ହୋମ / କୃଷି / ପ୍ରାଣୀ ଧନ / ଗାଈ ପଡିଆ ସମୟର ସୁପରିଚାଳନା
ସେଆର କରନ୍ତୁ

ଗାଈ ପଡିଆ ସମୟର ସୁପରିଚାଳନା

ଗର୍ଭବତୀ ଗାଈର ସୁପରିଚାଳନା ଦିଗ ପ୍ରତି ଧାନ ଦେବା ଜରୁରି।

ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ଗାଈଟି ପ୍ରତି ବର୍ଷକୁ ଗୋଟିଏ ବାଛୁରୀ ପ୍ରସବ କରିବା ଉଚିତ । ଏହା ନହୋଇ ପାରିଲେ କ୍ଷୀର ପରିମାଣ ହ୍ରାସ ପାଇଥାଏ । ଗାଈ ପଡିଆ ଥିବା (ଦୁଗ୍ଧ ଉତ୍ପାଦନ କରୁନଥିବା ସମୟର ସୁପରିଚାଳନା ପ୍ରତି ଦୃଷ୍ଟି ନଦେଲେ ପ୍ରସବ ପରେ ଗାଈର ଦୁଗ୍ଧ ଉତ୍ପାଦନ କମିଥାଏ । ଗର୍ଭାବସ୍ଥାର ଶେଷ ୬୦-୬୫ ଦିନ ସମୟକୁ ପଡିଆ, ସମୟ କୁହାଯାଏ । ଏହି ସମୟରେ ଗର୍ଭବତୀ ଗାଈର ସୁପରିଚାଳନା ଦିଗ ପ୍ରତି ଧାନ ଦେବା ଜରୁରି।

ପଡିଆ, ସମୟର ଉପାଦେୟତା

ଗାଈଟି ପଡିଆ ସମୟରେ ପହ୍ମା ଓ ଦୁଗ୍ଧ ଗ୍ରନ୍ଥିକୁ ସାମୟିକ ବିଶ୍ରାମ ମିଳିବା ଦ୍ଵାରା ପ୍ରସବ ପରେ ସେଗୁଡିକ ସକ୍ରିୟ ଭାବେ କାର୍ଯ୍ୟ କରିଥାଏ । ପ୍ରସବ ପରେ ବାଛୁରୀ ପାଇଁ କ୍ଷୀରରେ ଉପଯୁକ୍ତ ଖାଦ୍ୟ ସାର ଉପଲବ୍ଧ ହୋଇଥାଏ । ଗର୍ଭସ୍ଥ ବାଛୁରୀ ଗର୍ଭର ଶେଷ ୨ ମାସରେ ଆବଶ୍ୟକୀୟ ଖାଦ୍ୟ ସାର ମା' ଗାଈ ଠାରୁ ପାଏ । ପ୍ରସବ ପରେ ଦୁଗ୍ଧ ପରିମାଣରେ ଯଥେଷ୍ଟ ଉନ୍ନତି ହୋଇଥାଏ ।

ଗର୍ଭଗାଈକୁ ପଡିଆ କିପରି କରିବା

ଗାଈଟିକୁ ହଠାତ୍ ପଡିଆ(ଦୁଗ୍ଧ ଉତ୍ପାଦନ ବନ୍ଦ) କରିବା ସହଜ ହୁଏନି । ପଡିଆ, ସମୟ ୨ ମାସକୁ ଦୃଷ୍ଟିରେ ରଖି ନିମ୍ନ ଉପାୟ ଅବଲମ୍ବନ ଦ୍ଵାରା ଗର୍ଭର ୨୧୧ରରୁ ୨୨୧ ଦିନ ମଧ୍ୟରେ ଗାଈକୁ ସମ୍ପୁର୍ଣ୍ଣ ପଡିଆ ଅବସ୍ଥାକୁ ଅଣାଯାଇପାରେ । ୫ ଲିଟର ପର୍ଯ୍ୟନ୍ତ କ୍ଷୀର ଉତ୍ପାଦନ ହେଉଥିଲେ ଗାଈକୁ ଦିନେ ଛାଡି ଦିନେ ଦୁହିଁବା ଦରକାର । ୫ ରୁ ୧୦ ଲିଟର ଉତ୍ପାଦନକ୍ଷମ ଗାଈକୁ ଦିନକୁ ୨ ଥର ବଦଳରେ ମାତ୍ର ଥରେ ଦୁହଁନ୍ତୁ । ୧୦ ଲିଟରରୁ ଅଧିକ ଉତ୍ପାଦନକ୍ଷମ ଗାଈକୁ ହୁହିଁବା ବେଳେ କ୍ରମଶଃ କମ୍ କମ୍ କରି ଦୁହିଁବା ଦରକାର ।

ପଡିଆ ସମୟର ସୁପରିଚାଳନା

ପ୍ରସବର ୩ ସପ୍ତାହ ପୂର୍ବରୁ ମା' ଗାଈକୁ ଅଲଗା ରଖି ସ୍ଵତନ୍ତ୍ର ଭାବେ ଯତ୍ନ ଓ ଦୃଷ୍ଟି ରଖିବା। ପ୍ରସବର ୭ ଦିନ ପୂର୍ବରୁ ଚଟାଣ ଉପରେ ଶୁଖିଲା ନଡା, କରତଗୁଣ୍ଡ ବିଛାଇ ଚଟାଣକୁ ଶୁଷ୍କ ଓ  ହାଲୁକା କରନ୍ତୁ ।

ଗାଈଟି ପଡିଆ ସମୟରେ (ଗର୍ଭର ଶେଷ ୨ ମାସ) କମ୍ ସମୟ ସୂର୍ଯ୍ୟାଲୋକ ପାଇଲେ ଭଲ । ଦିନ ଆଲୁଆ ହ୍ରାସ ଦ୍ଵାରା ‘ପ୍ରୋଲାକ୍ଟିନ୍' ହରମୋନ୍ କ୍ଷରଣ କମ୍ ହେବା ଯୋଗୁ କ୍ଷୀର ଉତ୍ପାଦନ ଜମାଇବାରେ ସହାୟକ ହୁଏ । ପରୋକ୍ଷରେ ଏହି ହରମୋନର ରିସେସ୍ଟର ବା ଗ୍ରହଣ ସୁଳୀ ଗାଈର ଦୁଗ୍ଧଗ୍ରନ୍ଥି ଓ ଶରୀରର ଅନ୍ୟ କୋଷମାନଙ୍କରେ ବୃଦ୍ଧି ପାଇଥାଏ । ଫଳରେ ପ୍ରସବ ପରେ ଗାଈର ଉତ୍ପାଦନ ବଢେ । ତନ୍ତୁ ଜାତୀୟ ଖାଦ୍ୟର ବୃଦ୍ଧି କରାଇବା ଭଲ । ସଠିକ୍ ମାତ୍ରରେ ପୁଷ୍ଟିସାର ଜନିତ ଖାଦ୍ୟ, ଖଣିଜ ଲବଣ ଓ ଜୀବସାର ଉପଯୁକ୍ତ ପରିମାଣରେ ଦେବା ଆବଶ୍ୟକ । ଅନ୍ୟ ଗାଈ ଠାରୁ ଅଲଗା ରଖି ପଡିଆ ଗାଈକୁ ସ୍ଵତନ୍ତ୍ର ଭାବେ ଖାଇବାକୁ ଦେବା ଉଚିତ । ପ୍ରଚୁର ପରିମାଣରେ ସବୁଜ ଘାସ ଦେଇ ସନ୍ତୁଳିତ ଦାନାର ପରିମାଣ କମ୍। କରିବା ଦରକାର । କ୍ଷୀର ପାଇଁ ଆବଶ୍ୟକ ହେଉଥିବା କ୍ୟାଲସିୟମ୍ ଓ ଫସଫରସ୍କାର ଅନୁପାତ ୨:୧କୁ କମାଇ ୧.୫:୧ ଅନୁପାତରେ ରଖିବା ଆବଶ୍ୟକ । ରୋଗ ନିରାକରଣ ଉପାୟ ପ୍ରତି ଧାନ ଦେବା ସହ ସ୍ନାନୀୟ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ବିଧେୟ । ଏହା ଦ୍ଵାରା ପ୍ରସବ ପରବର୍ତ୍ତୀ ରୋଗ ଯଥା ଥନହରା, ଦୁଗ୍ଧଜ୍ଵର, ପହୁରେ ପାଣି ଜମିବା, ଜରାୟୁ ପ୍ରଦାହ ଓ ସଂକ୍ରମଣ ଆଦି ଜଟିଳ ପରିସ୍ଥିତିକୁ ଏଡାଇ ହେବ ।

ସଂଗୃହିତ - ଡ. ଅମିତାଭ ପଣ୍ଡା, ଉପନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ବୌଦ୍ଧ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top