ଢେଙ୍କାନାଳ ଜିଲ୍ଲା ପ୍ରାଣୀଧନ ବିଭାଗର ସୂଚନା
ଢେଙ୍କାନାଳ ଜିଲ୍ଲା ପ୍ରାଣୀଧନ ବିଭାଗର ସୂଚନା ଆଲୋଚନା କରାଯାଇଛି ।
- Contents
ପ୍ରାଣୀ ସମ୍ବଳ ଉନ୍ନୟନ ବିଭାଗ
ପ୍ରାଣୀ ସମ୍ବଳ ଉନ୍ନୟନ ବିଭାଗ, ଢେଙ୍କାନାଳ
କାର୍ଯ୍ୟାଳୟର ନାମ:- ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ, ଢେଙ୍କାନାଳ
ଠିକଣା:- ପୋ-ଢେଙ୍କାନାଳ, ଢେଙ୍କାନାଳ
ଫୋନ:- ୦୬୭୬୨-୨୨୬୫୬୫
ଇମେଲ ଠିକଣା:- cdvodkl_07[at]yahoo[dot]co[dot]in
କାର୍ଯ୍ୟାଳୟର ଅବସ୍ଥିତି:- ଢେଙ୍କାନାଳ ସରକାରୀ ବସଷ୍ଟାଣ୍ଡ ନିକଟରେ।
ବିଭାଗର ଆଭିମୁଖ୍ୟ
ଜୀବନ ଧାରଣ ପାଇଁ ଜିଲରେ ଅଧିକାଂଶ ଲୋକ ପ୍ରାଣିପାଳନକୁ ଏକ ପ୍ରମୁଖ ଆନୁସଙ୍ଗିକ ଧନ୍ଦା ଭାବରେ ଗ୍ରହଣ କରିନେଇଛନ୍ତି । ଛୋଟ ବଡ ସମସ୍ତ ଚାଷୀ ଭାଇ ତଥା ଅଧିକାଂଶ ଭୂମିହହୀନ ଶ୍ରମିକ ପ୍ରାଣୀ ପାଳନ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ନିଜର ଆର୍ଥିକ ଅବସ୍ଥାର ଉନ୍ନତି ଆଣିପାରିଛନ୍ତି। ଜୀବିକା ନିର୍ବାହର ଏକ ପନ୍ଥା ସହ ପ୍ରାଣିପାଳନ ଜନ ସମାଜ ପାଇଁ ଉତ୍କୃଷ୍ଟ ପ୍ରାଣିଜ ପୁଷ୍ଟିସାର ଏକ ନିର୍ଭରଯୋଗ୍ୟ ଉତ୍ସ । ଏଣୁ ଆଧୁନିକ ବୈଜ୍ଞାନିକ ପଦ୍ଧତି ରେ ନୂତନ ଜ୍ଞାନ କୌଶଳର ଉପଯୋଗ ପୂର୍ବକ ପ୍ରାଣିପାଳନ କରି ପ୍ରାଣି ସମ୍ପଦ ର ସାମଗ୍ରିକ ବିକାଶ ତଥା ଉତ୍ପାଦନ ବୃଦ୍ଧି ସହ କୃଷକ ମାନଙ୍କ ଆର୍ଥିକ ମାନଦଣ୍ଡରେ ବିକାଶ ଆଣି ଏକ ସମୃଦ୍ଧ, ଅପପୁଷ୍ଟିବିହୀନ ସମାଜ ଗଠନ କରିବା ବିଭାଗର ପ୍ରମୁଖ ଉଦ୍ଦେଶ୍ୟ।
ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ
ଆଧୁନିକ ପରିପାଳ ତଥା ଉରର୍ଣ୍ଣତ ପ୍ରଜାତିର ପ୍ରାଣୀ ପାଳନ ଦ୍ଵାରା ଜିଲ୍ଲାରେ ଦୂଗଧ,ଅଣ୍ଡା ଓ ମାଂସ ର ଉତ୍ପାଦନ ବୃଦ୍ଧି କରିବା।
