ହୋମ / କୃଷି / ପ୍ରାଣୀ ଧନ / ଗାଈର ପଡ଼ିଆ ସମୟର ପରିଚାଳନ
ସେଆର କରନ୍ତୁ

ଗାଈର ପଡ଼ିଆ ସମୟର ପରିଚାଳନ

ଗାଈଟିର ପଡ଼ିଆ ଅବସ୍ଥାରେ ଉପଯୁକ୍ତ ଯତ୍ନ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଗାଈଟିର ପଡ଼ିଆ ଅବସ୍ଥାରେ ଉପଯୁକ୍ତ ଯତ୍ନ

ଗାଈର ପଡ଼ିଆ ସମୟ (ଗର୍ଭାବସ୍ଥାର ଶେଷ ଭାଗକୁ ତଥା ପ୍ରସବର ୬୦-୭୫ ଦିନ ପୂର୍ବରୁ କ୍ଷୀର ଦେଉ ନ ଥିବା ସମୟକୁ ଆଞ୍ଚଳିକ ଭାଷାରେ ଗାଈର ପଡ଼ିଆ ଅବସ୍ଥା କୁହାଯାଇଥାଏ ।) ପ୍ରସବ ପରବର୍ତ୍ତୀ କ୍ଷୀରର ଗୁଣାତ୍ମକ ମାନ ବୁଦ୍ଧି ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗର୍ଭାବସ୍ଥାର ଶେଷ ଭାଗକୁ ତଥା ପ୍ରସବର ୬୦-୭୫ ଦିନ ପୂର୍ବରୁ କ୍ଷୀର ଦେଉ ନ ଥିବା ସମୟକୁ ଆଞ୍ଚଳିକ ଭାଷାରେ ଗାଈର ପଡ଼ିଆ ଅବସ୍ଥା ବୋଲି କୁହାଯାଇଥାଏ । ଏହି ସମୟରେ ଗାଈଟି କ୍ଷୀର ଦେଉ ନ ଥିଲେ ମଧ୍ୟ ପ୍ରସବ ପରେ ଉନ୍ନତମାନର କ୍ଷୀର ଦେବା ପାଇଁ ଦୁଗ୍ଧଗ୍ରନ୍ଥି ଓ ଦୁଗ୍ଧ ପ୍ରସ୍ତୁତିକାରୀ କୋଷଗୁଡ଼ିକୁ ପୁନଃବିନ୍ୟାସ ଓ ପ୍ରସବ ପରର କଷ କ୍ଷୀର ଓ ସମୁଦାୟ କ୍ଷୀରର ପରିମାଣ ତଥା ଗୁଣାତ୍ମକ ମାନର ଅଭିବୃଦ୍ଧି ପାଇଁ ଏହି ପଡ଼ିଆ ସମୟ ଗୁରୁତ୍ୱପୂର୍ଣ୍ଣ ।

ଏହି ସମୟରେ କ୍ଷୀର ମିଳୁ ନ ଥିବା ଭାବି ଗାଈଟିର ଦୈନିକ ପରିପାଳନରେ ଦୃଷ୍ଟି ନ ଦେବା ହେତୁ ଉଭୟ ଗର୍ଭସ୍ଥ ଶାବକ ତଥା ମା' ଗାଈ ପ୍ରତି କ୍ଷତି ପହଞ୍ଚାଇଥାଏ । ତେଣୁ ପ୍ରସବ ପରେ ଉପଯୁକ୍ତ ପରିମାଣର କ୍ଷୀର ମିଳି ନ ପାରିବା ଯୋଗୁ ଚାଷା ଭାଇମାନଙ୍କୁ ଆର୍ଥକ କ୍ଷତି ସହିବାକୁ ପଡ଼ିଥାଏ । ନିମ୍ନଲିଖିତ କେତୋଟି ଦିଗ ପ୍ରତି ଦୃଷ୍ଟି ଦେଲେ ଗାଈଟିର ପଡ଼ିଆ ଅବସ୍ଥାରେ ଉପଯୁକ୍ତ ଯତ୍ନ ନିଆଯାଇପାରିବ।

ପଡ଼ିଆ ଅବସ୍ଥାରେ ଗୃହ ପରିଚାଳନା

ସାଧାରଣତଃ ଗର୍ଭବତୀ ଗାଈ ଗୋଠରେ ରହୁଥିଲେ ମଧ୍ୟ ଗର୍ଭଧାରଣର ୬ ମାସ ପରେ ବିଶେଷ ଭାବେ ଦୃଷ୍ଟି ଦେବା ଦରକାର ।

  • ପ୍ରସବର ୨ ସପ୍ତାହ ପୂର୍ବରୁ ମା' ଗାଈଟିକୁ ମୁଖ୍ୟ ଗୋଠରୁ ଅଲଗା କରି ସ୍ଵତନ୍ତ୍ର ସ୍ଥାନରେ ରଖିବା ବିଧେୟ ।
  • ମା' ଗାଈ ରହୁଥିବା ସ୍ଥାନର ଚଟାଣର ପରିମାପ ୪ ମିଟର, ଡ ୩ ମିଟର ହେବା ଦରକାର ।
  • ଗାଈ ରହୁଥିବା ସ୍ଥାନର ଚୟନ ଓ ନିର୍ମାଣ ସମୟରେ ବିଶେଷ ବ୍ୟବସ୍ଥା କରିବା ଦରକାର ଯେମିତି ଦିନର ଅତି କମ୍ ସମୟ ଖରା ପଡୁଥିବାବେଳେ ଉପଯୁକ୍ତ ପରିମାଣର ବାୟୁ ଚଳାଚଳ ହେଉଥିବ ।
  • ଅଧିକ କ୍ଷୀର ଦେଉଥିବା ତଥା ସଙ୍କର ଜାତୀୟ ଗାଈ ହୋଇଥିଲେ ମା' ଗାଈ ରହୁଥିବା ସ୍ଥାନରେ ଏକଜଷ୍ଟ ଫାନ୍ ଓ ଲାଇଟ୍‌ର ବ୍ୟବସ୍ଥା କରିବା ଜରୁରୀ ।
  • ମା' ଗାଈ ରହୁଥିବା ଚଟାଣର ନୁଆଣିଆ (ଗଡ଼ାଣିଆ) ଭାଗ ଅଧିକ ନ ରହିବା ପ୍ରୟୋଜନ । ଏହି ଗଡ଼ାଣିଆ ଭାଗ ୧:୪୦, ହିସାବରେ ତିଆରି କରିବା ଦରକାର ।
  • ଏ ପ୍ରସବର ୨-୩ ଦିନ ପୂର୍ବରୁ ଚଟାଣ ଉପରେ କିଛି ମାତ୍ରାରେ ନଡ଼ା, କରତଗୁଣ୍ଡ ଓ ଅନ୍ୟାନ୍ୟ ସୂକ୍ଷ୍ମ, ଶୁଷ୍କ ତଥା ହାଲୁକା ଦ୍ରବ୍ୟ ବିଛାଇବା ଆବଶ୍ୟକ ।

ଆଲୋକର ପରିଚାଳନା

ସାଧାରଣତଃ ପଡ଼ିଆ ଅବସ୍ଥାରେ କମ୍ ସମୟ ଦିବାଲୋକ ପ୍ରାପ୍ତିରେ ଦୁଧିଆଳୀ ଗାଈଟି ପଡ଼ିଆ ଅବସ୍ଥା ପରେ ଅଧିକ ମାତ୍ରାରେ କ୍ଷୀର ଦିଏ ।

  • ଦିବାଲୋକର ହ୍ରାସ ଯୋଗୁ ଶରୀରରେ ପ୍ରୋଲାକ୍ଟିନ୍ ନାମକ ହରମୋନ୍ କ୍ଷରଣ ମଧ୍ୟ କମ୍ ହୋଇଥାଏ, କିନ୍ତୁ ଠିକ୍ ସେହି ସମୟରେ ପ୍ରୋଲାକ୍ଟିନ ରିସେପ୍ଟେରର ସଂଖ୍ୟା ଶରୀରର ଦୁଗ୍ଧଗ୍ରନ୍ଥି ଓ ଅନ୍ୟାନ୍ୟ ସ୍ଥାନରେ ବୃଦ୍ଧି ପାଇଥାଏ ।
  • ଅଧୁନା ଏକ ଗବେଷଣାରୁ ସ୍ପଷ୍ଟ ହୋଇଅଛି ଯେ ପଡ଼ିଆ ରହୁଥିବା ଗାଈକୁ ଭାରତୀୟ ଜଳବାୟୁରେ ୮-୧୦ ଘଣ୍ଟା ଆଲୋକ ଓ ୧୪-୧୬ ଘଣ୍ଟା ଅନ୍ଧାର କରି ରଖିଲେ ତାହା ପରବର୍ତ୍ତୀ କ୍ଷୀର ଦେବା ସମୟରେ ୧୦-୨୫ ଦୁଗ୍ଧ ପରିମାଣରେ ବୃଦ୍ଧି ଘଟାଇଥାଏ ।
  • ଏ କ୍ଷୀରର ପରିମାଣ ବୃଦ୍ଧି ସହ ଗୁଣାତ୍ମକ ମୂଲ୍ୟ ତଥା ବିଭିନ୍ନ ଉତ୍ପାଦନରେ ମଧ୍ୟ ବୃଦ୍ଧି ଘଟିଥାଏ ।

ଖାଦ୍ୟ ପରିଚାଳନା

ମୁଖ୍ୟତଃ ନିମ୍ନଲିଖତ ଚାରିଗୋଟି ପଦ୍ଧତି ମାଧମରେ ଗାଈଟି ପ୍ରସବ କରିବାର ୪୫-୬୦ ଦିନ ପୂର୍ବରୁ ପଡ଼ିଆ କରାଯାଇଥାଏ ।

  1. ତନ୍ତୁ ଜାତୀୟ ଖାଦ୍ୟର ବୃଦ୍ଧି
  2. ଶ୍ଵେତସାର ଜାତୀୟ ଖାଦ୍ୟର ହ୍ରାସ
  3. ଠିକ୍ ପରିମାଣର ପୁଷ୍ଟିସାର ପ୍ରଦାନ
  4. ଖାଦ୍ୟସାର ଓ ଜୀବସାରର ଆବଶ୍ୟକତା ଅନୁସାରେ ପ୍ରଦାନ ।
    • ପଡ଼ିଆ ଗାଈକୁ ସାଧାରଣତଃ ଗୋଠରେ ଖାଇବାକୁ ନ ଦେଇ ଅଲଗା ଭାବରେ ଖାଦ୍ୟ ଦେବା ଜରୁରୀ ।
    • ପଡ଼ିଆ ହେବାର ପ୍ରାରମ୍ଭିକ ସମୟରେ ଶାରୀରିକ ଓଜନର ୨ ପ୍ରତିଶତ ହିସାବରେ ଖାଦ୍ୟ (ଶୁଷ୍ପମାତ୍ରା ଅନୁସାରେ) ପ୍ରଦାନ କରୁଥିବା ବେଳେ ପ୍ରସବ ପାଖେଇ ଆସୁଥିବା ବେଳେ ଏହାର ପରିମାଣ କମାଇ ୧.୫ ପ୍ରତିଶତ କରାଯିବା ଦରକାର ।
    • ଏହି ସମୟରେ ଦାନାର ପରିମାଣ କମାଇ ଘାସ । (ମୁଖ୍ୟତଃ ତନ୍ତୁ ଜାତୀୟ) ଖାଇବାକୁ ଦିଅନ୍ତୁ।
    • ଘାସ ଖାଇବାକୁ ଦେବା ସମୟରେ ଡାଲିଜାତୀୟ ଘାସ (ବରଗୁଡ଼ି, ବରସିମ୍, ଲୁସର୍ଣ୍ଣ) ଯଥାସମ୍ଭବ କମ୍‌ମାତ୍ରାରେ ଦେବା ବିଧେୟ, କାରଣ ଏହି ଜାତୀୟ ଘାସରେ ଅଧିକ। ମାତ୍ରାରେ ପୁଷ୍ଟିସାର, କ୍ୟାଲସିୟମ୍ ଓ ପଟାସିୟମ୍ ଆଦି ମାଆ ଗାଈର ଶରୀର ମଧକୁ ପ୍ରବେଶ କରୁଥିବା ଯୋଗୁ ପ୍ରସବ ପରେ ବିଭିନ୍ନ ରୋଗ ଯଥା ପହରେ ପାଣି ଜମିବା, କ୍ଷୀର ଜ୍ଵର, କିଟୋସିସ୍ ଓ ଅନ୍ୟାନ୍ୟ ପ୍ରଜନନ ଜନିତ ରୋଗ ଦେଖିବାକୁ ମିଳିଥାଏ ।
    • ଖାଦ୍ୟରେ ଉପଯୁକ୍ତ ପରିମାଣର ଲବଣ, ତଥା ଅନ୍ୟାନ୍ୟ ଜୀବସାର ଓ ଧାତୁସାର ଠିକ୍ ମାତ୍ରାରେ ଯୋଗାଈଦେବା ଦରକାର ନଚେତ୍ ପ୍ରସବ ପରେ ଏହାର ଅଭାବ ଜନିତ ରୋଗ ଦେଖିବାକୁ ମିଳିବାର ଆଶଙ୍କା ଥାଏ ।
    • ଶରୀରରେ କ୍ଷୀରର ପ୍ରସ୍ତୁତି ପାଇଁ କ୍ୟାଲସିୟମ ଓ ଫସଫରସର ଆବଶ୍ୟକତା ଗୁରୁତ୍ଵପୂର୍ଣ୍ଣ । ତେଣୁ ଏହି ସମୟରୁ ହିଁ ଏହାର ଅନୁପାତ ୨:୧ ରୁ ୧.୫:୧ ଅନୁପାତରେ ଖାଇବାକୁ ଦିଆଯିବା ଦରକାର । କିନ୍ତୁ ଫସଫରସର ପରିମାଣ ସାମଗ୍ରିକ ଖାଦ୍ୟରେ ବଢିଯିବା ହେତୁ ଏହା ବିଭିନ୍ନ ଅସୁବିଧା ଯଥା ପ୍ରସବ ସମୟରେ ଫୁଲ ନ ପଡିବା, ଗର୍ଭକଷ୍ଟ ବଢିବା, ପତିତ ଗାଈ ଓ କ୍ଷୀର ଜ୍ଵର ଭଳି ରୋଗମାନ ସୃଷ୍ଟି କରିଥାଏ ।
    • ଗର୍ଭଧାରଣ ସମୟରେ ଜରାୟୁର ବୃଦ୍ଧି ଫଳରେ ମା' ଗାଈଟି ଶରୀରରେ ରୋମନ୍ଥନ ପାକସ୍ଥଳୀ। କିଛି ଅଂଶରେ ସଙ୍ଗୁଚିତ ହୋଇଥାଏ, ତେଣୁ ଏହି ପଡିଆ ସମୟରେ ଅଧିକ କଠିନ ଖାଦ୍ୟ ନ ଦେଇ ଖାଦ୍ୟର ସାଧାରଣ ପ୍ରକ୍ରିୟାକରଣ କରି ସହଜ ହଜମକ୍ଷମ ଖାଦ୍ୟଦେବା ବିଧେୟ । ସ୍ଥଳ ବିଶେଷରେ ପତଳା ଝାଡା କରାଇବା ପାଇଁ ଆଲଡିହାଇଡ୍ ଯୁକ୍ତ, ତୈଳଯୁକ୍ତ ଖାଦ୍ୟ ଦିଆଯାଇଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରିଚାଳନା

ପଡ଼ିଆ ସମୟରୁ ଗାଈଟି କ୍ଷୀର ଦେବା ଅବସ୍ଥାରେ ପହଞ୍ଚିବା ବେଳକୁ ମୁଖ୍ୟତଃ ଗାଈଟିର ଶରୀରର ବିଭିନ୍ନ ଜୈବିକ ପ୍ରକ୍ରିୟା କ୍ରିୟାଶୀଳ ହୋଇଉଠେ । ତେଣୁ ଉପଯୁକ୍ତ ଜ୍ଞାନକୌଶଳ, ନିରାକରଣ ପଦ୍ଧତି ଓ ପ୍ରତିକାରର ଅଭାବରୁ ପଡିଆ ପରେ କ୍ଷୀର ଦେବାର ପ୍ରାରମ୍ଭିକ ସମୟରୁ ଗାଈଟି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଯାଏ । ଫଳରେ ଚାକ୍ଷୀଭାଇଟିକୁ ଆର୍ଥକ କ୍ଷତି ସହିବାକୁ ପଡିଥାଏ । ଏହି ସମୟରେ ଦେଖାଯାଉଥିବା ବିଭିନ୍ନ ରୋଗ ମଧ୍ୟରୁଥନହରା, କ୍ଷୀରଜ୍ଜର, କିଟୋସିସ୍, ପହରେ ପାଣି ଜମିବା ଆଦି ରୋଗ ଦେଖିବାକୁ ମିଳିଥାଏ । ଠିକ୍ ସେହିପରି ପ୍ରସବ ସମୟରେ ଫୁଲ ନ ପଡିବା, ପ୍ରସବ ବେଦନାର ସମୟ ବଢିବା, ଅଧିକ ରକ୍ତସ୍ରାବ ଆଦି ଲକ୍ଷଣମାନ ଦେଖିବାକୁ ମିଳିଥାଏ । ଅଧିକ ପରିମାଣରେ କ୍ଷୀର ଦେଉଥିବା ଗାଈମାନଙ୍କ କ୍ଷେତ୍ରରେ ସାଧାରଣତଃ ଥନହରା ରୋଗର ପୁନରାବୃତ୍ତି ହୋଇଥାଏ, ତେଣୁ ପଡିଆ ସମୟରେ ଏହାର ନିୟନ୍ତ୍ରଣ ପାଇଁ ଚିର ମଧ୍ୟରେ ଆଣ୍ଟିବାୟୋଟିକ୍ ଔଷଧ ପ୍ରୟୋଗ କରାଯିବା ଦରକାର । ଉପରଲିଖିତ ବିଭିନ୍ନ ରୋଗର ପ୍ରତିକାର ଓ ନିୟନ୍ତ୍ରଣ ପାଇଁ ପଡିଆ ଅବସ୍ଥା ପୂର୍ବରୁ ହିଁ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଜରୁରୀ ।

ଆଧାର –

  1. ଡା. ସାରଦା ପ୍ରସନ୍ନ ସାହୁ
  2. ଡା. ଯତୀନ କୁମାର ସାହୁ
4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top