অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲୁସର୍ଣ୍ଣ

ଉପକ୍ରମ

ଲୁସର୍ଣ୍ଣ ବା ଆଲାଫାଆଲଫା ଗୋଟିଏ ମୁଖ୍ୟ ଗୋଖାଦ୍ୟ ଅଟେ  । ସାଧାରଣତଃ ବରସିମ୍ ଚାଷ ପାଇଁ ଯେଉଁ ଅଞ୍ଚଳରେ ଜାଳାଭାବ ହୁଏ, ସେହି ସବୁ ଅଞ୍ଚଳରେ ଲୁସର୍ଣ୍ଣ ଚାଷ କରାଯାଏ  । ଏହାର ଚେର ମାଟିର ଗଭୀର ସ୍ତରକୁ ଯାଇଥାଏ  । ଲୁସର୍ଣ୍ଣ ଅଣଜଳସେଚିତ ବା ବର୍ଷାଧାର  ଜମିରେ ଚାଷ କରାଯାଏ  । ଏହାକୁ ବାର୍ଷିକ ବା ବହୁ ବାର୍ଷିକ ଗୋଖାଦ୍ୟ ଫସଲ ଭାବେ ଚାଷ କରାଯାଇ ପାରିବ  । ବହୁ ବାର୍ଷିକ ଫସଲରୁ ପ୍ରାୟ ୩-୪ ବର୍ଷ ପର୍ଯ୍ୟନ୍ତ ଗୋଖାଦ୍ୟ ମିଳେ  । ଲୁସର୍ଣ୍ଣ ଏକ ପୁଷ୍ଟିକାରକ ଓ ସ୍ଵାଦିଷ୍ଟ ଗୋଖାଦ୍ୟ ଯେଉଁଥିରୁ ଶତକଡା ୧୫ ରୁ ୨୦ ଭାଗ ଆପକ୍ଵ ପୁଷ୍ଟିସାର, ୧୫% କ୍ୟାଲସିୟମ, ୦.୨% ଫସଫରସ୍ ଏବଂ ଅଧିକ ପରିମାଣରେ ଜୀବସାର କ, ଖ ଓ ଘ ରହିଛି  । ଲୁସର୍ଣ୍ଣ ଗୋଟିଏ ପୁଷ୍ଟିକାରକ ଖାଦ୍ୟ ହୋଇଥିବାରୁ ଗୋରୁ ଗାଈଙ୍କୁ କମ୍ ପରିମାଣରେ ଖାଇବାକୁ ଦିଆଯାଏ  । ପରିମାଣ ବେଶି ହେଲେ ଗାଈଗୋରୁ ବ୍ଲୋଟ  ରୋଗରେ ଆକ୍ରାନ୍ତ ହୁଅନ୍ତି  । ଏଣୁ ଏହାକୁ ପ୍ରଥମେ ଅଳ୍ପ ପରିମାଣରେ ଦିଆଯିବା ଉଚିତ୍ ଓ ପରେ ଧୀରେ ଧୀରେ ପରିମାଣର ମାତ୍ରା ବଢାଇବା ଉଚିତ୍  । କଞ୍ଚା ଲୁସର୍ଣ୍ଣ ପାଳ କିମ୍ବା ନଡାରେ ଯଥେଷ୍ଟ ପରିମାଣରେ ପୁଷ୍ଟିସାର, କ୍ୟାଲସିୟମ ଓ ଜୀବସାର ଥିବାରୁ ଉକ୍ତ ଗୋଖାଦ୍ୟ ସହିତ ଶସ୍ୟ ବା ଅନ୍ୟାନ୍ୟ ଗୋଖାଦ୍ୟ ଦିଆନଗଲେ ଚଳିବ  । ଲୁସର୍ଣ୍ଣ ନଭେମ୍ବର ମାସଠାରୁ ଜୁନ୍ ମାସ ପର୍ଯ୍ୟନ୍ତ କଞ୍ଚା ଗୋଖାଦ୍ୟ ଯୋଗାଇଥାଏ; କିନ୍ତୁ ବରସିମ୍ ମାତ୍ର ଡିସେମ୍ବର ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ କଞ୍ଚା ଗୋଖାଦ୍ୟ ଯୋଗାଇଥାଏ  ।

ଉଦ୍ଭବ କେନ୍ଦ୍ର

ବହୁ ପୁରାତନ କାଳରୁ ପୃଥିବୀରେ ଲୁସର୍ଣ୍ଣ ଚାଷ କରାଯାଉଛି  । ଏହାର ଉଦ୍ଭବ କେନ୍ଦ୍ର ଦକ୍ଷିଣ ପଶ୍ଚିମ ଏସିଆ ବୋଲି ବିଶ୍ଵାସ କରାଯାଏ  ।

କ୍ଷେତ୍ରଫଳ ଓ ବଣ୍ଟନ

ସାରା ପୃଥିବୀରେ ଲୁସର୍ଣ୍ଣ ଚାଷ ହୁଏ  । ଅଧିକମାତ୍ରାରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଆର୍ଜେଣ୍ଟାଇନ, ଭାରତ, ଅଷ୍ଟ୍ରେଲିଆ, ନିୟୁଜଲାଣ୍ଡ, ଫ୍ରାନ୍ସ, ଇଟାଲୀ ରୁଷିଆରେ ଚାଷ କରାଯାଏ  । ଭାରତର ପଞ୍ଜାବ, ହରିୟାନା, ଉତ୍ତର ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ଲୁସର୍ଣ୍ଣ ଚାଷ କରାଯାଏ  ।

ଉଦ୍ଭିଦ ବର୍ଣ୍ଣନା

ଲୁଷର୍ଣ୍ଣ ଶିମ୍ବ ବଂଶୀ ପ୍ରଜାତି ମେଡିକାଗୋ ଓ ଜାତି ସାଟିଭା ଏହା ଗୋଟିଏ ଶାକୀୟ ବାର୍ଷିକ ବା ବହୁ ବାର୍ଷିକ  ଉଦ୍ଭିଦ  । ଏହାର ଉଚ୍ଚତା ୬୦ ରୁ ୧୫୦ ସେ.ମି. ହୁଏ  । ଚେର ଜମିର ଗଭୀର ସ୍ତରକୁ ଯାଇପାରେ  । ଆଦିମୂଳରୁ ବହୁ ଶାଖାମୂଳ ମାଟି ଭିତରେ ବିସ୍ତାର ଲାଭ କରିଥାଏ  । ଫସଲ ମରୁଡି ସହିପାରେ  । କାଣ୍ଡ ସିଧା ଏବଂ ଶାଖାପ୍ରଶାଖା ଗୁଡିକ ମୁକୁଟରୁ ବାହାରି ଥାଏ  । ଏହି ମୁକୁଟ ଠାରୁ ପ୍ରାୟ ଚାଳିଶିଟି ପର୍ଯ୍ୟନ୍ତ ଶାଖା ବାହାରିଥାଏ  । ପାତ୍ର ତ୍ରିପତ୍ରୀ  । ମଧ୍ୟ ପର୍ଣ୍ଣକ ଛୋଟ ଡେମ୍ଫ ବା ନାଶିଥାଏ  । ଉପର ଏକ ତୃତୀୟାଂଶ ପତ୍ରଧାର ଦନ୍ତୁରିତ  । ପୁଷ୍ପ ପାଟଳ, ନୀଳ, ହଳଦିଆ କିମ୍ବା ଧଳା ବର୍ଣ୍ଣ ହୋଇପାରେ  । ମହୁମାଛିମାନଙ୍କ ଦ୍ଵାରା ପୁଷ୍ପମାନଙ୍କର ପରାଗସଙ୍ଗମ ସଂଗଠିତ ହୁଏ  । ମଞ୍ଜିଗୁଡିକ ବୃକକ ଆକାରର, ହାଲୁକା ଓ ହଳଦିଆ – ବାଦାମୀ ବର୍ଣ୍ଣ  ।

ଋତୁ ଓ ଜଳବାୟୁ

ଦକ୍ଷିଣ ପଶ୍ଚିମ ଏସିଆ ନାତିଶୀତୋଷ୍ଣ ଅଞ୍ଚଳରେ ଲୁସର୍ଣ୍ଣ ଚାଷ କରାଯାଉଥିଲେ  ମଧ୍ୟ ଗ୍ରୀଷ୍ମମଣ୍ଡଳରେ ଅବସ୍ଥିତ ବହୁ ଦେଶରେ ଲୁସର୍ଣ୍ଣ ଚାଷ ହୁଏ  । ଲୁସର୍ଣ୍ଣ ଉଷ୍ମ, ଶୁଷ୍କ ଏବଂ ଉତ୍ତମ ସୂର୍ଯ୍ୟ କିରଣ ପଡୁଥିବା ଅଞ୍ଚଳରେ ଭଲ ହୁଏ  । ଉତ୍ତାପ ଏବଂ ଆର୍ଦ୍ରତା ବୃଦ୍ଧି ପାଇଲେ ଉକ୍ତ ଫସଲ ଭଲ ହୁଏନାହିଁ  । ଲୁସର୍ଣ୍ଣ କମ୍ ଉତ୍ତାପ ସହ୍ୟ କରିପାରୁଥିବାରୁ ଏହାକୁ ସମୁଦ୍ର ପତ୍ତନରୁ ନୀଚ୍ଚ ସ୍ଥାନମାନଙ୍କରେ ମଧ୍ୟ ଚାଷ କରାଯାଇପାରେ  । ସମୁଦ୍ର ପତ୍ତନର ୧୫୦୦ ମିଟର ଉଚ୍ଚ ସ୍ଥାନମାନଙ୍କରେ ମଧ୍ୟ ଉକ୍ତ ଫସଲର ଚାଷ ହୋଇପାରିବ  ।

