অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗିନି ଘାସ

ଉପକ୍ରମ

ଗିନି ଘାସ ଭଲ ବଢେ ଏହା ଗୋଖାଦ୍ୟ ରୂପେ ଅଧିକ ପୃଷ୍ଟି କର ଓ ସ୍ଵାଦିଷ୍ଟ  । ଏହି ଘାସ ପତ୍ର ବହୁଳ ଓ ଗୋରୁ ଗାଈ ମାନଙ୍କ ପାଇଁ ଆବଶ୍ୟକ କ୍ୟାଲସିୟମ ଯଥେଷ୍ଟ ମାତ୍ରାରେ ଯୋଗାଇ ଥାଏ  । ଏହି ଘାସର କୋମଳତା ଅଧିକ ଦିନ ପାଇଁ ରହିଥାଏ  । ସ୍ଵାଦ ଦୃଷ୍ଟିରୁ ଏହା ମକା ଜୁଆର ସହ ତୁଳନୀୟ  । ଚାଇରେ ଗିନି ଘାସ ଭଲ ବଢେ  । ଏଣୁ ଫଳବଗିଚା ଓ ଜଙ୍ଗଲ ମଧ୍ୟରେ ଚାଷ କରାଯାଇ ପାରିବ  । ଜଳସେଚନ ପାଇଁ ପ୍ରସ୍ତୁତ ନାଳି ବନ୍ଧକୁ ମୃତ୍ତିକା କ୍ଷୟରୁ ରକ୍ଷାକରିବା ପାଇଁ ଏହି ଘାସକୁ ବନ୍ଧରେ ଲଗାଯାଏ  । ବଳକା ଗିନି ଘାସକୁ ଶୁଖାଇ ସାଇଲେଜ କରି ସାଇତି ରଖାଯାଏ  । ଗିନି ଘାସ ଥରେ ଲଗାଇଲେ ଏହା ୭ ବର୍ଷ ପର୍ଯ୍ୟନ୍ତ ଜମିରେ ରହେ  ।

ଉଦ୍ଭିଦ ବର୍ଣ୍ଣନା

ଗିନି ଘାସ ପୋଏସି ବଂଶଜ  । ପ୍ରଜାତି ପାନିକମ୍ ଓ ଜାତି ମାକ୍ସିମମ୍  । ଗିନି ଘାସ ଗୋଟିଏ ବହୁ ବାର୍ଷିକ ଘାସ  । ଗଛର ଉଚ୍ଚତା ସାଧାରଣତଃ ୨.୭୫ ମିଟର ହୋଇଥାଏ  । ଗଛ ଗୁଡିକ ଦେଖିବାକୁ ଘଞ୍ଚ ଓ ଗୋଛାଳିଆ  । କ୍ଷୁଦ୍ର ଓ ଟାଣ କନ୍ଦ କାଣ୍ଡରୁ ଶାଖା ଗୁଡିକ ବାହାରି ଥାଏ  । ଛେରା ଗୁଡିକ ବହୁତ ଗଭୀରକୁ ଯାଇଥାଏ  । ଘାସର କାଣ୍ଡ ସଳଖ ଓ ଚିକ୍କଣ  । କିନ୍ତୁ ଗଣ୍ଠି ଓ ପଦାଛଦ ଲୋମଶ  । ପତ୍ର ୬୦ ସେ.ମି. ଲମ୍ବ ଓ ୨.୫-୩.୮ ସେ.ମି. ଚଉଡା ହୋଇଥାଏ  । ପତ୍ରଗୁଡିକର ରଙ୍ଗ ସାମାନ୍ୟ ସବୁଜ  । ସ୍ତବକ ୨୫-୩୦ ସେ.ମି. ଲମ୍ବ ଓ ୧୦-୨୪ ସେ.ମି.  ଓସାର ଏକ ଉନ୍ମୁକ୍ତ କେଣ୍ଡା  । ଶୁକୀକା ଗୁଡିକ କ୍ଷୁଦ୍ର  । ଅଧିକାଂଶ କିସମରେ ଅନେକ ଶୁକୀକାଫମ୍ପା, କିନ୍ତୁ ବୀଜ ଉତ୍ପାଦନ ଶକ୍ତି ଥିବା କିସମଗୁଡିକରେ ସମ୍ପୂର୍ଣ୍ଣ ଭଲ ଶୁକୀକା ଥାଏ  । ଗିନି ଘାସରେ ଅପରେପୁପ୍ କୁଟ ଯୁଗ୍ମନ ବା ଅପକୃତ ଯୁଗ୍ମନ ଓ ଐଚ୍ଛିକ ଅସଙ୍ଗ ଜନନ ପରିଲିକ୍ଷିତ ହୁଏ  । ପରପରାଗଣ ଓ ସ୍ଵପରାଗଣ ମଧ୍ୟରେ ପ୍ରାୟ ଶତକଡା ୩.୬ ଭାଗ ଲିଙ୍ଗିୟ ଜନନ ସମାହିତ ହୋଇଥାଏ  । ଲିଙ୍ଗୀୟାଜନନ ପଦ୍ଧତିରେ ଉତ୍ପନ୍ନ ମଞ୍ଜିର ମନଧ୍ୟାରେ ଏହି ହାର ମଧ୍ୟ ପରିଲିକ୍ଷିତ ହୁଏ  ।

ଋତୁ ଓ ଜଳବାୟୁ

ଉଷ୍ଣ ଜଳବାୟୁରେ ଗିନି ଘାସ ଭଲ ବଢେ  । ସମୁଦ୍ର ପତ୍ତନ ଠାରୁ ଆରମ୍ଭ କରି ପ୍ରାୟ ୧୮୦୦ ମିଟର ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଏହା ବଢିପାରେ ଅତ୍ୟଧିକ ଥଣ୍ଡା ଗିନି ଘାସ ସହ୍ୟ କରିପାରେ ନାହିଁ  । ସର୍ବନିମ୍ନ ତାପମାତ୍ରା  ସେଲସିୟସ ରୁ କମିବା ଉଚିତ ନୁହଁ । ସେହିପରି   ସେଲସିୟସରୁ ଅଧିକ ହେଲେ ଘାସ ଭଲ ବଢେ ନାହିଁ  । ଖରାଦିନର ଶୁଷ୍କ ପବନ ଓ ଉତ୍ତାପ ଏହି ଘାସର ବୃଦ୍ଧିପାଇଁ ପତିକୂଳ  । ଏହାର ପ୍ରଭାବରେ ଘାସ ଶୁଖିଯାଏ  । ମାଟି ତଳେ ଶୁପ୍ତ ଅବସ୍ଥାରେ ରହେ  । ବର୍ଷା ଆରମ୍ଭ ହେଲେ ଗହହ ଗୁଡିକର ପୁନଃ ବୃଦ୍ଧି ଘଟେ  । ଅଧିକାଂଶ କିସମ ଆର୍ଦ୍ର ଜଳବାୟୁରେ ୧୨୦୦-୧୫୦୦ ମି.ମି. ରେ ଭଲ ବଢନ୍ତି  । ଆଂଶିକ ମେଘୁଆ ପାଗ ଓ ହାଲୁକା ବର୍ଷା ଏହି ଘାସର ଦୃତ୍ତ ବୃଦ୍ଧି ପାଇଁ ସହାୟକ ହୋଇଥାଏ  । ଏହି ଘାସ ଛାଇ ସହ୍ୟ କରିପାରୁଥିବାରୁ ଫଳ ବଗିଚାମାନଙ୍କରେ ମଧ୍ୟ ଚାଷ କରାଯାଇପାରେ  ।

ମୃତ୍ତିକା

ଗିନି ଘାସ ବିଭିନ୍ନ ପ୍ରକାର ମୃତ୍ତିକାରେ ବଢିପାରେ  । ନିଗିଡା ଦୋରସା, ହାଲୁକା, ବାଲିଆ କିମ୍ବା ଦୋରସା ମାଟି ପାଇଁ ବିଶେଷ ଅନୁକୂଳ  । ମାଟି ଭଲ ହେଲେ ଘାସ ଉତ୍ପାଦନ ଭଲ ହୁଏ  । ଅଧିକ ଟାଣ ବା କାଦୁଅ ମାଟି ଓ ବହୁ ସମୟ ପାଇଁ ସନ୍ତସନ୍ତିଆ ରହୁଥିବା ଜମି ଏହି ଫସଲ ପାଇଁ ଅନୁକୂଳ ନୁହେଁ  ।

ଜମି ପ୍ରସ୍ତୁତି

ଗିନି ଘାସ ଜମିରେ ୩ବର୍ଷ ରହେ  । ଏଣୁ ଜମି ଭଲ କରି ପ୍ରସ୍ତୁତ କରିବା ବିଧେୟ  । ଲୁହା ଲଙ୍ଗଳରେ ଏକ ଓଡ ବା ଦୁଇ ଓଡ ଚାଷ ପରେ ୩-୪ ଥାଳି ବିଦା ବା କଲଟିଭେଟର ଚଳାଇବା ଦ୍ଵାରା ଜମି ଭଲ ଭାବରେ ଚାଷ ହୁଏ  । ଜଳ ନିଷ୍କାସନ ପାଇଁ ଜମିକୁ ସାମାନ୍ୟ ଗଡାଣିଆ କରିବା ଉଚିତ  ।

ଲଗାଇବା ସମୟ

ଜଳସେଚନର ସୁବିଧା ଥିଲେ ଗିନି ଘାସ ଓଡିଶାରେ ବର୍ଷସାରା ଲଗାଯାଇ ପାରିବ  । କେବଳ ତାପମାତ୍ରା -  ସେଲସିୟସ ରହିଲେ ବିହନ ବୁଣିବା ଅନୁଚିତ  । ବର୍ଷାଋତୁର ଆରମ୍ଭରେ ପାଗ ଶୀତଳ ଓ ଆର୍ଦ୍ର ରହେ  । ଏହି ସମୟ ଗିନି ଘାସ ଲଗାଇବା ପାଇଁ ଉପଯୁକ୍ତ  ।

ଲଗାଇବା ପ୍ରଣାଳୀ

ତଳିଘରା ପ୍ରସ୍ତୁତି କରି ତଳିଘରାରେ ବିହନ ବୁଣାଯାଏ  । ମଞ୍ଜି ୧-୨ ସେ.ମି. ଗଭୀରରେ ଧାଡିରେ ବୁଣିବା ଉଚିତ  । ୨-୩ ସେ.ମି. ଛାଡି ବିହନ ବୁଣାଯାଏ  । ତଳି ଘରାରେ ନଡା ବା ପାଳ ଘୋଡାଇଲେ ଗଛ ଶୀଘ୍ର ବଢେ  । ତଳିଗୁଡିକ ୨୦-୨୫ ଦିନ ହୋଇଗଲେ ୭୫ X ୩୦-୪୦ ସେ.ମି. ଧାଡିକୁ ଧାଡି ଓ ଗଛକୁ ଗଛ ବ୍ୟବଧାନରେ ତଳି ପୋତାଯାଏ  ।

ବିହନ ପରିମାଣ

ଲଙ୍ଗଳ ସିଆର ପଛରେ ୬୦ X ୬୦ ସେ.ମି. ବ୍ୟବଧାନରେ ବୁଣିଲେ ହେକ୍ଟର ପିଛା ୪-୬ କେଜି ମଞ୍ଜି ବିହନ ଦରକାର ହେବ  । ଚାରା କରି ରୋଇଲେ ହେକ୍ଟର ପିଛା ୩ କେଜି ବିହନ ଲାଗିବ  ।

ଉନ୍ନତ କିସମ ଗିନି ଘାସ

ଗଛର ଉଚ୍ଚତା, ପ୍ରକୃତି କାଣ୍ଡର ବ୍ୟାସ ଓ ପିଲ ଦେବା ଶକ୍ତି ଅନୁଯାୟୀ କିସମଗୁଡିକୁ ୨ ଭାଗରେ ବିଭକ୍ତ କରାଯାଏ  ।

1)      ଉଚ୍ଚ ବା ମାଧ୍ୟମ ଉଚ୍ଚ କିସମ

ଏହି କିସମଗୁଡିକ ଚରା ଓ କଟା ଉଭୟ ପାଇଁ ଉପଯୁକ୍ତ  ।

2)      ଗେଡା କିସମ –

ଏଗୁଡିକ ଚରା ପାଇଁ ଉପଯୁକ୍ତ  । ମଞ୍ଜି ଦ୍ଵାରା ଘାସ କରାଯାଏ  ।

ନିମ୍ନଲିଖିତ କିସମଗୁଡିକ ଓଡିଶାରେ ଚାଷ କରାଯାଏ  ।

  1. କୁଇନ୍ସ ଲାଣ୍ଡ କମନ୍
  2. ରଭରସ ଡେଲ
  3. ମାକୁଏନି
  4. ଗାଟନ୍ ପାନିକ୍
  5. ହାମିଲ ଗ୍ରାସ
  6. କଲୋନିଓ ଗିନି
  7. ସାବି
  8. ଏମ୍ବୁ
  9. ପଞ୍ଜାବ ଗିନି ଘାସ

ଖତ ଓ ସାର

ଗଛ ଲଗାଇବାର ୨-୩ ସପ୍ତାହ ପୂର୍ବରୁ ହେକ୍ଟର ପିଛା ୫ ଟନ ଗୋବର ଖତ ପ୍ରୟୋଗ କରିବା ଆବଶ୍ୟକ  । ଲଗାଇବା ସମୟରେ ହେକ୍ଟର ପିଛା ୪୦ କି.ଗ୍ରା. ସୁପର ଓ ୪୦ କି.ଗ୍ରା. ପଟାସ ସିଆରରେ ଦେଇ ମାଟି ଘୋଡାଇ ତା’ଉପରେ ବିହନ ବୁଣନ୍ତୁ  ବା ଚାରା ରୋପଣ କରି ପାଣି ମଡାଯାଏ  । ପ୍ରତ୍ୟକ ବର୍ଷ ବର୍ଷା ଆରମ୍ଭ ପୂର୍ବରୁ ଏହି ପରିମାଣର ସାର ପ୍ରୟୋଗ କରିବା ଉଚିତ  । ଗଛ ୬୦ରୁ ୭୫ ସେ.ମି. ବଢିଗଲେ କାଟି ଗୋ ଖାଦ୍ଯରୂପେ ବ୍ୟବହାର କରାଯାଏ  । ପ୍ରତ୍ୟକ କାଟ ପରେ ଠାରେ ୪୦ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରାଯାଏ  । ସମ୍ବାଦ ଶ୍ରେଣୀର ଗୋଖାଦ୍ୟ ଫସଲ, ମଧ୍ୟବର୍ତ୍ତୀ ଫସଲ ରୂପେ ଚାଷ କରାଯାଇଥିଲେ ପ୍ରତି କାଟ ପରେ ୟୁରିଆର ପ୍ରୟୋଗ ମାତ୍ରା ୨୦ କି.ଗ୍ରା. ଦେଲେ ଚଳିବ  ।

ଜଳସେଚନ

ଗଛ ଲଗାଇବା ପରେ ପ୍ରଥମେ ଦୁଇଟି ଜଳସେଚନ ୭-୧୦ ଦିନ ଅନ୍ତରରେ ଦିଆଯାଏ  । ଖରାଦିନେ  ୧୦-୧୫ ଦିନ ଅନ୍ତରରେ ପାଣି ଦିଆଯାଏ  ଏବଂ ବର୍ଷାଦିନରେ ପାଗକୁ ଲକ୍ଷ୍ୟକରି ଆବଶ୍ୟକ ଅନୁଯାୟୀ ପାଣି ଦିଆଯାଏ  । ବର୍ଷାଦିନେ ଅଧିକ ପାଣିକୁ ନିଷ୍କାସନ କରିବାର ଦରକାର  । ବାଲିଆ ମାଟିରେ କମ୍ ଦିନ ବ୍ୟବଧାନରେ ପାଣି ମଡାଯାଏ  ।

ଅନ୍ତଃଚାଷ

ଗିନି ଘାସ ମଞ୍ଜିର ଜାଝା ଧୀରେ ଧୀରେ ବାହାରେ  । ସବୁ ମଞ୍ଜି ଗଜା ହେବା ପାଇଁ ବହୁତ ଦିନ ଲାଗେ  । ଏଣୁ ପ୍ରଥମରୁ ହିଁ ଗଛଗୁଡିକ ତୃଣକ ପ୍ରଭାବରୁ ରକ୍ଷା କରିବା ପାଇଁ ପ୍ରଥମ ଦୁଇ ମାସରେ ଦୁଇଥର କୋଡାଖୁସା କରିବା ଉଚିତ  ।

ଫସଲ କଟା

ଗିନି ଘାସ ଲଗାଇବାର ନଅ-ଦଶ  ସପ୍ତାହ ବେଳେକୁ ପ୍ରଥମ କାଟ ନିଆଯାଏ  । ପରବର୍ତ୍ତୀ କାଟଗୁଡିକ ୬-୮ ସପ୍ତାହ ଅନ୍ତରରେ ନିଆଯାଏ  । ପ୍ରତ୍ୟକ କାଟ ପରେ  ଗଛର ଦ୍ରୁତ ପୁନଃ ବୃଦ୍ଧି ପାଇ ୮-୧୦ ସେ.ମି. ମୂଳି ରଖାଯାଇ କାଟିବା ଉଚିତ୍ । ପ୍ରତି କାଟ ପରେ ହେକ୍ଟର ପିଛା ୪୦ କି.ଗ୍ରା. ଯବକ୍ଷାରଜାନ ପକାଇ ପାଣି ମଡାଇ ଦିଆଯାଏ  । ଶୀତଦିନ ପରେ ଗଛର ମରିଯିବା ଅଂଶକୁ କାଟି ପୃଥକ୍ କରାଯାଏ ଏବଂ ପରେ ପୋତି ଦିଆଯାଏ  । ଫଳରେ ନୂତନ ଅଙ୍ଗୀୟ ବୃଦ୍ଧି ହୁଏ  । କେତେକ କ୍ଷେତ୍ରରେ ଚାଷୀମାନେ ବୁଦାର ୩/୪ ଅଂଶ କାଟି ନୂତନ ଜମିରେ ଲଗାଇବା ପାଇଁ ବ୍ୟବହାର କରନ୍ତି କିମ୍ବା ଅନ୍ୟ ଚାଷୀମାନଙ୍କୁ ବିକ୍ରି କରନ୍ତି  । ମୂଳ ଜାଗାରେ ବୁଦାର ଏକ ଚତୁର୍ଥାଂଶ ରଖିବା ଉଚିତ  । ଏହା ଦ୍ଵାରା ପୁଷ୍ଟିକର, ସ୍ଵାଦିଷ୍ଟ ଓ କୋମଳ ପିଲ ଗୁଡିକର ସୃଷ୍ଟି ଓ ବୃଦ୍ଧି ଘଟେ  । ପ୍ରତ୍ୟକ କାଟରୁ ହାରାହାରି ହେକ୍ଟର ପିଛା ୧୫ ଟନ ସବୁଜ ଗୋଖାଦ୍ୟ ମିଳେ  । ବର୍ଷକୁ ହାରାହାରି ଅମଳ ୧୫୦-୨୦୦ ଟନ ପର୍ଯ୍ୟନ୍ତ ମିଳି ପାରିବ  ।

ବିହନ ଅମଳ

କେଣ୍ଡା ଗୁଡିକ ପାଚିବା ଅବସ୍ଥାକୁ ଆସିଲେ କେଣ୍ଡାକଟାଯାଏ କିମ୍ବା ଗଛକୁ ମୂଳରୁ କାଟି – ବିଦାବାନ୍ଧି ଖଳାରେ ଗଦାକରି ଦିଆଯାଏ  । ବିଦାଗୁଡିକୁ ଶୁଖାଇ ବାଡିରେ ବାଡେଇ ବିହନ ଅମଳ କରାଯାଏ  । ସଦ୍ୟ ଅମଳ ମଞ୍ଜିର ଗଜା ହେବା ଶକ୍ତି ୫%  । ଏକବର୍ଷ ପରେ ଏହା ୨୪% ବୃଦ୍ଧିପାଏ  । ଗାଢ ଗନ୍ଧକାମ୍ଳ ରେ ୧୦ ମିନିଟ୍ ବିହନ ଉପଚାର ଯୋଗୁଁ ଏହି କ୍ଷମତା ୪୦% ଭାଗକୁ ବୃଦ୍ଧି ପାଇଥାଏ  । ମଞ୍ଜିକୁ ପୋଟାସିୟମ ନାଇଟ୍ରେଟ ଦ୍ରବଣରେ ବୁଡାଇବା ଦ୍ଵାରା କିମ୍ବା ଛାଣିଦେବା ଦ୍ଵାରା ଅଙ୍କୁରୋଦଗମ ଶକ୍ତି ବୃଦ୍ଧିପାଏ  ।

ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 9/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate