অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା

ଓଡିଶା ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା

ଆମ ରାଜ୍ୟ ଓଡିଶା ଜଳ ସମ୍ପଦ ପରିପୂର୍ଣ୍ଣ । ଆମ ରାଜ୍ୟ ମଧୁରଜଳ, କ୍ଷାରପାଣି ଓ ସାମୁଦ୍ରିକ ମାଛ ଉତ୍ପାଦନ ପାଇଁ ଯଥେଷ୍ଟ ସୁଯୋଗ ରହିଛି । ବ୍ୟବସାୟ ସ୍ତରରେ ମାଛଚାଷ ଓ ଉତ୍ପାଦନ ପାଇ ଓଡିଶାରେ ସମସ୍ତ ପ୍ରକାର ଅନୁକୂଳ ପାରିସ୍ଥିତି ସୁଯୋଗ ଓ ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ମାଛ ଉତ୍ପାଦନ ବୃଦ୍ଧି ଓ ଆତ୍ମନିଯୁକ୍ତି ପାଇଁ ଚେଷ୍ଟା କରାଯାଉଛି ।  ରାଜ୍ୟର ସମୁଦ୍ର ଉପକୂଳ ବସ କରୁଥିବା ମତ୍ସ୍ୟଜୀବି ପରିବାରମାନେ ସମୁଦ୍ରରୁ ଓ ଚିଲିକା ଅଞ୍ଚଳରୁ ମାଛଧରି ଜୀବିକା ନିବାହୀ କରୁଛନ୍ତି  । ଏହି ଆର୍ଥିକ ଅନଗ୍ରସର ଗୋଷ୍ଠୀ ମାଛଧରାକୁ ଜୀବିକା ଓ ପେଷା ଭାବରେ ଗ୍ରହଣ କରି ନିଜର ଆର୍ଥିକ ସୁଧାର ଆଣିବା ସହିତ ଦେଶର  ପ୍ରଗତିରେ ସହାୟକ ହେଉଛନ୍ତି । ଏହା କେବଳ ଖାଦ୍ୟ ଓ ପୋଷାକତତ୍ତ୍ଵ ଅଭାବକୁ ପୂରଣ କରୁନାହିଁ ବରଂ  ଦେଶର ଖାଦ୍ୟ ନିରାପତ୍ତାକୁ ସଦୃଢ କରୁଛି ।

ଓଡିଶାର ମତ୍ସ୍ୟଜୀବି ମାନଙ୍କର ଆଟିକା ଓ ସମାଜିକ ଉନ୍ନତି ପାଇଁ ଜୀବନ ନିର୍ବାହର ଉପାୟ ଦେବାପାଇଁ ଏକ ସ୍ଵତନ୍ତ୍ର ପ୍ୟାକେଜ “ଓଡିଶା ମତ୍ସ୍ୟାଜୀବି ଉନ୍ନୟନ ଯୋଜନା” ହାତ ତା.୯. ୧୨. ୨୦୧୨ତାରିଖରେ ଲୋକାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୧୪ଟି ଯୋଜନା ଅନ୍ତର୍ଭୁକ୍ତ । ସେଥି ମଧ୍ୟରୁ ୫ଟି  ଯୋଜନା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (RKVY) ଅନ୍ତର୍ଭୁକ୍ତ । କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ୧୪ଗୋଟି ଯୋଜନା ସଂକ୍ଷିପ୍ତ ବିବରଣୀ ଏଠାରେ ପ୍ରଦାନ କରାଯାଇଛି । ଏହି ଯୋଜନ ଗୁଡିକରେ ରାଜ୍ୟର ଅନ୍ୟ କେତେକ ବିଭାଗକୁ ସଂଯୁକ୍ତ ଭାବେ ନିଆଯାଇଅଛି ।

ମତ୍ସ୍ୟଜୀବୀମାନଙ୍କୁ ସୁଲଭ ମୂଲ୍ୟ ଚାଉଳ ଯୋଗାଣ

ବିରଳ ଅଲିଭ କଇଁଛ ସଂରକ୍ଷଣ କାର୍ଯ୍ୟକ୍ରମ ଦ୍ଵାରା ରାଜ୍ୟର ସମୁଦ୍ର ଉପକୂଳରେ ବସ କରୁଥିବା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ବର୍ଷର ପ୍ରାୟ ୭ ମାସ ମାଛଧାରା ଉପରେ ବିଭିନ୍ନ କଟକଣା ଲାଗୁ  କରାଯାଉଛି । ଏହାଦ୍ଵାରା ପ୍ରଭାବିତ ମତ୍ସ୍ୟଜୀବି ପରିବାରକୁ କିଗ୍ରା ପ୍ରତି ଦୁଇ ଟଙ୍କା ଦରରେ ୭ ମାସ ପାଇଁ ଚାଉଳ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିପାଇଁ ଆବଶ୍ୟକୀୟ ସର୍ଭେ କାର୍ଯ୍ୟ ସାରିଛି । ମତ୍ସ୍ୟଜୀବୀ ହିତାଧିକାରୀଙ୍କୁ ଏଥିପାଇଁ ‘ସ୍ଵତନ୍ତ୍ର ରେସନ କାର୍ଡ ‘ ପ୍ରଦାନ କରାଯିବ । ଏହା ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ସଂଯୁକ୍ତ କରାଯାଉଛି ।

ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ପାରମ୍ପରିକ କାଠଡଙ୍ଗା ପରିବର୍ତ୍ତେ ଫାଇବର ଡଙ୍ଗା(FRV) ଯୋଗାଣ

ଆମ ରାଜ୍ୟର ଅଧିକାଂଶ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ପାରମ୍ପରିକ କାଠ ଡଙ୍ଗା ମାଛଧରି ଜୀବିକା ନିର୍ବାହ କରନ୍ତି ।

ଏହି ଡଙ୍ଗା ତିଆରି ବ୍ୟୟ ସାପେକ୍ଷ ଓ ଉଚିତ କାଠ ମିଳେ ନାହିଁ । ଏହା ମଧ୍ୟ ଦୀର୍ଘ ଦିନ ବ୍ୟବହାର ଯୋଗ୍ୟ ନୁହେଁ । ଏହା ଅପେକ୍ଷା ଫାଇବର(FRP) ନିର୍ମିତ ଡଙ୍ଗା ଉନ୍ନତି ଓ ଦୀର୍ଘସ୍ଥାୟୀ ଏବଂ ମରାମତି ଅଳ୍ପ ଖର୍ଚ୍ଚରେ ହୁଏ ।

ଏହି ଯୋଜନାରେ ଏହି ପାରମ୍ପରିକ କାଠଡଙ୍ଗାକୁ ପଦଲାଇ ଫାଇବାର ଡଙ୍ଗା ( FRP Boat) ନେବା ପାଇଁ ବାଙ୍କ ଋଣ ବ୍ୟବସ୍ଥା ରହିଛି ।

ନିଜସ୍ଵ ଖର୍ଚ୍ଚରେ ତିଆରି ଫାଇବାର ଡଙ୍ଗା ପାଇଁ ମଧ୍ୟ ରିହାତି, ଏହା ସରକାରୀ ରିହାତି ୫୦%, ସର୍ବାଧିକ ଟ.୫୦,୦୦୦ ବ୍ୟବସ୍ଥା ରଖାଯାଇଛି ।

ପୁରାତନ ପାରମ୍ପରିକ ଡଙ୍ଗା ଏଥିପାଇଁ ରେଜିଷ୍ଟର  ଭୁକ୍ତ ହୋଇଥିବା ଆବଶ୍ୟକ । ଏହି ରିହାତି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ ଅଟେ । ନୂତନ ଫାଇବର ଡଙ୍ଗା ସ୍ଵୀକୃତି ପ୍ରାପ୍ତ ଉତ୍ପାଦକଙ୍କ ଠାରୁ ନେବାକୁ ହେବ ଏବଂ ରାଜ୍ୟ ମତ୍ସ୍ୟ ବିଭାଗ ଦ୍ଵାରା ରେଜିଷ୍ଟର ଭୁକ୍ତ ହେବ ।

ସାମୁଦ୍ରିକ ପାରମ୍ପରିକ ଡଙ୍ଗାର ଯାନ୍ତ୍ରିକରଣ

ଏହା କେନ୍ଦ୍ର ସ୍ଵୀକୃତି ପ୍ରାପ୍ତ ଯୋଜନା ଅଟେ । ଯେ କୌଣସି ରେଜିଷ୍ଟ୍ରିଭୁକ୍ତ ପାରମ୍ପରିକ ଡଙ୍ଗାକୁ ଯାନ୍ତ୍ରିକରଣ କରାଯାଏ ପାରିବ । ଏଥି ପାଇଁ ମତ୍ସ୍ୟଜୀବି ଆବେଦନ କରିପାରିବେ । ଯେ କୌଣସି ସ୍ଵୀକୃତି ପ୍ରାପ୍ତ ସଂସ୍ଥାରୁ ସ୍ଵୀକୃତିଯୁକ୍ତ ଉପଯୋଗୀ ଇଞ୍ଜିନ ପାଇଁ ୫୦ ପ୍ରତିଶତ ବା ଟ॰୩୦,୦୦୦ ରିହାତି ବ୍ୟବସ୍ଥା ରହିଛି । ଏହି ଯାନ୍ତ୍ରିକରଣ ଦ୍ଵାରା ସାମୁଦ୍ରରେ ମାଛଧରା ସ୍ତଳରେ ଶୀଘ୍ର ପହଞ୍ଚି ମାଛଧରା କାର୍ଯ୍ୟ ସାରି ତୁରନ୍ତ ବିକ୍ରୟ ସ୍ଥଳରେ ପହଞ୍ଚି ପାରିବେ ଓ ବିକ୍ରି କରି ଉଚିତ ଦର ପାଇପାରିବେ ।

ମତ୍ସ୍ୟଜୀବୀଙ୍କ ନିମନ୍ତେ ମାଛ ବିକ୍ରିବଟା ପାଇଁ ଭିତ୍ତିଭୂମି ସ୍ଥାପନ

ରାଜ୍ୟ ସାମୁଦ୍ରିକ, ଅନ୍ତଦେଶୀୟ ତଥା ଚିଲିକା ମତ୍ସ୍ୟଜୀବୀ ମାନେ ମାଛ ବିକ୍ରି ସ୍ଥଳରୁ ମାଛ ଆଣି ବିକ୍ରିକରି ପରିବାର ପ୍ରତିପୋଷଣ କରନ୍ତି । ସେହିଭଳି କ୍ଷୁଦ୍ର ବ୍ୟବସାୟଙ୍କୁ ଏହି ଯୋଜନାରେ ଉନ୍ନତି ଓ ସ୍ୱାସ୍ଥ୍ୟକର ମାଛ ବିକ୍ରି ପାଇଁ ଭିତ୍ତିଭୂମି ସ୍ଥାପନା ଦିଗରେ ଆର୍ଥିକ ସହାୟତାର ବ୍ୟବସ୍ଥା  କରାଯାଇଛି ।

ଏହି ଯୋଜନା ମତ୍ସ୍ୟଜୀବି ବ୍ୟକ୍ତିଗତ ଭାବେ ମାଛ ବ୍ୟବସାୟ କରିବା ପାଇଁ ବରଫ ବାକ୍ସ ସହିତ ସାଇକେଲ କିମ୍ବା ମୋଟର ସାଇକେଲ ନେଇ ପାରିବେ । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ରେଜିଷ୍ଟ୍ରି ଭୁକ୍ତ ସମବାୟ ସମିତି ମାଛ ବ୍ୟବସାୟ ପାଇଁ ଅଟୋ ରିକସା ସହିତ ବରଫବାକ୍ସ ନେଇ ବ୍ୟବସାୟ କରିପାରିବେ ।

  • ବରଫ ବାକ୍ସ ଓ ସାଇକେଲ ପାଇଁ ୫୦% ବା ସୀମିତ ଟ.୨୦୦୦/-
  • ବରଫବାକ୍ସ ଓ ମୋଟର ସାଇକେଲ ପାଇଁ ୨୫ ପ୍ରତିଶତ ବା ସମିତି ଟ. ୭୫୦୦୦/-
  • ବରଫ ବାକ୍ସ ଓ ଅଟୋ ରିକସା  ପାଇଁ ୨୫ ପ୍ରତିଶତ ଓ ସର୍ବାଧିକ ଟ .୩୫,୦୦୦ /- ତାଙ୍କର ରିହାତି ବ୍ୟବସ୍ଥା ରହିଛି । ଉପଯୁକ୍ତ ରିହାତି ନିଜସ୍ୱ ଅର୍ଥ ବିନିଯୋଗରେ ମଧ୍ୟ ପାଇପାରିବେ ।

ଏହି ରିହାତି ରାଷ୍ଟ୍ରିୟ କୃଷି ବିକାଶ ଯୋଜନା (RKVY) ଅନ୍ତର୍ଗତ ଅଟେ ।

ଅନ୍ତଦେଶୀୟ ମତ୍ସ୍ୟଜୀବିଙ୍କୁ ଡଙ୍ଗା ଓ ଜାଲ ନିମନ୍ତେ ରିହାତି

ଆମ ରାଜ୍ୟ ଅନେକ ମତ୍ସ୍ୟଜୀବି ଜଳଭଣ୍ଡାର ଓ ନଦୀରୁ ମାଛଧରି ଜୀବିକା ନିର୍ବାହ କରୁଛନ୍ତି । ଏହି ଅଞ୍ଚଳ ମାଛ ଉତ୍ପାଦନ ବୃଦ୍ଧି ପାଇଁ ମତ୍ସ୍ୟଜୀବି ମାନଙ୍କୁ ଡଙ୍ଗା ଓ ଜାଲ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ରେଜିଷ୍ଟର ଭୁକ୍ତ ମତ୍ସ୍ୟଜୀବି ସମବାୟ ସମିତିର ସଭ୍ୟ ମାନେ ଏହି  ଯୋଜନା ଏହି ଯୋଜନା ଅନ୍ତର୍ଭୁକ୍ତ ହେବେ ।

ଏହି ଯୋଜନାରେ ଗୋଟିଏ ୧୮-୨୦ ଫୁଟ ବିଶିଷ୍ଟ କାଠ କିମ୍ବା ଫାଇବର  ଡଙ୍ଗା ସହିତ ଅନ୍ୟୂନ ୨୦ କି.ଗ୍ରା. ମନୋଫିଲାମେଣ୍ଟ ଫସଜାଲ ପାଇଁ ଟ. ୨୫୦୦୦/- ବାଙ୍କ ରଣ ବ୍ୟବସ୍ଥା ରହିଛି  । ସେଥିନିମନ୍ତେ ୫୦ ପ୍ରତିଶତ ବା ଟ.୧୨,୫୦୦ /- ରିହାତି ବ୍ୟବସ୍ଥା ଅଛି ଏହି ରିହାତି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(RKVY) ଅନ୍ତର୍ଭୁକ୍ତ ଅଟେ ।

ଜଳଭଣ୍ଡାର ପଞ୍ଜୁରି ମଧ୍ୟରେ ମାଛଚାଷ

ଓଡିଶା ପ୍ରାୟ ୧.୯୭ ଲକ୍ଷ ହେକ୍ଟର ପରିମିତି ଜଳଭଣ୍ଡାର ଗୁଡିକରେ  ମାଛ ଉତ୍ପାଦନ ଆଶାନୁରୂପେ ହେଉ ନାହିଁ। ରାଜ୍ୟ ଜଳଭଣ୍ଡାର ମତ୍ସ୍ୟ ନୀତି ୨୦୦୩-୦୪ ପ୍ରଚଳନ କରାଯାଇଛି । ବର୍ତ୍ତମାନ ରାଜ୍ୟ ୧୩୮ଟି  ଜଳଭଣ୍ଡାର ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ଜଳଭଣ୍ଡାରର ମାଛଧରା ବୃଦ୍ଧି ଓ ନିକଟସ୍ଥ ମତ୍ସ୍ୟଜୀବିଙ୍କୁ ଜୀବିକା ଯୋଗାଇ ଦେବା ଲକ୍ଷରଖି  ମତ୍ସ୍ୟଜୀବି ସମବାୟ ସମିତି ଗଠନ  କରାଯାଇଛି ।

ଏହି ଜଳଭଣ୍ଡାର ମାଛ ଉତ୍ପାଦନ ବୃଦ୍ଧି ପାଇଁ ପଞ୍ଜୁରି ମଧ୍ୟରେ ମାଛଚାଷ (Cage Culture) ଯୋଜନା ହାତକୁ ନିଆଯାଇଛି । ଏହା ଏକ ବିବିଧ ଚାଷ ଅଟେ ।  ଏହା ନିର୍ଦ୍ଧିଷ୍ଟ ପଞ୍ଜୁରି ତିଆରି କରି ଜଳ ଭଣ୍ଡାର ମଧ୍ୟରେ ସ୍ଥାପନ କରାଯାଏ ଓ ତା ମଧ୍ୟରେ ଉନ୍ନତି ଯାଆଁଳ ଛାଡି ଉପଯୁକ୍ତ ପୂରକ ଖାଦ୍ୟ ନିୟମିତ ଦେଇ ମାଛକୁ ବଢିବାକୁ ଦିଆଯିବ । ଏହାଦ୍ଵାରା  ସୀମିତ ପଞ୍ଜୁରି ମଧ୍ୟରେ ଭଲ ମାଛ ଉତ୍ପାଦନ ହୁଏ । ଏହି ଯୋଜନା ଜଳଭଣ୍ଡାର ନିକଟସ୍ଥ ମତ୍ସ୍ୟଜୀବି ସମବାୟ ସମିତି କିମ୍ବା ସ୍ଵୟଂ ସହାୟକ  ଗୋଷ୍ଠୀ ଦ୍ଵାରା କରାଯିବ । ଏଥି ନିମନ୍ତେ ସମସ୍ତ ଖର୍ଚ୍ଚ ମତ୍ସ୍ୟ ବିଭାଗ ବହନ କରିବ । ଏହାର ଲାଭାଂଶକୁ ସେଥିରେ ଅଂଶୀକୃତ ମତ୍ସ୍ୟଜୀବି ପାଇବେ । ଏହି ଯୋଜନା ମଧ୍ୟ ରାଷ୍ଟ୍ରୀୟ କୃଷିବିକାଶ ଯୋଜନା ଆର୍ଥିକ ସହାୟତାରେ କାର୍ଯ୍ୟକାରୀ ହେଉଛି ।

ରାଜ୍ୟ ମତ୍ସ୍ୟଜୀବି ମାନଙ୍କୁ ଗୋଷ୍ଠୀବୀମା ଅନ୍ତର୍ଭୁକ୍ତ ବ୍ୟବସ୍ଥା

ଏହି ଯୋଜନାରେ ରାଜ୍ୟ ମତ୍ସ୍ୟଜୀବି ମାନଙ୍କୁ ବୀମାଭୁକ୍ତ କରାଯାଇଛି । ବୀମାଭୁକ୍ତ ମତ୍ସ୍ୟଜୀବି ଆକସ୍ମିକ ଦୁର୍ଘଟଣା ଜନିତ ମୃତୁ ଓ ସମ୍ପୂର୍ଣ୍ଣ ଅକ୍ଷମତା ପାଇଁ ଏକ ଲକ୍ଷ ଟଙ୍କା ଏବଂ ଆଂଶିକ ଶାରୀରିକା  ଅକର୍ମଣ୍ୟତା ପାଇଁ ଟ.୫.୦୦୦ /-  ଆର୍ଥିକ ସହାୟ ପାଇବେ । ଏଥିପାଇଁ ବୀମା ପ୍ରିମିୟମ ସରକାର ବହନ କରିବେ । ରାଜ୍ୟ ୧୦ ଲକ୍ଷ ମତ୍ସ୍ୟଜୀବିଙ୍କୁ  ଏହି ଯୋଜନା ଅନର୍ଭୂକ୍ତ କରାଯାଇଛି । ଏଥି ନିମନ୍ତେ ରାଜ୍ୟ ମତ୍ସ୍ୟ ବିଭାଗ ଗତ ଦୁଇବର୍ଷ ଧରି କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ହୋଇଛି ।

ବସୁନ୍ଧରା ଯୋଜନାରେ ବାସଗୃହ ଯୋଗାଣ

ରାଜ୍ୟରେ ପ୍ରଚଳିତ ଏହି ଯୋଜନାରେ ମତ୍ସ୍ୟଜୀବିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନା ମତ୍ସ୍ୟଜୀବି ପରିବାରଙ୍କୁ ବାସଗୃହ ନିର୍ମାଣ ପାଇଁ ସର୍ବନିମ୍ନ ୪ ଡେ.ସି ମି.ଲ  ଜମିପଟ୍ଟା ପ୍ରଦାନ କରାଯିବ । ସଂପୂର୍ଣ୍ଣ ବାସହୀନ ପରିବାରଙ୍କୁ ପାଇଁ ଉର୍ଦ୍ଧିଷ୍ଟ ।

ବାସଗୃହ ପ୍ରଦାନ

ରାଜ୍ୟରେ ପୂର୍ବରୁ ପ୍ରଚଳିତ ଏହି ଯୋଜନାରେ ମତ୍ସ୍ୟଜୀବି ପରିବାରଙ୍କୁ ସାମିଲ କରାଯାଇଛି । ଏହି ଯୋଜନା ଅନ୍ତର୍ଭୁକ୍ତ ବାସହୀନ ମତ୍ସ୍ୟଜୀବି ପରିବାରଙ୍କୁ  ସାମିଲ କରାଯାଇଛି । ଏହି ଅନ୍ତର୍ଭୁକ୍ତ ବାସହୀନ ମତ୍ସ୍ୟଜୀବି ପରିବାରଙ୍କୁ ଘର ଯୋଗାଇ ଦିଆଯିବ । ଏହି ଯୋଜନାରେ ବିପିଏଲ ତାଲିକା ଅନ୍ତର୍ଭୁକ୍ତ ହୋଇନଥିବା ଗରିବ ମତ୍ସ୍ୟଜୀବିଙ୍କୁ ଉପକୃତ କରାଯିବ। ଏହାର ହିତାଧିକାରୀ ନିର୍ଦ୍ଧାରଣ କରିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତତ୍ତ୍ଵାବଧାନରେ ଗୃହ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ନେତ୍ରଜ୍ୟୋତି

ଚକ୍ଷୁରୋଗରେ ଆକ୍ରାନ୍ତ ସାମୁଦ୍ରିକ ମତ୍ସ୍ୟଜୀବି ମାନଙ୍କୁ ଏହି ‘ନେତ୍ରଜ୍ୟୋତି’ ଯୋଜନା ମାଧ୍ୟମରେ ଟ. ୫୦୦୦ /- ଟଙ୍କାର ଚିକତ୍ସା ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି । ଏହି ସହାୟତା ‘ଓଡିଶା ରାଜ୍ୟ ଚିକିତ୍ସା ପନ୍ଥୀ ସମିତି’ ମାଧ୍ୟମରେ ଦିଆଯାଇଛି ।

ଆଧାର - ମତ୍ସ୍ୟ ନିର୍ଦ୍ଦେଶାଳୟ, କଟକ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate