অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟ କୃଷି ନୀତି ୨୦୧୩ (କୃଷି ସମ୍ପ୍ରସାରଣ)

ରାଜ୍ୟ କୃଷି ନୀତି ୨୦୧୩ (କୃଷି ସମ୍ପ୍ରସାରଣ)

କୃଷି ସମ୍ପ୍ରସାରଣ

ରାଜ୍ୟ କୃଷି ନୀତି ୨୦୧୩ (କୃଷି ସମ୍ପ୍ରସାରଣ)ସାଂପ୍ରତିକ ପରିସ୍ଥିତିରେ ବୈଜ୍ଞାନିକ ଜ୍ଞାନ କୌଶଳ ଓ ଚାଷ ଜମିରେ ଅନୁସରଣ କରାଯାଉଥିବା ପଦ୍ଧତି ମଧ୍ୟରେ ବ୍ୟବଧାନ ବଢ଼ିଛି । କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ ଏହି ଜ୍ଞାନ କୌଶଳର ଅଭାବକୁ ଦୂରୀଭୂତ କରାଯିବା ଉଚିତ୍ । ଏହା ସତ୍ୟ ଯେ ବର୍ତ୍ତମାନ ଯୁଗରେ ଚାଷୀମାନେ ବାହାର ଦୁନିଆ ସହ ଯୋଗାଯୋଗ କରିବା ସହିତ ସେମାନଙ୍କସୂଚନା ସଂଗ୍ରହ ଆଗ୍ରହ ମଧ୍ୟ ବଢ଼ିଛି । ବିଗତ ଦୁଇ ଦଶନ୍ଧି ଧରି ସେମାନେ ଦରକାର କରୁଥିବା ସମ୍ପ୍ରସାରଣ ସେବା ଅପେକ୍ଷା ଯଥେଷ୍ଟ ଅଧିକ ଆବଶ୍ୟକ କରୁଛନ୍ତି । ଏଥିପାଇଁ ସମ୍ପ୍ରସାରଣ ସଂସ୍ଥା ଗୁଡ଼ିକ ସେମାନଙ୍କର ସମ୍ପ୍ରସାରଣ କର୍ମୀମାନଙ୍କୁ ପୁନଃ ପ୍ରଶିକ୍ଷଣ ଦେଇ ଅଧିକ କାର୍ଯ୍ୟ ଦକ୍ଷ କରାଇବା ଉଚିତ୍ । ସମ୍ପ୍ରସାରଣ ପଦ୍ଧତି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହେବା ଆବଶ୍ୟକ । “କଥାରେ କହିବା” ସମ୍ପ୍ରସାରଣ କାର୍ଯ୍ୟରେ “କାର୍ଯ୍ୟରେ କରିବା” ସମ୍ପ୍ରସାରଣକୁ ପରିବର୍ତ୍ତନ କରାଯିବ । କାର୍ଯ୍ୟକ୍ଷେତ୍ରରେ ଲାଗିାରୁଥିବା ବାର୍ତ୍ତା ଯୋଗାଯୋଗକାରୀ ସଂସ୍ଥାମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।

କୃଷି ସ୍ନାତକମାନଙ୍କୁ କୃଷି କ୍ଷେତ୍ରରେ ପରାମର୍ଶ ପ୍ରଦାନ ପାଇଁ ପ୍ରୋତ୍ସାହିତ କରାଯିବ । ଏହି କୃଷି ପରାମର୍ଶଦାତ୍ତାମାନେ ନୂତନ ଚାଷ ପଦ୍ଧତି ସହ କୃଷି କ୍ଷେତ୍ରରେ ନୂତନ ବୈଷୟିକ କୌଶଳର ପ୍ରୟୋଗ, ବଜାର ସୂଚନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ଚାଷୀମାନଙ୍କୁ ଯୋଗାଇ ଦେଇ ସେମାନଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବେ । ସ୍ଥଳ ବିଶେଷରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ଆବଶ୍ୟକୀୟ ଜ୍ଞାନ କୌଶଳ ବିଷୟରେ ଏମାନଙ୍କୁ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ ତାଲିମ ପ୍ରଦାନ କରାଯିବ ।

କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ ତାଲିମ

  1. ବର୍ତ୍ତମାନର କୃଷି ସମ୍ପ୍ରସାରଣ ବ୍ୟବସ୍ଥାର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଅଣାଯିବ ।
  2. ସମସ୍ତ ୩୦ ଗୋଟି ଜିଲ୍ଲାରେ ସମ୍ପ୍ରସାରଣର ପରିବର୍ତ୍ତିତ ମଡେଲ “ଆତ୍ମା” କାର୍ଯ୍ୟକାରୀ କରାଯାଉଛି ।
  3. “ଆତ୍ମା” ଗୁଡ଼ିକ ଚାଷୀମାନଙ୍କ ପାଇଁ ଜ୍ଞାନର କେନ୍ଦ୍ର ହୋଇ ବିଭିନ୍ନ କୃଷି ସାମଗ୍ରୀ, ଚାଷ କୌଶଳ ଓ ବଜାର ବିଷୟରେ ସୂଚନା ଚାଷୀମାନଙ୍କୁ ଯୋଗାଉଛି ।
  4. “ଆତ୍ମା”ରେ କାର୍ଯ୍ୟ କରୁଥିବା ଚାଷୀମାନଙ୍କୁ ଅଧିକ ତାଲିମ ପ୍ରଦାନ କରାଯାଇ ଓ “ଆତ୍ମା”ରେ ଅଧିକ ଦକ୍ଷ କର୍ମଚାରୀ ନିଯୁକ୍ତି ଦିଆଯାଇଏହାର କାର୍ଯ୍ୟକାରିତାକୁ ଅଧିକ କ୍ରିୟାଶୀଳ କରାଯିବ, ଯଦ୍ଧ୍ୱାରା ଏହା

    • କୃଷକଭିତ୍ତିକସମ୍ପ୍ରସାରଣ
    • ଗୋଷ୍ଠୀଭିତ୍ତିକସମ୍ପ୍ରସାରଣ
    • ବଜାରଭିତ୍ତିକ ସମ୍ପ୍ରସାରଣ
    • ବିକଳ୍ପ ସମ୍ପ୍ରସାରଣ
    • ପର୍ଯ୍ୟାୟକ୍ରମ ସଂପ୍ରସାରଣ ପଦକ୍ଷେପକୁ ପ୍ରୋତ୍ସାହିତ କରିବେ ।
  5. ବର୍ତ୍ତମାନର ସମ୍ପ୍ରସାରଣ କାର୍ଯ୍ୟ ସରକାରୀ ପରିସରଭୁକ୍ତ ସଂସ୍ଥା ଦ୍ୱାରା କରାଯାଉଛି । ପରିବର୍ତ୍ତିତ ପରିସ୍ଥିତିରେ ସମ୍ପ୍ରସାରଣ କରିବା ପାଇଁ ସରକାରୀ ସଂସ୍ଥା ବ୍ୟତୀତ ଏଗ୍ରିକ୍ଲିନିକ୍, କୃଷକ ସଂଗଠନ, କୃଷକ କ୍ଷେତ୍ର ବିଦ୍ୟାଳୟ, ସମବାୟ ସଂସ୍ଥା, ପଞ୍ଚାୟତିରାଜ ସଂସ୍ଥା, ବେସରକାରୀ ସଂଗଠନ ଓ ଅର୍ଦ୍ଧ ବୈଷୟିକ ବ୍ୟକ୍ତିଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯିବ । କୃଷି ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଉଥିବା ପ୍ରଦର୍ଶନ କ୍ଷେତ୍ରରେ ବେସରକାରୀ ସଂଗଠନ ମାନେ ସହଯୋଗ କରୁଛନ୍ତି ।
  6. କୃଷକମାନଙ୍କ ଦ୍ୱାରା କୃଷକମାନଙ୍କୁ ତାଲିମ ଦେବା ପାଇଁ ଅଗ୍ରଣୀ କୃଷକମାନଙ୍କ କ୍ଷେତରେ କୃଷକ କ୍ଷେତ୍ର ବିଦ୍ୟାଳୟମାନ କରାଯିବା ଉପରେ ଗୁରୁତ୍ୱ ଦିଆଯିବ ।
  7. ପ୍ରତ୍ୟେକ ଦୁଇଟି ଗ୍ରାମରେ ଜଣେ ଅଗ୍ରଣୀ ଚାଷୀ “କୃଷକ ସାଥୀ” ଭାବରେ କାର୍ଯ୍ୟ କରିବେ । ସେମାନଙ୍କୁ ପର୍ଯ୍ୟାୟ କ୍ରମେ ମନୋନୀତ କରାଯିବ । କୃଷକ ସାଥୀମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯିବ । ଏହାଦ୍ୱାରା ସେମାନେ ଗ୍ରାମ ପଞ୍ଚାୟତରେ ଅନ୍ୟ ଚାଷୀମାନଙ୍କ ପାଖରେ ଆଧୁନିକ ଜ୍ଞାନ କୌଶଳ ପହଞ୍ଚାଇବାରେ ଯୋଗସୂତ୍ରକାରୀ ଭାବେ କାର୍ଯ୍ୟ କରିବେ ।
  8. କୃଷକମାନଙ୍କ ନିକଟକୁ ସୁବିଧାରେ ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର କରିବା ପାଇଁ କୃଷି ବିଭାଗ ସହ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ, କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଉତ୍ପାଦନ ପ୍ରତିଷ୍ଠାନ ଗୁଡ଼ିକର ଯୋଗାଯୋଗକୁ ସୁଦୃଢ଼ କରାଯିବ । ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ କୃଷି କ୍ଷେତ୍ରରେ ଗବେଷଣାଯୋଗ୍ୟ ବିଷୟ ପାଇଁ ସଂଯୋଗ କେନ୍ଦ୍ର ହେବେ ।
  9. କୃଷକ ପରାମର୍ଶଦାତା ଓ ବ୍ଲକସ୍ତରୀୟ ବୈଷୟିକ ଦଳର ବିଶେଷଜ୍ଞଙ୍କ ଦ୍ୱାରା ନିମ୍ନ ସ୍ତରରୁ ଯୋଜନା ମାନ ପ୍ରସ୍ତୁତ କରି ବ୍ଲକ୍ କାର୍ଯ୍ୟ ଯୋଜନାରେ ପ୍ରତିଫଳିତ କରାଯାଇ ତଦନୁଯାୟୀ ବୈଷୟିକ ଜ୍ଞାନର ପ୍ରସାର ଓ ଉପଯୋଗ କରାଯିବ ।
  10. ପ୍ରତ୍ୟେକ ରାଜସ୍ୱ ଗ୍ରାମରେ “ଗ୍ରାମ କୃଷକ ମଞ୍ଚ” ଗଠନ କରାଯିବ । ଏହାଦ୍ୱାରା ଅଧିକରୁ ଅଧିକ ଚାଷୀଙ୍କ ସହ ସମ୍ପର୍କ ରକ୍ଷା କରାଯାଇ ପାରିବ।
  11. ସମ୍ପ୍ରସାରଣ ଓ ଗବେଷଣାଭିତ୍ତିକ ଦୀର୍ଘମିଆଦୀ ଯୋଜନା ଦ୍ୱାରା କୃଷକଙ୍କ ସମସ୍ୟା ଚିହ୍ନଟ ଓ କୃଷକ ବୈଜ୍ଞାନିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଦ୍ୱାରା ବୈଷୟିକ ସମସ୍ୟାର ଉପଯୁକ୍ତ ସମାଧାନର ପନ୍ଥା ବାହାର କରିବା ନିମନ୍ତେ ପ୍ରୋତ୍ସାହନ ଦିଆଯିବ ।
  12. ଆଗ୍ରହୀ କୃଷି ଉଦ୍ୟୋଗୀମାନଙ୍କୁ “ସୂଚନା କେନ୍ଦ୍ର” ସ୍ଥାପନ କରିବା ପାଇଁ ଉତ୍ସାହିତ କରାଯିବ । ପ୍ରତ୍ୟେକ ବ୍ଲକ୍ରେ କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ଖୋଲାଯିବ ।
  13. ରାଜ୍ୟସ୍ତରୀୟ ତାଲିମ କେନ୍ଦ୍ର କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ (ଇମେଜ୍) ଓ ଆଞ୍ଚଳିକ ତାଲିମ ଓ ସମ୍ପ୍ରସାରଣ ପ୍ରତିଷ୍ଠାନ (ରାଇଟ୍) ଗୁଡ଼ିକର ଉନ୍ନତିକରଣ କରାଯିବା ସହ ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯିବ ଓ ସେଥିରେ ଦକ୍ଷ ତାଲିମଦାତା ମାନଙ୍କୁ ନିଯୁକ୍ତି ଦିଆଯିବ।
  14. ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ ମନୋନୀତ ଶ୍ରେଷ୍ଠ କୃଷକମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ।
  15. କୃଷି ବିଭାଗର ସବୁ ସ୍ତରରେ ଥିବା ଅଧିକାରୀମାନଙ୍କ ଜ୍ଞାନ କୌଶଳ ବୃଦ୍ଧି ପାଇଁ ସେମାନଙ୍କୁ ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ତାଲିମ ପ୍ରଦାନର ବ୍ୟବସ୍ଥା କରାଯିବ ।
  16. ବର୍ତ୍ତମାନର ସାମଗ୍ରୀ ଯୋଗାଣ ବ୍ୟବସ୍ଥାରେ ବିହନ, କୀଟନାଶକ ଇତ୍ୟାଦି କୃଷକମାନଙ୍କୁ ଯୋଗାଇ ଦେବାରେ ଚାପ ରହିଥାଏ । ଏହାକୁ ଜ୍ଞାନ-ଯୋଗାଣ ସମ୍ପ୍ରସାରଣ କାର୍ଯ୍ୟକୁ ବଦଳାଇ ଦିଆଯିବ । ଏଥିରେ କୃଷକମାନଙ୍କୁ ଉପଯୁକ୍ତ ଜ୍ଞାନକୌଶଳ ଓ ଚାଷ ପଦ୍ଧତି ସମ୍ବନ୍ଧୀୟ ଜ୍ଞାନ ସାମଗ୍ରୀ ଯୋଗାଇବାରେ ଚାପ ରହିବ ।

ଆଧାର - କୃଷି ବିଭାଗ , ଓଡିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate