ଭାରତ ଏକ କୃଷି ପ୍ରଧାନ ଦେଶ । ଜନସାଧାରଣ କୃଷି ଓ ଆନୁଷଙ୍ଗିତ କୃଷି ଉପରେ ନିର୍ଭର କରୁଥିବା ବେଳେ ଶତପ୍ରତିଶତ ଜନସାଧାରଣଙ୍କ ଜୀବନ ଓ ଜୀବିକା କୃଷି ଦ୍ଵାରା ପ୍ରଭାବିତ ହୋଇଥାଏ । ଅତଏବ ଏହି କାରଣରୁ କୃଷିର ସର୍ବଶେଷ ଉନ୍ନତି କେବଳ ମୁଖ୍ୟ ଫସଲ ତଥା କୃଷି କାର୍ଯ୍ୟ ଦକ୍ଷତା ଓ ଆନୁଷଙ୍ଗିକ କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାଏ, ତାହା ନୁହେଁ ବରଂ ଆନୁଷଙ୍ଗିକ କୃଷି ହିସାବରେ ଚାଷାଭାଇଟିଏ ବେଶ୍ ଦୁଇ ପଇସା ରୋଜଗାର କ୍ଷମ ହୋଇଥିବାବେଳେ ପ୍ରାକୃତିକ ସମ୍ବଳର ପରିଚାଳନା ସମେତ ପରିପୋଷଣ କୃଷି କାର୍ଯ୍ୟରେ ମଧ୍ୟ ବିଶେଷ ସଫଳତା ମିଳିଥାଏ ।
କିନ୍ତୁ କୃଷି ଓ ଆନୁଷଙ୍ଗିକ କୃଷି କାର୍ଯ୍ୟର ସଫଳତା ପାଇଁ ଅନୁରୂପ ଭାବେ ପ୍ରାଣୀ ପାଳନ ଜରୁରୀ, କାରଣ କୃଷି କାର୍ଯ୍ୟକୁ ତୁରନ୍ତିତ, ସକ୍ରିୟ ତଥା ସଫଳତା କରିବାକୁ ହେଲେ ପ୍ରାଣୀ ପାଳନ ଏକ ଅବିଛେଦ୍ୟ ଅଂଶ ବୋଲି ଗ୍ରହଣ କରାଯାଇପାରେ । ଆହୁରି ମଧ୍ୟ କୃଷି ପରି ପ୍ରାଣୀ ପାଳନ କ୍ଷେତ୍ରରେ ରୋଜଗାର ସୃଷ୍ଟି ହେବା ସହିତ ନିରବଚ୍ଛିନ୍ନ ଭାବେ ଆମକୁ ଆୟ ଓ ଲାଭ ମିଳିଥାଏ ଯାହାକି ଏଡ଼ାଇ ଦିଆଯାଇ ନ ପାରେ ।
ଏପରି କି ପ୍ରାଣୀ ପାଳନ କ୍ଷେତ୍ରରେ ଯେଉଁ ସବୁ ଉଦ୍ୟୋଗ ଗଢ଼ି ଉଠିଛି ସେ ସହ ଉଦ୍ୟୋଗ ମଧ୍ୟରୁ ସବୁଠାରୁ ସଫଳ ଜନପ୍ରିୟ ତଥା ଆକର୍ଷକ ଉଦ୍ୟୋଗ ହେଉଛି ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଉତ୍ପାଦନ ପାଇଁ ପ୍ରାଣୀ ପାଳନ । କାରଣ ଦୁଗ୍ଧ ଉତ୍ପାଦନରେ ଆମେ ବିଶ୍ଵ ଦରବାରରେ ୫ମ ସ୍ଥାନରୁ ୩ୟ ୨ୟ ସ୍ଥାନ ଅତିକ୍ରମ କରି ବର୍ତ୍ତମାନ ପରିସ୍ଥିତିରେ ୧ମ ସ୍ଥାନରେ ପହଞ୍ଚ ପାରିଛୁ । ୧୯୫୦-୫୧ ରେ ୧୬ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇ ୨୦୦୮-୦୯ ରେ ୧୦୮.୫ ନିୟୁତ ଟନ୍ରେ ପହଞ୍ଚ ପାରିଥିଲା ଯେଉଁଠାରେ କି ସଂଯୁକ୍ତ ରାଷ୍ଟ୍ରର ଦୁଗ୍ଧ ଉତ୍ପାଦନ ଏହି ସମୟରେ ୮୫ ନିଯୁତ ଟନ୍ ରେ ସୀମିତ ଥିଲା । ଅପରପକ୍ଷରେ ମୁଣ୍ଡପିଛା ଦୁଗ୍ଧ ୧୧୨ ଗ୍ରାମରୁ ୨୫୮ ଗ୍ରାମ୍ ହୋଇପାରିଛି । ଅତଏବ ଦୁଗ୍ଧ ଉତ୍ପାଦନରେ ଏହି ଆଶାନୁରୂପକ ସଫଳତା ପାଇଁ ତୃଣମୂଳ ସ୍ତରରେ ଗୋପାଳକ, ଗ୍ରାମୀଣ ମହିଳା, ସ୍ଵୟଂ ସହାୟକ ଗୋଷ୍ଠୀର ସମାହାରକୁ ନେଇ ସାମୂହିକ ଭାବେ ଦୁଗ୍ଧ ସମବାୟ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିପାଇଁ ଦୁଗ୍ଧ ସମବାୟ ପ୍ରାୟତଃ ୩.