ହୋମ / କୃଷି / ପ୍ରାଣୀ ଧନ / ଠେକୁଆ ଚାଷ ଠେକୁଆ ଚାଷ
ସେଆର କରନ୍ତୁ

ଠେକୁଆ ଚାଷ ଠେକୁଆ ଚାଷ

ସ୍ବସ୍ଥ ଠେକୁଆର ଲକ୍ଷଣ ଠେକୁଆ ଚାଷର ପରିଚୟ ଠେକୁଆ ପ୍ରଜାତି ଠେକୁଆ ପାଳନର ପଦ୍ଧତି ଠେକୁଆ ମାନଙ୍କୁ ଜନ୍ମ ଦେବା ସମ୍ପର୍କିତ ପରିଚାଳନା ରୋଗ ହୋଇଥିବା ଠେକୁଆର ଲକ୍ଷଣ ଠେକୁଆ ମାନଙ୍କର ରୋଗ

 

ଠେକୁଆ ଚାଷର ପରିଚୟ

ଠେକୁଆ ଚାଷ କାହିଁକି?
  • କମ ପୁଞ୍ଜି ଲଗାଣ. ପଛ ପଟେ ଥିବା ସ୍ଥାନକୁ ଆୟ ବୃଦ୍ଧି ପାଇଁ ବ୍ୟବହାର କରାଯ଼ାଇ ପାରେ .
  • ରୋଷେଇ ଶାଳରୁ ବାହାରୁଥିବା ବର୍ଜ ପରିବାରୁ ପଶୁଙ୍କ ପାଇଁ ଉଚ୍ଚ ମାନର ପ୍ରୋଟିନରେ ପରିଣତ କରିବା .
  • ମାଂସ ଉତ୍ପାଦନ ବ୍ୟତିତ ସେମାନଙ୍କର ଚମଡା ଓ ଲୋକ ମଧ୍ୟ ବ୍ୟବହାର କରାଯ଼ାଏ
  • ଗୃହିଣୀ ମାନଙ୍କ ପାଇଁ ଅତିରିକ୍ତ ଆୟ
କାହା ପାଇଁ ଠେକୁଆ ଚାଷ?
  • ଭୂମିହୀନ ଚାଷୀ, ଅଶିକ୍ଷିତ ଯ଼ୁବକ, ଏବଂ ମହିଳା ମାନଙ୍କ ପାଇଁ ଅଂଶକାଳୀନ କାମ ଭାବେ ଆଯ. ବୃଦ୍ଧି କରିବାରେ ଠେକୁଆ ଚାଷ ସୁଯ଼ୋଗ ପ୍ରଦାନ କରିଥାଏ.
ଠେକୁଆ ଚାଷର ଲାଭ
  • ଜଣେ ଠେକୁଆ ଚାଷ କରି ତାର ପରିବାର ପାଇଁ ଉଚ୍ଚ ମାନର ମାଂସ ଉତ୍ପାଦନ କରିପାରିବ
  • ଘରେ ଥିବା ଶସ୍ୟ, ବର୍ଜ ପରିବା ବା ଉପଲବ୍ଧ ହେଉଥିବା ପତ୍ରକୁ ଠେକୁଆକୁ ସହଜରେ ଖୁଆଇ ଦିଆଯ଼ାଇ ପାରେ
  • ବ୍ରଯଲକ ଠେକୁଆର ବିକାଶ ଦର ଖୁବ ଉଚ୍ଚ ସେମାନେ ପ୍ରତ୍ୟେକ ତିନିମାସରେ 2 କିଲୋ ବଢିଥାନ୍ତି
  • ଲିଟର ସାଇଜ ( ଜନ୍ମ ହେଉଥିବା) ଠେକୁଆ ମଧ୍ୟ ଖୁବ ଅଧିକ (8ରୁ . 12 ପର୍ଯ୍ୟନ୍ତ)
  • ଅନ୍ୟ ମାଂସ ତୁଳନାରେ ଯ଼ଦି ଆମେ ଠେକୁଆ ମାଂସକୁ ତୁଳନା କରିବା ତେବେ ଏଥିରେ ଉଚ୍ଚ ମାତ୍ରାରେ ପ୍ରୋଟିନ (21 ପ୍ରତିଶତ) କମ ଫ୍ୟାଟ (8 ପ୍ରତିଶତ) ରହିଥାଏ ତେଣୁ ସମସ୍ତ ଆୟୁ ବର୍ଗର ଲୋକ ପିଲା ମାନଙ୍କ ଠାରୁ ବଯସ୍କ ମାନଙ୍କ ପର୍ଯ୍ୟନ୍ତ ପାଇଁ ଏହି ମାଂସ ଉପଯ଼ୁକ୍ତ

ଠେକୁଆ ପ୍ରଜାତି

ଭାରୀ ଓଜନ ବିଶିଷ୍ଟ ପ୍ରଜାତି (4ରୁ 6 କିଗ୍ରା)
  • ଧଳା ଦୀର୍ଘକାୟ
  • ଧୂସର ଦୀର୍ଘକାୟ
  • ବେଲଜିଯମି ଦୀର୍ଘକାୟ
ମଧ୍ୟମ ଓଜନ ବିଶିଷ୍ଟ ପ୍ରଜାତି (3ରୁ 4 କିଗ୍ରୀ)
  • ନ୍ଯୁଜିଲାଣ୍ଡ ଧଳା
  • ନ୍ଯୁଜିଲାଣ୍ଡ ନାଲି
  • କାଲିଫର୍ନିଆନ
ହାଲୁକା ଓଜନ ପ୍ରଜାତି   (2-3 କେଜି )
  • ସୋଭିଏତ ଚିନଚିଲା
  • ଡଚ
SovietChincilla.JPG

ସୋଭିଏତ ଚିନଚିଲା

WhiteGiant.JPG

ଧଳା ଦୀର୍ଘକାୟ

ଠେକୁଆ ପାଳନର ପଦ୍ଧତି

ଡିପ ଲିଟ୍ଟର ପଦ୍ଧତି
  • କମ ସଂଖ୍ୟାରେ ଠେକୁଆ ମାନଙ୍କର ଲାଳନ ପାଳନ ପାଇଁ ଏହି ପଦ୍ଧତି ସବୁଠାରୁ

ଯୋଗ୍ୟ ଲିଟ୍ଟର ସାମଗ୍ରୀ ଯ଼େପରି ଧାନ ଚୋପା, କୁଟା ଆଦିକୁ ତଳୁ 4-6 ଇଂଚ ପର୍ଯ଼ନ୍ତ ରଖାଯ଼ାଇ ପାରେ

  • ଠେକୁଆ ମାନେ ତଳର ଚଟ୍ଟାଣକୁ ଗାତ ଖୋଳିବାର ସମ୍ଭାବନା ଥିବାରୁ ଚଟ୍ଟାଣକୁ କଂକ୍ରିଟ କରାଯ଼ିବା ଆବଶ୍ୟକ୍.
  • ଡିପ ଲିଟ୍ଟର ପଦ୍ଧତିରେ 30ରୁ ଅଧିକ ଠେକୁଆର ଲାଳନ ପାଳନ କରିବା ଠିକ ନୁହେଁ .
  • ଏହି ପଦ୍ଧତିରେ ଲାଳନ ପାଳନ ହେଉଥିବା ଠେକୁଆ ମାନଙ୍କୁ ରୋଗ ହେବାର ସମ୍ଭାବନା ଅଧିକ .
  • ଏହି ପଦ୍ଧତିରେ ଶାବକ ମାନଙ୍କର ପରିଚାଳନା ମଧ୍ୟ କଠିନ .
ପଂଜୁରୀ ପ୍ରଣାଳୀ
  • ପ୍ରାପ୍ତ ବଯସ୍କ ଠେକୁଆ – 4 ବର୍ଗ ଫୁଟ ଡ୍ଯାମ – 5.5 ବର୍ଗଫୁଟ ବନିଜ – 1.5 ବର୍ଗ ଫୁଟ
  • ପଂଜୁରୀ ଆଯାମ – ଦୈର୍ଘ କମ ବେଶୀ ହୋଇ ପାରେ କିନ୍ତୁ ଉଚ୍ଚତା ଏହଂ ପ୍ରସ୍ଥ 15 ଫୁଟର ହେବା ଉଚିତ .
  • କିଣ୍ଡଲିଂ ପଂଜୁରୀର ତଳ ଏବଂ ପାର୍ଶ 1.5 X 1.5 ଇଂଚର ମିଶା ମିଶି ହେବା ଉଚିତ , ଶାବକ ମାନଙ୍କ ପଂଜୁରୀ ଭିତରୁ ବାହାରକୁ ବାହାରି ଯ଼ିବାର ସମ୍ଭାବନା ଥିବାରୁ ତାକୁ ରୋକିବାକୁ ଏହାର ବ୍ୟବହାର କରାଯ଼ାଇଥାଏ.
ଚଟ୍ଟାଣ ସ୍ଥାନ ଆବଶ୍ଯକତା
  • ପ୍ରାପ୍ତ ବଯସ୍କ ପୁରୁଷ ଠେକୁଆ – 4 ବର୍ଗ ଫୁଟ
  • ମା ଠେକୁଆ –5 ବର୍ଗ ଫୁଟ
  • ଶାବକ – 1.5 ବର୍ଗ ଫୁଟ

ପ୍ରାପ୍ତ ବୟସ୍କ ଠେକୁଆର ପଂଜୁରୀ : ପ୍ରାପ୍ତ ବଯସ୍କ ଠେକୁଆର ପଂଜୁରୀ 1.5 ଫୁଟ ଦୈର୍ଘ, 1.5 ଫୁଟ ପ୍ରସ୍ଥ ଓ 1.5 ଫୁଟ ଉଚ୍ଚତା ବିଶିଷ୍ଟ ହେବା ଉଚିତ ଏହି ପଂଜୁରୀ ଗୋଟିଏ ପ୍ରାପ୍ତ ବୟସ୍କ ଠେକୁଆ କିମ୍ବା ଦୁଇଟି ବଢୁଥିବା ଠେକୁଆ ପାଇଁ ଯୋଗ୍ୟ

ବଢୁଥିବା ଠେକୁଆଙ୍କ ପାଇଁ ପଂଜୁରୀ
  • ଦୈର୍ଘ – 3 ଫୁଟ
  • ପ୍ରସ୍ଥ – 1.5 ଫୁଟ
  • ଉଚ୍ଚତା – 1.5 ଫୁଟ

ଏହି ଆକାରର ପଂଜୁରୀ ତିନି ମାସ ବଯସ ପର୍ଯ଼ନ୍ତ 4-5 ଟି ଠେକୁଆ ପାଇଁ ଯୋଗ୍ୟ

କିଣ୍ଡଲିଂ ପାଇଁ ପଂଜୁରୀ

ବଢୁଥିବା ଠେକୁଆ ମାନଙ୍କ ପାଇଁ ଏହି ପଂଜୁରୀର ଆକାର ସେମାନଙ୍କର କିଣ୍ଡଲିଂ ପାଇଁ ଯ଼ଥେଷ୍ଟ ତେବେ ପଂଜୁରୀର ତଳ ଓ ପାର୍ଶ ବେଲ୍ଡ ମେସ ଦ୍ବାରା 1.5 X 1.5 ଇଂଚରେ ଦିଆରି ହେବା ଆବଶ୍ୟକ୍ ଶାବକ ମାନେ ପଂଜୁରୀ ଭିତରୁ ବାହାରିବାକୁ ରୋକିବା ପାଇଁ ଏହାର ବ୍ୟବହାର କରାଯ଼ାଇଛି .

ନେଷ୍ଟ ବାକ୍ସ

କିଣ୍ଡିଲିଂ ସମଯରେ ସୁରକ୍ଷିତ ଓ ଶାନ୍ତିପୂର୍ଣ ପରିବେଶ ପାଇଁ ନେଷ୍ଟ ବାକ୍ୟର ଆବଶ୍ୟକ୍ତା ରହିଛି. ଏହି ବାକ୍ୟକୁ ଗାଲଭାନାଇଜଡ ଲୁହା କିମ୍ବା କାଠ ଦ୍ବାରା ତିଆରି କରାଯ଼ାଇ ପାରେ . ଏହାର ଆକାର ଏପରି ହେବା ଉଚିତ ଯ଼େ ଏହାକୁ କିଣ୍ଡଲିଂ ପଂଜୁରୀ ମଧ୍ୟରେ ରଖାଯ଼ାଇ ପାରିବ .

ନେଷ୍ଟ ବାକ୍ସର ଆକାର

  • ଦୈର୍ଘ – 22 ଇଂଚ
  • ପ୍ରସ୍ଥ - 12 ଇଂଚ
  • ଉଚ୍ଚତା – 12 ଇଂଚ

GInestbox.jpg

ନେଷ୍ଟ ବାକ୍ସ ଏପରି ଭାବେ ତିଆରି ହେବା ଆବଶ୍ୟକ୍ ଯ଼େ ଏହା ଉପର ଆଡୁ ଖୋଲି ପାରିବ . ନେଷ୍ଟ ବାକ୍ସର ଉପର ଭାଗବ ବେଲ୍ଡ ମେସରେ1.5’’X 15’’ ଆକାରର ହେବା ଦରକାର ନେଷ୍ଟ ବାକ୍ସର ଲଙ୍ଗିଚୁ଼ଡିନାଲ ଅଂଶରେ ଏକ 15 ସେମି ବ୍ଯାସର ବୃତ୍ତ ଆକାରର ଗର୍ତ କରାଯ଼ିବା ଆବଶ୍ୟକ୍ ଏହି ଗର୍ତ ମା ଠେକୁଆକୁ ନେଷ୍ଟ ବାକ୍ସରୁ ପଂଜୁରୀକୁ ଯ଼ିବାକୁ ସହାଯକ ହୁଏ .

ପଛପଟେ ଠେକୁଆ ପାଳନ ପାଇଁ ପଞ୍ଜୁରୀ

ଘରର ପଛପଟେ ଠେକୁଆ ମାନଙ୍କର ଲାଳନ ପାଳନ ପାଇଁ ପଞ୍ଜୁରୀ ମାଟିରୁ 3’-4’ ଉପରେ ରହିବା ଆବଶ୍ୟକ୍ . ପଞ୍ଜୁରୀର ଉପର ପାର୍ଶ ବାଟର ପ୍ରୁଫ ହୋଇଥିବା ଆବଶ୍ୟକ୍ .

ଖାଦ୍ୟ ଏବଂ ଜଳ କୁଣ୍ଡ

ସାଧାରଣ ଭାବେ ଠେକୁଆ ମାନଙ୍କର ଖାଦ୍ୟ ଓ ଜଳ କୁଣ୍ଡ ଗାଲଭାଇନାଇଜଡ ଲୁହା ଦ୍ବାରା ତିଆରି କରାଯ଼ାଇଥାଏ . ଏହି କୁଣ୍ଡ ଇଂରାଜୀ ଅକ୍ଷର ଜେ ଆକାରରେ ତିଆରି ହେବା ଉଚିତ ଏବଂ ଏହା ପଞ୍ଜୁରୀର ବାହାରରେ ଫିଟ ହେବା ଆବଶ୍ୟକ୍ . ଏ ସମ୍ପର୍କରେ ଅର୍ଥ ବିନିଯ଼ୋଗ କମ କରିବାକୁ କପରେ ମଧ୍ୟ ଠେକୁଆ ମାନଙ୍କୁ ଖାଦ୍ୟ ଓ ଜଳ ପ୍ରଦାନ କରାଯ଼ାଇ ପାରେ .

Jtypefeeder.jpg

ଜେ ଆକାରର ଖାଦ୍ୟ କୁଣ୍ଡ

drinkercup.jpg

ଜଳ ପ୍ରଦାନ ପଦ୍ଧତି

ଖାଦ୍ୟ ପରିଚାଳନା

  • ଜବାର, ବାଜରା ଏବଂ ଲେଗୁମ୍ସ .
  • ସବୁଜ ଖାଦ୍ୟ ଯ଼େପରି ଦେସମନ୍ଥୁସ, ଲୁସର୍ନ, ଅଗଥି .
  • ରୋଷେଇ ବର୍ଜ ବସ୍ତୁ ଯ଼େପରି ଗାଜର, ବନ୍ଧାକୋବି ଚୋପା ଓ ଅନ୍ୟ ପରିବାର ବର୍ଜ ବସ୍ତୁ .
  • ଗୋଲା ଆକାରରେ ଗାଢ ଖାଦ୍ୟ
  • ମଧ୍ୟ ପ୍ରଦାନ କରାଯ଼ାଇ ପାରେଯ. ଯ଼ଦି ଗୋଲା ଖାଦ୍ୟ ଉପଲବ୍ଧ ନ ହୁଏ ତେବେ ଗାଢ ଖାଦ୍ୟକୁ ଜଳ ସହ ମିଶାଇ ଏହାକୁ ଛୋଟ ବଲ ଆକାରରେ କରି ଠେକୁଆ ମାନଙ୍କୁ ଦିଆଯ଼ାଇ ପାରେ.

 

ଠେକୁଆ ପ୍ରକାର

ଆନୁମାନିକ ଶରୀର ଓଜନ

ମାତ୍ର ଖାଦ୍ୟ/ ଦିନ (ଗ୍ରା)

