অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃଷି ଫାର୍ମ

କୃଷି ଫାର୍ମ

କୃଷି ଫାର୍ମଗୁଡିକୁ ମୁଖ୍ୟତଃ ଗବେଷଣା, ପ୍ରଦର୍ଶନ କ୍ଷେତ୍ର ଓ ବିହନ ଉତ୍ପାଦନ ଉଦ୍ଦେଶ୍ୟରେ ସୃଷ୍ଟି କରାଯାଇ ଥିଲା କିନ୍ତୁ ବିଶ୍ଵବ୍ୟାଙ୍କ ପ୍ରକଳ୍ପରେ ଏନ.ଏ.ଇ.ପି.ର କାର୍ଯ୍ୟକାରିତା ପରେ ଗବେଷଣା ଓ ପ୍ରଦର୍ଶନ କାର୍ଯ୍ୟ ଓ.ୟୁ.ଏ.ଟି କୁ ହସ୍ତାନ୍ତର ହେବା ପରେ ବିଭାଗୀୟ ଫାର୍ମରେ କେବଳ ବିହନ ଉତ୍ପାଦନ କରାଗଲା ।

ରାଜ୍ୟରେ ୬୮ଟି ଫାର୍ମ ଥିଲା । ଏଥି ମଧ୍ୟରୁ ୨୦୦୨-୦୩ ମସିହାରେ ବଡଚଣା ଓ.ୟୁ.ଏ.ଟିକୁ କୃଷି କେନ୍ଦ୍ର ସ୍ଥାପନ ନିମନ୍ତେ ହସ୍ତାନ୍ତର କରାଯାଇଛି । ଅବଶିଷ୍ଟ ୬୭ଟି ଫାର୍ମ ମଧ୍ୟରୁ ୨୦୦୪-୦୫ ମସିହାରେ ୫ଟି ଫାର୍ମ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ନିମନ୍ତେ ଓ.ୟୁ.ଏ.ଟି କୁ ହସ୍ତାନ୍ତର କରାଯାଇଛି । ସେଗୁଡିକ ହେଲା ସୋନପୁର,ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଫାର୍ମ, ନୂଆପଡା ଫାର୍ମ, ରାୟଗଡା ଫାର୍ମ, ମୟୂରଭଞ୍ଜ ଜିଲ୍ଲାରେ ସାମାଖୁଣ୍ଟା ଫାର୍ମ । ଏହା ବ୍ୟତୀତ ପାଳିଝର ଫାର୍ମ ୨୦ହେକ୍ଟର,ଆର.ଇ. ଫାର୍ମ ୧୬ ହେକ୍ଟର ଏହି ଉଦ୍ଦେଶ୍ୟରେ ଓ.ୟୁ.ଏ.ଟି କୁ ହସ୍ତାନ୍ତର କରାଯାଇଛି ଓ ପାଳିଝର ଫାର୍ମରୁ ୧୨ହେକ୍ଟର ନବୋଦୟ ବିଦ୍ୟାଳୟକୁ ହସ୍ତାନ୍ତର କରାଯାଇଛି । ତେଣୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଓଡିଶା ଅଧୀନରେ ୬୨ଟି ଫାର୍ମ ରହିଛି । ଖୋର୍ଦ୍ଧା ଜିଲ୍ଲାର ଡେରାସ ଫାର୍ମ ୧୯୯୬ମସିହାରୁ ଅବ୍ୟବହୃତ ହୋଇଛି ଓ ଏହାର ନବୀକରଣ କାର୍ଯ୍ୟ ଏବେ ଚାଲିଛି । ତେଣୁ ଅବଶିଷ୍ଟ ୬୨ଟି ଫାର୍ମର ଭୌଗୋଳିକ କ୍ଷେତ୍ରଫଳ ହେଉଛି ୨୨୦୨.୬୧୯ ହେକ୍ଟର । ଏହି ୬୨ଟି ଫାର୍ମ ମଧ୍ୟରୁ ନିମ୍ନ ଫାର୍ମଗୁଡିକରେ ଫସଲ ଚାଷ କରାଯିବା ସମ୍ଭବ ହୋଇପାରୁ ନାହିଁ ।

ଫାର୍ମ

ଜିଲ୍ଲା

କାରଣ

ଦେସିଲ

ବଲାଙ୍ଗୀରି

ଜଳସେଚନ ସୁବିଧା ନାହିଁ

 

କୋରାପୁଟ

ଜଳସେଚନ ସୁବିଧା ନାହିଁ ଓ ୯୦%ଢିପ ଜମି

ଡୁମୁରିପୁଟ

କୋରାପୁଟ

ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନାହିଁ ଓ ୮୮% ଢିପ ଜମି

ପୁନାଙ୍ଗ

ଜଗତସିଂହପୁର

ବାଲିଚର

କେଶପୁର

ଗଞ୍ଜାମ

ଚିଲିକା ହ୍ରଦର ଲୁଣାପାଣି ଦ୍ଵାରା ପ୍ଳାବିତ

ଯୋଜନା

ଏହି ୬୨ଟି ଫାର୍ମ ଅଣଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସେଗୁଡିକ ହେଲା -

  • ପରୀକ୍ଷାମୂଳକ ବିହନ ଫାର୍ମ -୫୫ଟି ଫାର୍ମ (୪୯ଟି କ୍ଷୁଦ୍ର, ଉମରକୋଟ ବୃହତ ଫାର୍ମ ୧ଟିଓ ୫ଟି ଅବ୍ୟବହୃତ ଫାର୍ମ)  ।
  • ବୃହତ ଆକାର ଫାର୍ମ ୬ଟି ବୃହତ ଫାର୍ମ ।
  • ମିଶ୍ରିତ ଫାର୍ମ ଶିମିଳିଗୁଡା / ମିଶ୍ରିତ (ବୃହତ ଫାର୍ମ)

ଲକ୍ଷ୍ୟ ଓ ଆଭିମୁଖ୍ୟ

ବିଭାଗୀୟ ଫାର୍ମଗୁଡିକର ଲକ୍ଷ ଓ ଆଭିମୁଖ୍ୟ ହେଉଛି ଭାରତ ସରକାରଙ୍କ (ଆଇ.ସି.ଏ.ଆର., ସି.ଆର.ଆର.ଆଇ. , ଓ.ୟୁ.ଏ.ଟି) ଠାରୁ ପ୍ରାପ୍ତ ପ୍ରଜନନ ବିହନ ବ୍ୟବହାର କରି ପିଣ୍ଡ ବିହନ ଉତ୍ପାଦନ କରିବା ।

  • ଓ.ୟୁ.ଏ.ଟି., ରାଜ୍ୟ ବିହନ ନିଗମ ଓ ବିଭାଗୀୟ ଫାର୍ମର ପିଣ୍ଡ ବିହନ ବ୍ୟବହାର କରି ପ୍ରାମାଣିକ ବିହନ (ଧାନ ଓ ଅଣଧାନ) ଉତ୍ପାଦନ କରିବା ।
  • ରାଜ୍ୟରେ କୃଷକଙ୍କ ବିହନ ଆବଶ୍ୟକତା ପୂରଣ କରିବା ।
  • ରାଜ୍ୟରେ ବିହନ ପ୍ରତିବଦଳ ହାର (ଏସ.ଆର.ଆର) ବୃଦ୍ଧି କରିବା ।
  • ଫାର୍ମରେ ଉତ୍ପାଦିତ ହେଉଥିବା ଗୁଣାତ୍ମକ ବିହନ (କେବଳ ଗୁଣାତ୍ମକ ବିହନ ୧୫-୧୮%ଅମଳ ବୃଦ୍ଧି କରିଥାଏ ) ବ୍ୟବହାର କରି ଅବଶେଷରେ ରାଜ୍ୟର ମୋଟ ଫସଲ ଉତ୍ପାଦନ ବୃଦ୍ଧି କରିବା।

ଯୋଗାଯୋଗ ବ୍ୟକ୍ତି

କ୍ର. ସଂ

ସ୍ତର

ଯୋଗାଯୋଗ ବ୍ୟକ୍ତି

ରାଜ୍ୟ

ଯୁଗ୍ମ କୃଷି ନିର୍ଦ୍ଦେଶକ (ଫାର୍ମ ଓ ବିହନ)କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ,ଓଡିଶା, ଭୁବନେଶ୍ଵର  ଫୋନ :୦୬୭୪-୨୩୨୩୩୬୭

ଜିଲ୍ଲା

ଉପ କୃଷି ନିର୍ଦ୍ଦେଶକ/ଜିଲ୍ଲା କୃଷି ଅଧିକାରୀ / ଫାର୍ମ ପରିଚାଳନା ବିଶେଷଜ୍ଞ

ଫାର୍ମ ସ୍ତରୀୟ

ଫାର୍ମରେ ଭରପ୍ରାପ୍ତ ଅଧିକାରୀ

ବିଭାଗୀୟ ଫାର୍ମର ତାଲିକା

ମଣ୍ଡଳ (ଉପକୃଷି ନିର୍ଦ୍ଦେଶକ)ର ନାମ

ରାଜସ୍ୱ ଜିଲ୍ଲାର ନାମ

ଆହାରଣ ଓ ବଣ୍ଟନ ଅଧିକାରୀଙ୍କ ନାମ

କ୍ର. ସଂ

ଫାର୍ମର ନାମ

ତହସିଲ

 

ବାଲେଶ୍ଵର

 

ବାଲେଶ୍ଵର

 

ଜିଲ୍ଲା କୃଷି ଅଧିକାରୀ, ବାଲେଶ୍ଵର

 

 

 

ବାହାର୍ଦ୍ଧ

ବସ୍ତା

ବାଲିଆ

ବାଲେଶ୍ଵର

ଶେରପୁର

ବାଲେଶ୍ଵର

ଭଦ୍ରକ

ଜିଲ୍ଲା କୃଷି ଅଧିକାରୀ ଭଦ୍ରକ

 

ଆଗରପଡା

ଭଦ୍ରକ

ଭଦ୍ରକ

ଭଦ୍ରକ

ଧାମନଗର

ଧାମନଗର

ବଲାଙ୍ଗୀରି

ବଲାଙ୍ଗିର

ଜିଲ୍ଲା କୃଷି ଅଧିକାରୀ , ବଲାଙ୍ଗିର

ଆର.ଇ .ଫାର୍ମ.

ବଲାଙ୍ଗିର

ମୁଦଘାଟ

ପାଟଣାଗଡ

ଜିଲ୍ଲା କୃଷି ଅଧିକାରୀ ଟିଟିଲାଗଡ

ଦେସଲ

ଟିଟିଲାଗଡ

୧୦

ରାମପୁର

ଏସ.ରାମପୁର

ସୋନପୁର

ଜିଲ୍ଲା କୃଷି ଅଧିକାରୀ ସୋନପୁର

୧୧

ବୀରମହାରାଜ ପୁର

ବୀରମହାରାଜ ପୁର

୧୨

ରାମପୁର

ଏସ.ରାମପୁର

ଆଧାର - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା ସରକାର

Last Modified : 7/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate