অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟ କୃଷି ନୀତି ୨୦୧୩ ( ଜଳସେଚନ)

ଜଳସେଚନ

ରାଜ୍ୟ କୃଷି ନୀତି ୨୦୧୩ ( ଜଳସେଚନ)ଫସଲ ଅମଳ ବୃଦ୍ଧିରେ ଜଳସେଚନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମୟୋଚିତ ଓ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ଉପଲବ୍ଧ ନ ହେବା ଅଧିକ ଅମଳ ଓ କୃଷି ସ୍ଥିରତା ପାଇଁ ଏକ ମୁଖ୍ୟ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ତେଣୁ ବର୍ତ୍ତମାନର ଆହ୍ୱାନ ହେଉଛି ନିଶ୍ଚିତ ଜଳସେଚନର ବ୍ୟବସ୍ଥା କରିବା । ଯଦିଓ ଆମ ରାଜ୍ୟରେ ମୋଟ ବର୍ଷାର ପରିମାଣ ସନ୍ତୋଷଜନକ, ଏହାର ସମୟ ଓ ସ୍ଥାନ ଦୃଷ୍ଟିରୁ ଘୋର ଅନିୟମିତତା ଦେଖାଦେଇଛି ।

ତେଣୁ ବର୍ଷାଜଳ ଅମଳ ଓ ଜଳ ବ୍ୟବହାରର ଦକ୍ଷତା ବୃଦ୍ଧି ହେଉଛି ଗୁରୁତ୍ୱପୂର୍ଣ୍ଣ । ଜଳସେଚନର ଜଳ ବ୍ୟବହାରର ଦକ୍ଷତାକୁ ୧୦ ପ୍ରତିଶତ ବୃଦ୍ଧି କଲେ ବ୍ୟାପକ ଅଞ୍ଚଳରେ ଫସଲ ରକ୍ଷା ପାଇଁ ଜଳସେଚନ ବ୍ୟବସ୍ଥା କରି ହେବ ବୋଲି ଆକଳନ କରାଯାଇଛି ।

ସମସ୍ତ ଫସଲ ଉତ୍ପାଦନ କାର୍ଯ୍ୟକ୍ରମରେ ପ୍ରତି ଏକକ ଜଳ ଦ୍ୱାରା ଅମଳ ଓ ଆୟ ବୃଦ୍ଧିକୁ ସର୍ବୋଚ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ । ଉପଲବ୍ଧ ଜଳର ସର୍ବୋଚ୍ଚ ବିନିଯୋଗ ପାଇଁ ଜଳ ବ୍ୟବହାରକାରୀ ସଂଘ ଗୁଡ଼ିକୁ ଉତ୍ସାହିତ କରାଯାଉଛି ।

ଜଳର ସର୍ବୋଚ୍ଚ ବିନିଯୋଗ ପାଇଁ ଜଳ ବ୍ୟବହାରକାରୀ ସଂଘ

  • ରାଜ୍ୟ କୃଷି ନୀତି ୨୦୧୩ ( ଜଳସେଚନ)ରାଜ୍ୟରେ ବହୁ ସଂଖ୍ୟକ ଜଳସେଚନ ପ୍ରକଳ୍ପ ସମାପ୍ତିର ବିଭିନ୍ନ ଅବସ୍ଥାରେ ରହିଛି । କାମ ଚାଲୁଥିବା ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର ଶେଷ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସମ୍ବଳ ଯୋଗାଇ ଦିଆଯିବ ।
  • ପାଣି ପଞ୍ଚାୟତ ବ୍ୟବସ୍ଥା ମାଧ୍ୟମରେ ଭାଗିଦାରୀରେ ସାମୁହିକ ଜଳସେଚନ ପରିଚାଳନା କୁ ଉତ୍ସାହିତ କରାଯିବ । ପାଣି ପଞ୍ଚାୟତ (ଜଳ ବ୍ୟବହାରକାରୀ ସଂଘ)ର ଦୃଢ଼ୀକରଣ କରାଯିବ । ପାଣି ପଞ୍ଚାୟତଗୁଡ଼ିକର ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଯୋଗାଇ ଦିଆଯାଉଥିବା ଜଳର ସୁଦକ୍ଷ ବିନିଯୋଗ ନିମନ୍ତେ ସେମାନଙ୍କର ଅଧିକାର, ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯିବ ।
  • ଜଳର ଫଳପ୍ରଦ ବ୍ୟବହାର ନିମନ୍ତେ ପର୍ଯ୍ୟାୟକ୍ରମେ ଜଳଯୋଗାଣ ପଦ୍ଧତି ଗ୍ରହଣ କରାଯିବ ।
  • ରାଜ୍ୟରେ କେବଳ କେତେକ ଜିଲ୍ଲାରେ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ସୁବିଧା ସୀମିତ ରହିଛି । ସମ୍ଭାବନା ଥିବା ଅଞ୍ଚଳରେ ବର୍ଷାଜଳ ଅମଳ ସେତୁ, ଭୂତଳ ଜଳସ୍ତର ବୃଦ୍ଧି, ପାରମ୍ପରିକ ଜଳାଶୟ, ଫାର୍ମ ପୋଖରୀ ଗୁଡ଼ିକର ଉନ୍ନୟନ ପାଇଁ ବିଶେଷ ଦୃଷ୍ଟି ଦିଆଯିବ ।
  • ପ୍ରତ୍ୟେକ ବ୍ଲକ୍ରେ ଚାଷୋପଯୋଗୀ ଜମିର ଅନ୍ତତଃ ପକ୍ଷେ ୩୫ ପ୍ରତିଶତ ଜମିରେ ନିଶ୍ଚିତ ଜଳସେଚନ ବ୍ୟବସ୍ଥା କରାଯିବ । ଭୂପୃଷ୍ଠ ଜଳସେଚନ ଓ ଉଠା ଜଳସେଚନ ସହିତ ଅଣୁ ଜଳସେଚନ ସହାୟତାର ସମ୍ମିଶ୍ରଣରେ ଏହା ହାସଲ କରାଯିବ ।
  • ପ୍ରତ୍ୟେକ ସମ୍ଭାବ୍ୟ ଗ୍ରାମରେ ଜଳସେଚନ ପୋଖରୀ ଖୋଳାଯିବ ।
  • ଜଳନିଧି କାର୍ଯ୍ୟକ୍ରମରେ ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୭୫ ପ୍ରତିଶତ ରିହାତିରେ ବ୍ୟକ୍ତିଗତ ଭାବେ ନଳକୂ ଓ ଗଭୀର ନଳକୂ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରାଯିବ ।
  • ବିଜୁ କୃଷକ ବିକାଶ ଯୋଜନାରେ ଅଣ ଆଦିବାସୀ ଓ ଅଣ କେବିକେ ଜିଲ୍ଲାରେ ପ୍ରକଳ୍ପ ଖର୍ଚ୍ଚର ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତିରେ ଏବଂ ଆଦିବାସୀ ଓ କେବିକେ ଜିଲ୍ଲାରେ ପ୍ରକଳ୍ପ ଖର୍ଚ୍ଚର ୯୦ ପ୍ରତିଶତ ରିହାତିରେ ସାମୂହିକ ଉଠା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ଜାରି ରହିବ ।
  • ରାଜ୍ୟ ଉଠା ଜଳସେଚନ ନିଗମ/ କୃଷି ଶିଳ୍ପ ନିଗମ ଜରିଆରେ ସ୍ଥାପିତ ବୃହତ ସାମୂହିକ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକ ପାଇଁ ୯୦ ପ୍ରତିଶତ ରିହାତି ଉପଲବ୍ଧ ।
  • ସାମୂହିକ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ୪୦ ହେକ୍ଟରରୁ କମ୍‍ ହୋଇନଥିବା ଜଳସେଚିତ ଅଞ୍ଚଳ ପାଇଁ ରିହାତିର ପ୍ରସ୍ତାବ ରହିଛି । ଯଦି ଗୋଷ୍ଠୀ ଏକ ପଞ୍ଜିକୃତ ସମିତି ଗଠନ କରି ପ୍ରକଳ୍ପ ନିର୍ମାଣ ଓ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ କରନ୍ତି, ତେବେ ଜମିର ମୂଲ୍ୟ ଛାଡ଼ି ୯୦ ପ୍ରତିଶତ ରିହାତି ଦିଆଯିବ ।
  • ଅଣୁ ଜଳସେଚନ (ବୁନ୍ଦା/ ସିଞ୍ଚନ ଜଳସେଚନ) କୃଷକମାନଙ୍କୁ ଜଳ ସଞ୍ଚୟ, ଅମଳ ବୃଦ୍ଧି, ନୂତନ ଜ୍ଞାନ କୌଶଳର ଗ୍ରହଣ କରାଯାଉଥିବା ଚାଷ ପଦ୍ଧତିରେ ସହାୟତା ଓ ନିଯୁକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ । ବୁନ୍ଦା ଓ ସିଞ୍ଚନ ଜଳସେଚନ ପାଇଁ ନିର୍ଦ୍ଧାରିତ ମୂଲ୍ୟର ସର୍ବାଧିକ ୯୦ ପ୍ରତିଶତ ରିହାତି ପ୍ରଦାନ କରାଯାଇ ରାଜ୍ୟରେ ଅଣୁ ଜଳସେଚନର ବ୍ୟାପକ ପ୍ରୋତ୍ସାହନ ଦିଆଯିବ । ରାଜ୍ୟରେ ନିୁଣ ଜଳ ବ୍ୟବହାର କାର୍ଯ୍ୟକ୍ରମରେ ଅଣୁ ଜଳସେଚନ ଅଭିଯାନ ସୁଦୂରଗାମୀ ହେବ । ରାଜ୍ୟରେ ଅଣୁ ଜଳସେଚନର ଏକ ଉକôର୍ଷ କେନ୍ଦ୍ର ସ୍ଥାପନ କରାଯିବ ।
  • ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ସେଚକୂ / ଘରୋଇ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତିକରଣ ପାଇଁ ରିହାତି ପ୍ରଦାନ କରାଯିବ।
  • ଗଭୀର ନଳକୂ ରେ ବିଦ୍ୟୁତିକରଣ ନିମନ୍ତେ ୭୫% ସର୍ବାଧିକ ୫୦,୦୦୦ଟଙ୍କା ରିହାତି ଦିଆଯିବ ।
  • ଏକ ପୁଞ୍ଜରେ ୧୦ଟିରୁ କମ୍‍ ହୋଇ ନ ଥିବା ଅଗଭୀର ନଳକୂ ପାଇଁ ବିଦ୍ୟୁତିକରଣ ଖର୍ଚ୍ଚ ସରକାରଙ୍କ ଦ୍ୱାରା ବହନ କରାଯିବ । ଏଥିାଇଁ ପୁଞ୍ଜ ପ୍ରତି ସର୍ବାଧିକ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।
  • ଜଳ ପ୍ରବାହ ଜନିତ କ୍ଷତିକୁ ହ୍ରାସ କରିବା ପାଇଁ ଭୁପୃଷ୍ଠରେ ଥିବା କେନାଲ ପରିବର୍ତ୍ତେ ଭୂତଳ ଜଳସେଚନ ବ୍ୟବସ୍ଥାକୁ ଉତ୍ସାହିତ କରାଯିବ ।
  • ରାଜ୍ୟରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା କୃଷକଙ୍କ ଜମିରେ ବିନା ମୂଲ୍ୟରେ ଫାର୍ମ ପୋଖରୀ ଖୋଳାଯିବ ।
  • ଭଲ ଭାବରେ ଜଳ ନିଷ୍କାସିତ ହୋଇ ପାରୁ ନ ଥିବାରୁ ଓଡ଼ିଶାରେ ପ୍ରାୟ ୩ ଲକ୍ଷ ହେକ୍ଟର ଜମିରେ ଜଳ ଜମି ରହୁଛି । ଉପଯୁକ୍ତ ଯାନ୍ତ୍ରୀକ ଏବଂ ଜମି/ ଫସଲ ପରିଚାଳନା ମାଧ୍ୟମରେ ଏହି ଅଞ୍ଚଳ ଗୁଡ଼ିକରେ ସମନ୍ୱିତ ବିକାଶ କରାଯିବ ।

ଆଧାର -କୃଷି ବିଭାଗ, ଓଡିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate