অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟ କୃଷି ନୀତି ୨୦୧୩ (ମତ୍ସ୍ୟ ଓ ପ୍ରାଣୀ ସମ୍ପଦ)

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ

ରାଜ୍ୟ କୃଷି ନୀତି ୨୦୧୩ (ମତ୍ସ୍ୟ ଓ ପ୍ରାଣୀ ସମ୍ପଦ)ବିଶେଷତଃ ଗ୍ରାମାଞ୍ଚଳରେ ନୂଆ ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରାଣୀ ପାଳନ ଏକ ମୁଖ୍ୟ ଆର୍ଥିକ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରାଯାଉଛି । ଗ୍ରାମାଞ୍ଚଳରେ ନିଯୁକ୍ତି ଓ ଜୀବିକା ନିର୍ବାହ କ୍ଷେତ୍ରରେ ପ୍ରାଣୀଧନ କ୍ଷେତ୍ରର ବିଶେଷ ଭୂମିକା ରହିଛି । ଏହି କ୍ଷେତ୍ରରେ ଗ୍ରାମାଞ୍ଚଳରେ ଆତ୍ମ ନିୟୋଜନ ପାଇଁ ପପର୍ଯ୍ୟାପ୍ତ ସୁଯୋଗ ରହିଛି । ଏଥିରେ ଉଭୟ ପୁରୁଷ ଓ ମହିଳା ସ୍ୱଳ୍ପ ପୁଞ୍ଜି ନିବେଶ କରି ଉପକୃତ ହୋଇପାରିବେ । ଚାଷ ପାଇଁ ଅନୁଯୁକ୍ତ ଜମି ପ୍ରାଣୀଧନ ଏବଂ କୁକୁଡ଼ା ପାଳନଭିତ୍ତିକ ଉଦ୍ୟୋଗ ପାଇଁ ସୁବିନିଯୋଗ କରାଯିବ । ଏଣୁ ଗ୍ରାମାଞ୍ଚଳରେ ସମୃଦ୍ଧିରେ ପଶୁଧନ କ୍ଷେତ୍ରର ବିକାଶ ସଂକଟଜନକ ଅଟେ । ଚାଷୀମାନଙ୍କୁ ଆୟ ପନ୍ଥା ଓ ନିଯୁକ୍ତି ଯୋଗାଇବାରେ ଗୋପାଳନ କ୍ଷେତ୍ରର ପ୍ରମୁଖ ଭୂମିକା ରହିଛି ।

ଓଡ଼ିଶାର ମତ୍ସ୍ୟକ୍ଷେତ୍ର ସାମୁଦ୍ରିକ ଏବଂ ସ୍ୱଳ୍ପ / ଅବ୍ୟବହୃତ ମଧୁର ଜଳରାଶି ମଧ୍ୟରେ ପରିବ୍ୟାପ୍ତ । ଏହି ଜଳରାଶିର ସୁରିଚାଳନା କରି ଘରୋଇ ବଜାର ଚାହିଦା ପୂରଣ କରିବା ନିମନ୍ତେ ମାଛଧରା ତଥା ମାଛଧରା ସହ ମତ୍ସ୍ୟ ପାଳନ ଦ୍ୱାରା ମତ୍ସ୍ୟ ଉତ୍ପାଦନ ସାମଗ୍ରୀକ ଭାବେ ବୃଦ୍ଧି କରାଯାଇ ପାରିବ । ଅଧିକ କିନ୍ତୁ ଏହା ଗ୍ରାମାଞ୍ଚଳରେ ଗରିବଙ୍କ ପାଇଁ ନିଯୁକ୍ତି ସୁଯୋଗ ଏବଂ ରୋଜଗାରର ପନ୍ଥା ସୃଷ୍ଟି କରିବା ସହ ସେମାନଙ୍କର ଖାଦ୍ୟ ଏବଂ ଜୀବିକା ସୁରକ୍ଷା ବୃଦ୍ଧି କରିବାରେ ସହାୟକ ହେବ ।

ସଘନ ମତ୍ସ୍ୟ ଚାଷ ନିମନ୍ତେ ପ୍ରୋତ୍ସାହନ

ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଶତକଡ଼ା ୨୦ ଭାଗ ରିହାତିରେ ଜଳାଶୟ ବିଶେଷ ଭାବରେ ସୃଷ୍ଟି ହୋଇ ପାରୁନାହିଁ । ଏଣୁ ସରକାରଙ୍କ ଶତକଡ଼ା ୨୦ ଭାଗ ରିହାତି ବ୍ୟତୀତ ରାଜ୍ୟ କୃଷି ନୀତି ଅନୁଯାୟୀ ଅତିରିକ୍ତ ୩୦ ପ୍ରତିଶତ ରିହାତି ଯୋଗାଇ ଦେଇ ସର୍ବ ମୋଟ ରିହାତି ପରିମାଣ ଶତକଡ଼ା ୫୦ ଭାଗକୁ ବୃଦ୍ଧି କରାଯିବ । ଏଥିରେ ପ୍ରତ୍ୟେକ ହିତାଧିକାରୀ ସର୍ବାଧିକ ୫ ହେକ୍ଟର ପାଇଁ ରିହାତି ସୁବିଧା ପାଇପାରିବେ । ଏହି ଯୋଜନା ଉଭୟ ଲବଣାକ୍ତ ଓ ମଧୁର ଜଳ ମତ୍ସ୍ୟଚାଷ ପାଇଁ ପ୍ରଯୁଜ୍ୟ ।

ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ନିମନ୍ତେ ପ୍ରୋତ୍ସାହନ

  • ରାଜ୍ୟ କୃଷି ନୀତି ୨୦୧୩ (ମତ୍ସ୍ୟ ଓ ପ୍ରାଣୀ ସମ୍ପଦ)ଏଫ୍.ଏଫ୍. ଡି.ଏ, ଏନ୍.ଏଫ୍.ଡି.ବି., ଏନ୍.ଏମ୍.ପି.ଏସ୍, ପ୍ରଭୃତି ଯୋଜନା ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ମତ୍ସ୍ୟ ଫାର୍ମକୁ ‘ଜଳନିଧି’ ଯୋଜନାରେ ଗଭୀର ନଳକୂ ଓ ଅଗଭୀର ନଳକୂ ଖନନ ପାଇଁ ରିହାତି ଯୋଗାଇ ଦିଆଯିବ । ମତ୍ସ୍ୟ ଚାଷ ପାଇଁ ସର୍ବ ନିମ୍ନ ୦.୦୪ ହେକ୍ଟର (ଏକ ଏକର) ପରିମିତ ଜଳାଶୟ ପାଇଁ ରିହାତି ସହାୟତା ପ୍ରଦାନ କରାଯିବ ।
  • ଗାଈ / ଛେଳି / ମେଣ୍ଢା / କୁକୁଡ଼ା ଚାଷୀଙ୍କ ସୁରକ୍ଷା କବଚ ସ୍ୱରୂ ପ୍ରାଣୀଧନ ବୀମାକୁ ପ୍ରୋତ୍ସାହିତ କରାଯିବ ।
  • ସମସ୍ତ କୁକୁଡ଼ା ଫାର୍ମ, ଜୀବନ୍ତ ପକ୍ଷୀ ବଜାର ଏବଂ ଚିଆଁ ପାଳନ କେନ୍ଦ୍ର ପଞ୍ଜିକୃତ ହେବ । କୁକୁଡ଼ା ରୋଗର ‘ନିରୀକ୍ଷଣ ଓ ପର୍ଯ୍ୟବେକ୍ଷଣ’ ପାଇଁ ଏକ ସଂକ୍ରାମକ ରୋଗ ନେଟୱାର୍କ କାର୍ଯ୍ୟ କରିବ ।
  • ରାଜ୍ୟ କୃଷି ନୀତି ୨୦୧୩ (ମତ୍ସ୍ୟ ଓ ପ୍ରାଣୀ ସମ୍ପଦ)ସମସ୍ତ ଖାଦ୍ୟ ଉତ୍ପାଦନ କେନ୍ଦ୍ର ପଞ୍ଜିକୃତ ହେବ । ମାନ ନିର୍ଦ୍ଧାରଣ ପାଇଁ ମଝିରେ ମଝିରେ ପଞ୍ଜିକରଣ ଏବଂ ଲାଇସେନ୍ସ୍ ତନଖି କରାଯିବ।
  • ଯାତାୟତ, ସମ୍ପ୍ରସାରଣ ସହାୟକ ଏବଂ ଅନୁଷ୍ଠାନ ସ୍ଥାପନା ଦ୍ୱାରା ପ୍ରାଣୀ ପାଳନ ସମ୍ପ୍ରସାରଣ କାର୍ଯ୍ୟ ସୁଦୃଢ଼ କରାଯିବ।
  • ଗ୍ରାମ୍ୟ ପରିବେଶକୁ ନିର୍ମଳ ରଖିବା, ପ୍ରତି ପରିବାରର ଜାଳେଣୀ ଗ୍ୟାସ୍ ଏବଂ ବିଜୁଳି ଆଲୋକ ଆବଶ୍ୟକତା ପୂରଣ କରିବା ସକାଶେ ଗୋବର ଗ୍ୟାସ୍ କାରଖାନା ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରାଯିବ ।
  • ଗୃହପାଳିତ ପଶୁ ଓ କୁକୁଡ଼ାମାନଙ୍କର ଟୀକାକରଣ ପାଇଁ ଉଦ୍ୟମ କରାଯିବ ।
  • ରାଜ୍ୟରେ ଉତ୍ପାଦିତ ହେଉଥିବା କୃଷିଜାତ ଦ୍ରବ୍ୟର ଅବଶିଷ୍ଟାଂଶ ଯଥା: କୁଣ୍ଡା, ପିଡ଼ିଆ, ଶୁଖୁଆ ଗୁଣ୍ଡ, ମକା ଖଣ୍ଡ, ଖୁଦ ଯାହାକି ମତ୍ସ୍ୟ, ଗୋଖାଦ୍ୟ ଓ କୁକୁଡ଼ା ଖାଦ୍ୟ ରୁପେ ବ୍ୟବହୃତ ହୁଏ (ଉତ୍ପାଦିତ ଦ୍ରବ୍ୟର ଅନ୍ୟୁୟନ ୫୦ ପ୍ରତିଶତ) ତାହାକୁ ସ୍ଥାନୀୟ ଆବଶ୍ୟକତା ପୂରଣ କରିବା ସକାଶେ ରଖାଯିବ ।
  • ମତ୍ସ୍ୟ ଓ ଗୋଖାଦ୍ୟ ଉପରୁ ମୂଲ୍ୟଯୁକ୍ତ ଟିକସ ଓ ପ୍ରବେଶ କର ଛାଡ଼ କରି ମତ୍ସ୍ୟ ଚାଷ ଓ ଗୋପାଳନକୁ ପ୍ରତିଦ୍ୱନ୍ଦିତା ମୂଳକ କରାଯିବ ।
  • ପ୍ରତି ୩୦୦୦ ଗାଈ ପାଇଁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ଜଣେ ଲେଖାଏଁ ଦକ୍ଷ ଓ ତାଲିମପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କୁ ଅବସ୍ଥାପିତ କରାଯିବ । ଗୋଷ୍ଠୀ ସେବା କ୍ଷେତ୍ରରେ ପ୍ରାଣୀ ଚିକିତ୍ସାକୁ ଘରେ ଘରେ ପହଞ୍ଚାଇବା ପାଇଁ ବିଶେଷ ଦୃଷ୍ଟି ଦିଆଯିବ ।
  • ଉନ୍ନତ ଜାତୀୟ ଗୋମହିଷାଦି ସୃଷ୍ଟି କରିବା ପାଇଁ ପ୍ରଜନନକ୍ଷମ ଗାଈ ଓ ମଇଁଷିଙ୍କ କ୍ଷେତ୍ରରେ କୃତ୍ରିମ ପ୍ରଜନନକୁ ୩୮% ରୁ ୭୦% କୁ ଆଗାମୀ ୭ ରୁ ୮ ବର୍ଷ ମଧ୍ୟରେ ବୃଦ୍ଧି କରାଯିବ ।
  • ସ୍ଥାନୀୟ ଦେଶୀ ପ୍ରଜାତି ଏବଂ ତାଙ୍କ ବଂଶର ସଂରକ୍ଷଣ ଏବଂ ଉନ୍ନତିକରଣ ପାଇଁ ସଂପୃକ୍ତ ଅଞ୍ଚଳରେ ଉଦ୍ୟମ କରାଯିବ ।
  • ଦେଶୀ ପ୍ରଜାତିର ଉନ୍ନତୀକରଣ, ସୁପୋଷଣ, ରୋଗ ନିୟନ୍ତ୍ରଣ, ଗବେଷଣା ସେବା, ସାମଗ୍ରୀ ଯୋଗାଣ, ବିପଣନ ଏବଂ ପ୍ରକ୍ରିୟାକରଣକୁ ନଜର ରଖି ବିକାଶମୂଳକ ଯୋଜନା ପ୍ରସ୍ତୁତ କରାଯିବ । ଗୃହପାଳିତ ଦେଶୀ କୁକୁଡ଼ାଙ୍କ ବିକାଶ ଉପରେ ଅଗ୍ରାଧିକାର ଦିଆଯିବ । ଏହାଦ୍ୱାରା ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ, ଆୟ ବୃଦ୍ଧି ଏବଂ ଉନ୍ନତ ଜୀବିକା ନିର୍ବାହ ହୋଇପାରିବ ।
  • ପର୍ଯ୍ୟାପ୍ତ ସାମଗ୍ରୀ ଯୋଗାଣ, ବି ଣନ ସୁବିଧା ଏବଂ ସେବା ପ୍ରଦାନକାରୀ ଥିବା ଅଞ୍ଚଳରେ ବ୍ୟବସାୟିକ କୁକୁଡ଼ା ଫାର୍ମ ସହ କ୍ଷୁଦ୍ର ବ୍ୟବସାୟିକ କୁକୁଡ଼ା ପାଳନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଉତ୍ସାହିତ କରାଯିବ ।
  • ଦେଶୀ ଘୁଷୁରୀଙ୍କ ପ୍ରଜନନ କ୍ଷମତାରେ ଉନ୍ନତି ଆଣିବା ଲାଗି ସଂକରୀକରଣ ଏବଂ ଅନ୍ତଃ ପ୍ରଜନନ ରୋକିବା ନିମିତ୍ତ ଚୟନ କାର୍ଯ୍ୟକୁ ଉତ୍ସାହିତ କରାଯିବ ।
  • ଉଭୟ ଆଭ୍ୟନ୍ତରୀଣ ଏବଂ ଲୁଣି ମତ୍ସ୍ୟ ଚାଷ କ୍ଷେତ୍ରକୁ ବୃଦ୍ଧି କରାଯିବ ।
  • ରାଜ୍ୟ କୃଷି ନୀତି ୨୦୧୩ (ମତ୍ସ୍ୟ ଓ ପ୍ରାଣୀ ସମ୍ପଦ)ରାଜ୍ୟର ସମସ୍ତ ଜାଆଁଳ ଉତ୍ପାଦନ ଫାର୍ମ ଗୁଡ଼ିକୁ ପଞ୍ଜିକୃତ କରାଯିବ ।
  • କାଳକ୍ରମେ ମତ୍ସ୍ୟ ଚାଷ ଅଞ୍ଚଳ ପଞ୍ଜିକୃତ ହେବ ।
  • ଘରୋଇ ମତ୍ସ୍ୟ ଜାଆଁଳ ଉତ୍ପାଦନକାରୀ ଚାଷୀଙ୍କୁ ପ୍ରୋତ୍ସାହିତ କରାଯିବ ।
  • ମତ୍ସ୍ୟ ଚାଷୀଙ୍କ ନିମନ୍ତେ ସୁଲଭ ମୂଲ୍ୟରେ ଉନ୍ନତ ଜାତୀୟା ଜାଆଁଳ ଉଭୟ ସରକାରୀ ଏବଂ ବେସରକାରୀ ଫାର୍ମରେ ଉପଲବ୍ଧ ହେବ ।
  • ପ୍ରତି କ୍ଷମତା ସମ୍ପନ୍ନ ବ୍ଲକ୍ରେ ଜଳଜ କେନ୍ଦ୍ର ପ୍ରତିଷ୍ଠା କରାଯିବ।
  • ଖାଉଟିଙ୍କ ନିମନ୍ତେ ସୁସ୍ଥ ନିରୋଗା ମାଛ ଯୋଗାଣ କ୍ଷେତ୍ରରେ ଶୀତଳ ଶୃଙ୍ଖଳର ବିକାଶ କରାଯିବ ।
  • ସ୍ୱାସ୍ଥ୍ୟଗତ ପରିବେଶ ବଜାୟ ରଖୁଥିବା ମତ୍ସ୍ୟ ବଜାର ପ୍ରତିଷ୍ଠା କରାଯିବ ।
  • ସମବାୟ ସମିତି ଗଠନ କରି ସୁଦୃଢ଼ କରାଯିବ ।
  • ଉତ୍ପାଦକତା ବୃଦ୍ଧି ପାଇଁ ସମସ୍ତ ବୈଷୟିକ ଜ୍ଞାନ କୌଶଳ ବିତରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।
  • ବୈଜ୍ଞାନିକ ପ୍ରଣାଳୀରେ ଚାଷ ପଦ୍ଧତି ଅନୁକରଣ କରିବା ଲାଗି ଚାଷୀ ଏବଂ ଅଧିକାରୀ ମାନଙ୍କୁ ନୂତନ ଜ୍ଞାନ କୌଶଳ ସମ୍ବନ୍ଧରେ ମଝିରେ ମଝିରେ ତାଲିମ ପ୍ରଦାନ କରାଯିବ ।
  • ମତ୍ସ୍ୟଜୀବିଙ୍କ ଉନ୍ନତି ବିଧାନ କରାଯିବ ।
  • ମାଛଧରା ଯନ୍ତ୍ରପାତି ଓ ଉପକରଣମାନ ଯୋଗାଇ ଦିଆଯିବ ।
  • ମଧୁର ଜଳ ମାଛ ଚାଷ ପାଇଁ ସର୍ବନିମ୍ନ ୧୫ ବର୍ଷିଆ ଦୀର୍ଘମିଆଦୀ ଲିଜ୍ ନୀତି ପ୍ରଣୟନ କରାଯିବ ।
  • ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ପାଇଁ ବୀମା ବ୍ୟବସ୍ଥା କରାଯିବ ।
  • ପର୍ଯ୍ୟାପ୍ତ ଭିତ୍ତିଭୂମି ଯଥା ଉପଯୁକ୍ତ ରାସ୍ତାଘାଟ ଏବଂ ବିଜୁଳୀ ଆଲୋକ ବ୍ୟବସ୍ଥା ଥିବା ମତ୍ସ୍ୟ ଚାଷ ପୁଞ୍ଜ ଘୋଷଣା କରାଯିବ ।
  • ବିକ୍ରୀ ଟିକସ ଉଚ୍ଛେଦ କରାଯିବ ।
  • ମତ୍ସ୍ୟ ଚାଷୀଙ୍କୁ ଉପଯୁକ୍ତ ପାୱାର ଟିଲର / ଟ୍ରାକ୍ଟର ଯୋଗାଇ ଦିଆଯିବ ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ର

କ୍ର.ସଂ

. ଯୋଜନା

ରିହାତି ବ୍ୟବସ୍ଥା

କ୍ଷୀର ଦୁହାଁ ଯନ୍ତ୍ର

୫୦% ସର୍ବାଧିକ ୨୫,୦୦୦ଟଙ୍କା

ହସ୍ତଚାଳିତ / ଶକ୍ତିଚାଳିତ ଚାଫ୍‍ କଟର

୫୦% ସର୍ବାଧିକ ୧୨,୦୦୦ଟଙ୍କା

କି୍ରମ୍‍ ସେପାରେଟର

୫୦% ସର୍ବାଧିକ ୫୦,୦୦୦ଟଙ୍କା

କ୍ଷୁଦ୍ର ଗୋରୁ / କୁକୁଡ଼ା / ମାଛ ଫିଡ୍‍ ମିଲ୍‍

୫୦% ସର୍ବାଧିକ ୧,୫୦,୦୦୦ଟଙ୍କା

ପନିର ପ୍ରସ୍ତୁତି ଯନ୍ତ୍ର

୫୦% ସର୍ବାଧିକ ୧,୦୦,୦୦୦ଟଙ୍କା

ଖୁଆ ପ୍ରସ୍ତୁତି ଭ୍ୟାଟ୍‍

୫୦% ସର୍ବାଧିକ ୨୫,୦୦୦ଟଙ୍କା

ଡି୍‍ ଫି୍ରଜର

୫୦% ସର୍ବାଧିକ ୨୫,୦୦୦ଟଙ୍କା

ବଲ୍‍କ କୁଲର ଓ ଚିଲର

୫୦% ସର୍ବାଧିକ ୫,୦୦,୦୦୦ଟଙ୍କା

ମଧୁର ଜଳ ଓ ଲୁଣି ଜଳରେ ସଘନ ଉତ୍ପାଦନ ପାଇଁ ଏରେଟର

୫୦%, ମଧୁର ଜଳ ଓ ଲୁଣି ଜଳ ପାଇଁ ହେକ୍ଟର ପ୍ରତି ୯୦,୦୦୦ଟଙ୍କା

୧୦

ମାଛ ସଂରକ୍ଷଣ ପାଇଁ ବରଫ ବାକ୍ସ

୫୦% ସର୍ବାଧିକ ୫୦,୦୦୦ଟଙ୍କା

୧୧

ବରଫ ପ୍ଲାଣ୍ଟ / ଖଣ୍ଡ ବରଫ ପ୍ଲାଣ୍ଟ, ଶୀତଳ ଭଣ୍ଡାର ଓ ଇନ୍‍ସୁଲେଟେଡ୍‍ ଭ୍ୟାନ୍‍

୫୦% ସର୍ବାଧିକ ୨୫,୦୦,୦୦୦ଟଙ୍କା

୧୨

ମାଛ ଚାଷ ୟୁନିଟ୍‍ ପାଇଁ ମାଛ ଖାଦ୍ୟ ମିଲ୍‍

୫୦% ସର୍ବାଧିକ ୧,୫୦,୦୦୦ଟଙ୍କା

୧୩

ଆକ୍ୱାସପ୍‍

୫୦% ସର୍ବାଧିକ ୨,୫୦,୦୦୦ଟଙ୍କା

୧୪

ଜାଲ / ଜଳପରୀକ୍ଷା କିଟ୍‍ /ପାଣିପମ୍ପ / ପରିବହନ ଟ୍ୟାକ୍ସି / ଅମ୍ଳଜାନ ଯନ୍ତ୍ରପାତି

୫୦% ସର୍ବାଧିକ ୧,୦୦,୦୦୦ଟଙ୍କା

 

ଆଧାର - କୃଷି ବିଭାଗ , ଓଡିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate