ହୋମ / କୃଷି / ନୀତି ଓ ଯ଼ୋଜନା / ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା
ସେଆର କରନ୍ତୁ

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଦ୍ଵାରା ଦେଶରେ ଅଧିକରୁ ଅଧିକ ଜମିରେ ଜଳସେଚନ କରାଯାଇ ଉତ୍ପାଦନ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ।

ଦେଶରେ ଥିବା ଚାଷ ଜମି ମଧ୍ୟରୁ ୬୫ ମିଲିୟନ ଅର୍ଥାତ ୪୫% ଜମିରେ ଜଳସେଚନର ସୁବିଧା ରହିଛି । କେବଳ ବର୍ଷାଜଳ ଉପରେ ନିର୍ଭର କରି ଚାଷ କରିବା ସବୁ ସମୟରେ ଚାଷୀ ପାଇଁ ଆଶଙ୍କା ସୃଷ୍ଟି କରୁଥିଲା। ସେଥିପାଇଁ ଉତ୍ପାଦନ କମ୍ ହେଉଥିଲା ।

ଜଳସେଚନର ସୁବିଧା କରାଗଲେ ଚାଷୀ ଉତ୍ସାହିତ ହୋଇ ଚାଷ କାର୍ଯ୍ୟରେ ଅଧିକ ନିବେଶ କରିବ ଏବଂ ଉତ୍ପାଦନ ବଢିବା ଦ୍ଵାରା  କୃଷକ ଆର୍ଥିକ ଭାବରେ ଲାଭବାନ ହୋଇପାରିବ  ।

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଦ୍ଵାରା ଦେଶରେ ଅଧିକରୁ ଅଧିକ ଜମିରେ ଜଳସେଚନ କରାଯାଇ ଉତ୍ପାଦନ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି । ଗ୍ରାମ୍ୟ ସ୍ତରରେ ‘ଏକ ବୁନ୍ଦା ଅଧିକ ଅମଳ’କୁ ଅଧିକ ତ୍ୱରାନିତ୍ଵ କରିବା ଏହି ଯୋଜନର ଲକ୍ଷ୍ୟ ।

ଲକ୍ଷ୍ୟ

  • ଜିଲ୍ଲା, ବ୍ଲକ ସ୍ତରରେ ଜଳସେଚନର ସୁବିଧା ତଥା ଜଳର ଉତ୍ସ କଣ ରହିଛି ସେ ସମ୍ବନ୍ଧରେ ଅନୁଧ୍ୟାନ କରିବା ।
  • ପ୍ରତ୍ୟେକ ଚାଷ ଜମିକୁ କିପରି ଜଳସେଚନଆରଆର ସୁବିଧା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ କାର୍ଯ୍ୟ କରିବା।
  • ପ୍ରତ୍ୟେକ ଚାଷ ଜମିକୁ କିପରି ଜଳସେଚନର ସୁବିଧା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ କାର୍ଯ୍ୟ କରିବା ।
  • ଜଳର ଉତ୍ସକୁ କିପରି ଉତ୍ତମ ଭାବରେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଜଳସେଚନ ସୁବିଧା  କରାଯାଇ ପାରିବ ତା ଉପରେ ଧ୍ୟାନ ଦିଆଯିବ ।
  • ଜଳକୁ ନଷ୍ଟ ହେବାରୁ ରୋକାଯିବା ।
  • ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଜଳକୁ ସିଞ୍ଚନ କରିବା ।
  • ସମନିତ୍ଵ ଭାବରେ ଭୂମିତଳ ଜଳ, ବର୍ଷା ଜଳକୁ କିପରି ଜଳସେଚନରେ  ଲଗାଯାଇ ପାରିବ ସେ ସମ୍ବନ୍ଧରେ ଲୋକଙ୍କୁ ଜୀବିକା ଯୋଗାଇବା ।
  • ଖେତରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ପାଣିର ଚାଷ, ପାଣିର ପରିଚାଳନା, ଶସ୍ୟ ଉତ୍ପାଦନ ଉପରେ ତାଲିମ ପ୍ରଦାନ କରାଯିବା ।
  • ମୁନିସପାଲଟିର ଅଦରକାରୀ ଜଳକୁ ସହରାଞ୍ଚଳରେ କୃଷି କାର୍ଯ୍ୟରେ  ବିନିଯୋଗ କରାଯାଇ ପାରିବ ।
  • ବ୍ୟକ୍ତିଗତ ନିବେଶକୁ ଉତ୍ସାହିତ କରାଯିବା ଉଚିତ୍ ।

ପୋଗ୍ରାମ କାର୍ଯ୍ୟକାରିତା

  • ୨୦୧୫ -୧୬   ଠାରୁ ୨୦୧୯ ଯାଏ ପ୍ରଧାନମନ୍ତ୍ରୀ କୃଷି   ସିଞ୍ଚନ ଯୋଜନା ପାଞ୍ଚ ବର୍ଷ ପାଇଁ ସାରା ଦେଶରେ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୦,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜଳସେଚନ ପାଇଁ ଉର୍ଦ୍ଧିଷ୍ଟ ଯୋଜନା ଗୁଡିକ ମଧ୍ୟରେ ସମନ୍ଵୟ ରକ୍ଷା କରି ଚାଷୀ ପାଇଁ ଆବଶ୍ୟକ ଜଳଯୋଗାଇ ଏହାର ମୁଖ୍ୟ ଲକ୍ଷ୍ୟ ।
  • PMKSY ଯୋଜନାଟି କାର୍ଯ୍ୟକାରୀ ହେଉଥିବା ଅନେକ ଗୁଡିଏ ଯୋଜନାର ଏକକ ସ୍ୱରୂପ ଅଟେ । ସମିଶ୍ରିତ ଯୋଜନା ଗୁଡିକ ମଧ୍ୟରେ ତ୍ଵରିତ ସେଚ ସୁବିଧା ଯୋଜନା, ନଦୀ ବିକାଶ ତଥା ଗଙ୍ଗା ପୁର୍ନଉଦ୍ଧାର ଯୋଜନା, ସମନ୍ଵିତ ଜଳ ଛାୟା ପ୍ରକଳ୍ପ ତଥା ଜାତୀୟ ସତତ କୃଷି ମିଶନ ଅଧିନସ୍ଥ କ୍ଷେତ୍ର ସେଚ ପରିଚାଳନା ଯୋଜନା ଆଦି ଅନ୍ତର୍ଭୁକ୍ତ ।
  • PMKSY ଆଞ୍ଚଳିକ ବିକାଶ  ଆଭିମୁଖ୍ୟକୁ ପ୍ରାଧାନ୍ୟ ଦିଏ ।  ରାଜ୍ୟ ମାନଙ୍କୁ ଏଥିପାଇଁ ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଜଳସେଚନ ଯୋଜନା ପ୍ରସ୍ତୁତ କରିବାକୁ ଅଧିକୃତ କରାଯାଇଛି । ରାଜ୍ୟ ସରକାର ୫-୭ ବର୍ଷ ପର୍ଯ୍ୟନ୍ତ ଅବଧିକୁ ବିଭିନ୍ନ ଜଳସେଚନ କ୍ଷେତ୍ରୀୟ ଯୋଜନା ପ୍ରସ୍ତୁତ ତଥା କାର୍ଯ୍ୟକାରୀ କରିପାରିବେ ।
  • ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ଉତ୍ତର ପୂର୍ବାଞ୍ଚଳ  ରାଜ୍ୟ ମାନେ  ଏହି ପୋଗ୍ରାମରେ  ଅନ୍ତର୍ଭୁକ୍ତ  ।
  • ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ନ୍ୟାସନାଲ ଷ୍ଟିଅରିଂ କମିଟି (NSC) ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରେ । ଏହି କମିଟି ନ୍ୟାସନାଲ ଏକଜିକ୍ୟୁଟିଭ କମିଟିକୁ ଯୋଜନା  ନିର୍ଦ୍ଦେଶ ପ୍ରେରଣ କରେ । ନୀତି ଆୟୋଗର ଚେୟାରମ୍ୟାନ ଏବଂ ଭାଇସ ଚେୟାର ମ୍ୟାନଙ୍କ ସହାୟତାରେ ଜାତୀୟ ସ୍ତରରେ କାର୍ଯ୍ୟ କରେ ।

କାର୍ଯ୍ୟକ୍ରମର ଅଂଶ

ଜାତୀୟ ପ୍ରକଳ୍ପରେ ବଡ ଏବଂ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ଉପରେ ଆଲୋକପାତ କରିବା ।

  • ସବୁ ଖେତକୁ ପାଣି
    • ଜଳ ଉତ୍ସକୁ ସଜାଡ଼ିବା, ପୁନଃ କାର୍ଯ୍ୟକ୍ଷମ କରାଇବା, ପାରମ୍ପରିକ ଜଳ ଉତ୍ସକୁ ବ୍ୟବହାର ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଜଳ ରହୁଥିବା ସ୍ଥାନରୁ କିପରି ଖେତକୁ ଯିବ ତାର ବ୍ୟବସ୍ଥା କରିବ ।
    • ଭୂମି ତଳେ ସିକର ବ୍ୟବସ୍ଥା କରାଯିବା ଦରକାର ଯାହା ମଧ୍ୟରେ ବର୍ଷାଜଳ, ବନ୍ୟାଜଳ ସଂରକ୍ଷିତ ରହିବ ।
    • ଜଳ ପରିଚାଳନା ଓ ଜଳ ବଣ୍ଟନ ବ୍ୟବସ୍ଥାରେ ସୁଧାର କରି ଛୋଟ ଛୋଟ ଜଳସେଚନ ପଏଣ୍ଟ ନିର୍ମାଣ।
    • ଜଳ ବହୁଳ ଅଞ୍ଚଳରୁ ଜଳ ଅଭାବ ଅଞ୍ଚଳକୁ ଜଳ ଆଣିବାର ବ୍ୟବସ୍ଥା ଏବଂ ଏହାକୁ ଉଠା ଜଳସେଚନ ମାଧ୍ୟମରେ ଜମିକୁ ଜଳ ଯୋଗାଣ ।
    • ପରମ୍ପରାଗତ ଭାବରେ ଜଳ ସଂରକ୍ଷଣ ଯେପରି ଗୁଜୁରାଟରେ ଜଳ ମନ୍ଦିର, ଖାତ୍ରୀ, କୁଲ  (ହିମାଞ୍ଚଳ ପ୍ରଦେଶ), ଇରି, ଓରାନିସ (ତାମିଲନାଡୁ) ଢୋଙ୍ଗ (ଆସାମ) କଟସ,ବନଦାସ( ଓଡ଼ିଶା, ମଧ୍ୟପ୍ରଦେଶ) ଇତ୍ୟାଦି ।

PMKSY ( ପ୍ରତ୍ୟେକ ବୁନ୍ଦା ଅଧିକ ଅମଳ)

  • କାର୍ଯ୍ୟକ୍ରମ ପରିଚାଳନା, ରାଜ୍ୟ/ଜିଲ୍ଲାର ଜଳସେଚନ ବିଭାଗଦ୍ଵାରା ବାର୍ଷିକ ଯୋଜନା ଅନୁମୋଦନ ।
  • ଜଳକୁ ବୁନ୍ଦା, ସିଞ୍ଚନ ଇତ୍ୟାଦି ଦ୍ଵାରା ସେଚ କରିବାକୁ ପ୍ରୟାସ । ଟିବ୍ୟୁ ୱେଲ, ଢଗ ୱେଲ ଇତ୍ୟାଦି ନିର୍ମାଣ । PMKSY ଦ୍ଵାରା  ଜଳସେଚନକୁ ଉତ୍ସାହିତ ।
  • ଦକ୍ଷତା ବୃଦ୍ଧି ତାଲିମ, ସଚେତନତା ଶିବିର କମ ଖର୍ଚ୍ଚରେ ଆୟୋଜନ କରିବା ।
  • ଛୋଟ ଛୋଟ ଜଳସେଚନ ଉତ୍ସ ଯେପରି ଟ୍ୟୁବୱେଲ ଏବଂ ଛୋଟ କୂଅ ଖୋଳିବା ଇତ୍ୟାଦି କରାଯିବା ଆବଶ୍ୟକ । AIBP, PMKSY ( ସବୁ କ୍ଷେତକୁ ପାଣି ) PMKSY ( ଜଳସେଚନ) ପ୍ରତ୍ୟେକ ବ୍ଲକ / ଜିଲ୍ଲା ଜଳସେଚନ ଯୋଜନା।
  • ଅନ୍ୟ ଏକ ସଂରକ୍ଷଣ ସୁବିଧା ହେଉଛି କେନାଲ ଯୋଜନା, ବର୍ଷାଦିନେ ଜଳ ସଂରକ୍ଷଣ କରି ତାକୁ ଦରକାର ସମୟରେ ବ୍ୟବହାର କରିବା ।
  • ପାଣି ଉଠାଇବା ମେସିନ ଯେପରି ଡିଜେଲ, ଇଲେକ୍ଟ୍ରିକ / ସୋଲାର ପମ୍ପସେଟ ତା ସହ ଭୂତଳ ପାଇପ ସିଷ୍ଟମ ଇତ୍ୟାଦି ।
  • ଦକ୍ଷତା ବିକାଶ, ତାଲିମ ଏବଂ ସଚେତନତା ଅଳ୍ପ ଖର୍ଚ୍ଚରେ ପବ୍ଲିକେସନ ଅଳ୍ପ ଖର୍ଚ୍ଚରେ ଫିଲମ ଇତ୍ୟାଦି ।

ଆଧାର -ମିନିଷ୍ଟ୍ରି ଅଫ ଏଗ୍ରୀକଲଚର ଆଣ୍ଡ ଫାର୍ମର ୱେଲଫେୟାର

ଅଧିକ ସୂଚନା ପାଇଁ

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନାର ଗାଇଡଲାଇନ

2.85964912281
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top