ହୋମ / କୃଷି / ପ୍ରାଣୀ ଧନ / ଗୋପାଳନ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ
ସେଆର କରନ୍ତୁ

ଗୋପାଳନ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ

ଗୋପାଳନ କରିକି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟ ରୋଜଗାର କରିପାରିବେ ।

ରୋଜଗାରର ବାଟ ଗୋପାଳନ

ବେଳେ ବେଳେ ଏମିତି ହୁଏ ଟଙ୍କା ପାଇଁ ଅନେକ ତିନିଷ ଅଟକିଯାଏ । ଆଜିକାଲି ଯାହା ପାଖରେ ପଇସା ଅଛି ତାହାର ପରିଚୟ  ସ୍ଵତନ୍ତ୍ର । ଯାହାର ପଇସା ନାହିଁ ସେ ସବୁବେଳେ ଦୂରଛଡ଼ା ହୋଇ ଠିଆହୁଏ । ସବୁବେଳେ ଚାକିରିଆ ପୁଅ, ଝିଅ କିମ୍ବା ଚାକିରିଆ ସ୍ଵାମୀ ଉପଲବ୍ଧ ହୁଅନ୍ତି ନାହିଁ । ଚାଷବାସକୁ ନେଇ ଘର ଚଳେ । ଆଜିକାଲି ଜଳବାୟୁର ଘନଘନ ପରିବର୍ତ୍ତନ ବେଳେବେଳେ ଚାଷକୁ ଉଜୁଡେଇ ଦେଉଛି । ଜୀବନଡଙ୍ଗାର ମଙ୍ଗ ଧରିବାକୁ କଷ୍ଟ ହୋଇପଡୁଛି । ବିକଳ୍ପ ଖୋଜା ଚାଲିଛି । କେମିତି ସଂସାର ଚଳିବ । ଘରେ ଘରର ମୁରବି ଉପରେ ଯେତିକି ଚିନ୍ତା ଘରର ଘରଣୀ ମୁଣ୍ଡରେ ମଧ୍ୟ ତାଠାରୁ ଅଧିକ ଚିନ୍ତା । ଆଜିକାଲି ଖର୍ଚ୍ଚାନ୍ତ ଯୁଗରେ ଖର୍ଚ୍ଚର ଭରଣା ପାଇଁ ଅର୍ଥ ରୋଜଗାର ବହୁତ ଆବଶ୍ୟକ ।

ପ୍ରତ୍ୟେକ ଗୃହର ନାରୀମାନେ ଏହି ଅର୍ଥର ଆବଶ୍ୟକତାକୁ ଠିକ୍ ଭାବରେ ବୁଝନ୍ତି ଆଉ ଠିକ୍ ଭାବରେ ପରିଚାଳନା କରନ୍ତି । କୌଣସି ଘରେ ପୁରୁଷ ଅପେକ୍ଷା ନାରାଟିଏ ପଇସାର ମୂଲ୍ୟକୁ ଅଧିକ ବୁଝିଥାଏ ଓ ପରିଚାଳନା ମଧ୍ୟ ଅନୁରୂପ ଭାବରେ କରିଥାଏ। କିନ୍ତୁ ଅର୍ଥ ଥିଲେ ତ ଆମେ ତାକୁ ପରିଚାଳନା କରିବା । ତେବେ କେଉଁଠୁ ଆସିବ ସେ ଅର୍ଥ । ଫସଲ ହାନି ଯୁଗରେ ଗୋପାଳନ, କୁକୁଡ଼ା ପାଳନ, ଛେଳି, ମଣ୍ଟା ପାଳନ ଇତ୍ୟାଦି ଆପଣମାନଙ୍କ ପାଖରେ ବିକଳ୍ପ ହୋଇ ଠିଆ ହୋଇଛି । ତେବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବଣି ଯେ ଗୋପାଳନ, କୁକୁଡ଼ା ପାଳନ ଓ ଛେଳିମେଣ୍ଟା ପାଳନ କ'ଣ ହେଉ ନାହିଁ ? କିନ୍ତୁ ଆଉ ଅଥବା କ’ଣ ହେବ ? ସେଇତ କଥା । କୌଣସି ଚାଷକୁ ଆମେ ଯଦି ଠିକ୍ ଭାବରେ କରିପାରିବା ତାହେଲେ ଠିକ୍ ମୂଲ୍ୟ ସେଥିରୁ ଯାଇପାରିବା । ଠିକ୍ ଭାବରେ ନ କଲେ ଆମେ ଚିରାଚରିତ ଢଙ୍ଗରେ ଅର୍ଥ ରୋଜଗାର କରୁଥିବା ।

ଗୋପାଳନର ବିଭିନ୍ନ ଦିଗ

ଅନେକ ସମୟରେ ଦେଖାଯାଏ ଆମର ଚାଷୀ ଭାଇଭଉଣୀମାନେ ରାସ୍ତା, ପୋଖରୀରେ ହଜାର ହଜାର ଲିଟର କ୍ଷୀର ଢାଳି ଦିଅନ୍ତି । ଏହାକୁ ସେମାନେ ପ୍ରତୀକାତ୍ମକ ଆନ୍ଦୋଳନ ହିସାବରେ ପରିଗଣନା କରନ୍ତି । ପ୍ରଶାସନ, ବିଭାଗ ସେମାନଙ୍କ କଥା ବୁଝିଲାନି । କ୍ଷୀରର ଠିକ୍ ମୂଲ୍ୟ ମିଳୁନାହିଁ ଇତ୍ୟାଦି ଦୋଷ କାଢ଼ନ୍ତି । କିନ୍ତୁ କ୍ଷୀର କିଣୁଥିବା ସଂସ୍ଥା ଏକ ନିର୍ଦ୍ଦିଷ୍ଟ ମୂଲ୍ୟରୁ ଅଧିକ ମୂଲ୍ୟ ଯେ ଦେଇପାରିବ ନାହିଁ । ଏହା ସ୍ଥିର ସତ୍ୟ  ଆନ୍ଦୋଳନ ପରେ ଯାହାକିଛି ଲିଟର ପିଛା ମୂଲ୍ୟ ମିଳେ । ସେଥିରେ ସନ୍ତେଷ ହୁଅନ୍ତି ନାହିଁ ଚାଷୀ ଭାଇଭଉଣୀମାନେ ।

ସ୍ଵୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟ ଦ୍ଵାରା ସମସ୍ୟାର ସମାଧାନ

୨୦୧୪-୧୫ ବର୍ଷର ପରିସଂଖ୍ୟାନ ଯଦି ଦେଖାଯାଏ ଓଡ଼ିଶାରେ ମୁଣ୍ଡପିଛା ୧୧୮ ଗ୍ରାମ ଦୁଗ୍ଧ ଉତ୍ପନ୍ନ ହୁଏ । କିନ୍ତୁ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡ଼ିକାଲ ରିସର୍ଜ କୁହେ। ପ୍ରତ୍ୟେକ ମଣିଷ ଦିନକୁ ୨୮୦ ଗ୍ରାମ କ୍ଷୀର ଖାଇବା ଦରକାର । ଓଡ଼ିଶାର ଲୋକେ ୧୧୮ ଗ୍ରାମରୁ ବି କମ୍ କ୍ଷୀର, କ୍ଷୀର ଜାତୀୟ ପଦାର୍ଥ ଦୈନିକ ଖାଆନ୍ତି । ତେଣୁ ଅନେକ ସମୟରେ ବଳକା କ୍ଷୀର ବଳିପଡ଼େ। ବିକ୍ରି ହୋଇନ ପାରିବା ଯୋଗୁ ଫିଙ୍ଗି ଦିଆଯାଏ । ଓଡ଼ିଶାର ଜନସଂଖ୍ୟା ଯଦି ଆପାତତଃ ୪.୨ କୋଟି ହୁଏ ବର୍ତ୍ତମାନ ଆଉ ଦୈନିକ (୨୮୦-୧୧୮ ଗ୍ରାମ x ୪.୨ କୋଟି) ୬୮୦୪୦୦୦ କି.ଗ୍ରା. ଦୁଗ୍ଧ ଉତ୍ପନ୍ନ କରିବାର ଅଛି ଓ ଏହାଠାରୁ ଅଧିକ ଦୁଗ୍ଧ ଅବା ଦୁଗ୍ଧ ଜାତୀୟ ପଦାର୍ଥ ଓଡ଼ିଶାବାସୀ ଦୈନିକ ଖାଇବାର ଅଛି । ଆମେ କେବେ କେମିତି ଦୁଗ୍ଧରୁ ତିଆରି ପନିର, ଛେନାପୋଡ଼, ପେଡ଼ା ଇତ୍ୟାଦି ପଦାର୍ଥ ଦୋକାନରୁ କିଣୁ ପର୍ବପର୍ବାଣି, ବିବାହ, ବ୍ରତ, ବନ୍ଧୁ ଘରକୁ ଯିବାବେଳେ ଆମେ ଅଞ୍ଚଳରେ ଥିବା କେତେକ ଦୋକାନରୁ ଏସବୁ କିଣୁ । ସେଇସବୁ ଦୋକାନରେ କୌଣସି କାରିଗର ତାକୁ ତିଆରି କରେ ।

ଆମେ ଯଦି ସେ ସବୁ ତିଆରି କରିବାର କଳା ଶିଖୁବ ଓ ତତ୍ ସଙ୍ଗେ ସଙ୍ଗେ ତାକୁ ପ୍ରତ୍ୟେକ ପର୍ବପର୍ବାଣି ଏବଂ ଅନ୍ୟ ଦିନଗୁଡ଼ିକରେ ମଧ୍ୟ ପ୍ରତ୍ୟେକ ଘରେ ବ୍ୟବହାର କରିବା ତେବେ ଅନେକ ସମସ୍ୟା ସମାଧାନ ହେବା ତେଣୁ ସ୍ଵୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ନିବେଦନ, ଆପଣମାନେ ପ୍ରତ୍ୟେକ ଗ୍ରାମରେ ଏକ ନିର୍ଦ୍ଦିଷ୍ଟ ସ୍ଵୟଂ ସହାୟକ ଗୋଷ୍ଠୀରେ ଏହାର ତିଆରି ଆରମ୍ଭ କରନ୍ତୁ ଏବଂ ଗାଆଁରେ ଥିବା ସ୍ଵୟଂ ସହାୟକ ସଭ୍ୟମାନଙ୍କ ମଧ୍ୟରେ ମୂଲ୍ୟଦେଇ କିଣି ନିଅନ୍ତୁ । ଏହାଦ୍ଵାରା ପ୍ରାୟ ପ୍ରତ୍ୟେକ ଘରେ ଏହି ଦୁଗ୍ଧଜାତ ଦ୍ରବ୍ୟ ଉପଲବ୍ଧ ହେବା ପରୀକ୍ଷାମୂଳକ ଭାବେ ପର୍ବପର୍ବାଣିରେ କରିବାଠାରୁ ଆରମ୍ଭ କଲେ ଆପଣମାନେ ସପ୍ତାହର ଅନ୍ୟଦିନରେ ମଧ୍ୟ ଏହାକୁ ତିଆରି କରିପାରିବେ । ଏହାଦ୍ଵାରା କିଛିଦିନ ପରେ ଆପଣଙ୍କ ପଞ୍ଚାୟତ ଅବା ବ୍ଳକର କୌଣସି ନା କୌଣସି ସ୍ଵୟଂ ସହାୟକ ଗୋଷ୍ଠୀ ଭଲ ପନିର୍, ଛେନାପୋଡ଼, ଯେଡ଼ା ଇତ୍ୟାଦି ତିଆରି କରିବେ । ବ୍ଲକରେ ଥିବା ସମସ୍ତ ସ୍ଵୟଂ ସହାୟିକାମାନେ ନିଜର ତଥା ନିଜର ବନ୍ଧୁବାନ୍ଧବଙ୍କ ଦରକାର ବେଳେ ସେହି ନିର୍ଦ୍ଦିଷ୍ଟ ସ୍ଵୟଂ ସହାୟକ ଗୋଷ୍ଠୀରୁ ଦୁଗ୍ଧ ଜାତ ପଦାର୍ଥ କିଣିପାରିବେ । ନିଜ ନିଜ ଭିତରେ ଆପଣମାନେ ପ୍ରଚାର ପ୍ରସାର ବଳରେ ତାହା ଆଖପାଖ ଅଞ୍ଚଳରେ ପ୍ରସାରଣ କରିପାରିବେ । ତେଣୁ ପ୍ରଥିମେ ଆମେ ଆମମାନଙ୍କ ଭିତରେ ଦୁଗ୍ଧଜାତ ପଦାର୍ଥ ଖାଇବାର ଅଭ୍ୟସ ବଢ଼ିବା ଦରକାର । ଉଦାହରଣ ସ୍ୱରୂପ ଆନ୍ଧ୍ରପ୍ରଦେଶର ପ୍ରତ୍ୟେକ ହୋଟେଲରେ ପ୍ରତି ମିଳ୍ପରେ ସେମାନେ ଦହି ଖାଆନ୍ତି । ଯଦି ଆମେ ନିୟମିତ ଭାବରେ ପନିର୍ ତିଆରି କରିବା ଆଜିକାଲି ଡାଲି, ଆଳୁକୁ ନେଇ ଯେଉଁ ଅଭାବରୋଧ) ହେଉଛି ତାହା ଆମ ଭିତରେ ବେଶି ରହିବ ନାହିଁ । ପୁନଶ୍ଚ ପନିପରିବାର ମୂଲ୍ୟ ବୃଦ୍ଧି ଯୋଗୁ ଯେଉଁ ଅଧୁକ ଖର୍ଚ୍ଚ ହେଉଛି ତାହା ରୋକାଯାଇପାରିବ । ତତ୍ ସଙ୍ଗେ ସଙ୍ଗେ ଆମ ଶରୀର ସୁସ୍ଥ ରହିପାରିବ । କାରଣ ଦୁଗ୍ଧ ହେଉଛି ଏପରି ଏକ ପଦାର୍ଥ ଯେଉଁଥିରେ ସବୁପ୍ରକାର ଶ୍ଵେତସାର, ସେହସାର, ପୁଷ୍ଟିସାରଠାରୁ ଆରମ୍ଭ କରି ସବୁ ଭିଟାମିନ୍ ମିନେରାଲ ଥାଏ । ଏହାକୁ ଏକ ପୂର୍ଣ୍ଣ ଖାଦ୍ୟ ବୋଲି କୁହାଯାଏ । ଏହିପରି ଭାବରେ ଯଦି ଦୁଗ୍ଧ ଜାତ ପଦାର୍ଥର ଖାଇବା ଅଭ୍ୟାସ କରଯାଏ ଓ ତାକୁ ତିଆରି କରିବା ପାଇଁ ଆବଶ୍ୟକ ଦୁଗ୍ଧ ବ୍ୟବହାର କରାଯାଏ ତେବେ ବୋଧହୁଏ । ଆହୁରି ଦୁଗ୍ଧ ଉତ୍ପାଦନ କରିବାକୁ ପଡ଼ିବ ।

ସେହିପରି ଛେନାପୋଡ, ରସଗୋଲା, ପେଡା ଇତ୍ୟାଦି ଆମେ କେତେକ ସ୍ଵୟଂ ସହାୟକ ଗୋଷ୍ଠୀରେ ତିଆରି କରି ଦୋକାନ ବଜାରରେ ଅଧିକ ଖର୍ଭକୁ ରୋକିପାରିବା । ସାଧାରଣତଃ ଦେଖାଯାଏ। ଶହେ ଟଙ୍କାର ଦୁଗ୍ଧରୁ ଦୁଗ୍ଧଜାତ ପଦାର୍ଥ ତିଆରି କଲେ ଶହେ ଭାଗ ଲଭ ମିଳେ । ତେଣୁ ଭଉଣୀମାନେ ଥିରେ ଚିନ୍ତା କରନ୍ତୁ। ଜିନିଷଟି ପ୍ରଥମରୁ କଷ୍ଟ ଜଣାପଡିଲେ ବି ଆପଣମାନଙ୍କ ସମ୍ବିଳିତ ପ୍ରଚେଷ୍ଟାରେ ସବୁ ସମ୍ଭବ ହୋଇପାରିବା ସମୟ ଆସିଛି ଆପଣମାନେ ସଚେତନତା ସୃଷ୍ଟି କରିବା ପାଇଁ। ଓଡ଼ିଶାର ପ୍ରତ୍ୟେକ ମଣିଷ ଯଦି ଦିନକୁ ୨୮୦ ଗ୍ରାମ କ୍ଷୀର ଖାଇବେ । ତା ହେଲେ ସେମାନଙ୍କର ପୁଷ୍ଟିହୀନତା କମିଯିବ ଓ ଅନେକ ରୋଗ ସେମାନଙ୍କୁ ଆକ୍ରମଣ କରିପାରିବ ନାହିଁ। ଅକାଳ ମୃତ୍ୟୁ କମିଯିବ । ତତ୍ ସଙ୍ଗେ ସଙ୍ଗେ ଦୁଗ୍ଧର ଅଭାବୀ ବିକ୍ରି ବନ୍ଦ ହେବ । ଅଧୁକ ଦୁଗ୍ଧ ଉତ୍ପାଦନ ପାଇଁ ଆବଶ୍ୟକତା ପଡିବ । ଆପଣମାନେ ଗୋପାଳନ ପାଇଁ ଉତ୍ସାହିତ ହେବେ । ଆକାଶଛୁଆଁ ମୂଲ୍ୟର ପନିପରିବା କଷ୍ଟରୁ ଆପଣମାନଙ୍କୁ ମୁକ୍ତି ମିଳିବ ଓ ସେ ବାଟରେ ସୃଷ୍ଟି ହେଉଥିବା ଆର୍ଥିକ ସଙ୍କଟ ଦୂର ହେବ ଏବଂ ଆପଣମାନଙ୍କ ଘରକୁ ଅଧିକ ଅର୍ଥ ଆସିବ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। । ଏମିତିବି ଉଦାହରଣ ଅଛି ଓଡିଶାର ଚାଷୀ ଛେନାପୋଡ, ପନିର ତିଆରି କରି ନିଜ ଅଞ୍ଚଳ, ଜିଲା, ରାଜ୍ୟ, ଦେଶ ଓ ବିଦେଶରେ ନାଁ କରିଛନ୍ତି । ସମୟ ଥିଲା । ତାଙ୍କ ପାଖରେ ଦୁଗ୍ଧ, ବିକ୍ରି କରିବା ଏକ ସମସ୍ୟା ହୋଇ ଠିଆ ହୋଇଥିଲା । କିନ୍ତୁ ଏହିପରି ଦୁଗ୍ଧଜାତ ପଦାର୍ଥ ତିଆରି କରି ଆଜି ସେ ସଫଳ ଚାଷୀ । ଆପଣମାନେ ଜାଣିବାକୁ ଉତ୍କଣ୍ଠିତ ହେବେଣି ସେ କିଏ । ସେ ହେଉଛନ୍ତି ନୟାଗଡ ଜିଲା ଓଡଗାଁ ବ୍ଳକର ପାଟୁଳିସାହିର ବିରଞ୍ଜି ମାଝି ଓ ତାଙ୍କ ସ୍ଥା ରାଜଲକ୍ଷ୍ମୀ ମାଝା । କେଏସକେ ଯୋଜନାରେ ବହୁବର୍ଷ ତଳେ ବ୍ୟାଙ୍କରୁ ଗଣ ନେଇ ୩୦ଟି ଗାଈ ରଖୁଥିଲେ । କ୍ଷୀର ବିକ୍ରି କରିବାକୁ ପ୍ରଥିମେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଯେଉଁ ସଂସ୍ଥାକୁ କ୍ଷୀର ଦେଲେ ସେମାନେ ବହୁତ କମ୍ ମୂଲ୍ୟ ଦେଉଥିଲେ । ଛେନାପୋଡ ପାଇଁ ପ୍ରସିଦ୍ଧ ଜିଲାର ମଣିଷ ଚିରଞ୍ଚି ପ୍ରଥିମେ ଚିନ୍ତା କଲେ ନିଜେ ଛେନାପୋଡ, ପନିର ତିଆରି କରିବା ପାଇଁ । ପରୀକ୍ଷାମୂଳକ ଭାବରେ ବିଭିନ୍ନ ପର୍ବପର୍ବାଣିରେ ଯନିର, ଛେନାପୋଡ ତିଆରି କରି ନିଜେ ବିକ୍ରି କଲେ । ଅନେକଥିର କିଛି କିଛି ଅସଫଳତା ମିଳିଛି । ତଥାପି ଦୃଢ ମନୋବଳ, ନିଷ୍ଠା ଆଗରେ ସବୁକିଛି ହାର ମାନିଛି । ଏବେ ଯେତିକି ଦୁଗ୍ଧ ତାଙ୍କ ଫାର୍ମରୁ ସୃଷ୍ଟିହୁଏ ତାହା ନିଅଣ୍ଟ ହୁଏ ଦୁଗ୍ଧଜାତ ପଦାର୍ଥ ତିଆରି କରିବା ପାଇଁ । ବାହାରୁ ଦୁଗ୍ଧ ଆଣନ୍ତି। ସିଏ  ଆଜି ତାଙ୍କ ଫାର୍ମରୁ ତିଆରି ପଦାର୍ଥ ରଜ୍ୟ ଏପରିକି ବିଦେଶକୁ ଯାଉଛି । ତେଣୁ ଏବେ ଆପଣମାନେ ନିଜେ ଚିନ୍ତା କରିବାର ବେଳ । ଅସମ୍ଭବ କହିଲେ କିଛି ହୋଇପାରିବ ନାହିଁ । ସମ୍ଭବ କହିଲେ ସବୁକିଛି ହୋଇପାରିବ । ଗୋଟିଏ ଦିନରେ ସବୁକିଛି ହେବ ନାହିଁ । ଆସ୍ତେ ଆସ୍ତେ ସମସ୍ୟାକୁ ଦୂରେଇ ଦେଇ ପାରିବା ।

ଆଧାର – ଡା. ଯଶୋବନ୍ତ ପ୍ରଧାନ ଭେଟେରିନାରୀ ଅଫିସର, ସ୍ନାତକୋତ୍ତର ଶିକ୍ଷା, ଓୟୁଟି

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top