ମୃତ୍ତିକା

ଲୁସର୍ଣ୍ଣ ଦୋରସା ନିଗିଡା ମୃତ୍ତିକାରେ ଭଲ ହୁଏ  । ପାଣି ଯମୁଥିବା ମଟାଳ ମାଟିରେ ଲୁସର୍ଣ୍ଣ ହୁଏ  ନାହିଁ  । ଅମ୍ଳ ମୃତ୍ତିକାରେ ଏହା ଭଲ ହୁଏ  । ଅତି ଅମ୍ଳ ମୃତ୍ତିକାରେ ଚୂନ ପ୍ରୟୋଗ କରି ମୃତ୍ତିକାକୁ ସୁଧାର କରିବା ପରେ ଲୁସର୍ଣ୍ଣ ଚାଷ କରାଯାଇ ପାରିବ  । କିନ୍ତୁ ଲୁସର୍ଣ୍ଣ କ୍ଷାରୀ ମୃତ୍ତିକାରେ ଆଦୌ ଚାଷ କରାଯାଇ ପାରିବ  ନାହିଁ  ।

ବିହନ କିସମ

ସିରିଆ ନମ୍ବର ୮, ସିରିଆ ନମ୍ବର ୯, କୋ- ୧, ମୁପା, ରାମ୍ବଲର, ଆନନ୍ଦ-୨ ଏନ୍.ଡି.ଆର୍. ଆଇ. ସିଲେକ୍ସନ – ୧,  ଆଇ.ଜି.ଏଫ୍.ଆର.ଆଇ – ଏସ୍- ୨୪୪,  ଆଇ.ଜି.ଏଫ୍-ଆର.ଆଇ. – ୫୪ କେତେକ  କିସମର ଉତ୍ପାଦନ କ୍ଷମତା ଓ ଅନ୍ୟାନ୍ୟ ଗୁର ନିମ୍ନରେ ପ୍ରଦତ୍ତ କରାଗଲା  ।

କ୍ରମିକ କିସମ ନମ୍ବର

ହେକ୍ଟର ପିଛା ବାର୍ଷିକ କଞ୍ଚା ଲୁସର୍ଣ୍ଣ ଅମଳ (କୁଇଣ୍ଟାଲ)

ବାର୍ଷିକ ମଞ୍ଜି ଅମଳ କୁଇଣ୍ଟାଲ/ହେକ୍ଟର

ସିରିଆ ନମ୍ବର -୮

୫୦୦-୭୦୦

୨ରୁ ୩

ସିରିଆ ନମ୍ବର -୯

୬୦୦-୯୦୦

୨.୫ରୁ ୪.୨୫

NDRI Selection – 1

୧୦୦୦

ଥରେ ଚାଷ କଲେ ୬ ବର୍ଷ ପର୍ଯ୍ୟନ୍ତ କଞ୍ଚା ଲୁସର୍ଣ୍ଣ ମିଳେ ।

ରମ୍ବରଲ

୬୦୦-୯୦୦

ଉତ୍ତାପ କମିଗଲେ ସୁଦ୍ଧା ଫସଲର କୌଣସି କ୍ଷତି ହୋଇ ନଥାଏ  ।

ଜମି ପ୍ରସ୍ତୁତି

ଲୁସର୍ଣ୍ଣ ବୁଣିବା ପାଇଁ ଗୁଣ୍ଡା ଚାଷ ଦରକାର ଓ ଜମିରେ ଆବଶ୍ୟକ ପରିମାଣରେ ଆର୍ଦ୍ରତା ଥିବା ଦରକାର  । ଗୁଣ୍ଡଚାଷ ଦ୍ଵାରା ବିହନ ମୃତ୍ତିକା ସଂସ୍ପର୍ଶରେ ଆସି ଭଲ ଗଜା ହୁଏ  । ଏଣୁ ଜମିକୁ ପ୍ରଥମେ ଲୁହା ଲଙ୍ଗଳରେ ଚାଷ କରି ତତ୍ପରେ ଦେଶୀ ଲଙ୍ଗଳରେ ୩-୪ ଓଡ ଚାଷ କରି ସମତୁଲ କରିବା ଉଚିତ  ।

ବିହନ ବୁଣିବା ପୂର୍ବରୁ ଜମିରୁ ଅନାବନା ଘାସ ସମ୍ପୂର୍ଣ୍ଣ ରୂପେ ବାହାର କରିଦେବା ଉଚିତ୍  ।

ବିହନ ବୁଣିବା ସମୟ

ସେପ୍ଟେମ୍ବରରୁ ଅକ୍ଟୋବର ମାସ ବିହନ ବୁଣିବା ପାଇଁ ଉପଯୁକ୍ତ ସମୟ  । ଭଲ ଗଜା ହେବା ପାଇଁ ବିହନ ସ୍ଵାସ୍ଥ୍ୟବାନ, ହୃଷ୍ଟପୃଷ୍ଟ ଏବଂ ହରିଦ୍ରା-ପିଙ୍ଗଳ ବର୍ଣ୍ଣର ହେବା ଆବଶ୍ୟକ  ଓ ମଞ୍ଜି ଚକ୍ ଚକ୍ କରିବା ଉଚିତ୍  । ପ୍ରଥମ କରି ଲୁସର୍ଣ୍ଣ ଚାଷ କରାଯାଉଥିଲେ ବିହନକୁ ରାଇଜୋବିୟମ କଲଚର ସହ ଗୋଳାଇ ବୁଣିବା ଭଲ  । ଏହା ଦ୍ଵାରା ଜମିରେ ଯବକ୍ଷାରଜାନ ଗଛର ଚେରରେ ଥିବା ଗୁଟିକାର ଅଣୁଜୀବ ଦ୍ଵାରା ସଂଗ୍ରହ ହୋଇପାରିବ  ।

ବିହନକୁ ଛାଟି କିମ୍ବା ଧାଡିରେ ବୁଣାଯାଇପାରିବ  । ଛଟାବୁଣା ସମୟରେ ବିହନ ମାଟିର ୧ ରୁ ୨ ସେ.ମି. ଗଭୀରକୁ ଯାଉଛି କି ନାହିଁ  ଦୃଷ୍ଟି ଦେବାକୁ ପଡିବ  । ଏଣୁ ଛଟାବୁଣା ପରେ ରେକ୍ ଉଇଡର ସାହାଯ୍ୟରେ କିଛି ମାଟି ବିହନ ଉପରେ ଘୋଡାଇ ଦେବା ଦରକାର  । ଲୁସର୍ଣ୍ଣ ବିହନଗୁଡିକ ଅତି କ୍ଷୁଦ୍ର ହୋଇଥିବାରୁ ବିହନଗୁଡିକ ମାଟିରେ ୨ ସେ.ମି. ଅଧିକ ଗଭୀରକୁ ନଯିବା ପାଇଁ ଯତ୍ନବାନ ହେବା ଉଚିତ  । ଛଟାବୁଣାରେ ହେକ୍ଟରକୁ ୨୦ରୁ ୨୫ କି.ଗ୍ରା. ଲୁସର୍ଣ୍ଣ ବିହନ ଦରକାର  ।

ଧାଡିବୁଣା କଲେ ଧାଡି ମଧ୍ୟରେ ବ୍ୟବଧାନ ୨୦ ସେ.ମି. ରହିବା ଉଚିତ୍  । ଏହି କ୍ଷେତ୍ରରେ ବିହନକୁ ଅଳ୍ପ ଗଭୀରରେ ପୋତା ଯାଇପାରେ  । ଛୋଟ ଗୋଜି ଲଙ୍ଗଳରେ ଅଗଭୀର ଚାଷ କରି ଲଙ୍ଗଳ ସିଆର ପଛରେ ବିହନ ପକାଯାଏ  । ଏହାଦ୍ଵାରା ହେକ୍ଟରକୁ ୧୧ ରୁ ୧୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ  ।

ଖତ ଓ ସାର

ଲୁସର୍ଣ୍ଣ ଗୋଟିଏ ଶିମ୍ବ ଜାତୀୟ ଫସଲ ହୋଇଥିବାରୁ ଏହାର ଚେର ଗୁଟିକାରେ ଥିବା ଅଣୁଜୀବ ଦ୍ଵାରା ବାୟୁମଣ୍ଡଳରୁ ଯବକ୍ଷାରଜାନ ଫସଲକୁ ସହଜରେ ମିଳିଥାଏ  । ଏଣୁ ଚେରର ବୃଦ୍ଧି ଓ ବିକାଶ ହୋଇ ଗୁଟିକାରେ ଥିବା ଅଣୁଜୀବଗୁଡିକ ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରିବାକୁ ସକ୍ଷମ ହେବା ପର୍ଯ୍ୟନ୍ତ କିଛି ଯବକ୍ଷାରଜାନସାର ଫସଲ ପାଇଁ ଆବଶ୍ୟକ ହୋଇଥାଏ  । ପ୍ରାୟ ଏକମାସ ବେଳକୁ ବାୟୁମଣ୍ଡଳରୁ ଯବକ୍ଷାଜନା ସଂଗ୍ରହ କରିବା କ୍ଷମତା ଆସିଯାଇଥାଏ  । ଏଣୁ ହେକ୍ଟର ପିଛା ୨୦-୨୫ କି.ଗ୍ରା. ଯବକ୍ଷାରଜାନ, ଓ ୬୦ରୁ ୭୫ କି.ଗ୍ରା. ସୁପର ପ୍ରୟୋଗ କରିବାକୁ ପଡିଥାଏ  । ଏହାଛଡା ୨୫-୩୦ ଟନ ଗୋବର ଖତ ମଧ୍ୟ ଆବଶ୍ୟକ ହୁଏ  । ବୋରନ୍, ଲୌହ ଓ ଜିଙ୍କ୍ ର ଅଭାବ ମେଣ୍ଟାଇବା ପାଇଁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବା ଉଚିତ୍  । ଫସଲରେ ବୋରନ୍ ର ଅଭାବ ଦେଖାଦେଲେ ୦.୨% ବୋରାକସ୍ ସିଞ୍ଚନ କରାଯାଇପାରେ  । କ୍ଷାର ମୃତ୍ତିକାରେ ଲୌହ ଅଭାବ ପଡିଲେ ଗଛ ପାଣ୍ଡୁର ଦେଖାଯାଏ  । ଏହି ମୃତ୍ତିକାରେ ଚୂନ ପ୍ରୟୋଗ କଲେ ସୁଫଳ ମିଳିଥାଏ  । ପରୀକ୍ଷାରୁ ଜଣାଯାଇଛି ଯେ ୩ରୁ ୪ ସେ.ମି. ଗଭୀରରେ ସାର ପ୍ରୟୋଗ କରାଯାଇ ପାରିଲେ ଶତକଡା ୨୦ ରୁ ୨୫ ଭାଗ ଅଧିକ ଲୁସର୍ଣ୍ଣ ଉତ୍ପାଦନ ହୋଇପାରିବ  ।

ଜଳ ନିୟନ୍ତ୍ରଣ

ଭଲ ଗଜା ପାଇବା ପାଇଁ  ପ୍ରଥମେ ଜମିରେ ପାଣି ମଡାଇ ମାଟି ପାଗି ଗଲେ ଚାଷ କରିବା ଉଚିତ୍  । ପ୍ରଥମ ଅବସ୍ଥାରେ ଲୁସର୍ଣ୍ଣର ବୃଦ୍ଧି ନହେଲେ ବିହନ ବୁଣିବାର ୭ରୁ ୧୦ ଦିନ ଅନ୍ତରରେ ଗଛର ବୃଦ୍ଧି ଓ ବିକାଶ ହେବା ପର୍ଯ୍ୟନ୍ତ ପଣି ମଡାଇବା ଦରକାର  । ତାପରେ ୨୦-୨୫ ଦିନ ଅନ୍ତରରେ ଜଳସେଚନ କଲେ ଚଳିବ  । ଖରାଦିନେ ୧୫-୨୦ ଦିନ ଅନ୍ତରରେ ଜଳସେଚନ କରିବା ଭଲ  । ଜମିରେ ଉପଯୁକ୍ତ ଆର୍ଦ୍ରତା ରହିଲେ ଲୁସର୍ଣ୍ଣର ପତ୍ର ଫିକା ସବୁଜ ରହେ : କିନ୍ତୁ ଜଳାଭାବ ରହିଲେ ପତ୍ର ଗୁଡିକ ଗାଢ ସବୁଜ ରଙ୍ଗ ଦେଖାଯାଏ  । ଏହି ସମୟରେ ଜଳସେଚନ କରାନଗଲେ ପତ୍ର ଝାଉଁଳିପଡେ  । ଲୁସର୍ଣ୍ଣରେ ଜୀବନ କାଳ ମଧ୍ୟରେ ୧୫-୧୮ ଥର ଜଳସେଚନ ଆବଶ୍ୟକ ହୋଇଥାଏ  । ବର୍ଷାଦିନେ ଜଳସେଚନର ଆବଶ୍ୟକତା ନଥାଏ ବରଂ ଅଧିକ ଜଳହେଲେ ନିଷ୍କାସନ କରିବା ଦରକାର  ।

ଅନ୍ତଃଚାଷ

ବିହନ ଧାଡିରେ ବୁଣିଲେ ଘାସ ଓପାଡିବା କୋଡା ଖୁସା କରିବା ସହଜ ହୁଏ  । ପ୍ରଥମ ଘାସ ବଛା ଓ କୋଡା ଖୁସା ୧୫-୨୦ ଦିନ ମଧ୍ୟରେ କରିବା ଦରକାର  । ବୁଣିବାର ୫୦-୫୫ ଦିନ ମଧ୍ୟରେ ପ୍ରଥମ କାଟ କରାଯାଏ  । ବିହନ ଉତ୍ପାଦନ ପାଇଁ ଘାସ ବଛା ଅତ୍ୟନ୍ତ ଜରୁରୀ  । ନିର୍ମୂଳୀ ସବୁଠାରୁ ବେଶୀ କ୍ଷତିକାରକ  ତୃଣକ  । ନିର୍ମୂଳୀକୁ ବାହାର କରି ପୋଡିଦେବା ଦରକାର  । ଏହାର ମଞ୍ଜିହେବାର ପୂର୍ବରୁ ତାକୁ ନଷ୍ଟ କରିଦେବା ଭଲ  ।

ବିହନ ଉତ୍ପାଦନ

ଜାନୁୟାରୀ ମାସ ଶେଷରେ ଥରେ କାଟିନେଲା ପରେ ବିହନ ଉତ୍ପାଦନ ପାଇଁ ଫସଲକୁ ଛାଡିଦେବା ଦରକାର  । ଫସଲକୁ ଆବଶ୍ୟକ ମୁତାବକ ଜଳସେଚନ କରିବା ଉଚିତ୍  । ଛୁଇଁ ଦେବା ପରେ ଜଳସେଚନ ବନ୍ଦ କରିଦେବା ଦରକାର  । ଏହି ଫସଲରେ ପରପରାଗଣ ହେଉଥିବାରୁ ଜମିରେ ୨-୩ଟି ମହୁମାଛି ପାଳନ ବାକ୍ସ ରଖିଲେ ଭଲ  ।

ଅମଳ

ପ୍ରଥମ କାଟ ବୁଣିବାର ୫୫-୩୦ ଦିନ ମଧ୍ୟରେ କରାଯାଏ  । ଲୁସର୍ଣ୍ଣ ଭୁପୃଷ୍ଠରୁ ୬୦ ସେ.ମି. ରୁ ଅଧିକ କଟାଯାଏ  । ହେକ୍ଟର ପିଛା ୮୦୦-୧୦୦୦ କୁଇଣ୍ଟାଲ କଞ୍ଚା ଗୋଖାଦ୍ୟ ମିଳିବା ସଙ୍ଗେ ସଙ୍ଗେ ୧.୭୫ ରୁ ୨.୫ କୁଇଣ୍ଟାଲ ମଞ୍ଜି ମଧ୍ୟ ଅମଳ କରାଯାଇଥାଏ  ।

ଚରା ଫସଲ

ମକା, ଜୁଆର, ବାଜରା ଓ ବରଗୁଡି

ଏହି ଫସଲଗୁଡିକର ସଂକ୍ଷିପ୍ତ ଚାଷ ପ୍ରଣାଳୀ ସାରଣୀ ଆକାରରେ ପ୍ରଦତ୍ତ ହୋଇଅଛି  । ବିଷଦ ଚାଷ ପ୍ରଣାଳୀ ଏହି ବହିରେ ଅନ୍ୟତ୍ର ଲେଖା ଯାଇଅଛି ।

ମକା ଫସଲ

ଚରା ଫସଲ

କିସମ

ବୁଣିବା ସମୟ

ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର

ବିହନ ବୁଣିବା ଗଭୀରତା

ହେକ୍ଟର ପ୍ରତି ଖତ ସାର ପରିମାଣ

ବ୍ୟବହାର

ହେକ୍ଟର ପ୍ରତି ଅମଳ

ମକା

ବିଜୟା ଲମ୍ବା ଆଫ୍ରିକା ଏଚ୍.ଜି.ଟି.-୩

ଜୁନ୍ ସେପ୍ଟେମ୍ବର ମାର୍ଚ୍ଚ

୩୦ସେ.ମି. ଧାଡିରେ ବୁଣା

୪ ସେ.ମି.

ବିହନ

ଗୋବର ଖତ

N

P

K

କଞ୍ଚା ହେ. ସାଇଲେଜ

୪୦୦ କୁଇଣ୍ଟାଲ

 

 

 

 

 

୩୦ କି.ଗ୍ରା.

୨୦ ଶଗଡ

୬୦

୩୦

୩୦

 

 

ସୋରଘମ୍ବ

ଚରା ଫସଲ

କିସମ

ବୁଣିବା ସମୟ

ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର

ବିହନ ବୁଣିବା ଗଭୀରତା

ହେକ୍ଟର ପ୍ରତି ଖତ ସାର ପରିମାଣ

ବ୍ୟବହାର

ହେକ୍ଟର ପ୍ରତି ଅମଳ

ସୋରଘମ୍ବ

ଏମ୍.ପି.ଚାରୀ  ପୁସା ଚାରୀ ଉନ୍ନତ ଜୱାର ରାଇଓ ଆଇ.ଏସ୍.ଏ. (୭୭୬) ଏଚ୍.ଡି. – ୩  ସୁଦାନ ଘାସ

ଜୁନ୍

୩୦ ସେ.ମି. ଧାଡିରେ ଘନ ବୁଣା

୪ ସେ.ମି

ବିହନ

ଗୋବର ଖତ

N

P

K

କଞ୍ଚା ହେ. ସାଇଲେଜ

୨୫୦ କୁଇଣ୍ଟାଲ

 

 

 

 

 

୫୦ କି.ଗ୍ରା.

୨୦ ଶଗଡ

୬୦

୩୦

୩୦

 

 

ଗଛ ୫୦ ଦିନର ହୋଇଥିବା ବେଳେ ନୂତନ କରି ବାହାରୁଥିବା ପିଲଗୁଡିକରେ ହାଇଡ୍ରୋସାୟାନିକ୍ ଅମ୍ଳ ମୃତ୍ତିକାର ଉପରି ଭାଗରେ ଥାଏ  । ମରୁଡି ପଡିଲେ ଏହି ହାଇଡ୍ରୋସାୟାନିକ୍ ଅମ୍ଳ ପରିମାଣ ବୃଦ୍ଧି ପାଏ  । ଏଣୁ ଫୁଲ ହେବା ସମୟରେ ଏହି ଫସଲ ଅମଳ କରାଯାଏ  । କିନ୍ତୁ ବିହନ ବୁଣିବାର ୫୦ ଦିନ ପୂର୍ବରୁ କେବେହେଲେ ଗୋଖାଦ୍ୟ ଭାବରେ ବ୍ୟବହାର କରିବେ  ନାହିଁ   ।

ବାଜରା

ଚରା ଫସଲ

କିସମ

ବୁଣିବା ସମୟ

ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର

ବିହନ ବୁଣିବା ଗଭୀରତା

ହେକ୍ଟର ପ୍ରତି ଖତ ସାର ପରିମାଣ

ବ୍ୟବହାର

ହେକ୍ଟର ପ୍ରତି ଅମଳ

ବାଜରା

ଆଇ.ଏସ୍.ବି. ୨୧ ଜଏଣ୍ଟ ବାଜରା ଟି – ୫୫

ଜୁନ୍

୩୦ ସେ.ମି. ଧାଡିରେ ଘନ ବୁଣା

୪ ସେ.ମି

ବିହନ

ଗୋବର ଖତ

N

P

K

କଞ୍ଚା ହେ. ସାଇଲେଜ

୨୦୦କୁଇଣ୍ଟାଲ

 

 

 

 

 

୪୦ କି.ଗ୍ରା.

୨୦ ଶଗଡ

୩୦

୧୫

୧୫

 

 

ଫୁଲ ଧରିବା ସମୟରେ ଅମଳ କରାଯାଏ  । ଏହି ଗଛରେ କିଛି ଅକ୍ଜାଲେଟ୍ ଥାଏ   । ଗାଈଗୋରୁଙ୍କୁ ଦେଲାବେଳେ ଏହା ସହିତ ଯଦି ଡାଲି ଜାତୀୟ ଖାଦ୍ୟ ବା ଚିନାବାଦାମ ପିଡିଆ ଦିଆଯାଇ ପାରିବ ନାହିଁ, ତେବେ ୧୫ରୁ ୨୦ ଗ୍ରାମ୍ ଡାଇ କାଲସିୟମ ଫସଫେଟ୍ ଦିଆଯାଏ  । ଏହି ଫସଲ ଦୁଇଥର କଟାଯାଇ ପାରିବ   ।

ଟିଓସେଣ୍ଟ

ଚରା ଫସଲ

କିସମ

ବୁଣିବା ସମୟ

ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର

ବିହନ ବୁଣିବା ଗଭୀରତା

ହେକ୍ଟର ପ୍ରତି ଖତ ସାର ପରିମାଣ

ବ୍ୟବହାର

ହେକ୍ଟର ପ୍ରତି ଅମଳ

ଟିଓସେଣ୍ଟ

 

ଜୁନ୍

୩୦ ସେ.ମି. ଧାଡିରେ ଘନ ବୁଣା

୪ ସେ.ମି

ବିହନ

ଗୋବର ଖତ

N

P

K

କଞ୍ଚା ହେ. ସାଇଲେଜ

୨୫୦କୁଇଣ୍ଟାଲ ଦୁଇଥରରେ କଟାଯାଇ ପାରିବ

 

 

 

 

 

୫୦ କି.ଗ୍ରା.

୨୦ ଶଗଡ

୩୦

୧୫

୧୫

 

 

ବରଗୁଡି

ଚରା ଫସଲ

କିସମ

ବୁଣିବା ସମୟ

ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର

ବିହନ ବୁଣିବା ଗଭୀରତା

ହେକ୍ଟର ପ୍ରତି ଖତ ସାର ପରିମାଣ

ବ୍ୟବହାର

ହେକ୍ଟର ପ୍ରତି ଅମଳ

ବରଗୁଡି

ଆଇ.ଜି.ଏଫ୍.ଆର.ଆଇ

ଏସ୍ – ୪୫୦ ଋଷିଆନ ଜାଏଣ୍ଟ କୋ – ୧ ୟୁ.ପି.ସି., ୪୨୦୦୦ ଗ୍ଧ.ଈ ଇସି. – ୪୨୧୬

ଜୁନ୍

୪୫ ସେ.ମି. X ୧୦ ସେ.ମି.

୪ ସେ.ମି

ବିହନ

ଗୋବର ଖତ

N

P

K

କଞ୍ଚା ହେ. ସାଇଲେଜ

୨୫୦କୁଇଣ୍ଟାଲ ଦୁଇଥର କଟାଯାଏ ୪୫ ଦିନ ପରେ ଥରେ ୮୦ ଦିନ

 

 

 

 

 

୫୦ କି.ଗ୍ରା.

୧୦ ଶଗଡ

୨୦

୪୦

୨୦

 

 

ଓଟ୍

ଚରା ଫସଲ

କିସମ

ବୁଣିବା ସମୟ

ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର

ବିହନ ବୁଣିବା ଗଭୀରତା

ହେକ୍ଟର ପ୍ରତି ଖତ ସାର ପରିମାଣ

ବ୍ୟବହାର

ହେକ୍ଟର ପ୍ରତି ଅମଳ

ଓଟ୍

Kent O.L. – 125 J.H.O.-822

ନଭେମ୍ବର

୩୦ ସେ.ମି. ଧାଡିରେ ଘନବୁଣା

୪ ସେ.ମି

ବିହନ

ଗୋବର ଖତ

N

P

K

କଞ୍ଚା ହେ. ସାଇଲେଜ

୨୫୦କୁଇଣ୍ଟାଲ

 

 

 

 

 

୧୨୫ କି.ଗ୍ରା.

