অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗାଈଙ୍କ “ଟ୍ରିପାନୋସୋମିଆସିସ୍” ରୋଗ

ଗାଈଙ୍କ “ଟ୍ରିପାନୋସୋମିଆସିସ୍” ରୋଗକୁ ଅନ୍ୟ ନାମରେ ଚକରୀ ବା ‘ସରା' ରୋଗ କୁହାଯାଏ । ଏହି ଜଟିଳ ଓ ମାରାତ୍ମକ ରୋଗ ‘ଟ୍ରିପାନୋସୋମା ଇଭାନ୍ସି' ଜାତୀୟ ଏକକୋଷୀ ପ୍ରେଜୋଟାଜୋକ୍ସୋଆ ଦ୍ଵାରା ହୋଇଥାଏ । ଗ୍ଲୋସିନା ପ୍ରଜାତିର ସେଟସି ମାଛି ଏହି ଅଣୁଜୀବର ବାହକ । ରୋଗଗ୍ରସ୍ତ ଗାଈ ଦେହରୁ ଅଣୁଜୀବକୁ ବହନ କରୁଥିବା ଏହି ମାଛି ସୁସ୍ଥ ଗାଈଙ୍କୁ କାମୁଡ଼ିବା ପରେ ସେମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।

ଗାଈ ଶରୀରରେ ଅଣୁଜୀବର ବଂଶବୃଦ୍ଧି

ଏହି ଅଣୁଜୀବ ସୁସ୍ଥ ଗାଈଙ୍କ ଶରୀରକୁ ପ୍ରବେଶ କରିବାର ୫ ରୁ ୧୦ ଦିନ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଏ । ଏହି ସମୟରେ ଅଣୁଜୀବ ଖୁବ୍ ଶୀଘ୍ର ରକ୍ତ ପ୍ରବାହରେ ବଂଶ ବୃଦ୍ଧି କରି ଛୋଟ ଛୋଟ ରକ୍ତ ନଳୀ ବା କାପିଲାରିଜରେ ପହଞ୍ଚି ସେଠାରେ ଅମ୍ଳଜାନ କମାଇବା ଦ୍ଵାରା ରକ୍ତ ଶୂନ୍ୟତା ପରିସ୍ଥିତି ଉପୁଜେ । ରକ୍ତ ପ୍ରବାହରୁ ବାହାରି ଯକୃତ, ଅଗ୍ନାଶୟ ଓ ଲସିକା ଗ୍ରନ୍ଥିର କୋଷକୁ ଆକ୍ରାନ୍ତ କରି କ୍ଷତିଗ୍ରସ୍ତ କରନ୍ତି ।

ଗବେଷଣାରୁ ପ୍ରାମଣିତ ହୋଇଛି ଯେ, ଗର୍ଭାବସ୍ଥାରେ ଆକ୍ରାନ୍ତ ଗାଈ ଠାରୁ ଗର୍ଭସ୍ଥ ବାଛୁରୀ ଦେହକୁ ଏମାନେ ଅବାଧରେ ପ୍ରବେଶ କରିଥାନ୍ତି ।

ଫଳରେ ସହଜରେ ଗାଈଟିର ଗର୍ଭପାତ ହୋଇଥାଏ ବା ନିର୍ବାରିତ ପ୍ରସବ ସମୟର ବହୁ ଆଗରୁ ବାଛୁରୀ ଜନ୍ମ ହୋଇପାରେ । କେତେକ ମୁଳେ ଏହି ଅଣୁଜୀବ ମସ୍ତିଷ୍କକୁ ଆକ୍ରାନ୍ତ କରି ରୋଗର ଜଟିଳ ଅବସ୍ଥା ସୃଷ୍ଟି କରିବା ଦ୍ଵାରା ଆକ୍ରାନ୍ତ ଗାଈର ମୃତ୍ୟୁ ଘଟିଥାଏ ।

ଲକ୍ଷଣ

ଏହି ରୋଗରେ ଗାଈଙ୍କୁ ଭୀଷଣ ଜ୍ଵର ହେବା, ଖାଇବା ବନ୍ଦ କରିବା, ନିୟୋଜ ରହିବା, ଆଖି ଲାଲ ହୋଇ ସେଥିରୁ ପାଣି ନିର୍ଗତ ହେବା, ଲାସିକା ଗ୍ରନ୍ଦିର ଆକାର ବୃଦ୍ଧି ପାଇବା, ଅଳ୍ପ କ୍ଷେତ୍ରରେ ତରଳ ଝାଡା ହେବା, ବେକ ତଳ ଗଳା ଓ ତା' ପାର୍ଶ୍ଵବର୍ତ୍ତୀ ସ୍ଥାନରେ ପାଣି ଜମିବା ଓ ଅତି ଦୁର୍ବଳ ହୋଇଯିବା । ରକ୍ତରେ ଗ୍ଲୁକୋଜ ପରିମାଣ ହ୍ରାସ ପାଇ ଗାଈଟି ଥର ଥର ହୋଇ ପଡିବା ଉଠିବା ଦେଖାଯାଏ, ମସ୍ତିଷ୍କ ସମ୍ପୁର୍ଣ୍ଣ ମାତ୍ରାରେ ଆକ୍ରାନ୍ତ ହେଲେ ପାରାଲିସିସ୍ ହୋଇ ପଡି ରହି ଶେଷରେ ମୃତ୍ୟୁ ହୁଏ ।

ରୋଗ ନିରୂପଣ

ରୋଗର ପ୍ରାଥମିକ ଅବସ୍ଥାରେ ବା ଜ୍ଵର ହେବା ସମୟରେ କେବଳ ରକ୍ତ ପରୀକ୍ଷା ଦ୍ଵାରା ସଠିକ୍ ଭାବରେ ରୋଗ ଚିହ୍ନଟ ହୋଇଥାଏ।

ଚିକିତ୍ସା ବିଧି

ଗାଈ, ଅସୁସ୍ଥ ହେବା ମାତ୍ରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶକ୍ରମେ ଶୀଘ୍ର ରକ୍ତ ପରୀକ୍ଷା ଓ ଚିକସା କରିବା ବୋଧେୟ । ଏଥିପାଇଁ ପ୍ରୟୋଗ ହେଉଥବା କେତେକ ଔଷଧର ଜଟିଳ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ । ଚିକିତ୍ସା ଆରମ୍ଭ କରିବାରେ ବିଳମ୍ବ କାରଣରୁ ବା ସଠିକ ମାତ୍ରାର ଔଷଧ ପ୍ରୟୋଗ ନ କରିବା ଦ୍ଵାରା ରୋଗ ଆଶିକ ଭାବେ ଉପଶମ ହୋଇଥିଲେ ହେଁ ପୁନରାୟ ହୋଇପାରେ । ‘ଆଇସୋମେଟାମିଡିୟମ୍’ (ସରାଲ) ଜାତୀୟ ଔଷଧ ରୋଗ ଭଲ ହେବା ପାଇଁ ଓ ଏହି ରୋଗ ନହେବା ଉଭୟ ଉଦ୍ଦେଶ୍ୟରେ ପ୍ରୟୋଗ ହୋଇଥାଏ । ଅନ୍ୟ ଔଷଧ ମଧରେ ‘ଟ୍ରାଇଜୁଇନ୍-ଏସ୍' ବା କ୍ଲିନା ପାଇରାମିନ୍ ଜାତୀୟ ଉପଲବ୍ଧ ହେଉଥିବା ଔଷଧ ପ୍ରୟୋଗ ମଧ୍ୟ କରାଯାଇପାରେ । ଏତଦ୍ ବ୍ୟତୀତ ରକ୍ତରେ ଗୁଙ୍କେଜ ମାତ୍ରାକୁ ଆବଶ୍ୟକୀୟ ସ୍ଥିତି (୫୦ ମିଲିଗ୍ରାମ୍ ପ୍ରତି ୧୦୦ମିଲି ରକ୍ତରେ) ପହଞ୍ଚାଇବା ପାଇଁ ଗ୍ଲୁକୋଜ (୨୫ ପ୍ରତିଶତ) ସାଲାଇନ୍ ଆକାରରେ ଦେବା ଏକାନ୍ତ ଅପରିହାର୍ଯ୍ୟ । କ୍ୟାଲସିୟମ୍ ଓ ମାଗ୍ନେସିୟମ୍ ଲବଣଯୁକ୍ତ ସାଲାଇନ୍ ମଧ୍ୟ ଆବଶ୍ୟକ ସ୍ଥଳେ ବ୍ୟବହୃତ ହୋଇଥାଏ ।

ପ୍ରତିକାର

ଆଇସୋମେଟାମିଡିୟମ୍ ଔଷଧ ଠିକ୍ ମାତ୍ରାରେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶକ୍ରମେ ପ୍ରୟୋଗ କରିବା ଉଚିତ୍ । ଯେଉଁ ସ୍ଥାନମାନଙ୍କରେ ଅଧିକ ସଂଖ୍ୟାକ ଗାଈ ସଂକ୍ରମିତ ହେବାର ସମ୍ଭାବନା ଥାଏ। ବର୍ଷକୁ ଅନୁଧ୍ୟାନ ୨ରୁ ୪ ଥର ଏହା ପ୍ରୟୋଗ କରାଯାଇପାରେ । ଗୁହାଳାକୁ ପରିଷ୍କାର ଓ ପରିଚ୍ଛନ୍ନ ଓ ଶୁଷ୍କ ରଖିବା ଓ ବାୟୁ ଓ ଆଲୋକ ଚଳାଚଳର ବ୍ୟବସ୍ଥା ଉପରେ ଧ୍ୟାନ ରଖିବା ଓ ସର୍ବୋପରି ମାଛି ଦାଉରୁ ଗାଈଙ୍କୁ ରକ୍ଷା କରିବା ପାଇଁ ଉପାୟ ଅବଲମ୍ବନ କରିବା ଉଚିତ୍ ।

ସଂଗୃହିତ - ଡ. ଅମିତାଭ ପଣ୍ଡା ଉପନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ବୌଦ୍ଧ

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate