অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟ କୃଷି ନୀତି ୨୦୧୩ (ସମନ୍ୱିତ କୃଷି ଓ କୃଷି ଉଦ୍ୟୋଗ)

ରାଜ୍ୟ କୃଷି ନୀତି ୨୦୧୩ (ସମନ୍ୱିତ କୃଷି ଓ କୃଷି ଉଦ୍ୟୋଗ)

ସମନ୍ୱିତ କୃଷି

ରାଜ୍ୟ କୃଷି ନୀତି ୨୦୧୩ (ସମନ୍ୱିତ କୃଷି ଓ କୃଷି ଉଦ୍ୟୋଗ)ପାରମ୍ପରିକ ଭାବେ ଭାରତୀୟ କୃଷକମାନେ ସେମାନଙ୍କ ଜୀବନଧାରଣ ପାଇଁ ସମନ୍ୱିତ କୃଷି ପଦ୍ଧତି ଗ୍ରହଣ କରି ଆସୁଛନ୍ତି । ଶିଳ୍ପାୟନ ଯୋଗୁଁ ଚାଷୀମାନେ ବ୍ୟବସାୟୀକ କୃଷି କରିବା ପାଇଁ ବାଧ୍ୟ ହୋଇଛନ୍ତି । ଏକ ନିର୍ଦ୍ଧିଷ୍ଟ ଫସଲ ଓ ଫସଲ ପ୍ରଣାଳୀ ପାଇଁ ଯଦିଓ କୃଷି ଜଳବାୟୁ ମୁଖ୍ୟତଃ ଦାୟୀ, ସ୍ୱତନ୍ତ୍ର ଫସଲ ଓ କୃଷି ପଦ୍ଧତି ପାଇଁ ଚାଷୀର ନିଷ୍ପତ୍ତିରେ ଶିଳ୍ପାୟନ, ବ୍ୟବସାୟୀକରଣ ଓ ଯାନ୍ତ୍ରିକୀକରଣର ପ୍ରମୁଖ ଭୂମିକା ରହିଛି । ବିଶେଷତଃ ଆଖପାଖରେ ଥିବା ସହରର ବଜାର ସୁଯୋଗକୁ କିଛି ପରିମାଣରେ ହାସଲ କରିବା ପାଇଁ ଗୋପାଳନ, କୁକୁଡ଼ା ପାଳନ, ପନିରିବା ଚାଷ, ଫଳ ଚାଷ, ମହୁ ଚାଷ, ଛତୁ ଚାଷ ଆଦି କରି ଚାଷୀମାନେ ସ୍ୱାଧୀନ ଭାବରେ କୃଷି ବ୍ୟବସାୟ ଆରମ୍ଭ କରିଛନ୍ତି । ଏକ ନିର୍ଦ୍ଧିଷ୍ଟ ପ୍ରକାରର ଫସଲ ଚାଷ ପାଇଁ ଚାଷୀମାନଙ୍କର ଲାଭାଂଶ ବଜାର ଦର ଯୋଗୁଁ ପରିବର୍ତ୍ତନଶୀଳ ହୋଇଛି ଓ ବାହାର ସାମଗ୍ରୀ ପାଇଁ ସେମାନଙ୍କର ନିର୍ଭରଶୀଳତା ବୃଦ୍ଧି ପାଇଛି ।

କୃଷିଜାତ ଦ୍ରବ୍ୟର ଉତ୍ତମ ବଜାର ଦୃଷ୍ଟିରୁ ଏକ ନିର୍ଦ୍ଧିଷ୍ଟ ଫସଲ ଉତ୍ପାଦନ ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଉଛି । ସମନ୍ୱିତ କୃଷିରେ ବହୁ ସୁବିଧା ରହିଛି, ଯଥା ଗୋଟିଏ ପଦ୍ଧତିର ସମ୍ପୂର୍ଣ୍ଣ ବିଫଳତା ପାଇଁ ନିରାପତ୍ତା, ବାହାର ସାମଗ୍ରୀ ପାଇଁ ସର୍ବନିମ୍ନ ନିର୍ଭରଶୀଳତା, କୃଷି ସମ୍ବଳର ଉପଯୁକ୍ତ ବିନିଯୋଗ, ପ୍ରାକୃତିକ ସମ୍ବଳର ନିୁଣ ବିନିଯୋଗ ଇତ୍ୟାଦି । କୃଷକମାନଙ୍କ ଆପଦକାଳୀନ ଅବସ୍ଥାର ପ୍ରଶମନ ପାଇଁ ରାଜ୍ୟରେ ସମନ୍ୱିତ କୃଷି ପଦ୍ଧତିକୁ ଉତ୍ସାହିତ କରାଯିବ । କୃଷି ଉତ୍ପାଦନର ବିଭିନ୍ନ ଦିଗ ଯଥା, କୃଷି, ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ ପରିଚାଳନା,କୁକୁଡ଼ା ପାଳନ, କୃଷି ବନୀକରଣ, ରେଶମ ଚାଷ, ମାଛଚାଷ ଆଦିର ଉପଯୁକ୍ତ ମିଶ୍ରଣକୁ ପ୍ରୋତ୍ସାହିତ କରାଯିବ ।

କୃଷି ଉଦ୍ୟୋଗ

ରାଜ୍ୟ କୃଷି ନୀତି ୨୦୧୩ (ସମନ୍ୱିତ କୃଷି ଓ କୃଷି ଉଦ୍ୟୋଗ)କୃଷିରେ ଉଦ୍ୟୋଗ ଅନ୍ତର୍ଭୁକ୍ତ କରିବା ଉଦ୍ଦେଶ୍ୟ ରେ ଆପିକଲ୍ (କୃଷି ପ୍ରୋତ୍ସାହନ ଓ ପୁଞ୍ଜି ନିବେଶ ନିଗମ ଲିଃ) ଓଡ଼ିଶାରେ ଆରମ୍ଭ କରାଯାଇଥିଲା । ଓଡ଼ିଶା ରାଜ୍ୟରେ ବ୍ୟବସାୟିକ ଓ ରପ୍ତାନୀ ଭିତ୍ତିକ କୃଷିର ସୁଯୋଗ ସମ୍ବନ୍ଧରେ ନିଗମ ସୂଚନା ପ୍ରଦାନ କରିଥାଏ । ଲାଭଦାୟୀ ପ୍ରକଳ୍ପ ଗୁଡ଼ିକ ପାଇଁ ଏହା ଯୋଜନା ପ୍ରସ୍ତୁତ କରେ, ଉଦ୍ୟୋଗୀ ଚିହ୍ନଟ କରେ ଓ ସେମାନଙ୍କୁ ମାର୍ଗଦର୍ଶନ ଓ ତାଲିମ ଦେଇଥାଏ । କୃଷି ବ୍ୟବସାୟରେ ନିୟୋଜିତ ସଂସ୍ଥାଗୁଡ଼ିକୁ ସହାୟତା ସେବା ପ୍ରଦାନ କରିବାରେ ଏହା ଏକ ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ । ଅଧିକ ଦକ୍ଷତା ବୃଦ୍ଧି ପାଇଁ ଆପିକଲ୍କୁ ଆବଶ୍ୟକତା ଅନୁଯାୟୀ ଦୃଢ଼ୀଭୂତ ଓ ପୁନର୍ଗଠନ କରାଯିବ ।

କୃଷି ଉଦ୍ୟୋଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପରାମର୍ଶ ଓ ତାଲିମ ପ୍ରଦାନ ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ କୃଷି ସହାୟକ କେନ୍ଦ୍ର (କେ.ଏସ୍.କେ.) କାର୍ଯ୍ୟ କରୁଛି । ଜିଲ୍ଲା କୃଷି ଅଧିକାରୀମାନେ କୃଷି ସହାୟକ ଭାବେ କାର୍ଯ୍ୟ କରୁଛନ୍ତି । କୃଷି ସହାୟକଗୁଡ଼ିକ ବ୍ୟବସାୟିକ କୃଷି, ଉଦ୍ୟାନକୃଷି, ଫୁଲଚାଷ, ଦୁଗ୍ଧ ଉତ୍ପାଦନ, ମାଂସ ଓ ଅଣ୍ଡା ଉତ୍ପାଦନ, ମତ୍ସ୍ୟ ଉତ୍ପାଦନ କରୁଥିବା ଉଦ୍ୟୋଗମାନଙ୍କୁ ବୈଷୟିକ ମାର୍ଗଦର୍ଶନ ପ୍ରଦାନ କରିଥାଏ । କୃଷି ଉଦ୍ୟାନ ଗୁଡ଼ିକର ବର୍ଦ୍ଧିଷ୍ଣୁ ସୁଯୋଗ ପରିପ୍ରେକ୍ଷୀରେ କୃଷି ସହାୟକଗୁଡ଼ିକୁ ଉପଯୁକ୍ତ ଭାବେ ବୃତ୍ତିଗତ କରାଯିବ ।

କୃଷି ଉଦ୍ୟୋଗ ସ୍ଥାପନ ପାଇଁ ପୁଞ୍ଜି ନିବେଶ ରିହାତିକୁ ସ୍ଥାୟୀ ପୁଞ୍ଜି ଖର୍ଚ୍ଚର (ଜମି ମୂଲ୍ୟକୁ ବାଦ ଦେଇ) ୪୦% ସର୍ବାଧିକ ୫୦.୦୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି/ କୃଷି ଓ ଆନୁଷଙ୍ଗିକ ବିଭାଗର ସ୍ନାତକଙ୍କ ସମେତ ମହିଳା କୃଷି ଉଦ୍ୟୋଗୀମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ । ପୁଞ୍ଜି ନିବେଶ ରିହାତି ପାଇଁ ଯୋଗ୍ୟ କୃଷି ଉଦ୍ୟୋଗ ଗୁଡ଼ିକର ତାଲିକା(ପରିଶିଷ୍ଟ-୨) ସଂଲଗ୍ନ କରାଯାଇଛି । ଇଡ୍କୋି ମାଧ୍ୟମରେ କୃଷି ଶିଳ୍ପ କ୍ଷେତ୍ର ସ୍ଥାପନ କରାଯିବ । ଏହି କୃଷିଶିଳ୍ପ କ୍ଷେତ୍ରଗୁଡ଼ିକ ଏକାନ୍ତ ଭାବେ କୃଷି ଭିତ୍ତିକ ଶିଳ୍ପ ପାଇଁ ଉଦ୍ଧିଷ୍ଟ ରହିବ ।

କୃଷି ଉଦ୍ୟୋଗୀମାନଙ୍କୁ ମିଆଦୀ ଋଣ ଉପରେ ପ୍ରଥମେ ପ୍ରତି ୟୁନିଟ୍ ପାଇଁ ସୁଧ ରିହାତି ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ । ୭ ବର୍ଷ ପାଇଁ ସର୍ବାଧିକ ରିହାତି ୫% ରୁ ଅଧିକ ହେବ ନାହିଁ । ସ୍ୱୟଂ ସହାୟକ ଗୋଷ୍ଠୀ/ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି / ମହିଳା ଉଦ୍ୟୋଗୀ ପାଇଁ ସର୍ବାଧିକ ରିହାତି ୩୩ ଲକ୍ଷ ଟଙ୍କା ମଧ୍ୟରେ ରହିବ ।

ସମ୍ପ୍ରତି କୃଷି ପ୍ରକ୍ରିୟାକରଣ ପ୍ରକଳ୍ପଗୁଡ଼ିକ ଉପରେ ଲାଗୁଥିବା ମୂଲ୍ୟଯୁକ୍ତ ଟିକସରୁ ଏହା ମୁକ୍ତ ରହିବ । କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପ କେନ୍ଦ୍ରଗୁଡ଼ିକୁ ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କ ସଂଗଠିତ ପ୍ରତିଷ୍ଠାନରୁ ଗୁଣାତ୍ମକ ପ୍ରମାଣନ ଚିହ୍ନଟ ପାଇବା ପାଇଁ ହେଉଥିବା ଖର୍ଚ୍ଚର ୫୦% ପର୍ଯ୍ୟନ୍ତ ସହାୟତା ଦିଆଯିବ । ଏହି ସହାୟତା ସର୍ବାଧିକ ୫ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିବ ।

ଆଧାର - କୃଷି ବିଭାଗ , ଓଡିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate