অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟ କୃଷି ନୀତି ୨୦୧୩ (ସଙ୍କଟ ପରିଚାଳନା ଓ କୃଷିରେ ସୂଚନା)

ରାଜ୍ୟ କୃଷି ନୀତି ୨୦୧୩ (ସଙ୍କଟ ପରିଚାଳନା ଓ କୃଷିରେ ସୂଚନା)

ସଙ୍କଟ ପରିଚାଳନା

ରାଜ୍ୟ କୃଷି ନୀତି ୨୦୧୩ (ସଙ୍କଟ ପରିଚାଳନା ଓ କୃଷିରେ ସୂଚନା)ରାଜ୍ୟ ସରକାର ୧୯୯୯-୨୦୦୦ ରବି ଋତୁ ଠାରୁ ଜାତୀୟ କୃଷି ବୀମା ଯୋଜନା (ଏନ୍.ଏ.ଆଇ.ସି.) କାର୍ଯ୍ୟକାରୀ କରି ଆସୁଛନ୍ତି । ଏହାକୁ ଋଣୀ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ଓ ଅଣଋଣୀ ଚାଷୀଙ୍କ ପାଇଁ ଇଚ୍ଛାଧୀନ କରାଯାଇଛି । ପରେ ରାଜ୍ୟରେ ରୂାନ୍ତରିତ ଜାତୀୟ କୃଷି ବୀମା ଯୋଜନା (ଏମ୍.ଏନ୍.ଏ.ଆ.ଏସ୍.) ଓ ପାଣିପାଗ ଭିତ୍ତିକ ଫସଲ ବୀମା ଯୋଜନା (ଡବ୍ଲୁ.ବି.ସି.ଆଇ.ଏସ୍.) ମଧ୍ୟ ଆରମ୍ଭ କରାଯାଇଛି । ବିଭିନ୍ନ ଫସଲର ଉତ୍ପାଦନ ଓ ବିଭିନ୍ନ ଯୋଜନାର ମାର୍ଗଦର୍ଶନ ସମ୍ବନ୍ଧୀୟ ଉପଲବ୍ଧତା, ଚିନାବାଦାମ, ମକା, ଅଳସୀ, ହରଡ଼ ଓ କପା ଖରିଫ୍‍ ଋତୁରେ ତଥା ରବି ଋତୁରେ ଧାନ, ଚିନାବଦାମ, ସୋରିଷ ଓ ଆଳୁ ଭଳି ମୁଖ୍ୟ ଫସଲକୁ ବୀମା ଯୋଜନାର ଅନ୍ତର୍ଭୁକ୍ତ କରାଯାଇଛି ।

ମରୁଡ଼ି, ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିାକରେ ଏହି ଯୋଜନାରେ କୃଷକମାନଙ୍କୁ ଫସଲ ହାନୀ ପାଇଁ କ୍ଷତିୂରଣ ଦିଆଯାଏ । ଏହାଦ୍ୱାରା ଚାଷ ଆୟକୁ ସ୍ଥିର ରଖାଯାଏ । ଯେ କୌଣସି ଅପରିକଳ୍ପିତ ଦୁର୍ବିାକ ଜନିତ କ୍ଷତିୂରଣ ଦାବୀ ଆକାରରେ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯାଏ ।

  • ଦୂର୍ବିକପ୍ରବଣ ଅଞ୍ଚଳ ପାଇଁ ଦୂର୍ବିକ ପ୍ରସ୍ତୁତି କାର୍ଯ୍ୟକ୍ରମ ଓ ଆପଦକାଳୀନ ଯୋଜନା ପ୍ରସ୍ତୁତ କରାଯିବ । କୃଷକସମୂହଙ୍କ ବିଦ ସୂଚକ ଉପରେ ଗୁରୁତ୍ୱ ଦିଆଯିବ ।
  • ବିଭିନ୍ନ ଜଳବାୟୁ ଓ ଫସଲ ପର୍ଯ୍ୟାୟ ଅନୁଯାୟୀ ଭାରତୀୟ ପାଣିପାଗ ବିଭାଗ ସହାଭାଗିତାରେ ଅଞ୍ଚଳ ଭିତ୍ତିକ ପୂର୍ବାନୁମାନ ଓ କୃଷି ପାଣିପାଗ ଉପଦେଶ ସେବା ଯୋଗାଇ ଦିଆଯିବ ।
  • କୃଷି ଉପରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବକୁ ପ୍ରତିହତ କରାଯିବ । ଏଥିପାଇଁ ଜଳବାୟୁ ପରିବର୍ତ୍ତନ ଜନିତ ବିପଦକୁ ହ୍ରାସ କରିବା ପାଇଁ ପ୍ରତି କୃଷି ଜଳବାୟୁ ମଣ୍ଡଳ ନିମନ୍ତେ ସକ୍ରିୟ ପଦକ୍ଷେପ ନିଆଯିବା ସହିତ ଫଳପ୍ରଦ ରଣନୀତିର ବିକାଶ କରାଯିବ ।

କୃଷିରେ ମହିଳା

ସମ୍ପ୍ରତି ମହିଳା ଅଧିକାର ଓ ଲିଙ୍ଗଗତ ସମ୍ବେଦନଶୀଳତା ବିକାଶ କ୍ଷେତ୍ରରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି । ସମାଜିକ କାର୍ଯ୍ୟରେ ହେଉଥିବା ଯୋଗାଯୋଗରେ ଲିଙ୍ଗଗତ ନିରପେକ୍ଷତାକୁ ବିବେଚନା କରିବା ଦରକାର ।

  • ରାଜ୍ୟ କୃଷି ନୀତି ୨୦୧୩ (ସଙ୍କଟ ପରିଚାଳନା ଓ କୃଷିରେ ସୂଚନା)କୃଷି ବିକାଶରେ ମହିଳାମାନେ ମୁଖ୍ୟ ପ୍ରକଳ୍ପ ଭାଗିଦାର ହେବେ । ଲକ୍ଷ୍ୟ ହାସଲ ପାଇଁ ଦକ୍ଷତା ବୃଦ୍ଧି ଓ ମହିଳାସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯିବ ।
  • ଆବଶ୍ୟକତା ଅନୁଯାୟୀ ମହିଳାଙ୍କୁ ସୁହାଇଲା ଭଳି କୃଷି ଯନ୍ତ୍ରପାତି ନିର୍ମାଣ କରାଯିବ । କୃଷିରେ ମହିଳା ଗବେଷଣା ନିର୍ଦ୍ଦେଶାଳୟର ସହଯୋଗ ଗ୍ରହଣ କରାଯିବ ।
  • ମହିଳାଙ୍କ ସୃଜନଶୀଳତା, ଉତ୍ପାଦକତା, ଔଦ୍ୟୋଗିକତା ଓ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ସମସ୍ତ କୃଷି ଉନ୍ନୟନ କାର୍ଯ୍ୟକ୍ରମରେ ଲିଙ୍ଗଗତ ବିଶ୍ଳେଷଣ ଓ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଗୁରୁତ୍ୱାରୋପ କରାଯିବ ।
  • କୃଷି ସାମଗ୍ରୀ ବ୍ୟବସାୟ କରିବା ପାଇଁ ଇଚ୍ଛା ପ୍ରକାଶ କଲେ ସକ୍ଷମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସୁଯୋଗ ଦିଆଯିବ ।
  • ମହିଳା କୃଷିଜୀବୀଙ୍କୁ କୃଷିଋଣ ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯିବ ।
  • ଗ୍ରାମାଞ୍ଚଳର ଯୁବତୀମାନଙ୍କୁ ଅମଳ ପରବର୍ତ୍ତୀ ପରିଚାଳନା ଓ ଖାଦ୍ୟ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ । ଏହାଦ୍ୱାରା ସେମାନେ ନିଜର ଆୟ ବୃଦ୍ଧି କରି ପାରିବେ ।

କୃଷିରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ପ୍ରୟୋଗ

ରାଜ୍ୟ କୃଷି ନୀତି ୨୦୧୩ (ସଙ୍କଟ ପରିଚାଳନା ଓ କୃଷିରେ ସୂଚନା)କୃଷି ଓ ଆନୁଷଙ୍ଗିକ କାର୍ଯ୍ୟର ବିବିଧ ବିକାଶକୁ ତ୍ୱରାନ୍ୱିତ କରିବାରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବହୁ ପ୍ରତିଶ୍ରୁତି ବହନ କରିଥାଏ । କୃଷି ଓ ଆନୁଷଙ୍ଗିକ କାର୍ଯ୍ୟର ବିକାଶରେ ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ବୈଦ୍ୟୁତିକ ମାଧ୍ୟମ ସ୍ୱଳ୍ପ ଖର୍ଚ୍ଚଯୁକ୍ତ ଜ୍ଞାନକୌଶଳ ଓ ବ୍ୟବସାୟିକ ସୂଚନା ପ୍ରସାରଣ ପାଇଁ ଉପାଦେୟ ମାଧ୍ୟମ ହୋଇଥାଏ । କୃଷକମାନଙ୍କୁ ଇଣ୍ଟରନେଟ୍ ସୁବିଧା ଯୋଗାଇଦେବାରେ କୃଷି ବିଭାଗ ଖୁବ୍ ଆଗୁଆ ହୋଇ ପାରିଛି । ବର୍ତ୍ତମାନ ପ୍ରତ୍ୟେକ ମାସର ନିର୍ଦ୍ଧିଷ୍ଟ ଦିନରେ କୃଷି ଯନ୍ତ୍ରପାତି, ଅଗଭୀର ନଳକୂ, ଗଭୀର ନଳକୂ କିମ୍ବା ସେଚକୂ ଖନନ ରିହାତିରେ ପମ୍ପସେଟ୍ କିଣିବା ପାଇଁ ଅନ୍ଲାଇନ୍ ପରମିଟ୍ ପ୍ରଦାନ କରାଯାଉଛି ।

ବିଭିନ୍ନ ଫସଲର ଅନୁମୋଦିତ ଚାଷ ପଦ୍ଧତି ସମ୍ବନ୍ଧୀୟ ସୂଚନା ପ୍ରସାରଣ ନିମନ୍ତେ କୃଷି ବିଭାଗ କୃଷକମାନଙ୍କୁ ଫସଲଭିତ୍ତିକ ପରାମର୍ଶ ଦେବା ପାଇଁ ପ୍ରତିଦିନ ଏକ ସ୍ୱତନ୍ତ୍ର ବୈଷୟିକ ପ୍ରକୋଷ୍ଠ ପୋର୍ଟାଲକୁ ସୂଚନା ପ୍ରଦାନ କରିବ । ପୋର୍ଟାଲକୁ ପ୍ରଶ୍ନ ପଠାଇବା ନିମନ୍ତେ କୃଷକମାନଙ୍କୁ ଉତ୍ସାହିତ କରାଯିବ । ଏହି ପ୍ରଶ୍ନର ଉତ୍ତର ପୋର୍ଟାଲ ମାଧ୍ୟମରେ ଗୋଟିଏ ଦିନରେ ପ୍ରଦାନ କରାଯିବ । ଏହି ପାରସ୍ପରିକ ଆଦାନପ୍ରଦାନ ପୋର୍ଟାଲ ବ୍ୟକ୍ତି ବିଶେଷରେ କୃଷକଙ୍କୁ ବୈଷୟିକ ପରାମର୍ଶ ପ୍ରଦାନ କରିବ ।

ରାଜ୍ୟ କୃଷି ନୀତି ୨୦୧୩ (ସଙ୍କଟ ପରିଚାଳନା ଓ କୃଷିରେ ସୂଚନା)ଏହିଭଳି ପାରସ୍ପରିକ ଆଦାନପ୍ରଦାନ କରୁଥିବା ପୋର୍ଟାଲ ସମବାୟ ବିଭାଗ ଦ୍ୱାରା କାର୍ଯ୍ୟ କରିବ କିମ୍ବା ଏକ ସ୍ୱାଧୀନ ସଂସ୍ଥା କୃଷକମାନଙ୍କ ପାଇଁ ବଜାର ସୂଚନା ସଂଗ୍ରହ କରିବା ନିମନ୍ତେ ଉର୍ଦ୍ଧିଷ୍ଟ ରହିବ । ରାଜ୍ୟରେ ବିଭିନ୍ନ ବଜାରରେ ବିଭିନ୍ନ ଦ୍ରବ୍ୟର ମୂଲ୍ୟ ସୂଚନା ପ୍ରତିଦିନ ପୋର୍ଟାଲରେ ପ୍ରଦାନ କରାଯିବ । କୃଷି ଉତ୍ପାଦ ଗୁଡ଼ିକର ଅନ୍ଲାଇନ୍ କ୍ରୟ ବିକ୍ରୟ ସୁଗମ କରିବା ପାଇଁ ଏକ ଇ-ବାଣିଜ୍ୟ ସୁବିଧା ସ୍ଥାପନ କରାଯିବ । ଏହା କୃଷକମାନଙ୍କ ଉତ୍ପାଦ ବିକ୍ରିବଟା କାରବାର ଖର୍ଚ୍ଚ କମାଇ ପାରିବ ଓ କୃଷକମାନେ ଯଥୋଚିତ ମୂଲ୍ୟ ପାଇ ପାରିବେ ।

ମୋବାଇଲ ଫୋନ୍ ଜ୍ଞାନକୌଶଳ କୃଷକମାନଙ୍କୁ ସହର ଓ ବଜାରର ନିକଟବର୍ତ୍ତୀ କରିଛି । ଏହି ବି୍ଳବର ପୂର୍ଣ୍ଣ ସୁଯୋଗ ନେବା ପାଇଁ କୃଷି ବିଭାଗ ଓ ସଂକ୍ଷିପ୍ତ ସୂଚନା ସେବା (ଏସ୍.ଏମ୍.ଏସ୍.) ସମ୍ଭାବ୍ୟକୁ ବିନିଯୋଗ କରିବ । ବିହନ ଉପଲବ୍ଧତା କୃଷି ସାମଗ୍ରୀ, ଚାଷ ପଦ୍ଧତି, ପାଣିପାଗ ଓ ବିକ୍ରିବଟା ସମ୍ବନ୍ଧୀୟ ପ୍ରାସଙ୍ଗିକ ସୂଚନା କୃଷକମାନଙ୍କ ନିକଟକୁ ପ୍ରେରଣ କରାଯିବ । ବିଭାଗର ୱେବ୍ସାଇଟ୍ କୁ  ମୋବାଇଲ୍ ଜ୍ଞାନକୌଶଳ ସହ ସୁସଙ୍ଗତ କରାଯିବ । ତଥ୍ୟ ସଂଗ୍ରହ ପାଇଁ କ୍ଷୁଦ୍ର ହସ୍ତ ବ୍ୟବହୃତ ପଦ୍ଧତି ବ୍ୟବହାର କରାଯିବ । ଏହା ତଥ୍ୟ ପ୍ରସାରଣ ଓ ନିଷ୍ପତ୍ତି ଗ୍ରହଣ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି କରିବ ।

ଆଧାର - କୃଷି ବିଭାଗ , ଓଡିଶା ସରକାର

Last Modified : 12/26/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate