ହୋମ / କୃଷି / ପ୍ରାଣୀ ଧନ / ଗୋଖାଦ୍ୟ ଫସଲ
ସେଆର କରନ୍ତୁ

ଗୋଖାଦ୍ୟ ଫସଲ

ଘାସ ଚାଷ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଏବଂ ଗୋଖାଦ୍ୟ ଫସଲ ଚାଷ କରିବା ପାଇଁ ଆବଶ୍ୟକୀୟ ସୂଚନା

ଉପକ୍ରମ

ଚାରଣ ଭୂମିର ଅଭାବ ଓ ଶ୍ରମିକ ସମସ୍ୟା ବର୍ତ୍ତମାନ ଚାଷୀଙ୍କ ପାଇଁ ଏକ ଚିନ୍ତାର ବିଷୟବସ୍ତୁ ହୋଇଉଠିଛି । ପଶୁପାଳନ କ୍ଷେତ୍ରରେ ମନୋନିବେଶ କରିଥିବା ଚାଷୀମାନେ ପାରମ୍ପରିକ ଭାବରେ ଦେଶୀ ଗାଈ ପାଳନ କରିବା ସହ ଅନେକ ଚାଷୀ ଦୁଧିଆଳୀ ଜର୍ସି ଗାଈ ମଧ୍ୟ ପାଳନ କରୁଛନ୍ତି । ଦେଶୀ ଗାଈ ପାଳନ ପାଇଁ ଅଳ୍ପ ଖର୍ଚ୍ଚ ହେଉଥିବା ବେଳେ ବିଧିବଦ୍ଧ ଭାବେ ଦୁଗ୍ଧ ଉତ୍ପାଦନ ପାଇଁ ପାଳନ କରାଯାଉଥିବା ଜର୍ସି ବା ହଲଷ୍ଟିନ ତଥା ଅନ୍ୟ ଦୁଧିଆଳୀ ଗାଈଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ । ଦୁଗ୍ଧ ଉତ୍ପାଦନର ମାତ୍ରା ସହ ଗାଈ ମଧ୍ୟ ଖାଦ୍ୟାଭାବ ଜନିତ କାରଣ ଯୋଗୁଁ ଦୁଗ୍ଧ ଉତ୍ପାଦନ କମେଇ ଦେବା ସହ ବିହିନ୍ନ ପ୍ରକାର ଆନୁସଙ୍ଗିକ ସମସ୍ୟାକୁ ବାରଣ କରିଥାଏ । ଯଥା :-

  • ଠିକ ସମୟରେ ଗାଈ ଗରମକୁ ଆସେ ନାହିଁ
  • ଛୁଆ ଜନ୍ମ କରିବାର ସମୟ ବ୍ୟବଧାନ ବଢିଯାଏ
  • ଗର୍ଭସ୍ଥ ଛୁଆ ଦୁର୍ବଳ ହୋଇଯାଏ ଇତ୍ୟାଦି

 

ଅନେକଙ୍କ ଧାରଣା ଯେ, ଗାଇଙ୍କୁ କେବଳ ସୁଷମ ଖାଦ୍ୟ ବା ଦାନା ଦେଲେ ହିଁ କ୍ଷୀର ଉତ୍ପାଦାନରେ ବୃଦ୍ଧି ଘଟିଥାଏ । ଏହା କିନ୍ତୁ ସବୁବେଳେ ଠିକ ନୁହେଁ । ବର୍ତ୍ତମାନ ସମୟରେ ସୁଷମ ଖାଦ୍ୟର ଦର ଯାହା ହେଲାଣି , ତାକୁ କିଣି ଦୂଗଧ ଉତ୍ପାଦାନ କରି ବ୍ୟବସାୟ କରିବାର ମନୋବୃତ୍ତି ରଖିଲେ ଖୁବ ଅଳ୍ପ ଆୟ ହେବାର ସମ୍ଭାବନା ରହିଛି । ଦୁଗଧ ଉତ୍ପାଦନ ଦ୍ଵାରା ଆୟ ବୃଦ୍ଧିକୁ ସହଜ ଭାବରେ ନିଜ ବାଡିରେ ଘାସ ଚାଷ କରି ହାସଲ କରାଯାଇପାରିବ ।

ଦାନା ବନାମ ଘାସ

ଦୁଧିଆଳୀ ଗାଈକୁ କେବଳ ଦାନା ଦେଇ ଯେପରି ଭାବେ ପାଳନ ଲାଭଦାୟକ ନୁହେଁ । ଦେଖାଯାଏ ଯେ, ଗାଁଗହଳିରେ କେବଳ ଦାନା ଓ ଶୁଖିଲା ନଡା ଖୁଆଇ ଆବଶ୍ୟକୀୟ ପରିମାଣର କ୍ଷୀର ଉତ୍ପାଦନ କରିବା ପାଇଁ ଚାଷୀମାନେ ଯୋଜନା ରଖିଥାନ୍ତି ଫଳରେ ଗାଈ ପାଇଁ ଦରକାର ହେଉଥିବା ଦାନାର ପରିମାଣ ବଢିଯିବା ଫଳରେ ଲିଟର ପିଛା କ୍ଷୀର ଉତ୍ପାଦାନର ମୂଲ୍ୟ ବଢିଯାଏ । ଏଥିସହ ସବୁଜ ଘାସରେ ଉପଲବ୍ଧ ଖାଦ୍ୟପ୍ରାଣ ତଥା ଅନ୍ୟାନ୍ୟ ପଦାର୍ଥର ଅଭାବ ଦେଖାଯାଉଥିବାରୁ ଗାଈ ଠିକ ସମୟରେ ଗରମକୁ ଆସେ ନାହିଁ ଏବଂ ତତଜନିତ ନାନା ପ୍ରକାର ରୋଗର ଶିକାର ହୋଇଥାଏ । ମୋଟାମୋଟି ଭାବରେ ଚାଷୀଟି ଲାଭବାନ ହୋଇପାରେ ନାହିଁ । ଏହି ଭଳି ପରିସ୍ଥିତିରେ ଘାସର ଆବଶ୍ୟକତା ବେଶୀ ରହିଥାଏ । ଏହି ଘାସକୁ ଗାଇର ଖାଦ୍ୟ ଭାବରେ ବ୍ୟବହାର କଲେ ସହଜରେ ଲିଟର ପିଛା କ୍ଷୀର ଉତ୍ପାଦନ ମୂଲ୍ୟକୁ ହ୍ରାସ କରାଯାଇପାରିବ ।

କ୍ଷୀର ଉତ୍ପାଦାନ ଓ ଖାଦ୍ୟ ଖର୍ଚ୍ଚ : ଏକ ଅନୁଶୀଳନ

  • ଦାନାଯୁକ୍ତ ଖାଦ୍ୟ ଦେବା ଦ୍ଵାରା ଚାଷୀଟି , ପ୍ରତି ଟଙ୍କାର ଦୁଗ୍ଧ ଉତ୍ପାଦନରୁ , କେବଳ ୨୫ ପଇସା ପାଇଥାଏ । ଅବଶିଷ୍ଟ ୭୫ପଇସା ଦାନା କିଣା ଖର୍ଚ୍ଚରେ ବ୍ୟୟ ହୋଇଥାଏ ।
  • ସବୁଜ ଘାସଯୁକ୍ତ ଖାଦ୍ୟ ଦେବା ଦ୍ଵାରା , ଦୁଗ୍ଧ ଉତ୍ପାଦାନରୁ ପ୍ରତି ଟଙ୍କା ପିଛା ୫୦ ପଇସା ପାଇଥାଏ । ଏଥିରେ ଖାଦ୍ୟ ବାବଦକୁ ମାତ୍ର ୫୦ ପଇସା ଖର୍ଚ୍ଚ ହୋଇଥାଏ ।
  • ଦାନାର ସ୍ରୋତ ସବୁବେଳେ ଗୁଣାତ୍ମକ ମାନ ଓ ମୂଲ୍ୟ ଦୃଷ୍ଟିରୁ ନିର୍ଭରଯୋଗ୍ୟ ସ୍ରୋତ ନୁହେଁ ।
  • ଘାସ ଏକ ନିର୍ଭରଯୋଗ୍ୟ ସ୍ରୋତ କାରଣ ଏହା ଚାଷୀଟି ନିଜେ ଚାଷ କରିପାରିବ ।
  • ପ୍ରତି ୪କିଗ୍ରା ସବୁଜ ଘାସ ଦେଇ ଏକ କିଗ୍ରା ନଡା କମାଇ ଦେଇହେବ ।
  • ପ୍ରତି ୧୦-୧୨ କିଗ୍ରା ସବୁଜ ଘାସ ଦେଇ ଏକ କିଗ୍ରା ଦାନା କମାଇ ଦିଆଯାଇପାରିବ ।
  • ୫ରୁ ୬ ଲିଟର ଦୁଗ୍ଧ ଦେଉଥିବା ଗାଈକୁ ଦାନା ନଦେଇ କେବଳ ସବୁଜ ଗୋଖାଦ୍ୟ ଦେଇ ପରିପାଳନ କରାଯାଇପାରିବ । ବର୍ତ୍ତମାନର ଅବସ୍ଥାରେ ଚାଷୀଙ୍କ ପାଖରେ ଉପଲବ୍ଧ ଖାଦ୍ୟପଦାର୍ଥକୁ ବିଚାର କଲେ , ଜଣେ ଚାଷୀ କେବଳ
    • ପଡିଆ ଶଙ୍କର ଗାଈ
    • ବଳଦ
    • ଦେଶୀ ଗାଈ ପାଳନ କରାଯାଇପାରିବ କିନ୍ତୁ ଦୁଧିଆଳୀ ଶଙ୍କର ଗାଈ ପାଳନ କରି ଉକ୍ତ ଦୁଗଧ ଉତ୍ପାଦନରୁ ଲାଭ ପାଇବା ସହଜ ନୁହେଁ ।

ଘାସ ଚାଷ ପାଇଁ ଆବଶ୍ୟକୀୟ ପଦକ୍ଷେପ

ଦୁଗଧ ଉତ୍ପାଦନ ମାଧ୍ୟମରେ ଲାଭାନ୍ଵିତ ହେବାକୁ ହେଲେ ସବୁଜ ଘାସ ଚାଷର ଆବଶ୍ୟକତା ରହିଥାଏ । ଦୁଧିଆଳୀ ଗାଈ ରଖି ଆବଶ୍ୟକୀୟ ପରିମାଣର ଲାଭ ଆଶା କରୁଥିଲେ ଚାଷୀମାନେ ଘାସ ଚାଷ ସମ୍ବନ୍ଧୀୟ ନିମ୍ନଲିଖିତ କେତୋଟି ବିଷୟ ବସ୍ତୁ ପ୍ରତି ଧ୍ୟାନ ଦେବାକୁ ପଡିବ ।

  • ଦୈନିକ ୩୦ କିଗ୍ରା ସନ୍ତୁଳିତ ସବୁଜ ଗୋଖାଦ୍ୟ ଦେଇ ୫-୬ ଲିଟର କ୍ଷୀର ଦେଉଥିବା ଗୋଟିଏ ଶଙ୍କର ଗାଈକୁ ପାଳନ କରାଯାଇପାରିବ । ସନ୍ତୁଳିତ ସବୁଜ ଆହାର ପ୍ରସ୍ତୁତ କରିବା ପାଇଁ ମୋଟ ସବୁଜ ଗୋଖାଦ୍ୟର ତିନି ଭାଗରୁ ଦୁଇ ଭାଗ ଶସ୍ୟ ଜାତୀୟ (ମକା, ଶଙ୍କର ନେପିଅର, ଓଟ) ଓ ଗୋଟିଏ ଭାଗ ଛୁଇଁ ଜାତୀୟ (ବରଗୁଡି, ଡଙ୍ଗରରାଣୀ ବା ବର୍ଷିମ) ଘାସକୁ ମିଶ୍ରଣ କରାଯାଇଥାଏ ।
  • କେତୋଟି ଗଛର ପତ୍ରକୁ ମଧ୍ୟ ଗୋଖାଦ୍ୟ ରୂପେ ବ୍ୟବହାର କରାଯାଇପାରିବ ଯଥା ସୁବାବୁଲ, ଗ୍ଲାରିସିଡିଆ , ହେଜ, ଲୁସର୍ଣ୍ଣ ଇତ୍ୟାଦି । ଏହା ଗୋରୁର ଦୈନିକ ଗୋଖାଦ୍ୟର ଆବଶ୍ୟକତାର ଏକତୃତୀୟାଂଶରୁ ଅଧିକ ହେବା ଉଚିତ ନୁହେଁ ।
  • ୫-୬ ଲିଟର ଦୁଗ୍ଧ ଉତ୍ପାଦନକ୍ଷମ ଦୁଇଗୋଟି ଗାଈ ପାଇଁ ୧୬ ଡେସିମିଲ ଜଳସେଚିତ ଜମି ଯଥେଷ୍ଟ ଅଟେ ।
  • ଅଧିକାଂଶ ଗୋଖାଦ୍ୟ ଉପଯୋଗୀ ଫସଲ ଯଥା ସଙ୍କର ନେପିଅର , ମକା, ଜୋଆର ଜାତୀୟ ବାଜରା, ବରଗୁଡି, ଡଙ୍ଗରରାଣୀ ଇତ୍ୟାଦି ଫସଲ ଉଚ୍ଚା ନିଗିଡା ଜମିରେ ହୋଇଥାଏ । ଖାଲୁଆ ଜମିରେ କେବଳ ପାରା ଘାସ ଚାଷ କରାଯାଇପାରିବ ।
  • ଶୀତ ଦିନିଆ ଗୋଖାଦ୍ୟ ଫସଲ ଭାବେ ବର୍ଷିମ ଓ ଓଟ (ଯବଧାନ)କୁ ଚାଷ କରାଯାଇପାରିବ ।

ଫସଲ ଅବଶିଷ୍ଟାନ୍ସର ବ୍ୟବହାର

ଜମିରେ ଉତ୍ପାଦିତ ହେଉଥିବା ବିଭିନ୍ନ ପ୍ରକାର ଚାଷର ଫସଲ ଅବଶିଷ୍ଟାନ୍ସକୁ ଚାଷୀମାନେ ଗୋରୁଗାଈଙ୍କ ଖାଦ୍ୟ ରୂପେ ବ୍ୟବହାର କରି ଆସୁଛନ୍ତି । ଏଇ ଫସଲ ଅବଶିଷ୍ଟାନ୍ସକୁ ଘାସକଟା ଯନ୍ତ୍ର ଦ୍ଵାରା ଏକ ଇଞ୍ଚରୁ ଦୁଇ ଇଞ୍ଚ ଲେଖାଏଁ ଖଣ୍ଡ ଖଣ୍ଡ କରିବା ସହ ତାକୁ ପାଣିରେ ବତୁରାଇ ଗାଈକୁ ଖୁଆଇଲେ ପାଚନ ପ୍ରକ୍ରିୟାରେ ସହଜ ହୋଇଥାଏ ।

ଏହାକୁ ବିଭିନ୍ନ ପ୍ରକାର ଉପଚାର କରି ୟୁରିୟା , ୟୁରିୟା ସହ ରାବଗୁଡ ଓ ପିଡିଆ ମିଶ୍ରଣର ଉପଚାର ଦ୍ଵାରା ଖାଦ୍ୟଗୁଣ ବୃଦ୍ଧି କରାଯାଇଥାଏ ।

ବଳକା ଗୋଖାଦ୍ୟ ଫସଲର ବ୍ୟବହାର

  • ଖାଦ୍ୟଗୁଣକୁ ବଜାୟ ରଖିବା ପାଇଁ ଗୋଖାଦ୍ୟ ଫସଲକୁ ଉପଯୁକ୍ତ ସମୟରେ ଅମଳ କରିବାକୁ ପଡିଥାଏ । ସାଧାରଣତଃ ଏଇ ଫସଲ ଅମଳର ଉପଯୁକ୍ତ ସମୟ ହେଲା ବୋଲି ସେତେବେଳେ ବିଚାର କରାଯାଏ ଯେତେବେଳେ ଫସଲରେ ତନ୍ତୁର ପରିମାଣ ବୃଦ୍ଧି ଘଟିନଥାଏ, ସୁପଚ୍ୟ ଖାଦ୍ୟସାର ସର୍ବାଧିକ ଥାଏ ଏବଂ ଖାଦ୍ୟର ଅପଗୁଣର ହ୍ରାସ ପାଇଥାଏ ।
  • ଏହି ସମୟ ଶସ୍ୟ ଜାତୀୟ ଗୋଖାଦ୍ୟ ଫସଲର ଫୁଲ ଫୁଟିବା ସମୟ ଏବଂ ଛୁଇଁ ଜାତୀୟ ଫସଲରେ କଷି ଧରିବା ସମୟକୁ ବୁଝାଏ ।
  • ସାଧାରଣତଃ ବର୍ଷାରୁତୁରେ ଗୋଖାଦ୍ୟ ଫସଲର ଅମଳ ଅଧିକ ହୋଇଥାଏ । ଅନେକ କ୍ଷେତ୍ରରେ ଦେଖାଯାଏ ଯେ , ଏହା ସଠିକ ସମୟରେ ସମ୍ପୁର୍ଣ୍ଣ ରୂପେ ବ୍ୟବହାର ନହୋଇ କିଛି ବଳକା ରହିଯାଏ । ଏହି ବଳକା ଖାଦ୍ୟକୁ ବିଭିନ୍ନ ଉପାଯରେ ସଂରକ୍ଷଣ କରି ତା’ର ଖାଦ୍ୟଗୁଣ ବଜାୟ ରଖି ଗୋଖାଦ୍ୟର ଅଭାବ ସମୟରେ ସହଜରେ ବ୍ୟବହାର କରାଯାଇପାରିବ ।
  • ବଳକା ଗୋଖାଦ୍ୟକୁ “ଘାସ ଆଚାର” (ସାଇଲେଜ) କରି ରଖିହେବ । ସରୁ କେଣ୍ଡା ଯୁକ୍ତ ଶସ୍ୟ ଜାତୀୟ ଫସଲ ଯଥା ଯବଧାନ ଓ ଅନ୍ୟାନ୍ୟ ଘାସକୁ “ଶୁଖା ଘାସ” (ହେ) ଭାବେ ସାଇତା ଯାଇପାରିବ ।

ଉପସଂହାର

ଅନ୍ୟାନ୍ୟ ଶସ୍ୟ ଭଳି ଘାସ ଚାଷ ମଧ୍ୟ ଏକ ଅର୍ଥ ଉପାର୍ଜନକାରୀ ଫସଲ ଅଟେ । ଆମ ଦେଶର ଅନେକ ସ୍ଥାନରେ ଲୋକେ ଘାସ ଚାଷକୁ ଅର୍ଥ ଉପାର୍ଜନକାରୀ ଚାଷ ଭାବରେ ବିଚାର କରୁଛନ୍ତି । ଦେଖାଯାଏ ଯେ ଭୂମିହୀନ ଚାଷୀମାନେ ଗୋପାଳନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏଇ ଭୂମିହୀନ ଚାଷୀମାନେ ଗୋପାଳନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏଇ ଭୂମିହୀନ ଚାଷୀମାନେ ଗୋପାଳନକୁ ନିଜର ଜୀବିକା ଭାବରେ ଗ୍ରହଣ କରିଥାନ୍ତି ତେଣୁ ଏଇ ଚାଷିମାନଙ୍କୁ ଘାସ ବିକ୍ରି କରି ଅର୍ଥ ଉପାର୍ଜନ କରାଯାଇପାରିବ । ଏଥି ସହ ନିଜ ଗାଈକୁ ମଧ୍ୟ ସବୁଜ ଗୋଖାଦ୍ୟ ଖୁଆଇ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ନିଜର ଆର୍ଥିକ ସ୍ଥିତିରେ ସୁଧାର ଅଣାଯାଇ ପାରିବ ।

ଯୋଗାଯୋଗ

ଘାସ ଚାଷ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଏବଂ ଗୋଖାଦ୍ୟ ଫସଲ ଚାଷ କରିବା ପାଇଁ ଆବଶ୍ୟକୀୟ ସୂଚନା ବା ସରକାରୀ ସାହାଯ୍ୟ ନିମନ୍ତେ ନିମ୍ନଲିଖିତ ଅଫିସ/ଅଫିସରଙ୍କୁ ଯୋଗାଯୋଗ କରାଯାଇପାରିବ ।

  • ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର
  • ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଜ୍ୟାଳୟରେ କାର୍ଯ୍ୟରତ ତୃଣ ଉନ୍ନୟନ ଅଧିକାରୀ
  • ଉପନିର୍ଦ୍ଦେଶକ (ତୃଣ ଉନ୍ନୟନ), ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ ମଙ୍ଗଳାବାଗ, କଟକ-୧ ଦୁରଭାଷ:୦୬୭୧-୨୪୩୦୪୬୦
  •  

3.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top