ହୋମ / କୃଷି / ପ୍ରାଣୀ ଧନ / ଗୋପାଳନର ଗୁରୁତ୍ଵ
ସେଆର କରନ୍ତୁ

ଗୋପାଳନର ଗୁରୁତ୍ଵ

ଚାଷୀ ଉନ୍ନତ ପ୍ରଣାଳୀରେ ଗୋପାଳନ କରି ବେଶ୍ ଲାଭବାନ୍ ହୋଇପାରିବେ ।

ପ୍ରାଚୀନ ପ୍ରସ୍ତର ଯୁଗରେ ମନୁଷ୍ୟ ଯାଯାବର ଜୀବନଯାପନ କରୁଥିଲା । କିନ୍ତୁ କାଳକ୍ରମେ ନୂତନ ପ୍ରସ୍ତର ଯୁଗରେ ଲୋକମାନେ ଯାଯାବର ଜୀବନ ପରିତ୍ୟାଗ କରି ଗୋଟିଏ ସ୍ଥାନରେ ପ୍ରାୟତଃ ନଦୀକୂଳରେ ବସବାସ କରିବା ଆରମ୍ଭ କଲେ । ଏହି ସମୟରେ ସେମାନେ କୃଷି ଉତ୍ପାଦନ ସହିତ ପ୍ରାଣୀମାନଙ୍କୁ ଗୃହପାଳିତ କରି ସେମାନଙ୍କୁ ଚାଷ କାର୍ଯ୍ୟରେ ଓ ଖାଦ୍ୟ ଉତ୍ପାଦନରେ ନିୟୋଜିତ କରିଥଲେ । ସେହି ସମୟରେ ଯେଉଁ ଦେଶର ଗୃହପାଳିତ ପଶୁସମ୍ପଦ ଅଧିକ ଥିଲା, ସେ ଦେଶ ସମାଜରେ ସେତେ ଧନୀ ଓ ସମ୍ମାନିତ ହେଉଥିଲା । କ୍ରମଶଃ ଗୋ ସମ୍ପଦର ଗବେଷଣା ଓ ଉନ୍ନୟନ ଫଳରେ ସାରା ପୃଥିବୀରେ ଗୋପାଳନ କ୍ଷେତ୍ରରେ ପ୍ରଭୂତ ଉନ୍ନତି ହୋଇପାରିଛି । ଆଜିକାଲି ଆମ ଦେଶରେ ମଧ୍ୟ ଉନ୍ନତ ଗୋପାଳନ ଦିଗରେ ବିଶେଷ ଆଗ୍ରହ ପ୍ରକାଶ ପାଉଅଛି । ଜର୍ସି, ହୋଲଷ୍ଟିନ୍, ବ୍ରାଉନ୍ ସ୍ଵିସ୍ ପ୍ରଭୃତି ବିଦେଶୀ ଗାଈ ଓ ସେମାନଙ୍କ ଠାରୁ ସୃଷ୍ଟି ହେଉଥିବା ସଙ୍କର ଜାତୀୟ ଗାଈମାନେ ଆମ ଦେଶୀ ଗାଈମାନଙ୍କ ଠାରୁ ଅଧିକ କ୍ଷୀର ଦେଉଥିବାରୁ ସେହି ଜାତୀୟ ଗାଈରଖିବା ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରୁଅଛନ୍ତି । ଆମ ଦେଶୀ ଗାଈମାନଙ୍କ ପକ୍ଷରେ ଦିନକୁ ହାରାହାରି ଏକ ଲିଟର କ୍ଷୀର ଦେବା କଷ୍ଟକର ହେଉଥିବା ସ୍ଥଳେ ଜର୍ସି ବା ହୋଲ୍‌ଷ୍ଟିନ୍ ଜାତୀୟ ସଙ୍କର ଗାଈମାନଙ୍କ ଠାରୁ ଦିନକୁ ହାରାହାରି ୮ ଲିଟର ଠାରୁ ୧୨ ଲିଟର ପର୍ଯ୍ୟନ୍ତ ମଧ୍ୟ କ୍ଷୀର ମିଳି ପାରୁଅଛି । ଫଳରେ ଏହି ପ୍ରକାର ଗାଈମାନଙ୍କୁ ବୈଜ୍ଞାନିକ ଉପାୟରେ   ଲାଳନପାଳନ କଲେ ଚାଷୀମାନେ ଯେ ଲାଭବାନ୍ ହୋଇପାରିବେ, ଏଥିରେ କୌଣସି  ସନ୍ଦେହ ନାହିଁ ।

ଅଧିକ ଆୟ ପାଇଁ ଗୋପାଳନ

ଆଜିକାଲି ଦାରିଦ୍ର୍ୟ ଦୂରୀକରଣ ଯୋଜନା ମାଧ୍ୟମରେ ଭୂମିହୀନ, ନାମମାତ୍ର ଚାଷା ଓ କ୍ଷୁଦ୍ର ଚାଷୀମାନଙ୍କୁ ଗୋପାଳନ କରିବା ପାଇଁ ମଧ୍ୟ ଉପ୍ତାହିତ କରାଯାଉଅଛି । ପରୀକ୍ଷା ଦ୍ଵାରା ଜଣାଯାଇଅଛି ଯେ ଯଦି ଜଣେ ଛୋଟ ଚାଷୀ ଦୁଇଟି ଜର୍ସି ଜାତୀୟ ଦୁଧିଆଳୀ ଗାଈ ରଖେ, ତେବେ ସେ ବର୍ଷକୁ ହାରାହାରି ୪୫୦୦ ରୁ ୫୦୦୦ ଲିଟର ପର୍ଯ୍ୟନ୍ତ କ୍ଷୀର ପାଇପାରିବ, ଯାହାର ଦାମ୍ ପ୍ରାୟ ୮୦ ରୁ ୯୦ ହଜାର ଟଙ୍କା ହେବ । ଦୁଇଟି ଗାଈ ପାଇଁ ବର୍ଷକୁ ପ୍ରାୟ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ । ସବୁ ଖର୍ଚ୍ଚ ଯାଇ ସେ ପାଇବ। ପ୍ରାୟ ୨୦ ହଜାର ଟଙ୍କା । ତେଣୁ ଛୋଟ ଚାଷୀ, ଦିନ ମଜୁରିଆ ଓ ମଧବିଭ ଚାଷୀମାନେ ମଧ୍ୟ ଗୋପାଳନକୁ ଏକ ସହଯୋଗୀ। ଧନ୍ଦା ରୂପେ ଗ୍ରହଣ କରିପାରିବେ । ଏପରିକି ଆମ ଦେଶର ଗ୍ରାମୀଣ ସ୍ତ୍ରୀ ଲୋକମାନେ ମଧ୍ୟ ସହଜରେ ଗୋପାଳନ କରିପାରିବେ ।

ଆମ ଭାରତ ବର୍ଷରେ ପ୍ରାୟ ୨୦ କୋଟି ଗାଈଗୋରୁ, ସାଢ଼େ ୧୦ କୋଟି ମଇଁଷି, ୭ କୋଟି ମେଣ୍ଢା, ୧୪ କୋଟି ଛେଳି ଓ ୧ କୋଟି ଘୁଷୁରୀ ସହିତ ପ୍ରାୟ ୫୩ କୋଟି ଗୃହପାଳିତ ପଶୁ ଥିବାର ଜଣାଯାଇଅଛି । ଆମର ଏତେ ସଂଖ୍ୟକ ଗାଈ ଥିଲେ ମଧ୍ୟ ଅନ୍ୟ ଦେଶ ତୁଳନାରେ ଦୁଗ୍ଧ ଉତ୍ପାଦନ ଖୁବ୍ କମ୍ ହୋଇଥାଏ । ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଡେନ୍‌ମାର୍କ, ହଲାଣ୍ଡ୍ ପ୍ରଭୃତି ଦେଶରେ ଥିବା ଉନ୍ନତ ଜାତିଆ ଗାଈମାନେ ଦୈନିକ ୩୦ ରୁ ୪୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି । ସେଠାରେ ଜଣେ ଜଣେ ଚାଷୀ ୧୦୦ ରୁ ଅଧିକ ଦୁଧିଆଳୀ ଗାଈ ରଖି ତାହାକୁ ଖୁବ୍ ଲାଭଜନକ ବ୍ୟବସାୟ ରୂପେ ପରିଣତ କରି ପାରୁଅଛନ୍ତି । ଆମ ଭାରତରେ ମଧ୍ୟ ପଞ୍ଜାବ, ହରିଆନା ଓ ଉତ୍ତରପ୍ରଦେଶରେ ଅନେକ ଚାଷୀ ଉନ୍ନତ ପ୍ରଣାଳୀରେ ଗୋପାଳନ କରି ବେଶ୍ ଲାଭବାନ୍ ହୋଇପାରୁ ଅଛନ୍ତି ।

ପ୍ରକୃତରେ ଦେଖିବାକୁ ଗଲେ ଆମ ଦେଶର ହୁସ୍ଥ ଉତ୍ପାଦନର ଅଧିକ ଭାଗ (ଶତକଡ଼ା ପ୍ରାୟ ୫୩ ଭାଗ) ମଇଁଷିମାନଙ୍କ ଠାରୁ ମିଳିଥାଏ । ତା ପଛକୁ ରହିଛି ଗାଈ ଦୁଗ୍ଧ (୪୪%) ଏବଂ ଛେଳି, ମେଣ୍ଢା ଆଦି ପ୍ରାଣୀମାନଙ୍କ ଠାରୁ ମିଳୁଥିବା ଦୁଗ୍ଧ (୩%) । ଦେଶରେ ଉତ୍ପାଦିତ ହେଉଥିବା କ୍ଷୀରର ଶତକଡ଼ା ୩୮ ଭାଗ ଉତ୍ତରାଞ୍ଚଳ, ୩୧ ଭାଗ ପଶ୍ଚିମାଞ୍ଚଳ, ୨୦ ଭାଗ ଦକ୍ଷିଣାଞ୍ଚଳ ଓ ବାକି ୧୧ ଭାଗ ଆମର ପୂର୍ବାଞ୍ଚଳ ରାଜ୍ୟମାନଙ୍କଠାରୁ ମିଳିଥାଏ । ଖୁସିର କଥା ଆମ ଦେଶ ଭାରତ ବର୍ତ୍ତମାନ ସମଗ୍ର ପୃଥିବୀରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହା କେବଳ ଆମର ଅଧିକ ସଂଖ୍ୟକ ଗୋ ମହିଷାଦି ମାନଙ୍କ ଯୋଗୁଁ ସମ୍ଭବପର ହୋଇପାରିଛି । କିନ୍ତୁ ଦୁଃଖର ବିଷୟ ଆମର ଗାଈ ପିଛା ହାରାହାରି ବାର୍ଷିକ ଦୁଗ୍ଧ ଉତ୍ପାଦନର ପରିମାଣ ଅନ୍ୟାନ୍ୟ ୟୁରୋପୀୟ ଦେଶ ମାନଙ୍କ ତୁଳନାରେ ବହୁତ କମ୍ । ପୃଥିବୀରେ ଗାଈପିଛା ହାରାହାରି ଦୁଗ୍ଧ ଉତ୍ପାଦନ କ୍ଷମତା ଗୋଟିଏ ବର୍ଷରେ ପ୍ରାୟ ୨୨୦୦ ଲିଟର ଥିଲାବେଳେ ଭାରତରେ ଏହି ସଂଖ୍ୟା ୯୮୭ ଲିଟର । ଇସ୍ରାଏଲ୍‌, ଆମେରିକା, ସିଡେନ୍, ଡେନ୍‌ମାର୍କ, କାନାଡ଼ା, ନେଦରଲ୍ୟାଣ୍ଡ୍ ଆଦି ଦୁଗ୍ଧ ଉତ୍ପାଦନରେ ବିକଶିତ ଦେଶମାନଙ୍କର ଗାଈପିଛା ହାରାହାରି ବାର୍ଷିକ ଦୁଗ୍ଧ ଉତ୍ପାଦନ କ୍ଷମତା ୭୦୦୦ ରୁ ୮୦୦୦ ଲିଟର ।

ଏସବୁ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଆମ ଚାଷୀ ଭାଇମାନେ ଏହି ବିଷୟ ହୁଦୟଙ୍ଗମ କରି ଉନ୍ନତ ପ୍ରଣାଳୀରେ ଗୋପାଳନ କରିବା ଉଚିତ୍ । ଏହାଦ୍ଵାରା ସେମାନଙ୍କ ଆର୍ଥକ ଉନ୍ନତିର ବିକାଶ ହେବା ସଙ୍ଗେ ସଙ୍ଗେ ତାହା ଆମ ଦେଶ ପାଇଁ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ । ଏହିସବୁ କାରଣରୁ ଅତି ପ୍ରାଚୀନ କାଳରୁ ଗୋପାଳନ ଉପରେ ଆମ ଦେଶରେ ବହୁତ ଗୁରୁତ୍ଵ ଦିଆଯାଇଅଛି ଓ ଗାଈମାନଙ୍କୁ ମା’ ସହିତ ମଧ୍ୟ ତୁଳନା କରାଯାଇଅଛି ।

ଗାଈ ଦୁଗ୍ଧର ଖାଦ୍ୟଗୁଣ

ଗାଈ ଦୁଗ୍ଧ ଏକ ପୁଷ୍ଟିକର ଖାଦ୍ୟ । ଏଥିରେ ଶତକଡ଼ା ୮୭.୫ ଭାଗ ଜଳ, ୩.୨ ଭାଗ ପ୍ରୋଟିନ୍ ବା ଛେନା, ୪.୪ ଭାଗ ଶର୍କରା ବା ଚିନି, ୪.୧ ଭାଗ ସେମ୍ବହସାର ବା ଘିଅ ଅଂଶ ଓ ୨.୮ ଭାଗ ଧାତବ ଲବଣ ରହିଥାଏ । ମା' ଦୁଧରେ ଜଳୀୟ ଅଂଶ ଶତକଡ଼ା ୮୮ ଭାଗ, ପ୍ରୋଟିନ୍ ୧.୧ ଭାଗ, ଶର୍କରା ଅଂଶ ୫.୬ ଭାଗ, ସ୍ନେହସାର ୪.୫ ଭାଗ ଓ ଧାତବ ଲବଣ ୦.୮ ଭାଗ ଥାଏ । ତେଣୁ ଛେନା ଅଂଶକୁ ବାଦ୍ ଦେଲେ ଏହା ପ୍ରାୟ ଗାଈ ଦୁଗ୍ଧ ସହିତ ସମାନ ଅବାରୁ ପିଲାମାନଙ୍କୁ ସହଜରେ ଦିଆଯାଇପାରେ ।

ସାଧାରଣତଃ ଜଣେ ଲୋକପାଇଁ ପ୍ରତିଦିନ ଅନ୍ତତଃ ଅଧଲିଟର କ୍ଷୀର ପିଇବା ଆବଶ୍ୟକ ହୋଇଥାଏ । ଆମ ଦେଶରେ ଅଧିକାଂଶ, ଶିଶୁ ଓ ସ୍ତ୍ରୀ ଲୋକମାନେ ଆବଶ୍ୟକ ପରିମାଣରେ କ୍ଷୀର ପାଉ ନଥିବାରୁ ସେମାନଙ୍କର ନାନା ପ୍ରକାରର ଖାଦ୍ୟାଭାବ ଜନିତ ରୋଗ ହୋଇଥାଏ ବା ସେମାନଙ୍କର ସ୍ଵାସ୍ଥ୍ୟ ଠିକ୍ ରହେ ନାହିଁ । ୨୦୧୦-୧୧ ମସିହାରେ ହୋଇଥିବା ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ ଆମ ଦେଶରେ ମୋଟ ଦୁଗ୍ଧ ଉତ୍ପାଦନ ୧୨୧.୮ ନିୟୁତ ଟନ୍ ଥିବାବେଳେ ମୁଣ୍ଡପିଛା ଦୈନିକ ଜଣେ ଲୋକ ପ୍ରତି ୨୮୧ ଗ୍ରାମ୍ ଦୁଗ୍ଧ ମିଳିପାରୁଛି । ଏହି ସର୍ବଭାରତୀୟ ସଂଖ୍ୟାକୁ ତୁଳନା କଲେ ଦୈନିକ ମୁଣ୍ଡପିଛା ମିଳୁଥ୍ ବା ଦୁଗ୍ଧର ହାରାହାରି ପରିମାଣ ପଞ୍ଜାବରେ ରହିଛି। ୯୪୪ ଗ୍ରାମ୍, ହରିଆନାରେ ୬୬୨ ଗ୍ରାମ୍, ଗୁଜୁରାଟରେ ୪୧୮ ଗ୍ରାମ୍ ଓ ଓଡ଼ିଶାରେ ମାତ୍ର ୧୧୨ ଗ୍ରାମ୍ । ଏହି ସମୟରେ ଓଡ଼ିଶାର ଦୁଗ୍ଧ ଉତ୍ପାଦନ ପରିମାଣ ରହିଛି। ୧.୬୭ ନିୟୁତ ଟନ୍ ଯାହାକୁ ଆମେ ଅତିକମରେ ଦ୍ଵିଗୁଣିତ କରିବାକୁ ପଡ଼ିବ । ତେଣୁ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଆମ ଦେଶରେ ଯେ ଗୋପାଳନର ଆବଶ୍ୟକତା ରହିଅଛି, ଏଥିରେ କୌଣସି ସନ୍ଦେହ ନାହିଁ ।

ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆମ ଦେଶରେ ଅବା ମଇଁଷି ଓ ସଙ୍କର ଜାତୀୟ ଗୋଜାତିର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ । ଏବେ ଆମ ଦେଶରେ ପ୍ରାୟ ସାଢ଼େ ଦଶ କୋଟି ମଇଁଷି ଅଛନ୍ତି ଓ ସେମାନେ ଦେଶୀ ଗାଈମାନଙ୍କ ଠାରୁ ଅଧିକ କ୍ଷୀର ଦେଇଥାନ୍ତି । ମଇଁଷି କ୍ଷୀରରେ ମଧ୍ୟ ଗାଈ ଦୁଧ ଅପେକ୍ଷା ଅଧିକ ପରିମାଣରେ ସେହସାର ଥିବାରୁ ଏହାର ଦାମ୍ ଗାଈ ଦୁଧ ଅପେକ୍ଷା ଅଧିକ ହୋଇଥାଏ । ସୁଖର କଥା, ଆମ ଭାରତ ବର୍ଷରେ ମୁର୍ହା, ଜାଫର ବାଡ଼ି, ନିଲିରବି, ସୁର୍ତ୍ତି ଓ ଭଦ୍ୱାରୀ ପ୍ରଭୃତି ଉନ୍ନତ ଜାତୀୟ ମଇଁଷି ଅଛନ୍ତି । ସେମାନେ ଥରେ ଜନ୍ମ କଲେ ଗୋଟିଏ  ଫଳିରେ ପ୍ରାୟ ୨୦୦୦ରୁ ୨୫୦୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି । ମଇଁଷି କ୍ଷୀରରେ ଶତକଡ଼ା ୭ ରୁ ୮ ଭାଗ ସ୍ନେହସାର ବା ଘିଅ ଅଂଶ ଥାଏ । ଏହି କାରଣରୁ ଦୁଧିଆଳୀ ମଇଁଷି ପାଳନ ମଧ୍ୟ ଏକ ଲାଭଜନକ ଧନ୍ଦା ରୂପେ ଗ୍ରହଣ କରାଯାଇପାରିବ ।

ବିଦେଶରେ ଗାଈମାନଙ୍କର ଯତ୍ନ

ଯଦିଓ ଆମେ ଗାଈକୁ ଗୋମାତା ବୋଲି କହିଥାଉ, କିନ୍ତୁ ପ୍ରକୃତ କ୍ଷେତ୍ରରେ ଆମେ ଗୋପାଳନ ଦିଗରେ ବିଶେଷ ଆଗ୍ରହ ଦେଖାଇ ନଥାଉ । ପାଶ୍ଚାତ୍ୟ ଦେଶରେ ଗୋପାଳନ ପାଇଁ କେତେ ଯେ ଯତ୍ନ ନିଆଯାଇଥାଏ, ତାହା ନ ଦେଖିଲେ ବିଶ୍ଵାସ କରିବା କଷ୍ଟକର । ତେବେ ସେଠାରେ ଗୋରୁ ଗାଈମାନଙ୍କର କିପରି ତତ୍ତ୍ଵ ନିଆଯାଏ, ତାହା ନିମ୍ନଲିଖିତ ବର୍ଣ୍ଣନାରୁ ବେଶ୍ ଜଣା ପଡ଼ିବ ।

ସେଠାରେ ଜଣେ ଚାଷୀ ୧୦୦ ବା ତହିଁରୁ ଅଧିକ ଦୁଧିଆଳୀ ଗାଈରଖିଥାନ୍ତି । ସେମାନଙ୍କ ଗୁହାଳ ବେଶ୍ ପ୍ରଶସ୍ତ ଓ ପରିଷ୍କାର ପରିଚ୍ଛନ୍ନ ରହିଥାଏ । ଚଟାଣ, କାନ୍ଥ ଇତ୍ୟାଦି ଇଟା ଓ ସିମେଣ୍ଟରେ ତିଆରି ହୋଇଥାଏ ଏବଂ ତାହାକୁ ସଫା କରିବା ପାଇଁ ପାଣିର ବ୍ୟବସ୍ଥା କରାଯାଇଥାଏ । ଗାଈମାନଙ୍କୁ ପାଣି ଓ ଦାନା ଦେବା ପାଇଁ ସ୍ୱୟଂ କ୍ରିୟ ବ୍ୟବସ୍ଥା କରାଯାଇଥାଏ । ଗାଈକୁ ଶୋଷ ହେଲେ ସେ ତା ଥୋମଣି ଦ୍ଵାରା ଗୋଟିଏ ଲୁହା ପ୍ଲେଟକୁ ଦାବିଲେ ତହିଁରୁ ପାଣି ବାହାରିଥାଏ । ଦାନା ଦେବା ସଙ୍ଗେ ସଙ୍ଗେ ଗାଈମାନଙ୍କୁ ସାଇଲେଜ୍ ବା ସାଇତା ଘାସ ଓ ହେ (Hay) ବା ଶୁଖଲା ଘାସ ଇତ୍ୟାଦି ଦିଆଯାଇଥାଏ । ମେସିନ୍ ସାହାଯ୍ୟରେ ଦୁଗ୍ଧ ଦୁହାଁ ଯାଇ ଏକ ଆଲୁମିନିଅମ୍ ବା ଷ୍ଟିଲ୍ କୁଣ୍ଡରେ ରଖାଯାଏ । ଦୁଗ୍ଧ ଛିଣ୍ଡି ନଯିବା ପାଇଁ ଏହି ଆଲୁମିନିଅମ୍ କୁଣ୍ଡକୁ ଯାନ୍ତ୍ରିକ ଉପାୟରେ ଥଣ୍ଡା କରାଯାଏ । ତା’ର ଦିନେ ବା ଦୁଇ ଦିନ ପର୍ଯ୍ୟନ୍ତ ଦୁଗ୍ଧ ସେହି କୁଣ୍ଡରେ ସାଇତା ହୋଇ ରହିଥାଏ । ବେପାରୀମାନେ ଆସି ତାହା ନେଇଯାଆନ୍ତି ।

ଗୋପାଳନ କରିବା ପାଇଁ କେତେକ ଜାଣିବା କଥା

ତେବେ ସେ ଯାହା ହେଉନା କାହିଁକି, ଆମ ଦେଶରେ ମଧ୍ୟ ଚାଷୀମାନେ ନିଶ୍ଚୟ ଉନ୍ନତ ପ୍ରଣାଳୀରେ ଗୋପାଳନ କରିପାରିବେ । କିନ୍ତୁ ସେଥିପାଇଁ ଯଥେଷ୍ଟ ଆଗ୍ରହ ଅବା ଉଚିତ୍ । ଗୋରୁଗାଈଙ୍କ ପ୍ରତି ଯାହାର ଆଗ୍ରହ ନଥୁବ, ସେ କେବେହେଲେ ସଫଳ ଗୋପାଳକ ହୋଇପାରିବ ନାହିଁ।

ଗାଈ ଗୋଟିଏ ଗୁହପାଳିତ ପ୍ରାଣୀ । ତେଣୁ ତା ପ୍ରତି ସବୁବେଳେ ଆମର ଦୟାଭାବ ରହିବା ଉଚିତ୍ । କୌଣସି କାରଣରୁ ହେଲେ ମଧ୍ୟ ଗୋରୁଗାଈଙ୍କୁ ନିଷ୍ଠୁର ଭାବରେ ପିଟିବା ଉଚିତ ନୁହେଁ । ଏହା ଯେ କେବଳ ନିଷ୍ଠୁରତା ତା ନୁହେଁ, ପିଟିବା ଦ୍ଵାରା ଦୁଷ୍ଟ ଉତ୍ପାଦନ ମଧ୍ୟ କମିଯାଏ । ଯେଉଁ ଲୋକ ରାଗ ସମ୍ଭାଳି ପାରେ ନାହିଁ, ସେ କେବେହେଲେ ଜଣେ ଭଲ, ଗୋପାଳକ ହୋଇପାରିବ ନାହିଁ । ଦୁହିଁବା ସମୟରେ ବା ଖାଇବାକୁ ଦେବା ସମୟରେ ଗାଈମାନଙ୍କୁ ବ୍ୟସ୍ତ କରିବା ଉଚିତ୍ଵ ନୁହେଁ ।

ଦୁଧିଆଳୀ ଗାଈମାନଙ୍କୁ ଅଛି ସମୟ ପାଇଁ ବୁଲାଚଲା କରିବାକୁ ସୁଯୋଗ ଦେବା ଉଚିତ୍ । ସାଧାରଣତଃ ଦେଖାଯାଏ ଯେ, ଗାଈମାନେ ପ୍ରାୟ ୮ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଶୋଇ ରହି ପାକୁଳି କରିଥାନ୍ତି । ଗାଈମାନଙ୍କୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ୍ । କାରଣ ଏହାଦ୍ଵାରା ସେମାନଙ୍କର ସ୍ଵାସ୍ଥ୍ୟ ଭଲ ରହିବା ସଙ୍ଗେ ସଙ୍ଗେ ତାହା ପରିଷ୍କାର ଦୁଗ୍ଧ ପାଇବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ ।

ଉନ୍ନତ ପ୍ରଣାଳୀରେ ଗୋପାଳନ କରିବାକୁ ହେଲେ ନିମ୍ନଲିଖିତ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବା ଦରକାର।

ଜାତିଆ ଦୁଧିଆଳୀ ଗାଈ –

ଅନ୍ତତଃ ଦିନକୁ ହାରାହାରି ୧୦ ଲିଟରରୁ ଅଧିକ କ୍ଷୀର ଦେଉଥିବା ଗାଈ ରଖିବା ଉଚିତ୍ । ଏଥିପାଇଁ ସଙ୍କର ଜାତୀୟ ଜସି, ହୋଲଷ୍ଟିନ୍ ବା ବ୍ରାଉନ୍ ସ୍ତିସ୍ ଜାତୀୟ ଗାଈ ରଖିବା ଆବଶ୍ୟକ ।

ଉପଯୁକ୍ତ ଗୁହାଳ –

ଗାଈମାନଙ୍କର ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଭଲ ଗୁହାଳ କରିବା ଦରକାର । ଗୁହାଳର ଚଟାଣ ଓ କାନ୍ଥ ଇଟା, ସିମେଣ୍ଟରେ ହେବା ଏକାନ୍ତ ଆବଶ୍ୟକ । ଗୁହାଳ ଏପରି ଭାବରେ କରିବା ଉଚିତ, ଯାହାଦ୍ଵାରା କି ଗାଈମାନଙ୍କୁ ସହଜରେ ଦାନା ପାଣି ଇତ୍ୟାଦି ଦେଇ ହେବ ଓ ସେମାନଙ୍କର ଯତ୍ନ ନେବାରେ ଅସୁବିଧା ହେବ ନାହିଁ ।

ସୁଷମ ଖାଦ୍ୟ –

ଦୁଧିଆଳୀ ଗାଈମାନଙ୍କୁ ସୁଷମ ଖାଦ୍ୟ ଦେବା ଉଚିତ୍ । ଅଧୁଙ୍କ ଦୁଗ୍ଧ ପାଇବାକୁ ହେଲେ ଗାଈର ଆବଶ୍ୟକତା ଅନୁସାରେ ନିୟମିତ ଦାନା ଦେବା ଦରକାର । ଦିନଟିଏ ଦାନା ଦେବାରେ ଅସୁବିଧା ହେଲେ ସେମାନଙ୍କର ଦୁଗ୍ଧ ପରିମାଣ ମଧ୍ୟ କମିଯିବାର ସମ୍ଭାବନା ଥାଏ ।

ପାସ ଯୋଗାଣ –

ଘାସ ଗାଈମାନଙ୍କର ପ୍ରାକୃତିକ ଖାଦ୍ୟ । ଆମ ପ୍ରାଣୀ ବିଶେଷଜ୍ଞମାନଙ୍କ ମତରେ ଗୋଟିଏ ଭଲ ଦୁଧିଆଳୀ ଗାଈକୁ ଦିନକୁ ଖୁବ୍ କମ୍ରେ ୨୦ ରୁ ୨୫ କିଲୋଗ୍ରାମ୍ କଞ୍ଚାଘାସ ଖାଇବାକୁ ଦେବା ଉଚିତ୍ । ଘାସ ଖାଇବା ଫଳରେ ଗାଈର ସ୍ଵାସ୍ଥ୍ୟ ଭଲ ରହେ ଓ ସେ ନିୟମିତ କ୍ଷୀର ଦେଇଥାଏ । ଘାସ ଖାଇବା ଦ୍ଵାରା ଦାନା ଖର୍ଚ୍ଚ ମଧ୍ୟ କମିଯାଇଥାଏ ।

ରୋଗ ପ୍ରତିଷେଧକ ବ୍ୟବସ୍ଥା –

କଥାରେ ଅଛି, ରୋଗର ଚିକିତ୍ସା କରିବା ଅପେକ୍ଷା ରୋଗ ନ ହେବା ପାଇଁ ବ୍ୟବସ୍ଥା କରିବା ଉଚିତ୍ । ଆଜିକାଲି ଅନେକ ଗୁଡ଼ିଏ ରୋଗ ଯଥା – ସାହାଣ, ବଜବଜିଆ, ଫାଟୁଆ, ଆକ୍ତାକୁ, ଚିଣ୍ଡର ପେଷ୍ଟ ପ୍ରଭୃତି ରୋଗ ନ ହେବା ପାଇଁ ଟୀକା ମିଳୁଅଛି । ଆପଣ ପ୍ରାଣୀ ଚିକିତ୍ସକଙ୍କ ସହିତ ପରାମର୍ଶ କରି ଏହିସବୁ ରୋଗ ପାଇଁ ଟୀକା କରାଇ ନେବା ଏକାନ୍ତ ଆବଶ୍ୟକ । ସେହିପରି ଯଦି ଗାଈମାନଙ୍କୁ ରୋଗ ହୁଏ, ତେବେ ସଙ୍ଗେ ସଙ୍ଗେ ପ୍ରାଣୀ ଚିକିତ୍ସକଙ୍କୁ ଡାକି ଚିକିତ୍ସା ଆରମ୍ଭ କରିନେବା ଉଚିତ୍ ।

ପଶୁବୀମା –

ଆପଣମାନେ ଜାଣି ଖୁସି ହେବେ ଯେ, ଆଜିକାଲି ଗାଈ, ମଇଁଷି ପ୍ରଭୁତିଙ୍କର ବୀମା କରାଯାଉଅଛି । ଗାଈ ଦାମ୍ବର ମାତ୍ର ଶତକଡ଼ା ୫ ହାରରେ ପ୍ରିମିଅମ୍ ଦେଇ ବୀମା କରାଯାଇ ପାରିବ । ଯଦି କୌଣସି କାରଣରୁ ଅକସ୍ମାତ ଗାଈ ମରିଯାଏ, ତେବେ ବୀମା କମ୍ପାନୀଠାରୁ ଗାଈର ଦାମ୍ ମିଳିପାରିବ । ତେଣୁ ଏ ଦିଗରେ କୌଣସି ଚାଷୀ ହେଳା କରିବା ଉଚିତ୍ଵ ନୁହେଁ ।

ଦୁଗ୍ଧ ବିକ୍ରୀ

ଗୋପାଳନକୁ ବ୍ୟବସାୟ ଭାବରେ ଦେଖିବାକୁ ହେଲେ, ଦୁଗ୍ଧ  ବିକ୍ରି କରିବା ପାଇଁ ବନ୍ଦୋବସ୍ତ କରିବା ଉଚିତ୍ । ଆଜିକାଲି ପୁରୀ, କଟକ, ଢେଙ୍କାନାଳ, କେନ୍ଦୁଝର, ଗଞ୍ଜାମ ଓ ଗଜପତି ପ୍ରଭୃତି ଅଧୁକାଂଶ ଜିଲ୍ଲାରେ ସମବାୟ ଭିଭିରେ ଓମ୍‌ଫେଡ୍ ଦ୍ଵାରା ଦୁଗ୍ଧର କ୍ରୟ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଅଛି । ଏହି ସଂସ୍ଥା ଚାଷୀମାନଙ୍କ ଠାରୁ ନିୟମିତ ଦୁଗ୍ଧ ସଂଗ୍ରହ କରି ଆଶୁଅଛନ୍ତି । ସେହିପରି ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଦୁଗ୍ଧ ବିକ୍ରି କରିବା ପାଇଁ ବ୍ୟବସ୍ଥା ହେଉଅଛି । ତେବେ ପ୍ରତ୍ୟେକ ଚାଷୀ ତା’ର ନିଜର ସୁବିଧା ଅନୁସାରେ ଦୁଗ୍ଧ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରିବା ଦରକାର ।

ଦୁଇଟି ଦୁଧିଆଳୀ ଗାଈ ପାଳନର ୱିମ୍ ବା ଯୋଜନା

  • ମୂଳଧନ ବିନିଯୋଗ ବା ଅଣ ପୁନଃପୌନିକ ଖର୍ଚ୍ଚ

କ) ଗୁହାଳ ତିଆରି (ଗାଈ ଓ ବାଛୁରୀ ଗୁହାଳ) ଖର୍ଚ୍ଚ

ଟ. ୨୮,୦୦୦.୦୦

ଖ) ଦୁଧିଆଳୀ, ଗାଈ କିଣା ଖର୍ଚ୍ଚ (ଗାଈ ପ୍ରତି ଟ ୨୫,୦୦୦/-)

ଟ.୫୦,୦୦୦.୦୦

ଗ)କ୍ଷୀର ଦୁହାଁ ବାଲ୍‌ଟି, ଦୁଗ୍ଧ କ୍ୟାନ୍, ଯନ୍ତ୍ରପାତି ଇତ୍ୟାଦି

ଟ. ୫,୦୦୦.୦୦

ମୋଟ  ଟ.୮୩,୦୦୦.୦୦

  • ପୁନଃପୌନିକ ଖର୍ଚ୍ଚ (ବର୍ଷକ ପାଇଁ)

କ) ଗୃହ ନିର୍ମାଣ ଖର୍ଚ୍ଚର ହ୍ରାସ ଜନିତ ବ୍ୟୟ ଭାର (୧୦ ପ୍ରତିଶତ ହାରରେ)

ଟ. ୨,୮୦୦.୦୦

ଖ) ପଶୁକିଣା ଖର୍ଚ୍ଚର ହ୍ରାସଜନିତ ବ୍ୟୟ ଭାର (୨୦ ପ୍ରତିଶତ ହାରରେ)

ଟ. ୧୦,୦୦୦.୦୦

ଗ) ଉପକରଣ/ପତ୍ରପାତି ବାବଦ ଖର୍ଚ୍ଚ ଟ୍ରାସ (୧୫ ପ୍ରତିଶତ ହୀରାରେ)

ଟ. ୭୫୦.୦୦

ଘ ) ସୁଷମ ଦାନା ଖର୍ଚ୍ଚ (କୁଇଣ୍ଟାଲ୍ ପ୍ରତି ଟ, ୧.୧୦୦/- ଦରରେ)

ଘାସ, ନଡ଼ା ଇତ୍ୟାଦି ଖର୍ଚ୍ଚ (କୁଇଣ୍ଟାଲ୍ ପ୍ରତି ଟ.୧୦୦/-ଦରରେ)

ଟ. ୩୫, ୨୦୦.୦୦

ଟ, ୮.୦୩୦.୦୦

ଙ) ପଶୁବୀମା ବାବଦକୁ ଖର୍ଚ୍ଚ (୫ ପ୍ରତିଶତ ହାରରେ)

ଟ. ୨,୫୦୦.୦୦

ଚ) ବ୍ୟାଙ୍କ ମୂଳଧନର ସୁଧ ବାବଦକୁ (୧୨ ପ୍ରତିଶତ ହାରରେ)

ଟ.୯,୯୬୦.୦୦

ଛ ) ପଶୁ ଚିକିତ୍ସା ଓ ଅନ୍ୟାନ୍ୟ ଖର୍ଚ୍ଚ

ଟ. ୫,୦୦୦.୦୦

ମୋଟ ଟ. ୭୪,୨୪୦.୦୦

  • ବାର୍ଷିକ ଆୟ

କ) ଦୁଗ୍ଧ ବିକ୍ରିରୁ ହାରାହାରି ଆୟ (ଗାଈ ପିଛା ବର୍ଷକୁ ୨୪୦୦ ଲିଟର ଓ ଲିଟର ୧୮ ଟଙ୍କା ହିସାବରେ)

ଟ.୮୬.୪୦୦.୦୦

ଖ) ଖତ ବିକ୍ରିରୁ ଆୟ (ଟନ୍ ପିଛା, ୩୦୦ ଟଙ୍କା)

ଟ. ୩,୦୦୦.୦୦

ଗ) ବାଛୁରୀ ବିକ୍ରୀ ବାବଦକୁ

ଟ. ୫,୦୦୦.୦୦

ଘ ) ଖାଲି ଦାନା ବିକ୍ରିରୁ

ଟ. ୫୦୦.୦୦

ମୋଟ ଟ. ୯୪,୯୦୦.୦୦

  • ଲାଭ କ୍ଷତି ହିସାବ

ବାର୍ଷିକ ନିଟ୍ ଲାଭ = ବାର୍ଷିକ ଆୟ – ବାର୍ଷିକ ପୁନଃପୌନିକ ଖର୍ଚ୍ଚ = ଟ. ୯୪,୯୦୦.୦୦ – ଟ. ୭୪,୨୪୦.୦୦ = ଟ. ୨୦,୬୬୦.୦୦

ଗୋଟିଏ ବର୍ଷରେ ଦୁଇଟି ଦୁଧିଆଳୀ ଗାଈ ରଖି ପ୍ରାୟ ୨୦,୦୦୦ ଟଙ୍କା ଲାଭ କରାଯାଇପାରିବ ଏବଂ ଏହିପରି ଭାବରେ ଉପରୋକ୍ତ ଯୋଜନାରୁ ଗ୍ରାମାଞ୍ଚଳର କୃଷକ, ଅର୍ଦ୍ଧଶିକ୍ଷିତ ଯୁବକ, ଅଶିକ୍ଷିତ ବେକାର ଓ କମ୍ କାର୍ଯ୍ୟ ପାଉଥବା ଗ୍ରାମୀଣ କୃଷି ଶ୍ରମିକ ବିଶେଷ ଉପକୃତ ହୋଇପାରିବେ ତଥା ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶରେ ନିଜକୁ ସାମିଲ କରିପାରିବେ ।

ସଂଗୃହିତ  -

ମୂଳ ବିଷୟବସ୍ତୁ

  1. ସ୍ଵର୍ଗତ ଡଃ ବିଭୂତି ଭୂଷଣ ରଥ
  2. ଡଃ ଅନ୍ତର୍ଯ୍ୟାମୀ ମହାନ୍ତି

ସଂଶୋଧିତ ବିଷୟବସ୍ତୁ

  1. ଡଃ ସୁରେନ୍ଦ୍ର ନାୟକ
  2. ଆସୋସିଏଟ ପ୍ରଫେସର

ପ୍ରାଣୀ ଉତ୍ପାଦନ ଓ ପରିଚାଳନା ବିଭାଗ

ପଶୁ ଚିକିତ୍ସା  ଓ ପଶୁପାଳନ ମହାବିଦ୍ୟାଳୟ, ଭୁବନେଶ୍ଵର

2.95652173913
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top