୪ ନିୟୁତ କୃଷି ପରିବାର ପାଇଁ ରୋଜଗାର ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି । କିନ୍ତୁ ପରିତାପର ବିଷୟ ଉତ୍ପାଦିତ ମୋଟ ଦୁଗ୍ଧର ୮୦ ଶତାବିଂଶ ଅସଂଗଠିତ ସ୍ତରରୁ ଆସୁଥିବାବେଳେ ଅବଶିଷ୍ଟ ୨୦ ଶତାବିଂଶ ସମାନ ଭାବେ ସମବାୟ ଓ ଚେସରକାରୀ ଦୁଗ୍ଧ ବ୍ୟବସାୟ ସଂସ୍ଥା। (ପ୍ରତିଷ୍ଠାନ)ରୁ ଆସିଥାଏ ।
ଅତଏବ ଦୁଗ୍ଧ ଉତ୍ପାଦନର ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ପ୍ରାୟତଃ ୨୬୫ ଗୋଟି ଜିଲାରେ ୧.୩୩ ଲକ୍ଷ ସମବାୟ ସଂସ୍ଥା ଗ୍ରାମୀଣ ସ୍ତରରେ କାର୍ଯ୍ୟକାରୀ ହୋଇ ୨୫,୧ ନିୟୁତ ଲିଟର ଦୁଗ୍ଧ ସଂଗୃହୀତ ହୋଇପାରୁଛି । ଏଥିପାଇଁ ଦୁଗ୍ଧ ସମବାୟ ସାଧାରଣତଃ ୧.୨୮.୭୯୦ ଗ୍ରାମୀଣ ସମିତି ଯାହାକି ୧୩.୪ ନିୟୁତ ଦୁଗ୍ଧ ଚାଷୀଙ୍କ ମଧ୍ୟରୁ କେବଳ ୩.୨ ନିୟୁତ ମହିଳା ଦୁଗ୍ଧ ଚାଷୀ ମଧ୍ୟ ଦୁଗ୍ଧ ସଂଗ୍ରାହକ, ପରୀକ୍ଷକ ତଥା ବିକ୍ରିବଟା କ୍ଷେତ୍ରରେ ନିଜକୁ ସୁପ୍ରତିଷ୍ଠିତ କରିସାରିଲେଣି ।
କେବଳ ଏତିକି ନୁହେଁ ଆଉ ଏକ ଆକଳନରୁ ଜଣାଯାଏ। ପ୍ରତ୍ୟହ ୧୮୯.୨୧ ଲକ୍ଷ ଲିଟର ଦୁଗ୍ଧ ବିକ୍ରୟ ହେଉଥିବା ସ୍ଥଳେ ବାର୍ଷିକ ୬.୬ ଶତାବିଂଶ ଅଭିବୃଦ୍ଧି ଘଟି ପାରୁଛି । କିନ୍ତୁ ଭିତ୍ତିଭୂମିର ବିକାଶ, ଗମନାଗମନ, ସଂଗ୍ରାହକ ଓ ସଂରକ୍ଷିତ ଦ୍ରବ୍ୟ ତଥା ମୂଲ୍ୟଯୁକ୍ତ ଖାଦ୍ୟ ଓ ପ୍ରକ୍ରିୟାକରଣରେ ଅନେକ ଅସୁବିଧା ହେତୁ ଭାରତ ଦୁଗ୍ଧ ଉତ୍ପାଦନରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟରୁ ଯଥେଷ୍ଟ ଦୂରରେ ରହିଛି । କାରଣ ଆମକୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆହୁରି ଅଧିକ ସ୍ଵାବଲମ୍ବୀ ହେବାକୁ ପଡ଼ିବ, କାରଣ ଦୈନିକ ଆମକୁ ୧୮୦ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦନ କରିପାରିଲେ ଆଗାମୀ ଦିନରେ ଏହାର ଆବଶ୍ୟକତା ପରିପୂରଣ ହୋଇପାରିବ ।
ଏଥିପାଇଁ ଭରତ ସରକାରଙ୍କ ତରଫରୁ ଉନ୍ନତ ପ୍ରଜାତିର ଗୋ ମହିଷାଦି ପ୍ରଜନନ ଓ ପ୍ରଜାତିର ଉନ୍ନତୀକରଣ ପାଇଁ ‘ଗୋ ମହିଷାଦି ପ୍ରଜନନ ସମ୍ପର୍କିତ ରାଷ୍ଟ୍ରୀୟ ପ୍ରକଳ୍ପ ଅକ୍ଟୋବର ୨୦୦୦ ମସିହାରେ କାର୍ଯ୍ୟକାରୀ ହୋଇଥିଲା । ଏଥିପାଇଁ ୧ମ ପର୍ଯ୍ୟାୟରେ ୪୦୪ କୋଟି ଓ ୨ୟ ପର୍ଯ୍ୟାୟରେ ୭୭୫.୯ କୋଟି ଖର୍ଚ୍ଚ ହୋଇଛି। ଅତଏବ କାର୍ଯ୍ୟକ୍ରମକୁ ସଫଳ କରାଇବା ଉଦ୍ଦେଶ୍ୟରେ ପ୍ରତି ୫ ବର୍ଷରେ ଦୁଇଟି ପର୍ଯ୍ୟାୟରେ ୧୦ ବର୍ଷ ପାଇଁ କାର୍ଯ୍ୟକାରୀ ହୋଇପାରିଛି । ଅତଏବ ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଗୋ ମହିଷାଦି ପ୍ରଜାତିର ବିକାଶ କରି ପାରିପାର୍ଶ୍ଵକ ଓ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୁଗ୍ଧ ଉତ୍ପାଦକତା ବଢ଼ାଇ ଏହାର ବୈପ୍ଳବିକ ପରିବର୍ତ୍ତନ ଆଣିବା । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ୨୮ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏହାର ନିରବଚ୍ଛିନ୍ନ ପ୍ରୟାସ ଜାରି ରହିଛି ଓ ଏଥିପାଇଁ ୨୦୧୦ ମସିହାରେ ୪୮୫.୭୩ କୋଟି ଅର୍ଥବିନିଯୋଗ ହୋଇଥିଲା । ଅତଏବ ଏହି କାରଣରୁ ସାରା ଭାରତବର୍ଷରେ ସର୍ବାଧିକ ଗୋ ମହିଷାଦି ଅଛନ୍ତି ଯାହାକି ବିଶ୍ଵ ମାନଚିତ୍ରରେ ମଧ୍ୟ ଏମାନେ ପ୍ରଥମ । ଏକ ଆକଳନରୁ ଜଣାଯାଏ ଭାରତବର୍ଷରେ ୧୮୦ ନିୟୁତ ଗୋ ଓ ୮୫.୫ ନିୟୁତ ମଇଁଷି ରହିଛି। ଅତଏବ ଏସବୁ କାରଣରୁ ଏମାନଙ୍କର ଠିକ ପରିଚାଳନା ଓ ସଫଳତା ପାଇଁ ନିମ୍ନ ପ୍ରଦତ୍ତ ବିଷୟ ପ୍ରତି ଗୁରୁତ୍ଵ ଦେବାକୁ ପଡିବ ।
ଗୋପାଳକ, ଗୋମିତ୍ର ତଥା ବିଭିନ୍ନ ଆନୁଷଙ୍ଗିକ ସଂସ୍ଥା ତରଫରୁ ନିୟୋଜିତ କ୍ଷେତ୍ରୀୟ କର୍ମଚାରୀଙ୍କ ପାଇଁ ଦକ୍ଷତାର ବିକାଶ କରିବା ଯାହାଫଳରେ ଏମାନଙ୍କ ଦ୍ଵାରା ପ୍ରଜନନ ସଫଳତା ମିଳିପାରିବ ।
ଗମନାଗମନ, ଘର, ବଜାର, ସଂଗ୍ରାହକ ପାତ୍ର ।
ପ୍ରକ୍ରିୟାକରଣ ଶିଳ୍ପ ଆଦିକୁ ଯଥାସମ୍ଭବ ଅତ୍ୟାଧୁନିକ ସେବା ଯୋଗାଇ ଦିଆଯିବା ଆବଶ୍ୟକ ।
ସନ୍ତୁଳିତ ସ୍ଵାସ୍ଥ୍ୟକର ଖାଦ୍ୟ, ପୁଷ୍ଟିକର ଖାଦ୍ୟ, ସବୁଜ ଖାଦ୍ୟ, ସ୍ଵଳ୍ପମୂଲ୍ୟର ଖାଦ୍ୟ ପ୍ରସ୍ତୁତି ଓ ପ୍ରକ୍ରିୟା ଉପରେ ଗୁରୁତ୍ଵ ଦିଆଯିବା ।
ପ୍ରାଣୀମାନେ ଓ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ସର୍ବଶେଷ ତାଲିମ ସମେତ ବିଶେଷ ଭାବେ ସମସ୍ୟା ବହୁଳ ଉତ୍ପାଦନ ଉପରେ ଆଲୋଚନା ପ୍ରସଙ୍ଗରେ ଅନେକ ଗୁଡିଏ ସମସ୍ୟାର ସମାଧାନ ହୋଇପାରିବ ।
