ହୋମ / କୃଷି / ପ୍ରାଣୀ ଧନ / ଗ୍ରୀଷ୍ମ ଋତୁରେ ଗାଈ ଗୋରୁଙ୍କ ଖାଦ୍ୟ ପରିଚାଳନା
ସେଆର କରନ୍ତୁ

ଗ୍ରୀଷ୍ମ ଋତୁରେ ଗାଈ ଗୋରୁଙ୍କ ଖାଦ୍ୟ ପରିଚାଳନା

ଗ୍ରୀଷ୍ମ ଋତୁରେ ଗାଈ ଗୋରୁଙ୍କ ଖାଦ୍ୟ ପରିଚାଳନା ର ସୂଚନା

ଉତ୍ତାପ ଚାପ

ଆମ ଓଡିଶାରେ ମାର୍ଚ୍ଚ ମାସରୁ ଜୁନ୍ କିମ୍ବା ଜୁଲାଇ ମାସ ପର୍ଯ୍ୟନ୍ତ ପ୍ରଚୁର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ  । ପ୍ରବଳ ଗରମ ହେତୁପ୍ରାଣୀମାନଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତା କମିଯାଇଥାଏ ଏବଂ ଉତ୍ତାପ ଚାପ ହେତୁ ପ୍ରାଣୀମାନଙ୍କର ପ୍ରଦର୍ଶନ କ୍ଷମତା ମଧ୍ୟ କମି ଯାଇଥାଏ  । କିନ୍ତୁ, ପ୍ରାଣୀମାନେ ଉତ୍ତାପ ଚାପରେ ରହିବାର ସୂଚନା ଦେଇଥାନ୍ତି  । ଯଥା :

  • ଖାଦ୍ୟ ଖାଇବା କ୍ଷମତା କମିଯାଇଥାଏ  ।
  • ଦୁଗ୍ଧ ଉତ୍ପାଦନ କମିଯାଇଥାଏ  ।
  • କାର୍ଯ୍ୟ କରିବା କ୍ଷମତା ଏବଂ ଚଞ୍ଚଳତା କମିଯାଇଥାଏ  ।
  • ମୁହଁ ଖୋଲି ପ୍ରଚୁର ଲାଳ ଗଡାଇଥାନ୍ତି ।
  • ଦେହ ଏବଂ କ୍ଷୀର ତାପମାତ୍ରା ବଢିଯାଇଥାଏ  ।

ଖାଦ୍ୟ ପରିଚାଳନା

ଚାଷୀମାନଙ୍କୁ ଏଇ ସବୁ ସୂଚକକୁ ଧ୍ୟାନ ଦେଇ ସେମାନଙ୍କ ଖାଦ୍ୟ ପରିଚାଳନା କରିବା ଉଚିତ  ।

  • ଖାଉଥିବା ଖାଦ୍ୟର ପରିମାଣ ଶରୀରର ତାପମାତ୍ରା ଉପରେ ଅନେକ ପ୍ରଭାବ ପକାଇଥାଏ  । ଖାଦ୍ୟ ହଜମ ଏବଂ ଉପାଚୟ ହେବା ଦ୍ଵାରା ଶରୀରରେ ଚାପ ଉତ୍ପାଦନ ହୋଇଥାଏ  । ଅଧିକ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ଅଧିକ ଟାପ ଉତ୍ପାଦନ ହୋଇଥାଏ  । ଅଧିକ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ଅଧିକ ଟାପ ଉତ୍ପାଦନ ହୋଇଥାଏ  । ଗ୍ରୀଷ୍ମଋତୁରେ କମ୍ ଟାପ ଉତ୍ପାଦନ ନିମନ୍ତେ, ପ୍ରାଣୀମାନେ କମ୍  ଖାଦ୍ୟ ଖାଇଥାନ୍ତି  । ତେଣୁ ସହଜରେ ହଜମ ହୋଇ ପାରୁଥିବା ଶ୍ଵେତସାର ସହ କମ୍ ନଡା ଦେବା ଦ୍ଵାରା ପ୍ରାଣୀମାନେ କମ୍ ଖାଦ୍ୟରେ ମଧ୍ୟ କ୍ଷମତା ସମ୍ଭବ ଶକ୍ତି ଓ ପ୍ରୋଟିନ ପାଇଥାନ୍ତି  । କିନ୍ତୁ  ଅଧିକ ଶ୍ଵେତସାର ଦେବାଦ୍ଵାରା ପେଟ ଭିତରେ ଅମ୍ଳ ଜନିତ ରୋଗ ହେବାର ସମ୍ଭାବନା ରହିଛି  । ତେଣୁ ଖାଦ୍ୟରେ ପ୍ରତିରୋଧି ମିଶାଇ ଖାଇବାକୁ ଦେବା ଉଚିତ  ।
  • ସ୍ନେହସାର ଜାତୀୟ ଖାଦ୍ୟରେ ଶକ୍ତିର ପରିମାଣ ଅଧିକ ଏବଂ କମ୍ ଟାପ ଉତ୍ପାଦନ କରିଥାଏ  । ତେଣୁ ଖାଦ୍ୟରେ ସ୍ନେହସାର ଜାତୀୟ ଖାଦ୍ୟ ମିଶାଇ ଖାଦ୍ୟରେ ଶକ୍ତିର ପରିମାଣ ବୃଦ୍ଧି କରାଯାଇପାରିବ  । କିନ୍ତୁ ଧ୍ୟାନ ଦେବା ଉଚିତ ଯେ, ସ୍ନେହସାରର ପରିମାଣ କଦାପି ଶତକଡା ୫-୬% ରୁ ଅଧିକ ହେବା ଉଚିତ୍ ନୁହଁ  । ନଚେତ୍ ଖାଦ୍ୟରେ ଥିବା ନଡାର ହଜମ କ୍ଷମତା କମିଯାଇଥାଏ  ।
  • ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ହେତୁ ଅଧିକ ପରିମାଣର ଝାଳ ଏବଂ ମୂତ୍ର ନିର୍ଗତ ହୋଇଥାଏ  । ଏହି ନିର୍ଗତ ମୂତ୍ର ଏବଂ ଝାଳରେ ପ୍ରଚୁର ପରିମାଣର ସୋଡିୟମ ଓ ପୋଟାସିୟମ ନିର୍ଗତ ହୋଇଥାଏ  । ତେଣୁ ଖାଦ୍ୟରେ ଅଲଗା ଭାବେ ଲବଣ ମିଶାଇବା ଉଚିତ୍  । ଯେଉଁଥିରେ ଅଧିକ ପରିମାଣର ପୋଟାସିୟମ ଓ ସୋଡିୟମ ଥିବ  ।
  • ଅଧିକ ଲୋଭରେ ଅଧିକ ପ୍ରୋଟିନ ଖୁଆଇବା ଦ୍ଵାରା ପ୍ରାଣୀମାନଙ୍କ ଯକୃତ ଓ ବୃକକ ଉପରେ ଚାପ ପଡିଥାଏ  । ପ୍ରାଣୀମାନେ ରୋଗାଗ୍ରସ୍ତ ହୋଇପାରନ୍ତି ।ଏଣୁ ଗ୍ରୀଷ୍ମଦିନେ ଖାଦ୍ୟରେ ଶତକଡା ୧୫-୧୭% ପ୍ରୋଟିନ ରହିବା ଉଚିତ  ।
  • ନଡା ଜାତୀୟ ଖାଦ୍ୟର ହଜମ କ୍ଷମତା ବୃଦ୍ଧି କରିବା ନିମିତ୍ତ, ଏକ କୋଷୀ ଜାତ ଯଥା : ଇଷ୍ଟ, କବକ / ଛତୁ ଆଦି ମିଶାଯାଇ ଗରିବ  । ଏହି ଜୀବମାନେ ନଡା ଜାତୀୟ ଖାଦ୍ୟର ହଜମ କ୍ଷମତା ବୃଦ୍ଧି କରାଇ ଥାନ୍ତି ଏବଂ କମ୍ ତାପ ଉତ୍ପାଦନ କରିଥାନ୍ତି  । ତାଛଡା ଏହି ଜୀବ ମିଶାଇବା ଦ୍ଵାରା, ପ୍ରାଣୀମାନଙ୍କ ଦୁଗ୍ଧ ଉତ୍ପାଦନ ଓ ପ୍ରଦର୍ଶନ କ୍ଷମତା ବୃଦ୍ଧି ପାଇଥାଏ  ।
  • ଖରାଦିନେ ସବୁଜ ଘାସର ପରିମାଣ କମିଯାଇଥାଏ  । ତେଣୁ ଯଥା ପୂର୍ବରୁ ଘାସକୁ କାଟି ସଞ୍ଚୟ କରିବା ଉଚିତ  । ଘାସକୁ କାଟି ଶୁଖାଇ ‘ହେ’ ଭାବେ ରଖାଯାଇ ପାରିବ  । ନଚେତ ଘାସକୁ ଘୋଡାଇ ‘ସାଇଲେଜ’ ଭାବେ ମଧ୍ୟ ରଖାଯାଇ ପାରିବ  । ଏହି ଦୁଇଟି ପଦ୍ଧତିରେ ସବୁଜ ଘାସ ଓ ପତ୍ରକୁ ଅଧିକ ଦିନ ପାଇଁ ସଞ୍ଚୟ କରାଯାଇ ପାରିବ  । ଏବଂ ଆବଶ୍ୟକ ସମୟରେ ବ୍ୟବହାର କରାଯାଇପାରିବ  । ଗ୍ରୀଷ୍ମଋତୁରେ ମଧ୍ୟ ପ୍ରାଣୀମାନଙ୍କ ପାଇଁ ସବୁଜ ଘାସର ଅଭାବ କରିବା ଉଚିତ  ନୁହେଁ  ।
  • ପ୍ରାଣୀମାନଙ୍କ ଖାଇବା ସମୟରେ ମଧ୍ୟ ଅଦଳ ବଦଳ କରିବା ଉଚିତ, ଯଥା :
    • ସକାଳ ଓ ସନ୍ଧ୍ୟା ସମୟରେ ଖାଇବାକୁ ଦେବା ଉଚିତ୍  । ଏହି ସମୟରେ ପରିବେଶର ତାପମାତ୍ରା ଅଧିକ ନଥାଏ  । ତେଣୁପ୍ରାଣୀମାନଙ୍କ ଉପରେ ଚାଷ କମ୍ ପଡିଥାଏ ଏବଂ ପ୍ରାଣୀମାନେ ଅଧିକ ଖାଦ୍ୟ  ଖାଦ୍ୟ ଖାଇ ପାରନ୍ତି  । ଗ୍ରୀଷ୍ମଦିନେ ଖାଇବାର ସଠିକ୍  ବେଳ ହେଉଛି ସନ୍ଧ୍ୟା ବେଳ  । କାରଣ ଖାଦ୍ୟ ଖାଇବାପରେ ଶରୀରର ତାପମାତ୍ରା ବଢିଲେ ମଧ୍ୟ ପରିବେଶ ତାପମାତ୍ରା କମ୍ ଥିବାରୁ ବିଶେଷ ଅସୁବିଧା ହୁଏ ନାହିଁ  ।
    • ବାହାରେ ଚରିବା ପାଇଁ ସକାଳ ଓ ସନ୍ଧ୍ୟା ସମୟରେ ଛାଡିବା ଉଚିତ  । ତଦ୍ୱାରା ପ୍ରାଣୀମାନେ ସୂର୍ଯ୍ୟତାପରୁ ରକ୍ଷା ପାଇପାରିବେ  ।
    • ଏସବୁ ଛଡା ଅନ୍ୟ ଏକ ନିତାନ୍ତ ଆବଶ୍ୟକ ଉତ୍ପାଦନ ହେଉଛି ଜଳ  । ପ୍ରାଣୀମାନଙ୍କୁ ପ୍ରଚୁର ପରିମାଣରେ ସଫା ଓ ଥଣ୍ଡା ପାନୀୟଜଳ ଯୋଗାଇ ଦେବା ଉଚିତ୍  । ଏହା ଦ୍ଵାରା ପ୍ରାଣୀମାନେ ତାପରୁ ରକ୍ଷା ପାଇପାରିବେ  । ଖାଦ୍ୟ ଖାଇବା ଆଗରୁ ପାନୀୟଜଳ ଯୋଗାଇ ଦେବା ଉଚିତ  । ପାଣିରେ ଅଳ୍ପ ପରିମାଣରେ ଲବଣ ମଧ୍ୟ ମିଶାଯାଇ ପାରିବ  । ଯାହାକି ପ୍ରାଣୀମାନଙ୍କ ଆବଶ୍ୟକତାକୁ ପୂରଣ କରିପାରିବ  ।

ଉପରୋକ୍ତ ସଚେତନତା ଅବଲମ୍ବନ କରିବା ଦ୍ଵାରା ପ୍ରାଣୀମାନଙ୍କୁ ଗ୍ରୀଷ୍ମଋତୁରେ ଅଂଶୁଘାତରୁ ରକ୍ଷା କରାଯାଇପାରିବ ଏବଂ ପ୍ରାଣୀମାନଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ଓ ପ୍ରଦର୍ଶନ ପ୍ରଭାବିତ ହେବ  ନାହିଁ  ।

ସଂଗୃହୀତ – ଦେବାଶିଷ ଶତପଥୀ

2.9387755102
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top