ହୋମ / କୃଷି / ପ୍ରାଣୀ ଧନ / କ୍ଵେଲ୍ ବା ଗୁଣ୍ଡୁରି ଚଢ଼େଇ ପାଳନ
ସେଆର କରନ୍ତୁ

କ୍ଵେଲ୍ ବା ଗୁଣ୍ଡୁରି ଚଢ଼େଇ ପାଳନ

କ୍ଵେଲ୍ ବା ଗୁଣ୍ଡୁରି ଚଢ଼େଇ ପାଳନ କରି ଲାଭବାନ ହୋଇପାରିବେ ।

କ୍ଵେଲ୍ ଚଢ଼େଇର ମାଂସ ଅତି ପୁଷ୍ଟିକର ଓ ସୁସ୍ଵାଦୁ । ଏହା ଦୁର୍ମୁଲ୍ୟ ହୋଇଥିବାରୁ ସାଧାରଣତଃ ବଡ଼ ବଡ଼ ହୋଟେଲମାନଙ୍କରେ ଖାଇବା ପାଇଁ ମିଳିଥାଏ । କିନ୍ତୁ ଆଜିକାଲି ଏହାକୁ କୁକୁଡ଼ା ପରି ଘରେ ପାଳନ କରି ଅନେକ ଲୋକ ଲାଭବାନ୍ ହେଉଛନ୍ତି ।

ଗୁଣ୍ଡୁରି ଚଢ଼େଇର ସ୍ଵାଭାବିକ ଗୁଣ

ସାଧାରଣତଃ ମାଈ ଗୁଣ୍ଡୁରି ଚଢ଼େଇ ଅଣ୍ଡିରା ଠାରୁ ଓଜନିଆ ଓ ଆକାରରେ ବଡ଼ ହୋଇଥାଏ । ଛୁଆ ଜନ୍ମ ହେଲା ବେଳକୁ ୬-୭ ଗ୍ରାମ, ବଡ଼ ହେଲେ ୧୫୦ - ୨୦୦ ଗ୍ରାମ୍ ଓଜନ ହୋଇଥାଏ । କ୍ଵେଲ୍ ୫ ସପ୍ତାହ ବୟସରେ ଅଣ୍ଡା ଦେବା ଆରମ୍ଭ କରେ ଓ ୧୦ ସପ୍ତାହ ବେଳକୁ ଶତକଡ଼ା ୮୦ ଭାଗ ଅଣ୍ଡା ଦେଇଥାଏ । ସ୍କେଲ୍‌ମାନେ  ସାଧାରଣତଃ ଶତକଡ଼ା ୭୫ ଭାଗ ଅଣ୍ଡା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମରେ ଓ ଅବଶିଷ୍ଟ ୨୫ ଭାଗ ରାତିରେ ଦେଇଥାଆନ୍ତି ।

ଗୋଟିଏ ଅଣ୍ଡା ହାରାହାରି ୧୦ ଗ୍ରାମ୍  ଓଜନ ହୋଇଥାଏ । ଏହି ଅଣ୍ଡାର ରଙ୍ଗ ଛିଟା ହୋଇଥାଏ । ଆଜିକାଲି ଛିଟା ଅଣ୍ଡା ସ୍କେଲ ସହିତ ଧଳା ଅଣ୍ଡାଦିଆ କ୍ଵେଲ୍ ମିଧ ମିଳୁଅଛି । ବର୍ତ୍ତମାନ ଆମ ଦେଶରେ ଯେଉଁ କ୍ଵେଲ୍ ଚାଷୀମାନଙ୍କୁ ପାଳନ କରିବାକୁ ଯୋଗାଇ ଦିଆଯାଉଅଛି ତାକୁ ଜାପାନିଜ୍ କ୍ଵେଲ୍ କୁହାଯାଏ । ଏହା ଆମ ଦେଶରେ ପ୍ରଥମେ ଉତ୍ତର ପ୍ରଦେଶର ଇଜତ୍ ନଗରସ୍ଥିତ କେନ୍ଦ୍ରୀୟ ପକ୍ଷୀ ଅନୁସନ୍ଧାନ ସଂସ୍ଥାରେ ପାଳନ କରାଯାଇଥିଲା ।

କ୍ଵେଲ୍ ଛୁଆ ମିଳିବାର ସ୍ଥାନ -

  1. କେନ୍ଦ୍ରୀୟ ପକ୍ଷୀ ଅନୁସନ୍ଧାନ ସଂସ୍ଥା, ଇଜତ୍ ନଗର, ବରେଲି, ଉତ୍ତର ପ୍ରଦେଶ,
  2. କେନ୍ଦ୍ରୀୟ କୁକ୍କୁଟ ପ୍ରଜନନ ଫାର୍ମ, ଭୁବନେଶ୍ଵର ଓ
  3. ଏ.ଭି.ଏମ୍. ହ୍ୟାଚେରୀ, କୋଇମ୍ବାଟୁର୍ ।

ପ୍ରଜନନ

ମାଈ ଓ ଅଣ୍ଡିରା କୈମାନଙ୍କୁ ୧୦ ସପ୍ତାହ ବୟସ ହେଲେ ସେମାନେ ପ୍ରଜନନକ୍ଷମ ହୋଇଥାଆନ୍ତି ଏବଂ ଗୋଟିଏ ଅଣ୍ଡିରା କ୍ଵେଲ ୩ଟି ମାଈ କ୍ଵେଲ୍ ସହିତ ସଙ୍ଗମ କରିବା ପାଇଁ ଛଡ଼ାଯାଏ I ଛଅ ସପ୍ତାହ ବେଳକୁ ମାଈ କ୍ଵେଲ ମାନଙ୍କୁ ପ୍ରଜନନ ଘରେ ରଖାଯାଏ ।

କ୍ଵେଲ୍ ପାଳନ ପଦ୍ଧତି (୨-୪ ସପ୍ତାହ ପର୍ଯ୍ୟନ୍ତ)

କ୍ଵେଲ୍ ଛୁଆମାନଙ୍କୁ କୁକୁଡ଼ା ଛୁଆମାନଙ୍କ ପରି ଘରର ମେଜିଆ କିମ୍ବା ପିଞ୍ଜରାରେ ପାଳନ କରାଯାଇପାରେ । ଛୁଆ ଫୁଟିବା ଠାରୁ ଦୁଇ ସପ୍ତାହ ବୟସ ପର୍ଯ୍ୟନ୍ତ ବିଶେଷ ଯତ୍ନ ନେବା ଦରକାର ପଡ଼େ । କାରଣ ଏହି ସମୟ ମଧ୍ୟରେ ବୁଆ ମରିଯିବାର ବହୁତ ସମ୍ଭାବନା ଥାଏ । କ୍ଵେଲ୍ ଛୁଆର ଗୋଡ଼ ଅତି ସରୁ ଓ ସୂକ୍ଷ୍ମ । ତେଣୁ ଯଦି ଛୁଆମାନଙ୍କୁ ଘରର ମେଜିଆରେ କରତଗୁଣ୍ଡ ବା ଧାନଚଷୁ ବା ଅନ୍ୟ କୌଣସି । ଲିଟର ଉପରେ ପାଳନ କରାଯାଏ, ତେବେ ଏହା ଉପରେ ପ୍ରଥମେ ୭ ଦିନ ପାଇଁ ଗୋଟିଏ ଭାଙ୍ଗଯୁକ୍ତ କାଗଜ ବିଛାଇ ଦେବା ଉଚିତ୍ । ଏହି କାଗଜ ପକାଇଲେ ଛୁଆ ଚାଲିବା ବେଳେ ସେମାନଙ୍କର ଗୋଡ଼ ଖସିଯିବାର ସମ୍ଭାବନା ଥାଏ । ଯଦି ସମତଳ କାଗଜ ପକାଯାଏ, ତାହାହେଲେ ଗୋଡ଼ ଖସିଯାଇ ଛୁଆମାନେ ଛୋଟା ହୋଇଯାଆନ୍ତି ବା ପରେ ମରିଯାଆନ୍ତି ।

ଉତ୍ତାପ -

କୁକୁଡ଼ା ଛୁଆପରି କ୍ଵେଲ୍ ଛୁଆମାନେ ପ୍ରଥମ ୧ ମାସ ଭଭାପ ଦରକାର କରିଥାଆନ୍ତି । ଆରମ୍ଭରୁ ଯେଉଁ ଘରେ ଛୁଆମାନଙ୍କୁ ରଖାଯାଏ ସେ ଘରର ଉଭାପ ୧୦୦ ଡିଗ୍ରୀ ଫାରେହିଟ୍ ହେବା ଦରକାର । ତା ପରେ ଆସ୍ତେ ଆସ୍ତେ ଉତ୍ତାପ କମାଇ ତୃତୀୟ ସପ୍ତାହ ବେଳକୁ ୭୦ ଡିଗ୍ରୀ ଫାରେନହିଟକୁ ଅଣାଯିବା ଉଚିତ୍ ।

ଏହି ଛୁଆମାନଙ୍କର ଘର ସରୁ ସରୁ ତାରଜାଲି ଦ୍ଵାରା ନିବୁଜ କରି ରଖିଲେ ଏହା ଭିତରେ ମୂଷା ପଶିପାରନ୍ତି ନାହିଁ ବା ଛୁଆମାନେ ଉଡ଼ିପାରନ୍ତି ନାହିଁ । ସାଧାରଣତଃ ୩ ସପ୍ତାହ ବୟସ ପର୍ଯ୍ୟନ୍ତ ୭୫ ବର୍ଗ ସେ.ମି. ମେଜିଆ ଜାଗା ଗୋଟିଏ କ୍ଵେଲ୍ ବୁଆ ଦରକାର କରିଥାଏ । କିନ୍ତୁ ୩ ରୁ ୬ ସପ୍ତାହ ପର୍ଯ୍ୟନ୍ତ ଯଦି ପିଞ୍ଜରାରେ ରଖାଯାଏ, ତାହାହେଲେ ଗୋଟିଏ କ୍ଵେଲ୍ ଛୁଆ ୧୫୦-୧୭୫ ବର୍ଗ ସେ.ମି. ଦରକାର କରିଥାଏ । କିନ୍ତୁ ଘରେ ତଳେ ଡିପୂଲିଟରରେ ରଖିଲେ ୨୦୦-୨୫୦ ବର୍ଗ ସେ.ମି. ଜାଗା ଦରକାର କରିଥାଏ । ସାଧାରଣତଃ ଗୋଟିଏ ବର୍ଗଫୁଟ ଜାଗାରେ ୫-୬ଟି କ୍ଵେଲ୍ ପକ୍ଷୀ ଆରାମରେ ରହିପାରନ୍ତି । ଉତ୍ତାପ ପାଇଁ ଇଲେକ୍ଟ୍ରିକ ବଲ୍ବ ବ୍ୟବହାର କରାଯାଇପାରେ ।

ଖାଦ୍ୟ ଓ ପାଣି ଦେବାର ଉପକରଣ ଓ ପଦ୍ଧତି

ଏମାନଙ୍କୁ ସୁଷମ ଦାନା ଦେବା ଦରକାର । ପ୍ରଥମ ୩ ଦିନ ଦାନାକୁ କାଗଜ ଉପରେ ବିଛାଇ ଦେଲେ ଭଲ । ତା ପରେ ପାତ୍ରରେ ଦାନା ଦେବା ଦରକାର । ବଜାରରେ ମିଳୁଥିବା ଢାବଲ ପଟାରେ ସ୍କେଲ୍‌ମାନଙ୍କ ପାଇଁ ଖାଦ୍ୟ ପାତ୍ର ତିଆରି କରାଯାଇପାରେ । ଗୋଟିଏ କ୍ଵେଲ୍ ପାଇଁ ୨-୩ ସେ.ମି. ଲମ୍ବ ଖାଦ୍ୟ ଜାଗା ଦରକାର ହୋଇଥାଏ ।

କ୍ଵେଲ୍ ପକ୍ଷୀଙ୍କୁ ପାଣି ଦେବା ପାଇଁ ବଜାରରେ ମିଳୁଥିବା ଜଳଧାନୀ ବ୍ୟବହାର କରାଯାଇପାରେ । ଜଳଧାନୀ ଘରେ ମଧ୍ୟ ତିଆରି ହୋଇପାରିବ । ସେଥିପାଇଁ ଗୋଟିଏ ଛୋଟ ରସ ଥାଳିଆ ଓ ଖାଲି ଟିଣ ଜବା ଦରକାର । ଟିଣ ଡବାର ଖୋଲମୁହଁରୁ ୧/୪ ଇଞ୍ଚ ଛାଡ଼ି ଦୁଇ କଡ଼ରେ ଦୁଇଟି ଛୋଟ କଣା କରିଦେବ । ତା ପରେ ଟିଣ ଡବାରେ ପାଣି ଭର୍ତ୍ତି କରି ରସ ଆଳିଆକୁ ଘୋଡ଼ାଇ ଡବାଟିକୁ ଓଲଟାଇ ଦେବେ । ସାଧାରଣତଃ ୩ ସପ୍ତାହ ପର୍ଯ୍ୟନ୍ତ ୧ ସେ.ମି. ଓ ୪ ସପ୍ତାହରୁ ଊର୍ଦ୍ଧ୍ଵ କ୍ଵେଲ ମାନଙ୍କ ପାଇଁ ୧.୫-୨.୦ ସେ.ମି. ପାଣି ଜାଗା ଦରକାର ହୋଇଥାଏ । ଯେତେବେଳେ କ୍ଵେଲ୍ ଛୁଆମାନେ ବଡ଼ ହୋଇଯିବେ, ସେତେବେଳେ କୁକୁଡ଼ାମାନଙ୍କ ପାଣି ଦେବା ପାତ୍ରରେ ପାଣି ଦେଲେ ଭଲ ।

ଆଲୋକ -

ଦୁଇ ସପ୍ତାହ ପର୍ଯ୍ୟନ୍ତ ୨୪ ଘଣ୍ଟା ଓ ୩ ସପ୍ତାହ ଶେଷବେଳକୁ ୧୨ ଘଣ୍ଟା ଆଲୋକ ଦରକାର ହୋଇଥାଏ । ଯଦି ଶୀଘ୍ର ଅଣ୍ଡାଦେବାକୁ ଦରକାର ହେଉଥାଏ, ତାହାଲେ କ୍ଵେଲ ମାନଙ୍କୁ ୨୪ ଘଣ୍ଟା ଆଲୋକରେ ୬ ସପ୍ତାହ ପର୍ଯ୍ୟନ୍ତ ରଖାଯିବା ଦରକାର । ଆଠ ଘଣ୍ଟା ଆଲୋକ ଓ ୧୬ ଘଣ୍ଟା ଅନ୍ଧାରରେ କ୍ଵେଲ ମାନଙ୍କୁ ବିକ୍ରୀ କରିବାର ୮ ରୁ ୧୦ ଦିନ ପୂର୍ବରୁ ରଖିଲେ ସେମାନଙ୍କର ଶରୀର ଓଜନ ବଢ଼ିବାରେ ସାହାଯ୍ୟ କରିଥାଏ । ଏହାଛଡ଼ା ମୁକ୍ତ ବାୟୁ ଚଳାଚଳ ଓ ପରିଷ୍କାର ପରିଚ୍ଛନ୍ନତା କ୍ଵେଲ୍ ଘରେ ରହିଲେ, ତାହା ସେମାନଙ୍କର ଶରୀର ଓଜନ ଶୀଘ୍ର ବଢ଼ିବାରେ ସାହାଯ୍ୟ କରିଥାଏ । ସ୍କେଲ୍‌ମାନଙ୍କର ଥଣ୍ଟ ଅତି ମୁନିଆ ହୋଇଥିବାରୁ, ସେମାନେ ପରସ୍ପର ଭିତରେ ଝଗଡ଼ା କରି ଖଣ୍ଡିଆ ହୋଇଥାଆନ୍ତି । ତେଣୁ ଥଣ୍ଟକୁ ୩-୪ ସପ୍ତାହ ଭିତରେ କାଟି ଦେବା ଦରକାର ।

ଖାଦ୍ୟ -

କ୍ଵେଲ ମାନଙ୍କ ଠାରୁ ଅଧିକ ମାଂସ ବା ଅଣ୍ଡା ପାଇବା ପାଇଁ ସେମାନଙ୍କୁ ସୁଷମ ଖାଦ୍ୟ ଦେବା ଦରକାର । ଗୋଟିଏ କ୍ଵେଲ୍ ୫ ସପ୍ତାହ ପର୍ଯ୍ୟନ୍ତ ୪୦୦ ଗ୍ରାମ୍ ଦାନା ଦରକାର କରିଥାଏ । ଗୋଟିଏ କ୍ଵେଲ୍ ଜନ୍ମ ହେବାଠାରୁ ୫ ସପ୍ତାହ ବୟସ ପର୍ଯ୍ୟନ୍ତ ଗୋଟିଏ ଗ୍ରାମ୍ ଶରୀର ଓଜନ ବୃଦ୍ଧି ପାଇଁ ୩-୪ ଗ୍ରାମ୍ ଦାନା ଦରକାର ହୋଇଥାଏ । କିନ୍ତୁ ଅଷ୍ଠାଦିଆ କ୍ଵେଲ୍ ଅଣ୍ଡାଦେବା ସମୟରେ ଗୋଟିଏ ଗ୍ରାମ୍ ଅଣ୍ଡା ପାଇଁ ୩ ଗ୍ରାମ୍ ଓଜନ ଦାନା ଦରକାର ହୋଇଥାଏ । ସାଧାରଣତଃ ତିନି ପ୍ରକାର ଦାନା ଢ଼େଲମାନଙ୍କ ପାଇଁ ଦରକାର ହୋଇଥାଏ । ପ୍ରାରମ୍ଭିକ ବା ଷ୍ଟାଟର ଦାନା ୧ ରୁ ୩ ସପ୍ତାହ ପର୍ଯ୍ୟନ୍ତ, ପ୍ରବଦ୍ଧକ ଦାନା ୪ ରୁ ୫ ସପ୍ତାହ ପର୍ଯ୍ୟନ୍ତ ଏବଂ ଅଣ୍ଡାଦିଆ ବା ପ୍ରଜନନକ୍ଷମ ଦାନା ୫ ସପ୍ତାହରୁ ଭଦ୍ଧି ପାଇଁ ଦରକାର ହୋଇଥାଏ । ସ୍କେଲ୍‌ମାନଙ୍କର ଦାନାର ପରିମାଣ ସ୍କେଲ୍‌ର ବୟସ ଏବଂ ପ୍ରକାର ଉପରେ ନିର୍ଭର କରିଥାଏ । କେଉଁ ସପ୍ତାହରେ କ୍ଵେଲ୍ କେତେ ଦାନା ଦରକାର କରିଥାଏ ତାହା ନିମ୍ନରେ ଦିଆଗଲା ।

ବୟସ (ସପ୍ତାହ)

ଦିନକୁ ପ୍ରତି କ୍ଵେଲ ପିଛା ଦାନାର ପରିମାଣ

୫ ଗ୍ରାମ୍

୧୨ ଗ୍ରାମ୍

୧୫ ଗ୍ରାମ୍

୧୮ ଗ୍ରାମ୍

୨୦ ଗ୍ରାମ୍

୬ ଏବଂ ଊର୍ଦ୍ଧ୍ଵ

୨୫ ଗ୍ରାମ୍

ଦାନାକୁ ଶୁଖିଲା ଯାଗାରେ ଯତ୍ନର ସହିତ ସାଇତି ରଖିବା ଦରକାର । ଦାନରେ ଫିମ୍ପି ନ ହେବା ପାଇଁ ପ୍ରତି ୧ ଟନ୍ ଦାନାରେ ୨ କିଲୋଗ୍ରାମ୍ କ୍ୟାଲସିୟମ୍ ପ୍ରୋପିଓନେଟ ମିଶାଇବା ଦରକାର । ଦାନାକୁ ବେଶୀଦିନ ସାଇତି ରଖିବା ଉଚିତ୍ ନୁହେଁ ।

ରୋଗ ଓ ପ୍ରତିକାର

କ୍ଵେଲମାନଙ୍କୁ ସାଧାରଣତଃ ରୋଗ ହୁଏ ନାହିଁ । କିନ୍ତୁ ହଠାତ୍ ଜଳବାୟୁ ପରିବର୍ତ୍ତନ ହେଲେ ସେମାନଙ୍କର କିଛିଟା ଅସୁବିଧା ଦେଖାଦିଏ । କ୍ଵେଲ ମାନେ ସାଧାରଣତଃ ଫିମ୍ପି ଜାତୀୟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ତାକୁ ବ୍ରଡ଼ର ନିମୋନିଆ କୁହାଯାଏ । ଯେତେବେଳେ କ୍ଵେଲ୍ ଘରର ଆର୍ଦ୍ରତା ବୃଦ୍ଧିପାଏ, ସେତେବେଳେ ଏହି ରୋଗ ହୋଇଥାଏ । ତେଣୁ ଏହି ରୋଗକୁ ଭଲ କରିବା ପାଇଁ ଘରର ଆର୍ଦ୍ରତାକୁ କମାଇବାକୁ ପଡ଼େ ଓ ପ୍ରତି କେଜି ଦାନା ସହିତ ୨ ଗ୍ରାମ୍ କ୍ୟାସିୟମ୍ ପ୍ରୋପିଓନେଟ୍ ମିଶାଇ ଖାଇବାକୁ ଦିଆଯାଏ । କପର ସଲ୍‌ଫେଟ୍ ୧ ଗ୍ରାମ୍ ୨ ଲିଟର ପାଣିରେ ମିଶାଇ ପିଇବାକୁ ଦେଲେ ରୋଗ ଭଲ ହୋଇଯାଏ । ।

କ୍ଵେଲମାନଙ୍କ ଅନ୍ତନଳୀରେ ଘାଆ ରୋଗ ହୋଇଥାଏ । ଏହି ରୋଗର ନିରାକରଣ ପାଇଁ ଏକ ଗ୍ରାମ୍ ଷ୍ଟ୍ରେପ୍ଟୋମାଇସିନ୍ ଗୋଟିଏ ଲିଟର ପାଣିରେ ମିଶାଇ ୩ ଦିନ ପିଇବାକୁ ଦେଲେ ଏହି ରୋଗ ଭଲ ହୋଇଯାଏ ।

ଉପରୋକ୍ତ ରୋଗ ବ୍ୟତୀତ ଯେଉଁ ସବୁ ମୁଖ୍ୟ ରୋଗ କ୍ଵେଲମାନଙ୍କୁ ହୁଏ ତାହା ନିମ୍ନରେ ଦିଆଗଲା ।

  1. ଅଲ୍ସରେଟିଭ ଏବେରାଇଟିସ୍ :
  2. ଏହା ଏକ ଅନ୍ତନଳୀ ରୋଗ ଏବଂ ଏହି ରୋଗ ସାଧାରଣତଃ କମ୍ ବୟସର କ୍ଵେଲ ମାନଙ୍କ ଠାରେ ଦେଖାଯାଇଥାଏ । ସଂକ୍ରମିତ ଖାଦ୍ୟ ଖାଇଲେ ଏହି ରୋଗ ବ୍ୟାପିଥାଏ । ଏହା ଏକ ଜୀବାଣୁ ଜନିତ ରୋଗ ଅଟେ । ଏହି ରୋଗ ହଠାତ୍ ହେଲେ ବେଳେବେଳେ ଶତକଡ଼ା ୧୦୦ ଭାଗ କ୍ଵେଲ ମରିଯାଆନ୍ତି । ଯେଉଁ ସ୍କେଲମାନଙ୍କୁ ତଳେ ଲିଟର ଉପରେ ରଖି ପାଳନ କରାଯାଏ, ସେହିମାନଙ୍କ ଠାରେ ଏହି ରୋଗ ବେଶୀ ହୋଇଥାଏ । ଏହି ରୋଗ ହେଲେ ପତଳା ଝାଡ଼ା ହୁଏ ଓ ଝାଡ଼ାରେ ଧଳା ଧଳା ୟୁରେଟ୍ ଥାଏ । କ୍ଵେଲମାନେ ନିସ୍ତେଜ ହୋଇଯାନ୍ତି, ପର ଟାଆଁଶା ହୋଇଯାଏ, ଗୋଟିଏ ଯାଗାରେ ରୁଣ୍ଡ ହୋଇ ବସନ୍ତି, ଆଖି ଅଧା ମେଲା କରି ବସନ୍ତି । ମଲା କ୍ଵେଲ କାଟି ଦେଖିଲେ କ୍ଵେଲମାନଙ୍କ ଅନ୍ତନଳୀରେ  ଓ ସିକାରେ ଘାଆ ହୋଇଥାଏ । ବେଳେବେଳେ ଅନ୍ତଃନଳୀରେ ମଧ୍ୟ  ରକ୍ତ କ୍ଷରଣ ହୋଇଥାଏ । କଲିକାରେ ହଳଦିଆ ଦାଗ ରହିଥାଏ ଏବଂ କଲି ଜାର ଧାର ସଢ଼ିଯାଇଥାଏ । ପ୍ଲିହା ବଡ଼ ହେବା ସହିତ ଏବଂ ରକ୍ତକ୍ଷରଣ ହୋଇଥାଏ ।

    ଚିକିତ୍ସା :

    ଏହି ରୋଗକୁ ପ୍ରତି ୪.୫ ଲିଟର ପାଣିରେ ୨ ଗ୍ରାମ୍ ଷ୍ଟ୍ରେପ୍ଟୋମାଇସିନ୍ ମିଶାଇ ୨୫ ଦିନ ପିଇବାକୁ ଦେଲେ ରୋଗ ଭଲ ହୋଇଥାଏ କିମ୍ବା ୧ ଲିଟର ପାଣିରେ ୧ ଗ୍ରାମ୍ ଷ୍ଟ୍ରେପ୍ଟୋମାଇସିନ୍ ସଫେଟ୍ ୧୦ ଦିନ ଦେଲେ ମଧ୍ୟ ଏହି ରୋଗ ଭଲ  ହୋଇଯାଏ । ପ୍ରତିଷେଧକ ହିସାବରେ ୧ ଟନ୍ ଦାନାରେ ୧୦୦ ଗ୍ରାମ୍ ବ୍ୟାସିଟ୍ରାସିନ୍  କିମ୍ବା ୧ ଟନ୍ ଦାନାରେ ୫୦୦ ଗ୍ରାମ୍ କ୍ଲୋରୋମାଇସେଟିନ୍ ମିଶାଇ ଖାଇବାକୁ ଦେଲେ ଏହି ରୋଗ ହୋଇ ନଥାଏ ।

  3. କ୍ଵେଲ ବ୍ରୋଙ୍କାଇଟିସ୍ :
  4. ଏହା ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ ହଠାତ୍ ଛୁଆମାନଙ୍କୁ ଧରେ ଏବଂ ଶ୍ଵାସଯନ୍ତ୍ରକୁ ଆକ୍ରାନ୍ତ କରେ । ଏହି ରୋଗ ହେଲେ କ୍ଵେଲମାନେ ଛିଙ୍କନ୍ତି, କାଶନ୍ତି କିନ୍ତୁ ନାକରୁ କିଛି ବାହାରେ ନାହିଁ । ଘଡ଼ ଘଡ଼ ଶବ୍ଦ କରନ୍ତି । ବେଳେବେଳେ  ସ୍ନାୟୁଜନିତ ଲକ୍ଷଣ ଦେଖାଯାଇଥାଏ । ଏହି ରୋଗ ୩ ସପ୍ତାହ ପର୍ଯ୍ୟନ୍ତ ରହେ ଏବଂ ଛୋଟ ଛୁଆମାନେ ଶତକଡ଼ା ୮୦ ଭାଗ ମରିଯାଆନ୍ତି । ଏହି ରୋଗ ପାଇଁ ସେମିତି କିଛି ଫଳପ୍ରଦ ଚିକିତ୍ସା ନାହିଁ, କିନ୍ତୁ ଜୈବ ସୁରକ୍ଷା ପ୍ରତି ଧ୍ୟାନ ଦେଲେ ଏହି ରୋଗ ହୋଇ ନଥାଏ ।

କ୍ଵେଲ ପାଳନର ଲାଭକ୍ଷତି ହିସାବ

ଏକ ହଜାର ବ୍ରଏଲର କ୍ଵେଲ ପାଳନ କଲେ ପ୍ରତି ୫ ସପ୍ତାହରେ ମୋଟାମୋଟି ଲାଭ ୨୦୦୦ ରୁ ୨୫୦୦ ଟଙ୍କା ହୋଇଥାଏ । ସେହିପରି ୧ ହଜାର ଅଣ୍ଡାଦିଆ  କ୍ଵେଲ୍ ପକ୍ଷୀ ପାଳନ କଲେ, ବର୍ଷରେ ମୋଟାମୋଟି ଲାଭ ୧୦,୦୦୦ ଟଙ୍କାରୁ ୧୧,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

ସପ୍ତାହକୁ ୫୦୦ କ୍ଵେଲ  (ବ୍ରଏଲର କ୍ଵେଲ) ପକ୍ଷୀ ପାଳନରେ ଲାଭକ୍ଷତିର ହିସାବ :

  1. ପ୍ରତି ସପ୍ତାହରେ ୫୦୦ କ୍ଵେଲ୍ ରଖିଲେ ବର୍ଷକୁ ୨ ୩,୦୦୦ କ୍ଵେଲ ପ୍ରଥମ ବର୍ଷ ରହିବେ ଏବଂ ପରବର୍ତ୍ତୀ ବର୍ଷରେ ବର୍ଷକୁ ୨୬,୦୦୦ କ୍ଵେଲ୍ ପାଳନ ହେବ ।
  2. ଯେହେତୁ କ୍ଵେଲ୍ ପକ୍ଷୀ ପାଳନ ସମୟରେ ଏହାଙ୍କର ମୃତ୍ୟୁହାର ବେଶୀ, ତେଣୁ ଶତକଡ଼ା ୧୫ ପ୍ରତିଶତ ମୃତ୍ୟୁ ଯୋଗୁଁ ୪୨୫ କ୍ଵେଲ୍ ପ୍ରତିସପ୍ତାହରେ ବିକ୍ରି ପାଇଁ ରହିବେ ।
  3. କ୍ଵେଲ୍ ପାଳନ ବ୍ୟାଟାରୀ ପିଞ୍ଜରାରେ କରାଯିବ, ପ୍ରତି ପିଞ୍ଜରା ପାଞ୍ଚ ଥାକିଆ ହେବ ଏବଂ ପ୍ରତି ଥାକ ୧୬୦ ସେ.ମି. x ୮୦ ସେ.ମି. ମାପରେ ହେବ । ଏହି ଥାକରେ ୧୦୦ ଟି କ୍ଵେଲ୍ ଛୁଆ ପାଳନ ହୋଇପାରିବ । ଏଥିପାଇଁ ୬ ଗୋଟି ପିଞ୍ଜରା ଦରକାର ।
  4. ୫ ସପ୍ତାହ ପରେ ସାଙ୍ଗେ ସାଙ୍ଗେ କ୍ଵେଲମାନଙ୍କୁ ଫାର୍ମରେ ବିକ୍ରି କରିବା ଦରକାର ।
  5. ଜୀବନ୍ତ କ୍ଵେଲ୍ ୫ ସପ୍ତାହ ବୟସରେ ଗୋଟିକୁ ୩୫ ଟଙ୍କା ହିସାବରେ ବିକ୍ରି କରାଯିବ ।
  6. ଉଭୟ ଲିଙ୍ଗ ମିଶ୍ରଣରେ ୫ ସପ୍ତାହ ବୟସରେ ଗୋଟିଏ କ୍ଵେଲ ହାରାହାରି ଓଜନ ୧୩୦ ଗ୍ରାମ୍ ହେବ ।
  7. ଖାଦ୍ୟ ନିଶ୍ଳେଷଣ ଦକ୍ଷତା ୧:୪ ରହିବା ଦରକାର । ଅର୍ଥାତ୍ ୧ ଗ୍ରାମ୍ ଓଜନ  ବଢ଼ିବା ପାଇଁ ୪ ଗ୍ରାମ୍ ଦାନା ଦରକାର ହେବ ।
  8. ଏକ ଦିନିକିଆ କ୍ଵେଲ ଛୁଆର ଦାମ୍ ୩ ଟଙ୍କା ହେବ ।
  9. ପ୍ରତି ୧୦୦ କ୍ଵେଲ ପାଇଁ ୫୦ ଟଙ୍କା ବିଦ୍ୟୁତ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ଲାଗିବ ।
  10. ଚାଷୀ ନିଜେ ସବୁ କାମ କରିବେ ।

ଏହି ସବୁ ବିଷୟକୁ ଧାନରେ ରଖି ବ୍ରଏଲର କ୍ଵେଲ୍ ପାଳନର ଲାଭକ୍ଷତି ନିମ୍ନରେ ଦିଆଗଲା ।

ସ୍ଥାୟୀ ଖର୍ଚ୍ଚ :

ଘର ତିଆରି ବାବଦରେ ୧୦୦ ମିଟର x ୪୨ ମିଟର

= ୪୨୦ ବର୍ଗ ମିଟର ଜାଗା ଦରକାର ଏବଂ ବର୍ଗମିଟର ପ୍ରତି ୮୦୦ ଟଙ୍କା ହିସାବରେ

ଟ.୩,୩୬,୦୦୦ / -

ପ୍ରତି ବ୍ୟାଟେରୀ ପିଞ୍ଜରାର ଦାମ୍ ୨୫,୦୦୦ /- ଟଙ୍କା ହିସାବରେ ୬ଟିର ଦାମ୍

ଟ.୧,୫୦,୦୦୦ / -

 

ମୋଟ

.୪,୮୬,୦୦୦/-

ଅସ୍ଥାୟୀ ଖର୍ଚ୍ଚ (ବର୍ଷକ ପାଇଁ)

୨୩,୫୦୦ ଦିନିକିଆ କ୍ଵେଲ ଛୁଆର ଦାମ୍ (ଗୋଟିକୁ ୩ ଟଙ୍କା ହିସାବରେ)

ଟ.୭୦,୫୦୦ / -

୧୧,୦୦୦ କି.ଗ୍ରା. ଦାନାର ଖର୍ଚ୍ଚ (କି.ଗ୍ରା. ପ୍ରତି ୨୮ ଟଙ୍କା ହିସାବରେ) । (ପ୍ରତି କ୍ଵେଲ୍ ୫୨୦ ଗ୍ରାମ୍ ଦାନା ୧୩୦ ଗ୍ରାମ୍ ଓଜନ ହେବା ପାଇଁ ଖାଇବେ, ୨୧, ୧୫୦ କ୍ଵେଲ୍ ପାଇଁ ୧୦ ପ୍ରତିଶତ ମୃତ୍ୟୁ ହିସାବୁକୁ ନେଇ)

ଟ.୩,୦୮,୦୦୦/-

ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଯଥା ଔଷଧ ପାଇଁ ୫୦ ଟଙ୍କା ହିସାବରେ ୧୦୦ କ୍ଵେଲ୍ ପାଇଁ

ଟ.୯,୦୦୦/-

 

ମୋଟ

ଟ. ୩, ୮୭, ୫୦୦ / -

 

ମୂଳଧନ ବିନିଯୋଗ ଖର୍ଚ୍ଚ :

ସ୍ଥାୟୀ ଖର୍ଚ୍ଚ

ଟ.୪,୮୬,୦୦୦/-

୨୫୦୦ କ୍ଵେଲ ଛୁଆ

ଟ. ୭,୫୦୦ / -

୫ ସପ୍ତାହ ପାଇଁ (୨୨୫୦ କ୍ଵେଲ୍ ପାଇଁ ୧୧୭୦ କିଲୋଗ୍ରାମ୍ ଦାନା ଖର୍ଚ୍ଚ)

ଟ. ୩୨,୭୬୦/-

 

ମୋଟ

ଟ. ,୨୬,୨୬୦/-

ଆୟ :

୧୯୯୭୫ କ୍ଵେଲ୍ ବିକ୍ରି ବାବଦରେ (ଗୋଟିଏ ୩୫ ଟଙ୍କା ହିସାବରେ)

ଟ.୬,୯୯,୧୨୫ / -

୧୫୫ ଟି ଖାଲି ଦାନା ଅଖା ବିକ୍ରି ବାବଦରେ  (ଗୋଟିକୁ ୧୨ ଟଙ୍କା ହିସାବରେ)

ଟ. ୧,୮୬୦ / -

୧୫ ଟନ୍ ଖତ ବିକ୍ରି ବାବଦରେ  (ଟନ୍ ପ୍ରତି ୨୦୦ ଟଙ୍କା ହିସାବରେ)

ଟ. ୩,୦୦୦ / -

 

ମୋଟ

. ୭,୦୩,୯୮୫/-

ମୋଟ ଲାଭ  = ଟ. ୭,୦୩,୯୮୫ – ଟ. ୩,୮୭,୫୦୦  =  ଟ.୩, ୧୬,୪୮୫/-

ପ୍ରକୃତ ଲାଭ :

ମୋଟ ଲାଭ

ଟ.୩, ୧୬,୪୮୫ / -

ଘରର ମରାମତି ଖର୍ଚ୍ଚ (ବର୍ଷକୁ ୧୦% ହିସାବରେ)

ଟ.୩୩, ୬୦୦ / -

ପିଞ୍ଜରା ମରାମତି ଖର୍ଚ୍ଚ (ବର୍ଷକୁ ୧୫% ହିସାବରେ)

ଟ.୨୨,୫୦୦/-

ବିନିଯୋଗ ମୂଳଧନ ଉପରେ (ବର୍ଷକୁ ସୁଧ ୧୨.୫% ହିସାବରେ)

ଟ.୬୫,୭୮୩/-

ବୀମା ଖର୍ଚ୍ଚ (ମୂଳଧନ ବିନିଯୋଗ ଉପରେ ୦.୪% ହିସାବରେ)

ଟ.୨, ୧୦୫/-

 

ମୋଟ

ଟ.,୨୩,୯୮୮/-

ପ୍ରକୃତ ଲାଭ = ଟ.୩,୧୬,୪୮୫ - ଟ.୧,୨୩,୯୮୮ = ଟ.୧,୯୨,୪୯୭/-

  • ପ୍ରକୃତ ଲାଭ, ମୂଳଧନ ବିନିଯୋଗର ଶତକଡ଼ା ୧୦ ଭାଗ ସୁଝିବା ପରେ, ଟ.୧,୯୨,୪୯୭ – ଟ. ୫୨,୬୨୬ = ଟ.୧,୩୯,୮୭୧/-
  • ଗୋଟିଏ କ୍ଵେଲ ପ୍ରତି ୫ ସପ୍ତାହରେ ପ୍ରକୃତ ଲାଭ ଟ.୧୩୯୮୭୧ ÷ ଟ.୨୩,୫୦୦ = ଟ. ୫.୯୫/-
  • ପ୍ରତି ୫ ସପ୍ତାହରେ ୪୨୫ କ୍ଵେଲରୁ ପ୍ରକୃତ ଲାଭ ଟ.୨,୫୨୮/-

ଗୋଟିଏ ଚାଷୀ ପ୍ରତି ୫ ସପ୍ତାହରେ ୫୦୦ କ୍ଵେଲ ଛୁଆ ପାଳନ କଲେ ୨୫୦୦ ଟଙ୍କା ଲାଭ ପାଇପାରିବ ।

ସୁଷମ ଦାନା ତିଆରି କରିବା ପଦ୍ଧତି ପ୍ରତି (୧୦୦ କେ.ଜି, ଦାନା ପାଇଁ) –

ଦାନା ପାଇଁ ଜିନିଷ

ଛୁଆ  ( ୧/୩ ସପ୍ତାହ ବୟସ )

ବଢନ୍ତା ଛୁଆ  ( ୪/୫ ସପ୍ତାହ ବୟସ)

ଅଣ୍ଡାଦିଆ ବା ପ୍ରଜନନକ୍ଷମ ( ୬ ସପ୍ତାହରୁ ଊର୍ଦ୍ଧ୍ଵ)

ମକାଗୁଣ୍ଡ

୩୪ କେ.ଜି

୩୬ କେ.ଜି.

୪୮ କେ.ଜି.

କାଣ୍ଡିଆ କୁଣ୍ଡା

୧୦ କେ.ଜି.

୧୦ କେ.ଜି.

-

ଗହମ ଚୋକଡ଼

-

-

୫ କେ.ଜି.

ବାଦାମ ପିଡ଼ିଆ ଗୁଣ୍ଡ (୪୩ ଭାଗ ପୃଷ୍ଟିସାର ଥିବା)

୩୨ କେ ଜି.

୨ ୭ କେ.ଜି.

୨୩ କେ.ଜି.

ସୂର୍ଯ୍ୟମୁଖି ପିଡ଼ିଆ ଗୁଣ୍ଡ (୩୭ ଭାଗ ପୁଷ୍ଟିସାର ଥିବା)

୧୦ କେ.ଜି.

୧୪ କେ.ଜି.

୧୦ କେ.ଜି.

ଶୁଖୁଆ ଗୁଣ୍ଡ (୪୫ ଭାଗ ପୁଷ୍ଟିସାର ଥିବା)

୧୨.୫ କେ.ଜି

୭ କେ.ଜି

୬ କେ.ଜି

ମାଂସ ଗୁଣ୍ଡ

-

୫  କେ.ଜି

-

ହାଡଗୁଣ୍ଡ

୫୦୦ ଗ୍ରାମ୍

୩୦୦ ଗ୍ରାମ୍

୧.୮୦୦ ଗ୍ରାମ୍

ଚୂନ

୫୦୦ ଗ୍ରାମ୍

-

୫.୫୦୦ ଗ୍ରାମ୍

ଲୁଣ

୧୦୦ ଗ୍ରାମ୍

୪୦୦ ଗ୍ରାମ

୪୦୦ ଗ୍ରାମ

ଖଣିଜ ଲବଣ ଓ ଜୀବସାର ମିଶ୍ରଣ

୪୦୦ ଗ୍ରାମ

୩୦୦ ଗ୍ରାମ୍

୩୦୦ ଗ୍ରାମ୍

ସମୁଦାୟ

୧୦୦ କେ.ଜି

୧୦୦ କେ.ଜି

୧୦୦ କେ.ଜି

ବାର୍ଡ ଫ୍ଲୁ

କାରଣ , ନିରାକରଣ ଓ ଜନସଚେତନତା

ସମ୍ପତ୍ତି  ବିଶ୍ଵର  ଜଳବାୟୁ  ପରିବର୍ତ୍ତନ  ତଥା  ପରିବେଶ  ପ୍ରଦୂଷଣ  ବିଭିନ୍ନ  ରୋଗର  କାରଣ  ହୋଇଛି   ।  ପରିବର୍ତ୍ତିତ  ପାଣିପବନ , ପ୍ରଦୂଷିତ   ପରିବେଶ  ତଥା  ଜଳବାୟୁ   ଅନୁଯାୟୀ  ଦିନକୁ  ଦିନ ନୂଆ  ନୂଆ  ରୋଗମାନ  ବର୍ତ୍ତମାନ   ଏବଂ ଭବିଷ୍ୟତର   ସମସ୍ୟା  ବିଷୟରେ   ମୁଣ୍ଡ  ଟେକୁଛନ୍ତି    । ସେହିପରି  ଗୋଟିଏ   ରୋଗ  ହେଉଛି  ବାର୍ଡ ଫ୍ଲୁ  ବା  ପକ୍ଷୀଙ୍କ  ସର୍ଦ୍ଦଜନିତ  ରୋଗ  ଯାହାକି  ପୃଥିବୀ   ସାରା   କିଛି  ପ୍ରଜାତିର   ପକ୍ଷୀଙ୍କ  କ୍ଷେତ୍ରରେ   ମହାମାରୀର   ରୂପ  ନେଉଛି   ।

ନିକଟରେ  ଖୋର୍ଦ୍ଦାର   କେରଙ୍ଗଠାରେ  କିଛି   କାଉଙ୍କର  ଅସ୍ଵାଭାବିକ   ମୃତ୍ୟୁ   ତଥା  ଦେଶର  ବିଭିନ୍ନ  ପ୍ରାନ୍ତ  ଯେପରି  ଦିଲ୍ଲୀ , ଡାମନ , କେରଳ , ତାମିଲନାଡୁ  ଆଦି   ସ୍ଥାନରୁ  ବାର୍ଡ ଫ୍ଲୁ ର  ଖବର  ଆସିବା  ପରେ  ଏହାର   ଭୟ  ପୁଣି  ସାମନାକୁ  ଆସିଛି   । ବାର୍ଡ ଫ୍ଲୁ  ହେଉଛି   ଏକ  ଭୂତାଣୁଜନିତ  ରୋଗ  ଏବଂ  ଏହା  କୁକୁଡା , ବତକ , ପାଣିକୁଆ  ଆଦି  ପକ୍ଷୀଙ୍କ ଠାରେ  ଦେଖାଦେଇ   ଅଶେଷ  କ୍ଷତି  ଘଟାଇଥାଏ   । ଏହି ରୋଗର  ଭୂତାଣୁ  କୁକୁଡା  ବା  ଆଗନ୍ତୁକ  ବିଦେଶୀ  ପକ୍ଷୀଙ୍କ  ମାଧ୍ୟମରେ   ଘୁଷୁରି , ଘୋଡା ଏପରିକି   ମଣିଷଙ୍କ   ଦେହରେ   ଇନଫ୍ଲୁଏନଜା  ରୋଗ  ସୃଷ୍ଟିକରି  ଜଟିଳ  ସର୍ଦ୍ଦି   ରୋଗ   ବା  ସ୍ଥଳବିଶେଷରରେ   ଚିକିତ୍ସା   ଅବହେଳାରେ  ମୃତ୍ୟୁର  କାରଣ  ହୋଇଥାଏ   ।

ରୋଗର  କାରଣ

ବାର୍ଡ ଫ୍ଲୁ  ରୋଗର  ଭୂତାଣୁ  ହେଉଛି  ଏକ  ଖଣ୍ଡବିଖଣ୍ଡିତ  ଆରଏନଏ  ଗଣସୁତ୍ରଯୁକ୍ତ  H – 5 N – 1 ଭୂତାଣୁ   । H ଓ N ହେଉଛି  ଭୂତାଣୁ  ଶରୀରରେ   ଥିବା  ହେମାଗ୍ଲୁଟିନ ଓ  ନ୍ୟୁରାମିନିଡେଜ   । ଏହି  ଦୁଇ  ପ୍ରକାର  ପ୍ରୋଟିନ  ବା  ପୃଷ୍ଟିସାର   । ବିଭିନ୍ନ  ଶ୍ରେଣୀର  ଇନ୍ ଫ୍ଲୁ ଏନଜା  ଭୂତାଣୁମାନଙ୍କ   ଶରୀରରେ  ୧୬  ପ୍ରକାରର  ହେମାଗ୍ଲୁଟିନିନ ଓ ୯ ପ୍ରକାରର  କ୍ୟୁରାମିନିଜେଡର  ସଂରଚନା  ଯେପରି  ,,  , , ଏହିପରି  ୧୪୪ ପ୍ରକାରର  ଭୂତାଣୁର  ସୃଷ୍ଟିର   କଳ୍ପନା   କରାଯାଇପାରେ  , ହେଉଛି  ବାର୍ଡ ଫ୍ଲୁ  କରୁଥିବା  ଭୂତାଣୁ    । ହେଉଛି   ସ୍ଵାଇନ ଫ୍ଲୁ  କରୁଥିବା  ଭୂତାଣୁ  ଏବଂ  ସେହିପରି    ହେଉଛି  ଘୋଡାମାନଙ୍କ  ଦେହରେ  ଇନ୍ ଫ୍ଲୁ ଏନଜା  ସୃଷ୍ଟି  କରୁଥିବା   ଭୁତାଣୁର   ପ୍ରଜାତି    । ବାର୍ଡ ଫ୍ଲୁ   ସୃଷ୍ଟିକାରୀ  ଭୂତାଣୁ  ଅର୍ଥୋମିକ୍ ସୋ   ଭୂତାଣୁ  ପରିବାରର  ଅନ୍ତର୍ଗତ  ତଥା  ଇନଫ୍ଲୁଏନଜା  - କ ଶ୍ରେଣୀର   ଅନ୍ତର୍ଭୁକ୍ତ   । ଏହି  ଭୁତାଣୁର  ଗୁଣସୁତ୍ର  ଖଣ୍ଡବିଖଣ୍ଡିତ  ଥିବାରୁ  ଏହା  ସହଜରେ   ରୂପ  ପରିବର୍ତ୍ତନ   କରି  ବହୁରୂପୀ  ହୋଇଥାଏ   । ଏହି  ଭୂତାଣୁ  ୭୦  ଡିଗ୍ରୀ  ସେଲସିୟସ  ଉତ୍ତାପରେ   ଅଧଘଣ୍ଟାରେ   ମରିଯାଇଥାଏ    ।

ରୋଗ  ସଂକ୍ରମଣର   କାରଣ

ଏହି  ରୋଗ  ଆମ  ଦେଶରେ   ମୁଖ୍ୟତଃ  ଶୀତଦିନ   ଶେଷ  ଆଡରୁ  ଦେଖାଯାଇଥାଏ   । ଏହା   ପଛର  ମୂଳକାରଣ  ହେଲା  ବିଦେଶାଗତ   ପକ୍ଷୀ   । ୟୁରୋପ , ଏସିଆର  ଥଣ୍ଡା  ଅଞ୍ଚଳ   ସାଇବେରିଆ , ଚୀନ ଆଦି  ସ୍ଥାନରୁ   ବିଦେଶୀ  ଆଗନ୍ତୁକ  ପକ୍ଷୀଗୁଡିକ  ଖାଦ୍ୟ  ଅନ୍ଵେଷଣ  ବା  ପ୍ରଜନନ   ନିମନ୍ତେ  ଦେଶର  ବିଭିନ୍ନ  ପ୍ରାନ୍ତର  ହ୍ରଦ , ଜଳାଶୟକୁ   ଉଡି  ଆସିଥାନ୍ତି   । ତେଣୁ  ବିଦେଶାଗତ  ସଂକ୍ରମିତ  ପକ୍ଷୀମାନଙ୍କଠାରୁ  ଏହି  ରୋଗର  ଆଶଙ୍କା  ବୃଦ୍ଧି  ପାଏ   । ସେହିପରି  ଅନ୍ୟାନ୍ୟ  ଦେଶ  ବା  ବାହାର  ରାଜ୍ୟରୁ  ସଂକ୍ରମିତ  ପକ୍ଷୀ  ବା  କୁକୁଡାର  ଅବାଧ  ଚାଲାଣ   ହେବାଦ୍ଵାରା  ବାର୍ଡଫ୍ଲୁ ର  ଆଶଙ୍କାକୁ   ଏଡାଇ  ଦିଆଯାଇନପାରେ    । ଏମାନଙ୍କ   ପାଟିରୁ  ନିର୍ଗତ  ଲାଳ , ମଳ , ଓ  ସଂକ୍ରମିତ  ପକ୍ଷୀଦ୍ଵାରା  ପାଣି , ମାଟି , ବାୟୁ  ଓ ଖାଦ୍ୟ  ମାଧ୍ୟମରେ  ଏହି  ରୋଗ   ବ୍ୟାପିଥାଏ   । ଯେକୌଣସି  ପରିବହନ   ଜାଣ  ସହିତ   ମଣିଷ   ମାଧ୍ୟମରେ   ମଧ୍ୟ  ଏହି  ରୋଗ   ସୁସ୍ଥ  ପକ୍ଷୀଙ୍କ   ଦେହକୁ   ବ୍ୟାପିଥାଏ    ।

ସଂକ୍ରମଣ  ସମୟ : ଏହି   ଭୂତାଣୁ  କୁକୁଡାମାନଙ୍କ   ଦେହରେ  ପ୍ରବେଶ  କରିବା   ପରଠାରୁ   ଲକ୍ଷଣ  ପ୍ରକାଶ  ପାଇବା  ପର୍ଯ୍ୟନ୍ତ  ୩ରୁ  ୭ ଦିନ  ସମୟ  ନେଇଥାଏ   । କୁକୁଡାମାନଙ୍କ  ବୟସ  ଓ ରୋଗ  ପ୍ରତିରୋଧକ  ଶକ୍ତି  ଅନୁଯାୟୀ   ଏହି   ସମୟରେ   ଫରକ  ହୋଇଥାଏ   ।

ରୋଗର  ଲକ୍ଷଣ

ଏହି  ରୋଗ   କୁକୁଡାଙ୍କ   ଦେହରେ  ଦେଖାଯିବା   ମାତ୍ରେ  କୁକୁଡାଗୁଡିକ  ଅତ୍ୟଧିକ  ଦୁର୍ବଳ , ଟାଆଁସିଆ  ପରଯୁକ୍ତ  ଦେଖାଯାନ୍ତି   । ପତଳା   ଝାଡା  ହେବା  ସହିତ   ହଠାତ୍   ଅଣ୍ଡା  ଦେବା  ବନ୍ଦ  କରିଦିଅନ୍ତି   । ପ୍ରାପ୍ତବୟସ୍କ  କୁକୁଡାଙ୍କ  ଚୂଳ , ମୁକୁଟ , ଆଖି ଚାରିପାଖ  ଫୁଲିଯାଏ  ଓ  ଅଗ୍ରଚୂଳ  ନୀଳ  ପଡିବା  ସହିତ  ରକ୍ତ  ଛିଟିକା  ପରି  ଜଣାପଡେ   । କୁକୁଡାଙ୍କ  ଶରୀର  ଚର୍ମତଳେ  କ୍ଷୁଦ୍ର  ରକ୍ତଚିହ୍ନ ଥିବାର   ଜଣାପଡେ  ଏବଂ  ଆକ୍ରାନ୍ତ  କୁକୁଡା , ବତକମାନେ   ଲତଲତିଆ   ଖୋଳପାବିହୀନ  ଅଣ୍ଡା  ଦେଇଥାନ୍ତି   ।

ପକ୍ଷୀଙ୍କର  ଆକ୍ରାନ୍ତ  ହାର ଓ ମୃତ୍ୟୁହାର : କୁକୁଡାଙ୍କଠାରେ  ଏହି  ରୋଗର ପ୍ରଥମ  ଲକ୍ଷଣ  ପ୍ରକାଶ  ପାଇବାର  ୨ – ୧୨ ଦିନ  ମଧ୍ୟରେ  ଏହି  ରୋଗର  ଆକ୍ରାନ୍ତ  ଓ  ମୃତ୍ୟୁହାର  ୧୦ ଭାଗ  ହୋଇଥାଏ   ।

ଚିକିତ୍ସା

ଏହି  ରୋଗକୁ  ସଂପୂର୍ଣ୍ଣ  ଚିକିତ୍ସା  ପାଇଁ  ସେପରି  କୌଣସି  ଔଷଧ  ନାହିଁ   । ମଣିଷଙ୍କଠାରେ  ଏହି  ରୋଗର  ପ୍ରାଦୁର୍ଭାବକୁ  କମାଇବା  ଲାଗି   ଆମାଣ୍ଟାଡିନ , ରିମାଣ୍ଟାଡିନ  ହାଇଡ୍ରୋକ୍ଳୋରାଇଡ  ଓ  ଟାମିଫ୍ଲୁ  ପରି   ଔଷଧ  ବଜାରରେ  ଉପଲବ୍ଧ  ହେଲାଣି   । କୁକୁଡା , ବତକମାନଙ୍କୁ  ଏହି  ଔଷଧ  ପିଇବା  ପାଣି  ମାଧ୍ୟମରେ  ଦେଲେ  ବାର୍ଡ ଫ୍ଲୁ ର  ପ୍ରଭାବ  କମ୍  ହୋଇଥାଏ   ।

ମଣିଷ  କ୍ଷେତ୍ରରେ ସଂକ୍ରମଣ  ଆଶଙ୍କା

ବାର୍ଡ ଫ୍ଲୁ ର  ଏ ଯାବତ୍  ବିଶ୍ୱବ୍ୟାପୀ ୧୦୦ରୁ  ଅଧିକ  ମନୁଷ୍ୟ  ମୃତ୍ୟୁମୁଖରେ   ପଡିସାରିଲେଣି   । ତେଣୁ  ବାର୍ଡ ଫ୍ଲୁ  ପକ୍ଷୀଙ୍କ  କ୍ଷେତ୍ରରେ  ସୀମିତ  ନରହି  ପକ୍ଷୀଙ୍କଠାରୁ   ମଣିଷକୁ  ବ୍ୟାପିବାର  ଖବର  ପାଇ  ଖବର  ମଧ୍ୟ  ଆସୁଛି   । ଏବଂ  ଏହାକୁ  Zoonotic  disease  ବା  ପଶୁପକ୍ଷୀଙ୍କଠାରୁ  ମଣିଷଙ୍କୁ  ବ୍ୟାପୁଥିବା  ରୋଗର  ଅନ୍ତର୍ଭୁକ୍ତ  କରାଯିବାର  ଯଥାର୍ଥତା  ରହିଛି ; କିନ୍ତୁ  ଆଶ୍ଚର୍ଯ୍ୟର  କଥା  ହେଉଛି  ବାର୍ଡଫ୍ଲୁ   ଭୂତାଣୁ  ସଂସ୍ପର୍ଶରେ  ଆସି  ରୋଗ  ଆକ୍ରାନ୍ତ  ହୋଇଥିବା  ମଣିଷଠାରୁ  ଆଉ  ଗୋଟିଏ  ସୁସ୍ଥ  ମଣିଷକୁ  ଏହି  ରୋଗ  ବ୍ୟାପେ  ନାହିଁ  ବା  ଡିଏଁ  ନାହିଁ   । ଏହା  ପଛରେ  ଏକ  ଚମକପ୍ରଦ  ଗବେଷଣା  ତଥ୍ୟ  ସାମନାକୁ  ଆସିଛି   । ସଦ୍ୟ  ଗବେଷଣାରୁ  ଜଣାପଡିଛି  ଯେ  ବାର୍ଡ ଫ୍ଲୁ  ଭୂତାଣୁ  ମଣିଷର  ଉର୍ଦ୍ଧ୍ଵ  ଶ୍ଵାସନଳୀରେ  ବଂଶବୃଦ୍ଧି   ତଥା  ଆକ୍ରାନ୍ତ  କରିପାରେ  ନାହିଁ ; କିନ୍ତୁ  ସେ  ନିମ୍ନ  ଶ୍ଵାସନଳୀ  ତଥା   ଫୁସ୍ ଫୁସ୍ ର  କ୍ଷୁଦ୍ରତମ  ପ୍ରକୋଷ୍ଠରେ  ସଂକ୍ରମଣ ଓ  ବଂଶବୃଦ୍ଧି  କରିଥାଏ   । ଆକ୍ରାନ୍ତ   ହୋଇଥିବା  ମଣିଷର  ନିମୋନିଆରେ  ମୃତ୍ୟୁ  ଘଟିଥାଏ  । ବାର୍ଡଫ୍ଲୁ  ବା  ଇନଫ୍ଲୁଏନଜା  ମଣିଷ  କ୍ଷେତ୍ରରେ  ମୁଖ୍ୟତଃ  କାଶ , ଛିଙ୍କ ଦ୍ଵାରା  ବାୟୁବାହିତ  ସଂକ୍ରମଣ  ଯୋଗୁଁ  ବ୍ୟାପିଥାଏ ; କିନ୍ତୁ  ଆକ୍ରାନ୍ତ  ମଣିଷଙ୍କ  କ୍ଷେତ୍ରରେ  ଫୁସ୍ ଫୁସ୍  ଭିତରେ  ସଂକ୍ରମଣ  ଯୋଗୁଁ  ଭୂତାଣୁଗୁଡିକ  କଫ , ଛିଙ୍କ  ମାଧ୍ୟମରେ  ବାହାରକୁ   ଆସିପାରିନଥାନ୍ତି   । ଭୂତାଣୁଜନିତ  ନିମୋନିଆ  ସାଧାରଣତଃ  କମ୍  ରୋଗ  ପ୍ରତିରୋଧ   ଶକ୍ତି  ଥିବା   ଛୋଟପିଲା  ଓ  ବୟସ୍କଙ୍କ  କ୍ଷେତ୍ରରେ   ସାଧାରଣ  ସୁସ୍ଥ  ମଣିଷ  ଅପେକ୍ଷା  ଅଧିକ  ପ୍ରଭାବଶାଳୀ   ହୋଇଥାଏ  ।

ଜନସ୍ୱାସ୍ଥ୍ୟ  ସଚେତନତା

କୁକୁଡା  ବତକ  ଆଦି  ପକ୍ଷୀଙ୍କୁ  ପରିଷ୍କାର  ପରିଚ୍ଛନ୍ନ   ଘରେ  ରଖିବା  ସହିତ  ସୁଷମ  ଖାଦ୍ୟ , ପାନୀୟ  ତଥା  ଠିକ୍  ସମୟରେ  ଟୀକାକରଣ   କରାଯିବା   ଉଚିତ୍   । ମୃତ  ପକ୍ଷୀଗୁଡିକ  ଏଣେତେଣେ  ନ ଫିଙ୍ଗି  ପୋଡିବା  ଚୂନ , କଷ୍ଟିକ ସୋଢା ,   ଫିନାଇଲ  ଆଦି  ବ୍ୟବହାର  କରି  ପୋତିଦେବା  ଉଚିତ୍    । ବହୁ  ସମୟରେ  ମଧ୍ୟ  କୁକୁଡାଙ୍କ  ଅନେକ  ରୋଗର  ଲକ୍ଷଣରେ  ସାମଞ୍ଜସ୍ୟ  ଦେଖାଯାଏ   ଯେପରି  ସଂକ୍ରାମକ  ଶ୍ଵାସନଳୀ  ପ୍ରବାହ  ରୋଗ , ରାଣୀକ୍ଷେତ ରୋଗ , ଗୁମ୍ବୋର ରୋଗ  ଆଦି  ଯେଉଁ  ରୋଗଗୁଡିକର  ଲକ୍ଷଣ   ଅନେକାଂଶରେ  ଇନଫ୍ଲୁଏନଜା  ରୋଗ  ଲକ୍ଷଣ   ସହିତ  ମେଳ  ଖାଇଥାଏ   । ତେଣୁକରି  ଉପଯୁକ୍ତ  ସମୟରେ  ଓ ସଠିକ୍  ନିଦାନ   ସହିତ  ବିଭିନ୍ନ  ରୋଗର  ପ୍ରାଥମିକ   ତଦନ୍ତ ଓ ଟୀକାକରଣ  କରାଯିବା  ନିହାତି  ଆବଶ୍ୟକ   । ଆମର   ଭାରତୀୟ   ଖାଦ୍ୟ  ରାନ୍ଧିବା  ଶୈଳୀ  ଅନୁସାରେ  ମାଂସ , ଅଣ୍ଡା ଆଦି  ସିଝାଇ ଓ  ରାନ୍ଧି  ଖାଇଥାଉ  । ଯେଉଁଥିପାଇଁ  ବାର୍ଡ ଫ୍ଲୁର  ଭୂତାଣୁଗୁଡିକ   ଅତ୍ୟଧିକ  ଉତ୍ତାପରେ  ମରିଯାଇଥାନ୍ତି    । ତେଣୁ  କୁକୁଡା  ମାଂସ , ଅଣ୍ଡା  ଆଦି  ସିଝାଇ  ବା  ରାନ୍ଧି   ଖାଇଲେ  ଫ୍ଲୁର   କୌଣସି  ଭୟ  ରହିନଥାଏ  ।


ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ

  • ଡଃ ଶରତ ଚନ୍ଦ୍ର ମିଶ୍ର
  • ଡଃ ପ୍ରବୀଣ କୁମାର ଦେହୁରୀ
  • ଡଃ ପ୍ରସବ କୁମାର ମିଶ୍ର

ସଂଶୋଧିତ ବିଷୟବସ୍ତୁ -

  • ଡଃ ପ୍ରସନ୍ନ କୁମାର ମିଶ୍ର,  ପ୍ରଫେସର. କୁକ୍କୁଟ ବିଜ୍ଞାନ ବିଭାଗ, ଓୟୁଏଟି, ଭୁବନେଶ୍ଵର
3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top