୨୦ ଶଗଡ

୮୦

୪୦

୪୦

 

 

ଶତକଡା ୫୦ ଭାଗ ଫୁଲ ହୋଇଗଲେ ଅମଳ କରାଯାଏ  । ପ୍ରଥମ କାଟ ଲଗାଇବାର ୪୫ ଦିନ ପରେ ଏବଂ ଦ୍ଵିତୀୟ କାଟ  । ଶତକଡା ୫୦ ଭାଗ ଫୁଲ ହେଲାପରେ   ।

ହାଇବ୍ରିଡ ନାପିୟର

 

ଚରା ଫସଲ

କିସମ

ବୁଣିବା ସମୟ

ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର

ବିହନ ବୁଣିବା ଗଭୀରତା

ହେକ୍ଟର ପ୍ରତି ଖତ ସାର ପରିମାଣ

ବ୍ୟବହାର

ହେକ୍ଟର ପ୍ରତି ଅମଳ

ହାଇବ୍ରିଡ ନାପିୟର

 

ଜୁନ୍ ଶେଷ ଠାରୁ ଜୁଲାଇ

୬୦ ସେ.ମି. X ୬୦ ସେ.ମି.

୨୭୦୦୦ କଳିକା ଥିବା ଖଣ୍ଡ ଘାସ ଖଣ୍ଡିଗୁଡିରେ ୩ ଟି କଳିକା ଥାଏ  । ସେଥିରୁ ଦୁଇଟି ମାଟିଭିତରେ ଅନ୍ୟଟି ମାଟି ଉପରେ ରହିବା ଉଚିତ୍  । ଖଣ୍ଡଟି ତେରଛା ପୋତିବା ଦରକାର

ବିହନ

ଗୋବର ଖତ

N

P

K

କଞ୍ଚା

୧୫୦୦ ରୁ ୨୦୦୦ ଫସଲ ୩ ବର୍ଷ ଜମିରେ ରହେ  । ବର୍ଷକୁ ୬ ଥର କଟାଯାଏ

 

 

 

 

 

.

୪୦ ଶଗଡ

୫୦

୪୦

୪୦

 

 

ଗିନିଘାସ

ଚରା ଫସଲ

କିସମ

ବୁଣିବା ସମୟ

ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର

ବିହନ ବୁଣିବା ଗଭୀରତା

ହେକ୍ଟର ପ୍ରତି ଖତ ସାର ପରିମାଣ

ବ୍ୟବହାର

ହେକ୍ଟର ପ୍ରତି ଅମଳ

ଗିନିଘାସ

 

ଜୁନ୍ ଶେଷ ରୁ ଜୁଲାଇ ପ୍ରଥମ ପକ୍ଷ

୧୦୦ ସେ.ମି. X ୫୦ ସେ.ମି.

ନାପିୟର ଘାସ ପରି

ବିହନ

ଗୋବର ଖତ

N

P

K

କଞ୍ଚା

୧୫୦୦ -୧୬୦୦ ୩ ବର୍ଷ ଜମିରେ ରୁହେ  । ବର୍ଷକୁ ୭-୧୦ ଥର କଟାଯାଏ

 

 

 

 

 

୫୦ କି.ଗ୍ରା ଖଣ୍ଡ.

୪୦ ଶଗଡ

୫୦

୪୦

୪୦

 

 

ପାରା ଘାସ

ଚରା ଫସଲ

କିସମ

ବୁଣିବା ସମୟ

ଧାଡିକୁ ଧାଡି ଗଛକୁ ଗଛ ବ୍ୟବହାର

ବିହନ ବୁଣିବା ଗଭୀରତା

ହେକ୍ଟର ପ୍ରତି ଖତ ସାର ପରିମାଣ

ବ୍ୟବହାର

ହେକ୍ଟର ପ୍ରତି ଅମଳ

ପାରାଘାସ

 

ଜୁନ୍ ଶେଷ ରୁ ଜୁଲାଇ ପ୍ରଥମ ପକ୍ଷ

୬୦ ସେ.ମି. X ୬୦ସେ.ମି.

ନାପିୟର ଘାସ ପରି

ବିହନ

ଗୋବର ଖତ

N

P

K

କଞ୍ଚା ଖାଲି ଜମିରେ ଚାଷ କରାଯାଏ

୧୫୦୦ କୁଇଣ୍ଟାଲ ବର୍ଷକୁ ୧୦ ଥର କଟାଯାଏ ୩ ବର୍ଷ ପର୍ଯ୍ୟନ୍ତ ରହେ

 

 

 

 

 

୫୦ କି.ଗ୍ରା ୧୭୦୦୦ ବଳକା ଥିବା ଖଣ୍ଡ

୪୦ ଶଗଡ

୨୦

୩୦

୩୦

 

 

ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 1/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate