ହୋମ / କୃଷି / ପ୍ରାଣୀ ଧନ / ଗୋରୁଙ୍କ କୃମିରୋଗର ନିରାକରଣ
ସେଆର କରନ୍ତୁ

ଗୋରୁଙ୍କ କୃମିରୋଗର ନିରାକରଣ

କୃମିରୋଗ ଦ୍ଵାରା ଆକ୍ରାନ୍ତ ହୋଇଥିଲେ। ଟାଉଁସିଆ ଦେଖାଯିବା ସହ ଶରୀରର ଓଜନ ହ୍ରାସ ଘଟିଥାଏ । ଦୁଧିଆଳୀ ଗାଈ କ୍ଷୀର କମ୍ କରିଦିଅନ୍ତି ଓ ଖାଦ୍ୟରେ ରୁଚି ରଖନ୍ତି ନାହିଁ ।

ସାଧାରଣତଃ ଗାଈ, ମଇଁଷି ଓ ବାଛୁରୀଙ୍କଠାରେ ବିଭିନ୍ନ ସମୟରେ କୃମିଜାତୀୟ ରୋଗ ଦେଖିବାକୁ ମିଳିଥାଏ । ଏହି ରୋଗ ଆରମ୍ଭରେ ପ୍ରାଣୀଙ୍କ ଶରୀରରେ ଏହାର ପ୍ରକୋପ ଠିକ୍ ଭାବରେ ଦୃଷ୍ଟିଗୋଚର ନ ହେଲେ ମଧ୍ୟ ସମୟାନୁକ୍ରମେ କ୍ଷତି ବହୁ ମାତ୍ରାରେ ବଢ଼ି ଯାଇଥାଏ । ସ୍ଥଳ ବିଶେଷରେ ଉପଯୁକ୍ତ ନିୟନ୍ତ୍ରଣ ଓ ନିରାକରଣ କରାଯାଇ ନ ପାରିଲେ ପ୍ରାଣୀଟି ମୃତ୍ୟୁମୁଖରେ ପଡ଼ିଥାଏ ।

ରୋଗ ଆରମ୍ଭରୁ ଏହାର ନିରାକରଣରେ ବିଫଳତା ହେତୁ ଗୋପାଳନରେ ଉତ୍ପାଦନ ହ୍ରାସ, ଅଧିକ ଚିକିତ୍ସା ଖର୍ଚ୍ଚ ଆଦି ଆର୍ଥିକ କ୍ଷତି ଗୋପାଳକଙ୍କୁ ସହିବାକୁ ପଡ଼ିଥାଏ । ତେଣୁ ଗୋପାଳନରେ ଠିକ୍ ସମୟରେ କୃମିରୋଗର ଚିହ୍ନଟ ଓ ଉପଯୁକ୍ତ ଉପଚାର ଚାଷୀମାନଙ୍କୁ ଏକ ସୁସ୍ଥ ଓ ରୋଗମୁକ୍ତ ପରିବେଶ ସୃଷ୍ଟି କରିବାରେ ସହାୟକ ହେବା ସହ ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ  ଦୃଢତା ଦେଇଥାଏ ।

ଲକ୍ଷଣ

ପ୍ରାଣୀଟି କୃମିରୋଗ ଦ୍ଵାରା ଆକ୍ରାନ୍ତ ହୋଇଥିଲେ । ସାଧାରଣତଃ ଲୋମ ଟାଉଁସିଆ ଦେଖାଯିବା ସହ ଶରୀରର ଓଜନ ହ୍ରାସ ଘଟିଥାଏ । ଦୁଧିଆଳୀ ଗାଈଗୁଡ଼ିକ କ୍ଷୀର କମ୍ କରିଦିଅନ୍ତି ଓ ଖାଦ୍ୟରେ ରୂଚି ରଖନ୍ତି ନାହିଁ । ବାଛୁରୀଙ୍କ କ୍ଷେତ୍ରରେ ତରଳ। ଦୁର୍ଗନ୍ଧ ଝାଡ଼ା ହେବା ସହ ବେଳେବେଳେ ଲମ୍ବା ଲମ୍ବା ଜିଆ ମଧ୍ୟ ପଡ଼ିଥାଏ । ପ୍ରାଣୀଟିର ଭୋକ କମିଯାଏ, ପେଟ ଫମ୍ପାଏ ଓ ଆଖ ଭିତରର ଲୋହିତ ଅଂଶ ଶେତା ପଡ଼ିଯାଏ । କେତେକାଂଶରେ ଥୋମଣିର ତଳଭାଗ ଓ ତଣ୍ଟିତଳ ଭାଗରେ ପାଣି ଫୁଲିଲା ଭଳି ଜମି ରହେ । କୃମି ସଂକ୍ରମିତ ଗୋରୁମାନେ ତରଳ। ଦୁର୍ଗନ୍ଧ ଝାଡ଼ା ସହିତ ଲାଳ ଓ ରକ୍ତଝାଡ଼ାର ମଧ୍ୟ ଶିକାର ହୋଇଥାନ୍ତି ।

ନିରାକରଣ

କୃମିନାଶକ ଔଷଧ – କୃମିରୋଗର ବିନାଶ ପାଇଁ ପ୍ରାଣୀ ମଳକୁ ପରୀକ୍ଷା କରି କୃମି ଚିହ୍ନଟ ପୂର୍ବକ ଉପଯୁକ୍ତ ଔଷଧ ପ୍ରଦାନ କରିବା ଫଳରେ ଉପଶମ ମିଳିଥାଏ । ତେଣୁ ବର୍ଷରେ ଅତିକମରେ ଦୁଇଥର ମଳ ପରୀକ୍ଷା କରାଇ ନେବା ଜରୁରୀ । ବାଛୁରୀ ଜନ୍ମର ୧୫-୨୦ ଦିନ ପରେ ପ୍ରଥମ କୃମିନାଶକ ଔଷଧ ଓ ପରେ ବର୍ଷାଋତୁ ଆରମ୍ଭ ଓ ଶେଷରେ ପୁନର୍ବାର ମଳ ପରୀକ୍ଷା କରି କୃମି ଔଷଧ ନେବା ବିଧେୟ । ଅନ୍ୟାନ୍ୟ ପ୍ରାଣୀଙ୍କ କ୍ଷେତ୍ରରେ ମଧ୍ୟ ମୌସୁମୀ ବର୍ଷା ପୂର୍ବରୁ ଓ ଶୀତଋତୁ ଆରମ୍ଭରୁ ବର୍ଷକୁ ଅତିକମରେ ଦୁଇଥର ମଳ ପରୀକ୍ଷା କରି ଉପଯୁକ୍ତ ଉପଚାର କରିନେବା ଆବଶ୍ୟକ । ଗର୍ଭବସ୍ଥାରେ ଛୁଆ ଜନ୍ମର ୧-୨ ମାସ ପୂର୍ବରୁ ଓ ଛୁଆ ଜନ୍ମର ଏକ ମାସ ପରେ ମଧ୍ୟ କୃମି ଔଷଧ ଖାଇବାକୁ ଦିଆଯାଇ ପାରିବ । କିନ୍ତୁ ମନେରଖିବା ଉଚିତ ଯେ, ଗର୍ଭବସ୍ଥା ଓ ଶାବକମାନଙ୍କୁ ତଥା ଅନ୍ୟାନ୍ୟ ପ୍ରାଣୀଙ୍କୁ କୃମି ଔଷଧ ଦେବା ସମୟରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ । କାରଣ ସ୍ଥାନ କାଳ ପରିସ୍ଥିତିରେ ଔଷଧର ଅତ୍ୟଧିକ। ମାତ୍ରା, ଭୁଲ ଔଷଧ ଚିତ୍ରଟ, ଶରୀରର ରୋଗାବସ୍ଥା ଓ ପରିବେଶ ଆଦି ପ୍ରାଣା ଶରୀରରେ ବିଷକ୍ରିୟା ସୃଷ୍ଟି କରିପାରନ୍ତି । ଏତଦ୍‌ବ୍ୟତୀତ ମଳ ପରୀକ୍ଷା ନ କରି ଏକ ପ୍ରକାରର ଔଷଧ ବାରମାର ଖାଇବାକୁ ଦେବା ଫଳରେ ଶରୀରରେ କୃମିଙ୍କୁ ଦମନ ପାଇଁ ପ୍ରତିରୋଧକ ଶକ୍ତି ପ୍ରକାଶ ପାଇବାରେ ବିଳମ୍ବ ଘଟେ । ତେଣୁ ସବୁବେଳେ ସଦ୍ୟ ଗୋବର ୫-୧୦ ଗ୍ରାମ ନେଇ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରେ ପରୀକ୍ଷା କରାଇବା ଦରକାର । ସାଧାରଣତଃ ଗୋମହିଷାଦି ପ୍ରାଣୀଙ୍କ ଶରୀରରେ କଲିଜା କୃମି (ଫେସିଓଲା) ଓ ପାକସ୍ଥଳୀ କୃମି (ଆମ୍ପିଷ୍ଟାମ୍) ପାଇଁ ଅକ୍ସିକ୍ଲୋଜାନାଇନ୍ ନାମକ କୃମି ଔଷଧ ଓ ରକ୍ତ ଶୋଷୁଥିବା ଗୋଲ କୃମି ବୁନୋଷ୍ଟୋମମ୍, ହେମନକସ୍ ଓ ଅନ୍ତଃନଳୀ କୃମି ଟ୍ରାଇକୋଷ୍ଟ୍ରଙ୍ଗାଇଲ୍ ପାଇଁ ଆଲ୍ବେଣ୍ଡାଜୋଲ୍, ଫେନ୍‌ବେଣ୍ଡାଜୋଲ୍ ଆଦି ଔଷଧ ଦିଆଯାଇଥାଏ ।

ଚାରଣଭୂମି ପରିଚାଳନା

ସକାଳ ଓ ସନ୍ଧ୍ୟା ସମୟରେ ଚାରଣଭୂମିରେ ଘାସ ଉପରେ କାକର ଲାଗି ରହିଥିବାରୁ ଆର୍ଦ୍ଧତା ବହୁ ପରିମାଣରେ ବଢ଼ି ଯାଇଥାଏ । ତେଣୁ ଏହି ସମୟରେ ପ୍ରାଣୀଙ୍କୁ ଚରିବାକୁ ଛାଡ଼ିବା ଅନୁଚିତ । ସାମାନ୍ୟ ଖରା ହେବା ପରେ କାକର ବାଷ୍ଟ ହୋଇ ଉଡ଼ିଯାଇଥାଏ । ତେଣୁ ଶୀତୁଆ ଓ ବର୍ଷା ପାଗରେ ପ୍ରାଣୀଙ୍କୁ ଚରିବାକୁ ନ ଛାଡ଼ି ସାମାନ୍ୟ ଖରା ପରେ ଛାଡ଼ନ୍ତୁ । ପଡ଼ିଆରେ ଛୋଟ ଛୋଟ ଘାସ ଥିଲେ ଘାସର ମୂଳାଷାଂଶରେ କୃମି ଲାଗି ରହିଥାନ୍ତି । ଅର୍ଥାତ୍ ଘାସର ଲମ୍ବା ଅଧିକ ହୋଇଥିଲେ। କୃମି ମୂଳ ଅଂଶରେ ଲାଗି ରହିଲେ ମଧ୍ୟ ଉପରଭୋଗ ଖାଦ୍ୟ ପାଇଁ ଉପଯୁକ୍ତ । ତେଣୁ ଲମ୍ବା ବା ବଡ଼ ଘାସ ଥିବା ପଡ଼ିଆରେ ଚାରଣ ନିମନ୍ତେ ପ୍ରାଣୀଙ୍କୁ ଛାଡ଼ିବା ଦରକାର । ଠିକ୍ ସେହିପରି ଘାସର ମୂଳଯାଏ ଖାଇବାକୁ ନ ଦେଇ ନିକଟସ୍ଥ ଅନ୍ୟ ଚରଣ ପଡ଼ିଆକୁ ସ୍ଥାନାନ୍ତରଣ କରିନେବା ଭଲ । ସାଧାରଣରେ ଏକ ଧାରଣା ରହିଛି ଯେ ଛେଳି, ମେଣ୍ଢା ଆଦି ପ୍ରାଣୀଙ୍କ ସହିତ ଗୋରୁ ଚରିବା ଫଳର କୃମିରୋଗ ଅଧିକ ହୋଇଥାଏ, କିନ୍ତୁ ଏହା ସମୀଚୀନ ନୁହେଁ । ଯଦି କଟାଘାସ ଖାଇବାକୁ ଦିଆଯାଇଥାଏ, ତେବେ ଘାସକୁ ଭଲଭାବରେ ଧୋଇ ହାଲୁକା ଶୁଖାଇ ଖାଇବାକୁ ଦେବା ଫଳରେ କୃମିରୋଗର ଭୟ ନ ଥାଏ ।

ଖାଦ୍ୟ ମାଧ୍ୟମରେ ପରିଚାଳନା

ଖାଦ୍ୟରେ ଅଧିକ, ପୁଷ୍ଟିସାରର ପରିମାଣ ଅର୍ଥାତ୍ ପିଡ଼ିଆ ଓ ଡାଲିଜାତୀୟ ଖାଦ୍ୟର ମାତ୍ରା ବଢ଼ାଇବା ଦରକାର । ପିଡ଼ିଆ ଓ ଡାଲିଜାତୀୟ ପାସରେ ଟାନିନ୍ ନାମକ ଉପାଦାନ ଅଧିକ ରହିବା ଫଳରେ ଅନ୍ତଃନଳୀରେ ଥିବା କୃମି ଥରେ ଦୁଇଥର ଜୋରରେ ପତଳା ଝାଡ଼ା ହୋଇ ବାହାରକୁ ବାହାରି ଆସନ୍ତି । ଠିକ୍ ସେହିପରି କୋପର ଅକ୍ସାଇଡ୍ ନାମକ ଉପାଦାନ ସେବନ ଫଳରେ ମଧ୍ୟ ଅନୁରୂପ ଉପଚାର ମିଳିଥାଏ । କିନ୍ତୁ ଜାଣିରଖିବା ଉଚିତ ଯେ, ଉପରୋକ୍ତ ଦୁଇଗୋଟି ଉପାଦାନ ଯଥା ଟାନିନ୍ ଓ କପର ଅକ୍ସାଇଡ୍ ଅଧିକ ମାତ୍ରାରେ ହୋଇଗଲେ ଶରୀରରେ ବିଷକ୍ରିୟା ସୃଷ୍ଟି କରିଥାନ୍ତି । ଫଳରେ ପ୍ରାଣୀଟି ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା ଥାଏ । ତେଣୁ ଏହିସବୁ ଖାଇବାକୁ ଦେବା ପୂର୍ବରୁ ଜଣେ ଅଭିଜ୍ଞ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ ।

ଗୁହାଳ ପରିଚାଳନା

ନିୟମିତ ବ୍ୟବଧାନରେ ଗୁହାଳର ଆଖପାଖ ପରିବେଶକୁ ଭଲଭାବେ ସଫା କରିବା ଜରୁରୀ । ପ୍ରତିଦିନ ଗୁହାଳର ଚଟାଣ ଓ କାନ୍ଥକୁ ଭଲଭାବେ ଧୋଇନେବା ପ୍ରୟୋଜନ । ପ୍ରତିଦିନ ପ୍ରାଣୀଟିକୁ ଅତିକମରେ ଥରେ ଗାଧୋଇଦେବା ଦରକାର । ବର୍ଷକୁ ଥରେ ଗୁହାଳ କାନ୍ଥରେ ଚୂନ ଦେବା ଆବଶ୍ୟକ ।

ଆଧାର - ଡା. ସାରଦା ପ୍ରସନ୍ନ ସାହୁ ଡା.ଯତୀନ କୁମାର ସାହୁ ପ୍ରାଣୀ ଚିକିତ୍ସକ, ମୋ:୯୪୩୮୪o୮୧୦୫

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top