ଗାଢ ଖାଦ୍ୟ

ସବୁଜ ଖାଦ୍ୟ

ପ୍ରାପ୍ତ ବଯସ୍କ ପୁରୁଷ ଠେକୁଆ

4-5 କେଜି

100

250

ପ୍ରାପ୍ତ ବଯସ୍କ ମହିଳା ଠେକୁଆ

4-5 କେଜି

100

300

କ୍ଷୀର ଦେଉଥିବା ଓ ଗର୍ଭବତୀ ଠେକୁଆ

4-5 କେଜି

150

150

ଶିଶୁ ଠେକୁଆ

0.6-0.7 kg

50-75

150

ସାମ୍ପଲ ଗାଢ ଖାଦ୍ୟମିଶ୍ରଣ

ଉପାଦାନ

ପରିମାଣ

ମକ୍କା ଗୁଣ୍ଡ

30 ଭାଗ

ବାଜରା ଗୁଣ୍ଡ

30 ଭାଗ

ଚିନାବାଦାମ କେକ

13 ଭାଗ

ଗହମ ଚୋକଡ

25 ଭାଗ

ଧାତୁ ମିଶ୍ରଣ

1.5 ଭାଗ

ଲୁଣ

0.5 ଭାଗ

ଠେକୁଆ ମାନଙ୍କୁ ଜନ୍ମ ଦେବା ସମ୍ପର୍କିତ ପରିଚାଳନା

  • ଠେକୁଆ ମାନଙ୍କର ଜନ୍ମ ଦେବାର ସମଯ ପୁରୁଷ 1 ବର୍ଷ ଓ ମହିଳା ଛଅ ମାସ .
  • ଉଚ୍ଚ ଲିଟ୍ଟର ଆକାରରୁ ଚଯନିତ .
  • ସ୍ବସ୍ଥ ଥିବା ଆବଶ୍ଯକ, କୋଟ ସଫାସୁତୁରା ରହିଥିବା ଆବଶ୍ୟକ .
  • ପୁରୁଷର ଦୁଇଟି ସଠିକ ଡିସେଣ୍ଡେଡ ଟେଷ୍ଟି ରହିଥିବା ଆବଶ୍ୟ
  • ଯ଼ଦି ମହିଳା ଠେକୁଆ ଉତ୍ତାପ ଅନୁଭବ କରିବ ତେବେ ଏହା ପୁରୁଷ ଠେକୁଆକୁ ତା ନିକଟକୁ ଆସିବାକୁ ଦେବ, ନ ହେଲେ ଏହାପଂଜୁରୀର ଗୋଟିଏ କୋଣକୁ ଯ଼ାଇ ପୁରୁଷକୁ ଆକ୍ରମଣ କରିବ.
  • ମହିଳା ପୁରୁଷ ଅନୁପାତ ହେଉଛି 1 : 10
  • ଗେଷ୍ଟେସନ ଅବଧି ହେଉଛି 28-31 ଦିନ
  • ଗର୍ଭର ଚିହ୍ଟଟ ମହିଳା ଠେକୁଆ ମାନଙ୍କର ବ୍ରିଡିଂର 12ରୁ 14 ଦିନ ପପର ପେଟକୁ ଛୁଇଁ କରାଯ଼ାଇପାରେ ମହିଳା ଠେକୁଆର ପଛ ପଟର ଗୋଡ ନିକଟରେ ଥିବା ଅଂଶକୁ ଛୁଆଁ ଯ଼ାଇପାରେ . ସେଠାରେ ଛୁଇଁଲା ପରେ ଯ଼ଦି ଏକ ଗୋଲାକାର ଆକୃତି ଅନୁଭବ କରି ହୁଏ ତେବେ ଠେକୁଆଟି ଗର୍ଭବତୀ ବୋଲି ଜଣାଯ଼ିବ .
  • ଯ଼ଦି ମହିଳା ଠେକୁଆ ତିନି ଥର ମିଶିଲା ପରେ ମଧ୍ୟ ଗର୍ଭବତୀ ହେଉ ନାହିଁ ତେବେ ତାକୁ ପଂଜୁରୀରୁ ହଟାଇ ଦେବା ବା ମାରିଦେବା ଉଚିତ.
  • ମିଶିବାର 25 ଦିନ ପରେ ଗର୍ଭବତୀ ଠେକୁଆକୁ କିଣ୍ଡଲିଂ ପଂଜୁରୀକୁ ନେଇଯ଼ିବା ଉଚିତ.
  • ଶୁଖି ଯ଼ାଇଥିବା ନଡିଆ ଚୋପା, କୁଟା ଆଦି ନେଷ୍ଟ ବାକ୍ସରେ ବେଡିଂ ସାମଗ୍ରୀ ଭାବେ ବ୍ୟବହାର କରାଯ଼ାଏ. ଉଷୁମାଇବାର ଦିନେ କିମ୍ବା ଦୁଇ ଦିନ ପୂର୍ବରୁ ଗର୍ଭବତୀ ଠେକୁଆ ଏକ ନେଷ୍ଟ ତିଆରି କରିଥାଏ .
କିଣ୍ଡଲିଂ ପରିଚାଳନା
  • ଗର୍ଭର 28 ଦିନ ପରେ ନେଷ୍ଟ ବାକ୍ସକୁ ରଖାଯ଼ିବା ଉଚିତ .
  • ସାଧାରଣତଃ ଉଷୁମାଇବା କାମକୁ ବଡି ଭୋରରରୁ କରାଯ଼ାଏ ଉଷୁମାଇବା କାମ ସାଧାରଣ ଭାବେ 15ରୁ 30 ମିନିଟ ମଧ୍ୟରେ ପୂର୍ଣ କରାଯ଼ାଏ.
  • ଏହି ସମଯରେ ଠେକୁଆ ତିଳେ ହେଲେ ବିଚଳିତ ହେବା ଉଚିତ ନୁହେଁ ଓ ବାହାରର କୌଣସି ବ୍ୟକ୍ତିକୁ ଉଷୁମାଇବା ପଂଜୁରୀ ପାଖକୁ ଯ଼ିବାକୁ ଅନୁମତି ଦିଆଯ଼ିବା ଉଚିତ ନୁହେଁ
  • ଉଷୁମାଇବାର ପରେ ନିଜର ଲୋମରୁ ମା ଠେକୁଆ ନେଷ୍ଟ ତିଆରି କରିଥାଏ.
  • ହାରାହାରି ଲିଟ୍ଟର ଆକାର ହେଉଛି 8 .
  • ନୂଆ ଠେକୁଆଙ୍କର ଜନ୍ମ ପରେ ସେମାନଙ୍କର ଆଖି ବନ୍ଦ ରହିଥାଏ ଓ ଶରୀରରେ ଲୋମ ନ ଥାଏ ଏହି ଶାବକ ମାନେ ମା ଠେକୁଆ ଦ୍ବାରା ତିଆରି କରାଯ଼ାଇଥିବା ନେଷ୍ଟରେ ରଖିଥିବା ଶୋଇବା ସାମଗ୍ରୀ ରେ ଶୋଇଥାନ୍ତି.
  • ସାଧାରଣ ଭାବେ ମା ଠେକୁଆ ଶାବକ ମାନଙ୍କୁ ଦିନରେ ଥରେ କିମ୍ବା ସକାଳେ କ୍ଷୀର ଦେଇଥାଏ .
  • ଯ଼ଦି ଆମେ ମା ଠେକୁଆକୁ ତାର ପିଲାଙ୍କୁ କ୍ଷୀରଦେବାକୁ ବାଧ୍ୟ କରିବା ତେବେ ତା ଠାରେ କ୍ଷୀର ହେବ ନାହିଁ ନୂଆ ଜନ୍ମ ହୋଇଥିବା ଯ଼େଉଁ ଠେକୁଆ ମାନେ ମା ଠାରୁ ପର୍ଯ଼ାପ୍ତ ପରିମାଣରେ କ୍ଷୀର ପାଆନ୍ତି ସେମାନଙ୍କର ଚମଡା ସାଇନି ହୋଇଥାଏ.
ଶାବକ ଠେକୁଆ ମାନଙ୍କୁ ଦୁଧ ଛଡାଇବା
  • ଠେକୁଆ ଶାବକ ମାନଙ୍କୁ କ୍ଷୀର ଛଡାଇବା 6ରୁ 8 ସପ୍ତାହ ମଧ୍ୟରେ କରାଯ଼ାଇ ପାରେ.
  • କ୍ଷୀର ଛଡାଇବା ଅବଧିରେ ପିଲା ଠେକୁଆ ମାନଙ୍କୁ କ୍ଷୀର ବଦଳରେ ଧୀରେ ଧୀରେ କଠିନ ଖାଦ୍ୟ ଦିଆଯ଼ାଏ
  • କ୍ଷୀର ଛଡାଇଲା ବେଳେ 400 -500 ଗ୍ରାମ ହୋଇଥାଏ

ସ୍ବସ୍ଥ ଠେକୁଆର ଲକ୍ଷଣ

  • ସ୍ବସ୍ଥ ଏବଂ ଚମକୁଥିବା କେଶ
  • ଅତ୍ୟନ୍ତ ସକ୍ରିଯ
  • ଖାଇବା ପରେ ଭଲ ଓ ଶୀଘ୍ର ଖାଇବା ଗ୍ରହଣ କରିବି
  • ଆଖି ଗୁଡିକ ସାଧାରଣତଃ ଉଜ୍ବଳ ଏବଂ ବିନା କୌଣସି ଡିସଚାର୍ଜ
  • ନିରନ୍ତର ଭାବେ ଶରୀରର ଓଜନ ବଢିବା

ରୋଗ ହୋଇଥିବା ଠେକୁଆର ଲକ୍ଷଣ

  • ନିଷ୍କ୍ରିଯ ଏବଂ ଚାପଗ୍ରସ୍ତ
  • ଶରୀରର ଓଜନରେ ହ୍ରାସ ଓ ଶାରୀରିକ କ୍ଷୀଣତା
  • କେଶ ଭୀଷଣ ଭାବେ ଝଡିବା
  • ଠେକୁଆ ମାନଙ୍କର ସକ୍ରିଯ ଗତିବିଧି ନାହିଁ, ପଞ୍ଜୁରୀରେ ଗୋଟିଏ ସ୍ଥାନରେ ବସି ରହନ୍ତି
  • ଖାଇବା ଇନଟେକରେ ହ୍ରାସ
  • ଆଖି, ନାକ, ନିତମ୍ବ ଓ ମୁହଁରୁ ଜଳୀଯ ଅଶଂ ବାହାରିବା
  • ଶରୀରର ତାପମାତ୍ରାରେ ବୃଦ୍ଧି ତଥା ଶ୍ବସନ ଗତିରେ ବୃଦ୍ଧି

ଠେକୁଆ ମାନଙ୍କର ରୋଗ

ପାଷ୍ଟ୍ଯରଲୋସିସ s

ସଠିକ ଭାବେ ବନ ଚଳାଚଳ, ସଠିକ ସ୍ବଚ୍ଛତା ତଥା କୁପୋଷଣ ଆଦି କାରକ ଠେକୁଆ ମାନଙ୍କରେ ରୋଗ ପାଇଁ କାରକ ହୋଇଥାନ୍ତି . ଠେକୁଆ ମାନଙ୍କର ମା ଠାରୁ ଶାବକ ମାନଙ୍କୁ ଏହା ବ୍ଯାପି ଥାଏ .

କ୍ଲିନିକାଲ ଲକ୍ଷଣ:ଲଗାତାର ଛିଙ୍କ ଆସିବା ଓ କାଶିବା ଦ୍ବାରା ଠେକୁଆ ମାନେ ତାଙ୍କର ନାକକୁ ଘଷି ଥାନ୍ତି ନିଶ୍ବାସ ପ୍ରଶ୍ବାସ ନେଲା ବେଳେ ବାହାରୁଥିବା ଶବ୍ଦ ଜୋରର ବାହାରୁଥିବା ଶବ୍ଦ ପରି ଲାଗିଥାଏ ଏହା ବ୍ୟତିତ ସେମାନଙ୍କୁ ଜ୍ବର, ଡାଇରିଆ, ଆଦି ହୋଇଥାଏ. ଏହି ରୋଗ ପାଇଁ ଦାଯୀ ମାଇକ୍ରୋ ଅର୍ଗାନିଜମ ଠେକୁଆ ଗୁଡିକର ଚମଡାରେ ଚିହ୍ନ ସୃଷ୍ଟି କରିଥାଏ .

ଚିକିତ୍ସା :ପାଷ୍ଟ୍ଯରଲୋସିସ ବିରୁଦ୍ଧରେ ଚିକିତ୍ସା ସେତେ ପ୍ରଭାବୀ ନୁହେଁ ପାଷ୍ଟ୍ଯରଲୋସିସ ଦ୍ବାରା ସଂକ୍ରମିତ ଠେକୁଆ ଗୁଡିକ ଚିକିତ୍ସା ପରେ ଠିକ ହେଲେ ସୁଦ୍ଧା ସଂକ୍ରମିତ ଠେକୁଆ ମାନଙ୍କ ଠାରୁ ଇନଫେକ୍ସନ ଅନ୍ଯ ସ୍ବସ୍ଥ ଠେକୁଆ ମାନଙ୍କ ନିକଟକୁ ଆସିଥାଏ . ତେଣୁ ପାଷ୍ଟ୍ଯରଲୋସିସର ଶୀକାର ଠେକୁଆ ମାନଙ୍କୁ ମାରିବା ହେଉଛି ଏ କ୍ଷେତ୍ରରେ ଏକମାତ୍ର ବିକଳ୍ପ .

ଏଣ୍ଟରିଟିସ

ଠେକୁଆ ମାନଙ୍କ ମଧ୍ୟରେ ଏଣ୍ଟରିଟିସ ତିଆରି ହେବା ପାଇଁ ଅନେକ ମାଇକ୍ରୋଅର୍ଗାନିଜମ ଦାୟି ଖାଦ୍ୟରେ ତତକ୍ଷାଣାତ ପରିବର୍ତନ, ଖାଦ୍ୟରେ ଅତିରିକ୍ତ ପରିମାଣର କାର୍ବୋହାଇ଼ଡ୍ରେଡ ରହିବା, ଇମୁନୋ ଡିପ୍ରେସନ , ଅସ୍ବଚ୍ଛ ଖାଦ୍ୟ ଓ ଜଳ ଆଦି କାରକ ଠେକୁଆ ମାନଙ୍କୁ ବିଭିନ୍ନ ମାଇକ୍ରୋ ଅର୍ଗାନିଜମ ଦ୍ବାରା ଏଣ୍ଟରିଟିସ ହେବା ପାଇଁ କାରକ ଭାବେ କାମ କରେ . ଡାଇରିଆ ହେବା, ପେଟ ଫୁଲିବା, ଡି ହାଇଡ୍ରେସନ ଆଦି ହେଉଛି ଏହାର କ୍ଲିନିକାଲ ଲକ୍ଷଣ . ଡାଇରିଆ କାରଣରୁ ଶରୀରରେ ଜଳ କମି ଯ଼ାଇଥାଏ ତଥା ଏହା ଫଳରେ ଡିହାଇଡ୍ରେସନ ହୋଇଥାଏ ଓ ଠେକୁଆ କ୍ଷୀଣ ହୋଇଯ଼ାଇଥାଏ.

ରା ନେକ ରୋଗ

ପାଷ୍ଟ୍ଯରଲୋସିସ ଦ୍ବାରା ସଂକ୍ରମିତ ଠେକୁଆଙ୍କୁ ରାଯନେକ ରୋଗ ହୋଇଥାଏ . ଏହି ରୋଗ ଠେକୁଆ ମାନଙ୍କର ମଝିର ଆଖି ତଥା ମସ୍ତିଷ୍କକୁ ପ୍ରଭାବିତ କରେ. ମଝିର ଆଖିର ଝିଲ୍ଲି ପ୍ରଭାବିତ ହୋଇଥିବା କାରଣରୁ ପୂଜ କାନ ଦେଇ ବାହାରକୁ ଆସିଥାଏ. ଓ ଠେକୁଆ ଗୋଟିଏ ଆଡକୁ ମୁଣ୍ଡ କରେ ପାଷ୍ଟ୍ଯରଲୋସିସ ର ପ୍ରଭାବୀ ଚିକିତ୍ସା ଦ୍ବାରା ରା ଠେକୁଆ ମାନଙ୍କର ରାନେକରୋଗକୁ ନିଯନ୍ତ୍ରିତ କରାଯ଼ାଇ ପାରେ .

ମଷ୍ଟିସିସ

ମା ଠେକୁଆ ଗୁଡିକ ମଷ୍ଟିସିସ ଦ୍ବାରା ପ୍ରଭାବିତ ହୋଇଥାନ୍ତି . ପ୍ରଭାବିତ ଅଡର ଗରମ, ଲାଲ ହେବା ସହ ଛୁଇଁଲେ କଷ୍ଟ ହୋଇଥାଏ. ସଠିକ ପରିମାଣରେ ଆଣ୍ଟି ବାଇଓଟିକ ଦେବା ଦ୍ବାରା ଏହାକୁ ନିୟନ୍ତ୍ରିତ କରିହୁଏ .

ଫୋଙ୍ଗସ ସଂକ୍ରମଣ ଯ଼ୋଗୁ ରୋଗ

ଡେରମାଟୋପିସିସ ଫୋଙ୍ଗସ ଦ୍ବାରା ଠେକୁଆ ମାନଙ୍କ ମଧ୍ୟରେ ଚମଡା ସଂକ୍ରମଣ ହୋଇଥାଏ. ଏହା ଦ୍ବାରା ଠେକୁଆ ମାନେ ତାଙ୍କର କାନ ଓ ନାକ ନିକଟରେ କେଶ ହରାଇଥାନ୍ତି . ରାଗିବା ଦ୍ବାରା ଠେକୁଆ ମାନେ ଲଗାତାର ପ୍ରଭାବିତ ଅଂଶ କୁ ଘଷିଥାନ୍ତି . ଏହା ଫଳରେ ଏହି ଅଞ୍ଚଳରେ କ୍ଷତ ସୃଷ୍ଟି ହୁଏ . ପରେ ଦ୍ବିତୀଯକ ବ୍ଯାକ୍ଟେରିଆ ସଂକ୍ରମଣ ଦ୍ବାରା ପୂଜ ଉତ୍ପନ୍ନ ହୋଇଥାଏ .

ଚିକିତ୍ସା : ଗ୍ରିସୋଫୁଲଭିନ ବା ବେଞ୍ଜାଇଲ ବେଞ୍ଜୋଏଟ କ୍ରିମକୁ ପ୍ରଭାବିତ ଅଂଶରେ ଲଗାଯ଼ାଇ ପାରେ . ଗ୍ରିସଫୁଲଭିନକୁ ଖାଦ୍ୟରେ ପ୍ରତି କିଲୋ 0.75 ଗ୍ରାମ ମିଶାଯ଼ାଇଥାଏ ଓ ଦୁଇ ସପ୍ତାହ ପର୍ଯ଼ନ୍ତ ଦେଲେ ରୋଗ ନିଯନ୍ତ୍ରିତ ହୋଇଥାଏ .

ରୋଗକୁ ନିଯନ୍ତ୍ରିତ କରିବା ପାଇଁ ଫାର୍ମ ହାଇଜେନିକ ପଦକ୍ଷେପ

  • ବର୍ଷକରେ ଦୁଇ ଚୂନ ଦିଆଯ଼ିବା ଆବଶ୍ୟକ୍
  • ପଂଜୁରୀର ତଳ ଅଂଶରେ ସପ୍ତାହରେ ଦୁଇ ଥର ଲାଇମ ସଲ୍ଯୁସନ ଦିଆଯ଼ିବା ଆବଶ୍ଯକ
  • ଗରମ ଦିନରେ ଅଂଶୁଘାତରୁ ରୋକିବା ପାଇଁ ଠେକୁଆ ମାନଙ୍କ ଉପରେ ପାଣି ସିଞ୍ଚନ କରାଯ଼ିବା ଆବଶ୍ୟକ୍
  • ସେମାନଙ୍କୁ ପିଇବା ପାଣି ଦେବା ପୂର୍ବରୁ ଏହାକୁ ଠିକ ଭାବେ ଫୁଟାଇ ଥଣ୍ଡା କରି ବିଶେଷ ଭାବେ ମା ଓ ଶାବକ ଠେକୁଆ ମାନଙ୍କୁ ଦିଆଯ଼ିବା ଦରକାର

 

ସ୍ରୋତ:: ଡ. ପି. ସେନ୍ଥିଲ କୁମାର, ଭେଚେନାରୀ ଆସିଷ୍ଟାଣ୍ଚ ସର୍ଜନ, ଅଲଙ୍ଗନାଥମ, ନମକ୍କଲ ଜିଲ୍ଲା, ତାମିଲନାଡୁ ଫୋ 09443388400

ସମ୍ପର୍କିକ ସମ୍ବଳ

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top