অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରାମୀଣ ଭଣ୍ଡାରଣ ଯୋଜନା

ଗ୍ରାମୀଣ ଗୋଦାମର ଆବଶ୍ୟକତା

ଏହା ଭଲଭାବେ ଜଣା ଯେ କ୍ଷୁଦ୍ର ଚାଷୀ ମାନଙ୍କ ପକ୍ଷେ ଉତ୍ପାଦର ସୁହାଇଲାଭଳି ମୂଲ୍ୟ ହେବା ପର୍ଯ୍ୟନ୍ତ ତାକୁ ସାଇତି ରଖିବାର ଆର୍ଥିକ କ୍ଷମତା ନଥାଏ ।  ଗ୍ରାମୀଣ ଗୋଦାମ ଗୁଡିକ ଏହି କ୍ଷୁଦ୍ର ଚାଷୀ ମାନଙ୍କୁ ସେମାନଙ୍କ ଉତ୍ପାଦକୁ ସାଇତି ରଖିବାର କ୍ଷମତା ବଢାଇ ଥାଏ ଓ ଅଭାବୀ ବିକ୍ରି ରୁ ରକ୍ଷା କରିଥାଏ । ସେଥିପାଇଁ ଭରତ ସରକାର ୦୧. ୦୪. ୨୦୦୧ରୁ ଗ୍ରାମୀଣ ଗୋଦାମ ଯୋଜନା ଆରମ୍ଭ କରିଛନ୍ତି ।

ଯୋଜନାର ଲକ୍ଷ୍ୟ

କ୍ଷେତ ଉତ୍ପାଦ, ପ୍ରକ୍ରିୟାକୃତ କ୍ଷେତ ଉତ୍ପାଦ, କୃଷି ନିବେଶ ଗୁଡିକର ବୈଜ୍ଞାନିକ ସଂଚୟନ ସହ ଆନୁଷଙ୍ଗିକ ସୁବିଧା ପାଇଁ ତଥା କ୍ଷୁଦ୍ର ଚାଷୀ ମାନଙ୍କୁ ବିପଣନ ଋଣ ବନ୍ଦୋବସ୍ତ ମାଧ୍ୟମରେ ଅଭାବୀ ବିକ୍ରୀରୁ ବଞ୍ଚେଇବା ଏହି ଯୋଜନାର ମୂଳ ଲକ୍ଷ ।

ମୁଖ୍ୟ ବୈଶିଷ୍ଟ୍ୟ

ଯୋଗ୍ୟ ସଂସ୍ଥା: ଦେଶ ମଧ୍ୟରେ ଥିବା ଯେକୌଣସି, ବ୍ୟକ୍ତିବିଶେଷ, କୃଷକ, କୃଷକସମୂହ, ସ୍ଵତ୍ଵ ତଥା ଭାଗୀଦାରୀ ବ୍ୟବସାୟୀ, ସ୍ଵେଛାସେବୀ ସଂଗଠନ, ସ୍ଵୟଂ ସହାୟକ ଗୋଷ୍ଠୀ, କମ୍ପାନୀ, ନିଗମ, ପୌର ପରିଷଦ ବ୍ୟତୀତ ଅନ୍ୟ ଆଞ୍ଚଳିକ ଅନୁଷ୍ଠାନ, ସଂଘ, କୃଷି ଉତ୍ପାଦ ବିପଣନ କମିଟି, ବିପଣନ ବୋର୍ଡ, ଉତ୍ପାଦ ପ୍ରକ୍ରିୟାକରଣ ନିଗମ ଇତ୍ୟାଦି ଏହି ଯୋଜନା ହାତକୁ ନେଇ ପାରିବେ, କିନ୍ତୁ ପୁରୁଣା ଗୋଦାମର ନବୀକରଣ କେବଳ ସମବାୟମାନେ କରିପାରିବେ ।

ଅବସ୍ଥିତି:

କେବଳ ପୌର ପରିଷଦ ସୀମା ବାହାରେ, ବ୍ୟବସାୟୀକ ଅନୁମାନକୁ ବିଚାରକୁ ନେଇ ଯେ କୌଣସି ଜାଗାରେ ଗ୍ରାମୀଣ ଗୋଦାମ ନିର୍ମାଣ କରିହେବ । ଖାଦ୍ୟ ପ୍ରକ୍ରିୟାକରଣ ମନ୍ତରାଳୟ ଦ୍ଵାରା ନିର୍ମିତ Food Parkରେ ଥିବା ଗ୍ରାମୀଣ ଗୋଦାମଗୁଡିକ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।

ଆକାର:

ଏହି ଗୋଦାମର କ୍ଷମତା ଉଦ୍ଦ୍ୟମକର୍ତାଙ୍କ ଦ୍ଵାରା ନିର୍ଧାରିତ ହେବ । କିନ୍ତୁ, ଅନୁବୃତ୍ତି ରାସୀ ନିମ୍ନତମ କ୍ଷମତା ୧୦୦ ଟନ୍ ଓ ଉଚ୍ଚତମ କ୍ଷମତା ୧୦୦୦ ଟନ୍ ମଧ୍ୟରେ ସୀମିତ ରଖାଯାଇଛି ।

NCDC ଦ୍ଵାରା ସାହାଯ୍ୟପ୍ରାପ୍ତ ଗ୍ରାମୀଣ ଗୋଦାମ ମାନଙ୍କପାଇଁ ଅନୁବୃତ୍ତିର ସର୍ବୋଚ୍ଚ ସୀମା ନାହିଁ ।

ଅଞ୍ଚଳର/ ରାଜ୍ୟର ଆବଶ୍ୟକତା ଉପରେ ନିର୍ଭରକରି ଏହାର ଜୀବନ-କ୍ଷମତା ବିଶ୍ଳେଷଣକୁ ଅଧାରକରି ୫୦ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୁଡିକୁ ମଧ୍ୟ ଅନୁବୃତ୍ତି ମିଳିପାରେ । ପାହାଡିଆ ଅଞ୍ଚଳରେ (ଆପେକ୍ଷିକ ସମୁଦ୍ର ପତ୍ତନଠାରୁ ଅନ୍ତତଃ ୧୦୦୦ ମିଟର ଉର୍ଦ୍ଧ୍ଵରେ ଅବସ୍ଥିତ) ୨୫  ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୁଡିକୁ ମଧ୍ୟ ଅନୁବୃତ୍ତି ମିଳିପାରେ ।

ଅନୁବୃତ୍ତି ସୀମା:

  • ଉତ୍ତର-ପୂର୍ବାଞ୍ଚଳରେ ଅବସ୍ଥିତ, ପାହାଡୀ ଅଞ୍ଚଳରେ ଅବସ୍ଥିତ ତଥା ମହିଳା କୃଷକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ସମବାୟ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ମାଲିକାନାରେ ଥିବା ପ୍ରକଳ୍ପର ପୁଞ୍ଜିଲଗାଣର ୩୩.୩୩% କିନ୍ତୁ ୬୨.୫୦ ଲକ୍ଷ ମଧ୍ୟରେ ସୀମିତ । NCDC ଦ୍ଵାରା ସାହାଯ୍ୟପ୍ରାପ୍ତ ସମବାୟ ମାନଙ୍କପାଇଁ ଅନୁବୃତ୍ତିର ସର୍ବୋଚ୍ଚ ସୀମା ନାହିଁ ।
  • ମହିଳା କୃଷକ ମାନଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ କୃଷକ ମାନଙ୍କ ପ୍ରକଳ୍ପ, କୃଷି ସ୍ନାତକଧାରୀ, ସମବାୟ ଓ ରାଜ୍ୟ/ କେନ୍ଦ୍ର ଭଣ୍ଡାଗାର ପାଇଁ ୨୫% ଅନୁବୃତ୍ତି କିନ୍ତୁ ଏହା ୪୬.୮୭ ଲକ୍ଷ  ମଧ୍ୟରେ ସୀମିତ । NCDC ଦ୍ଵାରା ସାହାଯ୍ୟପ୍ରାପ୍ତ ସମବାୟ ମାନଙ୍କପାଇଁ ଅନୁବୃତ୍ତିର ସର୍ବୋଚ୍ଚ ସୀମା ନାହିଁ ।
  • ଅନ୍ୟ ସମସ୍ତ ବର୍ଗ ଯଥା ବ୍ୟକ୍ତିବିଶେଷ, କମ୍ପାନୀ, ନିଗମ ଇତ୍ୟାଦି ମାନଙ୍କ ପାଇଁ ଅନୁବୃତ୍ତିର ସୀମା ପୁଞ୍ଜି ଲଗାଣର ୧୫% କିନ୍ତୁ ୨୮.୧୨ ଲକ୍ଷ ମଧ୍ୟରେ ସୀମିତ ।  NCDC ଦ୍ଵାରା ସାହାଯ୍ୟପ୍ରାପ୍ତ ସମବାୟ ମାନଙ୍କ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ପୁଞ୍ଜି ଲଗାଣର ୨୫% ।

ଅନୁବୃତ୍ତି ପାଇଁ ପୁଞ୍ଜି ଲଗାଣର ହିସାବ ନିମ୍ନମତେ କରାଯାଏ ।

  • ୧୦୦୦ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ:  ବ୍ୟାଙ୍କ ଅନୁମୋଦିତ ପ୍ରକଳ୍ପ ମୂଲ୍ୟ କିମ୍ବା ପ୍ରତି ଟନ୍ ସଂରକ୍ଷଣ ବାସ୍ତବିକ କ୍ଷମତା ପାଇଁ ଟ ୨୫୦୦/- (ଦୁଇଟି ଭିତରୁ ଯେଉଁଟା କମ୍)
  • ୧୦୦୦ ଟନ୍ ରୁ ଊର୍ଦ୍ଧ୍ଵ କ୍ଷମତା ବିଶିଷ୍ଟ ଗୋଦାମ: ବ୍ୟାଙ୍କ ଅନୁମୋଦିତ ପ୍ରକଳ୍ପ ମୂଲ୍ୟ କିମ୍ବା ପ୍ରତି ଟନ୍ ସଂରକ୍ଷଣ ବାସ୍ତବିକ କ୍ଷମତା ପାଇଁ ଟ ୧୮୭୫/- (ଦୁଇଟି ଭିତରୁ ଯେଉଁଟା କମ୍)। କିନ୍ତୁ ଯେଉଁ ଗୋଦାମର କ୍ଷମତା ୧୦୦୦୦ ଟନ୍ ରୁ ଊର୍ଦ୍ଧ୍ଵ, ସେ କ୍ଷେତ୍ରରେ ଅନୁବୃତ୍ତି ୧୦୦୦୦ ଟନ୍ ପର୍ଯ୍ୟନ୍ତ ସୀମିତ (ଉପର ବର୍ଣିତ ସମବାୟ ପ୍ରକଳ୍ପ ପାଇଁ ରିହାତି ସହ)
  • NCDC ଦ୍ଵାରା ସାହାଯ୍ୟପ୍ରାପ୍ତ ସମବାୟ ମାନଙ୍କ ପ୍ରକଳ୍ପର ପୁନରୁଦ୍ଧାର ପାଇଁ: ବ୍ୟାଙ୍କ ଅନୁମୋଦିତ ପ୍ରକଳ୍ପ ମୂଲ୍ୟ କିମ୍ବା ପ୍ରତି ଟନ୍ ସଂରକ୍ଷଣ ବାସ୍ତବିକ କ୍ଷମତା ପାଇଁ ଟ ୬୨୫/- (ଦୁଇଟି ଭିତରୁ ଯେଉଁଟା କମ୍)
  • କୌଣସି ହିତାଧିକାରୀ ଏକରୁ ଅଧିକ ସୂତ୍ରରୁ ଅନୁବୃତ୍ତି ଗ୍ରହଣ କରିପାରିବେ ନାହିଂ ।
  • ଗୋଦାମର କ୍ଷମତା ୦.୪ ମେଟ୍ରିକ ଟନ୍ / ଘନ ମିଟର ହିସାବରେ ହିସାବ କରାଯାଏ ।

ଆଧାର -ଏଜିମାର୍କନେଟ୍ ୱେବସାଇଟ୍, ମିନିଷ୍ଟ୍ରୀ ଅଫ ଏଗ୍ରିକଲ୍ଚର, ଗମେଣ୍ଟ ଅଫ ଇଣ୍ଡିଆ

Last Modified : 10/11/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate