ହୋମ / କୃଷି / ପ୍ରାଣୀ ଧନ / ଗୋରୁ ଗାଈମାନଙ୍କର କେତେକ ପ୍ରଧାନ ରୋଗ ଓ ପ୍ରତିଷେଧ ବ୍ୟବସ୍ଥା -୧
ସେଆର କରନ୍ତୁ

ଗୋରୁ ଗାଈମାନଙ୍କର କେତେକ ପ୍ରଧାନ ରୋଗ ଓ ପ୍ରତିଷେଧ ବ୍ୟବସ୍ଥା -୧

ଗୋରୁ ଗାଈମାନଙ୍କର କେତେକ ପ୍ରଧାନ ରୋଗ ଓ ପ୍ରତିଷେଧ ବ୍ୟବସ୍ଥା -୧ ସମ୍ବନ୍ଧରେ ସୂଚନା ।

ରକ୍ତ କୃମି ଜନିତ ରୋଗ

ରକ୍ତକୃମି ଜନିତ ରୋଗମାନଙ୍କ ମଧ୍ୟରେ ଥେଲେରିଆସିସ୍, ବା ବେସିଓସିସ୍, ଟ୍ରିପାନୋସୋମିଆସିସ୍ ଓ ଆନାପ୍ଲାଜମୋସିସ୍ ରୋଗ ପ୍ରଧାନ ।

  • ଥେଲେରିଆସିସ୍ :
  • ଏହି ରକ୍ତ କୃମି ରୋଗ ଗୋରୁ ଓ ମଇଁଷିମାନଙ୍କୁ ହୋଇଥାଏ ଏବଂ ସଙ୍କର ଜାତୀୟ ବାଛୁରୀ, ଗାଈ ଓ ଷଣ୍ଟମାନଙ୍କ ପାଇଁ ଏହା ଏକ ମାରାତ୍ମକ ରୋଗ । ଥୋଲେରିଆ ଆନୁଲାଟା ନାମକ ରକ୍ତ କୃମି ଦ୍ଵାରା ଏହି ରୋଗ ସୃଷ୍ଟି ହୁଏ । ଟିଙ୍କମାନେ ରୋଗୀଣା ଗୋରୁର ରକ୍ତ ପିଇଲା ବେଳେ କୃମିକୁ ଆଣି ସୁସ୍ଥ ଗୋରୁଙ୍କ ରକ୍ତରେ ଛାଡ଼ି ଦିଅନ୍ତି । ଏହି କୃମିମାନେ ରକ୍ତ କଣିକା ମାନଙ୍କ ଭିତରେ ରହି ରକ୍ତ କଣିକାମାନଙ୍କୁ ନଷ୍ଟ କରିଦିଅନ୍ତି । ଏହି ରୋଗରେ ଗୋରୁଙ୍କୁ ଭୀଷଣ ଜ୍ଵର ହୁଏ ଓ ଗୋରୁ ଖାଇବା ପିଇବା ବନ୍ଦ କରିଦିଏ । ଚଟୁଆ ପାଖ ଲସିକା ଗ୍ରନ୍ଥି ଛୋଟ ବଲ୍ ଭଳି ଫୁଲିଯାଏ । ରକ୍ତରୁ ହିମୋଗ୍ଲୋବିନ୍ ପରିମାଣ କମିଯାଏ । ଶ୍ଵାସ ପ୍ରଶ୍ଵାସ କ୍ରିୟା ଦୁତ ଗତିରେ ବଢ଼ିଯାଏ । ଦିନକୁ ଦିନ ଗୋରୁ ଦୁର୍ବଳ ହୋଇଯାଏ । ଦୁଗ୍ଧଆଳୀ ଗାଈ କ୍ଷୀର ଦେବା କମାଇ ଦେଇ ଶେଷକୁ ପୁରା ବନ୍ଦ କରିଦିଏ ।

    ପ୍ରତିଷେଧ –

    ରୋଗ ହେବା ସଙ୍ଗେ ସଙ୍ଗେ ରକ୍ତ ଓ ଲସିକା ଗ୍ରନ୍ଥିରୁ ପ୍ରିୟର ନେଇ ପରୀକ୍ଷା କରାଇବା ଉଚିତ୍ । ଗୋରୁଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ତୁରନ୍ତ ଚିକିତ୍ସା କରିବା ଦରକାର । ଟିଙ୍କ ମାରିବା ପାଇଁ ଉପଯୁକ୍ତ ଔଷଧ ଠିକ୍ ପରିମାଣରେ ବ୍ୟବହାର କରିବା ଉଚିତ୍।

  • ବାବେସିଓସିସ୍ :
  • ଏହି ରୋଗର ଅନ୍ୟନାମ ହେଲା ଟିକ୍ ଫିଭର ଓ ରେଡ଼୍ ୱାଟର ଫିଭର । ସଙ୍କର ଜାତୀୟ ଗୋରୁଙ୍କର ଏହା ଅନ୍ୟ ଏକ ମାରାତ୍ମକ କୃମି ରୋଗ । ଗୋରୁ ଓ ମଇଁଷିମାନେ ବା ବେସିଆ ବାଇଜେମିନା ଓ ବା ବେସିଆ ଓଭିସ୍ ନାମକ କୃମି ଦ୍ଵାରା ଆକ୍ରାନ୍ତ ହୋଇ ଏହି ରୋଗରେ ପୀଡ଼ିତ ହୁଅନ୍ତି । ଏହି କୃମିମାନେ ଲୋହିତ ରକ୍ତ କଣିକାରେ ରହି ସେଗୁଡ଼ିକୁ ନଷ୍ଟ କରି ରୋଗ କରାନ୍ତି । କୃମି ଆକାରରେ ଲମ୍ବା ଓ ହଳିକିଆ ହୋଇ ଲୋହିତ ରକ୍ତ କଣିକାରେ ରହିଥାନ୍ତି । ରୋଗାକ୍ରାନ୍ତ ଗୋରୁଙ୍କଠାରୁ ବୁ ଫ।ଇଲସ୍ ଟିଙ୍କ ରକ୍ତ ସହ କୃମିକୁ ପେଟ ଭିତରକୁ ଶୋଷିନେଇ ପୁନର୍ବାର ସୁସ୍ଥ ଗୋରୁଙ୍କ ରକ୍ତରେ ଛାଡ଼ି ଦେଇ ରୋଗ ସୃଷ୍ଟି କରିଥାନ୍ତି । କୃମିମାନେ ରକ୍ତରେ ପହଞ୍ଚିବାର ୨-୩ ସପ୍ତାହ ପରେ ରୋଗର ଲକ୍ଷଣ ଦେଖାଯାଏ । ଏହି ରୋଗରେ ୧୦୬° ଫାରେନହାଇଟ ପର୍ଯ୍ୟନ୍ତ ଜ୍ଵର ହୁଏ । ଗୋରୁଟି ମାନ୍ଦା ରହେ, ଖାଇବାକୁ ଇଚ୍ଛା କରେ ନାହିଁ ଓ ରୋମନ୍ଥନ ବନ୍ଦ କରିଦିଏ । ଆଖି ତଳ ପତା, ଶେତା ପଡ଼ିଯାଏ ଓ ପରେ ହଳଦୀ ବର୍ଣ୍ଣ ହୋଇଯାଏ । ପରିସ୍ରାର ରଙ୍ଗ ଲାଲ ବା କଫି ବର୍ଣ୍ଣର ଦେଖାଯାଏ । କେତେକ କ୍ଷେତ୍ରରେ ଗୋରୁ ଏପରି ଲକ୍ଷଣ ଦେଖାଇବାର ୨୪ ଘଣ୍ଟା ଭିତରେ ମରିଯାଏ । ଗର୍ଭବତୀ ଗାଈମାନଙ୍କର ଗର୍ଭପାତ ମଧ୍ୟ ହୋଇଥାଏ ।

    ପ୍ରତିଷେଧ-

    ରୋଗୀଣା ଗୋରୁର ତୁରନ୍ତ ଚିକିତ୍ସା କରିବା ଦରକାର । ଗାଈମାନଙ୍କ ଦେହରୁ, ଗୁହାଳରୁ ଓ ଚାରଣ ଭୂମିରୁ ଟିଙ୍କମାନଙ୍କୁ ମାରିବା ପାଇଁ ଔଷଧ ସ୍ପ୍ରେ କରିବା ଉଚିତ୍ । ପ୍ରତିବର୍ଷ ଏହି ରୋଗର ପ୍ରତିଷେକ୍ଷକ ଟୀକା ଦେଲେ ରୋଗ ଜୋହାଇ ନଥାଏ ।

  • ଟ୍ରିପାନୋସୋମିଆସିସ୍ ବା ସରା :
  • ଗୋରୁ ବା ମଇଁଷିମାନଙ୍କ ଦେହରେ ଟ୍ରିପାନୋସୋମା ଇଭାନ୍ସି ନାମକ କୃମି ଦ୍ଵାରା ଏହି ରୋଗ ବ୍ୟାପେ । ଡାଆଁଶ, ମାଛି ଓ ଟିଙ୍କମାନେ ରୋଗୀଣା ଗୋରୁଠାରୁ ଏହି କୃମି ନେଇ ସୁସ୍ଥ ଗୋରୁଙ୍କ ଦେହରେ ଛାଡ଼ି ଏହି ରୋଗ କରାନ୍ତି । ବର୍ଷା ଦିନରେ ମାଛି ଓ ଡାଆଁଶମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନେ ଏହି ସମୟରେ ରୋଗ ବଢ଼ାଇବାରେ ସହାୟକ ହୁଅନ୍ତି ।

    ଏହି ରୋଗରେ ଗୋରୁ ଓ ମଇଁଷିମାନେ ସ୍ନାୟୁ ରୋଗର ଲକ୍ଷଣମାନ ଦେଖାଇଥାନ୍ତି । ସେମାନେ ପାଗଳ ଭଳି ଏଣେତେଣେ ଦୌଡ଼ନ୍ତି ଓ ଅନ୍ଧ ହୋଇଯାନ୍ତି । ଶେଷରେ ତଳେ ପଡ଼ିଯାଇ ବାଡ଼େଇ କଚାଡ଼ି ହୋଇ ମରିଯାନ୍ତି । ଏହି କୃମିମାନେ ମସ୍ତିଷ୍କର ରକ୍ତନଳୀ ବାଟ ବନ୍ଦ କରିଦେବାରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ ଓ ପଶୁଟି ହଠାତ୍ ମରିଯାଏ । କାରଣ ମସ୍ତିଷର କୋଷମାନ ଖାଦ୍ୟ ଓ ଅମ୍ଳଜାନ ଅଭାବରୁ ମରିଯାନ୍ତି ଓ ଆକ୍ରାନ୍ତ ପଶୁ ମଧ୍ୟ ମରିଯାଏ ।

    ପ୍ରତିଷେଧ-

    ବର୍ଷାଦିନ ମାନଙ୍କରେ ଗୋରୁ ମଇଁଷିଙ୍କର ରକ୍ତ ପରୀକ୍ଷା କରି ରୋଗର ଶୀଘ୍ର ଚିକିତ୍ସା କରିବା ଉଚିତ୍ । ମାଛି ଓ ଡାଆଁଶ ଦାଉରୁ ପଶୁମାନଙ୍କୁ ରକ୍ଷା କଲେ ଏରୋଗ ବିଶେଷ ଭାବେ ଦେଖାଯାଏ ନାହିଁ । ଏଣୁ ଗୁହାଳରେ ଓ ପଶୁଙ୍କ ଦେହରେ ଟିଙ୍କ ଓ ମାଛିମରା ଔଷଧ ବ୍ୟବହାର କରିବା ଦରକାର ।

ଅସଂକ୍ରମିତ ଅସୁସ୍ଥତା

ଏହି ପ୍ରକାର ଅସୁସ୍ଥତା ସାଧାରଣତଃ ଗୋଟିଏ ଗୋଟିଏ ଗୋରୁଙ୍କୁ ଆକ୍ରମଣ କରିଥାଏ । କିନ୍ତୁ ଏହା ପ୍ରାୟତଃ ଅନ୍ୟ ପଶୁମାନଙ୍କୁ ସଂକ୍ରମିତ କରି ନଥାଏ ।

ଗୋରୁ ଗାଈଙ୍କ କ୍ଷେତ୍ରରେ ବିଶେଷତଃ ଉତ୍କୃଷ୍ଟ ଦୁଗ୍ଧଆଳୀ ଗାଈଙ୍କ ଉପରେ ଶରୀର ପ୍ରକ୍ରିୟା ଜନିତ ଚାପ ତଥା ପରିପାଚନିକ ଅବ୍ୟବସ୍ଥା ଜନିତ ଚାପ ପଡ଼ିବା ଫଳରେ କେତେକ ଶାରୀରିକ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ । ଏହି ରୋଗ ଗୁଡ଼ିକର ଯଥାର୍ଥ ଚିକିତ୍ସା ଓ ପ୍ରତିରୋଧ ବ୍ୟବସ୍ଥା ଅବଲମ୍ବନ ନ କଲେ ଗୋପାଳନରେ ଯଥେଷ୍ଟ କ୍ଷତି ହେବାର ଆଶଙ୍କା ଥାଏ । ଏହି ପ୍ରକାର ରୋଗଗୁଡ଼ିକ ମଧ୍ୟରୁ କେତେକ ମୁଖ୍ୟ ରୋଗମାନଙ୍କ ଲକ୍ଷଣ ଓ ପ୍ରତିରୋଧ ବ୍ୟବସ୍ଥା ନିମ୍ନରେ ବର୍ଣ୍ଣନା କରାଗଲା ।

  • ଦୁଗ୍ଧ ଜ୍ଵର
  • ସାଧାରଣତଃ ସୁସ୍ଥ ସବଳ ଓ ବହୁତ କ୍ଷୀର ଦେଉଥିବା ବୟସ୍କ ଗାଈମାନଙ୍କୁ ଛୁଆ ଜନ୍ମ କଲାପରେ ଦୁଗ୍ଧ ଜ୍ଵର ହୋଇଥାଏ । ଏହି ରୋଗରେ ଗାଈମାନଙ୍କ ରକ୍ତରେ କ୍ୟାଲସିୟମ ଅଂଶ ବହୁତ କମିଯାଏ ଓ ମାଂସପେଶୀ ଗୁଡ଼ିକ ଦୁର୍ବଳ ହୋଇପଡ଼େ । ପ୍ରାୟତଃ ଗାଈ ମାନଙ୍କର ପ୍ରଥମ ଓ ଦ୍ଵିତୀୟ ଫଳରେ ଏହି ରୋଗ ନ ହୋଇ ୩ୟ ବା ତଦୂର୍ଦ୍ଧ ଫଳରେ ଏ ରୋଗ ଦେଖାଯାଏ ।

    ଲକ୍ଷଣ –

    ଏହି ରୋଗରେ ଗାଈ ପ୍ରଥମେ ଢଳ ଢଳ ହୋଇ ଚାଲେ ଓ ଚାଲିବାକୁ ଇଚ୍ଛା କରେ ନାହିଁ । ଆଖ୍ ଗୁଡ଼ିକ ଉନ୍ମୁଳ ନ ଦିଶି ସ୍ନାନ ଦେଖାଯାଏ ଏବଂ ଶରୀରର ଉରାପ ହ୍ରାସ ପାଏ । ଏଣୁ ଦୁଗ୍ଧ ଜ୍ଵରରେ ଅନ୍ୟାନ୍ୟ ଜ୍ଵର ଭଳି ଅଧିକ ତାପମାତ୍ରା ଦେଖାଯାଏ ନାହିଁ । ଗାଈ ତଳେ ପଡ଼ିରହେ ଓ ତାର ପକ୍ଷାଘାତ ଘଟେ । ଥୋମଣୀକୁ ନେଇ ଗୋଟିଏ ପାଖ ପେଟ ଉପରେ ରଖି ଶୋଇ ରହେ । ଥୋମଣୀ ଶୁଝାଯାଏ । ଶରୀର ଚମଡ଼ା ହାତକୁ ଥଣ୍ଡା ଲାଗେ ଓ ଶରୀରର ଉତ୍ତାପ ସାଧାରଣ ଉଭାପ ଠାରୁ କମ୍ ଥିବାର ଦେଖାଯାଏ । ରୋଗର ଶେଷ ଭାଗରେ ଗାଈ ତାର ଗୋଟିଏ କଡ଼ରେ ମୁଣ୍ଡକୁ ସିଧାସଳଖ ବିସ୍ତାର କରି ଭୂଇଁରେ ଶୋଇ ରହେ । ଏହି ସମୟରେ ଗାଈକୁ ନିମୋନିଆ ହୋଇପାରେ ଓ ତାର ପେଟ ଫାମ୍ପି ପାରେ । ଉପଯୁକ୍ତ ଚିକିତ୍ସା ଅଭାବରେ ଗାଈଟି ମୃତ୍ୟୁବରଣ କରେ ।

    ପ୍ରତିଷେଧ –

    ଏହି ରୋଗର ସଫଳ ଚିକିତ୍ସା ସ୍ଵରୂପ ୨୦% କାଲସିୟମ୍ ବୋରୋଗ୍ଲୁନେଟ୍ ୨୫୦ ରୁ ୫୦୦ ମି.ଲି., ବେକ ଶିରା ମାଧ୍ୟମରେ ଦିଆଯାଇଥାଏ । ଆବଶ୍ୟକ ହେଲେ ଦ୍ଵିତୀୟ ଓ ତୃତୀୟ ମାତ୍ରା ଇଂଜେକ୍‌ସନ୍ ମଧ୍ୟ ଦିଆଯାଏ । ଏହା ବ୍ୟତୀତ ପ୍ରସବ କରିବାର ପାଞ୍ଚଦିନ ପୂର୍ବରୁ ଦୈନିକ ୨୦ ରୁ ୨୫ ନିୟୁତ ୟୁନିଟ୍ ଖାଦ୍ୟପ୍ରାଣ ଘା' ଖୁଆଇଲେ ଦୁଗ୍ଧ ଜ୍ଵର ହେବାର ସମ୍ଭାବନା ହ୍ରାସ  ପାଇଥାଏ।

  • କିଟୋସିସ୍ ବା ଆସିଟୋନେମିଆ
  • ଗାଈର ଆବଶ୍ୟକତାଠାରୁ କମ୍ ଶକ୍ତି ଓ ଖାଦ୍ୟସାର ବିଶିଷ୍ଟ ଖାଦ୍ୟ ଖୁଆଇଲେ କିଟୋସିସ୍ ହୋଇଥାଏ । ଏହି ରୋଗରେ ରକ୍ତ, ମୂତ୍ର ଓ ଦୁଗ୍ଧରେ ଯଥେଷ୍ଟ ପରିମାଣର କିଟୋନ୍ ବଡ଼ି ଜମା ହେବାର ଦେଖାଯାଏ । ରକ୍ତ ଓ କଲିଜାରେ ଶର୍କରା ଭାଗ ଯେତିକି ରହିବା କଥା ତା ଠାରୁ କମ୍ ରହେ । ଏହି ରୋଗ ଦୁହାଁଳିଆ ଗାଈଙ୍କଠାରେ ବାଛୁରୀ ଜନ୍ମ କଲାପରେ ଦେଖାଯାଏ ।

    ଲକ୍ଷଣ –

    ଏହି ରୋଗର ଲକ୍ଷଣଗୁଡ଼ିକ ପ୍ରସବ ପରେ ୬ ସପ୍ତାହ ମଧ୍ୟରେ ଦେଖିବାକୁ ମିଳେ । ଗାଈ ପ୍ରସବ ପୂର୍ବରୁ ଓ ପରେ କମ୍ ଖାଦ୍ୟ ଖାଇଲେ ଏହି ରୋଗଦ୍ଵାରା ଆକ୍ରାନ୍ତ ହୋଇପାରେ । କେତେକ ସ୍ଥାନରେ ମୁରିକାରେ ଖାଦ୍ୟସାର ଅଭାବରୁ ମଧ୍ୟ ଏହା ରୋଗ ଗାଈଙ୍କଠାରେ ଦେଖାଯାଇଥାଏ । ଗାଈର ଦୁଗ୍ଧ ଉତ୍ପାଦନ ହଠାତ୍ ବ୍ୟାହତ ହୁଏ, ଗାଈ ଖାଦ୍ୟ ଖାଏ ନାହିଁ, ତା’ର ଶରୀର ଶୀଘ୍ର ଜୀର୍ଣ୍ଣଶୀର୍ଣ୍ଣ ହୋଇପଡ଼େ । ନିଃଶ୍ଵାସର ପବନ ଓ କ୍ଷୀର ମିଠାଳିଆ ବାସନା ହୁଏ । ତା’ର ମୂତ୍ର, ଦୁଗ୍ଧ ଓ ସେଦରୁ କିଟୋନ୍, ଗନ୍ଧ ବାହାରେ । ରକ୍ତ ପରୀକ୍ଷା କଲେ କିଟୋସିସ୍ ଆକ୍ରାନ୍ତ ଗୋରୁର ରକ୍ତରେ ୨୦ ରୁ ୬୦ ମିଲିଗ୍ରାମ୍ % କିଟୋନ୍ ଥିବା ଜଣାଯାଏ ଯାହାକି ସାଧାରଣ ଗୋରୁଙ୍କ ରକ୍ତରେ ୩ ରୁ ୫ ମିଲିଗ୍ରାମ୍ % ଥାଏ ।

    ପ୍ରତିଷେଧ –

    ଏହି ରୋଗର ଚିକିତ୍ସା ପାଇଁ ତୁରନ୍ତ ଗୁୋକାଜ ଇଂଜେକ୍‌ସନ୍ ରକ୍ତ ଶିରାରେ ଦିଆଯାଏ । ପ୍ରସବ ପୂର୍ବରୁ ଓ ଠିକ୍ ପରେ ପରେ ପ୍ରଚୁର ଶର୍କରାଯୁକ୍ତ ଖାଦ୍ୟ ଖୁଆଇଲେ, ଗାଈର ଶକ୍ତି ଆବଶ୍ୟକତା ପୂରଣ ହୋଇପାରିବ ଏବଂ ତାର ଗଚ୍ଛିତ ଚର୍ବି ବା ସ୍ପ୍ରେହସାରକୁ ଶକ୍ତି ଉତ୍ପାଦନରେ ସମ୍ଭାବନାକୁ ଏଡ଼ାଇ ଦେବ । ଯେଉଁ ଗାଈକୁ ଏ ରୋଗ ହୁଏ ସେ ଜନ୍ମ କଲାପରେ ତାକୁ ଦୈନିକ ୧୧୦ ଗ୍ରାମ୍ ହିସାବରେ ସୋଡ଼ିୟମ ପ୍ରୋପିଓନେଟ୍ ଦାନାରେ ଗୋଳି ୬ ସପ୍ତାହ ପର୍ଯ୍ୟନ୍ତ ଖାଇବାକୁ ଦେଲେ ଏହି ରୋଗ ହୋଇ ନଥାଏ । ବେଳେବେଳେ ସବୁ ଉପାୟ ବ୍ୟର୍ଥ ହୋଇଗଲେ ଗୁର୍ବେକାଛଟିକଏଡ୍ ଅବା ଔଷଧ ଇଂଜେକ୍‌ସନ୍ ଆକାରରେ ଦିଆଯାଏ । ଏହା ଶରୀରରେ ଥିବା ପୃଷ୍ଟିସାରରୁ ପ୍ରଚୁର ଗୁର୍ବେକାଜ ଉତ୍ପାଦନ କରେ ।

  • ପେଟ ଫମ୍ପା ବା ଟିମ୍ପାନି
  • ଗାଈର ଚରା ପାକସ୍ଥଳୀ ବା ରୁମେନ୍‌ରେ ଅଙ୍ଗାରକାମ୍ଳ ଓ ମିଥେନ୍ ନାମକ ଦୁଇଟି ଗ୍ୟାସ୍ ଉତ୍ପନ୍ନ ହୁଏ । ଏହା ସାଧାରଣତଃ ହାକୁଟି ଦ୍ଵାରା ପାଟି ବାଟେ ବାହାରି ଯାଏ । କିନ୍ତୁ ଯେତେବେଳେ ଏହି ଗ୍ୟାସର ଉତ୍ପାଦନ ଏହାର ବହିଷ୍କାର ଶକ୍ତିଠାରୁ ଅତ୍ୟଧିକ ହୋଇପଡ଼େ, ସେତେବେଳେ ଗୋରୁର ପେଟ ଫମ୍ପାଏ । ଏହା ଫଳରେ ରୁମେନ୍ ବେଲୁନ୍ ପରି ଫୁଲିଯାଏ ଓ ଏହାର ମାଂସପେଶୀ ଗୁଡ଼ିକ ପକ୍ଷାଘାତରେ ଆକ୍ରାନ୍ତ ହୁଏ ।

    ଲକ୍ଷଣ –

    ଅଧିକ ପରିମାଣରେ ରବି ଜାତୀୟ ଘାସ, ଶସ୍ୟ କିମ୍ବା ନଷ୍ଟ ହୋଇଥିବା ଶସ୍ୟ ଖାଇଲେ ଏହି ରୋଗ ହୋଇଥାଏ । ଲୋକେ ଗୋରୁଗାଈଙ୍କୁ ବାହାରକୁ ଚରିବାକୁ ଛାଡ଼ିଦିଅନ୍ତି । ସେମାନେ ଅଳିଆ ଆବର୍ଜନା ଖାଆନ୍ତି ଓ ଏହା ଫଳରେ ମଧ୍ୟ ପେଟ ଫମ୍ପା ରୋଗ ହୋଇଥାଏ ଏବଂ ଖାଦ୍ୟ ବିଷାକ୍ତ ରୋଗ ମଧ୍ୟ ହୋଇଥାଏ । କେତେକ କ୍ଷେତ୍ରରେ ଅତ୍ୟଧିକ ଭାବରେ ପେଟ ଫମ୍ପା ହୋଇ ପଶୁଟି ଅତିମାତ୍ରାରେ ଅଶ୍ଵସ୍ତି ବୋଧ କରେ ଓ ନିଃଶ୍ଵାସ ପ୍ରଶ୍ଵାସ ନେଇ ନ ପାରି ତା’ର ମୃତ୍ୟୁ ଘଟେ ।

    ପ୍ରତିଷେଧ –

    ଏହି ରୋଗରେ ଗୋରୁର ବାମ ପଟ ପେଟ ସ୍ଥାନଟି ଫୁଲି ଉଠେ । ତେଣୁ ଏହାର ଚିକିତ୍ସା ପାଇଁ ବାମ ପଟ ପେଟକୁ ଟ୍ରେକାର ଓ କାନୁଲା ସାହାଯ୍ୟରେ କଣା କରିଦେଲେ ଗ୍ୟାସ୍ ବା ବାୟୁ ନିର୍ଗତ ହୋଇଯାଏ କିମ୍ବା ପ୍ରୋବାଙ୍ଗ ପାଟି ବାଟେ ରୁମେନ୍ ଭିତରକୁ ପୁରାଇ ମଧ୍ୟ ଗ୍ୟାସ୍ ନିଷ୍କାସନ କରାଯାଇପାରେ । ଖାଦ୍ୟ ନଳୀରେ ଟାକୁଆ ବା ଟାଣ ଖାଦ୍ୟ ଅଟକି ରହିଲେ ରୁମେନରୁ ବାଷ୍ପ ବାହାରି ନ ପାରି ପେଟ ଫାମ୍ପିଯାଏ । ଏହି ଖାଦ୍ୟ ବା ଟାକୁଆକୁ ପ୍ରୋବାଙ୍ଗ ସାହାଯ୍ୟରେ ରୁମେନ୍ ଭିତରକୁ ଠେଲି ଦେଲେ ପେଟ ଫମ୍ପା କମିଯାଏ । ଏକ ଲିଟର ପାଣିରେ ୬୦ ରୁ ୧୨୦ ମି.ଲି.. ତାରପିନ୍ ତେଲ ମିଶାଇ ଖୁଆଇଲେ। ଏହା ଅଧିକ ଗ୍ୟାସ୍ ଉତ୍ପାଦନ ବନ୍ଦ କରାଏ ଏବଂ ଉତ୍ପନ୍ନ ଗ୍ୟାସକୁ ବହିଷ୍କାର କରାଇବାରେ ସାହାଯ୍ୟ କରେ । ଯଦି ଉଠିବା କିମ୍ବା ପିଇବାକୁ ସକ୍ଷମ ନ ହୁଏ ତେବେ ସିରିଞ୍ଜରେ ୧୦ ରୁ ୧୫ ମି.ଲି. ତାରପିନ୍ ତେଲ ନେଇ ସିଧାସଳଖ ରୁମେନ୍ ମଧ୍ୟକୁ ଛାଡ଼ିଦେବା ଦରକାର ।

  • ଇମ୍ପାକ୍‌ସନ୍ ବା ଖାଦ୍ୟ ଗୁମା ରୋଗ
  • ଗୋରୁମାନେ ଅଧିକା ଶର୍କରା ଅଂଶ ଥିବା ଖାଦ୍ୟ ବହୁତ ଖାଇଲେ, ପାକସ୍ଥଳୀ ବା ରୁମେନ୍‌ରେ ଏଥିରୁ ଅଧିକ ଲାକ୍ଟିକ୍ ଅମ୍ଳ ଉତ୍ପନ୍ନ ହୋଇ ଖାଦ୍ୟ ହଜମ କରିବାରେ ବ୍ୟାଘାତ ଘଟାଏ । ଲାକ୍ଲିକ୍ ଅମ୍ଳର ପ୍ରାଧାନ୍ୟ ଯୋଗୁଁ ଶରୀର ବିଷାକ୍ତ ହୋଇଯାଏ ଓ ଶରୀରର ଜଳୀୟ ଅଂଶ ସବୁ ଆସି ପାକସ୍ଥଳୀରେ ଭରି ହୋଇଯାଏ । ଏହାଦ୍ଵାରା ଗୋରୁ ଶୁଖିଲା ଦେଖାଯାଏ । ରୁମେନ୍‌ର ସଙ୍କୋଚନ ଓ ପ୍ରସାରଣ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ । ପଶୁଟି ନ ଖାଇ ନ ପିଇ ଦୁର୍ବଳ ହୋଇଯାଇ ଶେଷରେ ମରିଯାଏ ।

    ଲକ୍ଷଣ –

    ଯଥେଷ୍ଟ ପରିମାଣର ଶସ୍ୟ ରୁମେନରେ ଗଦା ରହିବାରୁ ଗୋରୁକୁ କଷ୍ଟ ହୁଏ, ବାରମ୍ବାର ନାତ ମାରେ, ଖାଇବା ଓ ପିଇବା ବନ୍ଦ କରିଦିଏ । ରୁମେନ୍‌ର କାର୍ଯ୍ୟ କରିବା ଶକ୍ତି କମିଯାଏ ଓ ରୋମନ୍ଥନ ବନ୍ଦ ହୋଇଯାଏ । ଗୋରୁ ସବୁବେଳେ ଶୋଇ ରହେ, ଶରୀରର ଉତ୍ତାପ କମିଯାଏ, ହୃତ୍‌ପିଣ୍ଡର ଗତି ଓ ଶ୍ଵାସ ପ୍ରଶ୍ଵାସର ବେଗ ବଢ଼ିଯାଏ । ଚୁମନ୍ତେନ୍ ଭିତରେ ଶସ୍ୟ ଓ ପାଣି ଭରି ହୋଇ ରହିବାରୁ ଡବ୍ ଡବ୍ ଶବ୍ଦ ହୁଏ । ବାହାରୁ ଆଙ୍ଗୁଠି ଦ୍ଵାରା ରୁମେନକୁ ଚିପିଲେ ଚିପି ହୋଇଥିବା ଖାଲ ଚିହ୍ନ କିଛି ସମୟ ରହେ । ପରିସ୍ରା କମ୍ ବା ଆଦୌ ହୁଏ ନାହଁ । ବହୁତ ପରିମାଣରେ ତରଳ ଝାଡ଼ା ହୁଏ । ବେଳେ ବେଳେ ଝାଡ଼ାରେ ଗୋଟା ଶସ୍ୟ ଆସିବାର ଦେଖାଯାଏ । ଲକ୍ଷଣ ଦେଖାଯିବାର ୭୨ ଘଣ୍ଟା ଭିତରେ ଗୋରୁର ଚିକିତ୍ସା ନ କଲେ ମରିଯାଏ ।

    ପ୍ରତିଷେଧ –

    ଏହି ରୋଗ ହେବା ସଙ୍ଗେ ସଙ୍ଗେ ଚିକିତ୍ସା କରିବା ଦରକାର ବା ଅପରେସନ୍ କରି ରୁମେନ୍‌ରେ ଭରି ହୋଇଥିବା ଶସ୍ୟ ସବୁ ବାହାର କରିଦେବା ଭଲ । ନଡ଼ା କାଟି ବତୁରାଇ ଶସ୍ୟ ଗୁଣ୍ଡ ସହିତ ଗୋଳାଇ ଖାଇବାକୁ ଦେଲେ ଏ ରୋଗ ହୋଇ ନଥାଏ । ଭୋକିଲା କିମ୍ବା ଉପାସ ଥିବା ଗୋରୁକୁ ଯଥେଷ୍ଟ ପରିମାଣର ଶୁଖିଲା ଗୁଣ୍ଡ ଶସ୍ୟ ବା ଗୋଟା ଶସ୍ୟ ଖାଇବାକୁ ଦେବା ଅନୁଚିତ୍ । ବେଙ୍ଗଳାରୁ ପାଚିଲା ଧାନ କ୍ଷେତକୁ ଗୋରୁ ଯେପରି ବହୁତ ଶସ୍ୟ ନ ଖାଆନ୍ତି ସେଥିପ୍ରତି ସାବଧାନ ରହିବା ଆବଶ୍ୟକ ।

  • ବଦହଜମି
  • ଗୋରୁଙ୍କୁ ଦାନା ସହିତ ଭଲ ଧରଣର ନଡ଼ା ଖାଇବାକୁ ନ ଦେଲେ ବା ପୃଷ୍ଟିକାରକ ଖାଦ୍ୟ କମ୍ ଦିଆଗଲେ ବା ଫିମ୍ପି ହୋଇଥିବା ଖାଦ୍ୟ ଖାଇବାକୁ ଦେଲେ ବା ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଖାଦ୍ୟ ଖାଇବାକୁ ଦେଲେ ବା ଖାଦ୍ୟର ପରିବର୍ତ୍ତନ କଲେ ଏହି ରୋଗ ହୋଇଥାଏ । ଆଣ୍ଟିବାୟୋଟିକ୍ସ ଓ ସଲ୍‌ଫା ଔଷଧମାନ ବହୁତ ଦିନ ଧରି ଖୁଆଇଲେ ହଜମରେ ସାହାଯ୍ୟ କରୁଥିବା ଜୀବାଣୁ ଓ କୃମିମାନେ ମରିଯାଇ ମଧ୍ୟ ବଦହଜମି ରୋଗ କରାନ୍ତି ।

    ଲକ୍ଷଣ –

    ଏହି ରୋଗରେ ଆକ୍ରାନ୍ତ ଗୋରୁ ଖାଇବାକୁ ଇଚ୍ଛା କରେ ନାହିଁ । ଗାଈର କ୍ଷୀର ଦେବା ପରିମାଣ ଆସ୍ତେ ଆସ୍ତେ କମିଯାଏ । ସେ ମାନ୍ଦା ହୋଇ ରହେ, ରୋମନ୍ଥନ ବନ୍ଦ ହୋଇଯାଏ ଓ ଝାଡ଼ା କଠିନ ହୁଏ । ଫିମ୍ପି ମାରିଥିବା ନଡ଼ା ବା ଖାଦ୍ୟ ଖାଇଥିଲେ ତରଳ ଝାଡ଼ା ହୁଏ । ଶରୀରର ଉତ୍ତାପ, ନାଡ଼ିର ଗତି ଓ ଶ୍ଵାସକ୍ରିୟାର କୌଣସି ପରିବର୍ତ୍ତନ ଦେଖାଯାଏ ନାହିଁ।

    ପ୍ରତିଷେଧ –

    କାରଣ ନିରୂପଣ କରି ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ।

    1. ଝାଡ଼ା ହେବା ଔଷଧ ଖୁଆଇଲେ ଝାଡ଼ା ପରିଷ୍କାର ହେବା ସହ ଖାଇବା ଓ ହଜମ ଶକ୍ତି ବଢ଼େ ।
    2. ସୁସ୍ଥ ଗାଈ ରୁମେନ୍‌ରୁ ପ୍ରୋବାଙ୍ଗ ସାହାଯ୍ୟରେ ରୁମେନ୍‌ର ତରଳ ଅଂଶ ବାହାର କରି ରୋଗୀଣା ଗାଈକୁ ପିଆଇଲେ ହଜମ ଶକ୍ତି ଫେରି ଆସେ ।
    3. ରୁମେନ୍‌ର କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ଉପଯୁକ୍ତ ଔଷଧ ଖୁଆଇଲେ ବା ଇଞ୍ଜେକ୍‌ସନ୍ ଆକାରରେ ଦେଲେ, ବଦହଜମି ଭଲ ହୋଇଥାଏ ।
    4. ଦାନା ପରିବର୍ତ୍ତନ ବାରମ୍ବାର କରିବା ଅନୁଚିତ୍ ଓ ଫିମ୍ପି ମାରି ଯାଇଥିବା ନଡ଼ା ବା ଦାନା ଗୋରୁଙ୍କୁ ଖାଇବାକୁ ଦେବା ଆଦୌ ଉଚିତ୍ ନୁହେଁ ।
    5. ଗୋରୁର ହଜମ ପାଇଁ ଦୈନିକ ବ୍ୟାୟାମ ହିସାବରେ ଘାସ ଚରିବା ଓ କାମ କରାଇବା ଦରକାର।
    6. ଦୈନିକ ଯଥେଷ୍ଟ ପରିମାଣର ପରିଷ୍କାର ପାଣି ପିଇବାକୁ ଦେଲେ ଖାଦ୍ୟ ଠିକ୍ ଭାବରେ ହଜମ ହୁଏ ।
  • ଘାସ ଧନୁଷ୍ଟଙ୍କାର
  • ଗୋରୁମାନଙ୍କର ରକ୍ତ ପ୍ରବାହରେ ବେଳେ ବେଳେ ମାଗନେସିୟମର ଅଭାବ ପରିଲକ୍ଷିତ ହୁଏ । ଏହା ସାଙ୍ଗକୁ କାଲସିୟମ୍ ର  ମଧ୍ୟ ଅଭାବ ଘଟିଥାଏ । ଫଳରେ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀରେ ତୃଟି ଦେଖାଯାଏ ଓ ଗୋରୁ ଢଳି ଢଳି ଚାଲନ୍ତି । ମାଂସପେଶୀ ଉପରୁ ସେମାନେ ତାଙ୍କର ନିୟନ୍ତ୍ରଣ ହରାଇଥାନ୍ତି । ଏମାନେ କିଛି ସମୟ ଥରି ଥରି ତଳେ ପଡ଼ି ପ୍ରାଣ ହରାଇଥାନ୍ତି । ଏହି ରୋଗ ପ୍ରଚୁର ଘାସ ଚରିବା ପରେ ପରେ ହେଉଥିବାରୁ ଏହାକୁ ଘାସ ଧନୁଷ୍ଟଙ୍କାର ରୋଗ କୁହାଯାଏ ।

    ଲକ୍ଷଣ –

    ଶରୀରରେ ମାଗ୍ନେସିୟମର ଅଭାବ ହେଲେ ଗୋରୁ ଖାଇବା ବନ୍ଦ କରିଦିଏ । ସାରା ଶରୀର ଓ କାନର ମା'ସପେଶୀମାନ ଥାରେ ଏବଂ ବାତ ମାରେ । ଗାଈ ସବୁବେଳେ ବୋବାଏ ଓ ପାଗଳଙ୍କ ପରି ଏପାଖ ସେପାଖ ଦୌଡ଼େ । ଗାଈ ଦୁର୍ବଳ ହୋଇଯାଇ ଶୋଇ ରହେ । ମୁଣ୍ଡ ପିଠି ଆଡ଼କୁ ଧନୁ ଭଳି ଭାଙ୍ଗି କରି ରଖେ । ପାଟିରୁ ଫେଣ ବାହାରେ । ନାଡ଼ି ଓ ଶ୍ଵାସକ୍ରିୟାରେ ଗତି ବଢ଼ିଯାଏ । ରୋଗର ସଙ୍ଗେ ସଙ୍ଗେ ଚିକିତ୍ସା ନ କଲେ ଗାଈ ମରିଯାଏ ।

    ପ୍ରତିଷେଧ  -

    1. କାଲସିୟମ ଗ୍ଲକୋନେଟ୍ ସହିତ ମାଗନେସିୟମ୍ ମିଶାଇ ରକ୍ତ ଶିରାରେ ଇଂଜେକ୍‌ସନ୍ ଦେଲେ ସଙ୍ଗେ ସଙ୍ଗେ ଉପକାର ମିଳେ ।
    2. ରୋଗ ନ ହେବା ପାଇଁ ଦୈନିକ ୬୦ ରୁ ୧୨୦ ଗ୍ରାମ୍ ପର୍ଯ୍ୟନ୍ତ ମାଗ୍ନେସିୟମ୍ ଅକ୍ସାଇଡ଼୍ ଦାନାରେ ଗୋଳାଇ ଖାଇବାକୁ ଦିଆଯାଏ ।
    3. ଚାରଣ ଭୂମିରେ କାଲସିନାଇଡ଼୍ ମାଷ୍ଟ୍ରେସାଇଟ୍ ବା ମାଗ୍ନେସିକ୍ ଲାଇ ମୋଷ୍ଟାନ୍ ସ୍ପ୍ରେ କରି ଘାସରେ ମାଗ୍ନେସିୟମର ଅଭାବ ପୂରଣ କରାଯାଇପାରିବ ।
  • ଗୋରୁଙ୍କ ବିଷକ୍ରିୟା ଜନିତ ରୋଗ
  • ଗୋରୁଗାଈ ଚରିଲାବେଳେ ବିଭିନ୍ନ ପ୍ରକାର ଘାସ, ଗଛର ପତ୍ର, ଡାଳ, ଦଳ, ଶିଉଳି ଓ ଫିମ୍ପି ମାରିଥିବା ଖାଦ୍ୟ ଖାଇଥାନ୍ତି । ବେଳେ ବେଳେ ଏହି ସବୁ ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥ ଗୋରୁର ବିଶେଷ କ୍ଷତି କରେ । ହଜମ ପ୍ରକ୍ରିୟା ସମୟରେ ଏହି ଖାଦ୍ୟରୁ ବିଷ ବାହାରି ରକ୍ତରେ ମିଶି ଗୋରୁଙ୍କୁ ରୋଗାକ୍ରାନ୍ତ କରିଥାନ୍ତି ଓ ଗୋରୁ ମୃତ୍ୟୁ ମୁଖରେ ପଢ଼ନ୍ତି । କେତେକ ରାସାୟନିକ ପଦାର୍ଥ ଖାଇବା ଦ୍ଵାରା ମଧ୍ୟ ଗୋରୁ ଗାଈ, ଅନେକ ବିଷାକ୍ତ ରୋଗଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ଉଭିଦ ଜନିତ ବିଷକ୍ରିୟାକାରୀ କାରଣ ଗୁଡ଼ିକ ମଧ୍ୟରେ ବ୍ରାକନ ଫର୍ଣ୍ଣ ଗଛ, ନାଗଅଇରି ଗଛର ପତ୍ର, କୋଚିଲା ପତ୍ର, ଆଇପୋମିଆ ଗଛର ପତ୍ର, ରାଇ ଘାସ, ମିଠା କେକ୍ସଭର ବୁଦାର ପତ୍ର ଓ ଡାଳ, ଲୁପାଇନ୍ ଗଛର ଫଳ, ଶିଉଳି ଓ ଫିମ୍ପି ମାରିଥିବା ବାଦାମ ପିଡ଼ିଆ ବା ଅନ୍ୟାନ୍ୟ ଖାଦ୍ୟ ଯେଉଁଥିରେ ଆଫ୍ ଟକ୍ସିନ୍ ଭରପୁର ଥାଏ। ସେ ସବୁ ପ୍ରଧାନ । ରାସାୟନିକ ଦ୍ରବ୍ୟ ମଧ୍ୟରେ ମଲିବ୍ଡେନମ୍, ଫ୍ଲୋରିନ୍, ସେଲେନିୟମ, ନାଇଟ୍ରେଟ୍, ସୀସା, ସଖୁଆ ଆଦି ପ୍ରଧାନ ।

    ଲକ୍ଷଣ –

    ମୋଟା ମୋଟି ଭାବରେ ଗୋରୁ ଉପରୋକ୍ତ ବିଷାକ୍ତ ଖାଦ୍ୟ ଖାଇଲା ପରେ ହଜମ ପ୍ରକ୍ରିୟା ଦ୍ଵାରା ବିଷ ଖାଦ୍ୟରୁ ନିର୍ଗତ ହୋଇ ରକ୍ତରେ ମିଶେ । ରକ୍ତରେ ବିଷ ଶରୀରକୁ ଯାଇ ବିଷାକ୍ତ କରିଦିଏ । ବିଭିନ୍ନ ବିଷାକ୍ତ ଖାଦ୍ୟର ପ୍ରଭାବରରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ  । ମୁଖ୍ୟତଃ ବିଷ ପ୍ରକ୍ରିୟାରେ ଗୋରୁଙ୍କ ଯକୃତ ଓ ବୃକକ୍ ବିଶେଷ କ୍ଷତିଗ୍ରସ୍ତ ହୋଇଥାଏ । ବିଷାକ୍ତ ଖାଦ୍ୟର ପ୍ରଭାବରେ ସ୍ନାୟୁ କାର୍ଯ୍ୟକ୍ଷମ ହୋଇ ନଥାଏ । ଶରୀରର ଚମଡ଼ାର ବିଭିନ୍ନ ସ୍ଥାନରେ କ୍ଷତମାନ ଦେଖାଯାଏ । କେତେକ ସ୍ଥଳରେ ରକ୍ତ ଶିରାରୁ ରକ୍ତ ନିର୍ଗତ ହୋଇ ଚାଲେ । ଗାଈର କ୍ଷୀର ଜରିଆରେ ବିଷ ନିର୍ଗତ ହୋଇ ମନୁଷ୍ୟକୁ ମଧ୍ୟ ଆକ୍ରାନ୍ତ କରେ । ଗୋରୁଙ୍କ ହୃତପିଣ୍ଡ ଓ ପ୍ଳୀହା ବଡ଼ ଆକାର ହୋଇଯାଏ ଏବଂ କାର୍ଯ୍ୟକ୍ଷମତା ବାଧାପ୍ରାପ୍ତ ହୁଏ ।

    ବିଷ ପ୍ରକ୍ରିୟା ଯୋଗୁଁ ଗୋରୁ ଦିନକୁ ଦିନ ଦୁର୍ବଳ ହୋଇଯାଏ । ନିଃଶ୍ଵାସ ଓ ପ୍ରଶ୍ଵାସ ନେବା ଆଣିବାରେ କଷ୍ଟକର ହୋଇଥାଏ । କେତେକ ବିଷ ଖାଇବା ପରେ ଗୋରୁ ହଠାତ୍ ମରିଯାଇଥାଏ । କେତେକ କ୍ଷେତ୍ରରେ ସ୍ନାୟୁଗତ ସମସ୍ୟା ଦେଖା ଦେଇଥାଏ । ଗୋରୁ କେତେକ କ୍ଷେତ୍ରରେ ଅନ୍ଧ ହୋଇଯାଏ ଓ ତା ପକ୍ଷରେ ଚାଲିବା କଷ୍ଟକର ହେତୁ ବୁଲି ବୁଲି ପଡ଼ିଯିବା ଦେଖାଯାଏ । ବେଳେ ବେଳେ ତରଳ ଝାଡ଼ା ହୁଏ । ଝାଡ଼ା ରଙ୍ଗରେ ପରିବର୍ତ୍ତନ ହୁଏ । ଗୋରୁ ଦେହରେ ଖରା ବାଢିଲେ ପୋଡ଼ା ଜ୍ଵଳା ହୁଏ ଓ ଚମଡ଼ାରେ କ୍ଷତ ଦେଖାଯାଏ । ତା’ର ମାଂସପେଶୀମାନ ଥରେ । ରୁମେନ୍‌ରୁ ଖାଦ୍ୟ ଓ ପାଣି ବାନ୍ତି ହୋଇ ନାକ ବାଟେ ବାହାରେ । ଗାଈ ଗର୍ଭବତୀ ଅଲେ ଗର୍ଭପାତ ହୁଏ ଏବଂ ଗାଈର ଗର୍ଭଧାରଣ ଶକ୍ତି ନଷ୍ଟ ହୋଇଯାଏ । ଗାଈକୁ କାମଳ ରୋଗ ହୁଏ । ଯକୃତ ବିଶେଷ ଭାବରେ ନଷ୍ଟ ହୋଇଯାଏ । ପାଟିରୁ ସବୁବେଳେ ଲାଳ ବୋହୁଥାଏ । ଗୋରୁଗାଈ ଖାଇବାକୁ ଇଚ୍ଛା କରନ୍ତି ନାହିଁ ଓ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡନ୍ତି ।

    ରାସାୟନିକ ମଲିବଡେନମ୍ ବିଷ ପ୍ରକ୍ରିୟା ଯୋଗୁଁ ଗୋରୁଙ୍କର ଖୁବ୍ ଝାଡ଼ା ହୁଏ, ସେମାନେ ଦୁର୍ବଳ ହୋଇଯାନ୍ତି । ରକ୍ତହୀନତା ଘଟେ ଓ ଲୋମର ବର୍ଣ୍ଣ ମଉଳିଯାଏ । ଶିଳ୍ପାୟନ ଯୋଗୁଁ ଧୂଆଁ ଓ ଧୂଳି ସହିତ ମୂରିକା ଓ ଉଭିଦରେ ଫେରିନ୍‌ର ମାତ୍ରା ଅଧିକ ହୋଇ ବାଛୁରୀ ମାନଙ୍କର ଅସ୍ଥି ଓ ଦନ୍ତରେ କାଲସିୟମ୍ ଜମିବା ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ପ୍ରାପ୍ତ ବୟସ୍କ ଗୋରୁଙ୍କ ଦାନ୍ତ ଅତିଶୟ ମାତ୍ରାରେ ଖାଇଯାଏ ଓ ଅସ୍ଥି ଆକ୍ରାନ୍ତ ହୋଇ ଗଣ୍ଠି ସିଧା ହୁଏ ନାହିଁ ଏବଂ ଗୋରୁ ଛୋଟେଇ ଛୋଟେଇ ଚାଲେ । ସେଲେନିୟମ୍ ବିଷ ପ୍ରକ୍ରିୟାରେ ଗୋରୁର ଶିଙ୍ଗ କର୍କଶ ହୁଏ, ଖୁରାରେ ତ୍ରୁଟି ଦେଖାଯାଏ, ଖୁରା ନଷ୍ଟ ହୋଇଯାଏ, ଲାଞ୍ଜରୁ ଲୋମ ଝଡ଼ିଯାଏ ଏବଂ ଗୋରୁର ପ୍ରଜନନ ପ୍ରଣାଳୀରେ ଅସୁବିଧା ଦେଖାଯାଏ । ମରୁଡ଼ି ଯୋଗୁ ବାଜରା, ମକା, ସୋରଘମ୍ ପ୍ରଭୃତି ସବୁଜ ଗୋ ଖାଦ୍ୟ ବଢ଼ି ନ। ପାରି ଶୁଖିଗଲେ ସେଥିରେ ନାଇଟ୍ରେଟ୍ ପରିମାଣ ବୃଦ୍ଧି ପାଏ । କାରଣ ଗଛ ଶୁଖିପିବା ଫଳରେ ନାଇଟ୍ରେଟ୍ ନାଇଟ୍ରାଇଟରେ ପରିଣତ ହୋଇପାରେ ନାହିଁ । ଏପରି ଉଭିଦ ଖାଇଲେ ଗୋରୁର ପେଟରେ ନାଇଟ୍ରେଟ ନାଇଟ୍ରାଇଟରେ ପରିଣତ ହୁଏ ଏବଂ ଏହା ଶୋଷି ହୋଇ ରକ୍ତ ପ୍ରବାହରେ ପ୍ରବେଶ କରେ । ଏହି ନାଇଟ୍ରାଇଟ୍ ଲାଲ ରକ୍ତ କଣିକାର ଅମ୍ଳଜାନ ବହନ ଶକ୍ତି ସହିତ ବାନ୍ଧି ହୋଇଯିବାରୁ ଶରୀରର ସାଧାରଣ ଦଗଧୀକରଣ ପ୍ରକ୍ରିୟା ବ୍ୟାହତ ହୁଏ, ଏହା ଫଳରେ ଗୋରୁ ଢ଼ଳି ଢ଼ଳି ଚାଲେ, ନିଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ କରେ । ଗୁହାଳ ଓ ଯନ୍ତ୍ରପାତିରେ ଦିଆଯାଉଥିବା ପେଣ୍ଟ ବା ରଙ୍ଗ ଗୋରୁ ଚାଟିଲେ ସୀସା ବିଷକ୍ରିୟା ଘଟେ । ଏହି ବିଷକ୍ରିୟାରେ ଗୋରୁର ପ୍ରଚୁର ଲାଳ ଗଡ଼େ, ଅନ୍ତ ନଳୀ ଫୁଲି ଲାଲ ହୋଇଯାଏ । ସ୍ନାୟୁ ପ୍ରଣାଳୀ ଆକ୍ରାନ୍ତ ହେବା ଦ୍ଵାରା ଗୋରୁ ଏଣେ ତେଣେ ଘୁରି ବୁଲେ । ବହୁତ ଝାଡ଼ା ହୁଏ ଏବଂ ଖାଦ୍ୟ ଖାଇବାକୁ ଅନିଚ୍ଛା ପ୍ରକାଶ କରେ ।

    ପ୍ରତିଷେଧ

    1. ବିଷର ଲକ୍ଷଣ ଦେଖି ବା ସଙ୍ଗେ ସଙ୍ଗେ ତୁରନ୍ତ ଡାକ୍ତରଙ୍କୁ ଡାକି ଚିକିତ୍ସା ବ୍ୟବସ୍ଥା କଲେ ଗୋରୁ ବଞ୍ଚିଯାଏ ।
    2. ପାକସ୍ଥଳୀରୁ ଖାଦ୍ୟ ବାହାର କରି କେମିକାଲ ପରୀକ୍ଷା ପାଇଁ ପଠାଇଲେ କେଉଁ ବିଷ ପ୍ରଭାବରୁ ଗୋରୁ ମରୁଛନ୍ତି ଜଣାପଡ଼େ । ବିଷ ପ୍ରକାର ଜଣାଗଲେ ଉପଯୁକ୍ତ ଚିକିତ୍ସା କରିବା ଦ୍ଵାରା ଗୋରୁ ଭଲ ହୋଇଯାଏ ।
    3. ଗୋରୁମାନଙ୍କୁ ବିଷାକ୍ତ ଘାସ, ପତ୍ର, ଫିମ୍ପି ମାରିଥିବା ଦାନା ଦେବା ଅନୁଚିତ୍ ।
    4. ଭୋକିଲା ଥିଲାବେଳେ ଗୋରୁକୁ ଚରିବାକୁ ଛାଡ଼ିଲେ, ସେମାନେ ଭଲ। ଘାସ ନ ପାଇ ଏହି ବିଷାକ୍ତ ଘାସ ବା ପତ୍ର ଖାଇ ରୋଗିଣା ହୋଇ ମରନ୍ତି ।
    5. ଖରାଦିନେ ବା ତିରୋଟି ସମୟରେ ଘାସର ଅଭାବ ଯୋଗୁଁ ଗୋରୁମାନେ ବାହାରେ ଯାଇ ବିଷାକ୍ତ ଗଛରୁ ପତ୍ର ଓ ଘାସ ଖାଇ ବେମାର ହୁଅନ୍ତି । ତେଣୁ ଘାସ ନଥିବା ସମୟରେ ଗୋରୁମାନଙ୍କୁ ଚରିବାକୁ ନ ଛାଡ଼ି ସଂରକ୍ଷଣ କରି ରଖାଯାଇଥିବା ଶୁଖିଲା। ଘାସ କିମ୍ବା ଖଣି ଘାସ ବା ଘାସ, ଆଚାର ଯୋଗାଇ ଦେବା ଦରକାର ।

ଗୋରୁଙ୍କ ସାଧାରଣ ସଂକ୍ରାମକ ରୋଗର ପ୍ରତିଷେଧ ବ୍ୟବସ୍ଥା

ପ୍ରତିଷେଧ ଚିକିତ୍ସାଠାରୁ ଉତ୍କୃଷ୍ଟତର । ଏହି ପୁରାତନ ଉକ୍ତିର ଯଥାର୍ଥତା ସବୁ ସମୟରେ ମନୁଷ୍ୟ ତଥା ପଶୁମାନଙ୍କ ସ୍ଵାସ୍ଥରକ୍ଷା କ୍ଷେତ୍ରରେ ପ୍ରଯୁଜ୍ୟ ହୋଇ ଆସିଅଛି । ପଶୁମାନଙ୍କୁ ରୋଗମାନଙ୍କ ଦାଉରୁ ନିୟନ୍ତ୍ରଣ କରିବା ପାଇଁ ଓ ନିରୋଗ ରଖିବା ପାଇଁ ନିମ୍ନଲିଖିତ କେତୋଟି ବିଷୟ ପ୍ରତି ବିଶେଷ ଧାନ ଦିଆଯିବା ଦରକାର ।

  1. ଯେ କୌଣସି ରୋଗ ଆରମ୍ଭ ହେବା ମାତ୍ରେ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେବା ଉଚିତ୍ ।
  2. ରୋଗାକ୍ରାନ୍ତ ପଶୁମାନଙ୍କୁ ପରୀକ୍ଷା କରାଇ ସଠିକ୍ ରୋଗ ନିରୂପଣ କରିବା ନିହାତି ଆବଶ୍ୟକ ।
  3. ରୋଗାକ୍ରାନ୍ତ ହୋଇଥିବା ଓ ରୋଗାକ୍ରାନ୍ତ ପଶୁଙ୍କ ସଂସ୍ପର୍ଶରେ ଆସିଥିବା ଏବଂ ସୁସ୍ଥ ପଶୁମାନଙ୍କୁ ଅଲଗା ଅଲଗା କରି ତିନି ଭାଗରେ ବିଭକ୍ତ କରିଦିଅନ୍ତୁ ।
  4. ରୋଗାକ୍ରାନ୍ତ ପଶୁଙ୍କର ତୁରନ୍ତ ଉପଯୁକ୍ତ ଚିକିତ୍ସା କରାନ୍ତୁ ଓ ସେମାନଙ୍କର ସଂସ୍ପର୍ଶରେ ଆସିଥିବା ପଶୁମାନଙ୍କୁ ନିରୀକ୍ଷଣ କରନ୍ତୁ ।
  5. ସୁସ୍ଥ ପଶୁମାନଙ୍କୁ ପ୍ରତିଷେଧକ ଟୀକା ଦେବା ବ୍ୟବସ୍ଥା କରନ୍ତୁ ।
  6. ମୃତ ପଶୁର ଶବକୁ ଗଭୀର ଗାତରେ ପୋତି ଦେବା କିମ୍ବା ପୋଡ଼ିଦେବା ସବୁଠାରୁ ଭଲ । ଶବ ଉପରେ ଚୂନ ପକାନ୍ତୁ।
  7. ଫିନାଇଲ୍, ତେଟଲ୍ କିମ୍ବା ପୋଟାସିୟମ୍ ପରମାଙ୍ଗାନେଟ୍ ପାଣିରେ ଗୁହାଳ ଓ ତାର ଚାରିପାଖ ବିଶୋଧନ କରିବା ଉଚିତ୍।
  8. କୃମି ନିରାକରଣ ପାଇଁ ନିୟମିତ ଭାବେ ଭୁମିନାଶକ ଔଷଧ ଖୁଆଇବା ଉଚିତ୍ ।
  9. ରୋଗାକ୍ରାନ୍ତ ପଶୁଙ୍କୁ ଅଲଗା ଲୋକଙ୍କ ଦ୍ଵାରା ସେବା କରାଇବା ଉଚିତ୍ । ଯଦି ଏହା ସମ୍ଭବ ନ ହୁଏ, ତେବେ ପ୍ରଥମ ଲୋକଟି ସୁସ୍ଥ ପଶୁଙ୍କୁ ଦେଖାଶୁଣା କଲାପରେ ସବା ଶେଷରେ ରୋଗାକ୍ରାନ୍ତ ପଶୁଙ୍କ ସେବା କରିବା ଉଚିତ୍ ।

ପ୍ରତିଷେଧକ ଟୀକା

ଗୋରୁଗାଈଙ୍କ ଅନେକ ସଂକ୍ରାମକ ରୋଗକୁ ପ୍ରତିଷେଧକ ଟୀକା ଦେଇ ନିୟନ୍ଧିତ କରାଯାଇପାରେ । ଏହି ପ୍ରତିଷେଧକ ଟୀକା ଗୁଡ଼ିକର ପ୍ରସ୍ତୁତି ପାଇଁ ଆମ ରାଜ୍ୟର ଭୁବନେଶ୍ଵର ଓ ବ୍ରହ୍ମପୁରଠାରେ ରାଜ୍ୟ ସରକାରଙ୍କ ତରଫରୁ ଦୁଇଟି ପଶ୍ନଟୀକା ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଅଛି । ନିକଟରେ କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ଅରଗୁଳଠାରେ ଫାଟୁଆ ରୋଗର ଏକ ଆନ୍ତର୍ଜାତୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠିତ ହୋଇପାରିଛି । ତେଣୁ ଫାଟୁଆ, ସାହାଣ, ବଜବଜିଆ, ଗିଣ୍ଡର ପେଷ୍ଟ, ଚୁସେଲୋସିସ୍ ଓ ଆବ୍ରାକ୍ସ ଇତ୍ୟାଦି ସଂକ୍ରାମକ ରୋଗ ମାନଙ୍କର ପ୍ରତିଷେଧକ ଟୀକା ନିମ୍ନସୂଚୀ ଅନୁଯାୟୀ ସୁସ୍ଥ ପଶୁମାନଙ୍କୁ ଠିକ୍ ସମୟରେ ଦେଇ ସଂକ୍ରାମକ ରୋଗମାନଙ୍କ ଦାଉରୁ ରକ୍ଷା କରାଯାଇପାରିବ ।

ସଂକ୍ରାମକ ରୋଗର ପ୍ରତିଷେଧକ ଟୀକା ସୂଚୀ / ପଦ୍ଧତି (Vaccination Schedule)

କ୍ର.ନଂ

ରୋଗର ନାମ

ପ୍ରତିଷଧକ  ଟୀକାର ପ୍ରକାର

ଟୀକାର ପରିମାଣ ଓ କେଉଁ ବାଟେ ଦିଆଯାଏ

ଟୀକା ଦେବାର ବୟସ

କେଉଁ ସମୟରେ  ଟୀକା ଦିଆଯାଏ

ଅନ୍ୟାନ୍ୟ ଜ୍ଞାତବ୍ୟ ବିଷୟ

୧.

ଫଟୁଆ ( Foot and Mouth Disease)

ଫଟୁଆ ରୋଗ ଟୀକା

ହେକଷ୍ଟ (Hoechst ) କମ୍ପାନୀ ଟୀକା

ରକ୍ଷା ଟୀକା

ବରଫରେ ରଖି ଦିଆଯାଏ ୧୦ ମି.ଲି ଚମଡା ତଳେ ୩ ମି.ଲି ଚମଡା ତଳେ

୩ ସପ୍ତାହ ( ୧ମ) ୧୯ ସପ୍ତାହ ଭିତରେ (୨ୟ)

୬ ମାସ ପରେ ( ୩ୟ)

ସେପ୍ଟେମ୍ବର ଓ ଫେବୃୟାରୀ

ପ୍ରତି ୬ ମାସ ବ୍ୟବଧାନରେ ଦିଆଯିବା ଉଚିତ୍ ।

୨.

ସାହାଣା (haemorrhagic Septicaemia)

ତୈଳଯୁକ୍ତ ସାହାଣା ଟୀକା

 

ଫରମାଲିନ୍ ଓ ଫିଟିକିରି ମିଶ୍ରିତ ସାହାଣ ଟୀକା

 

୨ ରୁ ୩ ମିଲି ମାଂସପେଶୀରେ ୫ ରୁ ୧୦ ମି.ଲି., ବେକ  ଚମଡ଼ା ତଳେ ଦିଆଯାଏ

୩ ମାସରୁ ଊର୍ଦ୍ଧ୍ଵ

୩ ମାସରୁ ଊର୍ଦ୍ଧ୍ଵ

ମେ ଓ ଜୁନ୍

ମେ ଓ ଜୁନ୍

ପ୍ରତିରୋଧକ ଶକ୍ତି ୧ ବର୍ଷ

ପ୍ରତିରୋଧକ ଶକ୍ତି ୬ ମାସ ଗର୍ଭବତୀ ଗାଈକୁ ଦିଆଯାଏ ନାହିଁ  ।

୩.

ବଜ ବଜିଆ (Black Quarter)

ବଜବଜିଆ ପଲିଭାମେଣ୍ଟ ଟୀକା

ଫରମାଲିନ୍ ଓ ଫିଟିକିରି ମିଶ୍ରିତ ଟୀକା

୫ ରୁ ୧୦ ମି.ଲି., ୧୦ ଦିନ ପରେ ପୁଣି ୫ ରୁ ୧୦ ମି.ଲି ବେକ ଚମଡ଼ା ତଳେ ଦିଆଯାଏ।

୩ ମାସରୁ

୨ ବର୍ଷ ଭିତରେ

ମେ ଓ ଜୁନ୍

ପ୍ରତିରୋଧକ ଶକ୍ତି ୧ ବର୍ଷ ଗର୍ଭବତୀ ଗାଈକୁ ଦିଆଯାଏ ନାହିଁ  ।

 

୪.

ରିଣ୍ଡର ପେଷ୍ଟ (Rinder Pest)

ଟିସ୍ୟୁ କଲଚର ଟୀକା

ଗୋଟ୍ ( Goat ) ଟିସ୍ୟୁ ଭାଇରସ୍ ଟୀକା

୧ ମି.ଲି., ଚମଡ଼ା ତଳେ

୧ ମି.ଲି., ଚମଡ଼ା ତଳେ ବରଫରେ ରଖି ଦିଆଯାଏ।

୧ ମ ସପ୍ତାହ

୫ ମ ସପ୍ତାହ

୬ ମାସ

ବର୍ଷର ସବୁ ସମୟରେ ଦିଆଯାଏ

ପ୍ରତିରୋଧକ ଶକ୍ତି ୩ ରୁ ୫ ବର୍ଷ ପ୍ରତିରୋଧକ ଶକ୍ତି ଆଜୀବନ

 

୫.

ଗର୍ଭପାଟ ରୋଗ ( Brucellosist )

ବ୍ରୁସେଲା ଷ୍ଟ୍ରେନ୍ ୧୯ ଟୀକା

୫ ମି.ଲି., ଚମଡ଼ା ତରଳ ଦିଆଯାଏ

୬ ମାସ ରୁ ୯ ମାସ ବୟସ

ଯେ କୌଣସି ସମୟରେ

ଜୀବନରେ ଥରେ ମାତ୍ର ଦିଆଯାଏ

୬.

ପ୍ଳୀହା ଜ୍ଵର ( Anthrax)

ଆନ୍ଥ୍ରାକ୍ସ ସ୍ପୋର ଟୀକା

୧ ମି.ଲି., ଚମଡ଼ା ତରଳ

୬ ମାସ ବୟସ

ମେ ଓ ଜୁନ୍

୧ ବର୍ଷ ବ୍ୟବଧାନରେ ଗର୍ଭବତୀ ଗାଈକୁ ଦିଆଯାଏ ନାହିଁ ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ  -

ମୂଳ ବିଷୟ ବସ୍ତୁ

  • ଡଃ ଅନ୍ତଃର୍ଯ୍ୟାମୀ  ମହାନ୍ତି

ସଂଶୋଧିତ ବିଷୟ ବସ୍ତୁ

  • ଡଃ ଚିତ୍ତ ରଞ୍ଜନ ପ୍ରଧାନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ପ୍ରାଣୀ ଉତ୍ପାଦନ ଓ ପରିଚାଳନା ବିଭାଗ
2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top