- ଜିଲ୍ଲାରେ ସମସ୍ତ ପଶୁ ପକ୍ଷୀ ମାନଙ୍କୁ ଉର୍ନତ ଚିକିସ୍ଥା ସେବା ଯୋଗାଇ ଦେବା ।
- ଜିଲ୍ଲାର ସମସ୍ତ ପଶୁ ପକ୍ଷୀ ମାନଙ୍କୁ ରୋଗ ଦାଉ ରୁ ରକ୍ଷା କରିବା ପାଇଁ ବ୍ୟ।ପକ ତଥା ବହୁବିଧ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ।
- କୃତ୍ରିମ ପ୍ରଜନନ ଜରିଆରେ ଜିଲ୍ଲାରେ ଗୋ ମହିଷା ଆଦି ପ୍ରାଣୀମାନଙ୍କ ର ଗୁଣାତ୍ମକ ମନ ବୃଦ୍ଧି କରିବା ।
- ଜିଲ୍ଲାରେ ବୈଜ୍ଞାନିକ ପ୍ରଜନନ ପଦ୍ଧତି ରେ ଛେଳି ମେଣ୍ଢା ମାନଙ୍କ ଉରନ୍ନତି ଆଣି ସେମାନଙ୍କଠାରୁ ଅଧିକ ମାଂସ ଉତ୍ପାଦନ କରିବା ଓ ତାହାର ଗୁଣାତ୍ମକ ମାନ ବୃଦ୍ଧି କରିବା।
- ଭ୍ରାମ୍ୟ ମାଣ ପ୍ରାଣୀ ଚିକିସ୍ଥା ସେବା ଜରିଆରେ ଜିଲ୍ଲାର ଅପହଞ୍ଚ ଇଲାକାରେ ପ୍ରାଣୀ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ।
- ସରକାରୀ ଯୋଜନାରେ ତଥା ଉଦ୍ୟୋଗୀ ବ୍ୟକ୍ତି ଗତ ଉଦ୍ୟମରେ ଜିଲଲ୍ରେ ପ୍ରାଣୀପାଳନ ସମ୍ବନ୍ଧୀୟ ବିଭିର୍ନ ଉଦ୍ୟୋଗ ପ୍ରତିଷ୍ଠା କରାଇବା ।
- ପ୍ରାଣୀ ପାଳନ ମାଧ୍ୟମରେ ଜିଲ୍ଲାର ବେକାର ଯୁବକ ଙ୍କୁ ବିଭିର୍ନ ଆତ୍ମ ନିଯୁକ୍ତି ଯୋଜନାରେ ସାମିଲ କରିବା ।
- ପ୍ରାଣୀ ପାଳନ ଉପରେ ନିର୍ଭର କରୁଥିବା ଚାଷୀ ଭାଇ ମାନଙ୍କ ପାଖରେ ଉନ୍ନତ ଜ୍ଞାନ କୌଶଳ ସଚେତନତା କର୍ୟକ୍ରମ ମାଧ୍ୟମରେ ପହଞ୍ଚାଇବା ।
ବିଭାଗର ବିଭିନ୍ନ ଯୋଜନା ଓ ସେବା
- କୃତ୍ରିମ ପ୍ରଜନନ ଯୋଜନା – ଜିଲ୍ଲାରେ ଗୋମହିଷାଦୀ ପଶୁମାନଙ୍କ ବିକାଶ ଓ ଉତ୍ପାଦିକ ଶକ୍ତି ବୃଦ୍ଧି ନିମନ୍ତେ ଉର୍ଣ୍ଣତ ମନର ଶୁକ୍ର ଦ୍ଵାରା କୃତ୍ରିମ ପ୍ରଜନନ ବବ୍ୟସ୍ତ। ଜିଲ୍ଲାର ୧୭୦ ଟି କୃତ୍ରିମ ପ୍ରଜନନ କେନ୍ଦ୍ରରେ ଉପଲବ୍ଧ ହେଉଅଛି । ଅନୁରୋଧ କ୍ରମେ ଗୋପାଳକମାନଙ୍କ ଦ୍ଵାର ଦେଶରେ ମଧ୍ୟ ଏହି ସେବା ଯୋଗାଇ ଦିଆଯାଇପରିବ । କୃତ୍ରିମ ପ୍ରଜନନ ରୁ ଜନ୍ମ ଲାଭ କରୁଥିବା ମାଈ ବାଛୁରି ମାନଙ୍କ ଉତ୍ପାଦିକା ଶକ୍ତି ଯଥେଷ୍ଟ ଅଧିକ ହୋଇଥାଏ ।
- ବାଡି ଅଗଣାରେ କୁକୁଡା ପାଳନ- ଏହି ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଚାଷିମାନଙ୍କୁ ୩ କିସ୍ତି ରେ ୪୫ ଟି ଅଧିକ ଉତ୍ପାଦନ କ୍ଷମ ବନରାଜ କୁକୁଡା ଚିଆଁ ଯୋଗାଇ ଦିଆ ଯାଉଛି ତଥା କୁକୁଡା ମାନଙ୍କ ପାଇଁ ଏକ ରାତି ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ୧୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଅ ଯାଉଛି । ଏହା ଛଡା ଜିଲ୍ଲାରେ ଢେଙ୍କାନାଳ, କାମାକ୍ଷାନଗର ଓ ହିନ୍ଦୋଳ ଠାରେ ତିନୋଟି ଚିଆଁ ଉତ୍ପାଦନ କେନ୍ଦ୍ର ରହିଛି ଯେଉଁ ଥିରୁ ଉରଣତ ମନର ବନରାଜ କୁକୁଡା ଚିଆଁ ଫୁଟା ଯାଇ ଚାଷୀ ମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଅଯାଉଛି ।
- ପଶୁଧନ ବିମାକରଣ - ବିଭାଗର ଏହା ଏକ ଅତ୍ୟନ୍ତ ଉପାଦେୟ ଯୋଜନା । ଏହି ଯୋଜନାରେ ଦୁଧିଆଳୀ ଗାଈ, ମଇଁଷି, ବଳଦ, ମେଣ୍ଢା ଓ ଚେଲୀ ମାନଙ୍କୁ ବିମାକାରଣ କରାଯାଇପାରିବ ଓ ସମସ୍ତ ବର୍ଗର ଚାଷୀ ମାନଙ୍କ ପାଇଁ ଯୋଜନା ଉମୋକ୍ତ । ଜଣେ ଚାଷୀ ସର୍ବାଧିକ ୫ ଟି ଗୋମହିଷାଦୀ ପଶୁ କିମ୍ବା ୫୦ ଟି ଛେଳି ମେଣ୍ଢା ଏହି ଯୋଜନାରେ ବିମକରଣ କରାଇପାରିବେ । ପଶୁଟି ମୂଲ୍ୟରେ ୧.୮ ପ୍ରତିଶତ ହାରାରେ ପ୍ରିମିୟମ ଦେବାକୁ ପଡିଥାଏ । ସମୁଦାୟ ପ୍ରିମିୟମ ରାଶି ର ଅନୁସୂତିତ ଜାତି, ଜନଜାତି ଓ ବି ପି ଏଲ ଶ୍ରେଣୀ ର ଚାଷୀ ମାନଙ୍କୁ ୨୦ ପ୍ରତିଶତ ଓ ସାଧାରଣ ବର୍ଗର ଚାଷୀ ମାନଙ୍କୁ ୪୦ ପ୍ରତିଶତ ଦେବାକୁ ପଡିଥାଏ । ପ୍ରିମିୟମ ବକେୟା ଅଂଶ ବିଭାଗ ଦେଇଥାଏ । କୌଣସି କାରଣ ରୁ ସମସ୍ତ ଯତ୍ନ ଓ ଚିକିସ୍ଥା ସତ୍ତ୍ୱେ ଯଦି ବିକକୃତ ପଶୁଟି ର ମୂତ୍ୟୁ ହୁଏ ତେବେ ଚାଶିତି ବିମାକୃତ ରାଶି ବୀମା କମ୍ପାନି ଠାରୁ ଭରଣ କରିଥାଏ ।
- ବ୍ୟବସାୟିକ ପ୍ରାଣୀ ପାଳନ ଉଦ୍ୟୋଗ ପ୍ରତୀଷ୍ଟା – ବଡ ବଡ ପ୍ରାଣୀପାଳନ ଉଦ୍ୟୋଗ ଯଥା ଅଣ୍ଡାଦିଆ କୁକୁଡା ଫାର୍ମ ବଡ ବଡ ଗୋପାଳନ ବ ଛେଳି ମେଣ୍ଢା ପାଳନ ଉଦ୍ୟୋଗ ପଶୁପାଳନ ମ।ଛଚାଷ ମୃଶ୍ରିତ କୃଷି ମିଶ୍ରିତ ଫାର୍ମ ଉଦ୍ୟୋଗ ବା ପଶୁପାଳନ ଉଦ୍ୟାନ କୃଷି ଫାର୍ମ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଉଦ୍ୟୋଗୀ ମାନେ CAE ଯୋଜନାରେ APICOL WEBSTIE ରେ ଆବେଦନ କରିପାରିବେ ।
- ଛୋଟ ପ୍ରାଣୀମାନଙ୍କର ଜିନୀୟ ଅଭିବୃଦ୍ଧି – ଏହି ଯୋଜନାରେ ଆଗ୍ରହୀ ଚାଷୀମାନଙ୍କୁ (ଛେଳି ଚାଷରେ ପୂର୍ବରୁ ଅଭିଜ୍ଞତା ଥାଇ ଆଧୁନିକ ବୈଷୟିକ ଜ୍ଞ।ନକୁ ଉପଯୋଗ କରିବାକୁ ଆଗ୍ରହୀ ଥିବେ ଅଥଚ ସମ୍ବଳର ଅଭାବ ପରିଲକ୍ଷିତ ହେଉଥିବ) 50+3 ଛେଳି ଫାର୍ମ ଖୋଲିବାକୁ ବିନା ବ୍ୟାଙ୍କ ସହଯୋଗରେ ବିଭାଗ ତରଫରୁ ଅନ୍ୟୁନ ଶତକଡା ପଚାଶ ଭାଗ (50%) ପଚାଶ ହଜାର (50,000/-) ପର୍ଯ୍ୟନ୍ତ ଅନୁଦାନ ଦିଆଯାଏ । ହିତାଧିକାରୀଙ୍କ ସନ୍ତୋଷଜନକ କାର୍ଯ୍ୟକୁ ବିଚାରକୁ ନେଇ ସମସ୍ତ ନିୟମାବଳୀ ଅନୁସାରେ ଏହି ସହାୟତା ରାଶି ତିନୋଟି ପର୍ଯାୟରେ ଦିଆ ଯାଇଥାଏ ।
- ସବୁଜ ଗୋଖାଦ୍ୟ ଉତ୍ପାଦନ ଯୋଜନା – ପଶୁପାଳନ ରେ ସବୁଜ ଗୋଖାଦ୍ୟ ଏକ ଅତ୍ୟାବସକୀୟ ଉପାଦାନ । ପ୍ରାଣିଜ ପୁଷ୍ଟିସାର ଜାତୀୟ ଖାଦ୍ୟ ଉତ୍ପାଦନ ପରିମାଣ ଓ ଗୁଣମତକ ମନ ବୃଦ୍ଧି କରିବା ସହିତ ଉତପାଦନ ଖରଚ କମାଇବାରେ ସବୁଜ ଗୋଖାଦ୍ୟ ସହାୟକ ହୋଇଥାଏ । ଏଣୁ ଜିଲଲ୍ରେ ସବୁଜ ଗୋଖାଦ୍ୟ ଉତ୍ପାଦନ କରିବା ପାଇଁ କେତେକ ଯୋଜନା ଚାଲୁ ରହିଛି ।
- ମିନିକିଟ ଯୋଜନା – ଏହି ଯୋଜନାରେ ଚାଷୀ ମାନଙ୍କୁ ଘାସ ମଞ୍ଜି ର ମିନିକିଟ ପ୍ରତି ଋତୁ ରେ ଯୋଗାଇ ଦିଆଯାଇଥାଏ । ଚାଷୀମାନେ ଏହା ଦ୍ଵାରା ଋତୁ କାଳୀନ ଗୋଖାଦ୍ୟ ଉତପାଦନ କରିଥାନ୍ତି ।
- ସବୁଦିନିଆ ଘାସ ଚାଷ – ଏହି ଯୋଜନାରେ ଶଙ୍କର ହଟିଆ ଘାସ ଚାଷ କରିବା ପାଇଁ ପ୍ରୋସ୍ଥାହନ ଦିଆଯାଇଥାଏ । ଗୋଟିଆ ଏକର ଜମିରେ ଶଙ୍କର ହଟିଆ ଘାସ ଚାଷ କାଲେ ଚାଷୀ ଭାଇ ମାନଙ୍କୁ ୧୨୦୦୦ ତାଙ୍କର ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ।
- ଖାଦକତା ଯନ୍ତ୍ର ଯୋଗାଣ – ସବୁଜ ଗୋଖାଦ୍ୟ କୁ ଖଣ୍ଡ ଖଣ୍ଡ କରି କାଟି ଖାଇବାକୁ ଦେବାପାଇଁ ହସ୍ତ ଚଳିତ ଖଡକଟା ଯନ୍ତ୍ର ରିହାତି ଦାମରେ ଯୋଗାଇ ଦିଆଯାଉଛି ।
- ପ୍ରାଣୀସମ୍ପଦ ସ୍ୱାସ୍ଥ୍ୟ ସେବା – ଜିଲ୍ଲାରେ ୧୮ ଟି ପ୍ରାଣୀ ଚିକିସ୍ଥଳୟ ଜରିଆରେ ସମସ୍ତ ପ୍ରାଣୀ ସମ୍ପଦ କି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । ଏହା ବ୍ୟତିତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଜିଲ୍ଲାରେ ମୋଟ ୮୫ ଟି ପ୍ରାଣୀ ଧାନ ସହାୟକ କେନ୍ଦ୍ର, ୫୦ ଗୋମୀତର କେନ୍ଦ୍ର ଓ ୧୪ଟି ସମନ୍ଵିତ ପାଦୁଧନ ବିକାଶ କେନ୍ଦ୍ର (ଯେ କେ ଟ୍ରଷ୍ଟ ଗ୍ରାମ ବିକାଶ ଯୋଜନା ଅଧୀନରେ କେବଳ ଓଡ।ପଡା ଓ ହିନ୍ଦୋଳ ବ୍ଲକ ରେ ) କାର୍ଯ୍ୟ କରୁଅଛି ।
- ଭ୍ରମ୍ୟମାଣ ପ୍ରାଣୀ ଚିକିସ୍ଥା ସେବା- ଜିଲ୍ଲାରେ ୮ ଟି ବ୍ଲକରେ ଚୁକ୍ତି ଭିତିକ ନିଯୁକ୍ତ ଜେନ ପ୍ରାଣିଚିକିସକ ଓ ଜେନ ପ୍ରାଣୀଧାନ ନିରିକ୍ଷକ ସହାୟତାରେ ଭ୍ରାମ୍ୟମାଣ ଚିକିସ୍ଥା ସେବା ନିନ୍ମୋକ୍ତ ଆଭିମୁଖ୍ୟ ସହ କାର୍ଯ୍ୟକରୀ ଆସୁଛି ।
- ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ପ୍ରାଣୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ।
- ପ୍ରତିମାସ ସର୍ବନିନ୍ମ ୨୦ ଦିନ ପୂର୍ବ ନିର୍ଧାରିତ କାର୍ଯସୁଚ୍ଚି ମୁତବକ ବିଭିର୍ଣ ଉପାନ୍ତ ଅଞ୍ଚଳ ଗସ୍ତ କରି ବିଭିର୍ଣ ସେବା ଯୋଗାଇ ଦେବା। ଏହି କରଜ୍ୟସୁଛି ୩ ମାସ ଆଗରୁ ପ୍ରସ୍ତୁତ କରି ଜିଲ୍ଲାର ବିଭିର୍ଣ ଲୋକ ପ୍ରତିନିଧି ତଥା ଜିଲ୍ଲା ସ୍ତରୀୟ ପଦଧିକାରୀ ଙ୍କୁ ଜଣାଇ ଦିଆଯାଇଥାଏ ।
- ଭ୍ରମ୍ୟମାଣ ପ୍ରାଣୀ ଚିକିସ୍ଥା ଇଉନିଟ ଯୋଗାଇ ଦେଉଥିବା ବିଭିର୍ଣ ସେବା ଗୁଡିକ ହେଲା – ସାଧାରଣ ଚିକିସ୍ଥା, ଟୀକାଦାନ, ଟୋଗନିରୂପଣ, କୃତ୍ରିମ ପ୍ରଜନନ ଓ ଟୋଗ ସେର୍ବେକ୍ଷଣ ।
- ବିଭାଗର ବିଭିର୍ଣ କାର୍ଯ୍ୟ କ୍ରମ ଓ ଯୋଜନା ବିଷୟେରେ ଲୋକ ମାନଙ୍କ ମନ୍ଧ୍ୟରେ ସଚେତନତା ସୃଷ୍ଟି କରିବା ।
- ପ୍ରାଣୀରୋଗ ନିରାକରଣ ଓ ସର୍ବେକ୍ଷଣ – ପଶୁ ପକ୍ଷୀ ମାନେ ଅନେକ ସମୟରେ ବିଭିର୍ଣ ମାରାତ୍ମକ ସଂକ୍ରାମକ ରୋଗର ଶିକାର ହୁଅନ୍ତି ଯାହା ଚାଷୀ ମାନଙ୍କୁ ସର୍ବସ୍ଵନ୍ତ କରିଦିଏ । ଏଣୁ ବିଭିର୍ଣ ଟୋଗ ଦାଉରୁ ପ୍ରାଣୀ ସମ୍ପଦ କୁ ରକ୍ଷା କରିବା ପାଇଁ ବିଧିବଦ୍ଧ ନିରାକରଣ ଓ ସର୍ବେକ୍ଷଣ ଯୋଜନା କାର୍ଯ୍ୟକାରୀ ହେଉଅଛି ।
- ଫାଟୁଆ ନିୟନ୍ତ୍ରଣ ଯୋଜନା – ଫାଟୁଆ ଗାଈ ମଇଁଷି ଛେଳି ମେଣ୍ଢା ଓ ଘୁଷୁରି ମାନଙ୍କର ଏକ ଭୂତାଣୁ ଜନିତ ମାରାତ୍ମକ ରୋଗ । ଏହି ରୋଗ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଖୁବ ଶୀଘ୍ର ବ୍ୟାପେ। ଏଥିରେ ସାଧାରଣତଃ ପଶୁମାନଙ୍କର ମୃତ୍ୟୁ ହୁଅ ନ।ହିଁ, ମାତ୍ର ଉତ୍ପାଦନ କମି ଯିବାରୁ ଚାଷୀ ମାନଙ୍କର ପ୍ରଭୁତା କ୍ଷତି ହୋଇଥାଏ । ଏହି ମାରାତ୍ମକ ରୋଗ ର ମୁକାବିଲା ପାଇଁ ଜିଲଲ୍ରେ ଏକ ବିଧିବଦ୍ଧ ସମୂହ ଟୀକାଦାନ କରଜ୍ୟକରମ ଚାଲୁ ରହିଛି । ପ୍ରତୀତି ପଶୁକୁ ବର୍ଷେ କୁ ଦୁଇ ଥର ଟୀକା ଦାନ କରାଯିବାର ବାବୟସତା କରାଯାଇଛି ଏବ॰ ପ୍ରାଣୀଚିକିସ୍ଥଳୟ ସ୍ତରରେ ଅବଶ୍ୟକ ମୁତବକ ଟୀକା ଗଛିତ ରଖାଯାଇଛି ।
