ହୋମ / କୃଷି / ପ୍ରାଣୀ ଧନ / ଦୁଗ୍ଧ ଉତ୍ପାଦନ ପାଇଁ ସାଧାରଣ ଗୋ – ଖାଦ୍ୟ
ସେଆର କରନ୍ତୁ

ଦୁଗ୍ଧ ଉତ୍ପାଦନ ପାଇଁ ସାଧାରଣ ଗୋ – ଖାଦ୍ୟ

ଦୁଗ୍ଧ ଉତ୍ପାଦନ ପାଇଁ ଗାଈ ମାନଙ୍କୁ କଣ ଖାଇବା ଦରକାର ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ଶ୍ଵେତ ବିପ୍ଳବ ମାଧ୍ୟମରେ ବର୍ତ୍ତମାନ  ଭାରତବର୍ଷ ସାରା ବିଶ୍ଵାର ଦୁଗ୍ଧ ଉତ୍ପାଦନରେ ପ୍ରଥମ ସ୍ନାନ ଅଧିକାର କରିଛି । ସମଗ୍ର ଭାରତବର୍ଷର ଦୁଗ୍ଧ ଉତ୍ପାଦନ ସାରା ବିଶ୍ଵର ଦୁଗ୍ଧ ଉତ୍ପାଦନର ହାରାହାରି ୧୮ ପ୍ରତିଶତ । ଆମ ରାଜ୍ୟ ଓଡ଼ିଶାର ଦୁଗ୍ଧ ଉତ୍ପାଦନ ସମଗ୍ର ଭାରତବର୍ଷର ଦୁଗ୍ଧ ଉତ୍ପାଦନର ମାତ୍ର ୨ ପ୍ରତିଶତ । ଏହି ତଥ୍ୟରୁ ଏହା ଜଣା ପଡୁଛି ଯେ ଆମ ଦେଶରେ ଦୁଗ୍ଧ ଉତ୍ପାଦନ ଯେଉଁ ଗତିରେ ବଢ଼ିଚାଲିଛି, ଆମ ରାଜ୍ୟରେ ବୃଦ୍ଧିର ଗତି ସେ ଅନୁପାତରେ ଅତି ନିମ୍ନମାନର ଅଟେ ।

ଗୋ-ଖାଦ୍ୟର ମୂଲ୍ୟ, ଦୁଗ୍ଧ ଉତ୍ପାଦନ ମୂଲ୍ୟର ହାରାହାରି ୭୦ ପ୍ରତିଶତ ହୋଇଥାଏ । ଆମ ରାଜ୍ୟର ଚାଷୀ ଭାଇମାନେ ବୈଜ୍ଞାନିକ ଭିଭିରେ ଖାଦ୍ୟ ଯୋଗାଇ ଦେଲେ ଦୁଗ୍ଧ ଉତ୍ପାଦନ ନିଶ୍ଚିତ ଭାବେ ବୃଦ୍ଧି ପାଇବେ ।

ଗୋ – ଖାଦ୍ୟର ପ୍ରକାର ଭେଦ

ସାଧାରଣତଃ ଗୋ-ଖାଦ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା – ତନ୍ତୁଜାତୀୟ ଖାଦ୍ୟ ଏବଂ ଦାନାଜାତୀୟ ଖାଦ୍ୟ । ତନ୍ତୁଜାତୀୟ ଖାଦ୍ୟ ଏବଂ ଦାନାଜାତୀୟ ଖାଦ୍ୟରେ ଯଥାକ୍ରମେ ଅଧିକ ପରିମାଣର ଅପରିପକ୍ଵ ତନ୍ତୁ ଏବଂ ପାଚକ ପଦାର୍ଥ ଥାଏ । ଜଳୀୟ ଅଂଶ କିମ୍ବା ଆଫ୍ରିତାର ପରିମାଣକୁ ଆଖୁରେ ରଖି, ତନ୍ତୁଜାତୀୟ ଖାଦ୍ୟ ଦୁଇ ଶ୍ରେଣୀରେ ବିଭକ୍ତ ଯଥା ରସାଳ ଖାଦ୍ୟ ଏବଂ ଶୁଷ୍ପ ଖାଦ୍ୟ । ରସାଳ ଖାଦ୍ୟରେ ହାରାହାରି ୭୫ ପ୍ରତିଶତ। ଜଳୀୟ ଅଂଶ ଥାଏ, ଯଥା- ଗୋଚର ଭୂମିର ଘାସ, ଗୋଷ ହେଉଥୁବା ଚାରା  କିମ୍ବା ସବୁଜ ଗୋ-ଖାଦ୍ୟ ଫସଲା, ମୂଳ ଜାତୀୟ ଶସ୍ୟ ଆଦି । ଶୁଷ୍କ ଖାଦ୍ୟରେ ହାରାହାରି ୧୫ ପ୍ରତିଶତ ଆର୍ଦ୍ରତା ଥାଏ, ଯଥା- ନଡ଼ା ଓ ପାଳ ।

ଚାଷ ହେଉଥିବା  ଚାରା /ସବୁଜ ଗୋ-ଖାଦ୍ୟ ଫସଲ

ସ୍ଵଳ୍ପ ଖର୍ଚ୍ଚ ବିନିମୟରେ ଦୁଗ୍ଧ ଉତ୍ପାଦନ କରିବାରେ ସବୁଜ ଗୋ-ଖାଦ୍ୟ ଫସଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ପୋଷଣ ଅନୁସାରେ ଏହା ଦୁଇ ଶ୍ରେଣୀରେ ବିଭକ୍ତ, ଯଥା- ତୁର୍ଜାଜାତୀୟ ଏବଂ ଅଣ ଛୁଇଁଜାତୀୟ । ଛୁଇଁଜାତୀୟ ଫସଲରେ ପୁଷ୍ଟିସାରର ଏବଂ ଅଣ ଛୁଇଁଜାତୀୟ ଗରାରେ ଶ୍ଵେତସାରର ପରିମାଣ ଅଧିକ ଥାଏ । ଛୁଇଁଜାତୀୟ ଫସଲ ଯଥା – ବରଗୁଡ଼ି, ଗୁଆଁର, ବରସିମ, ଲୁସର୍ଣ୍ଣ ଆଦି ଏବଂ ଅଣ ଛୁଇଁଜାତୀୟ ଗରା ଯଥା - ଦୀନନାଥ, ହାଇବ୍ରିଡ୍ ନେଫିଅର, ଗିନିଘାସ, ପାରାଘାସ, ମକା, ବାଜରା ଆଦି ପ୍ରମୁଖ ।

ସାଧାରଣତଃ ସବୁଜ ଗୋ-ଖାଦ୍ୟ ପାଇଁ ବାଲିଆ କିମ୍ବା ଦୋରସା ମାଟି ଉତ୍କୃଷ୍ଣ । ହାଇବ୍ରିଡ ନେଫିଅର), ଗିନିଘାସ ଏବଂ ବାଜରା ପାଇଁ ଉଚ୍ଚାନିଗିଡ଼ା ଜମି ପ୍ରଯୁଜ୍ୟ। ପାରାଘାସ ସନ୍ତସନ୍ତିଆ ଜମିରେ ଆର୍ଦ୍ର ଜଳବାୟୁରେ ଭଲ ବଢ଼େ । ପାରାଘାସ ବନ୍ୟା ଆଞ୍ଚଳ ଏବଂ ଖାଲୁଆ ଜମିରେ ମଧ୍ୟ ଚାଷ କରାଯାଇପାରେ । ଚେର ଜାତୀୟ ଶସ୍ୟ କିମ୍ବା ମୂଳ ଜାତୀୟ ଶସ୍ୟରେ ହାରାହାରି ୮୦ ପ୍ରତିଶତ ଆର୍ଦ୍ରତା ଥାଏ, ଯଥା- ଟପିଓକା, ଗାଜର ଆଦି । ଟପିଓକାର ଏକର ପ୍ରତି ଉତ୍ପାଦନ କ୍ଷମତା ହାରାହାରି ୫ ୦ - ୬୦ କିଷ୍କାଲ୍। ଏହା ପ୍ରାଣୀର ପାଚନ ପ୍ରକ୍ରିୟା ତ୍ୱରାନ୍ୱିତ କରେ ।

ଦାନାଜାତୀୟ ଗୋ – ଖାଦ୍ୟ

ଦାନାଜାତୀୟ ଗୋ-ଖାଦ୍ୟରେ କମ ପରିମାଣର ତନ୍ତୁ ଏବଂ ଆର୍ଦ୍ରତା ଥାଏ । ଅବସ୍ଥିତ ପୁଷ୍ଟିସାରର ପରିମାଣ ଅନୁସାରେ ଦାନାଜାତୀୟ ଗୋ-ଖାଦ୍ୟ ଦୁଇ ପ୍ରକାରର ଯଥା- ଶକ୍ତିଯୁକ୍ତ ଦାନା ଏବଂ ପୁଷ୍ଟିଯୁକ୍ତ ଦାନା । ଶକ୍ତିଯୁକ୍ତ ଦାନାରେ ପୁଷ୍ଟିସାରର ପରିମାଣ ୧୮ ପ୍ରତିଶତରୁ କମ୍ ଏବଂ ପୁଷ୍ଟିଯୁକ୍ତ ଦାନାରେ ପୁଷ୍ଟିସାରର ପରିମାଣ ୧୮ ପ୍ରତିଶତରୁ ଅଧିକ ଥାଏ । ଶକ୍ତିଯୁକ୍ତ ଦାନା ଯଥା- ମକାଗୁଣ୍ଡା, ବାଲି, ବାଜରା, କୃଷି ଶିବ ଅବଶିଷ୍ଟ ଖାଦ୍ୟ ପଦାର୍ଥ, ଯଥା- କୁଣ୍ଡା, ଗୋକଢ଼ । ଶକ୍ତିଯୁକ୍ତ ଦାନାରେ ଅନ୍ଧ ପରିମାଣର ଗୁଡ଼ ମିଶାଯାଇପାରେ । ପୁଷ୍ଟିଯୁକ୍ତ ଦାନା ଦୁଇ ଶ୍ରେଣୀର ଯଥା, ଉଦ୍ଭିଦଜାତ ଏବଂ ପ୍ରାଣୀ ଜାତ । ଉଦ୍ଭିଦଜାତ ପୁଷ୍ଟିଯୁକ୍ତ ଦାନା ଯଥା- ବାଦାମ ପିଡ଼ିଆ, ସୋରିଷ ପିଡ଼ିଆ, ତୁଳା ମଞ୍ଜି ପିଡ଼ିଆ, ସୋୟାବିନ ପିଡ଼ିଆ ଆଦି ମୁଖ୍ୟ । ବାଦାମ ଏବଂ ସୋରିଷ ପିଡ଼ିଆରେ ଯଥାକ୍ରମେ ହାରାହାରି ୪୦ ଏବଂ ୩୫ ପ୍ରତିଶତ ପୁଷ୍ଟିସାର ଥାଏ । ଏହି ସବୁ ଗୋ-ଖାଦ୍ୟ ଏବଂ ନିଜ ନିଜ ଅଞ୍ଚଳରେ ଉପଲବ୍ଧ ହୋଇଥୁବା କଞ୍ଚାମାଲକୁ ନଜରରେ ରଖୁ ଯଦି ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କୁ ପରାମର୍ଶ କରାଯାଏ, ତେବେ ଗାଈ ଗୋରୁମାନଙ୍କ ପାଇଁ ସେମାନଙ୍କ ଆବଶ୍ୟକତା ମୁତାବକ ସୁଷମ ପଡ଼ି ବ୍ୟବସ୍ଥିକରଣ କରାଯାଇପାରିବ । ଏହାଦ୍ଵାରା ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ଘଟାଯାଇପାରିବ ।

ଆଧାର – କୃଷି ଡାଏରୀ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top