର   କୌଣସି   କ୍ଷୁଦ୍ର  ଅଂଶରେ  ପ୍ରୟୋଗ   କରାଯାଇଥିଲେ  ବି  ସମ୍ପୂର୍ଣ୍ଣ   ତୃଣକକୁ  ମାରିଦିଏ   । ବହୁବର୍ଷୀ   ତୃଣକକୁ   ନିୟନ୍ତ୍ରଣ   କରିବା  ପାଇଁ   ପରିବାହିତ  ତୃଣକମାରୀ   ବିଶେଷ   ଗୁରୁତ୍ୱପୂର୍ଣ୍ଣ   । ଏକବର୍ଷୀ  ତୃଣକକୁ   ନିୟନ୍ତ୍ରଣ   କରିବା  ପାଇଁ  ମଧ୍ୟ   ପରିବାହିତ   ତୃଣକମାରୀଙ୍କୁ  ଅଳ୍ପ  ଜଳ  ଆବଶ୍ୟକ   କରୁଥିବା  ସିଞ୍ଚକ ରେ   ପ୍ରୟୋଗ   କରାଯାଇପାରିବ  କାରଣ  ପତ୍ରର   କିଛି  ଅଂଶ   ଉପରେ   ତୃଣକମାରୀ  ପଡିବା   ଆବଶ୍ୟକ   । କିନ୍ତୁ  ସ୍ପର୍ଶ  ତୃଣକମାରୀ   ପ୍ରୟୋଗ   କଲେ  ଔଷଧ   ପକାଇ   ତୃଣକକୁ  ସମ୍ପୂର୍ଣ୍ଣ  ସିକ୍ତ   କରିବା   ଆବଶ୍ୟକ   ।

କେତେକ  ତୃଣକମାରୀ  ଉଭୟ  ସ୍ପର୍ଶ  ଓ  ପରିବାହିତ   ଧର୍ମ  ପ୍ରଦର୍ଶନ  କରନ୍ତି   । ଉଦାହରଣ  ସ୍ୱରୂପ   ଆଟ୍ରାଜିନ  ମୃତ୍ତିକାରେ  ପ୍ରୟୋଗ   କଲେ  ପରିବାହିତ  ଧର୍ମ  ଓ  ତୃଣକ  ଉପରେ  ପ୍ରୟୋଗ   କଲେ   ସ୍ପର୍ଶ  ଧର୍ମ  ପ୍ରକାଶ  କରେ   ।

ମୃତ୍ତିକା  ନିର୍ବୀଜକ ଓ  ଧୂମକ

ମୃତ୍ତିକା  ନିର୍ବୀଜକ  ତୃଣକମାରୀ   କୌଣସି  ଉଦ୍ଭିଦକୁ  ବଢିବାକୁ   ଦିଏ  ନାହିଁ   ।  ମୃତ୍ତିକା  ନିର୍ବୀଜକ  କ୍ଷଣସ୍ଥାୟୀ   ବା  ଅପେକ୍ଷାକୃତ   ସ୍ଥାୟୀ   ହୋଇପାରେ   । ଅସ୍ଥାୟୀ   ନିର୍ବୀଜକ  ମୃତ୍ତିକାକୁ  ୧୬ ସପ୍ତାହ  ପର୍ଯ୍ୟନ୍ତ  ନିର୍ବୀଜ  ରଖିପାରେ  ଅଥଚ  ସ୍ଥାୟୀ   ନିର୍ବୀଜକ   ସମୟ   ସମୟରେ  ଦୁଇ  ବା  ତହିଁରୁ   ଅଧିକ  ବର୍ଷ  ପର୍ଯ୍ୟନ୍ତ  କାର୍ଯ୍ୟକ୍ଷମ  ରୁହେ   । ଅସ୍ଥାୟୀ   ମୃତ୍ତିକା  ନିର୍ବୀଜକ  ସାଧାରଣତଃ  ଉଦବାୟୀ  । ଏହା  ମୃତ୍ତିକାରେ  ଥିବା   ଉଦ୍ଭିଦର  ସବୁ  ସଜୀବ  ଅଂଶକୁ   ମାରିଦେଇ   ବାଷ୍ପ   ଆକାରରେ  ନଷ୍ଟ   ହୋଇଯାଏ   । ଏ ପ୍ରକାର   ନିର୍ବୀଜକୁ   ଧୂମକ   କୁହାଯାଏ   ।

ସ୍ୱଳ୍ପ ଓ ସ୍ଥୂଳ ତୃଣକମାରୀ

ସ୍ୱଳ୍ପ  ତୃଣକମାରୀ  ଏକ  ଜାତିର  କିମ୍ବା   ଖୁବ୍  କମ  ଜାତିର   ତୃଣକକୁ   ସଫଳତାର   ସହିତ  ନିୟନ୍ତ୍ରଣ   କରେ   । ଏ  ପ୍ରକାର   ତୃଣକମାରୀ   କେତେକ  ମାରାତ୍ମକ   ତୃଣକ   ପାଇଁ   ବିଶେଷ   ଉପଯୋଗୀ   । ମେଟୋଜୁରନ  ଏହିପରି   ଗୋଟିଏ   ତୃଣକମାରୀ   । ଜଙ୍ଗଲୀ  ଅତକୁ   ଏହା  ସଫଳତାର   ସହିତ  ନିୟନ୍ତ୍ରଣ   କରିପାରେ   । ଅପରପକ୍ଷରେ  ସ୍ଥୂଳ  ତୃଣକମାରୀ   ବିଭିନ୍ନ  ପ୍ରକାର   ତୃଣକକୁ   ନିୟନ୍ତ୍ରଣ  କରିପାରେ   । ଏବେ  ବ୍ୟବହୃତ   ହେଉଥିବା  ଅଧିକାଂଶ  ତୃଣକମାରୀ   ଏହି  ଶ୍ରେଣୀର   ।

ଅବଶିଷ୍ଟ ଓ ଅଣ – ଅବଶିଷ୍ଟ  ତୃଣକମାରୀ

ଅବଶିଷ୍ଟ  ତୃଣକମାରୀର  ବିଶାକ୍ତତା   ପ୍ରୟୋଗ   ପରେ  ଅନେକ   ଦିନ  ପର୍ଯ୍ୟନ୍ତ  ରହେ   । କେତେକ  ସ୍ଥଳରେ ଏହା  ୩ – ୪  ସପ୍ତାହ  ଓ  ଆଉ କେତେକ  ସ୍ଥଳରେ  ମାସ  ରହେ   । ଅଣ – ଅବଶିଷ୍ଟ  ତୃଣକମାରୀ  ମୃତ୍ତିକାରେ  ପ୍ରୟୋଗପରେ   ଅଳ୍ପ  ଦିନରେ   କ୍ରିୟାହୀନ  ହୋଇପଡେ  । ୨,୪ – ଡି  ଏକ  ଅବଶିଷ୍ଟ   ତୃଣକମାରୀ  । ପାରାକ୍ଵାଟ ଓ ଡାଇକ୍ଵାଟ  ଅଣ – ଅବଶିଷ୍ଟ   ତୃଣକମାରୀ  ଅଟନ୍ତି  । ଅଣ – ଅବଶିଷ୍ଟ   ତୃଣକମାରୀ   ତୃଣକକୁ  ଶୀଘ୍ର  ମାରିଦିଏ  କିନ୍ତୁ  ଅଧିକ  ଦିନ  ପର୍ଯ୍ୟନ୍ତ  ତୃଣକ  ନିୟନ୍ତ୍ରଣ  କରିପାରେ  ନାହିଁ   ।

ଅଜୈବ ଓ  ଜୈବ  ତୃଣକମାରୀ

ତୁତିଆ, ହିରାକସ, ସୋଡିୟମ ଆର୍ସେନାଇଟ, ସଲଫୁରିକ ଅମ୍ଳ , କପର  ନାଇଟ୍ରେଟ, ଆମୋନିୟମ, ସଲଫେଟ  ସୋଡିୟମ  ନାଇଟ୍ରେଟ, ସୋଡିୟମ  କ୍ଳୋରାଇଡ  ଆଦି  ଅଜୈବ  ତୃଣକମାରୀ   ଉଦାହରଣ   । ଏବେ  ଅଗୁଡିକ  ତୃଣକମାରୀ  ରୂପେ  ବ୍ୟବହୃତ   ହେଉନାହିଁ   ।

ଡାଲାପନ, ଆଲାକ୍ଲୋର, ବୁଟାକ୍ଲୋର, ମେଟୋଲାକ୍ଲୋର, ପ୍ରୋନାମାଇଡ, ପ୍ରୋପାନୀଳ, ପାରାକ୍ଵାଟ  ଆଦି   ଜୈବ  ତୃଣକମାରୀ  ଅନ୍ତର୍ଗତ   । ଜୈବ   ତୃଣକମାରୀକୁ  ଯବକ୍ଷାରଜାନ  ଯୁକ୍ତ  ଓ  ଯବକ୍ଷାରଜାନ   ସହିତ   ଏପରି   ଦୁଇଭାଗରେ   ବିଭକ୍ତ   କରାଯାଇଅଛି   ।

ତୃଣକମାରୀ  ପ୍ରୟୋଗ   ପ୍ରଣାଳୀ

ପ୍ରୟୋଗ   ପ୍ରଣାଳୀ  ମୁଖ୍ୟତଃ  ତୃଣକମାରୀର   କାର୍ଯ୍ୟକରିବା   ରୀତି  ଓ  ନିର୍ବାଚୀ  ଧର୍ମଭିତ୍ତିରେ   ଭିନ୍ନ  ଭିନ୍ନ  ହୁଏ । ପରିବେଶ, ସୁବିଧା ଓ  ଅର୍ଥ  ଆବଶ୍ୟକତା  ମଧ୍ୟ  ପ୍ରୟୋଗ   ପ୍ରଣାଳୀକୁ  ପ୍ରଭାବିତ   କରେ   । ଉଚିତ୍  ପଦ୍ଧତିରେ   ପ୍ରୟୋଗ   ନକଲେ   ତୃଣକ  ନିୟନ୍ତ୍ରଣ  ଭଲଭାବେ   ହୋଇପାରେ   ନାହିଁ   କିମ୍ବା  ଫସଲର   ବିଶେଷ  କ୍ଷତି   ଘଟେ  ।

ମୃତ୍ତିକା  ପ୍ରୟୋଗ  ପୃଷ୍ଠ  ପ୍ରୟୋଗ

ମୃତ୍ତିକା – ସକ୍ରିୟ  ତୃଣକମାରୀକୁ  ସାଧାରଣତଃ   ମୃତ୍ତିକା  ପୃଷ୍ଠରେ   ପ୍ରୟୋଗ   କରି  ସେହିପରି   ଛାଡି   ଦିଆଯାଏ  କିମ୍ବା   ଭୌତିକ   ପ୍ରକ୍ରିୟା   ଦ୍ଵାରା  ମାଟି  ସହିତ   ମିଶାଇ  ଦିଆଯାଏ   । ମାଟି  ସହିତ ନ ମିଶାଇ   ଯେତେବେଳେ  ଛାଡି  ଦିଆଯାଏ  ଅଙ୍କୁରିତ   ତୃଣକକୁ   ମାରିବା   ପାଇଁ  ଭୁପୃଷ୍ଠରୁ  ୩.୫ ରୁ ୪.୫ ସେ.ମି. ଗଭୀରତା   ପର୍ଯ୍ୟନ୍ତ  ବୃଷ୍ଟି  ବା  ସେଚ  ଜଳ  ଦ୍ଵାରା  ତୃଣକ  ଯିବା  ଆବଶ୍ୟକ   । କେତେକ   ତୃଣକମାରୀ   ଉଦ୍ ବାୟୀ   ଉଦ୍ ବାୟୀକରଣକୁ   କମ  କରିବା  ପାଇଁ   ସେ  ପ୍ରକାର   ତୃଣକମାରୀକୁ   ମାଟି  ସହିତ   ମିଶାଇ   ଦେବା  ଆବଶ୍ୟକ   । ତା ଛଡା  ମାଟି  ସହିତ   ମିଶାଇ   ଦେଲେ   କେତେକ  ତୃଣକମାରୀର  କାର୍ଯ୍ୟ  ଦକ୍ଷତା   ବୃଦ୍ଧିପାଏ   ।

ଅବପୃଷ୍ଠ  ପ୍ରୟୋଗ

ଏହି  ପଦ୍ଧତିରେ   ଭୁପୃଷ୍ଠର  ୭-୧୦  ସେ.ମି. ତଳେ   ସାନ୍ଦ୍ରିତ  ପଟଟୀ  ରେ  ତୃଣକ  ମାରୀ   ପ୍ରୟୋଗ   କରାଯାଏ   ।  ଏହି  ପଦ୍ଧତି   ଦ୍ଵାରା   କେତେକ  ବହୁବର୍ଷୀ  ତୃଣକକୁ   ସଫଳତାର  ସହିତ  ନିୟନ୍ତ୍ରଣ   କରିହୁଏ   । କାର୍ବୋମେଟ  ଦ୍ଵାରା  ଏହି  ପଦ୍ଧତିରେ   ମୁଥାକୁ  ଦକ୍ଷତାର   ସହିତ   ନିୟନ୍ତ୍ରଣ   କରିହେବ   ।

ପଟଟୀ  ପ୍ରୟୋଗ

ଜମିର   ସବୁଆଡେ  ପ୍ରୟୋଗ   ନକରି  ଫସଲ  ଧାଡିର   ସୀମିତ   ଅଞ୍ଚଳରେ  ତୃଣକମାରୀ   ପ୍ରୟୋଗ   କରିବାକୁ  ପଟଟୀ   ପ୍ରୟୋଗ  କୁହାଯାଏ   । ଏହି   ପ୍ରଣାଳୀରେ  ଖର୍ଚ୍ଚ   କମ୍  ଲାଗେ   । ପଟଟୀ  ପ୍ରଣାଳୀରେ   ତୃଣକମାରୀ   ପ୍ରୟୋଗକଲେ   ଦୁଇ   ଧାଡି  ମଧ୍ୟବର୍ତ୍ତୀ   ସ୍ଥାନରୁ   ପରେ  କୋଡା  ଖୁସା   କରି  ତୃଣକ   ନିୟନ୍ତ୍ରଣ  କରାଯାଏ   ।

ଧୂମକ  ପ୍ରୟୋଗ   ପ୍ରଣାଳୀ

ପ୍ରକୃତ  ଭିତ୍ତିରେ  ଧୂମକକୁ   ଭୁପୃଷ୍ଠ  ବା  ଅଭ୍ୟନ୍ତରରେ   ବିଭିନ୍ନ  ଉପାୟରେ   ପ୍ରୟୋଗ   କରାଯାଏ   ।

ପତ୍ର  ପ୍ରୟୋଗ  ଅନ୍ଧାରୀ  ପ୍ରୟୋଗ

ଏହି  ପ୍ରଣାଳୀରେ  ଫସଲର  ସ୍ଥିତି   ବା  ଅସ୍ଥିତି   ଭେଦରେ   କ୍ଷେତରେ   ସବୁଆଡେ   ସମାନ  ଭାବରେ   ଔଷଧ  ପ୍ରୟୋଗ  କରାଯାଏ   । କେବଳ  ଅତିମାତ୍ରାରେ   ନିର୍ବାଣ   ତୃଣକମାରୀକୁ   ଏହି  ପ୍ରଣାଳୀରେ   ପ୍ରୟୋଗ   କରାଯାଏ   । ଗହମ  କ୍ଷେତରେ  ୨,୪ ଡି  ପ୍ରୟୋଗ  ଓ  ଲୁସର୍ଣ୍ଣ  କ୍ଷେତରେ  ୨,୪ ଡିବି   ପ୍ରୟୋଗ   କରାଯାଏ   ।

ପ୍ରତ୍ୟକ  ସିଞ୍ଚନ

ଏହି  ପ୍ରଣାଳୀରେ   ଯେତେ  ସମ୍ଭବ  ଫସଲ  ପଛକୁ   ଛାଡି   ତୃଣକ  ଉପରେ  ଔଷଧ  ପ୍ରୟୋଗ  ସହିତ   ନିୟନ୍ତ୍ରିତ  ହୁଏ   । ପ୍ରତ୍ୟକ୍ଷ  ସିଞ୍ଚନ  ପାଇଁ   ଫସଲଠାରୁ   ତୃଣକ  ଅଧିକ  ଉଚ୍ଚ  ହୋଇଥିବା  ଆବଶ୍ୟକ   । ସାଧାରଣତଃ  ଆଂଶିକ  ନିର୍ବାଚୀ   ତୃଣକମାରୀ  ପାଇଁ   ଏହି  ପ୍ରଣାଳୀ   ଅନୁସୃତ   ହୁଏ   ।

ସଂରକ୍ଷିତ   ସିଞ୍ଚନ

ଅଧିକ  ବ୍ୟବଧାନରେ   ଲଗାଯାଇଥିବା  ପନିପରିବା  ଓ  ଫୁଲ  ଗଛକୁ  ପଲିଥିନ  ବା  ଧାତୁ  ନିର୍ମିତ  ଚାଦରରେ   ଘୋଡାଇ  ଅନିର୍ବାଚୀ   ତୃଣକମାରୀ   ଏହି  ପ୍ରଣାଳୀରେ   ପ୍ରୟୋଗ  କରାଯାଏ   ।

