অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟ କୃଷି ନୀତି ୨୦୧୩ ( ସାର ଓ ଯାନ୍ତ୍ରୀକରଣ )

ରାଜ୍ୟ କୃଷି ନୀତି ୨୦୧୩ ( ସାର ଓ ଯାନ୍ତ୍ରୀକରଣ )

ସାର

ରାଜ୍ୟ କୃଷି ନୀତି ୨୦୧୩ ( ସାର ଓ ଯାନ୍ତ୍ରୀକରଣ )କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଓ ସୁଷମ ରାସାୟନିକ ସାର ସହିତ ଜୈବିକ ଖତ ବ୍ୟବହାର କରିବା ଆବଶ୍ୟକ । ଏଣୁ ରାଜ୍ୟ ସାର ବ୍ୟବହାର ବୃଦ୍ଧି କରିବା ପାଇଁ ବହୁ ସୁଯୋଗ ରହିଛି । ବର୍ତ୍ତମାନ ହେକ୍ଟର ପ୍ରତି ସାର ବ୍ୟବହାର ଜାତୀୟ ସ୍ତରରେ ୧୪୦ କି.ଗ୍ରା.ରୁ ଅଧିକ ଥିବା ବେଳେ ରାଜ୍ୟରେ ଏହା ୬୩ କି.ଗ୍ରା. ରହିଛି । ରାଜ୍ୟରେ ସାର ବ୍ୟବହାର ବୃଦ୍ଧି କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବା ବେଳେ “ସୁଷମ ସାର” ଉପରେ ଗୁରୁତ୍ୱ ପ୍ରଦାନ କରିବା ଆବଶ୍ୟକ । ଫସଲ ଆବଶ୍ୟକ କରୁଥିବା ଏବଂ ମାଟିରେ ଥିବା ଖାଦ୍ୟସାର ପରିମାଣ ଅନୁଯାୟୀ ପ୍ରୟୋଗ କରାଯାଥିବା ସାରକୁ ସୁଷମ ସାର ବୋଲି କୁହାଯାଏ ।

ଧାରାବାହିକ ଫସଲ ଉତ୍ପାଦନ ପାଇଁ ସୁଷମ ଖାଦ୍ୟସାର ବ୍ୟବହାର ପରିପ୍ରେକ୍ଷିରେ ସମନ୍ୱିତ ଖାଦ୍ୟସାର ପରିଚାଳନା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ସମନ୍ୱିତ ଖାଦ୍ୟସାର ପରିଚାଳନାର ଲକ୍ଷ୍ୟ ହେଉଛି ମାଟିର ସ୍ୱାସ୍ଥ୍ୟ ବଜାୟ ରଖିବା ସହିତ କୃଷି ଉତ୍ପାଦକତାର ବୃଦ୍ଧି ପାଇଁ ଉଦ୍ଭିଦ ଖାଦ୍ୟସାରର ସମସ୍ତ ପ୍ରାକୃତିକ ଓ କୃତ୍ରିମ ଉତ୍ସଗୁଡ଼ିକୁ ସମନ୍ୱିତ କରିବା । ଉପଯୁକ୍ତ କାର୍ଯ୍ୟକ୍ରମ ଓ ପ୍ରୋତ୍ସାହନ ମାଧ୍ୟମରେ ଆମ ରାଜ୍ୟ ବ୍ୟାପକ ଭାବେ ସମନ୍ୱିତ ଖାଦ୍ୟସାର ପରିଚାଳନା ପାଇଁ ପ୍ରଚେଷ୍ଟା କରିବ ।

ରାଜ୍ୟ କୃଷି ନୀତି ୨୦୧୩ ( ସାର ଓ ଯାନ୍ତ୍ରୀକରଣ )ବହୁ ବର୍ଷ ଧରି ମାଟିରେ ରାସାୟନିକ ଦ୍ରବ୍ୟର ବହୁଳ ବ୍ୟବହାର ଯୋଗୁଁ ମାଟିର ସ୍ୱାସ୍ଥ୍ୟ ହାନୀ, ମଣିଷ ସ୍ୱାସ୍ଥ୍ୟ ପ୍ରତି ବିପଦ ଓ ପରିବେଶ ପ୍ରଦୂଷଣ ଆଦି ସଂଘଟିତ ହେଉଛି । କୃଷିରେ ପରିବେଶଗତ ସୁରକ୍ଷା ପ୍ରଦାନ କରୁଥିବା ଖାଦ୍ୟସାର ଯୋଗାଣର ବିକଳ୍ପ ଉତ୍ସ ପ୍ରତି ଅଗ୍ରସର ହେବା ଆବଶ୍ୟକ । ରାଜ୍ୟ ଉପଯୁକ୍ତ ପ୍ରୋତ୍ସାହନ ଓ ଫଳପ୍ରଦ ସଂପ୍ରସାରଣ ବ୍ୟବସ୍ଥା ମାଧ୍ୟମରେ ବ୍ୟାପକ ଭାବେ ଜୈବସାର, ବ୍ୟବହାରକୁ ଉତ୍ସାହିତ କରିବ ।

ଆବଶ୍ୟକୀୟ ଭିତ୍ତିଭୂମି ସ୍ଥାପନ ପୂର୍ବକ ସିଧାସଳଖ କୃଷକଙ୍କୁ ସାର ରିହାତି ହସ୍ତାନ୍ତର ପାଇଁ ରାଜ୍ୟ ପଦକ୍ଷେପ ଗ୍ରହଣ କରିବ । ସୂଚନା ପ୍ରଯୁକ୍ତି ବିଦ୍ୟା ସହାୟତାରେ ସାର ବିକ୍ରୟର ସନ୍ନିରୀକ୍ଷଣ କରାଯିବ । କୌଣସି ଅବୈଧ ଉଦ୍ଦେଶ୍ୟ ରେ ସାର ବିନିଯୋଗ ନ ହେବାକୁ ଏହା ସୁନିଶ୍ଚିତ କରିବ । ଏକ ସ୍ୱଚ୍ଛ ଉପାୟରେ କୃଷକମାନେ ସାର ବିକ୍ରେତାଙ୍କ ସାର ମହଜୁଦ୍‍ ସ୍ଥିତି ଜାଣିାରିବେ ।

ଫସଲ ସୁରକ୍ଷା

  • ରାଜ୍ୟ କୃଷି ନୀତି ୨୦୧୩ ( ସାର ଓ ଯାନ୍ତ୍ରୀକରଣ )ସମନ୍ୱିତ ରୋଗପୋକ ପରିଚାଳନା (ଓଚଗ) ପଦ୍ଧତିକୁ ଉତ୍ସାହିତ କରାଯିବ । ରାଜ୍ୟସ୍ତରୀୟ ବିଶାରଦମାନଙ୍କ ଦ୍ୱାରା ଅନୁମୋଦିତ କୀଟନାଶକ ଏବଂ ଜୈବ କୀଟନାଶକ ଗୁଡ଼ିକୁ ବିଭିନ୍ନ ଯୋଜନାରେ ଚାଷୀମାନଙ୍କୁ ରିହାତି ଦରରେ ବିକ୍ରୟ କରାଯିବ ।
  • ବିହନ ବିଶୋଧନକୁ ବ୍ୟାପକ ଭାବେ ଉତ୍ସାହିତ କରାଯିବ । କୃଷି ବୈଷୟିକ ପରିଚାଳନା ସଂସ୍ଥା (ଇଞଗଇ) କିମ୍ବା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଜକଠଣ) ଭଳି ଅନ୍ୟ କେତେକ ଯୋଜନା ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ ।
  • ରୋଗପୋକ ସର୍ବେକ୍ଷଣ ସୁବ୍ୟବସ୍ଥା କରାଯିବ ।
  • ରୋଗପୋକ ନିରୀକ୍ଷଣ ବ୍ୟବସ୍ଥାକୁ ଉତ୍ସାହିତ କରାଯିବ ।

କୃଷି ଯାନ୍ତ୍ରିକୀକରଣ

ରାଜ୍ୟ କୃଷି ନୀତି ୨୦୧୩ ( ସାର ଓ ଯାନ୍ତ୍ରୀକରଣ )କୃଷି ଉତ୍ପାଦନରେ କୃଷି ଯାନ୍ତ୍ରିକୀକରଣ ବହୁ ଆଖିଦୃଶିଆ ପ୍ରଗତି ଆଣିଥାଏ । ଆବଶ୍ୟକୀୟ ଅମଳ ପାଇବା ପାଇଁ ଚାଷରେ ସମୟୋଚିତ କାର୍ଯ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହାକି କୃଷି ଯାନ୍ତ୍ରିକୀକରଣ ଦ୍ୱାରା ସମ୍ଭବ ହୋଇଥାଏ । ଦ୍ୱିତୀୟରେ ଅଧିକ ଅମଳ ପାଇବା ପାଇଁ କାର୍ଯ୍ୟର ଗୁଣାତ୍ମକ ମାନ ଓ ସୂକ୍ଷ୍ମତା ସମଭାବରେ ଗୁରୁତ୍ୱପୂର୍ଣ୍ଣ ଅଟେ । କୃଷି ସାମଗ୍ରୀର ଦକ୍ଷତା ବୃଦ୍ଧି ଏବଂ କ୍ଷୟକ୍ଷତି ହ୍ରାସ କରିବା ପାଇଁ ଜମି ସମତୁଲ, ଜଳସେଚନ, ଫସଲ ବୁଣିବା, ଫସଲ ଲଗାଇବା, ସାର ବ୍ୟବହାର, ଫସଲ ସୁରକ୍ଷା, ଅମଳ ଆଦି ନିର୍ଦ୍ଧିଷ୍ଟ ସୂକ୍ଷ୍ମତା ଆବଶ୍ୟକ କରେ । କୃଷି ଯାନ୍ତ୍ରିକୀକରଣ ଦ୍ୱାରା କଠିନ ଓ ବିରକ୍ତିକର କାର୍ଯ୍ୟକୁ ସହଜ କରାଯାଇଥାଏ । ଯାନ୍ତ୍ରିକୀକରଣ ଦ୍ୱାରା ଉତ୍ପାଦନ ଖର୍ଚ୍ଚ ହ୍ରାସ କରି ଲାଭ ବୃଦ୍ଧି ପାଇଁ ଯଥେଷ୍ଟ ସୁଯୋଗ ରହିଛି ।

ଆମ ରାଜ୍ୟରେ ଯାନ୍ତ୍ରିକୀକରଣ ସ୍ତର ଖୁବ୍ ନିମ୍ନରେ ରହିଛି । ଅଧିକ ରିହାତି ବ୍ୟବସ୍ଥାରେ କୃଷି ଯନ୍ତ୍ରପାତି ଉପଲବ୍ଧ କରାଇ କୃଷି ଯାନ୍ତ୍ରିକୀକରଣକୁ ବିଶେଷ ଭାବେ ପ୍ରୋତ୍ସାହିତ କରାଯିବ । ବିଭିନ୍ନ କୃଷି ଯନ୍ତ୍ରପାତି ଓ ଉପକରଣର ରିହାତି ସମ୍ପର୍କିତ ତଥ୍ୟ ପରିଶିଷ୍ଟ-୧ରେ ପ୍ରଦତ୍ତ କରାଯାଇଛି ।

  • ରାଜ୍ୟ କୃଷି ନୀତି ୨୦୧୩ ( ସାର ଓ ଯାନ୍ତ୍ରୀକରଣ )ମୁଖ୍ୟ ଫସଲ ପାଇଁ ବିଭିନ୍ନ ମାଟି ଓ କାର୍ଯ୍ୟକୁ ସୁହାଇଲା ଭଳି କୃଷି ଯନ୍ତ୍ରପାତିର ବିକାଶ କରାଯିବ ।
  • ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଓ ଏନ୍.ସି.ଭି.ଟି. ସଂସ୍ଥାରେ ପଞ୍ଜିକୃତ ଏକ ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତିତାଲିମ ଓ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ, ଯାହା ଦ୍ୱାରା ରାଜ୍ୟରେ ଥିବା ଓଡ଼ିଶା କୃଷି ଯନ୍ତ୍ରପାତି ଗବେଷଣା ଓବିକାଶ କେନ୍ଦ୍ରର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ।
  • ପରିସ୍ଥିତି ଅନୁଯାୟୀ ଉପଯୁକ୍ତ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ ବୈଷୟିକ ଜ୍ଞାନ କୃଷକମାନଙ୍କୁ ପ୍ରଦାନ କରାଯିବ ।
  • କୃଷକ, ମେକାନିକ୍‍ ଓ କାରିଗରମାନଙ୍କୁ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ ।
  • ମହିଳାମାନଙ୍କୁ ସୁହାଇଲା ଭଳି କୃଷି ଯନ୍ତ୍ରପାତି ଗୁଡ଼ିକୁ ପ୍ରୋତ୍ସାହିତ କରାଯିବ ।
  • ରାସାୟନିକ କୀଟନାଶକର ନିର୍ବିଚାର ଓ ନ୍ୟାୟ ବିହୀନ ବ୍ୟବହାର ହ୍ରାସ କରିବା ପାଇଁ ସମନ୍ୱିତ ରୋଗପୋକ ପରିଚାଳନା ଓ ଜୈବ ନିୟନ୍ତ୍ରକ ବ୍ୟବହାରକୁ ଉତ୍ସାହିତ କରାଯିବ । ଫସଲ ସୁରକ୍ଷା ଯନ୍ତ୍ରପାତି ଗୁଡ଼ିକରେ ରିହାତିପ୍ରଦାନ କରାଯିବ ।
  • ସମସ୍ତ ବ୍ଳକ / ସମ୍ପୂର୍ଣ୍ଣ ଜଳସେଚିତ ଗ୍ରାମପଞ୍ଚାୟତଗୁଡ଼ିକରେ ଚାଷୀଙ୍କ ନିକଟରେ କୃଷି ଯାନ୍ତ୍ରିକୀକରଣ ସୁବିଧା ଯୋଗାଇ ଦେବା ପାଇଁ କୃଷି ସେବା କେନ୍ଦ୍ରକୁ ପ୍ରୋତ୍ସାହିତ କରାଯିବ ।

ଆଧାର - କୃଷି ବିଭାଗ , ଓଡିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate