অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାଳିଆ ଯୋଜନା ସମ୍ବନ୍ଧୀୟ ସମ୍ଭାବ୍ୟ ପ୍ରଶ୍ନ ଏବଂ ଉତ୍ତର

କାଳିଆ ଯୋଜନା ସମ୍ବନ୍ଧୀୟ ସମ୍ଭାବ୍ୟ ପ୍ରଶ୍ନ ଏବଂ ଉତ୍ତର

  1. ପ୍ରଶ୍ନ ଓ ଉତ୍ତର
    1. ପ୍ରଶ୍ନ -୧ ‘କାଳିଆ’ ଯୋଜନା କଣ ?
    2. ପ୍ରଶ୍ନ -୨ ‘କାଳିଆ’ ଯୋଜନାରେ କେଉଁମାନେ ସହାୟତା ପାଇପାରିବେ ?
    3. ପ୍ରଶ୍ନ - ୩ କ୍ଷୁଦ୍ର ଓ ନାମମାତ୍ର ଚାଷୀ କାହାକୁ କୁହାଯାଏ ?
    4. ପ୍ରଶ୍ନ -୪ କାଳିଆ ଯୋଜନାରେ ଚାଷୀମାନଙ୍କ ଚାଷ କାର୍ଯ୍ୟ ପାଇଁ କଣ ସୁବିଧା ଅଛି ?
    5. ପ୍ରଶ୍ନ -୫ ଜଣେ ଭୂମିହୀନ ଚାଷୀ ପରିବାର ପାଇଁ ଏହି ଯୋଜନାରେ କିଛି ସୁବିଧା ଅଛି କି ?
    6. ପ୍ରଶ୍ନ -୬ ଚାଷକାର୍ଯ୍ୟ କରିବାକୁ ଅସମର୍ଥ କୃଷି ପରିବାର ନିମନ୍ତେ ଏହି ଯୋଜନାରେ କୌଣସି ସୁବିଧାର ବ୍ୟବସ୍ଥା ଅଛି କି ?
    7. ପ୍ରଶ୍ନ -୭ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ ଜୀବନ ବୀମା ସହାୟତା ଅଛି କି?
    8. ପ୍ରଶ୍ନ -୮  କାଳିଆ ଯୋଜନାରେ ଫସଲ ଋଣ ବିନା ସୁଧରେ ଦେବାର ବ୍ୟବସ୍ଥା ଅଛି କି ?
    9. ପ୍ରଶ୍ନ -୯ କାଳିଆ ଯୋଜନାରେ କେଉଁ ସହାୟତା କେଉଁ ବର୍ଗର ଚାଷୀ ପାଇବେ ?
    10. ପ୍ରଶ୍ନ -୧୦ କୃଷି ପରିବାର କହିଲେ କଣ ବୁଝାଏ ?
    11. ପ୍ରଶ୍ନ-୧୧ ଜଣେ ସରକାରୀ ବା ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ ଅଥବା ଅବସରପ୍ରାପ୍ତ କର୍ମଚାରୀ ଏହି ଯୋଜନାର ସୁବିଧା ପାଇବେ କି ?
    12. ପ୍ରଶ୍ନ -୧୨ ଜଣେ ଆୟକର ଦେଉଥୁବା କୃଷକ ବା ତାଙ୍କର ସ୍ଵାମୀ କିମ୍ବା ସ୍ତ୍ରୀ ଏହି ଯୋଜନାରେ ମିଳୁଥିବା ସୁବିଧା ପାଇବାକୁ ଯୋଗ୍ୟ ହେବେ କି ?
    13. ପ୍ରଶ୍ନ -୧୩ ଜଣେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ନାମ ହିତାଧିକାରୀ ତାଲିକାରେ ଅଛି ନା ନାହିଁ ତାହା ସେ କିପରି ଜାଣିବେ?
    14. ପ୍ରଶ୍ନ -୧୪ ଯଦି ଚିଠା ତାଲିକାରେ ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ନଥିବ ତେବେ ସେ କଣ ପଦକ୍ଷେପ ନେବେ ?
    15. ପ୍ରଶ୍ନ -୧୫ ହିତାଧିକାରୀ ଚିଠା ତାଲିକାରେ ଯଦି ଜଣେ କେନ୍ଦ୍ର ବା ରାଜ୍ୟ ବା ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ କର୍ମଚାରୀଙ୍କ ନାମ ଏବଂ ଆୟକର ଦେଉଥୁବା ଚାଷୀ କିମ୍ବା ତାଙ୍କର ସ୍ଵାମୀ ଅଥବା ସ୍ତ୍ରୀଙ୍କ ନାମ ରହିଥିବ, ତେବେ ସେ ଚିଠା ତାଲିକାରୁ ନାମ ବାଦ୍ ଦେବାପାଇଁ କଣ ପଦକ୍ଷେପ ନେବେ ?
    16. ପ୍ରଶ୍ନ -୧୬ ୨୦୧୮-୧୯ ରବି ଋତୁ ଠାରୁ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏହି ଯୋଜନାରେ ଚାଷ କାର୍ଯ୍ୟ ପାଇଁ ସହାୟତା ପାଇ ପାରିବେ କି ?
    17. ପ୍ରଶ୍ନ-୧୭ ଚାଷୀମାନଙ୍କୁ ଚାଷ ପାଇଁ ସହାୟତା ଯୋଜନାରେ ଦିଆଯାଉଥିବା ଆର୍ଥିକ ସହାୟତା କିପରି ଭାବରେ ସେମାନଙ୍କୁ ପ୍ରଦାନ କରାଯିବ ?
    18. ପ୍ରଶ୍ନ-୧୮ ‘କାଳିଆ’ ଯୋଜନା ବିଷୟରେ ଚାଷୀମାନେ କିପରି ସୂଚନା ପାଇବେ ଏବଂ ଅଭିଯୋଗ ପଞ୍ଜିକରଣ କରିପାରିବେ? ଏଥିପାଇଁ କୌଣସି ହେଲ୍ପଲାଇନ ବ୍ୟବସ୍ଥା ଅଛି କି ?
    19. ପ୍ରଶ୍ନ -୧୯ କାଳିଆ ବାର୍ତ୍ତା କ’ଣ ?
    20. ପ୍ରଶ୍ନ-୨୦ ହ୍ଵାଟସ ଆପ୍ ମାଧ୍ୟମରେ ଜଣେ ଚାଷୀ ସୂଚନା ପାଇ ପାରିବେ କି ?
    21. ପ୍ରଶ୍ନ -୨୧ କାଳିଆ ଯୋଜନା ସମ୍ବନ୍ଧରେ ସଚେତନତା ଏବଂ ସହାୟତା ବଣ୍ଟନ ପାଇଁ କିଛି ସ୍ଵତନ୍ତ୍ର କ୍ୟାମ୍ପ ଆୟୋଜନର ବ୍ୟବସ୍ଥା ଅଛି କି ?
  2. ଏସ୍.ଏମ୍.ଏସ୍. (SMS) ଜରିଆରେ କୃଷକଙ୍କୁ ସୂଚନା ପ୍ରଦାନ

ପ୍ରଶ୍ନ ଓ ଉତ୍ତର

ପ୍ରଶ୍ନ -୧ ‘କାଳିଆ’ ଯୋଜନା କଣ ?

ଉତ୍ତର : ‘କାଳିଆ’ (Kalia – Krushak Assistance for Livelihood & Income Augmentation") ଯୋଜନାର ଅର୍ଥ ହେଉଛି, - କୃଷକଙ୍କ ଜୀବିକା ଓ ଆୟବୃଦ୍ଧି ପାଇଁ ସହାୟତା”। ରାଜ୍ୟରେ କୃଷି ସମୃଦ୍ଧିକୁ ତ୍ବରାନ୍ବିତ କରିବା ସହ ଦାରିଦ୍ର୍ୟ ହ୍ରାସ ଦିଗରେ ସହାୟ ହେବା ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରାଯାଇଛି ।

ପ୍ରଶ୍ନ -୨ ‘କାଳିଆ’ ଯୋଜନାରେ କେଉଁମାନେ ସହାୟତା ପାଇପାରିବେ ?

ଉତ୍ତର : ‘କାଳିଆ' ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ, କୃଷି ଶ୍ରମିକ, ଭାଗ ଚାଷୀ (ପ୍ରକୃତ ଚାଷୀ) ତଥା ଅସମର୍ଥ କୃଷି ପରିବାର ବିଭିନ୍ନ ସୁବିଧା ଓ ସହାୟତା ପାଇପାରିବେ । ରାଜ୍ୟର ପ୍ରାୟ ୬୦ ଲକ୍ଷ କୃଷି ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।

ପ୍ରଶ୍ନ - ୩ କ୍ଷୁଦ୍ର ଓ ନାମମାତ୍ର ଚାଷୀ କାହାକୁ କୁହାଯାଏ ?

ଉତ୍ତର : ଯେଉଁ ଚାଷୀଙ୍କ ଜମିର ପରିମାଣ ଏକ ହେକ୍ଟର ବା ୨.୫ ଏକର କିମ୍ବା ତଦୁଦ୍ଧ ଓ ଦୁଇ ହେକ୍ଟର ବା  ୫ ଏକରରୁ କମ୍, ତାଙ୍କୁ ‘କ୍ଷୁଦ୍ରଚାଷୀ’ କୁହାଯାଏ । ଯେଉଁ ଚାଷୀଙ୍କ ଜମିର ପରିମାଣ ଏକ ହେକ୍ଟର ବା ୨.୫ ଏକରରୁ କମ୍, ତାଙ୍କୁ ନାମମାତ୍ର ଚାଷୀ କୁହାଯାଏ ।

ପ୍ରଶ୍ନ -୪ କାଳିଆ ଯୋଜନାରେ ଚାଷୀମାନଙ୍କ ଚାଷ କାର୍ଯ୍ୟ ପାଇଁ କଣ ସୁବିଧା ଅଛି ?

ଉତ୍ତର : ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରି ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ୫ ଗୋଟି ଫସଲଋତୁରେ ମୋଟ୍ ୨୫,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହି ଯୋଜନା ଚଳିତ ୨୦୧୮-୧୯ ରବି ଋତୁରୁ କାର୍ଯ୍ୟକାରୀ କରାଯାଉଛି ।

ପ୍ରଶ୍ନ -୫ ଜଣେ ଭୂମିହୀନ ଚାଷୀ ପରିବାର ପାଇଁ ଏହି ଯୋଜନାରେ କିଛି ସୁବିଧା ଅଛି କି ?

ଉତ୍ତର : ଜଣେ ଭୂମିହୀନ ଚାଷୀ ପରିବାର ପାଇଁ ଏହି ଯୋଜନାରେ କିଛି ସୁବିଧା ଅଛି, ଗ୍ରାମାଞ୍ଚଳର ଭୂମିହୀନ ଚାଷୀ ପରିବାର ପାଇଁ କୃଷିଭିତିକ ଆନୁସଙ୍ଗିକ କାର୍ଯ୍ୟ ଯଥା କ୍ଷୁଦ୍ର ଛେଳିପାଳନ ୟୁନିଟ୍, କ୍ଷୁଦ୍ର କୁକୁଡ଼ା ପାଳନ ୟୁନିଟ୍, ବତକ ପାଳନ ୟୁନିଟ୍, ମସ୍ୟଜୀବୀମାନଙ୍କୁ ମାଛଧରା ଉପରକଣ, ଛତୁ ଚାଷ ଓ ମହୁଚାଷ ଇତ୍ୟାଦି ନିମନ୍ତେ ୧୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିମାନଙ୍କ ପାଇଁ ଏହି ଯୋଜନା ବିଶେଷ ଭାବରେ ସହାୟ ହେବ ।

ପ୍ରଶ୍ନ -୬ ଚାଷକାର୍ଯ୍ୟ କରିବାକୁ ଅସମର୍ଥ କୃଷି ପରିବାର ନିମନ୍ତେ ଏହି ଯୋଜନାରେ କୌଣସି ସୁବିଧାର ବ୍ୟବସ୍ଥା ଅଛି କି ?

ଉତ୍ତର : ଯେଉଁ କ୍ଷୁଦ୍ର, ନାମମାତ୍ର ତଥା ଭୂମିହୀନ କୃଷି ପରିବାର ଚାଷୀ ବାଦ୍ଧକ୍ୟ, ଅକ୍ଷମତା କିମ୍ବା ରୋଗ ଦ୍ଵାରା ଆକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ, ସେମାନଙ୍କ ପରିବାରର ଜୀବିକା ନିର୍ବାହ ପାଇଁ ଏକକାଳୀନ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ପ୍ରତିବର୍ଷ ୫ ଲକ୍ଷ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।

ପ୍ରଶ୍ନ -୭ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ ଜୀବନ ବୀମା ସହାୟତା ଅଛି କି?

ଉତ୍ତର : ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ ଜୀବନ ବୀମା ସହାୟତା ଅଛି, ଚାଷୀ ଓ ଭୂମିହୀନ ଚାଷୀଙ୍କ ମୃତ୍ୟୁ ବା ଅକ୍ଷମତା ପରେ ତାଙ୍କର ପରିବାରର ସଦସ୍ୟମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ଦୂରାବସ୍ଥା ତଥା ଅନିଶ୍ଚିତତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜୀବନବୀମା ସହାୟତାର ବ୍ୟବସ୍ଥା କରାଯାଇଛି । ଏହି ବୀମାର ସୁବିଧା ନିମ୍ନ ପ୍ରକାରେ ପ୍ରଦାନ କରାଯିବ ।

  • ୧୮ ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଞ୍ଚୟ ଜମା ଖାତାଧାରୀମାନଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା କରାଯାଇଛି । ଏଥିପାଇଁ ଧାର୍ଯ୍ୟ ବାର୍ଷିକ ବୀମା ପ୍ରିମିୟମ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ ୧୬୫ ଟଙ୍କା ରାଜ୍ୟ ସରକାର ବହନ କରିବେ ।
  • ୧୮ ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଂଚୟ ଜମାଖାତାଧାରୀ ମାନଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୂର୍ଘଟଣା ଜନିତ ବୀମାର ବ୍ୟବସ୍ଥା ଅଛି । ଏଥିପାଇଁ ଧାର୍ଯ୍ୟ ବାର୍ଷିକ ୧୨ ଟଙ୍କା ପ୍ରିମିୟମ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ ୬ ଟଙ୍କା ରାଜ୍ୟ ସରକାର ବହନ କରିବେ ।

ଉଲ୍ଲେଖଯୋଗ୍ୟ ଯେ ୫୧ ରୁ ୭୦ ବର୍ଷ ବୟସ ମଧ୍ୟରେ ଥିବା ସଂଚୟ ଜମା ଖାତାଧାରୀ ମାନଙ୍କୁ ଉପରସ୍ଥ ପ୍ରଦତ୍ତ ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁବିଧା ନିମନ୍ତେ ସମୁଦାୟ ବାର୍ଷିକ ୧୨ ଟଙ୍କା ପ୍ରିମିୟମ ଦେୟକୁ ରାଜ୍ୟ ସରକାର ବହନ କରିବେ ।

ପ୍ରଶ୍ନ -୮  କାଳିଆ ଯୋଜନାରେ ଫସଲ ଋଣ ବିନା ସୁଧରେ ଦେବାର ବ୍ୟବସ୍ଥା ଅଛି କି ?

ଉତ୍ତର : କାଳିଆ ଯୋଜନାରେ ଫସଲ ଋଣ ବିନା ସୁଧରେ ଦେବାର ବ୍ୟବସ୍ଥା ଅଛି, ଖରିଫ ୨୦୧୯ ବର୍ଷ ଠାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ପ୍ରଦାନ  କରାଯିବା ପାଇଁ କାଳିଆ ଯୋଜନାରେ ବ୍ୟବସ୍ଥା କରାଯାଇଛି ।

ପ୍ରଶ୍ନ -୯ କାଳିଆ ଯୋଜନାରେ କେଉଁ ସହାୟତା କେଉଁ ବର୍ଗର ଚାଷୀ ପାଇବେ ?

ଉତ୍ତର :

  • ରାଜ୍ୟର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ଚାଷ କାର୍ଯ୍ୟ ପାଇଁ ମୋଟ ୨୫,୦୦୦ ଟଙ୍କାର ସହାୟତା ରାଶି ୫ ଗୋଟି ଫସଲ ଋତୁରେ ୨୦୧୮-୧୯ ରବି ଋତୁ ଠାରୁ ୫ଟି କିସ୍ତିରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।
  • ଭୂମିହୀନ କୃଷି ପରିବାର ଶ୍ରମିକମାନେ କାଳିଆ ଯୋଜନାର ଜୀବିକା ନିର୍ବାହ ସହାୟତାରେ ଆନୁସଙ୍ଗିକ କୃଷି କାର୍ଯ୍ୟ ପାଇଁ ୧୨,୫୦୦ ଟଙ୍କା ପାଇବେ ।
  • ଯେଉଁ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ତଥା କୃଷି ପରିବାରର ଚାଷୀ ବାଦ୍ଧକ୍ୟ, ଅକ୍ଷମତା କିମ୍ବା ରୋଗ ଦ୍ଵାରା ଆକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ ସେମାନଙ୍କ ପରିବାରର ଜୀବିକା ନିର୍ବାହ ପାଇଁ କାଳିଆ ଯୋଜନାରେ ଏକକାଳୀନ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପାଇପାରିବେ ।

ଉପରୋକ୍ତ ତିନୋଟି ଆର୍ଥିକ ସହାୟତା ମଧ୍ୟରୁ ଜଣେ ହିତାଧିକାରୀ ଯୋଗ୍ୟତା ଭିତିରେ ମାତ୍ର ଗୋଟିଏ ସହାୟତା ପାଇବାକୁ ସମର୍ଥ ହେବେ ।

କାଳିଆ ଯୋଜନାରେ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକମାନଙ୍କ ନିମନ୍ତେ ଜୀବନବୀମା ତଥା ଦୁର୍ଘଟଣା ଜନିତ ବୀମା ସହାୟତା ସହ ସୁଧବିହିନ ଫସଲ ଋଣ ନେଉଥିବା ଚାଷୀମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ।

ପ୍ରଶ୍ନ -୧୦ କୃଷି ପରିବାର କହିଲେ କଣ ବୁଝାଏ ?

ଉତ୍ତର : ଗୋଟିଏ କୃଷି ପରିବାର କହିଲେ କୃଷକ ତାଙ୍କର ସ୍ତ୍ରୀ ବା ସ୍ଵାମୀ ଏବଂ ତାଙ୍କ ଉପରେ ନିର୍ଭରଶୀଳ ସନ୍ତାନ ସନ୍ତତିଙ୍କୁ ବୁଝାଇଥାଏ।

ପ୍ରଶ୍ନ-୧୧ ଜଣେ ସରକାରୀ ବା ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ ଅଥବା ଅବସରପ୍ରାପ୍ତ କର୍ମଚାରୀ ଏହି ଯୋଜନାର ସୁବିଧା ପାଇବେ କି ?

ଉତ୍ତର : ଜଣେ କାର୍ଯ୍ୟରତ ବା ଅବସରପ୍ରାପ୍ତ କେନ୍ଦ୍ର । ରାଜ୍ୟ କିମ୍ବା ସରକାରୀ ଉଦ୍ୟୋଗର କର୍ମଚାରୀ ଏହି ଯୋଜନାରେ ମିଳୁଥିବା ସୁବିଧା ପାଇବାରୁ ବାଦ୍ ପଡ଼ିବେ ।

ପ୍ରଶ୍ନ -୧୨ ଜଣେ ଆୟକର ଦେଉଥୁବା କୃଷକ ବା ତାଙ୍କର ସ୍ଵାମୀ କିମ୍ବା ସ୍ତ୍ରୀ ଏହି ଯୋଜନାରେ ମିଳୁଥିବା ସୁବିଧା ପାଇବାକୁ ଯୋଗ୍ୟ ହେବେ କି ?

ଉତ୍ତର : ଏହି ଶ୍ରେଣୀର କୃଷକମାନେ କାଳିଆ ଯୋଜନାର ସହାୟତା ପାଇବା ପାଇଁ ଯୋଗ୍ୟ ହେବେ ନାହିଁ । ଚିଠା ତାଲିକାରୁ ସେମାନଙ୍କର ନାମ ବାଦ୍ ଦିଆଯିବ।

ପ୍ରଶ୍ନ -୧୩ ଜଣେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ନାମ ହିତାଧିକାରୀ ତାଲିକାରେ ଅଛି ନା ନାହିଁ ତାହା ସେ କିପରି ଜାଣିବେ?

ଉତ୍ତର : ପ୍ରତି ଗ୍ରାମ ପଞ୍ଚାୟତ ଏବଂ ପ୍ରାଥମିକ କୃଷି ସମବାୟ ସମିତି (Primary Agricultural Cooperative Societies-PACS) ମାଧ୍ୟମରେ ୩ଟି ପର୍ଯ୍ୟାୟରେ ହିତାଧିକାରୀ ଚାଷୀମାନଙ୍କ ଚିଠା ତାଲିକା ପ୍ରକାଶିତ ହେବ । ୨୦୧୯ ମସିହା ଜାନୁଆରୀ ମାସ ପ୍ରଥମ ସପ୍ତାହ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ଚାଷୀମାନଙ୍କ ଚିଠା ତାଲିକା ପ୍ରକାଶ କରାଯିବ। ପ୍ରାଥମିକ କୃଷି ସମବାୟ ସମିତି ଏବଂ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀମାନେ ନିଜ ନିଜର ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି କି ନାହିଁ, ତାହା ଦେଖିପାରିବେ । ସେହିଭଳି ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟ ହିତାଧିକାରୀ ଚାଷୀମାନଙ୍କ ଚିଠା ତାଲିକା ଯଥାକ୍ରମେ ୨୦୧୯ ମସିହା ଫ୍ରେବୃୟାରୀ ଓ ମାର୍ଚ୍ଚ ମାସରେ ପ୍ରକାଶ ପାଇବ ।

ପ୍ରଶ୍ନ -୧୪ ଯଦି ଚିଠା ତାଲିକାରେ ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ନଥିବ ତେବେ ସେ କଣ ପଦକ୍ଷେପ ନେବେ ?

ଉତ୍ତର : ଯଦି ହିତାଧିକାରୀଙ୍କ ନାମ ଚିଠା ତାଲିକାରେ ନଥିବ ତେବେ ନିଜ ନାମକୁ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଗ୍ରାମପଞ୍ଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତି (PACS)ରେ ମିଳୁଥିବା ସବୁଜ ଫର୍ମ ପୂରଣ କରି PACSରେ ଥିବା ଡ୍ରପବକ୍ସରେ ଏହି ଫର୍ମକୁ ପକାଇବେ ।

ପ୍ରଶ୍ନ -୧୫ ହିତାଧିକାରୀ ଚିଠା ତାଲିକାରେ ଯଦି ଜଣେ କେନ୍ଦ୍ର ବା ରାଜ୍ୟ ବା ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ କର୍ମଚାରୀଙ୍କ ନାମ ଏବଂ ଆୟକର ଦେଉଥୁବା ଚାଷୀ କିମ୍ବା ତାଙ୍କର ସ୍ଵାମୀ ଅଥବା ସ୍ତ୍ରୀଙ୍କ ନାମ ରହିଥିବ, ତେବେ ସେ ଚିଠା ତାଲିକାରୁ ନାମ ବାଦ୍ ଦେବାପାଇଁ କଣ ପଦକ୍ଷେପ ନେବେ ?

ଉତ୍ତର : ଗ୍ରାମ ପଞ୍ଚାୟତ ଅଫିସ୍ କିମ୍ବା ପ୍ରାଥମିକ କୃଷି ସମବାୟ ସମିତି (PACS)ରେ ମିଳୁଥିବା ନାଲି ଫର୍ମକୁ ପୂରଣ କରି ନିଜ ନାମକୁ ଚିଠା ତାଲିକାରୁ ବାଦ୍ ଦେବା ପାଇଁ PACSରେ ରଖାଯାଇଥିବା ଡ୍ରପ୍ ବାକ୍ସରେ ସେମାନେ ଏହି ଫର୍ମକୁ ପକାଇବେ ।

ପ୍ରଶ୍ନ -୧୬ ୨୦୧୮-୧୯ ରବି ଋତୁ ଠାରୁ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏହି ଯୋଜନାରେ ଚାଷ କାର୍ଯ୍ୟ ପାଇଁ ସହାୟତା ପାଇ ପାରିବେ କି ?

ଉତ୍ତର : ସହାୟତା ପାଇ ପାରିବେ, ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ୨୦୧୮-୧୯ ରବି ଋତୁରୁ ଚାଷ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ପାଇବେ।

ପ୍ରଶ୍ନ-୧୭ ଚାଷୀମାନଙ୍କୁ ଚାଷ ପାଇଁ ସହାୟତା ଯୋଜନାରେ ଦିଆଯାଉଥିବା ଆର୍ଥିକ ସହାୟତା କିପରି ଭାବରେ ସେମାନଙ୍କୁ ପ୍ରଦାନ କରାଯିବ ?

ଉତ୍ତର : ଏହି ଯୋଜନାର ସହାୟତା ରାଶି କୃଷି ପରିବାର ନାମରେ ଥିବା ଚାଷୀଙ୍କ ଜମା ଖାତାକୁ ସିଧାସଳଖ ପଠାଇ ଦିଆଯିବ।

ପ୍ରଶ୍ନ-୧୮ ‘କାଳିଆ’ ଯୋଜନା ବିଷୟରେ ଚାଷୀମାନେ କିପରି ସୂଚନା ପାଇବେ ଏବଂ ଅଭିଯୋଗ ପଞ୍ଜିକରଣ କରିପାରିବେ? ଏଥିପାଇଁ କୌଣସି ହେଲ୍ପଲାଇନ ବ୍ୟବସ୍ଥା ଅଛି କି ?

ଉତ୍ତର : ଚାଷୀମାନେ ସୂଚନା ପାଇବା ଏବଂ ଅଭିଯୋଗ ପଞ୍ଜିକରଣ କରିପାରିବେ, ‘କାଳିଆ’ ହେଲ୍ପଲାଇନ୍ ନାମରେ ଏକ ହେଲ୍ପଲାଇନ ନିମ୍ନ ପ୍ରଦତ୍ତ ଟେଲିଫୋନ ନମ୍ବରରେ ସଂଯୋଗ କରାଯାଇଛି । ଜଣେ ଚାଷୀ ଏହି ହେଲ୍ପଲାଇରେ ଫୋନ୍ କରି ‘କାଳିଆ’ ଯୋଜନା ସମ୍ବନ୍ଧରେ ସୂଚନା ପାଇପାରିବେ । ସେ ମଧ୍ୟ ଏହି ହେଲ୍ପଲାଇନରେ ନିଜର ଅଭିଯୋଗକୁ ପଞ୍ଜିକରଣ କରିପାରିବେ । ଏହି ଫୋନ ନମ୍ବରଟି ହେଉଛି – ୧୮୦୦୫୭୨୧୧୨୨।

ପ୍ରଶ୍ନ -୧୯ କାଳିଆ ବାର୍ତ୍ତା କ’ଣ ?

ଉତ୍ତର : “କାଳିଆ ବାର୍ତ୍ତା” ହେଉଛି ରାଜ୍ୟ ସରକାରଙ୍କ ଦ୍ଵାରା ସୂଚନା ସେବାର ଏକ ବ୍ୟବସ୍ଥା, ଏହା କାଳିଆ ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଚାଷୀମାନଙ୍କୁ ପ୍ରଦାନ କରିବାରେ ସହାୟ ହେବ । କୌଣସି ବ୍ୟକ୍ତି ବିଶେଷ ଯଦି କାଳିଆ ଯୋଜନା ସମ୍ବନ୍ଧରେ ଜାଣିବାକୁ ଚାହିଁବେ ତେବେ ଟେଲିଫୋନ ନମ୍ବର ୦୮୦୬୧୧୭୪ ୨୨୨କୁ ଏକ ମିସ୍ କଲ କରି ‘କାଳିଆ ବାର୍ଭା’ରେ ତାଙ୍କ ନାମ ପଞ୍ଜିକରଣ କରିବେ। ମିସ୍ କଲ ଦେଲା ପରେ ଆପେ ଆପେ ସରକାରଙ୍କ ପାଖରେ ତାଙ୍କ ନାମ ପଞ୍ଜିକୃତ ହୋଇଯିବ। ପରବର୍ତ୍ତୀ ସମୟରେ ‘କାଳିଆ’ ଯୋଜନାର ସମସ୍ତ ତଥ୍ୟ ତାଙ୍କ ମୋବାଇଲ ଫୋନ୍‌ନମ୍ବରକୁ ଏସ୍.ଏମ୍.ଏସ୍. ଏବଂ ଭଏସ୍ କଲ ମାଧ୍ୟମରେ ପଠାଯିବ।

ପ୍ରଶ୍ନ-୨୦ ହ୍ଵାଟସ ଆପ୍ ମାଧ୍ୟମରେ ଜଣେ ଚାଷୀ ସୂଚନା ପାଇ ପାରିବେ କି ?

ଉତ୍ତର : ହଁ, ହ୍ଵାଟସ ଆପ୍ ମାଧ୍ୟମରେ ମଧ୍ୟ ଜଣେ ଚାଷୀ ସୂଚନା ପାଇ ପାରିବେ । ଏଥିପାଇଁ କାଳିଆ ୱେବସାଇଟରେ ଚାଷୀ ତାଙ୍କର ମୋବାଇଲ ଫୋନ ନମ୍ବରଟି ପଞ୍ଜିକରଣ କରିବା ଆବଶ୍ୟକ । ଏହି ୱେବସାଇଟ୍ ହେଉଛି www.kalia.co.in । ଜଣେ ଚାଷୀ ଏହି ୱେବସାଇଟକୁ ଯାଇ କାଳିଆ ଯୋଜନା ସମ୍ବନ୍ଧରେ ଅଧିକ କିଛି ଜାଣିବାକୁ ସକ୍ଷମ ହେବେ । ଏହି ପ୍ରକ୍ରିୟା ୨୦୧୯ ମସିହା ଜାନୁୟାରୀ ମାସ ୪ ତାରିଖରୁ କାର୍ଯ୍ୟକାରୀ ହେବ।

ପ୍ରଶ୍ନ -୨୧ କାଳିଆ ଯୋଜନା ସମ୍ବନ୍ଧରେ ସଚେତନତା ଏବଂ ସହାୟତା ବଣ୍ଟନ ପାଇଁ କିଛି ସ୍ଵତନ୍ତ୍ର କ୍ୟାମ୍ପ ଆୟୋଜନର ବ୍ୟବସ୍ଥା ଅଛି କି ?

ଉତ୍ତର : ହଁ, ଗ୍ରାମପଞ୍ଚାୟତ ସ୍ତରରେ ୨୦୧୯ ଜାନୁଆରୀ ୧୫ ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁଥିବା ‘ପିଠା’ କାର୍ଯ୍ୟକ୍ରମ ମାଧ୍ୟମରେ କାଳିଆ ଯୋଜନା ସମ୍ପର୍କରେ ଚାଷୀ ଭାଇମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏହି “ ପିଠା” କାର୍ଯ୍ୟକ୍ରମ ୨୦୧୯ ଫ୍ରେବୃୟାରୀ ୧୫ ରୁ ୨୦ ଏବଂ ମାର୍ଚ୍ଚ ୧୫ ରୁ ୨୦ ତାରିଖ ମଧ୍ୟରେ ମଧ୍ୟ ଅନୁଷ୍ଠିତ ହେବ । “ପିଠା” କାର୍ଯ୍ୟକ୍ରମ ସମୟରେ କ୍ଷୁଦ୍ର ଓ ନାମମାତ୍ର ଯୋଗ୍ୟ ଚାଷୀମାନଙ୍କୁ ଚାଷ କାର୍ଯ୍ୟ ପାଇଁ ଆର୍ଥିକ ସହାୟତାର ଚିଠି ହସ୍ତାନ୍ତର କରାଯିବ ।

ଏସ୍.ଏମ୍.ଏସ୍. (SMS) ଜରିଆରେ କୃଷକଙ୍କୁ ସୂଚନା ପ୍ରଦାନ

  • କାଳିଆ ଯୋଜନା ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଏବଂ ବୃଦ୍ଧ ଓ ଅସମର୍ଥଙ୍କୁ କୃଷିପାଇଁ ଆର୍ଥିକ ସହାୟତା ଦିଆଯିବ। ଏଥିସହିତ ଚାଷୀ ଓ ଭୁମିହୀନ ପରିବାରଙ୍କୁ ଜୀବନବୀମା ଓ ଦୁର୍ଘଟଣାଜନିତ ବୀମା ସହୟତା ଏବଂ ସୁଧମୁକ୍ତ ଋଣ ପ୍ରଦାନ କରାଯିବ।
  • କାଳିଆ ଯୋଜନା ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏହି ସହାୟତା ରାଶି ୨୦୧୮-୧୯ ରବି ଋତୁ ଠାରୁ ୫ ଟି କିସ୍ତିରେ ୫ଟି ଫସଲ ଋତୁ ପାଇଁ ପ୍ରଦ ନ କରାଯିବ।
  • କାଳିଆ ଯୋଜନାର ଫଚାୟତରି ହିତାଧିକାରୀମାନଙ୍କ ଚିଠା ତାଲିକା ପ୍ରତି ଗ୍ରାମ ପଞ୍ଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତି / ଲ୍ୟାମ୍ପସ କାର୍ଯ୍ୟାଳୟରେ ୨୦୧୯, ଜାନୁୟାରୀ ୨ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରକାଶିତ ହେବା ଉକ୍ତ ଚିଠା ତାଲିକାରେ ହିତାଧିକାରୀଙ୍କ ନାମ ନଥିଲେ ସବୁଜ ଫର୍ମ ଏବଂ ନିଜ ନାମକୁ ବାଦ୍ ଦେବାକୁ ହେଲେ ନାଲି ଫର୍ମ ପୂରଣ କରି ପ୍ରାଥମିକ କୃଷି ସମବାୟ ସମିତି । ଲ୍ୟାମ୍ପସରେ ଥିବା ଡ୍ରପବକ୍ସରେ ପକାନ୍ତୁ ।
  • କାଳିଆ ଯୋଜନା ବିଷୟରେ ଜାଣିବା ପାଇଁ ଚାଷୀଭାଇ ଆସନ୍ତା ଜାନୁୟାରୀ ଓ ଫ୍ରେବୃୟାରୀ ମାସର ୧୫ ରୁ ୨୦ ତାରିଖ ମଧ୍ୟରେ ଗ୍ରାମ ପଞ୍ଚାୟତସ୍ତରରେ ପୀଠା କ୍ୟାମ୍ପରୁ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ । ପୀଠା କ୍ୟାମ୍ପରୁ  ଓଡିଶା ସରକାରଙ୍କ ପ୍ରଦତ ଚିଠି ଗ୍ରହଣ କରନ୍ତୁ ।
  • କାଳିଆ ଯୋଜନା ହେଲପଲାଇକୁ ଟେଲିଫୋନ ନଂ ୧୮୦୦ ୫୭୨ ୧୧୨୨ରେ ସଂଯୋଗ କରି ସୂଚନା ସଂଗ୍ରହ କରନ୍ତୁ । ଟେଲିଫୋନ ନଂ ୦୮୦୬୧୧୭୪ ୨୨୨କୁ ମିସ୍ କଲ କରି କାଳିଆବାର୍ତ୍ତା ସୂଚନାସେବାରୁ ତଥ୍ୟ ପାଆନ୍ତୁ ।
  • କାଳିଆ ଯୋଜନା ହେଲ୍ପଲାଇନଙ୍କୁ ଟେଲିଫୋନ ନଂ ୧୮୦୦ ୫୭୨ ୧୧୨୨ ରେ ସଂଯୋଗ କରି ସୂଚନା ସଂଗ୍ରହ କରନ୍ତୁ । ଟେଲିଫୋନ ନଂ ୦୮୦୬୧୧୭୪ ୨୨୨ କୁ ମିସ୍ କଲ କରି କାଳିଆବାର୍ତ୍ତା ସୂଚନାସେବାରୁ ତଥ୍ୟ ପାଆନ୍ତୁ ।
  • କାଳିଆ ଯୋଜନା ମାଧ୍ୟମରେ ପ୍ରଦାନ କରିବାକୁ ଥିବା ସମସ୍ତ ଆର୍ଥିକ ସହାୟତା ହିତାଧିକାରୀ କୃଷକ ପରିବାରଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ପଠାଇ ଦିଆଯିବ। ଏହାଦ୍ୱାରା ଟଙ୍କା ଦେଣନେଣରେ ସ୍ୱଚ୍ଛତା ଆସିପାରିବ।

ଆଧାର - "କାଳିଆ", ଓଡିଶା ସରକାର ୱେବପୋର୍ଟାଲ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate