ହୋମ / କୃଷି / ନୀତି ଓ ଯ଼ୋଜନା / କୃଷି ଉଦ୍ୟୋଗୀ ଯୋଜନା
ସେଆର କରନ୍ତୁ

କୃଷି ଉଦ୍ୟୋଗୀ ଯୋଜନା

କୃଷି ଉଦ୍ୟୋଗୀ ଯୋଜନା ର ସୂଚନା

ବ୍ୟବସାୟିକ  କୃଷି ଉଦ୍ୟୋଗୀ ଯୋଜନା

ଦେଶରେ ଦ୍ରୁତଗତିରେ ବଢୁଥିବା ଜନସଂଖ୍ୟା ପାଇଁ ବିଭିନ୍ନ ମୌଳିକ ଅବଶ୍ୟାକତାଗୁଡିକର ଚାହିଦା ମଧ୍ୟ ବଢୁଛି । କୃଷିଜାତ ଦ୍ରବ୍ୟ,ଖାଦ୍ୟ,ପ୍ରଣାଳୀ ଖାଦ୍ୟ ପଦାର୍ଥ ଗୁଡିକର ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି ।ତେବେ ଜନସଂଖ୍ୟା ର ଦ୍ରୁତ ଅଭିବୃଦ୍ଧି ସହ ତାଳମିଳାଇ କ୍ଷୁଦ୍ର ବା ମଧ୍ୟମ ବର୍ଗ ର ଉତ୍ପପାଦନକରୀ ମାନେ ସେମାନଙ୍କ ଉତ୍ପାଦନକୁ ବଢାଇ ପାରୁନାହାନ୍ତି।ଏ ପରିପ୍ରେକ୍ଷୀରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବଡ ବଡ ଫାର୍ମ ପ୍ରତିଷ୍ଠା କରି ଉତ୍ପପାଦନ ବୃଦ୍ଧି  କରିବାକୁ ସରକାର ବ୍ୟବସାୟିକ କୃଷି ଉଦ୍ୟୋଗୀ ଯୋଜନା (ସିଏ ଇ) ଯୋଜନାର ଶୁଭାରମ୍ଭ କରିଛନ୍ତି । ୧.୪.୨୦୧୩ ମସିହା କୃଷିନୀତିରେ ସିଏଇ ଯୋଜନା କାର୍ଯ୍ୟକାରୀ କରାଯାଇଛି ।ଏହି ଯୋଜନା ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବଡ ଆକାରରେ ଅଧିକ ଉତ୍ପ।ଦନ କ୍ଷମ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଆଗ୍ରହୀ ବ୍ୟକ୍ତିବିଶେଷ ବା ଅନୁଷ୍ଠାନଗୁଡିକୁ ସରକାରଙ୍କ ତରଫରୁ ରାଷ୍ଟ୍ରାୟତ ବ୍ୟାଙ୍କ ମାଧ୍ୟମରେ ରୁଣ ବ୍ୟବସ୍ଥା କରିବା ସହ ସେମାନଙ୍କୁ ମୂଳଧନ ଉପରେ ରିହାତି ବ୍ୟବସ୍ଥା ମଧ୍ୟ କରାଯାଇଛି ।

ମୂଳଲକ୍ଷ୍ୟ

  1. ବିଭିନ୍ନ କୃଷି ଓ ଆନୁଷଙ୍ଗିକ ଉତ୍ପାଦର ଉତ୍ପାଦନ ଓ ଗୁଣବ ।ତଥା ମାନ ବୃଦ୍ଧି କରିବା ।
  2. ସରକାରୀ ସହାୟତା ତଥା ରିହାତି ମାଧ୍ୟମରେ ବଡ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ପ୍ରଦାନ କରି ଆଗ୍ରହୀ ବ୍ୟକ୍ତି ତଥା ଅନୁଷ୍ଠାନର ମନୋବଳ ବୃଦ୍ଧି କରିବା ।
  3. ବଡ ଫାର୍ମ ପ୍ରତିଷ୍ଠା ଦ୍ଵାରା ଦେଶର ଯୁବକ ଯୁବତୀଙ୍କ ପାଇଁ ସ୍ଵବଲମ୍ବୀ ହେବା ପାଇଁ ପଥ ପ୍ରଦର୍ଶନ କରାଯାଇପାରିବ ତଥା ସେମାନେ ଆତ୍ମନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ନିଜ ଫାର୍ମରେ ଅନ୍ୟମାନଙ୍କ ପାଇଁ କାମ କରିବାକୁ ସୁଯୋଗ ସୃଷ୍ଟି କରିପାରିବ ।

ହିତାଧିକାରରୀ

  1. ଯେକୌଣସି ଲୋକ ଯିଏକି ଭାରତୀୟ ନାଗରିକ ହୋଇଥିବେ ,ଏହି ଯୋଜନାରେ ସାମିଲ ହୋଇପାରିବେ ।
  2. ଯେକୌଣସି ବ୍ୟକ୍ତି ବିଶେଷ ଜଣେ,କିମ୍ବା କେତେଜଣ ମିଶି ଏକ ସଂଘବଦ୍ଧ ଭାବରେ ,କିମ୍ବା ସ୍ବୟନ ସହାୟକ ଗୋଷ୍ଠୀ ,ବେସରକାରୀ ଅନୁଷ୍ଠାନ ଇତ୍ୟାଦି ଏହି ଯୋଜନାରେ ଲାଭ ପାଇପାରିବେ।
  3. ଜଣେ ବ୍ୟକ୍ତି ପୂର୍ବରୁ ଏହି ଯୋଜନାରେ ସୁଫଳ ପାଇଥିଲେ,ଅନ୍ତତଃ ପକ୍ଷେ ଆଉ ପାଞ୍ଚବର୍ଷ ପରେ ପୁନଃ ଏହି ଯୋଜନାରେ ସାମିଲ ହୋଇପାରିବେ । ଯଦି ସେ ସଂପୂର୍ଣ୍ଣ ରୁଣ ପରିଶୋଧ କରିଥିବେ ।
  4. ପୁରୁଷ ଓ ସ୍ତ୍ରୀ ଉଭୟ ଏହି ଯୋଜନାରେ ସାମିଲ ହୋଇପାରିବେ।

ରୂପରେଖ

କୃଷି ବିଭାଗ ଏହି ଯୋଜନାର ମୁଖ୍ୟ ଉପଦେଷ୍ଠା ତଥା ମୁଖ୍ୟ ଅନୁଷ୍ଠାନ ଅଟେ। ତେବେ ପ୍ରତି ଜିଲ୍ଲାସ୍ତରରେ କୃଷି ଉପନିର୍ଦ୍ଦେଶକ ତଥା ଜିଲ୍ଲା କୃଷି ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଏହି ଯୋଜନାର ସଫଳ ରୂପାଯନ ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରିଥାନ୍ତି। ଯେପରି ସିଏଇ ଯୋଜନାରେ କୌଣସି ଇଚ୍ଛୁକ ବ୍ୟକ୍ତି କୁକୁଡା ଫାର୍ମ କିମ୍ବା କୁକୁଡା ଚିଆଁ ଉତ୍ପପାଦନ କେନ୍ଦ୍ର କରିବାକୁ ଚାହିଁଲେ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ୍ସା ଅଧିକାରୀ ଏ ବିଷୟରେ ବିହିତ ପଦକ୍ଷେପ ଗ୍ରହଣ କରିବେ ।ମୋଟ ୬୩ ପ୍ରକାର ପ୍ରକଳ୍ପ ଏହି ଯୋଜନାରେ ସାମିଲ କରାଯାଇଛି । କୃଷିଭିତ୍ତିକ,ପ୍ରଣିପାଳନ ଭିକ,ମାଛ ଚାଷ ଭିକ ,ଉଦ୍ୟାନ ଚାଷ ଭିତ୍ତିକ ଉତ୍ପପଦନକ୍ଷମ ଫାର୍ମ ମାନ ତଥା ଉତ୍ପ।ଦିତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ମଧ୍ୟ ପ୍ରକଳ୍ପଗୁଡିକୁ ଏହି ଯୋଜନାରେ ସାମିଲ କରାଯାଇଛି ।ଯୋଜନାର ନିୟମ ମୁତବକ ସମ୍ପୂର୍ଣ ଅଟକଳ ପରିମାଣ ଅତିକମ୍ରେ ୧୦ ଶତକଡା ଟଙ୍କା ବାର୍ଷିକ ଆୟ ଭାବରେ ଉଦ୍ୟୋଗୀକୁ ମିଳିବା ଆବଶ୍ୟକ ।ଚାଷ ଜାତୀୟ ବ୍ୟବସାୟ ଯଥା ଅଳ୍ପଦିନିଆ ଧ୍ହାନଚାଷ ବା ଅନ୍ୟାନ୍ୟ ଚାଷ ,ବିହନ ଉତ୍ପ।ଦନ,ଅମୃତଭଣ୍ଡା ଚାଷ ,କଦଳୀ ଚାଷ ଆଦି କୃଷିଭିତିକ କାର୍ଯ୍ୟକୁ  ଏହି ଯୋଜନାରେ ସାମିଲ କରାଯାଇ ନାହିଁ।ଏହି ଯୋଜନା ମାଧ୍ୟମରେ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ୬୩ ଟି ପ୍ରକଳ୍ପ ଗୁଡିକର ଯଦି କୌଣସି ଟି ପ୍ରକଳ୍ପ ପୂର୍ବରୁ ଆଂଶିକଭାବେ  ଆରମ୍ଭ ହୋଇଥାଏ କିମ୍ବା ପ୍ରକଳ୍ପଟିକୁ ଅଧିକ ବଢାଇବାକୁ ଦରକାର ହୋଇଥାଏ,ତେବେ ଏହି ଯୋଜନାରେ ସରକାରୀ ସହାୟତା ମିଳିପାରେ ।

ରିହାତି

ଏହି ଯୋଜନାରେ ଶତକଡା ୫୦ ଭାଗ ପର୍ଯ୍ୟନ୍ତ ରିହାତିର ସୁବିଧ୍ହ ରହିଅଛି ।ତେବେ ସ୍ବୟନ ସହାୟକ ଗୋଷ୍ଠୀ ,ବେସରକାରୀ ସଂସ୍ଥା ,ବେସରକାରୀ କମ୍ପାନୀଗୁଡ଼ିକୁ ଅଟକର ୪୦% ରିହାତି ମିଳିପାରିବ ଯାହାକି ୭୫% ଲକ୍ଷ୍ୟ ପର୍ଯ୍ୟନ୍ତ ସୀମିତ । ସେହିପରି ଅନୁସୂଚିତ ଜାତି ଓ ଉପଜାତି ,ସ୍ତ୍ରୀ ଲୋକ ,କୃଷି ବା ଆନୁଷଙ୍ଗିକ ବିଭାଗରେ ସ୍ନାତକ ଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ରିହାତିର ପରିମାଣ ୫୦% ଯାହାକି ୭୫ ଲକ୍ଷ୍ୟ ପର୍ଯ୍ୟନ୍ତ ସୀମିତ।ଅତଏବ ଏହି ଯୋଜନାରେ ଆବଶ୍ୟକ ଜମି ବା ଭୂମିକୁ ଛାଡି ଅନ୍ୟାନ୍ୟ ଖର୍ଚ୍ଚ ଉପରେ ରିହାତିର ବ୍ୟବସ୍ଥା ରହିଅଛି ଏବନ ସର୍ବାଧିକ ରିହାତି ୭୫% ଲକ୍ଷ୍ୟ ରଖାଯାଇଛି ।

ରୁଣ ପ୍ରଦାନକାରୀ ଉଦ୍ୟୋଗ

ଯେକୌଣସି ରାଷ୍ଟ୍ରାୟତ ବ୍ୟାଙ୍କ ମାଧ୍ୟମରେ ରୁଣ ମିଳିପାରିବ। ତେବେ ନିୟମ ଅନୁଯାୟୀ ହିତାଧିକାରୀଙ୍କୁ ମୋଟ ଅଟାକଳର କିଛି ଅଂଶ ଜମା କରିବାକୁ ପଡିପାରେ ।

ସଫଳ ରୂପାୟନ

ଆଗ୍ରହୀ ପ୍ରାର୍ଥିମାନଙ୍କୁ ପ୍ରଥମେ ଇଣ୍ଟର୍ନେଟ ରେ ପଞ୍ଜୀକରଣ କରିବାକୁ ହୁଏ।ପଞ୍ଜୀକରଣ ପୂର୍ବରୁ ନିଜର ଫଟୋ,ଆଧାର କାର୍ଡ, ଭୋଟ ପରିଚୟ ପାତ୍ର,ବ୍ୟାଙ୍କ ଜମା ଖାଦ୍ୟ ଓ ଯେଉଁ ଜମିରେ ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହେବ,ସେହି ଯାମୀପଟ ଆଦି ଦରକାର ଅଟେ। ନିର୍ର୍ନୟ କରାଯାଇଥିବା ପ୍ରକଳ୍ପ ପାଇଁ ସମ୍ପୂର୍ଣ ପ୍ରକଳ୍ପ ଅତକଲାଟିଏ ପ୍ରାପ୍ତ କରିବାକୁ ହୁଏ।ଯାହାକି ଜଣେ ଅଭିଜ୍ଞ ଅଧିକାରୀ କିମ୍ବା ସରକାରୀ ସଂସ୍ଥାର ଅଧିକାରୀ ଯିଏକି  ଇଚଓଊଦଙ୍ଖ ଦ୍ଵାରା ସ୍ୱୀକୃତିପ୍ରାପ୍ତ ହୋଇଥିବେ, ତାଙ୍କଠାରୁ ଆଣିବାକୁ ହୁଏ। ଏବଂ ଏହାକୁ ବିଭାଗୀୟ ଜିଲା ମୁଖ୍ୟଙ୍କ ଠାରେ ପୋଇଥା କରିବାକୁ ହୁଏ।ବିଭାଗୀୟ ମୁଖ୍ୟ ଏହି ପ୍ରକଳ୍ପ ଅଟକଳଟିକୁ ଜିଲ୍ଲାସ୍ତରୀୟ ଅନୁମୋଦନକାରୀ କମିଟି ମାଧ୍ୟମରେ ଗୃହିତ କରିଥାନ୍ତି ଓ ତାପରେ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ମିଳିଥାଏ।କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ପାଇବା ପରେ ୨ ବର୍ଷ ମଧ୍ୟରେ ପ୍ରକଳ୍ପଟି କୁ କାର୍ଯ୍ୟକ୍ଷମ କରାଇବାକୁ ପଡେ ।ଯଦି ୨ ବର୍ଷ ମଧ୍ୟରେ ପ୍ରକଳ୍ପଟି କୁ କାର୍ଯ୍ୟକ୍ଷମ ନ ହୁଏ,ତେବେ ରିହାତି ମିଳିବା ସମ୍ଭବ ହୋଇନଥାଏ।ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ସମସ୍ତେ କାଗଜପାତ୍ର ,ଅଟାକଳ ବିଲ ଓ ଖର୍ଚ୍ଚ ବିଲ ଇତ୍ଯାଦିକୁ ନେଇ ବିଭାଗୀୟ ଜିଲ୍ଲା ମୁଖ୍ୟଙ୍କୁ ଦେବା ସହ ରିହାତି ପାଇଁ ଆବେଦନ କରିବାକୁ ହୁଏ।ଜିଲ୍ଲା ମୁଖ୍ୟ ଏହି ପ୍ରକଳ୍ପ ଅଟକଳଟିକୁ ଜିଲ୍ଲା ସ୍ତରୀୟ ଅନୁମୋଦନକାରୀ କମିଟି ମାଧ୍ୟମରେ ଗୃହିତ କରିଥାନ୍ତି ଓ ତାପରେ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ମିଳିଥାଏ ।କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ପାଇବା ପରେ ୨ ବର୍ଷ ମଧ୍ୟରେ ପ୍ରକଳ୍ପ ଟି କୁ କାର୍ଯ୍ୟକ୍ଷମା କରାଇବାକୁ ପଡେ ।ଯଦି ୨ ବର୍ଷ ମଧ୍ୟରେ ପ୍ରକଳ୍ପ ଟି କୁ କାର୍ଯ୍ୟକ୍ଷମ କରାଇବାକୁ ଅନୁମତି ପାଇବା ପରେ ୨ ବର୍ଷ  ମଧ୍ୟରେ ପ୍ରକଳ୍ପଟିକୁ କର୍ଜୟକ୍ଷମ ନ ହୁଏ,ତେବେ ରିହାତି ମିଳିବା ସମ୍ଭବ ହୋଇନଥାଏ। ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହୁଏ। ତେବେ ରିହାତି ମିଳିବା ସମ୍ଭବ ହୋଇନଥାଏ।ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ସମସ୍ତ କାଗଜପାତ୍ର,ଅଟକଳ ବିଲ ଓ ଖର୍ଚ୍ଚ ବିଲ ଇତ୍ୟାଦିକୁ ନେଇ ବିଭାଗୀୟ ଜିଲ୍ଲା ମୁଖ୍ୟଙ୍କୁ ଦେବା ସହ ରିହାତି ପାଇଁ ଆବେଦନ କରିବାକୁ ହୁଏ।ଜିଲ୍ଲା ମୁଖ୍ୟ ଏହି ରିହାତି ଆବେଦନକୁ ରୁଣ ଅନୁମୋଦନକାରୀ ବ୍ୟାଙ୍କ ନିକଟକୁ ପଠାଇଥାନ୍ତି ।ଏକ କୋଟିରୁ ଊର୍ଦ୍ଦ୍ଵ ଅଟାକଳ ରାଶି ବିଶିଷ୍ଟ ପ୍ରକଳ୍ପର ରିହାତି ଅନୁମୋଦନ ପାଇଁ ସିଧା ଈଚଓଊଙ୍ଖ ସହ ଯୋଗାଯୋଗ କରିବାକୁ ହୁଏ।ଅଧିକ ବିସ୍ତ୍ରୁତ ଭାବେ ଜାଣିବା ପାଇଁ ସ୍ଥାନୀୟ ବିଭାଗୀୟ ଅଧିକାରୀ କିମ୍ବା ବିଭାଗୀୟ ଜିଲ୍ଲା ମୁଖ୍ୟଙ୍କୁ ଯୋଗାଯୋଗ କରନ୍ତୁ।

ଆଧାର : କୃଷି  ଜାଗରଣ

2.8
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top