ହୋମ / କୃଷି / ପ୍ରାଣୀ ଧନ / କୁକୁଡା ପାଳନ
ସେଆର କରନ୍ତୁ

କୁକୁଡା ପାଳନ

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଚାଷୀମାନଙ୍କ ନିମନ୍ତେ ବାଡି ଅଗଣାରେ ରଙ୍ଗୀନ କୁକୁଡା ପାଳନ ପାଇଁ ମାଗଣାରେ ଚିଆଁ, କୁକୁଡା ଆଶ୍ରୟସ୍ଥଳୀ ପାଇଁ ଟଙ୍କା ଓ ତାଲିମ ।

ବାଡିଅଗଣାରେ କୁକୁଡା ପାଳନ

ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଚାଷୀମାନଙ୍କ ନିମନ୍ତେ ବାଡି ଅଗଣାରେ ରଙ୍ଗୀନ କୁକୁଡା ପାଳନ ପାଇଁ ମାଗଣାରେ ଚିଆଁ, କୁକୁଡା ଆଶ୍ରୟସ୍ଥଳୀ ପାଇଁ ଟଙ୍କା ଓ ତାଲିମ ଯୋଗାଇ ଦିଆଯାଉଛି । ସରକାରୀ କୁକୁଡା ଚିଆଁ ଫୁଟା କେନ୍ଦ୍ରରୁ ଦିନିକିଆ ଚିଆଁ, ନିକଟସ୍ଥ ଚିଆଁପାଳନ କେନ୍ଦ୍ରରେ ଏକମାସ ପର୍ଯ୍ୟନ୍ତ ବଢାଇ , ଚିହ୍ନଟ ହୋଇଥିବା ହିତାଧିକାରୀଙ୍କୁ ମାସିକିଆ ଚିଆଁ ଯୋଗାଇବାର ବ୍ୟବସ୍ଥା କରାଯାଇଥାଏ । ଏହି ଯୋଜନା ମାଧ୍ୟମରେ ଚଳିତ ବର୍ଷରେ ୯,୦୦୦ ହିତାଧିକାରୀଙ୍କୁ ରଙ୍ଗୀନ କୁକୁଡା ପାଳନ ପାଇଁ ସହାୟତା କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୦୦୦ ଟି ଚିଆଁ ବିଶିଷ୍ଟ ଚିଆଁ ପାଳନ କେନ୍ଦ୍ର ସ୍ଥାପନ କରିବା ପାଇଁ ମୂଳପୁଞ୍ଜି ବିନିଯୋଗ ଉପରେ ରିହାତିର ବ୍ୟବସ୍ଥା ଅଛି । ଏତଦବ୍ୟତୀତ ବତକ ପାଳନ ପାଇଁ କଟକ ଓ ଚିପିଲିମାରେ ଅବସ୍ଥିତ ସରକାରୀ ଫାର୍ମରୁ ଖାକି କ୍ୟାମ୍ପବେଲ ପ୍ରଜାତିର ଦିନିକିଆ ବତକ ଚିଆଁ ସୁଲଭ ମୂଲ୍ୟରେ ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ । ବତକମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ଅଧିକ ହୋଇଥିବାରୁ ସନ୍ତସନ୍ତିଆ ଜାଗାରେ ପାଳନ କରାଯାଇପାରେ ।

ବ୍ୟବସାୟିକ ଭିତିରେ କୁକୁଡା ଉଦ୍ୟୋଗ

ବ୍ରଏଲର କୁକୁଡା ଉଦ୍ୟୋଗ ପ୍ରତିଷ୍ଠା ରାଜ୍ୟ କୃଷିନୀତି ଅନୁସାରେ ୪୦୦୦ ରୁ ଅଧିକ କୁକୁଡା ଫାର୍ମ ପାଇଁ ଜଣେ ସାଧାରଣ ବର୍ଗର ଉଦ୍ୟୋଗୀ ଶତକଡା ୪୦ ଭାଗ ଏବଂ ମହିଳା , ଅନୁସୂଚିତ ଜାତି, ଜନଜାତି ଏବଂ କୃଷି ଏବଂ ଆନୁସଙ୍ଗିକ ବିଷୟରେ ସ୍ନାତକଧାରୀ ବ୍ୟକ୍ତି ମୂଳ ପୁଞ୍ଜି ବିନିଯୋଗ ରାଶିର ଶତକଡା ୫୦ଭାଗ ସବସିଡ ବା ଛାଡ ପାଇପାରିବେ । ଜଣେ ଉଦ୍ୟୋଗୀ ସର୍ବାଧିକ ୫୦ଲକ୍ଷ୍ୟ ପର୍ଯ୍ୟନ୍ତ ରିହାତି ପାଇପାରିବେ ।

ସେହିପରି ଅଣ୍ଡାଦିଆ କୁକୁଡା ଉଦ୍ୟୋଗ ପାଇଁ ରାଜ୍ୟ କୃଷିନୀତି ଅନୁସାରେ, ଜଣେ ସାଧାରଣ ବର୍ଗର ଉଦ୍ୟୋଗୀ ଶତକଡା ୪୦ଭାଗ ଏବଂ ମହିଳା, ଅନୁସୂଚିତ ଜାତି, ଜନଜାତି ଏବଂ କୃଷି ଏବଂ ଆନୁସଙ୍ଗିକ ବିଷୟରେ ସ୍ନାତକଧାରୀ ମୂଳ ପୁଞ୍ଜି ବିନିଯୋଗ ରାଶିର ଶତକଡା ୫୦ଭାଗ ସବସିଡ ବା ଛାଡ ପାଇପାରିବେ । ଜଣେ ଉଦ୍ୟୋଗୀ ସର୍ବାଧିକ ୭୫ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ ।

ଯୋଗାଯୋଗ : ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ /ପରିଚାଳକ,କୁକୁଡା ବା ବତକ ଫାର୍ମ/ସ୍ଥାନୀୟ ପ୍ରାଣୀ ଚିକିତ୍ସକ/ଏପିକଲ

ଆଧାର: ସୂଚନା, ଶିକ୍ଷା ଓ ସମ୍ପ୍ରସାରଣ ପରିଚାଳନା ସମିତି

2.2
ମନୋରଞ୍ଜନ nayak Jul 10, 2017 03:45 PM

ମୁଁ କୁକୁଡା ଚାଷ କରିବାକୁ ଚହୁଁଚି

ରଘୁନାଥ ଦାସ May 30, 2017 07:27 PM

ମୁଁ ବ୍ୟବସାୟ ଭିତିରେ କୁକୁଡା ପାଳନ କରିବାକୁ ଚାହୁଁଛି

ଆଶୁତୋଷ ଦାସ Mar 30, 2017 10:20 AM

ମୁଁ କୁକୁଡା ପାଳନ କରିବାକୁ ଚାହୁଁଚିି

ବିଶ୍ୱଜିତ୍ ମିଶ୍ର Mar 26, 2017 09:06 PM

ମୁଁ ବ୍ୟବସାୟିକ ଭିତିରେ କୁକୁଡା ପାଳନ କରିବାକୁ ଚାହୁଁ ଚି଼

Ajaya ku das Dec 08, 2016 03:30 PM

ମୁଁ କୁକୁଡ଼ା ପାଳନ କରିବାକୁ ଚାହୁଁଛି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top