ହୋମ / କୃଷି / ପ୍ରାଣୀ ଧନ / ଖରାଦିନେ ପ୍ରାଣୀଙ୍କୁ ସୁରକ୍ଷା ଦେବା ଉପାୟ
ସେଆର କରନ୍ତୁ

ଖରାଦିନେ ପ୍ରାଣୀଙ୍କୁ ସୁରକ୍ଷା ଦେବା ଉପାୟ

ଗ୍ରୀଷ୍ମଦିନେ ପ୍ରଚଣ୍ଡ ରୌଦ୍ରରୁ ତୃଣଭୋଜି ପ୍ରାଣୀଙ୍କୁ ସୁରକ୍ଷା ଦେବା ସମ୍ବନ୍ଧିତ ସୂଚନା ।

ଖରାଦିନେ ଚାରଣ ଭୂମିରେ ଘାସର ମୂଳ ଓ ପତ୍ର ତନ୍ତୁ ଯୁକ୍ତ ହେବା ସହିତ ଶୁଖିଯିବା ଯୋଗୁ ସବୁଜ ଘାସର ଘୋର ଅଭାବ ଦେଖା ଦେଇଥାଏ । ତେଣୁ ତୃଣଭୋଜି ପ୍ରାଣୀ ଯଥା - ଗୋରୁ, ମଇଁଷି, ଛେଳି ମେଣ୍ଢାଙ୍କର ସବୁଜ ଘାସ ଅଭାବ ସହିତ ଏଥିରେ ଖାଦ୍ୟସାର  ଅଭାବ ଯୋଗୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ଗ୍ରୀଷ୍ମଦିନେ ପ୍ରଚଣ୍ଡ ରୌଦ୍ରରୁ ତୃଣଭୋଜି ପ୍ରାଣୀଙ୍କୁ ସୁରକ୍ଷା

୧୯୯୮ ମସିହା ପରଠାରୁ ଆମ ରାଜ୍ୟ ତଥା ଦେଶରେ ଗ୍ରୀଷ୍ମଦିନେ ପ୍ରଚଣ୍ଡ ରୌଦ୍ରତାପ ସହ ପାନୀୟଜଳର ଉତ୍କଟ ଅଭାବ କ୍ରମାଗତ ଭାବେ ଲାଗି ରହିଛି । ଯାହାଫଳରେ ଆମର ଜନଜୀବନ ବିପର୍ଯ୍ୟସ୍ତ ହେବା ସହିତ ପ୍ରାଣୀମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଛି । ସାଧାରଣତଃ ଖରାଦିନେ ଚାରଣ ଭୂମିରେ ଘାସର ମୂଳ ଓ ପତ୍ର ତନ୍ତୁ ଯୁକ୍ତ ହେବା ସହିତ ଶୁଖିଯିବା ଯୋଗୁ ସବୁଜ ଘାସର ଘୋର ଅଭାବ ଦେଖା ଦେଇଥାଏ । ତେଣୁ ତୃଣଭୋଜି ପ୍ରାଣୀ ଯଥା :- ଗୋରୁ, ମଇଁଷି, ଛେଳି, ମେଣ୍ଢାଙ୍କର ସବୁଜ ଘାସ, ଅଭାବ ସହିତ ଏଥିରେ ଖାଦ୍ୟସାର ଅଭାବ ଯୋଗୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଥିସହିତ ଜଳବାୟୁର ଉତ୍ତାପ ବୃଦ୍ଧି ଓ ଉତ୍କଟ ପାନୀୟ ଜଳର ଅଭାବ ଏହି ଅବସ୍ଥାକୁ ଦ୍ଵିଗୁଣିତ କରିଦିଏ । ଏହି ଉତ୍ତାପ ବୃଦ୍ଧି ଜନିତ ଚାପ ଯୋଗୁ ଅଧିକ ଉତ୍ପାଦନକ୍ଷମା ଦୁଧିଆଳୀ ଗାଈଙ୍କ ଦୁଗ୍ଧ ଉତ୍ପାଦନ, ପ୍ରଜନନ ଦକ୍ଷତା, କ୍ଷୁଧାଶକ୍ତି ଆଦି କମିଯାଏ । ଖରାଦିନେ ଗାଈ ଖାଦ୍ୟ କମ୍ ଖାଇବା ଦ୍ଵାରା ଦୁଗ୍ଧ କମାଇ ଦେବା ସ୍ଵାଭାବିକ । ଜଳବାୟୁର ଉତ୍ତାପ ବୃଦ୍ଧି, ସୂର୍ଯ୍ୟରଶ୍ମିର ବିକିରଣ ଓ ଆର୍ଦ୍ରତା ବୃଦ୍ଧି ଆଦି କାରଣ ନେଇ ଦିନବେଳେ ପ୍ରାଣୀମାନେ ହିଟ୍ ଷ୍ଟ୍ରେସ୍ ବା ଉତ୍ତାପ ଚାପର ସମ୍ମୁଖୀନ ହୁଅନ୍ତି । ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ପରି ଦୁଧିଆଳୀ ଗାଈଙ୍କ ବଞ୍ଚିବା ପାଇଁ ଏକ ନିର୍ଦ୍ଦିଷ୍ଟ ଉତ୍ତାପର କମ୍ପର୍ଟ ଜୋନ୍ ବା ଆରାମଦାୟକ ପରିବେଶ ଆବଶ୍ୟକ । ଯେଉଁଥିରେ ସେମାନଙ୍କର ବିପାକ, ପ୍ରକ୍ରିୟାରେ ବିଶେଷ ପରିବର୍ତ୍ତନ ନ ଘଟିବା ଫଳରେ ଦୁଗ୍ଧ ଉତ୍ପାଦନ ସ୍ଥିର ରୁହେଁ ବା ବୃଦ୍ଧି ଘଟେ । ରକ୍ତ ସଂଚାଳନ, ବହଳ ଅନ୍ତରଣ ଓ ଆଚରଣରେ ପରିବର୍ତ୍ତନ ନେଇ ଗାଈର ଦୁଗ୍ଧ ଦେବା ଉପରେ ପ୍ରଭାବ ପଡ଼ିଥାଏ । ସର୍ବାଧିକ ଜଟିଳ ସ୍ତରଠାରୁ ଜଳବାୟୁର ଉତ୍ତାପ ବୃଦ୍ଧି ପାଇଲେ ଗାଈ ନିଜକୁ ସୁରକ୍ଷିତ ତଥା ଆରାମରେ ରହିବା ନିମନ୍ତେ ବିପାକ ପ୍ରକ୍ରିୟା ଓ ଶାରୀରିକ କ୍ଷେତ୍ରରେ ପରିବର୍ତ୍ତନ ଘଟିଥାଏ । ଯଦି ଗାଈଙ୍କର ଶାରୀରିକ ଉତ୍ତାପ ୧୦୨ ଡିଗ୍ରୀ ଫାରେନହାଇଟ୍‌ରୁ ଊର୍ଦ୍ଧ୍ଵରେ ରହେ, ତେବେ ସେମାନେ ଖାଦ୍ୟ ଖାଇବା କମାଇ ଦିଅନ୍ତି । ଯାହାଫଳରେ ସେମାନଙ୍କ ଶରୀରରେ ଉତ୍ତାପ ବୃଦ୍ଧି କମିଯାଏ । କମ୍ ଖାଦ୍ୟ ଖାଇବା ଯୋଗୁ ପାକସ୍ଥଳୀର ଅଣୁଜୀବ ଗୁଡିକ ନିଷ୍କ୍ରିୟ ହୋଇଯାଆନ୍ତି । ଫଳରେ ପାକସ୍ଥଳୀର ଗତି କମିଯାଏ ଏବଂ ଅଧିକ ପାଣି ପିଇବା ଯୋଗୁ ପାକସ୍ଥଳୀ ପୂର୍ଣ୍ଣ ହୋଇଯାଏ । ସାଧାରଣତଃ ଉଭୟ ଗାଈ ଓ ପରିବେଶ ମଧ୍ୟରେ ଉତ୍ତାପ ବିନିମୟ ବା ପରିବର୍ତ୍ତନ ଚାରିଗୋଟି କାର୍ଯ୍ୟ ମାଧ୍ୟମରେ ସଂଗଠିତ ହୋଇଥାଏ । ସେଗୁଡିକ ହେଲା- ବିକିରଣ, ଘନୀଭୂତ କରଣ, ପରିଚଳନ ଓ ବାଷ୍ପୀକରଣ । ଯେତେବେଳେ ଜଳବାୟୁର ଉତ୍ତାପ ଗାଈଙ୍କ ଶରୀରର ଉତ୍ତାପଠାରୁ ପାଖାପାଖି ବା ଊର୍ଦ୍ଧ୍ଵରେ ରହେ, ସେତେବେଳେ ବାଷ୍ପୀକରଣ ପ୍ରକ୍ରିୟାରେ ଗାଈର ଶାରୀରିକ ଉତ୍ତାପ ଚର୍ମ ଓ ଶ୍ଵାସକ୍ରିୟା ମାଧ୍ୟମରେ ନିୟନ୍ଵିତ ହୋଇଥାଏ । ପ୍ରାଣୀଙ୍କ ଅଂଶୁଘାତ କେବଳ ଯେ ଦିନରେ ତାପମାତ୍ରା ବୃଦ୍ଧିରେ ସଂଘଠିତ ହୋଇଥାଏ ତାହା ନୁହେଁ, ଏହା ରାତ୍ରିର ସର୍ବନିମ୍ନ ଉତ୍ତାପ ଉପରେ ହିଁ ନିର୍ଭର କରିଥାଏ । ଯେତେବେଳେ ଦିନବେଳର ତାପମାତ୍ରା ଅଧିକ ହୋଇଥାଏ, ସେତେବେଳେ ପ୍ରାଣୀମାନଙ୍କଠାରେ ଥଣ୍ଡା ପବନରେ ବିକିରଣ ମାଧ୍ୟମରେ ଶାରୀରିକ ଉତ୍ତାପ ହ୍ରାସ ପାଇ ଉତ୍ତାପ ଚାପରୁ ମୁଢ଼ି ପାଇଥାନ୍ତି । ଜଳବାୟୁର ଉତ୍ତାପ ବୃଦ୍ଧି ଅପେକ୍ଷା ପ୍ରାଣୀଙ୍କଠାରେ ଆର୍ଦ୍ରତା ଅଂଶୁଘାତ ପାଇଁ ବିଶେଷ ଦାୟୀ । ମଣିଷଠାରେ ଅଂଶୁଘାତ ପାଇଁ ଉଭୟ ଉତ୍ତାପ ଓ ଆର୍ଦ୍ରତା ବୃଦ୍ଧି ଅଧାଅଧି ଭାବେ ଦାୟୀ ଥିଲାବେଳେ ପ୍ରାଣୀଙ୍କ କ୍ଷେତ୍ରରେ ଜଳବାୟୁର ଆର୍ଦ୍ରତା ଦୁଇ ତୃତୀୟାଂଶ ଦାୟୀ ଥିବା ବେଳ ଉତ୍ତାପ ଏକ ତୃତୀୟାଂଶ ଅଂଶୁଘାତର କାରକ ସାଜିଥାନ୍ତି ।

ସୁରକ୍ଷା ଉପାୟ

ଗୋରୁ, ମଇଁଷି, ଛେଳିମେଣ୍ଢା ଆଦି ପ୍ରାଣୀଙ୍କୁ ସକାଳେ କିମ୍ବା ବିଳମ୍ବା ଅପରାହରେ ବାହାରକୁ ଚରେଇବାକୁ ଛାଡ଼ନ୍ତୁ । ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ପ୍ରାଣୀଙ୍କୁ ବାହାରକୁ ନ ଛାଡ଼ି ଥଣ୍ଡା ଛାଇ ସ୍ଥାନ ବା ଗୁହାଳର ଥଣ୍ଡା ପରିବେଶରେ ରଖନ୍ତୁ ।

  • ଦିନ ବେଳେ ପ୍ରାଣୀଙ୍କୁ ଯଥେଷ୍ଟ ପରିମାଣର ସ୍ଵଚ୍ଛ ପାନୀୟଜଳ, ପେଜ, ତୋରାଣି, ପରିବା ଚୋପା, ତରଭୁଜ, କାକୁଡ଼ି, ଡାଳପତ୍ର, ସବୁଜ ଘାସ, ଆଜୋଲା, ଖଣି ଘାସ, ହାଇଡ୍ରୋପୋନିକ୍ ଘାସ ଆଦି ଖାଇବାକୁ ଦିଅନ୍ତୁ । ରାତ୍ରର ଥଣ୍ଡା ସମୟରେ ସଦ୍ୟ ପ୍ରୟୁତ ଦାନା ଜାତୀୟ ଖାଦ୍ୟ ଆବଶ୍ୟକ ମୁତାବକ ଅନୁସାରେ ଖାଇବାକୁ ଦିଅନ୍ତୁ ।
  • ବଳଦଙ୍କୁ ଖରା ସମୟରେ ହଳ କାର୍ଯ୍ୟ, ବେଙ୍ଗଳା ପକା, ତେଲଘଣା, ପରିବହନ ଆଦି କାର୍ଯ୍ୟରେ ନିୟୋଜିତ କରନ୍ତୁ ନାହିଁ ।
  • ଗୋରୁଙ୍କ ଖାଦ୍ୟରେ ଧାତବ ଲବଣ ମିଶ୍ରିତ ଭିଟାମିନ୍ ଗୁଣ୍ଡ ୪ରୁ ୬ ଚାମଚ, ଲୁଣ ଦୈନିକ ୫୦ ଗ୍ରାମ୍ ଖାଇବାକୁ ଦିଅନ୍ତୁ ।
  • ଗୋରୁଙ୍କ ପାକସ୍ଥଳୀ ବା ରୁମେନର  ଗତିଶୀଳ ପ୍ରକ୍ରିୟା ବୃଦ୍ଧି ନିମନ୍ତେ ବି କମ୍ରେକ୍ସ ଭିଟାମିନ୍ ଯଥା-ନିଆସିନ୍, ରାଇଦେବାଦେ:ବିନ୍ ଓ ଫଲିକ୍ ଏସିଡ୍ ଆଦି ଦିଅନ୍ତୁ । ସେହିଭଳି ଭିଟାମିନ –ସି ଓ ଭିଟାମିନ୍ -ଇ ଆଦି ଦେଲେ ଗୋରୁଙ୍କଠାରେ ଷ୍ଟ୍ରେସ୍ ପଡେନାହିଁ ।
  • କୁକୁଡ଼ାଙ୍କୁ ଦିନବେଳେ ଯଥେଷ୍ଟ ଥଣ୍ଡା ପିଇବା ପାଣି ଦିଅନ୍ତୁ । କୁକୁଡ଼ା ଘରେ ଅଧିକ। ପାଣି ପାତ୍ରରେ ରଖିବା ସହିତ ପ୍ରତି ୨ରୁ ୪ଘଣ୍ଟା ବ୍ୟବଧାନରେ ପାଣି ପରିବର୍ତ୍ତନ କରାନ୍ତୁ ।
  • ଗୁହାଳ ବା କୁକୁଡ଼ା ଘର ପରିବେଶ ଥଣ୍ଡା ରଖିବା ଲାଗି ଚତୁଃପାର୍ଶ୍ବରେ ପତ୍ର ବହୁଳ ବା ଝଙ୍କାଳିଆ ଛାଇ ସୃଷ୍ଟି କରିପାରୁଥିବା ଗଛ ଲଗାନ୍ତୁ ।
  • ଗୁହାଳ ବା କୁକୁଡ଼ା ଘର ଛାତ ଆଜବେଷ୍ଟସ୍ ବା ଟିଣ ହୋଇଥଲେ । ଏହା ଉପରେ ଚୂନ ଲେପନ କରନ୍ତୁ ।
  • ଗୁହାଳ ବା କୁକୁଡ଼ାଘର ଛାତ ଉପରେ ନଡ଼ା କିମ୍ବା କଞ୍ଚା, ଜାମୁଡାଳ, ନଡ଼ିଆ ବାଉଙ୍ଗା ଆଦି ବିଛାନ୍ତୁ ଏବଂ ପ୍ରତ୍ୟେକ ଦିନ ଛାତ ଉପରେ ଖରା ସମୟରେ ସ୍ପିଙ୍ଗଲର ସାହାଯ୍ୟରେ ପାଣି ସିଞ୍ଚନ କରନ୍ତୁ ।
  • ଗୁହାଳ ବା କୁକୁଡ଼ାଘର ମଧ୍ୟକୁ ସିଧାସଳଖ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନକୁ ବନ୍ଦ କରି ରଖନ୍ତୁ । ଘରର ଝରକା ବା ଖୋଲା ସ୍ଥାନରେ ଅଧିକ ଛିଦ୍ର ଥିବା ଆଳୁ, ଅଖା, ବେଣାମୁଠା ଚେର, ବାଉଁଶ ପାତିଆ ଆଦି ଦିନବେଳେ ଖରା ସମୟରେ ଝୁଲାଇ ରଖନ୍ତୁ ଏବଂ ମଝିରେ ମଝିରେ ପାଣି ସିଞ୍ଚନ କରି ଓଦା ରଖନ୍ତୁ । ଖରା କମିଲେ । ଏହାକୁ ଉପରକୁ ଟେକି ଦିଅନ୍ତୁ।
  • ଗୁହାଳ ବା କୁକୁଡ଼ା ଘରର ବାୟୁ ଚଳାଚଳ ପ୍ରତି ବିଶେଷ ଧାନ ଦିଅନ୍ତୁ ଏବଂ ସେଥପାଇଁ ଅଧିକ ଫଖ୍ୟାନ୍‌ର ବ୍ୟବସ୍ଥା କରନ୍ତୁ ।
  • କୁକୁଡ଼ା ଘର ଭିତରର ଉଚ୍ଚତା କମାଇ ଦିଅନ୍ତୁ । ଏବଂ ପ୍ରତି ସପ୍ତାହରେ ଓଲଟ ପାଲଟ କରନ୍ତୁ ।
  • କୁକୁଡ଼ାଘରେ କୁକୁଡ଼ାଙ୍କୁ ଅଯଥାରେ ଗହଳି ନ କରି ଆବଶ୍ୟକ ସଂଖ୍ୟକ କୁକୁଡ଼ା ଯଥା ପ୍ରତି ବ୍ରାଏଲର୍ କୁକୁଡ଼ା ପାଇଁ ୧, ୩ ବର୍ଗଫୁଟ, ଅଣ୍ଡାଦିଆ କୁକୁଡ଼ା ଲାଗି ୨ ବର୍ଗଫୁଟ ଏବଂ ପିଞ୍ଜର ପ୍ରଣାଳୀରେ ୦.୫ ବର୍ଗଫୁଟ ସ୍ଥାନ ବ୍ୟବହାର କରନ୍ତୁ ।
  • କୁକୁଡ଼ାଙ୍କୁ ଶାଗପତ୍ର, ଆଡେଲା ଆଦି ସବୁଜ ଖାଦ୍ୟ ମଝିରେ ମଝିରେ ଖାଇବାକୁ ଦିଅନ୍ତୁ ।
  • ଗୁହାଳରେ ଗୋରୁଙ୍କୁ ନ ବାନ୍ଧି ଖୋଲା ରଖନ୍ତୁ ଏବଂ ଗହଳିରେ ରଖନ୍ତୁ ନାହିଁ । ପ୍ରତି ଗୋରୁ ପିଛା ୫୦ ବର୍ଗଫୁଟ୍ ସ୍ଥାନ ଦେବା ଆବଶ୍ୟକ ।
  • ଗୋରୁଙ୍କୁ ଦୈନିକ ଥିରେ କିମ୍ବା ଆବଶ୍ୟକ ସ୍ଥଳେ ୨ ରୁ ୩ ଥର ଗାଧୋଇ ଦିଅନ୍ତୁ କିମ୍ବା ସ୍ପ୍ରିଙ୍କ୍ ଲର୍ ସାହାଯ୍ୟରେ ଜଳ ସିଞ୍ଚନ କରି ଫ୍ୟାନ୍ ଦ୍ଵାରା ଗୁହାଳ ଘରକୁ ଥଣ୍ଡା ରଖନ୍ତୁ ।
  • ଅଧିକ, ଗରମ ସମୟରେ କୁକୁଡ଼ାଙ୍କ ଉପରେ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ ।
  • ଖରା ସମୟରେ ଗୋରୁ, ଛେଳି ମେଣ୍ଢାଙ୍କୁ କୃମି ଔଷଧ କିମ୍ବା ପ୍ରତିଷେଧକ ଟିକା ଦିଅନ୍ତୁ ନାହିଁ । ସୂର୍ଯ୍ୟୋଦୟ ପୂର୍ବରୁ ଖାଲି ପେଟରେ ଡାକ୍ତରଙ୍କ ପରାମର୍ଶ କ୍ରମେ କୃମିନାଶକ ଔଷଧ ପ୍ରାଣୀଙ୍କୁ ଦେବା ଭଲ। । ପ୍ରାତଃ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଟିକା ଦେଲେ ଅଧିକ ଫଳପ୍ରଦ ହୋଇଥାଏ ।
  • ପ୍ରାଣୀଙ୍କ ଭୂତାଣୁ ଜନିତ ସଂକ୍ରାମକ ରୋଗ ବିରୋଧରେ ଟିକା ଦେବା ସମୟରେ ଟିକାକୁ ଶୀତଳ ଶୃଙ୍ଖଳ ରକ୍ଷା ବା କୋଳ୍ପ ଚେନ୍ ମେଣ୍ଟେନାନ୍ସ ପ୍ରତି ଅଧିକ ଯତ୍ନବାନ ହେବା ଦରକାର ।
  • ଗାଈଙ୍କୁ ଦୁଗ୍ଧ ଦୁହିଁ ସାରିବା ପରେ ଓ ପୂର୍ବରୁ ପଦ୍ମାକୁ ପୋଟାସିୟମ୍ ପରମାଙ୍ଗାନେଟ୍ ମିଶ୍ରିତ ପାଣିରେ ଧୋଇ ଦିଅନ୍ତୁ ।
  • ଗୋରୁଙ୍କୁ ଅଂଶୁଘାତ ହେଲେ – ତୁରନ୍ତ ଥଣ୍ଡା ବା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ । ମୁଣ୍ଡର ଉପରି ଭାଗରେ ଥଣ୍ଡାପାଣି ମାରିବା ସହିତ ଥଣ୍ଡାପାଣି ଭିଜା କପଡ଼ାରେ ସର୍ବାଙ୍ଗ ଶରୀରକୁ ପୋଛି ଆଣନ୍ତୁ । ନର୍ମାଲ୍ ସାଲାଇନ୍ କିମ୍ବା ୫% ଡେକ୍ସଟ୍ରୋଜ୍ ସାଲାଇନ୍ ଜଳ ଶୁଷ୍କତା ରୋକିବା ପାଇଁ ଦିଆଯାଏ ।

ଏଥିସହିତ ଶରୀରର ଉତ୍ତାପକୁ ହଠାତ୍ କମାଇବା ପାଇଁ ଆଣ୍ଟି ପାଇରେଟିକ୍ ଇଞ୍ଜେକ୍ସନ ଏବଂ ସେରିବ୍ରାଲ୍ ଏଡିମା ଓ ସକ୍‌ରୁ ରକ୍ଷା ପାଇବା ଲାଗି ଷ୍ଟିରଏଡ୍ ଇଞ୍ଜେକ୍ସନ ସାହାଯ୍ୟ ନିଆଯାଇପାରେ । ସେହିପରି ଗୋରୁଙ୍କ ଅସ୍ଥିରତା ରୋକିବା ସକାଶେ ଟ୍ରାଙ୍ଗୁଲାଇଜର୍ ଏବଂ ଅନ୍ୟାନ୍ୟ ଜୀବାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ ମଧ୍ୟ ଦିଆଯାଏ । ଗୋରୁଙ୍କୁ ଯଥେଷ୍ଟ ଥଣ୍ଡା ପିଇବା ପାଣି ଦେବା ଜରୁରୀ ।

ସଂଗୃହିତ -ଡା. ବୀର କିଶୋର ପରିଡ଼ା  ଉପନିର୍ଦ୍ଦେଶକ, ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ, ଫୁଲନଖରା, କଟକ

2.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top