ଛେଳି ପାଳନ କରି ଜଣେ ଆତ୍ମନିର୍ଭରଶୀଳ ହେବ । ସ୍ଵାଭିମାନର ସହ ପରିବାରର ଭରଣପୋଷଣ କରିପାରିବ । ଉତ୍ତମ ସ୍ଵାସ୍ଥ୍ୟରକ୍ଷା ସହ ପୁଷ୍ଟିସାର ଅଭାବକୁ ଦୂରେଇବା ପାଇଁ ମିଶନ୍ ମୋଡରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ଆରମ୍ଭ କରିଛନ୍ତି “ଜାତୀୟ ପୁଷ୍ଟିସାର ଯୋଗାଣ ମିଶନ୍” ।
ଗତ ୬ ବର୍ଷ ମଧ୍ୟରେ ମିଶନ୍ ନିଜ ଲକ୍ଷ୍ୟ ପୂରଣ ପାଇଁ ଯୋଜନାବଦ୍ଧଭାବେ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି । ସଫଳ ମଧ୍ୟ ହୋଇଛି ।
ଯୋଜନାର ଉଦ୍ଦେଶ୍ୟ
ଅଳ୍ପସଂଖ୍ୟକ ଛେଳିପାଳନ କରୁଥିବା ଗରିବ ଓ ଉତ୍ସାହୀ ଚାଷୀଙ୍କର ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ଅଧିକ ସଂଖ୍ୟାକ ଛେଳିପାଳନ ପାଇଁ ସୁଯୋଗ ଦେବା ।
ଶାରୀରିକ ଅଭିବୃଦ୍ଧି ନିମନ୍ତେ ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧର ଆବଶ୍ୟକତା ଅଧିକ । ଆମ ଦେଶରେ ମୋଟ ମାଂସ ଉତ୍ପାଦନର ଶତକଡା ପ୍ରାୟ ୧୮ ଭାଗ ଛେଳି ମାଂସ ଅଟେ । ପୁଷ୍ଟିସାରର ଗୁଣାତ୍ମମାନ ଦୃଷ୍ଟିରୁ ଏବଂ ସ୍ଵାଦକର ହେତୁ ଛେଳି ମାଂସର ଚାହିଦା ସର୍ବାଧିକ । ଭାରତୀୟ ଚିକିତ୍ସା ଓ ଗବେଷଣା ଛେଳିପାଳନ ପାଇଁ ସୁଯୋଗ ଦେବା । ପରିଷଦ (ଆଇ.ସି.ଏମ୍.ଆର) ଉତ୍ତମ ସ୍ଵାସ୍ଥ୍ୟରକ୍ଷା ଉଦ୍ଦେଶ୍ୟରେ ପ୍ରତି ଲୋକଙ୍କୁ ବର୍ଷକୁ ୧୧କିଗ୍ରା ମାଂସ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି । ଅଥଚ ବର୍ତ୍ତମାନ ଜଣକୁ ମିଳିପାରୁଛି ମାତ୍ର ସାଢେ ୫ କିଗ୍ରା ମାଂସ ବର୍ଷକୁ। ସେଥିପାଇଁ ଆମ ଦେଶର ଅଧିକାଂଶ ଲୋକ ପୁଷ୍ଟିସାର ଅଭାବ ଜନିତ ରୋଗରେ ଶିକାର ହୋଇଥାନ୍ତି । ଏହି ଦୃଷ୍ଟିରୁ ସରକାର ଛେଳି ପାଳନକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ୨୦୧୦ ମସିହା ଠାରୁ ଗ୍ରାମୀଣ ଲୋକଙ୍କୁ ଛେଳି ପାଳନ ଦ୍ଵାରା ଆତ୍ମନିର୍ଭରଶୀଳ ନିମନ୍ତେ 'ଜାତୀୟ ପୁଷ୍ଟିସାର ଯୋଗାଣ ମିଶନ' ଆରମ୍ଭ କରିଛନ୍ତି ।
ଚାଷୀ ଚୟନ
ଅତି କମ୍ରେ ୧୦ଟି ଛେଳି ଉତ୍ତମ ଭାବେ ପାଳନ କରୁଥିବା ଛେଳି ପାଳକ ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇପାରିବେ । ପରି ପାଳନ ସମ୍ବନ୍ଧୀୟ ମୋଟ ଖର୍ଚ୍ଚ ଅଟକଳରେ ୫୦% ବହନ କରିବା ପାଇଁ ଚାଷୀର ସମ୍ମତି ଥିବା ଆବଶ୍ୟକ ।
ଉପରୋକ୍ତ ମିଶନ ମାଧ୍ୟମରେ ଜଣେ ଛେଳି ପାଳକ ମୋଟ ୫୩ଟି ଛେଳି (୫୦ଟି ମାଈ ଓ ୩ଟି ବେଦା)ର ଛୋଟ ଫର୍ମ କିମ୍ବା ୧୦୬ଟି ଛେଳି (୧୦୦ ମାଈ ଓ ୬ଟି ବୋଦା) ବିଶିଷ୍ଟ ବଡ ଫର୍ମ କରିପାରିବ । ଏହି ଉଦ୍ଦେଶ୍ୟରେ ଛୋଟ ଫର୍ମର ସମୁଦାୟ ଖର୍ଚ୍ଚ ଅଟକଳ ୧ ଲକ୍ଷ ୪ ହଜାର ଟଙ୍କା ଓ ବଡ, ଛେଳି, ଫାର୍ମର ଅଟକଳ ୨ ଲକ୍ଷ ଆଠ ହଜାର ଟଙ୍କା ନିର୍ବାରିତ ହୋଇଛି । ମୋଟ ଅଟକଳର ୫୦ ପ୍ରତିଶତ ବା
ଅଧା ଖର୍ଚ୍ଚ ଚାଷୀକୁ କରିବାକୁ ପଡେ ଓ ଅବଶିଷ୍ଟ ୫୦ ପ୍ରତିଶତ ଖର୍ଚ୍ଚ ପାଇଁ ସରକାରୀ ପ୍ରୋତ୍ସାହନ ମିଳିଥାଏ । ଏହି ସରକାରୀ ଅନୁଦାନ ସମୁଦାୟ ୩ଟି କିସ୍ତିରେ ଚାଷୀକୁ ବିଭିନ୍ନ ପର୍ଯ୍ୟାୟରେ ମିଳିଥାଏ । ପ୍ରାଥମିକ ପର୍ଯ୍ୟାୟରେ ଉତ୍ତମ ଛେଳି ଗୁହାଳ ନିର୍ମାଣ ପାଇଁ ୨୦,୮୦୦ ଟଙ୍କା ଚାଷୀକୁ ଖର୍ଚ୍ଚ କରିବାକୁ ପଡେ । ଗୁହାଳ ନିର୍ମାଣ ପରେ ଖର୍ଚ୍ଚ ସମ୍ବନ୍ଧୀୟ ପ୍ରାମାଣିକ ରସିଦ ସ୍ଥାନୀୟ ବ୍ଳକ ପ୍ରାଣୀ ଚିକିତ୍ସା ଅଧକାରୀଙ୍କ ପାଖରେ ପୈଠ କରାଯାଏ । ତା'ପରେ ଚାଷୀଙ୍କୁ ଗୁହାଳ ତିଆରି ପାଇଁ କରିଥିବା ଖର୍ଚ୍ଚ ମିଳିଥାଏ । ପରେ ୨ୟ ଓ ୩ୟ କିସ୍ତିରେ ୨୦,୮୦୦ ଟଙ୍କା ଓ ୧୦,୪୦୦ଟଙ୍କା ଯଥାକ୍ରମେ ଚାଷୀକୁ ମିଳିଥାଏ । ଉତ୍ତମ ଫାର୍ମଟିଏ ଗଢି ଦେବା ପରେ ଚାଷୀକୁ ଆଉ ଖର୍ଚ୍ଚର ଆର୍ଥିକ ବୋଝା ପଡେ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଋଣ ପାଇଁ ଚାଷୀଙ୍କୁ କୌଣସି ବ୍ୟାଙ୍କର ଦ୍ବାରସ୍ଥ ହେବାକୁ ପଡେନି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧୁକାରୀଙ୍କୁ ସିଧାସଳଖ ଚାଷୀଙ୍କୁ ଟଙ୍କା ଚେକ୍ ଆକାରରେ ୩ଟି ପର୍ଯ୍ୟାୟରେ ପ୍ରଦାନ କରନ୍ତି ।
ଏହାର ସଫଳ ରୂପାୟନ ପାଇଁ ଛେଳିପାଳକମାନେ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଓ ବ୍ଳକ ପ୍ରାଣୀ ଚିକିତ୍ସା ଅଧୁକାରୀଙ୍କ ପରାମର୍ଶ ନେବା ଉଚିତ୍ । ଆବେଦନପତ୍ର ସମ୍ପୁର୍ଣ୍ଣ ଭାବରେ ପୂରଣ କରିବା ପରେ ବୃକ ପ୍ରାଣୀ ଚିକିତ୍ସା ଅଧିକରୀ, ବ୍ଳକ ଉନ୍ନୟନ ଅଧୁକାରୀ ଓ ଶେଷରେ ଉପଖଣ୍ଡ ପ୍ରାଣୀ ଚିକତ୍ସା ଅଧୁକାରୀଙ୍କ ସୁପାରିନ୍ସ ପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧ୍ବକାରୀଙ୍କ ଅନୁମୋଦନ ପାଇଁ ପଠାଯାଏ । ଚାଷୀମାନେ ୫୦ଟି ମାଈ ଓ ୩ଟି ବୋଦା କିଣିବା ପରେ ପ୍ରାଣୀ ଚିକିତ୍ସକଙ୍କ ମାଧ୍ୟମରେ ସେମାନଙ୍କର ଛେଳିମାନଙ୍କ ସମ୍ବନ୍ଧୀୟ ପ୍ରାମାଣପତ୍ର ମିଳେ ଓ ସେମାନଙ୍କୁ ବାମାକରଣ ଅନ୍ତର୍ଭୁକ୍ତ କରାଯାଏ । ପ୍ରତି ଛେଳିକୁ ୨୫୦ ଗ୍ରାମ୍ସନ୍ତୁଳିତ ଖାଦ୍ୟ ଖାଇବାକୁ ଦିଆଯାଏ ଏବଂ ଏ ସମ୍ବନ୍ଧୀୟ ଖାଦ୍ୟ ଖର୍ଚ୍ଚର ଆନୁଷଙ୍ଗିକ ରସିଦ, ପୌଠା କରିବାକୁ ପଡେ ।
ଆଧାର –ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବୌଦ୍ଧ
Last Modified : 6/23/2020