- ଥେଲେରୀଓସୀସ ନିୟନ୍ତ୍ରଣ ଯୋଜନା – ଥେଲେରୀଓସୀସ ଶଙ୍କର ଜାତୀୟ ଗାଇମାନଙ୍କ ର ଏକ ମାରାତ୍ମକ ରୋଗ । ଏହା ଟିଙ୍କ ମାନଙ୍କ ଦ୍ଵାରା ବ୍ୟାପେ । ଠିକ ସମୟରେ ଚିକିସ୍ଥା ନକଲେ ପଶୁଟିର ମୃତ୍ୟୁ ହୋଇଥାଏ । ପୁଣି ଏହାର ଚିକିସ୍ଥା ଅତ୍ୟନ୍ତ ବ୍ୟୟବହୁଳ ଏବ॰ ରୋଗର ପ୍ରଥିମକ ସ୍ତରରେ ହିଁ ଫଳବତୀ ହୋଇଥାଏ । ଏହି ରୋଗ ପାଇଁ ଏକ ଉପଦାୟ ତଥା ଫଳପ୍ରଦ ଟୀକା ଉପଲବ୍ଧ । ଏଣୁ ଜିଲ୍ଲାରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ଶଙ୍କର ଜାତୀୟ ଗାଈ ମାନଙ୍କର ଥେଲେରିଆ ଟୀକା ଦାନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଟୀକା ବର୍ଷକୁ ଥରେ ଦିଆଯାଏ ଓ ଏଥିପାଇଁ ଡୋଜ ପିଛା ବ୍ୟବହାରିକ ମୂଲ୍ୟ ୫୩ ତାଙ୍କ ରଖାଯାଇଛି ।
- ପିପିଆର ନିୟନ୍ତ୍ରଣ ଯୋଜନା – ପି ପି ଆର ଛେଳି ମେଣ୍ଢା ମାନଙ୍କର ଏକ ଭୂତାଣୁ ଜନିତ ମାରାତ୍ମକ ସଂକ୍ରମଣ ରୋଗ । ଏହି ରୋଗରେ ହଜାର ହଜାର ସଂଖ୍ୟାରେ ଛେଳି ମେଣ୍ଢା ମାନଙ୍କର ମୃତ୍ୟୁ ହୁଏ । ଏହାର କୌଣସି ସଫଳ ଚିକିସ୍ଥା ନ ଥିବାରୁ ରୋଗ ନିରାକରଣ ହିଁ ଏକ ମାତ୍ର ଉପାୟ । ଏହି ରୋଗ ପାଇଁ ଏକ ସଫଳ ଟୀକା ଉପଲବ୍ଧ ଥିବାରୁ ଜିଲଲ୍ରେ ଟୀକା ଦାନ କାର୍ଯ୍ୟକ୍ରମ ଚାଲୁ ରହିଛି ।
- ଏହା ବ୍ୟତୀତ ଅନେକ ପ୍ରାଣୀ ରୋଗର ଟିକକରଣ କାର୍ଯ୍ୟକ୍ରମ ଜିଲଲ୍ରେ ଚାଲୁ ରହିଛି ଯଥା – ସାହାଣା, ବଜବଜିଆ, ଛେଳି ବସନ୍ତ , ଅନ୍ଥ୍ରାକ୍ସ, ବୃସେଲିସିସ, କୁକୁଡା ବସନ୍ତ ଓ ରାଣୀ କ୍ଷେତ୍ ରୋଗ ।