ନିର୍ଦ୍ଧିଷ୍ଟ   ସ୍ଥାନରେ   ପ୍ରୟୋଗ

ତୃଣକ   ନଥିବା  ଫାଙ୍କା  ସ୍ଥାନକୁ   ବାଦଦେଇ   ତୃଣକ  ଥିବା  ନିର୍ଦ୍ଧିଷ୍ଟ  ଛୋଟ  ଛୋଟ   ସ୍ଥାନରେ   ଏହି   ପ୍ରଣାଳୀରେ  ଔଷଧ   ପ୍ରୟୋଗ  କରାଯାଏ   । ଫସଲ  କ୍ଷେତରେ   ଅଳ୍ପ  ଅଳ୍ପ   ସ୍ଥାନରେ   ଥିବା  ବହୁବର୍ଷୀ  ମାରାତ୍ମକ   ତୃଣକକୁ   ନିୟନ୍ତ୍ରଣ  କରିବା  ପାଇଁ   ଏହି  ପ୍ରଣାଳୀ   ବିଶେଷ  ସହାୟକ   ।

ତୃଣକମାରୀ  ପ୍ରୟୋଗ  ସମୟ

ଫସଲର  ବିଭିନ୍ନ  ଅବସ୍ଥାରେ   ତୃଣକମାରୀ   ପ୍ରୟୋଗ  କରାଯାଇଥାଏ  । ଯଥା :

  • ବୁଣା ବା  ରୁଆ  ପୂର୍ବ  ପ୍ରୟୋଗ : ବୁଣା  ବା  ରୁଆ  ପୂର୍ବରୁ   ତୃଣକମାରୀ  ପ୍ରୟୋଗ   କରି  ଜମିରେ   ଉଠିଥିବା   ଅନାବନା  ଗଛକୁ   ନିୟନ୍ତ୍ରଣ  କରିହୁଏ   । ଜମି  ନ ଚଷି  ବା  ଅଳ୍ପ  ଚଷି  ଫସଲ  ବୁଣାଯାଏ  । ଜମି  ପ୍ରସ୍ତୁତ   ପରେ   ତୃଣକ  ବିହୀନ   କ୍ଷେତରେ   ତୃଣକମାରୀ  ପ୍ରୟୋଗ  କରି  ମୃତ୍ତିକା  ସହିତ  ମିଶାଇ  ଦେଲେ  ଏହା  ଫସଲ  ବୁଣାପରେ   ତୃଣକକୁ   ଉଠିବାକୁ   ଦିଏ  ନାହିଁ   ।
  • ଗଜା  ପୂର୍ବ   ପ୍ରୟୋଗ : ବୁଣା  ବା  ରୁଆ  ପରେ  ତୃଣକର  ଅଙ୍କୁରଣ   ପୂର୍ବରୁ  ତୃଣକମାରୀ  ପ୍ରୟୋଗ   କରି  ତୃଣକ  ନିୟନ୍ତ୍ରଣ  କରିହୁଏ   । ଏହା   ଅଙ୍କୁରିତ   ତୃଣକ  ଗଜାକୁ   ନଷ୍ଟ   କରିଦିଏ   । ଏହି  ପ୍ରଣାଳୀର   ସଫଳତା   ପାଇଁ  ଗୁଣ୍ଡ   ଚାଷ  ହେବା  ଆବଶ୍ୟକ  ଏବଂ  ତୃଣକମାରୀକୁ  ୨ – ୩ ସେ.ମି.  ଗଭୀରତାକୁ  ନେଇଯିବା   ପାଇଁ   ମୃତ୍ତିକାରେ  ଯଥେଷ୍ଟ   ଜଳୀୟ   ଅଂଶ  ରହିବା  ଆବଶ୍ୟକ   ।
  • ଗଜା  ପର  ପ୍ରୟୋଗ : ଫସଲ  ଓ  ତୃଣକ   ଉଭୟ  ପ୍ରକାର  ଗଛ   ଥିବାବେଳେ   ଔଷଧ  ପକାଇ   ତୃଣକକୁ   ନିୟନ୍ତ୍ରଣ   କରିହୁଏ   । ସମୟ  ସମୟରେ   ଫସଲ  ଗଛ   ଉଠିବା  ପୂର୍ବରୁ   ତୃଣକ  ଉଠିଯାଏ  । ସେପରି  ସ୍ଥଳେ   ଔଷଧ   ପକାଇ   ତୃଣକକୁ  ମଧ୍ୟ  ନିୟନ୍ତ୍ରଣ   କରାଯାଇପାରେ   । ସାଧାରଣତଃ  ଅଣ – ଅବଶିଷ୍ଟ  ତୃଣକକୁ  ଏଥିପାଇଁ   ବ୍ୟବହାର   କରାଯାଏ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.93103448276
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top