ହୋମ / କୃଷି / ନୀତି ଓ ଯ଼ୋଜନା / ନାଗରିକ ସନନ୍ଦ / ମୁଖ୍ୟ ଯୋଜନା (ଭାଗ – ୩)
ସେଆର କରନ୍ତୁ

ମୁଖ୍ୟ ଯୋଜନା (ଭାଗ – ୩)

କୃଷି ନିର୍ଦ୍ଦେଶାଳୟର କୃଷି ଯାନ୍ତ୍ରିକବିଭାଗ କୃଷି ଯାନ୍ତ୍ରିକୀକରଣ, ଜଳ ନିଧି କାର୍ଯ୍ୟକ୍ରମ ଓ ସାଧାରଣ ଭିତ୍ତିଭୂମି ବିକାଶ କାର୍ଯ୍ୟଭଳି ଯାନ୍ତ୍ରିକ ଯୋଜନା କାର୍ଯ୍ୟକାରିତାର ସନ୍ନିରୀକ୍ଷୀଣ ସମ୍ପୃକ୍ତ ।

କୃଷି ଯାନ୍ତ୍ରିକ ଯୋଜନା ୨୦୦୮-୦୯

କୃଷି ନିର୍ଦ୍ଦେଶାଳୟର କୃଷି ଯାନ୍ତ୍ରିକବିଭାଗ କୃଷି ଯାନ୍ତ୍ରିକୀକରଣ, ଜଳ ନିଧି କାର୍ଯ୍ୟକ୍ରମ, ଆତ୍ମ ନିଯୁକ୍ତି ଯୋଜନା ଓ ସାଧାରଣ ଭିତ୍ତିଭୂମି ବିକାଶ କାର୍ଯ୍ୟଭଳି ଯାନ୍ତ୍ରିକ ଯୋଜନା କାର୍ଯ୍ୟକାରିତାର ସନ୍ନିରୀକ୍ଷୀଣ ସମ୍ପୃକ୍ତ । ନିର୍ଦ୍ଦେଶାଳୟ ଅତିରିକ୍ତ କୃଷି ନିର୍ଦ୍ଦେଶକ ହେଉଛନ୍ତି ପ୍ରମୁଖ ଅଧିକାରୀ । ସାଧାରଣ ଭାବେ ଜନତା ଓ ବିଶେଷତଃ କୃଷକମାନଙ୍କ ଅବଗତି ନିମନ୍ତେ ଯୋଜନାଗତ ବିଶଦ ସୂଚନା ଜଣାଇ ଦିଆଗଲା ।

  • କୃଷି ଯାନ୍ତ୍ରିକୀକରଣ
  • ବିଭିନ୍ନ କ୍ଷେତ ଫସଲର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ନିମନ୍ତେ ନିର୍ଦ୍ଦେଶାଳୟ ରିହାତିରେ କୃଷକମାନଙ୍କ ମଧ୍ୟରେ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରସାର କରୁଅଛି । ଏହା ମଧ୍ୟ ଓଡିଶାରେ କୃଷି କ୍ଷେତ୍ରରେ ଶକ୍ତି ସାମଗ୍ରୀ ବୃଦ୍ଧି କରି ଏହାକୁ ଜାତୀୟ ହାର ସହିତ ସମକକ୍ଷ କରାଇବା ପାଇଁ ସାହାଯ୍ୟ କରିଥାଏ । ମୁଖ୍ୟ କୃଷି ଯନ୍ତ୍ରପାତିଗୁଡିକ ହେଲା ଟ୍ରାକ୍ଟର,ପାୱାର ଟିଲର, ସ୍ଵୟଂଚାଳିତ ଧାନ କଟା ଯନ୍ତ୍ର, ସ୍ଵୟଂଚାଳିତ ଧାନ ରୁଆ ଯନ୍ତ୍ର , ଶକ୍ତିଚାଳିତ ଧାନ ଅମଳଯନ୍ତ୍ର, ଶକ୍ତି ଚଳିତ କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ ହସ୍ତଚାଳିତ ବଳଦଟଣା ଯନ୍ତ୍ରପାତି । ଯେକୌଣସି କୃଷକ ଏଥିରେ ଉପକୃତ ହେବାକୁ ହେଲେ ବ୍ଲକ ସ୍ତରରେ ଗ୍ରାମ୍ୟ କୃଷି କର୍ମଚାରୀ/ ସହକାରୀ କୃଷି ଅଧିକାରୀ ସହିତ ଯୋଗାଯୋଗ କରିବେ । ରିହାତି ପରିମାଣ ବାଦ ଦେଇ ସେମାନଙ୍କୁ ଯନ୍ତ୍ରପାତି ଯୋଗାଇ ଦିଆଯିବ । ଏଥିରେ ସମ୍ପୃକ୍ତ ଅନ୍ୟାନ୍ୟ ସଂସ୍ଥାଗୁଡିକ ହେଲା ବିଭିନ୍ନ ନିର୍ମାଣ ୟୁନିଟ, ଯୋଗାଣକରି, ଓଡିଶା କୃଷିଶିଳ୍ପ ନିଗମ, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ, କୃଷି ଯନ୍ତ୍ରପାତି କାରଖାନା ଓ କୃଷି ପ୍ରୋତ୍ସାହନ ଓ ପୁଞ୍ଜି ଲଗାଣ ନିଗମ । ସାଧାରଣ ଅନୁସୂଚିତ ଜାତି ଓ ଜନଜାତି ଲୋକ ସଂଖ୍ୟା ଅନୁଯାୟୀ କର୍ମଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ମିସନ, ଆଇସୋପମର ପାଣ୍ଠି ବ୍ୟବସ୍ଥା ଅନୁସାରେ ନିର୍ଦ୍ଦେଶାଳୟରୁ ବିଭିନ୍ନ କୃଷି ଯନ୍ତ୍ରପାତି ଧାର୍ଯ୍ୟଲକ୍ଷ କ୍ଷେତ୍ର କର୍ମଚାରୀଙ୍କୁ ଜଣାଇ ଦିଆଯାଏ ।

କୃଷକ କିଭଳି ଉପକୃତ ହେବେ

କୃଷକ ପଞ୍ଚାୟତ ସ୍ତରରେ ଗ୍ରାମ୍ୟ କୃଷି କର୍ମଚାରୀ ଓ ବ୍ଲକ ସ୍ତରରେ ସହକାରୀ କୃଷି ଅଧିକାରୀଙ୍କ ନିକଟକୁ ଯାଇ କ୍ରୟ କରିବାକୁ ଥିବା ଯନ୍ତ୍ରପାତି ବିଷୟରେ ଜଣାଇବେ । ଧାର୍ଯ୍ୟ ଲକ୍ଷ ଅନୁଯାୟୀ ସହକାରୀ କୃଷି ଅଧିକାରୀ ଯୋଗାଣକାରୀଙ୍କୁ ପିରମିଟ ଓ ଯୋଗାଣ ନିର୍ଦ୍ଦେଶନାମା ପ୍ରଦାନ କରିବେ । ଯୋଗାଣକାରୀ ରିହାତି ବାଦ ଦେଇ ଯନ୍ତ୍ରପାତି ଯୋଗାଇ ଦେବେ । ଯୋଜନାକୁ ବିଶେଷ ଭାବେ ପ୍ରସାର କରିବା ପାଇଁ ସଭା, ସଂଗୋଷ୍ଠୀ ଓ ତାଲିମ ମାଧ୍ୟମରେ ସଚେତନତା ଶିବିର ଆୟୋଜନ କରାଯାଉଛି ।

କୃଷି ଯନ୍ତ୍ରିକୀକରଣରେ ଥିବା ରିହାତି ବ୍ୟବସ୍ଥା

ଅଗଷ୍ଟ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ରାଜ୍ୟକୃଷିନୀତି ୨୦୦୮ ରେ ପ୍ରାୟ ସମସ୍ତ କୃଷି ଯନ୍ତ୍ରପାତିରେ ରିହାତି ପରିମାଣ ଆଖିଦୃଶିଆ ଭାବେ ବୃଦ୍ଧି ପାଇଥିବାରୁ ଏହା ରାଜ୍ୟର କୃଷକମାନଙ୍କ ପାଇଁ ଏକ ବର ଦାନ ହେବ ।  ବିଭିନ୍ନ କୃଷି ଯନ୍ତ୍ରପାତିରେ ପ୍ରଦାନ କରାଯାଉଥିବା ରିହାତି ନିମ୍ନରେ ଉଲ୍ଲେଖ କରାଯାଇଛି ।

ଟ୍ରାକ୍ଟର

ଟ୍ରାକ୍ଟର ମୂଲ୍ୟର ୫୦% ସର୍ବାଧିକ ୯୦,୦୦୦ ଟଙ୍କା,୪୦ ପି.ଟି.ଓ.  ଏଚ. ପି

ପାୱାର ଟିଲର

(କ)ମୂଲ୍ୟର ୫୦% ସର୍ବାଧିକ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ୮ ବି.ଏଚ.ପି.ରୁ ଅଧିକ କ୍ଷମତା ପାୱାର ଟିଲର

ସ୍ଵୟଂଚଳିତ ଧାନ କଟା ଧାନ ରୁଆ ଯନ୍ତ୍ର ଓ ଅନ୍ୟାନ୍ୟ ସ୍ଵୟଂ ଚଳିତ ଯନ୍ତ୍ର

ମୂଲ୍ୟର ୫୦% ସର୍ବାଧିକ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ

ସ୍ଵତନ୍ତ୍ର ଶକ୍ତିଚାଳିତ ଯନ୍ତ୍ର

କ) ମୂଲ୍ୟର ୫୦%,ସର୍ବାଧିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସ୍ଵତନ୍ତ୍ର ଶକ୍ତି ଚାଳିତ ଯନ୍ତ୍ର ଯଥା:ଆଳୁ ଲଗାଇବା ଯନ୍ତ୍ର, ଆଳୁ ଖୋଳିବା ଯନ୍ତ୍ର ଚିନାବାଦାମ ଖୋଳିବା ଯନ୍ତ୍ର, ଟ୍ରାକ୍ଟର ଚାଳିତ ଧାନକଟା ଯନ୍ତ୍ର, ପରିଷ୍କାର ଓ ବର୍ଗୀକରଣ କରିବା ଯନ୍ତ୍ର, ସୁଖାଇବା ଯନ୍ତ୍ର, ମୂଳି ପରିଷ୍କାର ଓ ବର୍ଗୀକରଣ ଯନ୍ତ୍ର, ଶକ୍ତି ଚାଳିତ ଘାସ ବଛା ଯନ୍ତ୍ର, ଗାଜର ଅମଳ ଯନ୍ତ୍ର, ମଟର ଚାଳିତ କଦଳୀ ପଟୁଆ ତିଆରି ଯନ୍ତ୍ର ।

ଖ) ମୂଲ୍ୟର ୫୦% ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ସ୍ଵତନ୍ତ୍ର ଶକ୍ତି ଚାଳିତ ଯନ୍ତ୍ର ଯଥା: ବିନା ହଳ-ବିହନ-ସାର ବୁଣା ଯନ୍ତ୍ର,ଆଖୁ କଟା ଓ ଲଗାଇବା ଯନ୍ତ୍ର, ହାପି ସିଡର, ପନିପରିବା ଲଗାଇବା ଯନ୍ତ୍ର  ।

ହସ୍ତଚାଳିତ ଯନ୍ତ୍ରପାତି

ମୂଲ୍ୟର ୫୦% ସର୍ବାଧିକ ୪,୦୦୦ଟଙ୍କା

ପଶୁଚଳିତ ଯନ୍ତ୍ରପାତି

ପଶୁଚାଳିତ କ୍ୟାରିଅର

ମୂଲ୍ୟର ୫୦% ସର୍ବାଧିକ ୧୨,୦୦୦ ଟଙ୍କା

ମୂଲ୍ୟର ୫୦%, ସର୍ବାଧିକ ୧୨,୦୦୦ ଟଙ୍କା ପଶୁ ଚାଳିତ ସ୍ଵତନ୍ତ୍ର ଯନ୍ତ୍ରପାତି ଯଥା- କ) ମଲଟି ଟୁଲ ବାର\କ୍ୟାରିଅର (ସର୍ବନିମ୍ନ ୪ ଗୋଟି ସଂଯୋଗ )

ଖ) ପ୍ରାକ ଗଜା ଧାନ ବୁଣା ଯନ୍ତ୍ର ।

ଶକ୍ତି ଚାଳିତ ଯନ୍ତ୍ର (ଟ୍ରାକ୍ଟର, ପାୱାର ଟିଲର ଚାଳିତ)ଟ୍ରାକ୍ଟର ଓ ପାୱାରଟିଲର ଚାଳିତ ସମସ୍ତ ପାରମ୍ପରିକ ଯନ୍ତ୍ରପାତିର ଆବଶ୍ୟକୀୟ ଅନ୍ତର୍ଭୁକ୍ତ ।

୧) ମୂଲ୍ୟର ୫୦%, ସର୍ବାଧିକ ୨୦,୦୦୦ ଟଙ୍କା ଅତ୍ୟାବଶ୍ୟକୀୟ ଟ୍ରାକ୍ଟର ଚାଳିତ ଯନ୍ତ୍ରପାତି ଯଥା :- ମୋଡପତ୍ର \ ହାରୋ, ତଥା ଫର୍ଟିଲାଇଜର ଡ୍ରିଲ ।

୨) ପାୱାରଟିଲର ଚାଳିତ ଯନ୍ତ୍ରପାତି ଯଥା - ହାରୋ ଓ ସିଡଡ୍ରିଲ ପାଇଁ ସେଟ ପ୍ରତି ୫୦%,ସର୍ବାଧିକ ୨୦,୦୦୦ ଟଙ୍କା ।

ଶକ୍ତି ଚାଳିତ ଅମଳ ଯନ୍ତ୍ର (ସମସ୍ତ ପ୍ରକାର)

ମୁଖ୍ୟର ୫୦%, ସର୍ବାଧିକ ୨୪,୦୦୦ ଟଙ୍କା ।

ଡିଜେଲ\ଇଲେକ୍ଟ୍ରିକ ପମ୍ପ ସେଟ

ମୂଲ୍ୟର ୫୦%, ସର୍ବାଧିକ ୧୦,୦୦୦ ଟଙ୍କା ଡିଜେଲ / ଇଲେକ୍ଟ୍ରିକ ପମ୍ପ ସେଟ ୭.୫ ବି. ଏଚ.ପି. / ୫ କିଲୋ ୱାଟ ।

କୋନୋ ୱିଡର

ପ୍ରତି ଚାଷୀଙ୍କ ପାଇଁ ୩,୦୦୦ ଟଙ୍କା ସହାୟତା କିମ୍ବା ମୁକ୍ଷର ୫୦% ରିହାତି ମଧ୍ୟରୁ ଯେଉଁଠି କମ ।

ଫସଲ ସୁରକ୍ଷା ଯନ୍ତ୍ରପାତି

୧) ହସ୍ତଚାଳିତ

୨)ଶକ୍ତି ଚାଳିତ

୩)ଟ୍ରାକ୍ଟର ମାଉଣ୍ଟେଡ଼୍

୪) ଏରୋ- ବ୍ଳାଷ୍ଟ ସ୍ପେୟାର

ମୂଲ୍ୟ ୫୦% ସର୍ବାଧିକ ୧୬୦୦ ଟଙ୍କା

ମୂଲ୍ୟ ୫୦% ସର୍ବାଧିକ ୪,୦୦୦ ଟଙ୍କା

ମୂଲ୍ୟ ୫୦% ସର୍ବାଧିକ ୮,୦୦୦ ଟଙ୍କା

ମୂଲ୍ୟ ୫୦% ସର୍ବାଧିକ ୫୦,୦୦୦ ଟଙ୍କା

କମ୍ବାଇନ ହାର୍ଭେଷ୍ଟର

୧) ସ୍ଵୟଂ ଚାଳିତ ଟ୍ରାକ ଟାଇପ

୨) ସ୍ଵୟଂ ଚାଳିତ ହ୍ଵିଲ ଟାଇପ

୩)ଟ୍ରାକ୍ଟର ମାଉଣ୍ଟେଡ କମ୍ବାଇନ

ମୂଲ୍ୟ ୫୦% ସର୍ବାଧିକ ୪ ଲକ୍ଷ

ମୂଲ୍ୟ ୫୦% ସର୍ବାଧିକ ୩ ଲକ୍ଷ

ମୂଲ୍ୟ ୫୦% ସର୍ବାଧିକ ୩ ଲକ୍ଷ (ଟ୍ରାକ୍ଟରବ୍ୟତିତ କେବଳ କମ୍ବାଇନ ପାଇଁ ରିହାତି ଦିଆଯିବ ।

 

  • ଜଳ ନିଧି କାର୍ଯ୍ୟକ୍ରମ
  • କୃଷକ ନିଜ ଜମିରେ ଘରୋଇ ଉଠା ଜଳସେଚନ (ଅଗଭୀର ନଳକୂପ, ଗଭୀର ନଳକୂପ, ସେଚ କୂପ ଓ ନଦୀ/ ଭୁପୃଷ୍ଠ ଉଠାଜଳସେଚନ ) ପ୍ରତିଷ୍ଠା ଆବଦ୍ଧ ଜଳସେଚନ ଉତ୍ସ ସୃଷ୍ଟି କରିବାକୁ ଜଳନିଧି ଯୋଜନା ଉତ୍ସାହିତ କରିଥାଏ । ଜଳସେଚନ ସମ୍ଭାବନା ସୃଷ୍ଟି କରିବା ଦ୍ଵାରା ରାଜ୍ୟରେ କୃଷକ ଫସଲ ସଘନତା ବୃଦ୍ଧି କରି ପାରିବେ । ଏହି ଯୋଜନାର ବ୍ୟାପକ ପ୍ରସାର ପାଇଁ ରାଜ୍ୟ କୃଷି ନୀତି ୨୦୦୮ ରେ ଏକ ନୂତନ ପ୍ରକାର ରିହାତି ବ୍ୟବସ୍ଥା ଘୋଷଣା କରାଯାଇଛି । ବିଭିନ୍ନ ଆବଦ୍ଧ ଜଳସେଚନ ପ୍ରକଳ୍ପ ପାଇଁ ରିହାତି ବ୍ୟବସ୍ଥା ନିମ୍ନରେ ପ୍ରଦାନ କରାଯାଇଛି ।

କ୍ର.ସଂ

ପ୍ରକଳ୍ପ

ରିହାତି ବ୍ୟବସ୍ଥା

ଅଗଭୀର ନଳକୂପ

ପ୍ରକଳ୍ପ ଖର୍ଚ୍ଚର ୫୦ପ୍ରତିଶତ ସର୍ବାଧିକ ୨୦,୦୦୦ ଟଙ୍କା

ଗଭୀର ନଳ କୂପ

ପ୍ରକଳ୍ପ ଖର୍ଚ୍ଚର ୫୦ପ୍ରତିଶତ ସର୍ବାଧିକ ୫୦,୦୦୦ ଟଙ୍କା

ସେଚ କୂପ

ପ୍ରକଳ୍ପ ଖର୍ଚ୍ଚର ୫୦ପ୍ରତିଶତ ସର୍ବାଧିକ ୫୦,୦୦୦ ଟଙ୍କା

ନଦୀ ଉଠା ଜଳ ସେଚନ ପ୍ରକଳ୍ପ

ପ୍ରକଳ୍ପ ଖର୍ଚ୍ଚର ୫୦ପ୍ରତିଶତ ସର୍ବାଧିକ ୪୦,୦୦୦ ଟଙ୍କା

ଜମି ଆକାର ନିର୍ବିଶେଷରେ ଜେନ ବ୍ୟକ୍ତି ବିଶେଷ, କେତେକ ବ୍ୟକ୍ତିଙ୍କ ସଂଗଠନ, ପୁଞ୍ଜିକୃତ ଅଣସରକାରୀ ସଂଗଠନ, କୃଷକଙ୍କ ଜମିରେ ଚୁକ୍ତିଭିତ୍ତିକ କୃଷି ପ୍ରତି ପ୍ରୋତ୍ସାହନ ହେଉଥିବା କମ୍ପାନୀ ହିତାଧିକାରୀ ଭାବେ ଏହି ସୁବିଧା ହାସଲ କରି ପାରିବେ । ଏପରି ପ୍ରତିଷ୍ଠା କରାଯାଇଥିବା ଘରୋଇ ଉଠା ଜଳସେଚନ ପ୍ରକଳ୍ପ କେବଳ ଜଳସେଚନ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ । ନିଜ ଅର୍ଥ ଓ ବ୍ୟାଙ୍କ ଆର୍ଥିକ ସହାୟତା ପାଇଁ ଏହି ରିହାତି ପ୍ରଯୁଜ୍ୟ ହେବ ।

କୃଷକ ସହକାରୀ କୃଷି ଅଧିକାରୀ /କନିଷ୍ଠ ଉଦ୍ୟାନ କୃଷି ଅଧିକାରୀଙ୍କୁ ନିର୍ଦ୍ଧିଷ୍ଟ ଫର୍ମରେ ଆବେଦନ, ଯିଏ କି ପ୍ରସ୍ତାବିତ ପ୍ରକଳ୍ପ ସମ୍ଭାବନା ଓ ଅନ୍ୟାନ୍ୟ ବୈଷୟିକ ପରିମାପକ ଦେଖି ୭ ଦିନ ମଧ୍ୟରେ କାର୍ଯ୍ୟ ଅଗ୍ରସର ଚିଠି ପ୍ରଦାନ କରିବେ । ପ୍ରାଧିକୃତ କାର୍ଯ୍ୟନିର୍ବାହୀଙ୍କ ଦ୍ଵାରା ଏହି କାର୍ଯ୍ୟ ସମ୍ପନ୍ନ କରାଯାଏ । ରିହାତି ନ ଥିବା ଅବଶିଷ୍ଟ ଅର୍ଥ ପରିମାଣ ହିତାଧିକାରୀ ବହନ କରନ୍ତି । ପ୍ରକଳ୍ପ ସମାପ୍ତି ପରେ ଏହା ନିରୀକ୍ଷକଙ୍କ ଦ୍ଵାରା ତଦାରଖ କରାଯାଇଥାଏ ଓ କୃଷି ସହାୟକ କେନ୍ଦ୍ର କାର୍ଯ୍ୟନିର୍ବାହୀଙ୍କ ଅଙ୍ଗୀକାରବଦ୍ଧତା ଓ ନିରୀକ୍ଷକ ବିଲ ଭଳି ଆବଶ୍ୟକୀୟ କାଗଜ ପତ୍ର ସହିତ ଆପିକଲର ରିହାତି ମଞ୍ଜୁରୀ ପାଇଁ ଅନୁମୋଦନ କରନ୍ତି । ଘରୋଇ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ମୁଖ୍ୟ ନିୟମ ପ୍ରଦାନ କରାଯାଇଛି ।

ଅଗଭୀର ନଳକୂପ

  • ରାଜ୍ୟରେ ଅଣଲୁଣୀ ପଞ୍ଚାୟତରେ ଅଗଭୀର ନଳକୂପ ଖନନରେ କୌଣସି ପ୍ରତିବନ୍ଧକ ନାହିଁ । ଲୁଣି ପ୍ରଭାବିତ ଗ୍ରାମ ପଞ୍ଚାୟତମାନଙ୍କରେ ସମ୍ପୃକ୍ତ ସହକାରୀ କୃଷି ଯନ୍ତ୍ରୀ ବୈଷୟିକ ନିରୀକ୍ଷୀଣ ସମ୍ଭାବନା ଓ ବୈଷୟିକ ପରିମାପକ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ କରାଯିବ ।
  • ଅନ୍ୟାନ୍ୟ ବୈଷୟିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷକଙ୍କ ଆବଶ୍ୟକତା ଅନୁଯାୟୀ ଅଗଭୀର ନଳକୂପରେ ସବ୍ ମରସିବଲ ପମ୍ପସେଟ ବ୍ୟବହାର କରାଯାଇପାରିବ ।

ଗଭୀର ନଳକୂପ

  • (VES) ପରୀକ୍ଷା କରି ନଳକୂପ ଖନନ ପାଇଁ ଇଚ୍ଛୁକ ହିତାଧିକାରୀ ୧୦୦୦ ଟଙ୍କା ଏକ ରିସ୍କ ପ୍ରିମିୟମ  ଦିଅନ୍ତି । ଅକୃତକାର୍ଯ୍ୟ ହେଲେ ଏହି ପରିମାଣ କ୍ଷତିପୂରଣ ଦିଆଯାଇଥାଏ ।
  • ବିନା ଭି.ଇ.ଏସ. ପରୀକ୍ଷାରେ ଗଭୀର ନଳକୂପ ସଫଳ ହେଲେ ଏହା ମଧ୍ୟ ରିହାତି ଯୋଗ୍ୟ ହୋଇଥାଏ ।

ସେଚକୂପ

  • ସେଚକୂପର ସର୍ବନିମ୍ନ ବ୍ୟାସ ୪.୫ମିଟର ହୋଇଥାଏ ଓ କୁପର ପାଣି ଅନୁଯାୟୀ ଏହାର ଗଭୀରତା ଠିକ କରାଯାଏ ।

ବିଜୁ ଗ୍ରାମ ଜ୍ୟୋତି ଯୋଜନା

ଏଲଟି ଲାଇନର ଏକ କିମି ମଧ୍ୟରେ ଜଳଉତ୍ସ ଥିଲେ ସେଠାରେ ଥିବା ଫମ୍ପସେଟ ବିଦ୍ୟୁତ ସଂଯୋଗ (ରିହାତି ଓ ବିନା ରିହାତିରେ ସୁବିଧା ରହିଛି )। ପ୍ରକଳ୍ପ ଖର୍ଚ୍ଚରେ ୭୦%ଓ ୮୦% ରିହାତି ଯଥାକ୍ରମେ ଅଣ କେବିକେ ଜିଲ୍ଲା ଓ କେବିକେ ଜିଲା /ବ୍ଲକ ପାଇଁ ରହିଛି । ହିତାଧିକାରୀମାନେ ନିଶ୍ଚିତ ଭାବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବେ ।

  • ଆତ୍ମ ନିଯୁକ୍ତି ପାଇଁ ପୁଞ୍ଜି ନିବେଶ ରିହାତି
  • କୃଷିନୀତି ୨୦୦୮ରେ ବହୁ ସଂଖ୍ୟକ ପ୍ରକଳ୍ପ ବିଜ୍ଞପିତ ହୋଇଛି ବେରୋଜଗାର ଯୁବକମାନଙ୍କର ନିଜସ୍ଵ କୃଷି ଉଦ୍ୟୋଗ ସ୍ଥାପନ ପାଇଁ ବିଶେଷ ଭାବେ ସହାୟକ ହୋଇପାରିବ । ଏଥିରେ ଥିବା ରିହାତି ବ୍ୟବସ୍ଥା ନିମ୍ନରେ ପ୍ରଦତ୍ତ ହୋଇଛି ।

    ସ୍ଥାୟୀ ପୁଞ୍ଜିର ୨୫%(ଜମି ମୂଲ୍ୟ ବ୍ୟତୀତ)ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ (ଅନୁସୂଚିତ ଜାତି /ଜନଜାତି/ମହିଳା କୃଷି ଉଦ୍ୟୋଗୀ ସମେତ କୃଷି ଓ ଆନୁଷଙ୍ଗିକ ବିଭାଗର ସ୍ନାତକଙ୍କ ପାଇଁ ୩୩% ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ)

ଯୋଗାଯୋଗ ବ୍ୟକ୍ତି

ରାଜ୍ୟ ସ୍ତରୀୟ

ଅତିରିକ୍ତ ଯୁଗ୍ମ କୃଷି ନିର୍ଦ୍ଦେଶକ (ଯାନ୍ତ୍ରିକ) ୦୬୭୪-୨୩୨୩୩୭୦

ଜିଲ୍ଲା ସ୍ତରୀୟ

ଉପକୃଷି ନିର୍ଦ୍ଦେଶକ/ଜିଲ୍ଲାକୃଷି ଅଧିକାରୀ ସହକାରୀ କୃଷି ଯନ୍ତ୍ରି

ବ୍ଲକ ସ୍ତରୀୟ

ସହକାରୀ କୃଷି ଅଧିକାରୀ /ଗ୍ରାମ କୃଷି କର୍ମଚାରୀ

ଜାତୀୟ ଖାଦ୍ୟ ନିରାପତ୍ତା ୨୦୦୮-୦୯

ଭାରତରେ ୨୦୦୭-୦୮ ମସିହା ଠାରୁ ଧାରାବାହିକ ଭାବେ ଧାନ ଓ ଡାଲି ଜାତୀୟ ଫସଲର ଆୟତନ ଓ ଉତ୍ପାଦକତା ବୃଦ୍ଧି ପାଇଁ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ (ଏନ.ଏଫ.ଏସ.ଏମ.)ନାମକ ଏକ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଆରମ୍ଭ କରାଯାଇଛି । ଏନ.ଏଫ.ଏସ.ଏମ.-ଧାନ ରାଜ୍ୟରେ ୧୫ ଗୋଟି ଜିଲ୍ଲାରେ ଓ ଏନ.ଏଫ.ଏସ.ଏମ- ଡାଲି ୧୦ ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଓଡିଶାରେ ନିମ୍ନ ଆଭିମୁଖ୍ୟ ଓ ଅଭିଯାନ ଗ୍ରହଣ ପୂର୍ବକ ଏହି ଦୁଇଟି ଫସଲର ଐକ୍ୟ କେନ୍ଦ୍ରୀୟ ବିକାଶ ପାଇଁ ମିଶନ ଲକ୍ଷ୍ୟ ରଖାଯାଇଛି ।

ଉଦ୍ଦେଶ୍ୟ

ରାଜ୍ୟ ପାଇଁ ଜାତୀୟ ନିରାପତ୍ତା ମିଶନ ନିମ୍ନ ଆଭିମୁଖ୍ୟ ରଖିଛି ।

  1. ଚିହ୍ନଟ ଜିଲ୍ଲାରେ ଧାନ ଓ ଡାଳି ଫସଲର ଧାରାବାହିକ ଉତ୍ପାଦକତା ବୃଦ୍ଧି ପୂର୍ବକ ଉତ୍ପାଦନ ବୃଦ୍ଧି ।
  2. ବ୍ୟକ୍ତିଗତ ଚାଷ ଜମିରେ ମୁତ୍ତିକାର ଉର୍ବରତା ଓ ଉତ୍ପାଦକତା ପୁନର୍ରୁଦ୍ଧାର କରିବା ।
  3. ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ।
  4. କୃଷିକ୍ଷେତ୍ର ସ୍ତରୀୟ ଅର୍ଥନୀତି ବୃଦ୍ଧି କରି କୃଷି କ୍ଷେତ୍ରରୁ ଲାଭ ହାସଲ କରି କୃଷକଙ୍କ ମଧ୍ୟରେ ପୁନଃ ବିଶ୍ଵାସ ସୃଷ୍ଟି କରାଇବା ।

ପଦକ୍ଷେପ

ଉପରୋକ୍ତ ଲକ୍ଷ୍ୟ ହାସଲ ପାଇଁ ମିଶନ ନିମ୍ନ ପଦକ୍ଷେପ ଗ୍ରହଣ କରିବ ।

  1. ବିଭିନ୍ନ ସ୍ତରରେ ସମସ୍ତ ସହଭାଗିଙ୍କ ସକ୍ରିୟ ନିୟୋଜନ ଜରିଆରେ ଏକ ମିଶନ ଢଙ୍ଗରେ କାର୍ଯ୍ୟକ୍ରମ ଗ୍ରହଣ କରିବା ।
  2. ଉନ୍ନତ ଜ୍ଞାନ କୌଶଳର ପ୍ରୋତ୍ସାହନ ଓ ସମ୍ପ୍ରସାରଣ ଯଥା :- ବିହନ,ଅନୁସାର ସମେତ ସମନ୍ଵିତ ଖାଦ୍ୟସାର ପରିଚାଳନା, ମୃତ୍ତିକା ଶୋଧନ, ସମନ୍ଵିତ ରୋଗ ପୋକ ପରିଚାଳନା ଓ କୃଷକଙ୍କ ଦକ୍ଷତା ବୃଦ୍ଧି ସହିତ ସମ୍ବଳ ସଂରକ୍ଷଣ ଜ୍ଞାନ କୌଶଳର ଉପଯୋଗ କରିବା ।
  3. ଉପଯୁକ୍ତ ସମୟରେ ପଦକ୍ଷେପଗୁଡିକ ହିତାଧିକାରୀ ନିକଟରେ ନିଶ୍ଚିତ ଭାବେ ପହଞ୍ଚାଇବା ପାଇଁ ପାଣ୍ଠି ପ୍ରବାହକୁ ବିଶେଷ ଭାବେ ସନ୍ନିରୀକ୍ଷୀଣ କରିବା ।
  4. ପ୍ରସ୍ତାବିତ ବିଭିନ୍ନ ପଦକ୍ଷେପଗୁଡିକୁ ଜିଲ୍ଲା ଯୋଜନା ସହିତ ସମନ୍ଵିତ କରିବା ଓ ସମସ୍ତ ଚିହ୍ନଟ ଜିଲ୍ଲା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା।
  5. ଏକ ଫଳପ୍ରାପ୍ତି ଉଦ୍ଦେଶ୍ୟ ନେଇ କାର୍ଯ୍ୟକାରୀ ସଂସ୍ଥା ପଦକ୍ଷେପଗୁଡିକର ପ୍ରଭାବ ଆକଳନ ପାଇଁ ଅନବରତ ସନ୍ନିରୀକ୍ଷୀଣ ଓ ସମ୍ମିଳିତ ମୂଲ୍ୟାୟନ କରିବା ।

ଖାଦ୍ୟ ନିରାପତ୍ତା ମିଶନର କାର୍ଯ୍ୟ ପରିସର

ଏନ.ଏଫ.ଏସ.ଏମ.-ଧାନ ଓ ଏନ.ଏଫ.ଏସ.ଏମ.-ଡାଲି ଓଡିଶାରେ ମୋଟ ୨୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ୪ ଟି ଜିଲ୍ଲା ଉଭୟରେ ଅନ୍ତର୍ଭୁକ୍ତ ହୋଇଛନ ।

କ୍ର. ସଂ

ଏନ.ଏଫ.ଏସ.ଏମ.-ଧାନ

ଏନ.ଏଫ.ଏସ.ଏମ.-ଡାଲି

୧୦

୧୧

୧୨

୧୩

୧୪

୧୫

ବଲାଙ୍ଗିର

କଳାହାଣ୍ଡି

କେନ୍ଦୁଝର

ନୟାଗଡ

ଯାଜପୁର

ଢେଙ୍କାନାଳ

ଅନୁଗୋଳ

ନୂଆପଡା

ମାଲକାନାଗିରି

ନବରଙ୍ଗରପୁର

କନ୍ଧମାଳ

ବୌଦ୍ଧ

ଦେବଗଡ

ଝାରସୁଗୁଡା

ସୁନ୍ଦରଗଡ

ବଲାଙ୍ଗିର

କଳାହାଣ୍ଡି

କେନ୍ଦୁଝର

ନୟାଗଡ

ବରଗଡ

କଟକ

ଗଞ୍ଜାମ

ଖୋର୍ଦ୍ଧା

ପୁରୀ

ରାୟଗଡା

ଏନ.ଏଫ.ଏସ.ଏମ. ରେ ରିହାତି/ ସହାୟତା

ଏନ.ଏଫ.ଏସ.ଏମ.-ଡାଲି

କ୍ର. ସଂ

କାର୍ଯ୍ୟକ୍ରମ

ୟୁନିଟ

ସହାୟତା ବ୍ୟବସ୍ଥା ଟଙ୍କାରେ

 

 

 

 

 

ବିହନ

କ)ପ୍ରଜନନ ବିହନ କ୍ରୟ

କ୍ଵିଣ୍ଟାଲ

 

ଖ) ପିଣ୍ଡ ଓ ପ୍ରାମାଣିକ ବିହନ ଉତ୍ପାଦନ

କ୍ଵିଣ୍ଟାଲ

୧୦୦୦

ଗ) ପ୍ରାମାଣିକ ବିହନ ବଣ୍ଟନ ସହାୟତା

କ୍ଵିଣ୍ଟାଲ

୧୨୦୦

ଘ)ରାଜ୍ୟ ବିହନ ପ୍ରମାଣୀକରଣ ସଂସ୍ଥା ଦୃଢୀକରଣ

 

 

ସମନ୍ଵିତ ଖାଦ୍ୟସାର ପରିଚାଳନା

କ )ଜିପସମ ଯୋଗାଣ

ହେକ୍ଟର

୭୫୦

ଖ) ଅଣୁସାର ଯୋଗାଣ

ହେକ୍ଟର

୫୦୦

ସମନ୍ଵିତ ରୋଗ ପୋକ ପରିଚାଳନା

ହେକ୍ଟର

୭୫୦

ସ୍ପ୍ରିଙ୍କଲର ସେଟ ବଣ୍ଟନ

ସଂଖ୍ୟା

୧୦,୦୦୦

କ) ଶ୍ରେଷ୍ଠ କାର୍ଯ୍ୟ କରୁଥିବା ଜିଲ୍ଲାର ପୁରସ୍କାର ସମେତ ସମ୍ପ୍ରସାରଣ ତାଲିମ , ଗଣମାଧ୍ୟମ ଅଭିଯାନ

 

 

୧) କୃଷକ କ୍ଷେତ୍ର ବିଦ୍ୟାଳୟରେ ତାଲିମ

ସଂଖ୍ୟା

୧୭୦୦୦

୨)ତାଲିମ ପ୍ରଦାନକାରୀଙ୍କ ପାଇଁ ରାଜ୍ୟସ୍ତରୀୟ ତାଲିମ

ସଂଖ୍ୟା

୧,୦୦୦୦୦

୩) ସର୍ବଶ୍ରେଷ୍ଠ କୃତି ହାସଲ କରିଥିବା ଜିଲ୍ଲା ପାଇଁ ପୁରସ୍କାର

ସଂଖ୍ୟା

୫,୦୦୦୦୦

ସ୍ଥାନୀୟ ପ୍ରୋତ୍ସାହନ

କ୍ର. ସଂ

ଏନ.ଏଫ.ଏସ.ଏମ.-ଡାଲି

ୟୁନିଟ

ସହାୟତା ବ୍ୟବସ୍ଥା ଟଙ୍କାରେ

ସାମୁହିକ ଖଳା

(୨୦ମିଟର X୨୦ ମିଟର ଆକାର)

ସଂଖ୍ୟା

୩,୩୬୦୦୦

ଧାନ-ଡାଲି ଫସଲ ପର୍ଯ୍ୟାୟରେ ପାଇରା ଚାଷ ପରିଚାଳନା (୦.୪୦ହେକ୍ଟର ଜମି)

ସଂଖ୍ୟା

୨୦୦୦

ଏନ.ଏଫ.ଏସ.ଏମ.- ଧାନ

ଉନ୍ନତ ଚାଷ ପଦ୍ଧତି ସମ୍ବନ୍ଧୀୟ

୧)

ପ୍ରଦର୍ଶନ କ୍ଷେତ୍ର(୦.୪ହେକ୍ଟର ଜମିର ଏକ ପ୍ରଦର୍ଶନ କ୍ଷେତ୍ର

ସଂଖ୍ୟା

୨୫୦୦

୨)

ସଘନ ଧାନ ଚାଷ ପଦ୍ଧତିର ପ୍ରଦର୍ଶନ କ୍ଷେତ୍ର

ସଂଖ୍ୟା

୩୦୦୦

୩)

ସଙ୍କର ଧାନ ଚାଷ ଜ୍ଞାନ କୌଶଳ

ସଂଖ୍ୟା

୩୦୦୦

୪)

ସଙ୍କର ଧାନ ବିହନ ପ୍ରୋତ୍ସାହନ ପାଇଁ ସହାୟତା

 

 

 

କ)ସଙ୍କର ଧାନ ବିହନ ଉତ୍ପାଦନ ପାଇଁ ସହାୟତା

କ୍ଵିଣ୍ଟାଲ

୧୦୦୦

 

ଖ) ସଙ୍କର ଧାନ ବିହନ ବଣ୍ଟନ ପାଇଁ ସହାୟତା

କ୍ଵିଣ୍ଟାଲ

୨୦୦୦

ଅଧିକ ଅମଳକ୍ଷମ ଧାନ ବିହନ ବଣ୍ଟନରେ ସହାୟତା

କ୍ଵିଣ୍ଟାଲ

୫୦୦

ବିହନ ପୁଡିଆ (୫୦ହେକ୍ଟରପାଇଁ ଗୋଟିଏ ପୁଡିଆ)

ସଂଖ୍ୟା

ସମସ୍ତ ଖର୍ଚ୍ଚ

ଅଣୁସାର ପାଇଁ ପ୍ରୋତ୍ସାହନ

ହେକ୍ଟର

୫୦୦

ଅମ୍ଳମାଟିରେ ଚୂନ ପ୍ରୟୋଗରେ ପ୍ରୋତ୍ସାହନ

ହେକ୍ଟର

୫୦୦

କୋନୋ ଉଇଡର ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତିରେ ପ୍ରୋତ୍ସାହନ

ସଂଖ୍ୟା

୩୦୦୦

୧୦

ଉଦ୍ଭିଦ ସୁରକ୍ଷା ରାସାୟନିକ ଦ୍ରବ୍ୟ ଓ ଜୈବ କୀଟନାଶକରେ ସହାୟତା

ହେକ୍ଟର

୫୦୦

୧୧

କୃଷକଙ୍କ ତାଲିମ (କୃଷକ କ୍ଷେତ୍ର ବିଦ୍ୟାଳୟ ପ୍ରକାରେ)

ସଂଖ୍ୟା

୧୭୦୦୦

୧୨

ସର୍ବଶ୍ରେଷ୍ଠ କୃତୀ ହାସଲ କରିଥିବା ଜିଲ୍ଲା ପାଇଁ ପୁରସ୍କାର (ବର୍ଷକୁ ଗୋଟିଏ ଜିଲ୍ଲା)

 

 

ସ୍ଥାନୀୟ ପ୍ରୋତ୍ସାହନ

କ୍ର. ସଂ

ଏନ.ଏଫ.ଏସ.ଏମ.- ଧାନ

 

ୟୁନିଟ

ସହାୟତା ବ୍ୟବସ୍ଥା ଟଙ୍କାରେ

ସାମୁହିକ ଖଳା (୩୦ମିଟର X୩୦ ମିଟର ଆକାର)

ସଂଖ୍ୟା

୭.୨୧

ସାମୁହିକ ତାଳିଘରା (୦.୪୦ହେକ୍ଟର ଆକାର)

ସଂଖ୍ୟା

୦.୦୩୫

ରିହାତିରେ କୃଷି ଯନ୍ତ୍ରପାତି ବିକ୍ରୟ

  1. ଏନ.ଏଫ.ଏସ.ଏମ – ଧାନ ଓ ଡାଲି ପାଇଁ ୫୦% ରିହାତି ସର୍ବାଧିକ ୧୫,୦୦୦ ଟଙ୍କା ଜିରୋଟିଲ ମେସିନ ।
  2. ଏନ.ଏଫ.ଏସ.ଏମ - ଧାନ ଓ ଡାଲି ପାଇଁ ୫୦% ରିହାତି ସର୍ବାଧିକ ୧୫,୦୦୦ ଟଙ୍କା ମଲଟି କ୍ରପ ପ୍ଲାଣ୍ଟର ଓ ସିଡ ଡ୍ରିଲ ।
  3. ଏନ.ଏଫ.ଏସ.ଏମ- ଧାନ ଓ ଡାଲି ପାଇଁ ୫୦% ରିହାତି ସର୍ବାଧିକ ୩୦୦୦୦ ଟଙ୍କା ରୋଟାଭେଟର ।
  4. ଏନ.ଏଫ.ଏସ.ଏମ -ଧାନ ଓ ଡାଲି ପାଇଁ ୫୦% ରିହାତି ସର୍ବାଧିକ ୧୦,୦୦୦ ଟଙ୍କାରେ ପମ୍ପସେଟ  ।
  5. ଏନ.ଏଫ.ଏସ.ଏ- ଡାଲିରେ ୫୦% ରିହାତି ସର୍ବାଧିକ ୭,୫୦୦୦ ଟଙ୍କା ସ୍ପ୍ରେଙ୍କଲର  ।
  6. ଏନ.ଏଫ.ଏସ.ଏମ- ଧାନରେ ୫୦% ରିହାତି ସର୍ବାଧିକ ୧୫୦୦୦ ଟଙ୍କାରେ ପାୱାର ୱିଡର  ।
  7. ଏନ.ଏଫ.ଏସ.ଏମ – ଧାନ ଓ ଡାଲିରେ ୫୦% ରିହାତିରେ ସର୍ବାଧିକ ୩୦୦୦ ଟଙ୍କାରେ ମେସିନ ପ୍ରତି ନାପସାକ ସ୍ପ୍ରେୟାର  ।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର.କେ.ଭି.ଵାଇ. )

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧିର ମନ୍ଥର ଗତିରେ ଚିନ୍ତା ପ୍ରକଟ କରି ଜାତୀୟ ଉନ୍ନୟନ ପରିଷଦ ୨୦୦୭ ମସିହା ମଇ ୨୯ ତାରିଖ ବୈଠକରେ ଏକ ସ୍ଵତନ୍ତ୍ର ଅତିରିକ୍ତ କେନ୍ଦ୍ରୀୟ ସହାୟତା ଯୋଜାନ ଆରମ୍ଭ କରିବାକୁ ସଂକଳ୍ପ ନେଇଥିଲେ । ଉପରୋକ୍ତ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ କୃଷି ବିଭାଗ ଯୋଜନା କମିଶନରଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ମାର୍ଗଦର୍ଶକ ପ୍ରସ୍ତୁତ କରିଥିଲେ ଯାହାକି ଏନ.ଡି. ପି. ନାମରେ ପରିଚିତ  ।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ମୌଳିକ ବୈଶିଷ୍ଠ୍ୟ

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଏକ ସାମୁହିକ ବିକାଶ ସାଧନ କରି କୃଷି କ୍ଷେତ୍ରରେ ୧୧ଶ ଯୋଜନା ସମୟରେ ୪% ବାର୍ଷିକ ଅଭିବୃଦ୍ଧି ହାସଲ କରିବା ହେଉଛି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ଲକ୍ଷ୍ୟ ।

  • ଏହା ଏକ ରାଜ୍ୟ ଯୋଜନା ।
  • ଜିଲ୍ଲା ଓ ରାଜ୍ୟ କୃଷି ଯୋଜନା ପ୍ରସ୍ତୁତ କରିବା ବାଧ୍ୟତାମୂଳକ ।
  • ଏହା ଏକ ପ୍ରୋତ୍ସାହନ ଯୋଜନା , ଏଥିରେ ସ୍ଵୟଂ ଆବଣ୍ଟନ ବ୍ୟବସ୍ଥା ନାହିଁ ।
  • ଏହା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିସ୍ତୁତିକୁ ସମନ୍ଵିତ କରିଥାଏ ।
  • ରାଜ୍ୟ ସରକାରଙ୍କ ସ୍ତରରେ ଅନୁମୋଦିତ ହେବା ସମେତ କାର୍ଯ୍ୟକାରିତା ଏହା ରାଜ୍ୟ କୁ ଉଚ୍ଚ ନମନୀୟତା ପ୍ରଦାନ କରେ ।
  • ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଥିବା ପ୍ରକଳ୍ପଗୁଡିକୁ ଖୁବ ଉତ୍ସାହିତ କରାଯାଇଥାଏ ।
  • କେନ୍ଦ୍ର ସରକାରଙ୍କ ୧୦୦ ପ୍ରତିଶତ ପାଣ୍ଠି ପ୍ରଦାନରେ ଏହା କାର୍ଯ୍ୟକାରୀ ହୁଏ ।
  • ଯଦି ରାଜ୍ୟ ପରବର୍ତ୍ତୀ ସମୟରେ ଏହାର ପୁଞ୍ଜି ନିବେଶ ହ୍ରାସ କରେ ତେବେ ପ୍ରକଳ୍ପର ସମାପ୍ତି ପାଇଁ ଅବଶିଷ୍ଟ ସମ୍ବଳ ରାଜ୍ୟକୁ ଦେବାକୁ ପଡିବ ।
  • ପ୍ରକଳ୍ପଗୁଡିକୁ ଧାରା- ୧ (ପ୍ରକଳ୍ପ ଭିତ୍ତିକ )ଧାରା-୨ (ସମ୍ବଳ ଅଭାବ ଜନିତ ଯୋଜନାଗୁଡିକର ଦୃଢୀକରଣ )ଅନୁଯାୟୀ କାର୍ଯ୍ୟ କରିଥାଏ ।

ଉଦ୍ଦେଶ୍ୟ

  1. କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ସରକାରୀ ପୁଞ୍ଜିନିବେଶ ବୃଦ୍ଧି ପାଇଁ ରାଜ୍ୟକୁ ପ୍ରୋତ୍ସାହିତ କରିବା।
  2. କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟକ୍ରମ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରିତରେ ରାଜ୍ୟକୁ ନମନୀୟତା ଓ ସ୍ଵାଧୀନତା ପ୍ରଦାନ କରିବା ।
  3. କୃଷି ଜଳବାୟୁ ପରିସ୍ଥିତି,ଜ୍ଞାନ କୌଶଳର ଉପଲବ୍ଧତା ଓ ପ୍ରାକୃତିକ ସମ୍ବଳ ଭିଟଟିରେ ଜିଲ୍ଲା ଓ ରାଜ୍ୟ ପାଇଁ କୃଷି ଯୋଜନା ପ୍ରସ୍ତୁତକୁ ସୁନିଶ୍ଚିତ କରିବା ।
  4. ରାଜ୍ୟ କୃଷି ଯୋଜନାରେ ସ୍ଥାନୀୟ ଆବଶ୍ୟକତା/ ଫସଲ/ଅଗ୍ରାଧିକାରକୁ ଉତ୍ତମ ଭାବେ ପ୍ରତିଫଳିତ କରିବା ।
  5. କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କୃଷକଙ୍କ ଲାଭକୁ ସର୍ବାଧିକ କରିବା ।
  6. ସାମଗ୍ରିକ ଭାବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିଭିନ୍ନ ଉପାଦାନର ଉତ୍ପାଦନ ଓ ଉତ୍ପାଦକତା ପରିମାଣଗତ ପରିବର୍ତ୍ତନ ଆଣିବା ।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ଯୋଜନା ପ୍ରସ୍ତୁତ ପଦ୍ଧତି

ପ୍ରତ୍ୟେକ ଜିଲ୍ଲା ଏକ ଜିଲ୍ଲା କୃଷି ଯୋଜନା (ଡି.ଏ.ପି.) ପ୍ରସ୍ତୁତ କରିବେ । ଏଥିପାଇଁ ଜିଲ୍ଲାରେ, ରାଜ୍ୟରେ କିମ୍ବା ବି.ଆର.ଜି.ଏଫ. ଏସ.ଜି.ଏସ.ୱାଇ. ଭାରତ ନିର୍ମାଣ ଆଦି କେଦ୍ରିୟ ଯୋଜନାରେ ଉପଲବ୍ଧ ସମ୍ବଳକୁ ଅନ୍ତର୍ଭୁକ୍ତ କରାଯିବ । ସମ୍ପ୍ରତି ଥିବା ଯୋଜନା ଗୁଡିକର ସମ୍ମିଶ୍ରଣ ହିଁ ଜିଲ୍ଲା ଯୋଜନା ହେବ ନାହିଁ  । ଜିଲ୍ଲାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଉନ୍ନୟନ ଆବଶ୍ୟକତା ହିଁ ପ୍ରକଳ୍ପିତ ହେବ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିକାଶର ଆପେକ୍ଷିକ ସ୍ଥିତିକୁ ଏହି ଯୋଜନା ଏକ ମାନସିକ ଚିତ୍ର ଭାବେ ଉପସ୍ଥାପନ କରିବା ଦରକାର । ଜିଲ୍ଲା କୃଷି ଯୋଜନା ଆର୍ଥିକ ଆବଶ୍ୟକତା ଓ କୃଷି ଉନ୍ନୟନ ଯୋଜନାର ବିସ୍ତୁତ ବିକାଶ ପାଇଁ ଅର୍ଥଯୋଗାଣ ଉତ୍ସର ବିସ୍ତୁତ ଉପସ୍ଥାପନ କରିବ । ପ୍ରତ୍ୟେକ ଜିଲ୍ଲାର ପ୍ରାକୃତିକ ସମ୍ବଳ ଓ ବୈଷୟିକ ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା କୃଷି ଯୋଜନା ଓ ମତ୍ସ୍ୟ ପାଳନ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଗ୍ରାମାଞ୍ଚଳ ଉନ୍ନୟନ କାର୍ଯ୍ୟ ,କୃଷି ବିପଣନ ଯୋଜନା, ଜଳଅମଳ ଓ ସଂରକ୍ଷଣ ଯୋଜନା ଆଦିକୁ ସାମିଲ କରିଥାଏ ।

ଜିଲ୍ଲା ଯୋଜନା ଗୁଡିକ ସମନ୍ଵିତ କରି ପ୍ରତ୍ୟେକ ରାଜ୍ୟ ଏକ ରାଜ୍ୟ କୃଷି ଯୋଜନା ପ୍ରସ୍ତୁତ କରିବେ । ଆର.କେ.ଭି.ୱାଇ.ରେ ରାଜ୍ୟ ପାଉଥିବା ମୋଟ ପାଣ୍ଠି ୭୫% ଧାରା ୧ରେ ଉପଲବ୍ଧ ହେବା ଆବଶ୍ୟକ

  • ଆର.କେ.ଭି.ୱାଇ ରେ ଗୁରୁତ୍ଵ ପୂର୍ଣ୍ଣ
    1. ଗହମ,ଧାନ,ମୋଟାଶସ୍ୟ, ଲଘୁଶସ୍ୟ, ଡାଲିଜାତୀୟ,ତୈଳବୀଜ ଭଳି ମୁଖ୍ୟ ଖାଦ୍ୟ ଫସଲର ସମନ୍ଵିତ ଉନ୍ନୟନ ।
    2. କୃଷି ଯାନ୍ତ୍ରିକୀକରଣ  ।
    3. ମୃତ୍ତିକା ସ୍ୱାସ୍ଥ୍ୟ ଉନ୍ନତି ସମ୍ପ୍ରକିତ କାର୍ଯ୍ୟକ୍ରମ ।
    4. ଜଳବିଭାଜନ ଅଞ୍ଚଳ ଆଖପାଖରେ ବର୍ଷାଧାର କୃଷିର ବିକାଶ ସହିତ, ଜଳବିଭାଜିକା ଜଳଧାରା, ନଦୀ ଉପତ୍ୟକାର ସମନ୍ଵିତ ବିକାଶ ସାଧନ ।
    5. ରାଜ୍ୟ ବିହନ ଫାର୍ମକୁ ସହାୟତା ।
    6. ସମନ୍ଵିତ ରୋଗ ପୋକ ପରିଚାଳନା ଯୋଜନା ।
    7. ଅଣ କୃଷି କ୍ଷେତ୍ର କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିବା ।
    8. ବିପଣନ ଭିତ୍ତିଭୂମି ଓ ବିପଣନ ବ୍ୟବସ୍ଥାକୁ ଦୃଢୀକରଣ  ।
    9. ଉଦ୍ୟାନ କୃଷି ଉତ୍ପାଦନ ବୃଦ୍ଧି ଓ ଅନୁ ଜଳସେଚନ ବ୍ୟବସ୍ଥାର ପ୍ରସାର ଜନିତ କାର୍ଯ୍ୟକ୍ରମ ।
    10. ପଶୁପାଳନ ଓ ମତ୍ସ୍ୟ ବିକାଶ କାର୍ଯ୍ୟକ୍ରମ ।
    11. ଭୂସଂସ୍କାର ହିତାଧିକାରୀଙ୍କ ପାଇଁ ସ୍ଵତନ୍ତ୍ର ଯୋଜନା ।
    12. ସମାପ୍ତ ପ୍ରକଳ୍ପ କାର୍ଯ୍ୟଭାର ଗ୍ରହଣ ବ୍ୟବସ୍ଥା ।
    13. କୃଷି/ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ରାଜ୍ୟ ସରକାରୀ ପ୍ରତିଷ୍ଠାନଗୁଡିକୁ ଅନୁଦାନ ସହାୟତା ।
    14. କୃଷକଙ୍କ ପାଇଁ ଶିକ୍ଷାମୂଳକ ଗସ୍ତ ।
    15. ଜୈବିକ ଓ ଜୈବସାର ।
    16. ନବ ପ୍ରବର୍ତ୍ତନ ଯୋଜନାର କାର୍ଯ୍ୟକାରିତା ।

    ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ୨୦୦୭-୦୮

    ଧାରା-୧ଓ  ଧାରା -୨ ରେ ବିଭିନ୍ନ ପ୍ରକଳ୍ପ ପାଇଁ ୩୯୫୯.୩୪ ଲକ୍ଷ ଟଙ୍କା ପ୍ରକଳ୍ପ ଖର୍ଚ୍ଚ ଗୃହିତ ହୋଇଛି । ଏହି ପ୍ରକଳ୍ପ ଆର.କେ.ଭି.ୱାଇ.୨୦୦୭ – ୦୮ ରେ କାର୍ଯ୍ୟକାରୀ ହେଉଛି ।

    କ୍ର. ସଂ

    ଯୋଜନା ପ୍ରକଳ୍ପ

    ପ୍ରକଳ୍ପ ଖର୍ଚ୍ଚ (ଲକ୍ଷ ଟଙ୍କା )

    ପ୍ରକଳ୍ପ ପାଇଁ ପ୍ରମୁଖ ଅଧିକାରୀ

    ଓଡିଶାର କୃଷି ଉତ୍ପାଦକତା ବୃଦ୍ଧି ପାଇଁ ଅମ୍ଳ ମାଟି ପରିଚାଳନା ।

    ୧୦୧୦.୦୦

    ରାଜ୍ୟ ଜୈବ ରସାୟନବିତ୍

    କେବିକେ ଓ ଅନ୍ୟାନ୍ୟ ଜିଲ୍ଲାରେ କୃଷି ଯନ୍ତ୍ରପାତିର ପ୍ରସାର

    ୮୦୮.୦୦

    ଯୁଗ୍ମ କୃଷି ନିର୍ଦ୍ଦେଶକ (ଯାନ୍ତ୍ରିକ)

    ସଘନ ଧାନ ଚାଷ ପଦ୍ଧତି (ଶ୍ରୀ)

    ୨୫୨.୫୦

    ଯୁଗ୍ମ କୃଷି ନିର୍ଦ୍ଦେଶକ (ସ୍ଵତନ୍ତ୍ର ଯୋଜନା ଓ ଫସଲ)

    ଜିଆ ପ୍ରଜନନ କେନ୍ଦ୍ର ମାଧ୍ୟମରେ ଜୈବିକ କୃଷିର ପ୍ରୋତ୍ସାହନ

    ୫୫.୫୫

    ରାଜ୍ୟ ଜୈବ ରସାୟନବିତ୍

    ନୀଳହରିତ ଶୈବାଳ ଉତ୍ପାଦନ ଜୈବିକ କୃଷି ପାଇଁ ଏକ ପଦକ୍ଷେପ

    ୪୧.୮୧

    ରାଜ୍ୟ ଜୈବ ରସାୟନବିତ୍

    ଗଜପତି, କେନ୍ଦ୍ରାପଡା ଓ ଝାରସୁଗୁଡା ଠାରେ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ

    ୧୮୦.୮୦

    ପରିଚାଳନା ନିର୍ଦ୍ଦେଶକ ଓଡିଶା ରାଜ୍ୟ ବିହନ ନିଗମ ଲିଃ

    ଭୁବନେଶ୍ଵର ଓ ସମ୍ବଲପୁରସ୍ଥ କୃଷି ସୂଚନା କେନ୍ଦ୍ରର ଆଧୁନିକୀକରଣ

    ୧୧୮.୭୦

    ଯୁଗ୍ମ କୃଷି ନିର୍ଦ୍ଦେଶକ (ସୂଚନା)

    ସମ୍ପ୍ରସାରଣ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଓ ବିକଳ୍ପ ସମ୍ପ୍ରସାରଣ (କୃଷକ ସାଥି)

    ୬୨.୭୯

    ଉପ କୃଷି ନିର୍ଦ୍ଦେଶକ (ଫାର୍ମ ଓ ବିହନ)

    ଡାଲିଜାତୀୟ ଓ ତୈଳବୀଜ ଫସଲରେ ଜୈବସାର ପ୍ରୟୋଗ

    ୧୦୬.୦୦

    ଉପ କୃଷି ନିର୍ଦ୍ଦେଶକ (ଡାଲି)

    ୧୦

    କୃଷକ କ୍ଷେତ୍ର ବିଦ୍ୟାଳୟ ମାଧ୍ୟମରେ ସମନ୍ଵିତ ରୋଗ ପୋକ ପରିଚାଳନା ।

    ୨୪.୦୪

    ଉପକୃଷି ନିର୍ଦ୍ଦେଶକ (ଉଦ୍ଭିଦ ସୁରକ୍ଷା)

    ୧୧

    ମୃତ୍ତିକା ପରୀକ୍ଷା ସେବାର ଦୃଢୀକରଣ

    ୨୦୭.୧୫

    ଉପ କୃଷି ନିର୍ଦ୍ଦେଶକ (ସମ୍ପ୍ରସାରଣ)

    ମୋଟ ଧାରା -୧

    ୨୮୬୭.୩୪

    ସରକାରୀ କୃଷି ଯନ୍ତ୍ରପାତି କାରଖାନା

    ୪୪୦.୦୦

    ଯୁଗ୍ମ କୃଷି ନିର୍ଦ୍ଦେଶକ

    ଭିତ୍ତିଭୂମି ବିକାଶ ଓ ତାଲିମ ପ୍ରତିଷ୍ଠାନର ଦୃଢୀକରଣ

    ୨୪୫.୦୦

    ଯୁଗ୍ମ କୃଷି ନିର୍ଦ୍ଦେଶକ (ଫାର୍ମ ଓ ବିହନ)

    ବିହନ ସାଇତା ଗୋଦାମ ନିର୍ମାଣ

    ୪୦୭.୦୦

    ପରିଚାଳନା ନିର୍ଦ୍ଦେଶକ ଓଡିଶା ରାଜ୍ୟ ବିହନ ନିଗମ ଲିଃ

    ମୋଟ ଧାରା -୨

    ୧୦୯୨.୦୦

    ସର୍ବମୋଟ

    ୩୯୫୯.୩୪

    • ଆର.କେ.ଭି.ୱାଇ. ୨୦୦୮-୦୯
    • ପ୍ରକଳ୍ପ ନିମ୍ନଲିଖିତ କାର୍ଯ୍ୟକାରୀ ହୋଇଥାଏ ।

    କ୍ର. ସଂ

    ଯୋଜନା ପ୍ରକଳ୍ପ

    ପ୍ରକଳ୍ପ ଖର୍ଚ୍ଚ

    ପ୍ରକଳ୍ପ ପାଇଁ ପ୍ରମୁଖ ଅଧିକାରୀ

    ଧାରା-୧

    ଶ୍ରୀ ଧାରା

    ୧୦୦.୦୦

    ଯୁଗ୍ମ କୃଷି ନିର୍ଦ୍ଦେଶକ (ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଓ ଫସଲ)

    କୃଷି ସୂଚନା କେନ୍ଦ୍ରର ଆଧୂନିକୀକରଣ

    ୧୨୦.୭୦

    ଯୁଗ୍ମ କୃଷି ନିର୍ଦ୍ଦେଶକ (ସୂଚନା)

    ପରିସଂଖ୍ୟାନ ଶାଖା (କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ)ର ଦୃଢୀକରଣ

    ୨୩.୭୭

    ମୁଖ୍ୟ ପରିସଂଖ୍ୟାନବିତ

    ରାଜ୍ୟରେ ଗୌଣସାର ଓ ଅନୁସାର

    ୧୪୫.୪୪

    ଉପକୃଷି ନିର୍ଦ୍ଦେଶକ ଓ ରାଜ୍ୟ ଜୈବ ରସାୟନବିତ

    କୃଷି ସୂଚନା ଉପଦେଷ୍ଟା କେନ୍ଦ୍ର (୧୦୦ଟି)ର କାର୍ଯ୍ୟକାରିତା

    ୨୫୦୦.୦୦

    ଯୁଗ୍ମ କୃଷି ନିର୍ଦ୍ଦେଶକ

    ଜିଆଖତ ୟୁନିଟ ସ୍ଥାପନ (୨୫୦୦ଟି)

    ୭୬.୫୦

    ରାଜ୍ୟ ଜୈବ ରାସାୟନବିତ

    କନ୍ଧମାଳ ଜିଲ୍ଲାରେ ମକା ଚାଷ ଉନ୍ନୟନ

    ୩୧୨.୮୧

    ଉପକୃଷି ନିର୍ଦ୍ଦେଶକ

    କୃଷି ଫାର୍ମର ନବୀକରଣ

    ୩୫୮.୨୭

    ଯୁଗ୍ମ କୃଷି ନିର୍ଦ୍ଦେଶକ

     

    ମୋଟ ଧାରା

    ୩୬୩୭.୪୯

     

    ଧାରା-୨

    ପମ୍ପସେଟର ପ୍ରସାର

    ୧୦୨୦.୦୦

    ଯୁଗ୍ମ କୃଷି ନିର୍ଦ୍ଦେଶକ

    କୃଷି ଯନ୍ତ୍ରପାତିର ପ୍ରସାର

    ୧୪୧୦.୯୮

    ଯୁଗ୍ମ କୃଷି ନିର୍ଦ୍ଦେଶକ

    ଓଡିଶାର କେବିକେ ଓ ଦକ୍ଷିଣାଞ୍ଚଳ ଜିଲାରେ ଜିପସମ ଯୋଗାଣ

    ୧୫୦.୦୦

    ଉପକୃଷି ନିର୍ଦ୍ଦେଶକ ଓ ସହକାରୀ ପ୍ରକଳ୍ପ ଅଧିକାରୀ

     

    ମୋଟ ଧାରା- ୨

    ୨୫୮୦.୯୮

     

     

    ସର୍ବ ମୋଟ

    ୬୨୧୮.୪୭

     

    ଯୋଗାଯୋଗ ବ୍ୟକ୍ତି

    କ୍ର. ସଂ

    ସ୍ତର

    ଯୋଗାଯୋଗ ବ୍ୟକ୍ତି

    ଫୋନ ନମ୍ବର

    ରାଜ୍ୟ

    ସରକାରଙ୍କ ଉପଶାସନ ସଚିବ ଓ ଆର.କେ. ଭି. ୱାଇ ପାଇଁ ରାଜ୍ୟ ନୋଡାଲ ଅଧିକାରୀ, କୃଷି ବିଭାଗ, ଓଡିଶା ଭୁବନେଶ୍ଵର

    ୦୬୭୪-୨୩୨୩୦୫୫

    ନିର୍ଦ୍ଦେଶାଳୟ

    ଉପ କୃଷି ନିର୍ଦ୍ଦେଶକ (ଯୋଜନା)

    ୦୬୭୪-୨୩୨୩୩୭୭

    ଜିଲ୍ଲା

    ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା / ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା କୃଷି ଅଧିକାରୀ

     

    ରାଜ୍ୟ କୃଷି ନୀତି ୨୦୦୮

    ପାରମ୍ପରିକ କୃଷି ପଦ୍ଧତି, ସ୍ୱଳ୍ପ ପୁଞ୍ଜି ନିବେଶ, ସୀମିତ ଜଳସେଚନ ବ୍ୟବସ୍ଥା, ନିମ୍ନ ଜଳବ୍ୟବହାର ଦକ୍ଷତା, ଜମିର କ୍ଷୁଦ୍ର ଆକାର ଯୋଗୁଁ ଓଡିଶାର କୃଷିରେ ସ୍ୱଳ୍ପ ଉତ୍ପାଦକତା ପରିଲିଖିତ ହେଉଛି । ସମ୍ପ୍ରତିକ ପରିସ୍ଥିତିରେ କୃଷି ଉନ୍ନୟନ ଯୋଜନା ସ୍ଵୟଂ ସଂପୂର୍ଣ୍ଣ, ଉତ୍ତମ ସଂଜ୍ଞାଯୁକ୍ତ ଓ କୃଷକ ସମାଜର ସାମଗ୍ରିକ ହିତ ପାଇଁ ଉଦ୍ଧିଷ୍ଟ ହେବା ଆବଶ୍ୟକ । ତେଣୁ ଏହି ପରିପେକ୍ଷରେ ସରକାର ଏକ ଦୂରଦୃଷ୍ଟି ସମ୍ପୂର୍ଣ୍ଣ ନୂତନ କୃଷି ନୀତି ପ୍ରଣୟନ ପାଇଁ ନିଷ୍ପତି ଅନ୍ତତଃପକ୍ଷେ ଆଗାମୀ ୧୦ ବର୍ଷ ପାଇଁ କୃଷି ଉନ୍ନୟନ ଏକ ସ୍ପଷ୍ଟ କାର୍ଯ୍ୟସୂଚୀ ନିର୍ଦ୍ଧାରିତ କରିବ । ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ନିମ୍ନରେ ପ୍ରଦତ୍ତ ହୋଇଛି ।

    • ବର୍ତ୍ତମାନର ଜୀବନଧାରଣ କୃଷିକୁ ଏକ ଲାଭଜନକ ବ୍ୟବସାୟିକ କୃଷିରେ ରୂପାନ୍ତରିତ କରାଯିବା ଫଳରେ ଲୋକେ କୃଷି କୁ ଏକ ପେଶା ଭାବରେ ଗ୍ରହଣ କରିବେ ।
    • ଚିର ପୋଷ୍ୟମାନ କୃଷିର ପ୍ରସାରକୁ ପ୍ରୋତ୍ସାହିତ କରିବା ।
    • ମୁଖ୍ୟ ଫସଲଗୁଡିକୁ ଉତ୍ପାଦକତା ଅନ୍ତତଃ ଜାତୀୟ ହାର (ବିହନ ପ୍ରତିବଦଳ ହାର ବୃଦ୍ଧି,ଗୁଣାତ୍ମକ ଚାରା ଉପଲବ୍ଧ ସମନ୍ଵିତ ଖାଦ୍ୟସାର ପରିଚାଳନା, ସମନ୍ଵିତ ରୋଗ ପୋକ ପରିଚାଳନା, ଜଳ ପରିଚାଳନା , କୃଷି ଯାନ୍ତ୍ରିକୀକରଣ ଓ ଜ୍ଞାନ କୌଶଳ ହସ୍ତାନ୍ତର ଆଦି ଦ୍ଵାରା ) ସହିତ ସମକକ୍ଷ ।
    • ବିଶେଷତଃ ଉଚ୍ଚ ଜମି ଓ ମଧ୍ୟମ କିସମ ଜମିରେ ଫସଲ ବିବିଧତାକୁ ଉତ୍ସାହିତ କରିବା ।
    • ଶୁଷ୍କାଞ୍ଚଳ ଉଦ୍ୟାନ କୃଷି ସମେତ ଉଦ୍ୟାନ ଫସଲ ଚାଷ ଉପରେ ଗୁରୁତ୍ଵ ଦେବା ।
    • ଆଧୁନିକ ସମନ୍ଵିତ କୃଷି ପ୍ରଣାଳୀକୁ ଉତ୍ସାହିତ କରିବା ।
    • ଲୋକ ମାନଙ୍କର ଭାଗିଦାରରେ ଜଳ ବ୍ୟବହାର ଦକ୍ଷତା ବୃଦ୍ଧି କରିବା ।
    • ଅମଳ ପରବର୍ତ୍ତୀ ପରିଚାଳନା, କୃଷିଜାତ ସାମଗ୍ରୀ ବିପଣନ, ପ୍ରକ୍ରିୟା କରଣ ଓ ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତି ଇତ୍ୟାଦି ପାଇଁ ଘରୋଇ, ସରକାରୀଓ ଘରୋଇ- ସରକାରୀ ଭାଗୀଦାର ଦ୍ଵାରା କୃଷି କ୍ଷେତ୍ରରେ ଓ ଜମି ବାହାରେ ଦୀର୍ଘମିଆଦି ପୁଞ୍ଜି ନିବେଶ ବୃଦ୍ଧି ସୁବିଧା କରିବା ।
    • ଚୁକ୍ତିଭିତ୍ତିକ ଓ ଏକ ଚକିଆ ଚାଷକୁ ଉତ୍ସାହିତ କରିବା ।
    • କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଋଣ ବ୍ୟବସ୍ଥା କରିବା ।
    • ରାଜ୍ୟରେ ପ୍ରତିଯୋଗୀତା ସୁଯୋଗ ଥିବା କୃଷି ଉତ୍ପାଦିତ ଦ୍ରବ୍ୟଗୁଡିକର ଉପଯୁକ୍ତ ବିପଣନ ସଂଯୋଗର ସୁବିଧା କରିବା।
    • ପ୍ରାକୃତିକ ସମ୍ବଳ ପରିଚାଳନା ଅଧିକ ଫସଲ ଉତ୍ପାଦନ, କୃଷି ଓ ଅଣକୃଷି ଆୟ ବୃଦ୍ଧି ନିମନ୍ତେ ଜଳବିଭାଜନ ଅଞ୍ଚଳରେ ସମନ୍ଵିତ ଜଳବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ।
    • ଜରୁରୀ ଆବଶ୍ୟକତା ଅନୁଯାୟୀ ନିୟନ୍ତ୍ରିତ ଓ ନିଶ୍ଚିତ ଗୁଣାତ୍ମକ କାର୍ଯ୍ୟକ୍ରମ ନିମନ୍ତେ ଉପଯୁକ୍ତ ଅନୁଷ୍ଠାନ/ ସୁଯୋଗ ସୃଷ୍ଟି କରିବା ।
    • କ୍ଷେତ୍ର ସମ୍ପ୍ରସାରଣ ବ୍ୟବସ୍ଥାର ପୁନର୍ଗଠନ କରି କୃଷି ସମ୍ପ୍ରସାରଣ କଳର ଭୂମିକା ଓ ଦାୟିତ୍ଵର ପୁନଃ ସଂଜ୍ଞା ନିରୂପଣ କରିବା ।

    କୃଷି ନୀତିର କାର୍ଯ୍ୟକାରିତା

    ରାଜ୍ୟ କୃଷି ନୀତିର କାର୍ଯ୍ୟକାରିତା ପାଇଁ ସରକାର ଉପଯୁକ୍ତ ନିୟମ ଓ ପ୍ରସ୍ତାବ ପ୍ରଣୟନ/ମଞ୍ଜୁର କରିବେ । କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରାଯିବ । ଏଥିରେ ପଞ୍ଚାୟତିରାଜ ଅନୁଷ୍ଠାନ ସମେତ ସମସ୍ତ ଅଂଶୀଦାରଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କର ସହଯୋଗରେ ନିମ୍ନ ସ୍ତରରୁ ଉପରକୁ ଯୋଜନା ପ୍ରସ୍ତୁତ କରାଯିବ । ଏହିଭଳି ପ୍ରସ୍ତୁତ କରାଯାଇଥିବା ଜିଲ୍ଲାକୃଷି ଯୋଜନା ଗୁଡିକୁ ସମନ୍ଵିତ କରି ରାଜ୍ୟ କୃଷି ଯୋଜନା ପ୍ରସ୍ତୁତ କରାଯିବ । ଏହି କୃଷି ନୀତିର କାର୍ଯ୍ୟକାରିତା ପାଇଁ ରାଜ୍ୟ ସ୍ତରରେ କୃଷି ବିଭାଗ ଅନ୍ୟ ଆନୁଷଙ୍ଗିକ ବିଭାଗ ସହିତ ସମନ୍ଵିତ ସ୍ଥାପନ କରି ଉପଯୁକ୍ତ ପଦ୍ଧତି ଓ ମାର୍ଗଦର୍ଶନ ପ୍ରସ୍ତୁତ କରିବେ ।

    ଓଡିଶାରେ କୃଷି କ୍ଷେତ୍ରରେ ପୁନରୁଥାନ କରି କୃଷକଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ଆଣିବା ହେଉଛି ଏହି ନୀତିର ଲକ୍ଷ । ସରକାରଙ୍କ ଏହି ଆଭିମୁଖ୍ୟର ସମନ୍ଵିତ କାର୍ଯ୍ୟକାରିତା ଦ୍ଵାରା ଏକାଦଶ ପଞ୍ଚବାର୍ଷିକ ଯୋଜନାରେ ଲକ୍ଷ୍ୟ ରଖାଯାଇଥିବା ୪ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାର ହାସଲ କରାଯିବ ସହ ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ସୁନିଶ୍ଚିତ କରାଯିବ ।

    ଯୋଗାଯୋଗ ବ୍ୟକ୍ତି

    କ୍ର. ସଂ

    ସ୍ତର

    ଯୋଗାଯୋଗ ବ୍ୟକ୍ତି

    ଫୋନ ନମ୍ବର

    ରାଜ୍ୟ

    ଉପ କୃଷି ନିର୍ଦ୍ଦେଶକ (ଯୋଜନା)

    ୦୬୭୪-୨୩୨୩୩୭୭

    ନିର୍ଦ୍ଦେଶାଳୟ

    ଉପ କୃଷି ନିର୍ଦ୍ଦେଶକ/ଜିଲ୍ଲା କୃଷି ଅଧିକାରୀ

    ଜିଲ୍ଲା

    ସହକାରୀ କୃଷି ଅଧିକାରୀ

    ଆଧାର - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା ସରକାର

    3.0
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    ନେବିଗତିଓଂ
    Back to top