ଉନ୍ନତ ଜ୍ଞାନ କୌଶଳ ସମ୍ବନ୍ଧୀୟ ସଚେତନତା ଓ ସଂପ୍ରସାରଣ ଶିକ୍ଷାକୁ ତୃଣମୂଳ ସ୍ତରରେ ସମସ୍ତଙ୍କ ନିକଟରେ ପହଞ୍ଚାଇ ପାରିଲେ । ଏହାର ଗ୍ରହଣୀୟତା ସହିତ ଲୋକପ୍ରିୟତା ମଧ୍ୟ ବଢ଼ିପାରିବ । ଅତଏବ ଏ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସାରା ଭାରତବର୍ଷରେ ବିଭିନ୍ନ ରାଜ୍ୟରେ ଅତି ସଫଳ ଭାବେ ବିଭିନ୍ନ ଦୁଗ୍ଧ ସମବାୟ ସଂସ୍ଥା କାର୍ଯ୍ୟରତ ।
ବିଭିନ୍ନ ଦୁଗ୍ଧ ସମବାୟ ସଂସ୍ଥାର ନାମ |
ବ୍ୟବସାୟିକ ନାମା |
ଓଡ଼ିଶା ଦୁଗ୍ଧ ସମବାୟ ମହାସଂଘ ଲି |
ଓମ୍ଫେଡ |
ଗୁଜରାଟ ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ନା |
ଅମୁଲ, ସାଗର |
ବିହାର ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା |
ସୁଧା |
ହରିୟାଣା ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା |
ଭିଟା |
ତ୍ରିପୁରା ଦୁର୍, ଉତ୍ପାଦନ ସମିତି ଲି. |
ଗୋମତି |
ସିକିମ ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା |
ସିକିମ, ମିଲ୍ |
ଗୋଆ, ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା |
ଗୋଆ ଡାଏରୀ |
ପଣ୍ଡିଚେରି ଦୁଗ୍ଧ ଉତ୍ପାଦନ ସମିତି ଲି |
ପୋନଲେଟ |
କର୍ଣ୍ଣାଟକ ଦୁଗ୍ଧ ଉତ୍ପାଦନ ସମିତି ଲି. |
ନନ୍ଦିନୀ |
କେରଳ ରାଜ୍ୟ ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା |
ମିଲିମା |
ମଧ୍ୟପ୍ରଦେଶ ଦୁଗ୍ଧ ସମବାୟ ସଂସ୍ଥା |
ଶକ୍ତି, ସଖୀ, ସେହ |
ମହାରାଷ୍ଟ୍ର ରାଜ୍ୟ ସହକାରୀ ଦୁଗ୍ଧ ସମବାୟ ମହାସଂଘ |
ଗୋକୁଳ |
ଉତ୍ତରପ୍ରଦେଶ ପ୍ରାଦେଶିକ ସମବାୟ ସମିତି ଲି. |
ପରାଗ୍ |
ପଞ୍ଜାବ ରାଜ୍ୟ ଦୁଗ୍ଧ ସମବାୟ ସଂସ୍ଥା |
ବିଶାଖା |
ରାଜସ୍ଥାନ ଦୁଗ୍ଧ ସମବାୟ ସମିତି ଲି. |
ସାରସ |
ତାମିଲନାଡୁ ଦୁଗ୍ଧ ଉତ୍ପାଦନ ସମବାୟ ମହାସଂଘ ଲି, |
ଆଭିନ |
ପଶ୍ଚିମବଙ୍ଗ ଦୁଗ୍ଧ ସମବାୟ ସମିତି ଲି. |
ବେନ୍ ମିକ୍ସ |
ଜୟପୁର ଡାଏରୀ |
ସାରସ |
ଜମ୍ମୁ ଓ କଶ୍ମୀର ଦୁଗ୍ଧ ଉତ୍ପାଦନ ମହାସଂଘ |
ଜାମ୍ଫେଡ୍ |
କୋହିମା ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା |
କେ.ଭି. |
ଆଧାର – ଅଶୋକ ବରଣ ଦାସ କୃଷି ସଂପ୍ରସାରଣ ବୈଜ୍ଞାନିକ ତଥା ବିଶେଷଜ୍ଞ (ଆତ୍ମା), କୃଷି ବିଜ୍ଞାନ କେନ୍ଦ୍ର,ମୋ:୬୨୦୫୬୦୯୧୯୫
Last Modified : 7/18/2020